Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମାତୃଭାଷା ଦିବସ; ଇତିହାସର ଅନ୍ଧାର ଭିତରେ ଏକ ରକ୍ତକଥା
ମତାମତ

ମାତୃଭାଷା ଦିବସ; ଇତିହାସର ଅନ୍ଧାର ଭିତରେ ଏକ ରକ୍ତକଥା

February 21, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଜ୍ୟୋତି ନନ୍ଦ

ଏଇ ସ୍ଥାପତ୍ୟ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର ।

ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ୟାନ” ବା “ଏକୋଇଶ ର ଉଦ୍ୟାନ” ହିସାବରେ ଏକୋଇଶ ଫେବୃଆରୀ ୨୦୧୬ ଦିନ ଉଦଘାଟନ କରା ଯାଇଥିଲା।

ସ୍ଥାପତ୍ୟର ନାଆଁ ହେଉଛି,ଭଉଣୀ କୋଳରେ ଜଣେ ଶହୀଦ।

ସେତିକିରେ କ’ଣ ଆମ ମାନଙ୍କ ଭଳି ଯେଉଁମାନଙ୍କର ଛାତି ନିହାତି ଦୁର୍ବଳ ସେମାନେ ଧିର ସ୍ଥିର ହୋଇ ଏଇ କଳାକର୍ମ କୁ ଦେଖିପାରିବେ ?ସ୍ଥାପତ୍ୟର ପଛପଟରେ ନେପଥ୍ୟର ଇତିହାସ ବଖାଣ ହୋଇଛି।ଦୟାକରି ପଢିବେ।ସାମ୍ନା ପଟରେ ତିନଧାଡି କବିତା ଅଛି ବଙ୍ଗଳା ଭାଷାରେ ଯାହାର ଓଡିଆ ତର୍ଜମା ଏଇପରି ହେବ:

“ଆମର ଭାଇର ରକ୍ତେ ରଂଜିତ
ଏକୋଇଶ  ଫେବୃଆରୀ ,
ଆମେ କି ପାରିବା ଭୁଲି ?”

ଯେଉଁଠି ରକ୍ତପାତ ଏତେ ନିବିଡ ସେଠାରେ ସାମାନ୍ୟ ଭାଷାର କି ସାମର୍ଥ୍ୟ ଅଛି ପ୍ରତିବନ୍ଧକ ସୃଷ୍ଟି କରିବ?ଆଶା କରୁଛି ଆମେ ସମସ୍ତେ ଏହା ର ଅର୍ଥ ବୁଝି ପାରୁଥିବା।ଆମର ପ୍ରତିବେଶୀ ରାଷ୍ଟ୍ର ବାଂଲା ଦେଶର ଅବଦୁଲ୍ ଗଫର ଚୌଧୁରୀଙ୍କର ଏଇ ବିଶ୍ବବନ୍ଦିତ ଗୀତଟି ମୁଁ କେବେହେଲେ ପୂରା ଶୁଣିପାରେ ନାହିଁ।

ଲୁହ ମାନେ ଅବୋଧ ଶିଶୁ,ସେମାନଙ୍କର ଦୋଷ କାହିଁକି ଧରିବା?ସେମାନଙ୍କର ଅଳି ଅର୍ଦ୍ଦଳି ତ ରହିବ।

ଇତିହାସରେ କିଛି ଦିନକୁ ଦେଖିବ ଜୀବନ୍ତ,ଖୁବ୍ ବେଶି ଜୀବନ୍ତ। ଆଜି ଦିନଟି ଭଳି।

୧୯୫୨ ମସିହାର ଆଜି ତାରିଖ ଦିନ ଇତିହାସରେ ପଲାଶ ଫୁଲ ହୋଇ ଫୁଟିଗଲେ ସେତେବେଳର ପୂର୍ବ ପାକିସ୍ଥାନ ବା ଆଜିର ବାଂଲାଦେଶର ତରୁଣ ଅବଦୁସ୍ ସଲାମ,ଆବୁଲ ବରକତ୍,ରଫିକ୍, ଜବାର୍,ଶଫିଉର୍ ଆଉ ଅହିଉଲ୍ଲାହ।”ବାଂଲା ଭାଷା,ପ୍ରାଣେର ଭାଷା” ସ୍ଲୋଗାନ ରେ ଢାକା ରାଜପଥରେ ପ୍ରାଣବଳୀ ଦିଅନ୍ତି ଏଇ ତରୁଣ ବଂଗାଳୀ ପ୍ରଜନ୍ମ ତତ୍କାଳୀନ ପାକିସ୍ଥାନ ସରକାରଙ୍କର ବଂଗାଳୀ ବିଦ୍ବେଷ ବିରୁଦ୍ଧରେ ସ୍ବର ତୋଳି।ସେଇଦିନ ଠାରୁ ଗୋଟିଏ ସ୍ବତନ୍ତ୍ର ବାଂଲା ଦେଶର ଧାରଣା ଜନ୍ମ ନେଇଥିଲା ସେଠାରେ।

ଅନେକ ରକ୍ତପାତ ପରେ ବାଂଲା ଦେଶ ହେଲା ୧୯୭୧ ରେ।ବଙ୍ଗଳା ଆଜି ଜାତିସଂଘର ସ୍ବୀକୃତ ଭାଷା କାରଣ ତାହା ଗୋଟିଏ ସ୍ବାଧୀନ ରାଷ୍ଟ୍ରର ଅର୍ଥାତ୍ ବାଂଲା ଦେଶର ଭାଷା।

ବାଂଲାଦେଶରେ ଏଇ ୨୧ ଫେବୃଆରୀକୁ “ଅମର ଏକୁଶେ”ହିସାବରେ ଏକ ଭାଷା ଦିବସ ହିସାବରେ ପାଳନ କରା ହୋଇ ଆସୁଛି। କିଂତୁ ଏଇ ଦିନକୁ ୧୭ ନଭେମ୍ବର ୧୯୯୯ ରେ ମିଳିତ ଜାତିସଂଘର ୩୦ତମ ଅଧିବେଶନରେ ୨୮ଟି ସଦସ୍ଯ ଦେଶର ସମର୍ଥନ ରେ “ଆନ୍ତର୍ଜାତିକ ମାତୃଭାଷା ଦିବସ “ହିସାବରେ ସ୍ବୀକୃତି ଦିଆଯାଇଛି। ତାହାପରଠାରୁ ୨୦୦୦ ମସିହାରୁ ଏଇଦିନଟି ଆଉ ବାଂଲାଦେଶର ଏକଚାଟିଆ ଅଧିକାର ରେ ନାହିଁ।ଦିନ ଟି ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଦିନ।ପ୍ରାୟତଃ ବିଶ୍ବର ୧୮୮ ଟି ଦେଶର ଏହା ଏବେ ପାଳିତ ହେଉଛି।ଏପରିକି ପାକିସ୍ଥାନ ରେ ବି।

ଯେଉଁ ପାକିସ୍ଥାନୀ ଶାସକ ଗୋଷ୍ଠୀର ଷଡଯନ୍ତ୍ର ଯୋଗୁ ଦିନେ ଜନ୍ମ ନେଇଥିଲା ମହାନ ଏକୋଈଶ ଫେବୃଆରୀ ସେଠାରେ ଏଇ ମାତୃଭାଷା ଦିବସ ଟି ସେମିତି ନହେଲେବି ଧୁମଧାମ୍ ରେ ପାଳନ ହୁଏ।କରାଚୀ,ଇସଲାମାବାଦ ପ୍ରଭୃତି ସହରରେ ସାହିତ୍ଯ ଉତ୍ସବ ହୁଏ ଆଲୋଚନା ଚକ୍ର ମାନ ହୁଏ।

ଏତିକି ପଢିସାରିବା ପରେ ଏଇଠେ ବସି ଆମେ ଆଜି କ’ଣ ଭାବିବା?

ତରୁଣ ମାନଙ୍କ ଭିତରେ ଭାଷା ପାଇଁ ଉନ୍ଭାଦନା ଆସିଲେ ସେମାନେ ଯେ କୌଣସି ଚରମ ତ୍ଯାଗ ପାଇଁ ପ୍ରସ୍ତୁତ ହୋଇ ଲଢି ପାରିବେ।ଆଉ କେହି ନୁହଁ।ସେମାନେ ଉଚ୍ଚ କଣ୍ଠରେ ହିଁ କହିପାରନ୍ତି,ଭାଷା ଆମର ଅଧୀକାର ଆଉ ଦାୟିତ୍ବ ବି।ଆଉ ବାକି ଆମେ ଯେଉଁମାନେ ରହିଲୁ ସେମାନଙ୍କର ହଲିଲା ପାଣିକୁ ଗୋଡ ବଢାଇବା କିସ ଦରକାର?ଯଦି ଆମ ଭିତରୁ କିଏ ଲେଖକ ତେବେ ତାହାର ଅମରତ୍ବ ଟିଏ ଲୋଡା।ଅମରତ୍ବ କହିଲେ ଓଡିଆ ସାହିତ୍ୟର ପାଠ୍ଯକ୍ରମ ରେ ରହିଗଲେ ହେଲା।ଆମେ ସମସ୍ତେ ନିଜକୁ ସର୍ବୋତ୍ତମ ପାଠ୍ଯ ର ଯୋଗ୍ଯତାରେ ରଖୁ।ବାକି ଅନ୍ଯ ସବୁ କଥାକୁ ଆଖିରେ ଅନ୍ଧପୁଟୁଳୀ ବାନ୍ଧି ବସିଥାଉ।କିନ୍ତୁ ଆମେ ଠିକ୍ କାନ ଡେରି ଥାଉ ସଂଜୟ ଆଡକୁ। ସଂଜୟ କ’ଣ କହୁଛି ?

ଆମେ ଯଦି ସାହିତ୍ୟ କଲୁ ତେବେ ଆମର ଲୋଡା ସଂଜୟ।ସଂଜୟ ମାର୍ଫତ ରେ ହିଁ ଆମର ସମସ୍ତ ଛାୟା ଯୁଦ୍ଧର ସିତ୍କାର।

ଆଉ ଗୋଟିଏ କଥା ଆମେ ଅମର ଏକୋଈଶ ରୁ ଶିଖିଲୁ ତାହା ହେଉଛି ଭାଷାଟି ଯେ କୌଣସି ଧାର୍ମିକ ବିଭିନ୍ନତା ରୁ ଉର୍ଦ୍ଧ୍ବ ରେ।

ମାତୃଭାଷା ଦିବସରେ ଏଇ ଦୁଇଟି କିଛି କମ୍ ଉପଲବ୍ଧି ନୁହଁ।

ଆମର କୃତବିଦ୍ଯ ମାନଙ୍କର ଗପ କବିତା ଉପନ୍ୟାସ ଆପଣ ମାନଙ୍କର ନିତ୍ଯ ସହଚର ହୋଇଥିବ। ସେମାନଙ୍କର ଭାଷାଭାବନା ଉପରେ ଆପଣମାନେ ହୁଏତ ଜାଣିଥାଇ ପାରନ୍ତି ମାତ୍ର ମୋ ଧାରଣାରେ ଆମର ଏଠିକାର କୃତବିଦ୍ୟ ସାରସ୍ୱତ ସାଧକ ମାନଙ୍କର ଭାଷାଭାବନା ବୋଲି କିଛି ନାହିଁ। ହୁଏତ ସେମାନେ ଭାଷାଭାବନା ଟି କୁ ନିଜର ସୃଜନାତ୍ମକ ଦୃଷ୍ଟିରେ ନିକୃଷ୍ଟ ମନେ କରୁଥାଇ ପାରନ୍ତି କିଏ ଜାଣେ?

ମୁଁ ଭୁବନେଶ୍ୱର ରେ ଅଛି।ଆଜି ମାତୃଭାଷାର ଦିବସ ସଂପର୍କ ରେ କୌଣସି ଉତ୍ସାହପ୍ରଦ ସୂଚନା ମୋ ପାଖରେ ନାହିଁ।

ଆମର ଏକୋଈଶ ପାଳନ ଅବସରରେ ଥରେ ବାଂଲା ଦେଶର ଗୋଟିଏ ଚାନେଲ୍ କିଛି ଲୋକଙ୍କୁ ପଚାରିଥିଲେ,ବାଂଲା ଭାଷାରେ ଆପଣଙ୍କର ସବୁଠାରୁ ପ୍ରିୟ ଶବ୍ଦର କଥା କହିଲେ କେଉଁ ଶବ୍ଦଟି ମନକୁ ଆସୁଛି?

ସବୁଠାରୁ ବେଶି ଯେଉଁ ଉତ୍ତର ଟି ଥିଲା ତାହା ହେଉଛି,ମା।

ପ୍ରତି ଦୁଇ ସପ୍ତାହ ରେ ପୃଥିବୀରୁ ଗୋଟିଏ ଭାଷା ମରେ। ପ୍ରତି ଭାଷା ମରିବା ସହିତ ପୃଥିବୀ ଟି ଅଧିକରୁ ଅଧିକ ସଂକୁଚିତ ହୋଇଯାଏ।ସଂକୁଚିତ ଏଇଥିପାଇଁ ହୁଏ କାରଣ ଆମେ ଯେତେ ଅଧିକ ଭାଷାରେ ପୃଥିବୀକୁ ଡାକିବୁ ପୃଥିବୀର ସେତିକି ଶବ୍ଦ-ଧ୍ବନୀ-ଭିତ୍ତିକ ବ୍ଯାପ୍ତି ରୂପ ରହିବ।

ଓନା-ଭାରତୀୟ ବୋଲି ଗୋଟିଏ ସଂପ୍ରଦାୟର ଶେଷ ପ୍ରତିନିଧି ଥିଲା ଆଂଜେଲା ଲୋଇଜ୍।ଆଂଜେଲା ସେଇ ସଂପ୍ରଦାୟଙ୍କ ଭାଷା କହିବାରେ ଶେଷ ଓ ଏକମାତ୍ର ମହିଳା।ସେ ଯାହା କହୁଥିଲା ତାହା କେବଳ ନିଜେ ବୁଝୁଥିଲା। ୧୯୭୪ ରେ ସେ ପ୍ରାଣତ୍ୟାଗ କଲା।

ଓନା-ଭାରତୀୟ ମାନେ ଅନେକ ଦେବତାଙ୍କୁ ପୂଜା କରୁଥିଲେ।ସେମାନଙ୍କର ମଧ୍ଯରେ ଶ୍ରେଷ୍ଠ ଦେବତା ଥିଲେ,ପେମାଲକ୍।

ପେମାଲକ୍ ର ଅର୍ଥ ହେଉଛି;”ଶବ୍ଦ”।

ଆଜି ସକାଳୁ ଭାଷା ଶହୀଦ ମାନଙ୍କ ବିଷୟରେ ପଢୁଥିଲା ବେଳେ ଗୋଟିଏ କବିତା ଆଖିରେ ପଡିଲା। କବିତାର ଆବେଗ ମୋତେ ଏଯାଏଁ ଆଚ୍ଛନ୍ନ କରି ରଖିଛି।ନିଜ ମାଆର ଭାଷା ପାଇଁ ନିଜ ଶରୀରକୁ ରକ୍ତ ରଂଜିତ କରିଥିବା ଅବିସ୍ମରଣୀୟ ଚରିତ୍ରଟିର ମାଆର ବେଦନାରେ ଏ କବିତା।କବିତାଟି ବାଂଲାଦେଶର।କବି ହେଉଛନ୍ତି ଆବୁ ଜାଫର ଓବାୟଦୁଲ୍ଲା।

ଆବୁ ଜାଫର ଓବାୟଦୁଲ୍ଲା

ମାଆଲୋ ,ସେମାନେ କହନ୍ତି

“””””””

କଖାରୁ ଫୁଲ ଫୁଲରେ
ନଇଁ ଯାଇଛି ଲତାଟି,
ସଜନା ଛୁଇଁ କଷିରେ
ଭରିଯାଇଛି ଗଛଟି।
ଆଉ ମୁଁ ବିରି ବଡି
ଶୁଖେଇ ରଖିଛି-
ବାବୁରେ,ତୁ କେବେ ଆସିବୁ !
କେବେ ପଡିବ ଛୁଟି ?”

ଚିଠିଟି ତା’ ପକେଟରେ ଥିଲା,
ଛିଣ୍ଡା ଆଉ ଭିଜିଯାଇଥିଲା ରକ୍ତରେ।

“ମାଆ ଲୋ,ସେମାନେ କହୁଛନ୍ତି,
ସମସ୍ତଙ୍କର କଥାକୁ ଛଡେଇ ନେବେ
ତୋ କୋଳରେ ଶୋଇ
ଗପ ଶୁଣିବାକୁ ଦେବେନି।
ମାଆ ଲୋ,କହ,ସେମିତି କ’ଣ ହବ ?
ସେଇଥିପାଇଁ ତ ମୋର ଡେରି ହେଉଛି।
ତୋହରି ପାଇଁ ଗପ ପାଛିଆଏ ଧରି
ତେବେ ସିନା ଘରକୁ ଫେରିବି।
ସୁନା ମାଆ,ରାଗ କରନା,
ଆଉ ମାତ୍ର କେଇଟା ତ ଦିନ।”

” ଧନ ପୂରା ପାଗଳ ”
ମାଆ ପଢେ ଆଉ ହସେ
“ତୋ ଉପରେ ରାଗି ପାରିବି ବାବୁ !”

କୋରା ନଡିଆ କଂସାରେ ଅଛି
ଉଡକି ଧାନର ମୁଢିଭଜା
ଏଇଟି ସେଇଟି ଆଉ ଛୋଟମୋଟ
ବାବୁ ଫେରୁଛି ଘରକୁ !
କ୍ଲାନ୍ତ ଧନଟି ମୋର।

କଖାରୁ ଫୁଲ
ମଉଳି ଗଲା
ଝରିପଡିଲା ଡେମ୍ଫ
ପୋଇ ଲତା ତ ଶୁଖିଯାଇଛି
“କେବେ ଆସିବୁ ବାପ ?”

ଝାପସା ଆଖିରେ ମାଆ ଚାହିଁଛି
ଅଗଣା,ସାରା ଅଗଣା
ସେଇଠେ ଶୋଇଛି ଧନମାଳୀ ର ଶବ
ବ୍ୟବଚ୍ଛେଦ ରେ ବ୍ୟସ୍ତ ସବୁ ଶାଗୁଣା।

ଏବେ,
ମାଆର ଆଖିରେ ଚୈତ୍ରର ଖରା
ଜାଳିଦିଏ ଶାଗୁଣାଙ୍କୁ।
ତାହାପରେ
ଚୁଲ୍ଲିମୁଣ୍ଡରେ ବସି
ମାଆ ପୁଣି ଧାନ ଭାଜେ
ବିନ୍ନି ଧାନର ଖଇ ଭାଜେ
ଧନମାଳୀ ତା’ର
କେବେ ଆସିବ ! ଆସିବ କେବେ !

ଏବେ,
ମାଆର ଆଖିରେ ଭୋର୍ ର ଶିଶିର,
ସ୍ନେହର କଅଁଳ ଖରାରେ
ଭରିଯାଇଛି ପୂରା ଭିଟାମାଟି।

ମାଆଟି ନିଜ ମୁହଁର ଭାଷା ପାଇଁ ନିଜ ସଂତାନକୁ ହରାଇ ବସିବାର ଯାତନା ସହ ଯେଉଁ ପ୍ରତ୍ୟାଶାର କଅଁଳ ଖରାରେ ମମତାସିକ୍ତ ଭିଟାମାଟିକୁ ଆବୋରି ବସିଛି ଭାବୁଛି ସେଇ ମାଆର ମୁହଁକୁ ଭାଷା ହୋଇ ଲେଉଟି ଆସିବାକୁ ଆପଣମାନେ କୁଂଠିତ ହେବେନାହିଁ।

ଆମେ ସମସ୍ତେ ନିଜର ଡାକ ନାଆଁଟି ମାଆ ମୁହଁରୁ ଶୁଣିବାକୁ ଅଧୀର ହୋଇ କାନ ଡେରି ବସିଛେ।
ନୁହଁ ?

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026

ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

July 4, 2026

ଆଜିଠାରୁ କାର୍ଯ୍ୟକାରୀ ହେଲା ଭାରତ–ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା

July 4, 2026

ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକଙ୍କୁ ୪ ବର୍ଷ ଜେଲଦଣ୍ଡ, ହରାଇବେ ସଦସ୍ୟତା

July 4, 2026
Latest News

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.