India International Trade Fair: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-IITF ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହେଉଛି। ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ବାଣିଜ୍ୟ ମେଳାର ଉଦଘାଟନ କରିବେ। ଏହି ବର୍ଷର ମେଳାର ବିଷୟବସ୍ତୁ ହେଉଛି- ଏକ ଭାରତ-ଶ୍ରେଷ୍ଠ ଭାରତ।
ଏଥିରେ ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ବିହାର ପ୍ରଭୃତି ରାଜ୍ୟ ଏହି ଅନ୍ତର୍ଜାତୀୟ ମେଳାରେ ଯୋଗଦେଇଛନ୍ତି। ସେହିପରି ସଂଯୁକ୍ତ ଆରବ ଏମିରେଟ୍ସ, ଚୀନ୍, ଇରାନ, ଦକ୍ଷିଣ କୋରିଆ ଏବଂ ଇଜିପ୍ଟ ସମେତ ବାରଟି ଦେଶ ଏହି ୧୪ ଦିନିଆ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରୁଛନ୍ତି। ବାଣିଜ୍ୟ ମେଳା ଘରୋଇ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ପ୍ରଦାନ କରିବ। ବ୍ୟବସାୟ-ରୁ-ବ୍ୟବସାୟ ଏବଂ ବ୍ୟବସାୟ-ରୁ-ଗ୍ରାହକ ସଂଯୋଗକୁ ଉତ୍ସାହିତ କରିବ।
ବ୍ୟବସାୟିକ ଦିନଗୁଡ଼ିକରେ ମେଳାର ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ସ୍ଥିର କରାଯାଇଛି। ହେଲେ ସାଧାରଣ ଦିନଗୁଡ଼ିକରେ ବୟସ୍କଙ୍କ ପାଇଁ ଟିକେଟ୍ ମୂଲ୍ୟ ୮୦ ଟଙ୍କା ଏବଂ ପିଲାମାନଙ୍କ ପାଇଁ ୪୦ ଟଙ୍କା ରଖାଯାଇଛି। ଛୁଟିଦିନ ଏବଂ ସପ୍ତାହାନ୍ତରେ, ବୟସ୍କଙ୍କ ପାଇଁ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ଏବଂ ପିଲାମାନଙ୍କ ପାଇଁ ୬୦ ଟଙ୍କା ରଖାଯାଇଛି। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ମେଳାରେ ପ୍ରବେଶ ମାଗଣା।
ଦର୍ଶକମାନେ ITPO ର ସରକାରୀ ୱେବସାଇଟ୍ ଏବଂ ମନୋନୀତ ୫୫ ଟି ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ଏବଂ ଦିଲ୍ଲୀ ମେଟ୍ରୋର ‘ସାରଥି’ ଆପ୍ ମାଧ୍ୟମରେ ଟିକେଟ୍ କିଣିପାରିବେ। ମେଳାର ସମୟ ସକାଳ ୧୦ ଟାରୁ ସନ୍ଧ୍ୟା ୭:୩୦ ପର୍ଯ୍ୟନ୍ତ ଚାଲିବ। ହେଲେ ପରିଦର୍ଶକମାନେ କେବଳ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ବାଣିଜ୍ୟ ମେଳାରେ ପ୍ରବେଶ କରିପାରିବେ।


