Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ପାକିସ୍ତାନ କ୍ରିକେଟ୍‌କୁ ଝଟ୍‌କା: ବୋଲିଂ କୋଚ୍‌ ପଦ ଛାଡ଼ିବେ ଆସ୍‌ଲେ ନାଫ୍‌କେ
ଖେଳ

ପାକିସ୍ତାନ କ୍ରିକେଟ୍‌କୁ ଝଟ୍‌କା: ବୋଲିଂ କୋଚ୍‌ ପଦ ଛାଡ଼ିବେ ଆସ୍‌ଲେ ନାଫ୍‌କେ

September 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବୋଲିଂ କୋଚ୍‌ ଆସ୍‌ଲେ ନାଫ୍‌କେ ନିଜ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ ପାକିସ୍ତାନ ଟିମ୍‌ ସହ ତାଙ୍କର ଶେଷ ଅଭିଯାନ ହେବ। ଏହାପରେ ସେ ନେଦରଲାଣ୍ଡ୍‌ସ ପୁରୁଷ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ। ରୟାଲ୍ ଡଚ୍ କ୍ରିକେଟ୍ ଆସୋସିଏସନ୍ ନାଫ୍‌କେଙ୍କୁ ୨୦୨୮ ଶେଷ ପର୍ଯ୍ୟନ୍ତ ଦୁଇ ବର୍ଷିଆ ଚୁକ୍ତିରେ ନିଯୁକ୍ତ କରିଛି। ନେଦରଲାଣ୍ଡ୍‌ସ ଟିମ୍‌ରେ ନାଫ୍‌କେଙ୍କ ପ୍ରଥମ ବଡ଼ ଲକ୍ଷ୍ୟ ହେବ ଟିମ୍‌କୁ ୨୦୨୭ ଦିନିକିଆ ବିଶ୍ୱକପ୍ ଏବଂ ୨୦୨୮ ଟି-୨୦ ବିଶ୍ୱକପ୍‌ର କ୍ୱାଲିଫିକେସନ୍ ପାଇଁ ପ୍ରସ୍ତୁତ କରିବା। ସେ ର‌୍ୟାନ୍ କୁକ୍‌ଙ୍କ ସ୍ଥାନ ନେବେ। କୁକ୍ ନିଜ ପରିବାରକୁ ଅଧିକ ସମୟ ଦେବା ପାଇଁ ଏହି ପଦରୁ ହଟିଛନ୍ତି। ନାଫ୍‌କେ ଏବେ ପାକିସ୍ତାନର ଏସିଆନ୍ ଗେମ୍ସ ଅଭିଯାନର ସପୋର୍ଟ ଷ୍ଟାଫ୍‌ ଭାବେ ରହିଛନ୍ତି। ପାକିସ୍ତାନ ପୁରୁଷ ଟିମ୍ ସେପ୍ଟେମ୍ବର ୨୮ ତାରିଖରୁ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରୁ ନିଜ ଅଭିଯାନ ଆରମ୍ଭ କରିବ।

ପ୍ରକାଶ ଯେ, ନାଫ୍‌କେ ୨୦୨୫ ମେ’ରେ ପାକିସ୍ତାନ ଟିମ୍‌ରେ ଯୋଗ ଦେଇଥିଲେ। ସେତେବେଳେ ମାଇକ୍ ହେସନ୍‌ଙ୍କୁ ହ୍ୱାଇଟ୍‌-ବଲ୍‌ ମୁଖ୍ୟ କୋଚ୍ ଏବଂ ନାଫ୍‌କେଙ୍କୁ ବୋଲିଂ କୋଚ୍ ଦାୟିତ୍ୱ ଦିଆଯାଇଥିଲା। ନାଫ୍‌କେଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନୂଆ ବୋଲିଂ କୋଚ୍ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରି ଆବେଦନ ଆହ୍ୱାନ କରିଛି।

ଆସ୍‌ଲେ ନାଫ୍‌କେ ପାକିସ୍ତାନ କ୍ରିକେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

IPL ନିଲାମ ପାଇଁ ପଞ୍ଜୀକୃତ ହେଲେ 1220 ଖେଳାଳି: ଆନୁଷ୍ଠାନିକ ତାଲିକା ପ୍ରକାଶ କଲା BCCI 

November 25, 2026

ରିୟାଦ ଟାୱାର ଉପରେ ହୁତି ଆକ୍ରମଣ: ୨ ଭାରତୀୟଙ୍କ ସମେତ ୧୧ ଆହତ

November 25, 2026

ବ୍ରିଟେନ ରାଜକୁମାର ୱିଲିୟମ୍ ଓ କେଟ୍‌ଙ୍କ ବାସଭବନରେ ଚୋରି ଉଦ୍ୟମ, ଦୁଇ ଗିରଫ

November 25, 2026

ଆଇଓଏ ଦୌଡ଼ରୁ ଓହରିଲେ ପିଟି ଉଷା : ସଭାପତି ପଦ ଦୌଡ଼ରେ ଗଗନ ନାରଙ୍ଗ ଓ ବୀରେନ୍ଦ୍ର ସଚଦେବା

November 25, 2026
Latest News

IPL ନିଲାମ ପାଇଁ ପଞ୍ଜୀକୃତ ହେଲେ 1220 ଖେଳାଳି: ଆନୁଷ୍ଠାନିକ ତାଲିକା ପ୍ରକାଶ କଲା BCCI 

November 25, 2026

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ : ଝାରସୁଗୁଡ଼ା ଓ ଦେବଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ

November 25, 2026

ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ଦର

November 25, 2026

ରିୟାଦ ଟାୱାର ଉପରେ ହୁତି ଆକ୍ରମଣ: ୨ ଭାରତୀୟଙ୍କ ସମେତ ୧୧ ଆହତ

November 25, 2026

ଦିଲ୍ଲୀ କାଫେ ଗଣଦୁଷ୍କର୍ମ ମାମଲା: ୨ ମହିଳାଙ୍କ ସମେତ ୩ ଗିରଫ, ୨ ଫେରାର

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.