Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ
ରାଜ୍ୟ ଖବର

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ଗଣେଶ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ । ପୋଲିସକୁ ଆକ୍ରମଣ କରି ୬ ଗିରଫ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଗୁଣ୍ଡର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଡିଜେ ବଜାଇ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଭସାଣି ଯାତ୍ରା ଚାଲିଥିଲା। ଏହି ସମୟରେ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲା । ଭସାଣିରେ ସାମିଲ ଥିବା ଯୁବକମାନେ ପୋଲିସକୁ ଆକ୍ରମଣ କରିଥିଲେ। ଯେଉଁଥିରେ ପୋଲିସ କର୍ମଚାରୀ ବିଶ୍ୱଜିତ୍ ବାଘ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଗୋଡ ଆଦି ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହେବା ସହ କ୍ଷତାକ୍ତ ହୋଇଯାଇଛି । ଖବର ପାଇ ନିଆଳି ପୋଲିସର ଅନ୍ୟ କର୍ମଚାରୀ, ଓଲଟପୁର ପୋଲିସ ଓ ଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ। ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ପୋଲିସ ନିଜ ପକ୍ଷରୁ ଏଫଆଇଆର ରୁଜୁ କରିବା ସହ ୮୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଗୁଣ୍ଡର ଗ୍ରାମ ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇଯାଇଛି। ଗଣେଶ ପୂଜା ପୂର୍ବରୁ ଶାନ୍ତି କମିଟି କରାଯାଇ ଡିଜେ ଓ ମଦ୍ୟପାନ ନିଷେଧ କରାଯାଇଥିଲା। କିନ୍ତୁ ତାକୁ ଅମାନ୍ୟ କରି ଗୁଣ୍ଡରରେ ଏପରି ଘଟଣା ଘଟିଛି। ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

ଗଣେଷ ଭସାଣୀ ଗିରଫଦାରୀ ପୋଲିସ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ହସପିଟାଲ

November 5, 2026

IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ

November 5, 2026

ରାଜଧାନୀରେ ପୁଣି ଫୁଟିଲା ଗୁଳି! ମାଉସୀ ମା’ ଛକରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

November 5, 2026

୩୨ ବର୍ଷର ଲଢ଼େଇରେ କର୍ମଚାରୀଙ୍କ ବଡ଼ ବିଜୟ, ୧୯୯୪ରୁ ମିଳିବ ଚାକିରିର ମାନ୍ୟତା; ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ବି ପାଇବେ ବକେୟା ଟଙ୍କା

November 5, 2026
Latest News

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026

New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ହସପିଟାଲ

November 5, 2026

କେଉଁଟା ଶ୍ରେଷ୍ଠ ODI ଇନିଂସ?: ଜନ୍ମଦିନରେ ଖୁଲାସା କଲେ ବିରାଟ କୋହଲି

November 5, 2026

ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା: ୯ ହଜାର ବଢ଼ିଲା ରୁପା

November 5, 2026

IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.