ୱେଷ୍ଟଇଣ୍ଡିଜ୍ ବିରୋଧରେ ଟି-୨୦ ସିରିଜ୍ ପାଇଁ ତ୍ରିନିଦାଦରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ଦେଖନ୍ତୁ ଭିଡିଓ

Published: Jul 26, 2022, 2:10 pm IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଭାରତର ଟି-୨୦ ଦଳର ଖେଳାଳିମାନେ ତ୍ରିନିଦାଦରେ ପହଞ୍ଚିଛନ୍ତି। ରୋହିତ ଶର୍ମା, ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ସମେତ ସମସ୍ତ ଖେଳାଳି ପହଞ୍ଚିଛନ୍ତି। ବିସିସିଆଇ ଏହାର ଏକ ଭିଡିଓ ସେୟାର କରିଛି।

ସୂଚନାଯୋଗ୍ୟ, ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଅଗଷ୍ଟ ୧ ତାରିଖ ଏବଂ ଅଗଷ୍ଟ ୨ ତାରିଖରେ ଖେଳାଯିବ। ଏଥି ସହିତ ଚତୁର୍ଥ ଏବଂ ପଞ୍ଚମ ମ୍ୟାଚ୍ ଅଗଷ୍ଟ ୬ ତାରିଖ ଏବଂ ଅଗଷ୍ଟ ୭ ତାରିଖରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳ ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ୍ ଖେଳୁଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଏହି ସିରିଜର ଶେଷ ମ୍ୟାଚ୍ ଜୁଲାଇ ୨୭ ତାରିଖରେ ଖେଳାଯିବ।

Related posts