Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପାରାଦୀପ ଠାରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
ରାଜ୍ୟ ଖବର

ପାରାଦୀପ ଠାରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ପାରାଦୀପ: ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଜି (ନଭେମ୍ବର ୨୭, ୨୦୨୩) ପାରାଦୀପଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି। ସେ ଏକ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ପରବର୍ତ୍ତୀ ପିଢ଼ିର ଜାହାଜ ଟ୍ରାଫିକ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତିବର୍ଷ ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ମନେ ପକାଇବା ଏବଂ ଅତୀତରେ ଜାଭା, ସୁମାତ୍ରା, ବାଲି ଇତ୍ୟାଦି ଦ୍ୱୀପକୁ ଓଡ଼ିଶାର ବଣିକ ବା ବ୍ୟବସାୟୀଙ୍କ ନୌଯାତ୍ରାକୁ ପ୍ରତୀକାତ୍ମକ ଭାବେ ସ୍ମୃତିଚାରଣ କରିବା ପ୍ରଶଂସନୀୟ।

ବାଲିଯାତ୍ରା ଏହାର ଗୌରବମୟ ଅତୀତ ସ୍ମୃତିରେ ପାଳନ କରାଯାଉଥିବା ଏକ ଅନନ୍ୟ ପର୍ବ। ପ୍ରାଚୀନ କାଳରୁ ପାଳିତ ହେଉଥିବା ଏହି ପର୍ବ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ସମୃଦ୍ଧିର ପ୍ରତୀକ। ଏହା ଓଡ଼ିଶାବାସୀଙ୍କ ସମୃଦ୍ଧ ସାଂସ୍କୃତିକ ଚେତନାକୁ ମଧ୍ୟ ଦର୍ଶାଇଥାଏ।

ରାଷ୍ଟ୍ରପତି କହିଥିଲେ ଯେ, ଭାରତର ବାଣିଜ୍ୟ, ବ୍ୟବସାୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସମୁଦ୍ର ଏକ ବଡ଼ ମାଧ୍ୟମ। ସମୁଦ୍ର ଭାରତର ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିବାର ଏକ ପ୍ରମୁଖ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଥିଲେ। ସମୁଦ୍ର ଉପରେ ଆଧାରିତ ସାହିତ୍ୟ ମଧ୍ୟ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି। ଓଡ଼ିଶା ଓ ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ନୌବାଣିଜ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରମ୍ପରା ଥିଲା। ବାଣିଜ୍ୟ ଓ ବ୍ୟବସାୟ ବ୍ୟତୀତ ସେହି ବ୍ୟବସାୟୀମାନେ ଭାରତୀୟ କଳା ଓ ସଂସ୍କୃତିକୁ ବିଦେଶରେ ବିସ୍ତାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ସାମୁଦ୍ରିକ ବାଣିଜ୍ୟ ଆମ ଦେଶର ବାଣିଜ୍ୟ ଏବଂ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ପରିମାଣ ଦୃଷ୍ଟିରୁ ଭାରତର ମୋଟ ବାଣିଜ୍ୟର ୯୫ ପ୍ରତିଶତ ଏବଂ ମୂଲ୍ୟ ଦୃଷ୍ଟିରୁ ୬୫ ପ୍ରତିଶତ ସମୁଦ୍ର ପରିବହନ ମାଧ୍ୟମରେ ହୋଇଥାଏ।

ସେ ଆହୁରି କହିଥିଲେ ଯେ ଭାରତର ବନ୍ଦରଗୁଡ଼ିକ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ଭାରତୀୟ ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସେଗୁଡ଼ିକର ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସାଗରମାଳା କାର୍ଯ୍ୟକ୍ରମ ଏ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି। ‘ସମୃଦ୍ଧି ପାଇଁ ବନ୍ଦର’ ଏବଂ ‘ପ୍ରଗତି ପାଇଁ ବନ୍ଦର’ର ସ୍ୱପ୍ନକୁ ସାକାର କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ।

ବିଗତ ଦଶନ୍ଧି ମଧ୍ୟରେ ପାରାଦୀପ ବନ୍ଦରର ମାଲ୍ ପରିଚାଳନା କ୍ଷମତା ଦ୍ୱିଗୁଣିତ ହୋଇଥିବାରୁ ରାଷ୍ଟ୍ରପତି ଖୁସି ପ୍ରକାଶ କରିଥିଲେ। ଏହା ପୂର୍ବ ଉପକୂଳର ସର୍ବବୃହତ ବନ୍ଦରରେ ପରିଣତ ହୋଇଛି। ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ- ୨୦୨୩ରେ ଏହାକୁ ‘ପୋର୍ଟ ଅଫ୍ ଅପରେସନାଲ ଏକ୍ସଲେନ୍ସ ଆୱାର୍ଡ’ ମଧ୍ୟ ମିଳିଛି। ଆଜି ଉଦଘାଟିତ ହୋଇଥିବା ବହୁମୁଖୀ ଲଜିଷ୍ଟିକ୍ ପାର୍କ ବାଣିଜ୍ୟର ଦ୍ରୁତ ବିକାଶକୁ ଏକ ନୂଆ ଦିଗ ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ସେ କହିଛନ୍ତି ଯେ ଜାହାଜ ଟ୍ରାଫିକ ପରିଚାଳନା ଓ ସୂଚନା ବ୍ୟବସ୍ଥା (ଭିଟିଏମଆଇଏସ) ଦ୍ୱାରା କ୍ଷମତାସମ୍ପନ୍ନ ନୂତନ ଆଧୁନିକ ସିଗନାଲ ଷ୍ଟେସନ ଗୁଡିକ ଏହି ବନ୍ଦର ମାଧ୍ୟମରେ ଜାହାଜର ଦିଗ ନିର୍ଣ୍ଣୟ ବା ନେଭିଗେସନକୁ ଅଧିକ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.