ଆଜି ରାଜ୍ୟରେ ନିଯୁକ୍ତି ହେବେ ୩୨୫ ଜଣ ଶିକ୍ଷକ, ଦିଗଦର୍ଶନ ଦେବେ ନବୀନ

Published: Jul 26, 2023, 8:50 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୩୨୫ ଜଣ ସ୍ନାତକୋତ୍ତର ଶିକ୍ଷକ ନୂଆ ନିଯୁକ୍ତି ପାଇବେ। ଲୋକସେବା ଭବନ ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିଯୁକ୍ତ ଶିକ୍ଷକଙ୍କୁ ଦିଗଦର୍ଶନ ପ୍ରଦାନ କରିବେ। ଏଥି ସହିତ ଦ୍ବାଦଶ ଶ୍ରେଣୀରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ।

ରାଜ୍ୟ ସରକାର ବିଭିନ୍ନ ସମୟରେ ଶହଶହ ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆରମ୍ଭ କରିଛନ୍ତି ନିଯୁକ୍ତି ପର୍ବ। ପୂର୍ବରୁ ଏହି ପର୍ବ ମାଧ୍ୟମରେ ବିଭିନ୍ନ ବିଭାଗରେ ଶହଶହ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

 

Related posts