Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!
ରାଜ୍ୟ ଖବର

ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!

February 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ଆସନକୁ ନେଇ ଗଠିତ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରେ ରହିଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ଯେଉଁ ନେତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ସେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକ୍କାବିଲା କରିପାରିବେ କି ନାହିଁ ତାକୁ ନେଇ ମତଦାତାଙ୍କ ମହଲରେ ସନ୍ଦେହ ରହିଛି। ଗତଥର ଏଠାରୁ କଂଗ୍ରେସ ନିର୍ବାଚନ ଲଢ଼ି ନାହିଁ, ଏହାର ମେଣ୍ଟ ଦଳ ନିର୍ବାଚନ ଲଢ଼ି ମାତ୍ର ୨୩, ୦୨୬ ଭୋଟ ସହିତ ଦୟନୀୟ ସ୍ଥିତିରେ ଥିଲେ।

୧୯୫୨ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୮ଥର ବିଜୟୀ ହୋଇଥିଲାବେଳେ ବିଜେଡି ୫ଥର ଓ ସିପିଏମ ୩ଥର ବିଜୟୀ ହୋଇଛି। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ପାଟଶାଣୀ ଏଠାରୁ ଲଗାତାର ୫ଥର ବିଜୟ ଲାଭ କରିଛନ୍ତି।କିନ୍ତୁ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି ଆଶା କରୁଥିଲା ଯେ ଦଳର ଭାବମୂର୍ତ୍ତିରେ ଦଳୀୟ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ସହଜରେ ବିଜୟ ଲାଭ କରିବେ। କିନ୍ତୁ ତାହା ହୋଇନଥିଲା। ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ପକ୍ଷରୁ ଦୁଇ ନବାଗତ ଥିଲେ ହେଁ ମତଦାତାମାନେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇଥିଲେ।

ଗତ ୨୦୧୯ ନିର୍ବାଚନରେ ବିଜେପି ସପକ୍ଷରେ କୌଣସି ଲହର ନ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଗତ ୫ବର୍ଷ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଗସ୍ତ କରିବା ସହିତ ନିଜର ଲୋକପ୍ରିୟତା ବୃଦ୍ଧି କରିବାରେ ଲାଗିଛନ୍ତି।

ବିଜେପି ସାଂସଦ ଅପରାଜିତାଙ୍କ ମୁକ୍କାବିଲା କରିବା ପାଇଁ ନାରୀ ନେତ୍ରୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ରଙ୍କୁ ଛାଡ଼ିଛି। ଜଣେ ନାରୀ ନେତ୍ରୀ ହିସାବରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ ହେଁ ଅପରାଜିତାଙ୍କ ଭଳି ଜନସମର୍ଥନ ପାଉନଥିବା ଦେଖିବାକୁ ମିଳୁଛି। କାରଣ ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ। ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ ଦଳୀୟ କନ୍ଦଳ ଚାଲିଛି।

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବିଧାନସଭା ଆସନର କୌଣସିଟିରେ ବିଜେପି ପ୍ରାର୍ଥୀମାନେ ଗତ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରନାହାନ୍ତି। ବିଗତ ବର୍ଷମାନଙ୍କରେ ଦଳୀୟ ନେତାମାନେ ଅପରାଜିତାଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ଅପରାଜିତା ଏଥିରେ ଦବି ନ ଯାଇ ନିଜର ଜନ ସମ୍ପର୍କ ଜାରୀ ରଖିଥିଲେ। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରଠାରୁ ସେ ଅପରାଜିତାଙ୍କୁ ସହଯୋଗ କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ଏତଦ୍‍ଭିନ୍ନ ବର୍ତ୍ତମାନ ଦେଶରେ ଯେପରି ମୋଦିଙ୍କ ଲହର ଆରମ୍ଭ ହୋଇଛି ସେଥିରୁ ବିଜେପି ସାଂସଦ ଅପରାଜିତାଙ୍କୁ ରୋକିବା ବଜଦ ପାଇଁ କଷ୍ଟକର ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଭୁବନେଶ୍ୱର ଲୋକସଭା ଆସନରୁ ୮ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ଯାହାଫଳରେ ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟି ସିପିଏମକୁ ଛାଡ଼ି ଦେଇଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ୨୩,୦୨୬ଭୋଟ ହାସଲ କରିଥିଲେ। ଗତ କିଛି ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସଂଗଠନ ଯେପରି ଦୟନୀୟ ସ୍ଥିତିରେ ରହିଥିବାରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ସମସ୍ତେ ଆଶା କରୁଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଗସ୍ତ କରିବା ପରେ କଂଗ୍ରେସ ସଂଗଠନ ନୂଆ ଶକ୍ତି ହାସଲ କରିବ। କିନ୍ତୁ ତାହା ହୋଇନାହିଁ। ଏବେ ଦଳର ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ପାଇଁ ଦଳରେ ପଡ଼ି ରହିବା ଅପେକ୍ଷା ବିଜେଡି ଓ ବିଜେପିରେ ଯୋଗଦେବାକୁ ଶ୍ରେ୍ର ମନେକରୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାର ଆଶା ବୃଥା ବୋଲି ଆଲୋଚନା ହେଉଛି।

Aparajita Sarangi bhubaneswar BJD BJP Congress election 2024 lokasabha election Odisha Shreemayee Mishra ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 11, 2025

ରାଜଧାନୀର ଖୋଲା ଆକାଶତଳେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ

December 11, 2025

ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବୈଠକ

December 11, 2025

ଅକ୍ଷୟ ଶକ୍ତି ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହ ଚୁକ୍ତିନାମା କଲେ ଗ୍ରୀଡ଼କୋ ଏବଂ ଏନଟିୟୁ ସିଙ୍ଗାପୁର

December 11, 2025
Latest News

ଓଡ଼ିଶାରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 11, 2025

ଚର୍ଚ୍ଚିତ ରାମଗୋପାଳ ମିଶ୍ର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ଫାଶୀଦଣ୍ଡ

December 11, 2025

ରାଜଧାନୀର ଖୋଲା ଆକାଶତଳେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ

December 11, 2025

ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବୈଠକ

December 11, 2025

T20 ବିଶ୍ୱକପ୍ ପୂର୍ବରୁ ବଡ଼ ଝଟକା, 3 ବିଲିୟନ ଡଲାରର ଚୁକ୍ତି ଛାଡିଲା Jio Hotstar

December 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.