Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା
ରାଜ୍ୟ ଖବର

ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା

November 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
High Court ruling on GRS recruitment: SC/ST reservation policy to be applicable

କଟକ: ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ନିଯୁକ୍ତିରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୧୯ ଅଗଷ୍ଟ ୨୦୨୩ ପୂର୍ବରୁ ଜାରି ହୋଇଥିବା ବିଜ୍ଞାପନରେ ସଂରକ୍ଷଣ ଲାଗୁ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିବା ବେଳେ, ଏହି ତାରିଖ କିମ୍ବା ଏହାପରେ ଜାରି ହେବାକୁଥିବା ନିଯୁକ୍ତି ବିଜ୍ଞାପନରେ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ରାୟରେ କୁହାଯାଇଛି। ସୂଚନାଯୋଗ୍ୟ ୧୯ ଅଗଷ୍ଟ ୨୦୨୩ ପୂର୍ବରୁ ସ୍କିମ୍‌ଭତିିକ, ଚୁକ୍ତିଭିତିକ ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ଭିତିକ ପଦବିରେ ସଂରକ୍ଷଣ ଲାଗୁ କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନଥିଲା। ଏଣୁ ୬ ଏପ୍ରିଲ ୨୦୧୮ରେ ଜାରି ମାର୍ଗଦର୍ଶିକା ଏବଂ ୩୦ ଜୁନ୍ ୨୦୧୮ରେ ୧୯ଟି ଜିଆରଏସ୍ ପଦବି ପାଇଁ ପ୍ରକାଶିତ ବିଜ୍ଞାପନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଆଇନ ସମ୍ମତ ନଥିଲା। ଏହି ସଂକ୍ରାନ୍ତରେ ପୂର୍ବ ରାୟରେ ନିଆଯାଇଥିବା ନିଷ୍ପତିିକୁ ଅଦାଲତ ବଳବତର ରଖିଛନ୍ତି। ଅନ୍ୟପକ୍ଷରେ, ଓଡ଼ିଶା ସଂରକ୍ଷଣ ଆଇନର ୨୦୨୩ ସଂଶୋଧନ ଦ୍ୱାରା ଧାରା ୩(୨) ଯୋଡ଼ାଯିବା ପରେ ସ୍କିମ୍ ଭିତିିକ, ଚୁକ୍ତିଭିତିକ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ଭିତିକ ପଦବିରେ ସଂରକ୍ଷଣ ଲାଗୁ କରିବାକୁ ଆଇନରେ ରହିଛି। ତେଣୁ ୧୯ ଅଗଷ୍ଟ ୨୦୨୩ କିମ୍ବା ଏହା ପରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନଗୁଡ଼ିକ ସଂଶୋଧିତ ଆଇନ ଅନୁଯାୟୀ ପରିଚାଳିତ ହେବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ୨୦୧୮ର ଜିଆରଏସ୍ ନିଯୁକ୍ତି ମାର୍ଗଦର୍ଶିକା ଓ ବିଜ୍ଞାପନକୁ ଚ୍ୟାଲେଞ୍ଜ କରି ଦାଏର ମୂଳ ମାମଲାରେ ହାଇକୋର୍ଟ ୬ ଫେବ୍ରୁଆରି ୨୦୨୫ରେ ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ତେବେ ୨୦୨୩ରେ ଆଇନରେ ହୋଇଥିବା ସଂଶୋଧନକୁ ପୂର୍ବ ରାୟରେ ବିଚାରକୁ ନିଆଯାଇନଥିବା ଦର୍ଶାଇ ରାଜ୍ୟ ସରକାର ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ଏହାର ଶୁଣାଣି ପରେ ହାଇକୋର୍ଟ ଆଂଶିକ ସଂଶୋଧିତ ରାୟ ଦେଇଛନ୍ତି।

ଏସ୍‌ସି-ଏସ୍‌ଟି ସଂରକ୍ଷଣ ଜିଆରଏସ୍‌ ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ର ମୁହାଁ ବାତ୍ୟା ‘ଅକଭାନ୍‌’ : ୨୦ରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ

November 17, 2026

ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ

November 17, 2026

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବଡ଼ ଉପହାର : ୩୧୪ ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ୍‌

November 16, 2026

ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ

November 16, 2026
Latest News

ଆନ୍ଧ୍ର ମୁହାଁ ବାତ୍ୟା ‘ଅକଭାନ୍‌’ : ୨୦ରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ

November 17, 2026

ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା

November 17, 2026

ଏସ୍‌ଆଇଆର୍ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଇଣ୍ଡିଆ ମେଣ୍ଟ

November 17, 2026

ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ

November 17, 2026

ଛଠ୍ ପର୍ବକୁ ନେଇ TMC-BJP ମଧ୍ୟରେ ବାକ୍‌ଯୁଦ୍ଧ, ଚିରାଗଙ୍କ ନିଶାନାରେ ଅଭିଷେକ ଓ ରାହୁଲ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.