Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା
ଖେଳ

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେନିସ ଜଗତରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ଯୁବ ଟେନିସ ଖେଳାଳି ମାୟା ରାଜେଶ୍ୱରନ୍ ରେବତୀ ଦେଶର କିମ୍ବଦନ୍ତୀ ଖେଳାଳି ସାନିଆ ମିର୍ଜାଙ୍କ ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଆଇଟିଏଫ୍ ଟୁର୍ଣ୍ଣାମେଣ୍ଟ୍‌ ଜିତି ସେ ସର୍ବକନିଷ୍ଠ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି। ୧୭ ବର୍ଷ ୩ ମାସର ମାୟା ରବିବାର ପର୍ତ୍ତୁଗାଲ୍‌ର ଲାଗୋସ୍‌ରେ ଅନୁଷ୍ଠିତ ଆଇଟିଏଫ୍ ଡବ୍ଲ୍ୟୁ୩୫ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ସ୍ପେନ୍‌ର ସିଲା ସରାଭିନୋଙ୍କୁ ୬-୪, ୬-୨ ସିଧା ସେଟ୍‌ରେ ପରାସ୍ତ କରି ଏହି ଟାଇଟଲ୍ ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ ସାନିଆ ମିର୍ଜା ୨୦୦୪ ମସିହାରେ ୧୭ ବର୍ଷ ୧୦ ମାସ ବୟସରେ ଏଭଳି ଟାଇଟଲ୍ ଜିତିଥିଲେ।

ବିଶ୍ୱର ୧୦୩୮ ନମ୍ବର ଖେଳାଳି ମାୟା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମୁଖ୍ୟ ଡ୍ର’ର ପ୍ରଥମ ରାଉଣ୍ଡ୍‌ରେ ଟପ୍ ସିଡ୍ ଏବଂ ବିଶ୍ୱ ନମ୍ବର ୨୪୬ ଜୁସ୍ତିନା ମିକୁଲସ୍କାଇଟ୍‌ଙ୍କୁ ୭-୬(୧), ୬-୧ରେ ହରାଇଥିବାବେଳେ, ଦ୍ୱିତୀୟ ରାଉଣ୍ଡ୍‌ରେ ଆର୍ଜେଣ୍ଟିନାର ବର୍ଟା ବୋନାର୍ଡିଙ୍କୁ ୬-୨, ୬-୦ରେ ମାତ୍ ଦେଇଥିଲେ। କେବଳ ସିଙ୍ଗଲ୍ସ ନୁହେଁ, ମାୟା ୟୁକ୍ରେନ୍‌ର ୟେଜିଲଭେତା କୋଟ୍‌ଲିୟାର୍‌ଙ୍କ ସହ ମିଶି ଡବ୍ଲ୍ୟୁ୩୫ ଡବଲ୍ସ ଟାଇଟଲ୍ ମଧ୍ୟ ନିଜ ନାମରେ କରିଛନ୍ତି। ଫାଇନାଲ୍‌ରେ ସେମାନେ ମିନ୍ ଲିୟୁ ଏବଂ କାର୍ଲୋଟା ମୋଚିୟାଙ୍କୁ ୦-୬, ୬-୨, ୧୦-୭ ସେଟ୍‌ରେ ହରାଇଥିଲେ। ପ୍ରଥମ ସେଟ୍ ହାରିବା ପରେ ମାୟା ଓ କୋଟ୍‌ଲିୟାର୍ ଦ୍ୱିତୀୟ ସେଟ୍‌ରେ ଜହ୍ନଦୃଷ୍ଟି ପ୍ରତ୍ୟାବର୍ତ୍ତନ କରି ନିର୍ଣ୍ଣାୟକ ସୁପର୍ ଟାଇବ୍ରେକର୍ ଜିତିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ମାୟା ଓ ସାନିଆ ଉଭୟେ ୧୭ ବର୍ଷ ବୟସରେ ‘ଲାଗୋସ୍’ ନାମକ ସ୍ଥାନରେ ହିଁ ଟାଇଟଲ୍ ଜିତିଛନ୍ତି। ତେବେ ସାନିଆ ୨୦୦୪ ଅକ୍ଟୋବର ୧୦ରେ ନାଇଜେରିୟାର ଲାଗୋସ୍‌ରେ ଟାଇଟଲ୍ ଜିତିଥିବା ବେଳେ, ମାୟା ୨୦୨୬ ଅକ୍ଟୋବର ୧୧ରେ ପର୍ତ୍ତୁଗାଲ୍‌ର ଲାଗୋସ୍‌ରେ ଏହି ସଫଳତା ହାସଲ କରିଛନ୍ତି।

ଟେନିସ୍ ମାୟା ରାଜେଶ୍ୱରନ୍ ସାନିଆ ମିର୍ଜା
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026

କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ୟୁନିସେଫ୍ ଇଣ୍ଡିଆ ‘ସେଲିବ୍ରିଟି ଆଡ୍‌ଭୋକେଟ୍’

October 12, 2026
Latest News

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026

ରାଜ୍ୟପାଳ ନିଯୁକ୍ତିରେ ବଡ଼ ଅଦଳବଦଳ:୬ ରାଜ୍ୟରେ ନୂଆ ରାଜ୍ୟପାଳ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.