Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି
ଖେଳ

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pollution fears: DDCA demands shifting India-Sri Lanka ODI match out of Delhi

ନୂଆଦିଲ୍ଲୀ: ଦିଲ୍ଲୀର ସାଂଘାତିକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୧୩ ତାରିଖରେ ରାଜଧାନୀରେ ହେବାକୁଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ବିସିସିଆଇକୁ ଅନୁରୋଧ କରିଛି। ସୂତ୍ର ଅନୁସାରେ ବିସିସିଆଇକୁ ପତ୍ର ଲେଖି ନିର୍ଦ୍ଧାରିତ ତାରିଖରେ ମ୍ୟାଚ୍ ଆୟୋଜନ କରିବାରେ ଡିଡିସିଏ ନିଜର ଅସମର୍ଥତା ପ୍ରକାଶ କରିଛି। ଏହା ପଛରେ ବହୁ କାରଣ ଦର୍ଶାଯାଇଛି। କିନ୍ତୁ ସବୁଠୁ ବଡ଼ ଚିନ୍ତା ଦିଲ୍ଲୀର ପ୍ରଦୂଷଣ ସ୍ତରକୁ ନେଇ ରହିଛି। ଏହା ବ୍ୟତୀତ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ରେନୋଭେସନ୍ କାର୍ଯ୍ୟ ମଧ୍ୟ ଚାଲିଛି।

ଡିଡିସିଏର ଜଣେ ଅଧିକାରୀ କହିଛନ୍ତି ଯେ ରେନୋଭେସନ୍ କାମ ଅପେକ୍ଷା ଦିଲ୍ଲୀର ଏକ୍ୟୁଆଇ କାରଣରୁ ମ୍ୟାଚ୍ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି ଆମେ ଚାହୁଁଛୁ। ଡିଡିସିଏ ଅନୁସାରେ ଡିସେମ୍ବର ଅବସରରେ ରାଜଧାନୀର ପବନର ଗୁଣବତ୍ତା ଖେଳାଳିମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ଗତବର୍ଷ ଡିସେମ୍ବରରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ଇଣ୍ଡେକ୍ସ (ଏକ୍ୟୁଆଇ) ୩୫୧ ରେକର୍ଡ କରାଯାଇଥିଲା। ସୋମବାର (ନଭେମ୍ବର ୨)ରେ ମଧ୍ୟ ରାଜଧାନୀରେ ପ୍ରଦୂଷଣର ସ୍ତର ଏହାର ଆଖପାଖରେ ରହିଥିଲା। ଏପରି ସ୍ଥିତିରେ ଡିଡିସିଏ କୌଣସି ପ୍ରକାର ରିକ୍ସ ନେବାକୁ ଚାହୁଁନାହିଁ।

୨୦୧୭ ଡିସେମ୍ବରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀରେ ଖେଳାଯାଇଥିବା ଟେଷ୍ଟ୍ ମ୍ୟାଚ୍ ମଧ୍ୟ ଡିଡିସିଏର ଚିନ୍ତା ପଛର କାରଣ ହୋଇଛି। ସେହି ମ୍ୟାଚ୍ ଅବସରରେ ପ୍ରଦୂଷଣ କାରଣରୁ ଶ୍ରୀଲଙ୍କା ଖେଳାଳି ପଡ଼ିଆରେ ବାନ୍ତି କରିଥିବା ଦେଖିବାକୁ ମିଳିଥିଲା। ଡିଡିସିଏ ଚାହେଁ ସେହି ଘଟଣାର ପୁନରାବୃତ୍ତ ନହେଉ। ଏହି ମ୍ୟାଚ୍ ଆସନ୍ତାବର୍ଷ କୌଣସି ଅନ୍ୟ ତାରିଖରେ କରାଯିବାକୁ ଡିଡିସିଏ ବିସିସିଆଇକୁ ଅନୁରୋଧ କରିଛି।

ଏବେ ଦିଲ୍ଲୀ ମ୍ୟାଚ୍‌ରୁ ହଟିବା ସ୍ଥିତିରେ ବିସିସିଆଇକୁ ପୂରା ସିରିଜ୍‌ର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଭାରତ-ଶ୍ରୀଲଙ୍କା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀରେ ହେବାର ଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୧୬ରେ ବେଙ୍ଗାଲୁରୁ ଏବଂ ତୃତୀୟ ମ୍ୟାଚ୍ ଡିସେମ୍ବର ୧୯ରେ ଅହମଦାବାଦରେ ପ୍ରସ୍ତାବିତ ଅଛି। ଅନ୍ୟପକ୍ଷରେ ବିସିସିଆଇ ପ୍ରଥମରୁ ଏହି ମ୍ୟାଚ୍ ଦିଲ୍ଲୀରୁ ସ୍ଥାନାନ୍ତର କରାଯିବା ଖବରକୁ ଖାରଜ କ

ଦିନିକିଆ ମ୍ୟାଚ୍ ପ୍ରଦୂଷଣ ଭାରତ-ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ମାଇଁ ଭାରତର ‘ଯୁବା ସଂବାଦ’ ଅଭିଯାନରେ ୫୯ ହଜାରରୁ ଅଧିକ ଯୁବକଯୁବତୀ ସାମିଲ୍

November 4, 2026

୪୭ ବର୍ଷରେ ପ୍ରଥମ ଥର ୧୨ ମାସ ଶୂନ ମୃତାହତ: CRPF କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 4, 2026

ବିଆରଇ ସମ୍ମିଳନୀ ଓ ପ୍ରଦର୍ଶନୀରେ ୧.୧୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୮ଟି ଏମଓୟୁ ସ୍ୱାକ୍ଷର କଲା ଓଡ଼ିଶା

November 4, 2026
Latest News

୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

November 4, 2026

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.