ଆଇପିଏଲରେ ସାମିଲ ହେବ କଟକ ଟିମ୍!: ନୂଆ ଦଳ ପାଇଁ ଆସନ୍ତା ୨୫ ତାରିଖରେ ହେବ ବିଡିଂ

Published: Oct 22, 2021, 9:41 pm IST

ଭୁବନେଶ୍ଵର: ଆସନ୍ତା ଆଇପିଏଲ ସଂସ୍କରଣରେ ୨ ଟି ନୂଆ ଦଳ ସାମିଲ ହେବା ନେଇ ନିଶ୍ଚିତ ହୋଇଛି। ତେଣୁ ଆଇପିଏଲ-୧୫ ସଂସ୍କରଣରେ ଓଡିଶାର କଟକ ଦଳ ସାମିଲ ହେବା ନେଇ ଆଶା କରାଯାଉଛି। ଆସନ୍ତା ୨୫ ତାରିଖରେ ନୂଆ ଦଳ ପାଇଁ ଆଇପିଏଲ ବିଡିଂ ହେବ। ଏଥିରେ କେଉଁ ଦୁଇଟି ଦଳ ଆଇପିଏଲରେ ସାମିଲ ହେବେ, ତାହା ବିଡିଂ ପରେ ସ୍ପଷ୍ଟ ହେବ।

ତେବେ ଏହି  ବିଡିଂରେ ୨୦ ଟି କମ୍ପାନୀ ଅଛନ୍ତି। ଏହି କମ୍ପାନୀଗୁଡିକ ଆଇପିଏଲରେ କଟକକୁ ଟିମ କରିବେ କି ନାହିଁ, ନିଷ୍ପତ୍ତି ନେବେ। ଯେହେତୁ ଜିନ୍ଦଲ କମ୍ପାନୀ ଏହି ବିଡିଂରେ ଅଛି, ତେଣୁ କଟକ ଟିମ ଆଇପିଏଲରେ ସାମିଲ ହେବ ବୋଲି ଓଡିଶା କ୍ରିକେଟ ଆସୋସିଏସନ ଆଶାବାଦୀ ଅଛି। ସେଥିପାଇଁ ଓସିଏ ପକ୍ଷରୁ ସମ୍ପୃକ୍ତ ବିଡରଙ୍କୁ କଟକକୁ ଟିମ କରିବା ପାଇଁ ନିବେଦନ କରାଯାଇଛି। ଯଦି ଆଇପିଏଲରେ କଟକ ଟିମ ସାମିଲ ହୁଏ, ତେବେ ସମ୍ପୃକ୍ତ ବିଡରଙ୍କୁ ଓସିଏ ସଂପୂର୍ଣ୍ଣ ସହାୟତା କରିବ। ଆଇପିଏଲରେ କଟକ ଟିମ ସାମିଲ ହେଲେ ଓଡିଶା ଖେଳାଳି ଉପକୃତ ହେବେ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

Related posts