Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍: ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପାଣିପାଗ ସ୍ଥିତି
ଆଜିର ଖବର

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍: ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପାଣିପାଗ ସ୍ଥିତି

October 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ଵ ଶିଖର ଧାୱନଙ୍କ ହାତରେ। ଭାରତର ପୁରା ସ୍କ୍ବାଡ଼ ଏଠାରେ ପରିବର୍ତ୍ତନ ହୋଇଥିବା ଦେଖାଯିବ। ନିକଟରେ ଶେଷ ହୋଇଥିବା ଟି-୨୦ ସିରିଜର କେବଳ ୨-୩ ଖେଳାଳି ଏହି ଦଳର ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିଥିବା ସମାନ ଦଳ ସହିତ ଦିନିକିଆ ସିରିଜରେ ପ୍ରବେଶ କରିବ।

ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜରେ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନ ଧରି ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ରାହୁଲ ତ୍ରିପାଠୀ ଏଥର ଆନ୍ତର୍ଜାତୀୟ ଡେବ୍ୟୁ ପାଇଁ ଏକ ସୁଯୋଗ ପାଇପାରନ୍ତି। ଏହା ମଧ୍ୟ ମହମ୍ମଦ ସିରାଜ ଏବଂ ଦୀପକ ଚହରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ହେବ। ଏହି ସିରିଜରେ ଭଲ ପ୍ରଦର୍ଶନ କଲେ ଉଭୟ ଖେଳାଳି ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ଦଳରେ ବୁମରାଙ୍କ ସ୍ଥାନ ନେବାକୁ ଦାବି କରିପାରିବେ।

ପିଚର ସ୍ଥିତି କେମିତି ଅଛି?:

ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଏକାନା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ତିନୋଟି ଦିନିକିଆ ଖେଳାଯାଇଛି। ଏହି ତିନୋଟି ମ୍ୟାଚରେ ଭଲ ରନ୍ ସ୍କୋର ହୋଇପାରି ନାହିଁ। ତେବେ ଏଠାରେ ଚାଲିଥିବା ଟି-୨୦ ମ୍ୟାଚ୍‌ରେ ଭଲ ରନ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ଆଜିର ଦିନିକିଆରେ ଭଲ ରନ୍ ବର୍ଷା ହେବା ସମ୍ଭାବନା ରହିଛି।

ପାଗ କେମିତି ରହିବ?:

ବର୍ତ୍ତମାନ ଲକ୍ଷ୍ନୌରେ ବର୍ଷା ହେଉଛି। ଆଜି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ନିରାଶ ହୋଇ ଏଠାକୁ ଫେରିବାକୁ ପଡିପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ଶିଖର ଧାୱନ (କ୍ୟାପଟେନ), ଶୁବମାନ ଗିଲ, ଶ୍ରେୟାସ ଆୟର (ଭାଇସ କ୍ୟାପଟେନ), ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରଜତ ପାଟିଦାର/ରାହୁଲ ତ୍ରିପାଠୀ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମହମ୍ମଦ୍ ସିରାଜ, ଦୀପକ ଚହର।

ଦିନିକିଆ ସିରିଜ୍ ପାଣିପାଗ ସ୍ଥିତି ଭାରତ-ଦକ୍ଷିଣ ଆଫ୍ରିକା
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026
Latest News

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.