Categories
ବିଶେଷ ଖବର ରାଜ୍ୟ ଖବର

ଏଥର କଟକିଆଙ୍କୁ ମିଳିବ ୨୪ ଘଣ୍ଟିଆ ପାଇପ ପାଣି, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦୁଇଟି ଜୋନ ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଲେ ଯେ କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଦିଆଯାଇଛି। ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ଦୁଇଟି ଜୋନ୍‌ରେ Drink from Tap କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ସାରା ସହର ପାଇଁ Drink from Tap କାର୍ଯ୍ୟକ୍ରମ ପାଇଁ ଭିତ୍ତିସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ୩୬୦ କୋଟି ଟଙ୍କା ବିନିଯୋଗ କରାଯିବ। ଡିସେମ୍ବର ୨୦୨୩ ସୁଦ୍ଧା ପୁରା ସହରକୁ Drink from Tap କାର୍ଯ୍ୟକ୍ରମ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟରେ ଆରମ୍ଭ ହୋଇଥିବା ଆମର ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ସାରା ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇପାରିଛି। ଏହି କାର୍ଯ୍ୟକ୍ରମ ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ଜାତୀୟ ନୀତିରେ ମଧ୍ୟ ଅନୁସୃତ ହୋଇଛି ଏବଂ ଅମୃତ ୨.୦ରେ ସାମିଲ ମଧ୍ୟ ହୋଇଛି ବୋଲି ସେ କହିଥିଲେ।

ଏହାସହିତ ମୁଖ୍ୟମନ୍ତ୍ରୀ ୪୩୦ କୋଟି ଟଙ୍କାରେ ନିର୍ମିତ ୩ଟି Water Treatment Plantର ଉଦ୍‌ଘାଟନ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପିଇବା ପାଣି ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେବାରେ ଆମର ଉଦ୍ୟମ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ ।ଏହି ଅବସରରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂପର୍କରେ ଜନସାଧାରଣଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୋଭିଡ ନିୟମ ମାନିବା ପାଇଁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀ କଟକ ସହରର ବିକାଶ ପାଇଁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପାଇଁ ତୁରନ୍ତ ବ୍ୟବସ୍ଥା କରିଆସିଛନ୍ତି । ୨୦୨୨ରେ କଟକରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପିତ ହେବ ଏବଂ କଟକ ସହରର ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ ଏବଂ କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ଡିଜିପି ପଦରୁ ବିଦାୟ ନେଲେ ଅଭୟ, ଦାୟିତ୍ବ ନେଲେ ସୁନୀଲ ବଂଶଲ

କଟକ: ଆଜି ଓଡିଶା ଡିଜିପି ଅଭୟ ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁନୀଲ ବଂଶଲ। ସୁନୀଲ ଓଡିଶା ଡିଜିପି ଭାବେ ଯୋଗ ଦେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ସେ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚି ସାରିଥିଲେ।

ଗତକାଲି ବିମାନ ବନ୍ଦରରେ ତାଙ୍କୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ବିଧିବଧ ଭାବେ ଅଭୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ। ସେ 1994 ମସିହାରେ ଓଡିଶା ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପରେ ଶେଷରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଅଭୟ 2019 ମସିହା ଡିସେମ୍ବର 9 ତାରିଖରେ ସେ ଓଡିଶା ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ  ଡିଜିପି ଭାବେ 2 ବର୍ଷ ରହିବା ନିମୟରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସେ ଆଜି ଡିଜିପି ପଦରୁ ବିଦାୟ ନେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ସେପଟେ ନୂଆ ଡିଜିପି ସୁନୀଲ ବଂଶଲ ପ୍ରାୟ 27 ବର୍ଷ ପରେ ଓଡିଶାକୁ ଫେରୁଛନ୍ତି। ସେ ଓଡିଶା କ୍ୟାଡରର ହୋଇଥିବାରୁ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ପଦବୀରେ ରହି ସେ ପୂର୍ବରୁ ଓଡିଶାରେ କାର୍ଯ୍ୟ କରିଛନ୍ତି। ହେଲେ ଏତେ ଦିନ ବ୍ୟବଧାନ ଭିତରେ ସେ ଓଡିଶାର ଅପରାଧ ତଥା ସୁରକ୍ଷା ବ୍ୟବସ୍ଥା କିପରି ଦେଖିବେ ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କଟକର ୧୮ ଲକ୍ଷ, ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ସୁବିଧା, ନବୀନ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଖୋର୍ଦ୍ଧା ମାଟି ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି। ଓଡିଆ ସ୍ୱାଭିମାନ ପାଇଁ ଲଢେଇ କରିଥିବା ବୀର ପାଇକମାନଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଜାତିକୁ ତାର ହକ୍‌ ଦେବା ପାଇଁ ଆମର ଲଢେଇ ଜାରି ରହିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମାଆମାନେ ହେଉଛନ୍ତି ନୂଆ ଯୁଗର ସାରଥୀ। ଖୋର୍ଦ୍ଧାର ମିଶନ ଶକ୍ତିର ମାଆମାନେ ଭଲ କାମ କରୁଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଖୋର୍ଦ୍ଧାରେ ୨୬ ହଜାରରୁ ଅଧିକ ମିଶନ ଶକ୍ତିର ମାଆମାନେ ୩୨ କୋଟିରୁ ଅଧିକ ଟଙ୍କା ଋଣ ନେଇ ସାରା ରାଜ୍ୟରେ ରେକର୍ଡ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଉଭୟ ଜିଲ୍ଲାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିବା ସହିତ ବିକାଶ କ୍ଷେତ୍ରରେ ସମସ୍ତଙ୍କର ଯୋଗଦାନ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟ ବିକାଶର ଶିଖର ଛୁଇଁବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ କଟକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚ ପ୍ରଶଂସା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲର ରୂପାନ୍ତର ପର୍ବର ହେଲା ଶୁଭାରମ୍ଭ, ଆଜି ୧୪୨ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।”

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର ହୋଇଥିବା ୧୦୨୫ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟକ୍ରମ ଜାରି ରହିବ।

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍ କୌସର୍‌, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି ।

ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର‌୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

କାଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି କାଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ମୋ ସ୍କୁଲ କାର‌୍ୟ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ଏହି ନୂତନ ବିଚାରପତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ନୂତନ ୩ ବିଚାରପତିଙ୍କ ମଧ୍ୟରୁ ଜଣେ ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ଦୁଇ ଜୁଡିସିଆଲ ଅଫିସରଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଆଇନଜୀବୀ ମୃଗାଙ୍କ ଶେଖର ନୂଆ ବିଚାରପତି ହୋଇଥିବାବେଳେ  ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Categories
DurgaPuja2021 ଆଜିର ଖବର ଧର୍ମ ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଦୁର୍ଗାପୂଜାରେ କଟକରୁ ଦେବୀ ଦୁର୍ଗାଙ୍କର ପ୍ରତିଦିନ ବେଶର ଡିଜିଟାଲ ଦର୍ଶନ ଏବେ ଜିଓନ୍ୟୁଜରେ ଉପଲବ୍ଧ

ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଅଗଣିତ ଭକ୍ତମାନଙ୍କ ପାଇଁ ମା ଦୁର୍ଗାଙ୍କର ପ୍ରତିଦିନ ବେଶର ଦର୍ଶନ ସୁଗମ କରିବା ନିମନ୍ତେ ଚଳିତବର୍ଷ ଦୁର୍ଗାପୂଜାରେ ଜିଓନ୍ୟୁଜ ଏ୍ୟୌତିହାସିକ କଟକ ସହରର ଗଡ ଚଣ୍ଡି ମନ୍ଦିର ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରର ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଭିଡିଓ ଜରିଆରେ ଉପଲବ୍ଧ କରାଇଛି।

କୋଭିଡ-୧୯ ନିୟମାବଳୀ ଏବଂ ଦୁର୍ଗାପୂଜା ମଣ୍ଡପଗୁଡିକୁ ଯିବା ଏବଂ ସର୍ବସାଧାରଣ ଦର୍ଶନ ଉପରେ ଜାରି କଟକଣାକୁ ଦୃଷ୍ଟିରେ ରଖି ଜିଓନ୍ୟୁଜର ଏଭଳି ପ୍ରୟାସ ସମଗ୍ର ଓଡ଼ିଶା ଏବଂ ସମଗ୍ର ଦେଶରେ ନିୟୁତାଧିକ ଭକ୍ତଙ୍କୁ ସେମାନଙ୍କ ଘରେ ରହି ସୁରକ୍ଷିତ ଭାବରେ ଥାଇ ଏହି ଦୁଇ ମନ୍ଦିରରେ ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଦର୍ଶନ କରାଇବାରେ ସହାୟକ ହେବ।

ଦୁର୍ଗା ପୂଜା ପାଳନ ଅବସରରେ ଦେବୀଙ୍କର ବେଶ ପ୍ରତିଦିନ ପରିବର୍ତନ ହେଉଥିବାରୁ ଜିଓନ୍ୟୁଜ ତାହାକୁ ନିଜର ପ୍ଲାଟଫର୍ମରେ ସେହି ସମାନ ଦିନ ପରିବର୍ତନ କରୁଛି ଏବଂ ଏହା ଅକ୍ଟୋବର ୧୫ ତାରିଖ ଅଥବା ଦଶମୀ ପର୍ଯ୍ୟନ୍ତ ଚାଲିବ। ଜିଓ ବ୍ୟବହାରକାରୀମାନେ ମା ଦୁର୍ଗାଙ୍କର ଷଷ୍ଠୀ (ଅକ୍ଟୋବର ୧୦) ଠାରୁ ଦଶମୀ (ଅକ୍ଟୋବର ୧୫) ପର୍ଯ୍ୟନ୍ତ ପ୍ରତିଦିନର ବେଶକୁ ଜିଓନ୍ୟୁଜରେ ଭିଡିଓ ମାଧ୍ୟମରେ ଦର୍ଶନ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକର ଗଡ ଚଣ୍ଡି ମନ୍ଦିରରେ ଦେବୀ ଦୁର୍ଗା ଭକ୍ତମାନଙ୍କୁ ଷଷ୍ଠୀଠାରୁ ଦଶମୀ ମଧ୍ୟରେ ଛଅଦିନ ଧରି ଗାୟତ୍ରୀ ବେଶମହାଲକ୍ଷ୍ମୀ ବେଶମହା ସରସ୍ୱତୀ ବେଶମହା କାଳୀ ବେଶମହିଷା ମର୍ଦ୍ଦିନୀ ବେଶ ଆଦି ବିଭିନ୍ନ ଛଅଟି ବେଶରେ ଦର୍ଶନ ଦେଇଥାନ୍ତି।

କଟକରୁ ଦେବୀ ଦୁର୍ଗାଙ୍କର ଡିଜିଟାଲ ଦର୍ଶନ କରିବାକୁ ଜିଓ ବ୍ୟବହାରକାରୀମାନେ ଜିଓନ୍ୟୁଜ ଆପ୍ ଅଥବା ୱେବସାଇଟ JioNews.com ଖୋଲି ଓଡ଼ିଆ ଭାଷାକୁ ଚୟନ କରିବା ସହିତ ଭିଡିଓ ବିକଳ୍ପକୁ ଯାଇ ଦୁର୍ଗାପୂଜା ୨୦୨୧ ବାଛିବାକୁ ହେବ  ତାହାପରେ ସେମାନେ କ୍ଲିକ କରି ଗଡ ଚଣ୍ଡି ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରରେ ମା’ଙ୍କର ବେଶକୁ ଡିଜିଟାଲ ମାଧ୍ୟମରେ ଦର୍ଶନ କରିପାରିବେ। ଜିଓନ୍ୟୁଜର ଭିଡିଓ ସେକ୍ସନରେ ଦୁର୍ଗାପୂଜା ୨୦୨୧ ଚାନେଲରେ ମଧ୍ୟ କୋଲକାତାରୁ ପୂଜା ଓ ପାର୍ବଣର ଶ୍ରେଷ୍ଠ ଦୃଶ୍ୟଗୁଡିକ ପ୍ରଦର୍ଶିତ ହେଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଗାମୀ ଆଠ ମାସ ପାଇଁ ବିସିସିଆଇ ଜାରି କଲା ସଂପୂର୍ଣ୍ଣ ଖେଳସୂଚୀ: କଟକରେ ହେବ ଟି-20 ମ୍ୟାଚ

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) 2021-22 ସିଜନରେ ଟିମ୍ ଇଣ୍ଡିଆର ଘରୋଇ ମାଟିରେ ଖେଳାଯିବାକୁ ଥିବା ମ୍ୟାଚ୍ ସୂଚୀ ପ୍ରକାଶ କରିଛି। ନଭେମ୍ବର 2021 ରୁ ଜୁନ୍ 2022 ପର୍ଯ୍ୟନ୍ତ ଭାରତୀୟ ଦଳ ଦେଶରେ 4 ଟି ଟେଷ୍ଟ, 3 ଟି ଦିନିକିଆ ଏବଂ 14 ଟି -20 ଅନ୍ତର୍ଜାତୀୟ ଖେଳିବ। ବିସିସିଆଇ ଅନୁଯାୟୀ ଆସନ୍ତା ଆଠ ମାସ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିବେ।

ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

ଏହି ସମୟରେ, ଭାରତୀୟ ଦଳ ଡିସେମ୍ବରରୁ ଜାନୁୟାରୀ 2022 ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ବିସିସିଆଇ ଅନୁଯାୟୀ, ଏପ୍ରିଲ-ମେ (2022) ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜିତ ହେବ। ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ 2 ଟି ଟେଷ୍ଟ ଏବଂ 3 ଟି ଟି-20 ଅନ୍ତର୍ଜାତୀୟ ଖେଳିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆକୁ 3 ଟି ଦିନିକିଆ ଏବଂ ପାଞ୍ଚଟି ଟି -20 ମ୍ୟାଚ୍ ଖେଳିବାକୁ ପଡିବ। ଭାରତ ଗସ୍ତରେ ଶ୍ରୀଲଙ୍କା ଦଳ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି -20 ଅନ୍ତର୍ଜାତୀୟ ଖେଳିବ। ଦକ୍ଷିଣ ଆଫ୍ରିକା ଦଳର ଭାରତୀୟ ଯାତ୍ରା 10 ଦିନ ହେବ, ଯେଉଁଥିରେ ସେମାନଙ୍କୁ ପାଞ୍ଚଟି ଟି -20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପଡିବ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ କେବେ ଖେଳାଯିବ?:

ଟି -20 ବିଶ୍ୱକପ ପରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ସହିତ 3 ଟି -20 ଏବଂ 2 ଟି ଟେଷ୍ଟ ମ୍ୟାଚ ଖେଳିବ। ପ୍ରଥମ ଟି -20 ମ୍ୟାଚ୍ ଜୟପୁରରେ ଖେଳାଯିବ। ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ରାଞ୍ଚି ଏବଂ କୋଲକାତାରେ ଖେଳାଯିବ। ଏହି ତିନୋଟି ମ୍ୟାଚ୍ ନଭେମ୍ବର 17 ରୁ ନଭେମ୍ବର 21 ପର୍ଯ୍ୟନ୍ତ ଖେଳାଯିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ କାନପୁର ଏବଂ ମୁମ୍ବାଇରେ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ 29 ନଭେମ୍ବରରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ଟେଷ୍ଟ 7 ଡିସେମ୍ବରରୁ ଖେଳାଯିବ।

ଜାଣନ୍ତୁ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ସହିତ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ:

ୱେଷ୍ଟଇଣ୍ଡିଜ୍ ଦଳ 6 ଫେବୃଆରୀ 2022 ରୁ 12 ଫେବୃଆରୀ 2022 ପର୍ଯ୍ୟନ୍ତ ଭାରତ ସହିତ 3 ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅହମ୍ମଦାବାଦ, ଜୟପୁର ଏବଂ କୋଲକାତାରେ ଖେଳାଯିବ। ଏହା ବ୍ୟତୀତ କଟକ, ବିଶାଖାପାଟନମ୍ ଏବଂ ତ୍ରିଭେନ୍ଦ୍ରମରେ ଦୁଇ ଦଳ ମଧ୍ୟରେ ତିନୋଟି ଟି -20 ମ୍ୟାଚ୍ ଖେଳାଯିବ। ଭାରତ ଗସ୍ତରେ ଆସି ଶ୍ରୀଲଙ୍କା ଦଳ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ବାଙ୍ଗାଲୋର ଏବଂ ମୋହାଲିରେ ଖେଳାଯିବ। ଶ୍ରୀଲଙ୍କା ଦଳ ତିନୋଟି ଟି -20 ମ୍ୟାଚ୍ ଖେଳିବ, ଯାହା ମୋହାଲି, ଧର୍ମଶାଳା ଏବଂ ଲକ୍ଷ୍ନୌରେ ଅନୁଷ୍ଠିତ ହେବ।

ଏହା ବ୍ୟତୀତ 2022 ଆଇପିଏଲ୍ ପରେ ଦକ୍ଷିଣ ଆଫ୍ରିକା ଦଳ ଜୁନ୍ ମାସରେ ଭାରତ ଗସ୍ତ କରିବ। ଉଭୟ ଦଳ ମଧ୍ୟରେ ଏକ 5 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳାଯିବ। ଏହି ମ୍ୟାଚ୍ ଜୁନ୍ 9 ରୁ ଜୁନ୍ 19 ମଧ୍ୟରେ ଖେଳାଯିବ। ଏହି ମ୍ୟାଚଗୁଡ଼ିକର ସ୍ଥାନ ଚେନ୍ନାଇ, ବେଙ୍ଗାଲୁରୁ, ନାଗପୁର, ରାଜକୋଟ ଏବଂ ଦିଲ୍ଲୀରେ ହେବ। ରୋଟେସନ ନୀତି ଅନୁଯାୟୀ 17 ଟି ସୀମିତ ଓଭର ମ୍ୟାଚ୍ ର ସ୍ଥାନ ଚୟନ କରାଯାଇଛି। ଏଥିରେ ଜୟପୁର, ରାଞ୍ଚି, ଲକ୍ଷ୍ନୌ, ବିଶାଖାପାଟନମ୍, କୋଲକାତା, ଅହମ୍ମଦାବାଦ, କଟକ, ତ୍ରିଭେନ୍ଦ୍ରମ, ଚେନ୍ନାଇ, ରାଜକୋଟ, ଦିଲ୍ଲୀ ଆୟୋଜନ କରିବାର ସୁଯୋଗ ପାଇବ।

ଏହି କାରଣରୁ ଟି -20 ମ୍ୟାଚ୍ ସଂଖ୍ୟା ବୃଦ୍ଧି ପାଇଛି:

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ଆମେ 14 ଟି -20 ଅନ୍ତର୍ଜାତୀୟ ରଖିଛୁ। କାରଣ ଗୋଟିଏ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆରେ ଆଉ ଏକ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ସେହି ବଡ ଇଭେଣ୍ଟ ପୂର୍ବରୁ ଆମକୁ ପର୍ଯ୍ୟାପ୍ତ ସଂଖ୍ୟକ ମ୍ୟାଚ୍ ଖେଳିବାକୁ ପଡିବ। ”ଚାରିଟି ଟେଷ୍ଟ ମ୍ୟାଚ୍‌ରେ କାନପୁର ଏବଂ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବାଙ୍ଗାଲୋର ଏବଂ ମୋହାଲିକୁ ହସ୍ତାନ୍ତର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏସସିବିରେ ଇକୋମ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି କଟକ ସ୍ଥିତ ଏସସିବିରେ ଇକୋମ୍ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛି। ମୁଖ୍ୟମନ୍ତ୍ରୀ ଏସସିବିରେ ମୋଟ ୯ ଟି ଇକୋମ୍ ମେସିନର ଲୋକାର୍ପଣ କରିଛନ୍ତି। ଗୁରୁତର ରୋଗୀଙ୍କୁ ଇକୋମ୍ ଚିକିତ୍ସା ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ସରକାର ଏହି ସେବା ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ। ଏହାର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

5ଟି ସଚିବଙ୍କ କଟକ ତାଳଦଣ୍ଡା କେନାଲ ଏବଂ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ୍ ସ୍ଥାନ ପରିଦର୍ଶନ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳେ 5ଟି ସଚିବ ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।

1.55 କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର ମୋଟ ଲମ୍ବ 3.55 କିଲୋମିଟର ହେବ।

ପାଣ୍ଡିଆନ୍ ୟୁଟିଲିଟିଗୁଡିକର ସ୍ଥାନାନ୍ତର ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖାନନଗରରେ 17.91 ଏକର ଜମିରେ କଟକ ନେତାଜୀ ବସ୍ ଟର୍ମିନାଲ୍ (CNBT) ନିର୍ମାଣ କରାଯାଉଛି। ଏହି ଟର୍ମିନାଲ୍ କଟକ ବସ୍ ର ଟ୍ରାଫିକ୍ ଜାମକୁ ସହଜ କରିବାରେ ସାହାଯ୍ୟ କରିବ ଏବଂ ଟର୍ମିନାଲ୍ ରେ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ସୁବିଧା ଯୋଗାଇବା ବ୍ୟବସ୍ଥା କରାଯିବ।

ପ୍ରକଳ୍ପର ଅଗ୍ରଗତି ବିଷୟରେ ପାଣ୍ଡିଆନ୍ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ| ପ୍ରୋଜେକ୍ଟ ସାଇଟରୁ ଲାଇବ୍ରେରୀ ସ୍ଥାନାନ୍ତର ବିଷୟରେ ଲୋକଙ୍କ ସହ ଆଲୋଚନା କରିବାକୁ ଏବଂ 10 ଦିନ ମଧ୍ୟରେ ଏକ ଉପଯୁକ୍ତ ନୂତନ ସାଇଟରେ ସ୍ଥାନାନ୍ତର ସମ୍ପର୍କରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 2022 ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି।

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନବୀକରଣ ସହିତ, ଏହି ଦୁଇଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ 5T  ଅଧୀନରେ ନିଆଯାଇଥିଲା।

ପୁର୍ତ୍ତ ବିଭାଗ ଲଚିବ କୃଷ୍ଣ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କୃଷ୍ଣା, ଆରଡିସି ଏ ଏ କେ ସାମଲ ଏବଂ କଟକ ଜିଲ୍ଲାପାଳ, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ଦିନ ୨ ଟା ପରେ ଦୋକାନ ବଜାର ବନ୍ଦ ରହିବ: ସିଏମସି କମିଶନର

କଟକ: ଦିନ ୨ ଟା ପରେ କଟକର ଦୋକାନ ବଜାର ବନ୍ଦ ରହିବ। ଆସନ୍ତା ୩ ତାରିଖରୁ ଦିନ ୨ ଟା ପରେ କଟକରର ଦୋକାନ ବଜାର ବନ୍ଦ ରହିବ। ମେ’ ୧୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ। କଟକ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ଲୋଡିଂ ଏବଂ ଅନଲୋଡିଂକୁ ଛାଡି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ଏସସିବିରେ ଖୋଲିବ ଆଉ ଦୁଇଟି ଟୀକା କେନ୍ଦ୍ର

କଟକ: ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆହୁରି ବଢିବ। ସେଥିପାଇଁ କଟକ ଏସସିବି ମେଡିକାଲ କଲେଜରେ ଆଉ ଦୁଇଟି ଟୀକା କେନ୍ଦ୍ର ଖୋଲିବ। ଏସସିବିରେ ଏବେ ଦୈନିକ ୨୦୦୦ ଟୀକାଦାନ କରାଯାଉଛି। ଆଗକୁ ଟୀକାଦାନ ଆହୁରି ବଢୁଥିବାରୁ ଏସସିବିରେ ଆଉ ୨ ଟି କେନ୍ଦ୍ର ବଢାଇବା ପାଇଁ ଯୋଜନା ଚାଲିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମ୍ୟାନହୋଲରେ ଫସି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ସଚିବ ଏବଂ ଦୁଇ ଜିଲ୍ଲାପାଳଙ୍କୁ ନୋଟିସ୍ କଲେ ହାଇକୋର୍ଟ

କଟକ: ମ୍ୟାନହୋଲରେ ଫସି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବ ଏବଂ ଦୁଇ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ ବିଭାଗ ସଚିବଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି।

ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଥିବା ବେଳେ କଟକ ଏବଂ ଭୁବନେଶ୍ଵର କମିଶନରଙ୍କୁ ମଧ୍ୟ ନୋଟିସ ହୋଇଛି। ସମସ୍ତଙ୍କୁ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ସରାକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ। ଆଇନ ଆନୁସାରେ କ୍ଷତିପୂରଣ ବାବଦକୁ ତୁରନ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫୌଜଦାରି ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

30 ମିନଟ ଭିତରେ କଟକ ଭୁବନେଶ୍ବରକୁ କାଳବୈଶାଖୀ କରିଦେଲା ଛାରଖାର

ଭୁବନେଶ୍ବର, ମାତ୍ର 30 ମିନିଟ ଭିତରେ କଟକ ଭୁବନେଶ୍ବରୁ କରିଦେଲା ଛାରଖାର। ଆଜି ସଂଧ୍ୟାରେ ଦୁଇ ମହାନଗରରେ ହଠାତ ଆସିଥିଲା କାଳବୈଶାଖୀ। ଫଳରେ ଏହାର ପ୍ରଭାବରେ କଟକ ଓ ଭୁବନେଶ୍ବରରେ ପ୍ରବଳ ପବନ ସହିତ ବର୍ଷା ହୋଇଥିଲା। ପବନର ବେଗ ଏପରି ଥିଲା ଯେ, ଉଠା ଦୋକାନୀ ଏବଂ ବସ୍ତିର ଚାଳ ଛପର କୁଆଡେ ଉଡି ଯାଇଥିଲା। ପଲିଥିନ ତଳେ ବେପାର କରୁଥିବା ବ୍ୟବସାୟୀ ନିଜ ଜିନଷ ଭିତରକୁ ନେବା ଭିତରେ ପବନରେ ଅନେକ କିଛି କ୍ଷୟକ୍ଷତି କରିଦେଇଥିଲା।

ଆଜି ରାଜଧାନୀରେ ଅପରାହ୍ନ ପ୍ରାୟ ସାଢେ ପାଞ୍ଚଟା ପାଖାପାଖି ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଦେଇଥିଲା। ଚାରିଆଡେ ଅନ୍ଧାର ଘୋଟି ଆସିଥିଲା। ଚାହୁଁଚାହୁଁ ନିମିଷକ ମଧ୍ୟରେ ପବନ ପ୍ରବାହିତ ହେବାକୁ ଲାଗିଲା। ଧିରେଧିରେ ପବନ ବେଗ ବଢିବାରେ ଲାଗିଲେ। ଧୂଳିରେ ପରିପୂର୍ଣ୍ଣ ହୋଇଗଲା ରାସ୍ତାଘାଟ। ଗାଡି ଚଳେଇ ଯାଉଥିବା ଯାତ୍ରୀମାନେ ଆଗକୁ ଗାଡି ନେବାର ମଧ୍ୟ ଅସମ୍ଭବ ହୋଇ ପଡିଥିଲା।

ପବନର ପ୍ରକୋପରେ ବସ୍ତିଗୁଡିକରେ ଥିବା ଚାଳଛପର ଏପରିକି ଆଜବେଷ୍ଟ ମଧ୍ୟ ଉଡିଗଲା। କିଛି ସମୟ ପାଇଁ ପୁରା କଟକ ଭୁବନେଶ୍ବର ଅନ୍ଧକାର ପାଲଟିଗଲା। ପବନର ଉତପାତ୍ ପରେ ଆରମ୍ଭ ହୋଇଗଲା ପ୍ରବଳ ଘଡଘଡି, ବିଜୁଳି ସହିତ ବର୍ଷା। ପ୍ରାୟ 10 ମିନିଟ ଧରି ବର୍ଷା ଲାଗି ରହିଥିଲା। ଏହା ପରେ ଧିରେଧିରେ ପାଗ ସ୍ବାଭାବିକ ହୋଇଥିଲା।

କଟକ ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଆଗୁଆ ସୂଚନା ଦିଆଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ: ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:

୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।

କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ

୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ

୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।

୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର

କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର ଉପର ମହଲାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ଲାଗି ପଡିଛି। ପାଖାପାଖି ଅପରାହ୍ନ ୧୨ ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ହସ୍ପିଟାଲରେ ଥିବା ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ସେହି ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହେଉଥିଲେ ଏବଂ କେତେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କଟକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। କଟକ ଠାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଟକର ଖାନନଗର ଠାରେ ଏହି ବସ୍‌ ଟର୍ମିନାଲ ନିର୍ମିତ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ଏହା ସହିତ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲଟି ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍‌ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ।

ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସୂଚନା ବ୍ୟବସ୍ଥା ମଧ୍ୟ ରହିବ। ଏହି ନିର୍ମାଣ ପାଇଁ କଟରର ରିଂଗ୍‌ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାତିରେ ସାତୋଟି ଜିଲ୍ଲାରେ ସୃଷ୍ଟି ହେବ ଘନ କୁହୁଡି, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି।

ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଦିନ ପାଇଁ ରାଜ୍ୟର ପାଞ୍ଚୋଟି ଜିଲ୍ଲାର ଘନ କୁହୁଡି, ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଘନକୁହୁଡି ଦେଖାଦେବ। ଏହି କୁହୁଡି ଶନିବାର ଏବଂ ରବିବାରରେ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ପରିଲକ୍ଷିତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହି ଅନୁସାରେ ସ୍ବାତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏହି ପାଞ୍ଚୋଟି ଜିଲ୍ଲାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ଦିନ ଯେଉଁ ଜିଲ୍ଲାଗୁଡିକରେ ଏହି ଘନ କୁହୁଡା ଦେଖାଦେବ ସେଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ରହିଛି। ସେହିପରି ରବିବାର ଦିନ ଜଗତସିଂହପୁର, ଭଦ୍ରକ, କଟକ ଏବଂ କେନ୍ଦ୍ରପଡା ଜିଲ୍ଲା। ଏହି ଜିଲ୍ଲାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଚା’ ପିଉଛନ୍ତି କି ? ସାବଧାନ, କଟକରୁ ଧରାଗଲା 55 କ୍ବିଣ୍ଟାଲ ନକଲି ଚା’ ପତି

କଟକ, ଓଡିଶାର କଟକ ସହର ବର୍ତ୍ତମାନ ନକିଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କାରଣ ଦିନକୁ ଦିନ ବିଭିନ୍ନ ନକଲି ସାମଗ୍ରୀ ଜବତ ହେବାରେ ଲାଗିଛି। ପୂର୍ବରୁ ନକଲି ଘିଅ, ନକଲି ଛେନା, ନକଲି ଗୁଟୁକା ପ୍ରଭୃତି ଜବତ କରାଯାଇଛି। ଏବେ ବର୍ତ୍ତମାନ ଆସିଲାଣି ନକଲି ଚା ପତି। କଟକର ସଦର ପୋଲିସ ପକ୍ଷରୁ ଚଢାଉ କରି ଏହି ନକଲି ଚା ପତି ଜବତ କରାଯାଇଛି। ଯାହାର ପରିମାଣ ପ୍ରାୟ 55.5 କ୍ବିଣ୍ଟାଲ ବୋଲି ଜଣାପଡିଛି। ଏହାକୁ ଯଦି ସେମାନେ ବଜାରରେ ବିକ୍ରି କରିଥାଆନ୍ତେ ତେବେ ଏହାର ମୂଲ୍ୟ 15 ଲକ୍ଷ ଟଙ୍କା ହୋଇଥାଆନ୍ତା ବୋଲି ଜଣାପଡିଛି।
ଏ ନେଇ ପୋଲିସ ଏହାର ମାଲିକ ସୁରେଶ ବିଶ୍ବାଳକୁ ଗିରଫ କରିଛି। ସେ କଟକ ସୁଭଦ୍ରାପୁରର ବାସିନ୍ଦା। ତାକୁ ପଚରାଉଚୁରା କରିବା ବେଳେ ଜଣାପଡିଛି ଯେ ସେ ବିଭିନ୍ନ ନାମକରା କଂପାନୀର ଲୋଗୋକୁ ବ୍ୟବହାର କରି ପାଉଚ ତିଆରି କରିଥାଏ। ସେଥିରେ ସେ ବିଭିନ୍ନ ପତ୍ର ଗୁଣ୍ଡ ଏବଂ କାଠ ଗୁଣ୍ଡ ମିଶାଇ ଚା ପତି ପରି ଦେଖାଯିବା ପରି ପ୍ରସ୍ତୁତ କରିଥାଏ। ସେ ସବୁ ପାଉଚରେ ଭର୍ତ୍ତି କରି ଚା ପତି ଭାବେ ବଜାରରେ ବିକ୍ରି କରାଯାଏ। ଏଥିପାଇଁ ସେ ଏକ ବିଭିନ୍ନ ମେସିନ କିଣି ଏକ କାରଖାନା ପରି କରିଛି। ଏ ନେଇ ପୋଲିସ ଆହୁରି ଖୋଳତାଡ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ବି ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ୍

କଟକ : କଟକ ମହାନଗର ଅଞ୍ଚଳରେ ବି ଜିରୋ ନାଇଟ ସେଲିବ୍ରେସନ୍‌ ଉପରେ କଟକଣା ଜାରି କଲା ସିଏମ୍‌ସି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ​‌ହେବ ନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି ବିଜ୍ଞପ୍ତି ଜାରି କରିଛି। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ପାରିବେ।

ସୂଚନାଯୋଗ୍ୟ, ଚଳିତ ଥର ରାଜଧାନୀରେ ବି ହେବ ନାହିଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ । ବିଏମ୍‌ସି ମଧ୍ୟ ଏନେଇ କଟକଣା ଜାରି କରିସାରିଛି ।