Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧ମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ
ଆଜିର ଖବର

୧ମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ

January 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି ।

ଏହି ପ୍ରତିଯୋଗିତାକୁ ଓଡ଼ିଶାର କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଉଦଘାଟନ ସମାରୋହରେ କ୍ରୀଡା, ଯୁବ ବ୍ୟାପାର, ଗୃହ, ଇଲେକ୍‌ଟ୍ରୋନିକ୍‌ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଜ୍ୟମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ ।

ଅଲ ଓଡ଼ିଶା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ନିମନ୍ତେ ସୋଆ ସହାୟତା ଯୋଗାଇଥିବା ବେଳେ ଏଥି ନିମନ୍ତେ ଇଂଟରନ୍ୟାସନାଲ ଚେସ ଫେଡେରସନ, ଅଲ ଇଣ୍ଡିଆ ଚେସ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି ।

ଶ୍ରୀ ସ୍ୱାଇଁ କହିଥିଲେ ଯେ ଓଡ଼ିଶା ସରକାର ଅଧିକ ଅର୍ଥ ବିନିଯୋଗ କରି କ୍ରୀଡା ନିମନ୍ତେ ଚମତ୍କାର ଭିତିଭୂମୀ ସୃଷ୍ଟି କରିପାରିଛନ୍ତି । ଫଳରେ ବିଭିନ୍ନ କ୍ରୀଡାରେ ଓଡ଼ିଶାର ପ୍ରତିଯୋଗୀ ମାନେ ଉନ୍ନତ ପ୍ରଦର୍ଶନ କରିପାରୁଛନ୍ତି । ସେ କହିଥିଲେ ଯେ ୨୦୦୦-୦୧ ରେ ଓଡ଼ିଶା ସରକାର କ୍ରୀଡା ନିମନ୍ତେ ମାତ୍ର ୪ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଗତ ବଜେଟରେ ସରକାର କ୍ରୀଡା ନିମନ୍ତେ ୧୨୧୭ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

କ୍ରୀଡା ନିମନ୍ତେ କେନ୍ଦ୍ର ସରକାର ଗତ ବଜେଟରେ ୩୩୯୭ କେଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦୃଷ୍ଟି ଆକର୍ଷଣ କରେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କ୍ରୀଡାର ବିକାଶ ନିମନ୍ତେ ଆନ୍ତରିକତାକୁ ପ୍ରକାଶ କରେ ବୋଲି ସେ କହିଥିଲେ ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶାର କ୍ରୀଡାବିତ ମାନେ ବିଭିନ୍ନ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଫୁଟବଲ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରୁଛି । ସେ ଏହି ଚେସ ପ୍ରତିଯୋଗିତାର ଆୟୋଜନ କରିଥିବାରୁ ସୋଆ ଓ ଅଲ ଓଡ଼ିଶା ଚେସ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଏନଆଇଆରଏଫ ର‌୍ୟାଙ୍କିଂରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ବହୁବିଧ ବିକାଶ ନିମନ୍ତେ ଉଦ୍ୟମ କରୁଛି । ଏହି ବିଶ୍ୱବିଦ୍ୟାଳୟ କ୍ରୀଡାର ଏକ ବିଶେଷ କେନ୍ଦ୍ର ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ ।

ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳୀ ମାନଙ୍କୁ \”ଏ, \”ବି\’\’ ଓ \”ସି\’ ଭାବେ ତିନୋଟି ଶ୍ରେଣୀରେ ବିଭକ୍ତି କରାଯାଇଛି । ସମ୍ପୂର୍ଣ୍ଣ ପ୍ରତିଯୋଗିତା ନିମନ୍ତେ ମୋଟ୍ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ହୋଇଥିବା ବେଳେ \”ଏ\’ ଶ୍ରେଣୀର ଖେଳାଳୀ ମାନଙ୍କ ନିମନ୍ତେ ୨୦ ଲକ୍ଷ ଟଙ୍କା ରଖାଯାଇଛି । \”ବି\’ ଓ \”ସି\’ ଶ୍ରେଣୀ ନିମନ୍ତେ ୭.୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।

କାର୍ଯ୍ୟକ୍ରମରେ ଚିଫ ଆରବିଟର ଭାବେ ଯୋଗ ଦେଇଥିବା ଡ. ଆର. ଅନନ୍ତରମଣ ଆୟୋଜକ ମାନେ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ ସର୍ବନିମ୍ନ ଇଏଲଓ ପଏଂଟ ୧୯୦୦ ରଖିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏଥିରେ ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ସ୍ପୋର୍ଟସ ଅଫିସର ସୁନୀତା ବର୍ମା ଯୋଗ ଦେଇ ମନ୍ତବ୍ୟ ରଖିଥିଲେ।

Chess soa
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.