ଯାଜପୁର: ବିଂଝାରପୁର ଥାନା ଅଙ୍ଗାଳୋ ଗ୍ରାମର ହେମନ୍ତ କୁମାର ସାମଲଙ୍କ ଘରୁ ପ୍ରାୟ ୫୦୦ ଗ୍ରାମ ସୁନା ଓ ୧ କିଲୋରୁ ଅଧିକ ରୁପା ଅଳଙ୍କାର ଚୋରି ଘଟଣାରେ ପୁଲିସ ତଦନ୍ତ ଚଳାଇଥିଲା। ସନ୍ଦେହରେ ଅଙ୍ଗାଳୋ ଗ୍ରାମର ତନ୍ମୟ ଦାସ (୨୬)କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିଲା।
ତେବେ ଶନିବାର ସନ୍ଧ୍ୟାରେ ସେଣ୍ଟ୍ରି ଦାୟିତ୍ୱରେ ଥିବା କନେଷ୍ଟବଳ ସୁନୀଲ କୁମାର କୁଲୁଙ୍କୁ ଧକ୍କା ମାରି ତନ୍ମୟ ଥାନାରୁ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ଅଭିଯୁକ୍ତ ଥାନାରୁ ଖସିଯିବା ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ASI ରାଧାକାନ୍ତ ମାଝୀ ଓ କନେଷ୍ଟବଳ ସୁନୀଲ କୁମାର କୁଲୁଙ୍କୁ ନିଲମ୍ବିତ କରାଯାଇଛି। ଏନେଇ SDPO ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି।


