Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜି ଭାରତ-ପାକିସ୍ଥାନ ଲଢେଇ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ, ପିଚ୍ ଏବଂ ପାଣିପାଗ ସ୍ଥିତି
ଅନ୍ତରାଷ୍ଟ୍ରୀୟ

ଆଜି ଭାରତ-ପାକିସ୍ଥାନ ଲଢେଇ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ, ପିଚ୍ ଏବଂ ପାଣିପାଗ ସ୍ଥିତି

October 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ମହା ମୁକାବିଲା ଆଜି ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ସମସ୍ତେ ଚାତକ ପରି ଚାହିଁରହିଛନ୍ତି। ଗତ ବର୍ଷର ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ପରାସ୍ତ କରିଛି ଏବଂ ଏଥର ଭାରତୀୟ ଦଳ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଏହି ମ୍ୟାଚରେ, ଉଭୟ ଦଳର ଖେଳାଳି ଏକାଦଶ ଠାରୁ, ପାଗର ସ୍ଥିତି କିପରି ରହିବ, ଆସନ୍ତୁ ଜାଣିବା…

ଉଭୟ ଦଳର ଗୁରୁତ୍ୱପୂର୍ଣ୍ଣ ଖବର:

ମହମ୍ମଦ ଶାମି ଭାରତ ପାଇଁ ଅଭ୍ୟାସ ବେଳେ ଅତ୍ୟଧିକ ଝାଳ ବୁହାଇଛନ୍ତି ଏବଂ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ ପାଇଁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛନ୍ତି। ଶାମିଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଭାରତର ବୋଲିଂକୁ ମଜବୁତ କରିବ। ଶୁକ୍ରବାର ମୁଣ୍ଡରେ ଆଘାତ ଲାଗିବା ପରେ ଶାନ ମାସୁଦ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ବାବର ଆଜାମ ତାଙ୍କ ଉପଲବ୍ଧତାକୁ ନିଶ୍ଚିତ କରିଛନ୍ତି। ତେବେ ଆଣ୍ଠୁ ଆଘାତରୁ ଫଖର ଜମାନ ସୁସ୍ଥ ହୋଇ ନାହାଁନ୍ତି ଏବଂ ଅନ୍ତତଃପକ୍ଷେ ପ୍ରଥମ ଦୁଇଟି ମ୍ୟାଚରୁ ସେ ବଞ୍ଚିତ ହେବେ।

ଇଣ୍ଡୋ-ପାକର ରେକର୍ଡ:

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ଆଠଟି ଏବଂ ପାକିସ୍ତାନ ତିନୋଟି ଜିତିଛି। ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ୬ ଟି ମ୍ୟାଚ ମଧ୍ୟରୁ ଭାରତ ପାଞ୍ଚଟି ଜିତିଛି।

ଅଷ୍ଟ୍ରେଲିଆରେ ଉଭୟ ଦଳର ପ୍ରଦର୍ଶନ କିପରି?:

ପାକିସ୍ତାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଚାରୋଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛି, କିନ୍ତୁ ଗୋଟିଏ ବି ଜିତି ନାହିଁ। ଗୋଟିଏ ମ୍ୟାଚର ଫଳାଫଳ ବାହାରକୁ ଆସି ନ ଥିବା ବେଳେ ସେମାନେ ତିନୋଟି ମ୍ୟାଚ୍‌ରେ ହାରିଛନ୍ତି। ଅଷ୍ଟ୍ରେଲିଆରେ ଭାରତର ପ୍ରଦର୍ଶନ ବହୁତ ଭଲ ଅଛି। ଦଳ ଏଠାରେ ଖେଳାଯାଇଥିବା ୧୨ ଟି ମ୍ୟାଚ ମଧ୍ୟରୁ ସାତୋଟି ଜିତିଥିବାବେଳେ ଚାରିଟିରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୋଟିଏ ମ୍ୟାଚ୍ ର ଫଳାଫଳ ମିଳିପାରି ନାହିଁ।

ପାଣିପାଗ ଅପଡେଟ:

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଉପରେ ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ତେବେ ମ୍ୟାଚ୍ ଯେତିକି ପାଖେଇ ଆସୁଛି ଏହି ବିପଦ କମିଯାଉଛି। ଯେଉଁଠାରେ ଦୁଇ ଦିନ ପୂର୍ବେ ବର୍ଷା ହେବାର ସମ୍ଭାବନା ୮୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୨୦ ପ୍ରତିଶତକୁ ଖସି ଆସିଛି।

ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ କ’ଣ ହୋଇପାରେ?

ଭାରତ- ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହିଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ଏବଂ ଭୁବନେଶ୍ବର କୁମାର।

ପାକିସ୍ତାନ- ବାବର ଆଜମ, ମହମ୍ମଦ ରିଜୱାନ, ଶାନ ମାସୁଦ, ହାଇଦର ଅଲି, ଇଫ୍ଟିଖର ଅହମ୍ମଦ, ଆସିଫ ଅଲି, ଶାଦବ ଖାନ, ମହମ୍ମଦ ନୱାଜ, ନସିମ ଶାହା, ହରିସ ରାଉଫ ଏବଂ ଶାହିନ ଆଫ୍ରିଦି।

ଟି-20 ବିଶ୍ୱକପ ପାଣିପାଗ ସ୍ଥିତି ପିଚ୍ ସମ୍ଭାବ୍ୟ ଖେଳାଳି ଏକାଦଶ
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.