Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମନ୍ତ୍ରୀପଡା ଭାବେ ପରିଚିତ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଥିଲା, ଶେଷରେ ଜିଲ୍ଲା ଯୋଜନା କମିଟ ଅଧ୍ୟକ୍ଷ ପଦରୁ ମଧ୍ୟ ବାଦ ପଡିଲେ କେନ୍ଦ୍ରାପଡିଆ ବିଧାୟକ। କାହିଁକି ?
ମତାମତ

ମନ୍ତ୍ରୀପଡା ଭାବେ ପରିଚିତ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଥିଲା, ଶେଷରେ ଜିଲ୍ଲା ଯୋଜନା କମିଟ ଅଧ୍ୟକ୍ଷ ପଦରୁ ମଧ୍ୟ ବାଦ ପଡିଲେ କେନ୍ଦ୍ରାପଡିଆ ବିଧାୟକ। କାହିଁକି ?

August 13, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ କୌଣସି ଅସୁବିଧା ନାହିଁ। ଏହି ବିଜ୍ଞପ୍ତିରେ ୧୮ ଜଣ ମନ୍ତ୍ରୀଙ୍କ ସହିତ ୧୨ ଜଣ ବିଧାୟକଙ୍କ ନାମ ମଧ୍ୟ ରହିଛି। ଏହି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରାଯାଇଛି। ହେଲେ ଦୁଃଖର କଥା ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ଓ ଶକ୍ତିଶାଳି ବିଧାୟକଙ୍କ ନାମ ମଧ୍ୟ ନାହିଁ। ସେଦିନ ଚା ଖଟିର କାଠ ବେଞ୍ଚ ଉପରେ ବସି କେନ୍ଦ୍ରାପଡାର ଜଣେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତିକୁ ଏକ ନିଃସ୍ବାସରେ ପଢି ଚାଲିଲେ। ଆମେ ପାଟିରୁ ଗରମ ଚାହାଟା ବାହର କରି କହିଲୁ, କାହିଁ କଣ ହେଲା କି ? ନ ଥିଲେ ନ ଥିବ ଏଥିରେ ଅସୁବିଧା କଣ ହେଲା।

ଭାଇ, ଆପଣ ଜଣେ ସାମ୍ବାଦିକ ଲୋକ। ଆପଣ ମୁଣ୍ଡଟା ଟିକିଏ ଭିତରକୁ ପୁରାନ୍ତୁ। କହିଲେ ଦେଖି, କେନ୍ଦ୍ରାପଡାକୁ ଏକଦା ମନ୍ତ୍ରୀପଡା ବୋଲି କୁହାଯାଉଥିଲା କି ନାହିଁ। ଆମେ ଉତ୍ତରରେ କହିଲୁ ହଁ, ଏଥିରେ କିଛି ଭାବିବାର ନାହିଁ। ହେଲେ ତାହା କିନ୍ତୁ ବର୍ତ୍ତମାନ ଇତିହାସ ପାଲଟି ଯାଇଛି। ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀପଡା ନୁହେଁ ,ମନ୍ତ୍ରୀଛଡା ହୋଇଗଲାଣି ଭାଇ। ଆପଣ ସବୁ କଥାକୁ ସାମ୍ବାଦିକିଆ ଠାଣିରେ ଦେଖୁଛନ୍ତି। ଟିକିଏ ଅଭିମାନ ଭରା କଣ୍ଠରେ ସେ କହିଲେ। ଆମେ କହିଲୁ ଭାଇ ଖରାପ ଭାବନ୍ତୁ ନାହିଁ, ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଛି କି ନାହିଁ। ପୂର୍ବରୁ ମନ୍ତ୍ରୀଛଡା ଏବେ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ମଧ୍ୟ କରାଗଲା ନାହିଁ। ଏହାଠୁ ବଡ ଲଜ୍ଜାଜନକ ସ୍ଥିତ କଣ ଅଛି କହୁନ ? ଆପଣଙ୍କ ଜିଲ୍ଲାରେ ଯେଉଁମାନେ ବିଧାୟକ ଅଛନ୍ତି ସେମାନେ କଣ ମନ୍ତ୍ରୀ ପାଇଁ ଅଯୋଗ୍ୟ କି ? ହେଲେ କଣ ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଗଲା ନାହିଁ ? କଣପାଇଁ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରଗଲା ନାହିଁ ?

କିଛି ସମୟ ପାଇଁ ସେ ହାତରେ ଚା ଗ୍ଲାସ ଧରି ମୋ ମୁହଁକୁ ଅନାଇ ରହିଲେ। ଆମେ କହିଲୁ ଭାଇ ଉତ୍ତର ଦିଅ। ତାପରେ ସେ ଗ୍ଲାସଟି ତଳେ ଥୋଇ କହିଲେ, ଆଚ୍ଛା ଠିକ୍ କଥା। ବର୍ତ୍ତମାନ ମୁଁ ସେ ଦିଗକୁ ଯାଉ ନାହିଁ। ଆପଣଙ୍କୁ ଗୋଟିଏ କଥା ପଚାରୁଛି। ପ୍ରଥମ କଥା କୁହ କେନ୍ଦ୍ରାପଡା ବାସୀ ନବୀନବାବୁଙ୍କୁ କଣ ନ ଦେଇଛନ୍ତି। ଆମେ ପଚାରୁଲୁ ମାନେ ? ମାନେ ହେଉଛି କେନ୍ଦ୍ରାପଡା ବାସୀ ନବୀନବାବୁଙ୍କ ସମସ୍ତ କଥାକୁ ମାନି ସାହାର୍ଯ୍ୟ କରି ଆସିଛନ୍ତି। ଧରି ନିଆନ୍ତୁ, କେନ୍ଦ୍ରପଡାରେ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରାଗଲା। ସେ କେନ୍ଦ୍ରାପଡା ଲୋକ ନ ହେଲେ ମଧ୍ୟ ନବୀନବାବୁଙ୍କ ମୁହଁକୁ ଚାହିଁ ତାଙ୍କୁ ଜିତାଇଲେ। ହଁ ନା ନାହିଁ। ତାପରେ ଦ୍ବୀତିୟ କଥା ହେଲା, ସାଂସଦ ଭାବେ କେନ୍ଦ୍ରାପଡାବାସୀ ଅନୁଭବ ମହାନ୍ତିଙ୍କୁ ଜିତାଇଲେ। ଖାଲି ଜିତାଇଲେ ନୁହେଁ ଭାଇ.. ଦେଢ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇଲେ। ହଁ ନା ନାହିଁ। କହିଲ ଦେଖି, ସେ କଣ କେନ୍ଦ୍ରାପଡା ଲୋକ।

ଆଉ ଗୋଟିଏ ଉଦାହରଣ ଦେଉଛି। ୨୦୧୪ ନିର୍ବାଚନରେ କେନ୍ଦ୍ରାପଡାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ଆମ ବିଜେଡି ମାତ୍ର ତିନୋଟିରେ ଜିତିଥିଲା। ହେଲେ ସେତେବେଳେ ନବୀନବାବୁ ଗୋଟିଏ ମନ୍ତ୍ରୀପଦ ଦେଇଥିଲେ। ସେ ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ। ଏଥର ନିର୍ବାଚନରେ କେନ୍ଦ୍ରାପଡାବାସୀ ପୁରା ୫ରୁ ୫ ଆସନ ବିଜେଡିକୁ ଦେଇଦେଲେ। ସେହି ହିସାବ ଅନୁସାରେ ଏଥର ଆମ ଜିଲ୍ଲାରୁ ଅନ୍ତତଃ ଦୁଇଜଣ ମନ୍ତ୍ରୀ ହେବା କଥା। ହେଲେ କିଛି ହେଲେ ନାହିଁ। କେନ୍ଦ୍ରାପଡାବାସୀ ନବୀନବାବୁଙ୍କ କଥାକୁ ଗ୍ରହଣ କରି, ମଥାପାତି ସମ୍ମାନ ଦେଉଛନ୍ତି। ସେଥିପାଇଁ ନବୀନବାବୁ କେନ୍ଦ୍ରାପଡା ବାସୀଙ୍କ ତ୍ୟାଗକୁ ବୁଝିବା ଦରକାର ଭାଇ।

ଦୀର୍ଘ ସମୟ ଧରି ଏତେ କଥା କହିବା ପରେ ଆମେ କହିଲୁ, ଠିକ୍ ଅଛି, ତା ହେଲେ କହିଲ, ଯଦି କେନ୍ଦ୍ରାପଡାବାସୀ ଏତେ ତ୍ୟାଗ କରିଛନ୍ତି, ତେବେ ନବୀନବାବୁ କାହିଁକି ସେ କଥାକୁ ହୃଦୟଙ୍ଗମ କରିପାରୁ ନାହାଁନ୍ତି। ଏହାର କାରଣ କଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି। ସେ ଟିକିଏ ରହି ଦୀର୍ଘ ନିଃସ୍ବାସ ପକାଇ କହିଲେ, ଭାଇ କଣ କହିବା, ଘର କଥା ପରକୁ କହିବାକୁ ଲାଜ ଲାଗୁଛି। ଆମେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଅନାଇଲୁ। କଣ ହେଲା ସିଧାସିଧା କହୁ ନାହାଁନ୍ତି। ପୁଣି ଦୀର୍ଘ ନିଶ୍ବାସ ପକାଇ କହିଲେ, ସେ ଅତନୁ ଓ ପ୍ରତାପ ପାଇଁ ତ ଏତେ କଥା। ଆମେ ଏ ଦୁଇ ଜଣଙ୍କ ନାଁ ଶୁଣି ହସିବାକୁ ଚାହୁଁଥିଲୁ ହେଲେ ହସକୁ ଚାପିଦେଇ କହିଲୁ, କଣ ହେଲା? ଅତନୁ ଓ ପ୍ରତାପ କଣ ଅସୁବିଧା କଲେ କି? ନାହିଁ… ହେ… ଭାଇ ସେ ଦୁଇ ଜଣଙ୍କ ଭିତରେ ଠିକରେ ପଟୁନି। ଜଣଙ୍କୁ ମନ୍ତ୍ରୀ କରିଦେଲେ ଆଉ ଜଣେ ଖପ୍ପା। ତେଣୁ ନବୀନବାବୁ ଭାବିଲେ ବଂର କାହାକୁ ପଦପଦବୀ ନ ଦେଇ ଚୁପ ବସାଇ ଦେବା ଠିକ୍ ହେବ। ସେଇଥି ପାଇଁ ସେ କେନ୍ଦ୍ରାପଡାକୁ ମନ୍ତ୍ରୀଛଡା କରିଦେଲେ। ଆଉ ନ ହେଲେ କିଛି ନାହିଁ।

ଆମେ ଭାବି ନେଲୁ ଯେ, ବାବୁ ଜଣଙ୍କ ଏବେ ଠିକ୍ ବାଟକୁ ଆସିଯାଇଛନ୍ତି। ଭାବି ଚିନ୍ତି ମଞ୍ଜି କଥା କହିଛନ୍ତି। ତଥାପି ଆଉ କିଛି କଥା ଆଦାୟ କରିବା ପାଇଁ ପଚାରି ଦେଲୁ, ତାଙ୍କ ଦୁଇ ଜଣଙ୍କୁ ଛାଡି କଣ ଆଉ କାହାକୁ ମନ୍ତ୍ରୀ କଲେ କିଛି ଅସୁବିଧା ହେବ କି? ହଠାତ୍ ସେ ଉପରେ ମାଡି ବସି ବଡ ପାଟିରେ କହିଲେ ନାଇଁ ଆଜ୍ଞା ..ନାଇଁ ଆଜ୍ଞା, ସେ କଥା ହେବ ନାହିଁ। ପ୍ରଳୟ, ଘୋର ପ୍ରଳୟ, ୧୯୯୯ ମସିହାର ମହାବାତ୍ୟା ହୋଇଯିବ। ନବୀନବାବୁ ସମ୍ଭାଳି ପାରିବେ ନାହିଁ। ତା ହେଲେ ଏବେ କୁହନ୍ତୁ ନବୀନବାବୁ ବର୍ତ୍ତମାନ ଯାହା କରିଛନ୍ତି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି। ସେ ଆବାକ୍ ହୋଇ ଆମ ମୁହଁକୁ ଚାହିଁ କହିଲେ ଆଁ…….ଭାଇ ମୁଁ ଆସିଛି, ଟିକିଏ ସଚିବାଳୟ ଯିବାର ଅଛି। ନମସ୍କାର। ଏତକ କହି ତରତର ହୋଇ ସେ ଚାଲିଗଲେ। ଆମେ ପଛରୁ ତାଙ୍କୁ ବାଏ ବାଏ କରିବା ଛଡା ଆଉ କିଛି ଉପାୟ ନ ଥିଲା।

atanusabyasachi kendrapada pratapdev thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.