Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ
ଅନ୍ତରାଷ୍ଟ୍ରୀୟ

ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ

October 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ୨୦୨୧ ଟି-୨୦ ବିଶ୍ୱକପ୍‌ର ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳକୁ ଟିମ୍ ଇଣ୍ଡିଆ ପରାସ୍ତ କରିଦେଇଛି। ଅଷ୍ଟ୍ରେଲିଆ ପ୍ରଥମେ ଖେଳିବା ପରେ ୨୦ ଓଭରରେ ପାଞ୍ଚଟି ୱିକେଟ ବିନିମୟରେ ୧୫୨ ରନ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୧୭.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ସହଜରେ ବିଜୟ ଲାଭ କରିଥିଲା। ରୋହିତ ଶର୍ମା ଭାରତ ପାଇଁ ୪୧ ଟି ବଲରେ ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ସେ ରିଟାର୍ଡ ହର୍ଟ ହୋଇ ପ୍ୟାବିଲିନକୁ ଫେରିଥିଲେ। ଅନ୍ୟପକ୍ଷରେ ଉତ୍କୃଷ୍ଟ ଫର୍ମରେ ଥିବା କେ.ଏଲ୍ ରାହୁଲ ୩୯ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଖେଳ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଯାଦବ ୨୭ ଟି ବଲରେ ୩୮ ରନ ସ୍କୋର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆଠଟି ବଲରେ ୧୪ ରନ ସଂଗ୍ରହ କରି ଅପରାଜିତ ରହିଥିଲେ।

ଏହାପୂର୍ବରୁ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବ୍ୟାଟିଂ କରିବାକୁ ନେଇଥିଲେ ମଧ୍ୟ ଆରମ୍ଭରୁ ତାଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଥିଲା। ଡେଭିଡ ୱାର୍ନର ୦୧, ଆରୋନ ଫିଞ୍ଚ ୦୮ ଏବଂ ମିଚେଲ ମାର୍ଶ ଶୂନ୍ୟରେ ଆଉଟ ହୋଇଥିଲେ। ତେବେ ଏହା ପରେ ଷ୍ଟିଭ୍ ସ୍ମିଥ୍ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସହ ୬୧ ରନ୍ ଭାଗିଦାରୀ କରିଥିଲେ।

ପାଞ୍ଚ ଚୌକା ସହାୟତାରେ ୨୮ ବଲରେ ୩୭ ରନ୍ କରି ମ୍ୟାକ୍ସୱେଲଙ୍କୁ ଆଉଟ ହୋଇଯାଇଥିଲେ। ଭୁବନେଶ୍ୱର କୁମାର ତାଙ୍କୁ ପାଭିଲିୟନକୁ ପଠାଇଲେ। ୭୨ ରନ୍ ରେ ଅଷ୍ଟ୍ରେଲିଆ ଦଳର ଚାରି ୱିକେଟ୍ ଖସିଯିବା ପରେ ସ୍ମିଥ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଇନିଂସ ସମ୍ଭାଳିଥିଲେ। ଉଭୟେ ପଞ୍ଚମ ୱିକେଟ୍ ରେ ୭୬ ରନ୍ ଭାଗିଦାରୀ କରିଥିଲେ। ସ୍ମିଥ୍ ୪୮ ବଲରେ ୫୭ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ମାର୍କସ ଷ୍ଟୋଇନିସ ୨୫ ବଲରେ ୪୧ ରନରେ ଅପରାଜିତ ରହିଥିଲେ। ସେ ଚାରି ଚୌକା ଓ ଗୋଟିଏ ଛକା ମାରିଥିଲେ।

ତେବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାରତ ପାଇଁ ମାତ୍ର ୮ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ରାହୁଲ ଚହର, ରବିନ୍ଦ୍ର ଜାଡେଜା ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

ଅଷ୍ଟ୍ରେଲିଆ କେ.ଏଲ୍ ରାହୁଲ ଟି-୨୦ ବିଶ୍ୱକପ୍‌ ଭାରତ ରୋହିତ ଶର୍ମା ୱାର୍ମ ଅପ୍ ମ୍ୟାଚ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026

ବଙ୍ଗଳାର ରାସ୍ତାରେ ବିଜେପିର “ପରିବର୍ତ୍ତନ ଯାତ୍ରା”: ୫ ହଜାର କିମିର ବଡ ଶକ୍ତି ପ୍ରଦର୍ଶନ!

March 1, 2026

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026
Latest News

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026

ବଙ୍ଗଳାର ରାସ୍ତାରେ ବିଜେପିର “ପରିବର୍ତ୍ତନ ଯାତ୍ରା”: ୫ ହଜାର କିମିର ବଡ ଶକ୍ତି ପ୍ରଦର୍ଶନ!

March 1, 2026

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.