ମହିଳା ଟି20 ବିଶ୍ବକପ୍‌ : ଅଷ୍ଟ୍ରେଲିଆ ସମ୍ମୁଖରେ 136 ରନ୍‌ର ବିଜୟ ଲକ୍ଷ୍ୟ

Published: Feb 21, 2020, 3:02 pm IST

ସିଡ୍‌ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍‌ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ 133 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଷ୍ଟ୍ରେଲିଆ ଟସ୍ ଜିତି୍ ପ୍ରଥମେ ବୋଲିଂ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 132 ରନ୍‌ ସଂଗ୍ରହ କରିଛି । ବିଶ୍ବକପ୍‌ ପଦାର୍ପଣ କରିଥିବା ଶେଫାଳି ବର୍ମା ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି 15ଟି ବଲ୍‌ରୁ 29 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ ପ୍ରଥମ 4 ଓଭରରୁ 41 ରନ୍‌ ସଂଗ୍ରହ କରିଥିଲା । ମାତ୍ର ସ୍ମୃତି ମାନ୍ଧନା(10) ଏବଂ ଶେଫାଳି ମାତ୍ର 2 ରନ୍‌ ବ୍ୟବଧାନରେ ଆଉଟ ହେବା ପରେ ଭାରତର ରନ୍‌ ହାରରେ ଅଙ୍କୁଶ ଲାଗି ଯାଇଥିଲା । 10 ରନ୍‌ହାରରେ ରନ୍‌ ସଂଗ୍ରହ କରୁଥିବା ଭାରତର ରନ୍‌ହାର 6 ତଳକୁ ଖସି ଆସିଥିଲା । ହରମନ୍‌ପ୍ରୀତ୍‌ କୌର୍‌ (2) ବିଫଳ ହେବା ପରେ ଜେମିମା ରଡ୍ରିଗଜ୍‌ (26) ଏବଂ ଟପ୍‌ ସ୍କୋରର ଦୀପ୍ତି ଶର୍ମା (49*)ଙ୍କ ମଧ୍ୟରେ 53 ରନ୍‌ର ଭାଗିଦାରୀ ହେବା ଫଳରେ ଭାରତର ସ୍କୋର 100 ଅତିକ୍ରମ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜେସ୍‌ ଜନ୍‌ସନ୍‌ ସର୍ବାଧିକ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Related posts