ପାକିସ୍ତାନକୁ ବଡ଼ ଝଟକା, ଏସିଆ କପ୍ ରୁ ବାଦ ପଡିଲେ ଶାହିନ୍ ଆଫ୍ରିଦି

Published: Aug 20, 2022, 4:51 pm IST

ନୂଆଦିଲ୍ଲୀ: ୨୦୨୨ ଏସିଆ କପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏସୀୟ କ୍ରିକେଟ୍ ର ଏହି ମହାନ କୁମ୍ଭ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଆହତ କାରଣରୁ ପାକିସ୍ତାନର ଅଗ୍ରଣୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କୁ ୨୦୨୨ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି।

ପ୍ରକାଶ ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆଣ୍ଠୁରେ ଆଘାତ ଲାଗି ଶାହିନ୍ ଅସୁବିଧାରେ ଥିଲେ। ଏହି ଆଘାତ ହେତୁ ସେ ବର୍ତ୍ତମାନ ୨୦୨୨ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସାତ ମ୍ୟାଚ୍ ଟି -୨୦ ସିରିଜରୁ ବାଦ ପଡିଛନ୍ତି। ଅଗଷ୍ଟ ୨୮ ତାରିଖରେ ଆଫ୍ରିଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ଅଂଶ ହେବ ନାହିଁ।

ଅଗଷ୍ଟ ୨୭ ରୁ ଆରମ୍ଭ ହେବ ଏସିଆ କପ୍:

ଉଲ୍ଲେଖ ଯୋଗ୍ୟ ଯେ ଏସିଆର ସବୁଠାରୁ ପ୍ରତିଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନଯେଉଁଥିରେ ଭାରତ ଏବଂ ପାକିସ୍ଥାନ ଦଳ ମୁହାଁମୁହିଁ ହେବେ। ତେବେ ବର୍ତ୍ତମାନ ଏହି ମ୍ୟାଚରେ ଶାହିନ୍ ଆଫ୍ରିଦିଙ୍କୁ କାର୍ଯ୍ୟରେ ଦେଖିବାକୁ ମିଳିବ ନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏପର୍ଯ୍ୟନ୍ତ ଶାହିନ୍ ଆଫ୍ରିଦିଙ୍କ ସ୍ଥାନ ଘୋଷଣା କରିନାହାଁନ୍ତି।

Related posts