Categories
ଆଜିର ଖବର ରାଜ୍ୟ ଖବର

କଟକର 4 ପୋଲିସ୍‌ କର୍ମଚାରୀଙ୍କୁ କରୋନା

କଟକ : କଟକ ସହରର 4 ପୋଲିସ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ  ହୋଇଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରେ ସଦର ଥାନାରୁଜଣେ ରହିଥିବାବେଳେ ବାଦାମବାଡି ଥାନାରୁ 2 ଜଣ, ରିଜର୍ଭ ପୋଲିସ୍‌ରୁ ଜଣେ ଚିହ୍ନଟ ହୋଇଛନ୍ତି ।ଚାରି ପୋଲିସ୍‌ କର୍ମଚାରୀଙ୍କୁ କରୋନା ନେଇ କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି କଟକରୁ 177ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକରୁ 76 ପଜିଟିଭ୍‌ ଚିହ୍ନଟ : ବେହେରା ସାହିରୁ ରହିଛନ୍ତି 46 ଆକ୍ରାନ୍ତ

କଟକ : ଆଜି କଟକରୁ 76 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ ପଜିଟିଭ୍‌ଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍‌ ଓ 16 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି । ସେହିପରି କ୍ବାରେଣ୍ଟାଇନ୍‌ରୁ 60ରୁ  କଣ୍ଟେନମେଣ୍ଟ ଜୋନ୍ରୁ 46 ଜଣ ରହିଥିବାବେଳେ 07 ଜଣ ସରକାରୀ କ୍ବାରେଣ୍ଟାଇନ୍‌ରୁ ଆଉ 07 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଆଜି ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ 46 ଜଣହିଥିବାବେଳେ ଏଥିରେ 16 ଜଣ ପୁରୁଷ ରହିଛନ୍ତି ଓ 30 ଜଣ ମହିଳା ରହିଛନ୍ତି ।  ସେହିପରି ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 7ଜଣଙ୍କ ମଧ୍ୟରେ ତିନିଜଣ ପୁରୁଷ କୋଭିଡ୍‌ ଯୋଦ୍ଧା ରହିଥିବାବେଳେ ଆଉ 4ଜଣ  ମହିଳା କୋଭିଡ୍‌ଯୋଦ୍ଧା ରହିଛନ୍ତି ।

ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 7 ଜଣଙ୍କ ମଧ୍ୟରେ ମଙ୍ଗଳାବାଗରୁ 52 ବର୍ଷୀୟ ମହିଳା ଚିହ୍ନଟ ହୋଇଥିବାବେଳେ ଚୌଧୁରୀ ବଜାରରୁ ଜଣେ 49 ବର୍ଷୀୟ ମହିଳା, ସାହେବଜାଦା ବଜାରରୁ 4 ଜଣ ରହିଛନ୍ତି ।

Image

ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଦେଓ୍ବାନ୍‌ ବଜାରରୁ 3 ଜଣ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗା ବଜାରରୁଜଣେ, ନେତାଜୀ ନଗରରୁ ଜଣେ, ମେଡ଼ିକାଲ ରୋଡ୍‌ରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ 2 ଜଣ, ବିଡାନାସୀରୁ ଜଣେ କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହୋଇଥିବାବେଳେ କ୍ୟାଣ୍ଟନମେଣ୍ଟ ରୋଡଣୁ ଜଣେ, ସେକ୍ଟର 9 ସିଡିଏରୁ ଜଣେ, ମହିମାନଗରରୁ, ମଠ ସାହିରୁ ଜଣେ, ସତୀ ଚଉରାରୁ ଜଣେ, ଚୌଧୁରୀ ବଜାରରୁଜଣେ ରହିଛନ୍ତି ।

ନୂତନ 76 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1 ହଜାର 546ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 763 ଜଣ । 10ଜଣ ମୃତ୍ୟୁବରଣ କରିଥିବାବେଳେ 773 ଜଣ ଏବେ ସୁଦ୍ଧା ଚିକିତ୍ସାଧୀନ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 29 ଜିଲ୍ଲାରୁ 1434 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି

ଭୁବନେଶ୍ବର : ଆଜି 29 ଜିଲ୍ଲାରୁ 1434 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ରାୟଗଡାରୁ 197, କଟକରୁ 123, ଗଜପତିରୁ 91, ସୁନ୍ଦରଗଡରୁ 76, ପୁରୀରୁ 65, ଯାଜପୁରରୁ 57, ସମ୍ବଲପୁରରୁ 51, କନ୍ଧମାଳରୁ 44, ଭଦ୍ରକରୁ 25, ମାଲକାନଗିରିରୁ 24, କେନ୍ଦ୍ରାପଡାରୁ 22, କଳାହାଣ୍ଡିରୁ 18, ଜଗତସିଂହପୁର ଓ ଢେଙ୍କାନାଳରୁ 13 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ କୋରାପୁଟରୁ 12 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 9,  ନୟାଗଡରୁ 8, ନୂଆପଡାରୁ 7ଜଣ ରହିଛନ୍ତି । ଝାରସୁଗୁଡା ଓ ସୋନପୁରରୁ 6 ଜଣ ଲେଖାଏଁ ରହିଥିବାବେଳେ ବରଗଡ ଓ ବୌଦ୍ଧରୁ 5 ଜଣ ଲେଖାଏଁ ରହିଛନ୍ତି । କେଉଁଝର, ଦେବଗଡ ଓ ନବରଙ୍ଗପୁରରୁ 2 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ସହରରୁ ଆଜି 65 କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

କଟକ, କଟକ ସହରରେ ଆଜି ଆଉ 65 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 65 ମଧ୍ୟରେ 59 କ୍ବାରେଣ୍ଟିନ ଓ 6 ଲୋକାଲ କଣ୍ଚାକ୍ଚ କେସ୍ ଅଛନ୍ତି। ଖଟବିନ ସାହିରୁ ଆଜି 28 କରୋାନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ 8, ଗଣ୍ଡରପୁରରୁ 4, ନେତାଜୀ ନଗରରୁ 4 ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ 2, ଦେୱାନ ବଜାରରୁ 2, ସେଲଟର ଛକରୁ ଜଣେ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ସହରରୁ ଆଜି ଆଉ 93 କରୋନା ପଜିଟିଭ ଚିହ୍ନଟ

କଟକ, କଟକ ସହରରୁ ଆଜି ଆଉ 93 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 93 ଜଣଙ୍କ ମଧ୍ୟରୁ 75 ହୋମ କ୍ବାରେଣ୍ଟିନରୁ ହୋଇଥିବା ବେଳେ 14 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ଜଣାପଡିଛି। ବକ୍ସିବଜାର ବାସୁଳି ସାହିରୁ 23 ଜଣ ଓ ଡଗରପଡ଼ା ବାଣୀନଗରରୁ 24 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଶଙ୍କରପୁର ଦାସସାହିରୁ 7, ଦୋଳମୁଣ୍ଡାଇରୁ 6, ସିଡିଏ ସେକ୍ଟର-7ରୁ 5, ଜଗତପୁର ପଦ୍ରାସାହିରୁ 3 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 23 ଜିଲ୍ଲାରୁ 647 ପଜିଟିଭ୍‌ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ

ଭୁବନେଶ୍ବର : ଆଜି 23 ଜିଲ୍ଲାରୁ 647 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 225 ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 84, ଖୋର୍ଦ୍ଧାରୁ 68, ରାୟଗଡାରୁ 47, ବାଲେଶ୍ବରରୁ 40, ଅନୁଗୁଳରୁ 37, କୋରାପୁଟରୁ 28, ସୁନ୍ଦରଗଡରୁ 22, କେନ୍ଦ୍ରାପଡାରୁ 13, ଭଦ୍ରକରୁ 12, ସମ୍ବଲପୁର, ମାଲକାନଗିରି ଓ ଢେଙ୍କାନାଳରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ 8, ଜଗତସିଂହପୁରର 7, ବଲାଙ୍ଗିର ଓ କନ୍ଧମାଳରୁ 5ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାଗଡ ଓ ବରଗଡରୁ 4ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ 3, ଯାଜପୁର ଓ ନବରଙ୍ଗପୁରର 2 ଜଣ ଲେଖାଏଁ ରହିଛନ୍ତି । ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକରୁ 16 ପଜିଟିଭ୍‌ ଚିହ୍ନଟ

କଟକ : କଟକ ସହରରୁ ଆଜି ନୂତନ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଏହି 16 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 2ଟି ଲୋକାଲ୍‌ କେସ୍‌ ରହିଛି । ଦୁଇ ଲୋକାଲ୍‌ କେସ୍‌ ମଧ୍ୟରୁ ଜଣେ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଏଆଇଆର୍‌ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ମଙ୍ଗଳବାଗରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନ୍ୟ 14 ହୋମ୍‌ କ୍ବାରେଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ରାଉସପାଟଣାରୁ 5 ଜଣ, ଗଣେଶ ଘାଟରୁ 3 ଜଣ,  ଗୋପାଳ ସାହିରୁ 2 ଜଣ ଆକ୍ରାନ୍ତ,  ବାଲୁ ବଜାର, ବାଦାମବାଡିର ଶଙ୍କରପୁର ପରିଡା ସାହି, ପୁରୀ ଘାଟ ଓ ରାଣୀ ହାଟ ଅଞ୍ଚଳରୁ ଜଣେ ଲେଖାଏଁ ରହିଥିବାର ସୂଚନା ରହିଛି ।

Image

ନୂତନ 16 ଆକ୍ରାନ୍ତଙ୍କ ପରେ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 350ରେ ପହଞ୍ଚିଯାଇଛି । 200 ଜଣ ସୁସ୍ଥ ହୋଇଥିବାବେଳେ 7ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କଟକରେ 143ଟି ସକ୍ରିୟ ମାମଲା ରହିଛି । ସୂଚନାଯାେଗ୍ୟ, ଆଜି କଟକ ଜିଲ୍ଲାରୁ 27ଟି ନୂତନ କେସ୍‌ ଚିହ୍ନଟ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକରୁ 11 ପଜିଟିଭ୍‌ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ 11 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 6 ସରକାରୀ କ୍ବାରେଣ୍ଟାଇନରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ 3ଜଣ, 2 ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ 2 ଜଣ ରହିଥିବାବେଳେ ଖପୁରିଆରୁ ଜଣେ ଚିହ୍ନଟ ହୋଇଛନ୍ତି ।  ସେହିପରି ବକ୍ସିବଜାରରୁ ଜଣେ ଥିବାବେଳ ଯୋବା ପାରେଶ୍ବର ସାହିରୁ ଜଣେ । ଏସ୍‌ସିବି ମେଡ଼ିକାଲ ଆଇସୋଲେସନ୍‌ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି । ଅନ୍ୟ ଜିଲ୍ଲାରୁ ଫେରି କ୍ବାରେଣ୍ଟିନ୍‌ରେ ଥିବା 5 ଆକ୍ରାନ୍ତ ଚିହ୍ନଟ ।

ଆଜି ନୂତନ 11 ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତ 334ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 188 ଜଣ । ସେହିପରି ଏହି ଜିଲ୍ଲାରେ 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ରହିଛନ୍ତି 139 ଜଣ ।

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଉ 4 ପଜିଟିଭ୍‌

କଟକ : କଟକ ସହରରେ ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ ଓ ଅନ୍ୟ ଜଣେ ଲୋକାଲ୍‌ କେସ୍‌ ବୋଲି ସୂଚନା ରହିଛି ।

ଲୋକାଲ୍‌ କେସ୍‌ ଜଣକ ସୂତାହାଟର ଜଣେ 36 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 46 ବର୍ଷୀୟ ପୁରୁଷ ହୋଇଥିବାବେଳେ ତାଙ୍କ ଘର ସିଡିଏ ସେକ୍ଟର -6 ବୋଲି ସୂଚନା ରହିଛି ।

ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜ ଣେ 60 ବର୍ଷ ବୟସ୍କା ବୃଦ୍ଧା ଜଣାପଡିଥିବାବେଳେ ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।

Image

ନୂତନ 4 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 295ରେ ପହଞ୍ଚିଥିବାବେଳେ  ସୁସ୍ଥ ହୋଇଛନ୍ତି 134 ଜଣ । ସେହିପରି କଟକ ସହରରୁ କରୋନାରେ 7ଜଣ ମୃତ୍ୟୁ ବରଣ କରିଥିବାବେଳେ ଏବେ ସୁଦ୍ଧା କଟକ ସହରରେ 154ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଆଜି କଟକରୁ 27 ଆକ୍ରାନ୍ତ ଚିହ୍ନଟ

କଟକ : ଆଜି କଟକ ସହରରୁ 27 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 27 ଆକ୍ରାନ୍ତଙ୍କ ମଧ୍ୟରା 20 ଜଣ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳ 4 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌  ଓ 3 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି ।

ଲୋକାଲ୍‌ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ2 ଟି ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍ ପାଟନା ଅଞ୍ଚଳରବୋଲି ସୂଚନା ରହିଛି ।

ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ମଧ୍ୟରୁ, ତିନି ଜଣ ଗୌଡ଼ସାହିର ପ୍ରତାପ ନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲେନ୍‌ର।

ସେହିପରି ସରକାରୀ କ୍ୱାରେଣ୍ଟାଇନ୍‌ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ 17 ଜଣ  ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ରୋଗୀ ଓ ଆଟେଣ୍ଡାଣ୍ଟ। ଏହି 17ଜଣଙ୍କ 12 ଜଣ ପୁରୁଷ ଥିବାବେଳେ 5 ଜଣ ମହିଳା ରହିଛନ୍ତି । ଅନ୍ୟ ତିନି ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି।

Image

ନୂତନ 27କୁ କେସ୍‌କୁ ମିଶାଇ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 291ରେ ପହଞ୍ଚିଛି । 134 ଜଣ ସୁ୍ସ୍ଥ ହୋଇଥିବାବେଳେ 7ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କଟକ ସହରରେ 150ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 4 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 74କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 4 ଜଣଙ୍କ ଜୀବନ ନେଇଛି କରୋନା  । ଆଜି ରାଜ୍ୟରେ 4 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି ।

ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ଜଣେ 71 ବର୍ଷ ଆକ୍ରାନ୍ତ ରହିଛନ୍ତି । ସେ ଓରାଲ୍‌ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର 40 ବର୍ଷର ମହିଳା ବୋଲି ଜଣାପଡିଛନ୍ତି ।

ସେହିପରି ଅନ୍ୟ ଜଣେ ଭୁବନେଶ୍ବରର 71  ବୟସ୍କ ବୋଲି ସୂଚନା ରହିଛି । ସେ ବ୍ଲଡ୍‌ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ଅନ୍ୟ ମୃତକ ଜଣକ ଗଞ୍ଜାମ ଜିଲ୍ଲାର । 80 ବର୍ଷୀୟ ବୃଦ୍ଧ ବ୍ୟକ୍ତି ଜଣକ ଡାଇବେଟିସ୍‌ ଓ ହୃଦରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 12ଜଣ ମୃତ୍ୟୁବରଣ କରିଥିବାବେଳେ କଟକ ଜିଲ୍ଲାରେ 8ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି 4 ମୃତକଙ୍କ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 74କୁ ବୃଦ୍ଧି ହୋଇଛି ।

ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ଭିନ୍ନ କାରଣ ଦର୍ଶାଇଛନ୍ତି ସରକାର । ସୁନ୍ଦରଗଡରୁ ଆଜି ଜଣେ 1ବର୍ଷ ତିନି ମାସର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି କରୋନାରେ ପୀଡ଼ିତ ଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି । ଏଯାବତ୍‌ କରୋନା ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 6 ଜଣଙ୍କ ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି

ଭୁବନେଶ୍ବରୁ : ଆଜି ରାଜ୍ୟରୁ 6ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କ ଜୀବନ ଯାଇଥିବାବେଳ କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ଆଜି 4ଜଣଙ୍କ ଜୀବନ ଯାଇଛନ୍ତି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45, 63, 72, 49 ରହିଛି ।

ଭୁବନେଶ୍ୱରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ବୟସ 67 ବର୍ଷ ।  ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମାତ୍ର 40 ବର୍ଷ ବୋଲି ସୂଚନା ରହିଛି ।

ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 43କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା10କୁ ବୃଦ୍ଧି ହୋଇଛି । ସେହିପରି କଟକରେ 7 ଜଣଙ୍କ  କରୋନା ଜନିତ ମୃତ୍ୟୁ ହୋଇଛି ।

 

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଉ 10 ପଜିଟିଭ୍‌ ଚିହ୍ନଟ

କଟକ : କଟକ ମହାନଗର ଅଞ୍ଚଳରୁ ଆଉ 10 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 10 ମଧ୍ୟରୁ ସରକାରୀ କ୍ବାରେଣ୍ଟାଇନ୍‌ରୁ 4 ଜଣ ରହିଥିବାବେଳେ 5ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଲୋକାଲ୍‌ କେସ୍‌ ଜଣେ ରହିଛି ବୋଲି ସିଏମସି ସୂଚନା ଦେଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କରୋନା ଯୋଦ୍ଧା ଥିବାବେଳେ ସମେସ୍ତ ଏସ୍‌ସିବି ଆଇସୋଲେସନରେ ରହିଥିବାବେଳେ ଲୋକଲ୍‌ ଆକ୍ରାନ୍ତ ଜଣକ ଦିଓ୍ବାନ ବଜାରର ବୋଲି ସୂଚନା ରହିଛି ।

ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 5 ଜଣଙ୍କ ମଧ୍ୟରେ ବେହେରା କଲୋନୀ, ମଙ୍ଗଳବାଗରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ମାଣିକଘୋଷ ବଜାରରୁ ଜଣେ 50 ବର୍ଷୀୟା ମହିଳା ରହିଛନ୍ତି ।

ଖ୍ରୀଷ୍ଟିଆନ୍‌ ସାହିରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ପୁରୀଘାଟ ଅଞ୍ଚଳରୁ 45 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୋଳମୁଣ୍ଡାଇ ଅଞ୍ଚଳରୁ ଜଣେ 26 ବର୍ଷୀୟା ଯୁବତୀ ରହିଛନ୍ତି ।

Image

ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା 299େର ପହଞ୍ଚିଛି । କଟକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 32 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ସୁଦ୍ଧା କଟକରେ 205ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କଟକରୁ ଆଉ 16 ପଜିଟିଭ ଚିହ୍ନଟ

କଟକ : କଟକ ମହାନଗର ଅଞ୍ଚଳରୁ ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସିଏମ୍‌ସି । ଚିହ୍ନଟ 16ରୁ 13 ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ ରହିଥିବାବେଳେ ଜଣେ ପେଡ୍‌ କ୍ବାରେଣ୍ଟାଇନ୍‌ରୁ ରହିଛନ୍ତି ।

ଏସ୍‌ସିବି ଆଇସୋଲେସନରୁ ତିନି ଜଣ ରହିଥିବାବେଳେ ସମ୍‌ ହସ୍ପିଟାଲ ଆଇସୋଲେସନ୍‌ରୁ 2. କ୍ୟାନସର ହସ୍ପିଟାଲ ଲିଙ୍କ୍‌ରୁ ଆଉ 4 ଜଣ ଚିହ୍ନଟ ହୋଇଥିବାବେଳେ କଟକ ସଦରରୁ ଆଉ ତିନି ଚିହ୍ନଟ ହୋଇଛନ୍ତି । ଏମ୍‌ସ୍‌ ଆଇସୋଲେସନ୍‌ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି ।

ସିଡିଏ ସେକ୍ଟର 11ରୁ ଜଣେ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ମଙ୍ଗଳାବାଗ ବଢେଇ ସାହି ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

 

Image

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 4ଟି ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ଆଜି ରାଜ୍ୟରୁ ଚାରିଜଣଙ୍କର ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଥିବାବେଳେ କଟକରୁ ଜଣେ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି ।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ଆକ୍ରାନ୍ତ ଥିବାବେଳେ ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ । ଅନ୍ୟ ଜଣଙ୍କ ବୟସ 60 ବର୍ଷ ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । ଅନ୍ୟ ଜଣେ 53 ବର୍ଷର ବୋଲି ସୂଚନା ରହିଛି ।ସେହିପରି କଟକରୁ ଆଜି କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 48 ବର୍ଷ । ସେ ଲିଭର ଓ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 42କୁ ବୃଦ୍ଧି ହୋଇଛି ।  ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ହୋଇଥିବାବେଳେ କଟକ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା5କୁ ବୃଦ୍ଧି ହୋଇଛି ।

ସେହିପରି ରାଜ୍ୟରୁ ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା କ୍ୟାନସର ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ମୃତକ ଦ୍ବୟଙ୍କ ମଧ୍ୟରୁ ଜଣେ କଟକର 80 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ ପ୍ରାେଟେଷ୍ଟ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟ  ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର 45 ବର୍ଷୀୟ ପୁରୁଷ ।ସେ ମଧ୍ୟ କ୍ୟାନସର ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ସେହିପରି ରାଜ୍ୟରେ 12 ଜଣ କରୋନା ଆକ୍ରାନ୍ତରେ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ରାଜ୍ୟରେ ଏବେସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଶହଜାର ଟପିସାରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ କଟକରେ ହେବ ଆଣ୍ଟିଜେନ ଟେଷ୍ଟ, କାଲିଠାରୁ ଗଞ୍ଜାମରେ ଘର ଘର ବୁଲି ସ୍କ୍ରିନିଂ

କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ।

କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରବିବାର ଏହି ନିଷ୍ପତ୍ତି ନିଆଯାଇଥିଲା ।

ରାଜ୍ୟରେ 5 ହଜାର ଆଣ୍ଟିଜେନ କିଟ୍ ମଧ୍ୟ ପହଞ୍ଚି ଯାଇଛି। ଆଣ୍ଟିଜେନ କିଟ୍ ଜରିଆରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ । ଅଳ୍ପ ଦିନ ଭିତରେ ଆଉ ୨୦ ହଜାର ଆଣ୍ଟିଜେନ କିଟ୍ ଆସିବ ବୋଲି ସୂଚନା ମିଳିଛି।

କଟକ ମହାନଗର ନିଗମରେ ମୋଟ 193 ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଲାଣି 22ଜଣ । ଜଣକର ମୃତ୍ୟୁ ହୋଇଛି।

ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବାବେଳେ ସର୍ବାଧିକ କରୋନା ମୃତ୍ୟୁ ମଧ୍ୟ ଏହି ଜିଲ୍ଲାରେ ହୋଇଛି । ଏଥିପାଇଁ ଏଠାରେ ଡୋର୍‌ ଟୁ ଡୋର୍‌ ସ୍କ୍ରିନଂ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।ଏଥିପାଇଁ 200 ଜଣିଆ ଟିମ୍‌ ଗଠନ ହୋଇଛି ।

ରାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ ଗଞ୍ଜାମରେ ପହଞ୍ଚିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ତେଣୁ ଗାଇଡଲାଇନ୍ସ ଅନୁସାରେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ହେବା ନେଇ ସୂଚନା ଦିଆଯାଇଛି। ଆସନ୍ତାକାଲିଠୁ ସହରାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରାଯିବ । ତେବେ କେଉଁ ଅଞ୍ଚଳରେ ସ୍କ୍ରିନିଂ ହେବ ତାହା ସମ୍ପର୍କରେ ଆଜି ପ୍ରଶାସନ ଘୋଷଣା କରିବ ବୋଲି ସୂଚନା ରହିଛି ।

 

Categories
ଆଜିର ଖବର ରାଜ୍ୟ ଖବର

କଟକରୁ ଆଜି ଆଉ 3 କରୋନା ପଜିଟିଭ

କଟକ: କଟକ ସହରରୁ ଆଉ 3 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ  ଜଣେ ଲୋକାଲ୍‌ କେସ୍‌ ଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ  ଜଣେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିବାବେଳେ ଅନ୍ୟ ଜଣେ ପେଡ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଲୋକାଲ୍‌ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 58 ବର୍ଷୀୟ କୋଭିଡ ଯୋଦ୍ଧା ବୋଲି ସୂଚନା ରହିଛି । ସେ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ବୟସ 59 ବର୍ଷ । ସେ ମାଣିକଘୋଷ ବଜାରରୁ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।

ସେହିପରି ପେଡ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 62 ବର୍ଷୀୟ ପୁରୁଷ । ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି ।

Image

ନୂତନ ତିନି ପଜିଟିଭ୍‌ଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 193ରେ ପହଞ୍ଚିଛି । ସେହିପରି 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । କଟକରେ ଏବେସୁଦ୍ଧା 169 ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଜି 74 ପଜିଟିଭ୍‌ ଚିହ୍ନଟ

କଟକ : କଟକ ସହରରେ ଆଜି 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 46 ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ 28 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି ।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ତିନି କରୋନା ଯୋଦ୍ଧା ରହିଛନ୍ତି । ହୋମ୍‌  କ୍ବାରେଣ୍ଟାଇନ୍‌ରୁ ମାଳିସାହିରୁ ସର୍ବାଧିକ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଣିକ ଘୋଷ ବଜାରରୁ11 ଜଣ, ସିଡିଏରୁ 3 ଜଣ, ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି ।

Image

ନୂତନ 74ଜଣ ଚିହ୍ନଟ ପରେ କଟକ ସହରରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 190ରେ ପହଞ୍ଚିଛି । କଟକ ସହରରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧ କଟକ ସହରରେ 166ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ସିଏମ୍‌ସି

କଟକ : କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ସିଏମ୍‌ସି । ଆସନ୍ତା 8 ତାରିଖ ଯାଏ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । 8 ତାରିଖ ମଧ୍ୟରାତ୍ର ଯାଏ କଟକ ସହର ସଟ୍‌ଡାଉନ ହେବ ବୋଲି ସୂଚନା ରହିଛି । ଘୋଷଣା ତତ୍କାଳ ଲାଗୁ ନେଇ ସିଏମ୍‌ସି ପକ୍ଷରୁ ସୂଚନା ରହିଛି । ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି ବୋଲି ସୂଚନା ଦେଇଛି ସିଏମ୍‌ସି। ସେହିପରି ଏହି ସମୟରେ  ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, କ୍ଷୀର,  ପରିବା ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ରହିଛି । ଏହି ସବୁ ଦୋକାନ ସକାଳ 5ରୁ ସନ୍ଧ୍ୟା 6 ଯାଏ ଖୋଲିବ । ତେବେ ଔଷଧ ଦୋକାନ ଖୋଲାରହିବାକୁ ଅନୁମତି ଥିବାବେଳେ ଅନଲାଇନ୍‌ ଡେଲିଭରି ଚାଲୁ ରହିବ ବୋଲି ସୂଚନା ରହିଛି । ତେବେ ଏହି ସମୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସୂଚନା ରହିଛି ।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକ ସହରରୁ 11 ପଜିଟିଭ୍‌

କଟକ : ଆଜି କଟକ ସହରରୁ ନୂତନ 11ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ସରକାରୀ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବାବେଳେ 6 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭଙ୍କ ମଧ୍ୟରେକ୍ୟାନସର ହସ୍ପିଟାଲରୁ ପାଞ୍ଚ ଜଣ ରୋଗୀ ଏବଂ ସମ୍ପର୍କୀୟ ଚିହ୍ନଟ ହୋଇଛନ୍ତି । ସେହିପରି  ଆଜି  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ୍‌ ଯୋଦ୍ଧା ଥିବାବେଳେ 5 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି ।

ନୂତନ 11ଜଣ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା 116ରେ ପହଞ୍ଚିଛି । ସେହିପରି କଟକ ସହରରେ 2 ଜଣଙ୍କର ମୃତ୍ୟୁ ଘଟିଥବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧା 92 ଜଣ ସକ୍ରିୟ ରହିଛନ୍ତି ।

 

Image

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଜି 7 କରୋନା ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତଙ୍କ ମଧ୍ୟରେ କାଠଗଡ଼ା ସାହିରୁ ଜଣେ ମହିଳା, ଥୋରିଆ ସାହିରୁ ଜଣେ ପୁରୁଷ, ନୂଆପାଟଣାରୁ ଦୁଇ ଜଣ ମହିଳା, ମଙ୍ଗଳାବାଗରୁ ଜଣେ ଯୁବକ ଓ ଜଗତପୁରରୁ ଜଣେ ବ୍ୟକ୍ତି କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ମହାନଦୀବିହାରରୁ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ଆଜିର ନୂତନ 7ଟି ପଜିଟିଭ୍‌ ଚିହ୍ନଟ ପରେ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 46କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 । ସେହିପରି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 22 ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Image