Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟର ଶେଷ ଦିନରେ ବର୍ଷା ସଙ୍କଟ, ପଢନ୍ତୁ ସର୍ବଶେଷ ଅପଡେଟ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ତ୍ରିନିଦାଦରେ ଖେଳାଯାଉଛି। ମ୍ୟାଚ୍ ର ଶେଷ ଦିନ ବର୍ଷା ଆରମ୍ଭ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ବର୍ଷା ହେତୁ ପିଚକୁ ଘୋଡାଇଦିଆଯାଇଛି। ଖବର ଲେଖିବା ପର୍ଯ୍ୟନ୍ତ ବର୍ଷା ବନ୍ଦ ହୋଇ ନାହିଁ। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇପାରେ। ଭାରତ ପ୍ରଥମ ଇନିଂସରେ ୪୩୮ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୮୧ ରନ୍ ସ୍କୋର କରି ଇନିଂସ ଘୋଷଣା କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବ।

ତେବେ ୱେଷ୍ଟଇଣ୍ଡିଜ୍ ଦଳ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଛି। ଘରୋଇ ଦଳକୁ ଜିତିବା ପାଇଁ ଶେଷ ଦିନରେ ୨୮୯ ରନ ଆବଶ୍ୟକତା କରୁଥିବା ବେଳେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୮ ଟି ୱିକେଟ ହାସଲ କରିବାକୁ ପଡିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ୱେଷ୍ଟଇଣ୍ଡିଜ୍ ବିରୋଧରେ ଟି-୨୦ ସିରିଜ୍ ପାଇଁ ତ୍ରିନିଦାଦରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଭାରତର ଟି-୨୦ ଦଳର ଖେଳାଳିମାନେ ତ୍ରିନିଦାଦରେ ପହଞ୍ଚିଛନ୍ତି। ରୋହିତ ଶର୍ମା, ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ସମେତ ସମସ୍ତ ଖେଳାଳି ପହଞ୍ଚିଛନ୍ତି। ବିସିସିଆଇ ଏହାର ଏକ ଭିଡିଓ ସେୟାର କରିଛି।

ସୂଚନାଯୋଗ୍ୟ, ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଅଗଷ୍ଟ ୧ ତାରିଖ ଏବଂ ଅଗଷ୍ଟ ୨ ତାରିଖରେ ଖେଳାଯିବ। ଏଥି ସହିତ ଚତୁର୍ଥ ଏବଂ ପଞ୍ଚମ ମ୍ୟାଚ୍ ଅଗଷ୍ଟ ୬ ତାରିଖ ଏବଂ ଅଗଷ୍ଟ ୭ ତାରିଖରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳ ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ୍ ଖେଳୁଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଏହି ସିରିଜର ଶେଷ ମ୍ୟାଚ୍ ଜୁଲାଇ ୨୭ ତାରିଖରେ ଖେଳାଯିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ: ଶେଷ ଓଭରରେ ଟିମ ଇଣ୍ଡିଆକୁ ମିଳିଲା ବିଜୟ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗତକାଲି ପୋର୍ଟ ଅଫ୍ ସ୍ପେନ୍, ତ୍ରିନିଦାଦରେ ଖେଳାଯାଇଥିଲା। ସଂଘର୍ଷପୂର୍ଣ୍ଣା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ତିନି ରନ୍ ରେ ଜିତିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ରୋମାରିଓ ଶେଫର୍ଡ ଶେଷରେ ଖେଳ ବୁଲାଇଦେଇଥିଲେ, କିନ୍ତୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତକୁ ବିଜୟ ପ୍ରଦାନ କରିଥିଲେ।

ଯେତେବେଳେ ଶେଫର୍ଡ ବ୍ୟାଟିଂ କରିବାକୁ ଆସିଥିଲେ, ୱେଷ୍ଟଇଣ୍ଡିଜକୁ ୩୩ ବଲରେ ୫୭ ରନ୍ ସ୍କୋର ଆବଶ୍ୟକ ପଡୁଥିଲା। ସେ ୨୫ ବଲରେ ଅପରାଜିତ ୩୯ ରନ ସ୍କୋର କରିଥିଲେ ମଧ୍ୟ ତାଙ୍କ ଦଳ ଜିତିପାରିନଥିଲା। ବାସ୍ତବରେ ୱେଷ୍ଟଇଣ୍ଡିଜକୁ ଶେଷ ଓଭରରେ ଜିତିବା ପାଇଁ ୧୫ ରନ୍ ସ୍କୋର କରିବାକୁ ଥିଲା, ଏଭଳି ପରିସ୍ଥିତିରେ ଅଧିନାୟକ ଶିଖର ଧୱନ ଦୁଇଟି ୱିକେଟ୍ ନେଇଥିବା ସିରାଜଙ୍କୁ ବଲ୍ ହସ୍ତାନ୍ତର କରିଥିଲେ। ଏହାପୂର୍ବରୁ ସିରାଜ ମଧ୍ୟ ୪୮ ତମ ଓଭରରେ ଚମତ୍କାର ବୋଲିଂ କରିଥିଲେ।

ଶେଷ ଓଭରରେ ଅକିଲ ହୁସେନ୍ ଷ୍ଟ୍ରାଇକ୍ କରିଥିଲେ। ପ୍ରଥମ ବଲରେ ସିରାଜ କୌଣସି ରନ୍ ଦେଇନଥିଲେ। ଏହା ପରେ ଦ୍ୱିତୀୟ ବଲରୁ ଏକ ରନ୍ ଆସିଥିଲା। ତା’ପରେ କ୍ରିଜ ଉପରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଶେଫର୍ଡ। ତୃତୀୟ ବଲରେ ଚୌକା ମାରିଥିଲେ। ବର୍ତ୍ତମାନ ଶେଷ ୩ ବଲରେ ୱେଷ୍ଟଇଣ୍ଡିଜକୁ ୧୦ ରନ୍ ସ୍କୋର କରିବାକୁ ଥିଲା। ପୁନର୍ବାର ଚତୁର୍ଥ ବଲରୁ ଦୁଇଟି ରନ୍ ଆସିଥିଲା। ଏହା ପରେ ସିରାଜ ୱାଇଡ ବଲ ଫିଙ୍ଗିଥିଲେ। ତା’ପରେ ଦୁଇଟି ରନ୍ ଏବଂ ଶେଷ ବଲରୁ କେବଳ ଗୋଟିଏ ରନ୍ ଆସିଥିଲା। ଏହିପରି ସିରାଜ ୧୫ ରନ୍ ରକ୍ଷା କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ୩ ରନରେ ମ୍ୟାଚ୍ ହାରିଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ସାତୋଟି ପାଇଁ ୩୦୮ ରନ ସ୍କୋର କରିଥିଲା। ଶିଖର ଧାୱନ ତାଙ୍କର ଅଧିନାୟକତ୍ୱ ଇନିଂସ ଖେଳି ୯୭ ରନ କରିଥିଲେ। ଏହାର ଜବାବରେ ଆୟୋଜକ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ କେବଳ ୩୦୫ ରନ୍ ସ୍କୋର କରିପାରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ କାଇଲ୍ ମେୟର୍ସ ୭୫, ବ୍ରାଣ୍ଡାନ୍ କିଙ୍ଗ ୫୪, ରୋମାରିଓ ଶେଫର୍ଡ ୩୯ ଏବଂ ଆକିଲ୍ ହୋସେନ୍ ୩୨ ରନ୍ କରିଥିଲେ।