Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଅଧିନାୟକ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ : ଆଇସିସି ବିଶ୍ଵକପ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତର ବିପୁଳ ବିଜୟ
ଖେଳ

ଅଧିନାୟକ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ : ଆଇସିସି ବିଶ୍ଵକପ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତର ବିପୁଳ ବିଜୟ

June 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ  ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା।

କିନ୍ତୁ  ୱେଷ୍ଟଇଣ୍ଡିଜ ଦଳ ୨୬୯ ରନ ଲକ୍ଷ୍ୟକୁ ପିଛାକରି ମାତ୍ର ୧୪୩ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶମି ୬.୨ ଓଭରରେ ୧୬ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ବୁମରାହ ଏବଂ ଚହଲ ୨ଟି ଲେଖାଏଁ, ପାଣ୍ଡ୍ୟା ଏବଂ କୁଳଦୀପ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଏହି ବିଜୟ ସହ ଅଧିନାୟକ ବିରାଟ ଆଜି ଆଉ ଏକ ବ୍ୟକ୍ତିଗତ ବିଶ୍ଵ ରେକର୍ଡ ଲାଭ କରିଛନ୍ତି।  ଦ୍ରୁତତମ କୋଡିଏ ହଜାର ରନ କରିବାରେ କୋହିଲି ବିଶ୍ଵର ପ୍ରଥମ ଖେଳାଳି। ସେ ମାତ୍ର ୪୧୭ଟି ମ୍ୟାଚ ଖେଳି ଏହି ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ଉଭୟ ବ୍ରାଏନ ଲାରା ଏବଂ ସଚିନ ତେନ୍ଦୁଲକର  ସମାନ ସଂଖ୍ୟକ ମ୍ୟାଚ (୪୫୩ଟି) ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଥିଲେ।

MANCHESTER, JUNE 27 (UNI):- Indian bowler Jasprit Bumrah in action during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-14C

ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ରୋହିତ ୨୩ ବଲ ସାମ୍ନା କରି ମାତ୍ର ୧୯ ରନରେ କିମା ରୋଚଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୯ ରନ। ପ୍ରଥମ ୱିକେଟର ପତନ ପରେ ଅଧିନାୟକ ବିରାଟ ବ୍ୟାଟିଂକରିବାକୁ ପଡ଼ିଆ ମଧ୍ୟକୁ ଆସିଥିଲେ। କିନ୍ତୁ ଦଳୀୟ ସ୍କୋର ୯୮ ରନ ଥିବାବେଳେ ରାହୁଲ ବୋଲ୍ଡ ଆଉଟ ହୋଇଯାଇଥିଲେ। ସେ ଅର୍ଦ୍ଧଶତକରୁ ମାତ୍ର ୨ ରନ ଦୂରରେ ରହି ୪୮ ରନରେ ହୋଲ୍ଡରଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ।

ତାପରେ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ବିଜୟ ଶଙ୍କର ଆସିଥିଲେ। ବିଜୟ ପୁଣି ଦଳକୁ ନିରାଶ କରିଥିଲେ। ସେ ମାତ୍ର ୧୪ ରନ କରି ରୋଚଙ୍କ ବଲରେ କ୍ୟାଚ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କେଦାର ଯାଦବ ଆସିଥିଲେ। କେଦାର ମଧ୍ୟ ବ୍ୟାଟିଂରେ ବିଫଳ ହୋଇଥିଲେ। ସେ କେବଳ ୭ ରନ କରି ପୁନର୍ବାର ରୋଚଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୨୮.୫ ଓଭରରେ ଚାରୋଟି ମୁଲ୍ୟବାନ ୱିକେଟ ହରାଇ ୧୪୦ରନ କରି ବିପଦରେ ଥିବାବେଳେ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବା ପାଇଁ ପଡ଼ିଆ ମଧ୍ୟକୁ ଆସିଥିଲେ।

MANCHESTER, JUNE 27 (UNI):- Indian cricket fans cheering during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-10C

କୋହିଲି, ଧୋନୀ ଏବଂ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ଭଲ ଟାର୍ଗେଟ ୱେଷ୍ଟଇଣ୍ଡିଜି ସାମ୍ନାରେ ରଖିଥିଲା। କୋହିଲି ୮୨ ବଲରେ ୭୨ ରନ, ପାଣ୍ଡ୍ୟା ୩୮ ବଲରେ ୪୬ ରନ ଏବଂ ଧୋନୀ ଅପରାଜିତ ୬୧ ବଲରେ ୫୬ ରନର ସୁନ୍ଦର ପାଳି ଖେଳିଥିଲେ। ୱେଷ୍ଟଇଣ୍ଡିଜି ପକ୍ଷରୁ କିମା ରୋଚ ୧୦ ଓଭରରେ ମାତ୍ର ୩୬ ରନ ବ୍ୟୟକରି ୩ ଟି ୱିକେଟ ଅକ୍ତିଆର କରିଥିଲେ।

teamindia thesamikhsya westindies won worldcup
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.