Categories
ଜାତୀୟ ଖବର ବିଶେଷ ଖବର

କପିଲ ସିବଲ କଂଗ୍ରେସ ଛାଡିବା ପରେ କହିଲେ ଏହି ଚାରୋଟି ଗୁରୁତ୍ବପୂର୍ଣ୍ଣ କଥା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦଳ ଛାଡିଛନ୍ତି। ଦୀର୍ଘ ୩୦ ବର୍ଷର ସଂପର୍କକୁ ସେ ତୁଟାଇ ଦେଇଛନ୍ତି। କଂଗ୍ରେସ G23 ର ଅନ୍ୟତମ ସଦସ୍ୟ ଭାବେ ଦଳକୁ ସୁଧାରିବାରେ ସେ ବହୁ ଚେଷ୍ଠା କରିଥିଲେ। ହେଲେ ତାହା ସମ୍ଭବ ହେଲା ନାହିଁ। ନିକଟରେ ଉଦୟପୁରରେ ଆୟୋଜିତ ହୋଇଥିବା ଚିନ୍ତନ ଶିବିରର ମଧ୍ୟ କୌଣସି ପ୍ରଭାବ ପଡିଲା ନାହିଁ।

କଂଗ୍ରେସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ଦଳରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେବା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦଳ କିପରି ସାଧାରଣ ନିର୍ବାଚନ ଲଢିବ ସେ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ନିକଟରେ ସୁନୀଲ ଜାଖର ଏବଂ ହ୍ରାଦ୍ଧିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ତେବେ କପିଲ ସିବଲ ଇସ୍ତଫା ଦେବା ପରେ ସେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। କପିଲଙ୍କ କଂଗ୍ରସ ରାଜ୍ୟସଭା ସଦସ୍ୟ ସମୟ ଆସନ୍ତା ଜୁଲାଇରେ ଶେଷ ହେଉଛି। ସେଥିପାଇଁ ସେ ଏସପି ସମର୍ଥନରେ ସ୍ବାଧୀନଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

କପିଲ ସିବଲ କଂଗ୍ରେସ ଛାଡିବା ପରେ ସେ ଚାରୋଟି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନ ଟାଇମସ ଅନୁସାରେ ସେଗୁଡିକ ହେଲା

“ମୁଁ ଜଣେ କଂଗ୍ରେସ ନେତା ଥିଲି। କିନ୍ତୁ ଆଉ ନୁହେଁ … ମୁଁ ମେ ୧୬ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲି। ମୁଁ କଂଗ୍ରେସ ବିଷୟରେ କିଛି କହିବି ନାହିଁ … ମୋର କିଛି କହିବା ଠିକ୍ ନୁହେଁ। ୩୦ ବର୍ଷର ସମ୍ପର୍କ ଛାଡିବା ସହଜ ନୁହେଁ।

“ମୁଁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛି। ମୁଁ ସର୍ବଦା ଦେଶରେ ଏକ ସ୍ବାଧୀନ ସ୍ୱର ହେବାକୁ ଚାହୁଁଛି …ସ୍ବାଧୀନ ସ୍ୱର ହେବା ଜରୁରୀ ଅଟେ। ବିରୋଧୀ ଦଳରେ ରହିବାବେଳେ ଆମେ ଏକ ମିଳିତ ମଞ୍ଚ ଗଠନ କରିବାକୁ ଚାହୁଁଛୁ। ଆମେ ମୋଦୀ ସରକାରକୁ ବିରୋଧ କରିପାରିବା। ”

” ଆମେ ଦଳର ଜଣେ ସଦସ୍ୟ ଭାବେ ସେହି ଦଳର ଅନୁଶାସନକୁ ପାଳନ କରିବାକୁ ପଡିବ କିନ୍ତୁ ଏକ ସ୍ବାଧୀନ ସ୍ୱର ରହିବା ଜରୁରୀ ଅଟେ।”

“ମୁଁ ଅଖିଳେଶ ଯାଦବ ଜୀଙ୍କୁ ଧନ୍ୟବାଦ ଦେଉଛି … ୨୦୨୪ ପାଇଁ ଆମେ ଅନେକ ଏକାଠି ହେଉଛୁ। ୨୦୨୪ ପୂର୍ବରୁ ଆମେ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରକାଶ କରିବୁ। ଆମର ମତ ଜନସାଧାରଣଙ୍କ ନିକଟରେ ରଖିବୁ।”

Categories
RajyasabhaElection ଆଜିର ଖବର ଜାତୀୟ ଖବର

ସମାଜବାଦୀ ପାର୍ଟିରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା: ରାଜ୍ୟସଭା ପାଇଁ ଦାଖଲ କଲେ ନାମାଙ୍କନପତ୍ର

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟକା। କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଦଳ ଛାଡିଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହା ସହିତ ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିବଲଙ୍କ ଘରେ ଭଙ୍ଗାରୁଜା କରିଥିବା କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲଙ୍କ ଘରେ ହଙ୍ଗାମା, ଭଙ୍ଗାରୁଜା ଏବଂ ଗୁଣ୍ଡାଗର୍ଦ୍ଦି କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମା ଦାବି କରିଛନ୍ତି। ସେ ଟୁଇଟ୍ କରି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହି ଘଟଣାର ଖବର ମୋତେ ମର୍ମାହତ କରୁଛି ବୋଲି ସେ କହିଛନ୍ତି।

ସେ ଲେଖିଛନ୍ତି ଯେ, “କପିଲ ସିବଲଙ୍କ ଘରେ ହୋଇଥିବା ଆକ୍ରମଣ ଏବଂ ଗୁଣ୍ଡା ଗର୍ଦ୍ଦି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଥିଲି। ଏହି ନିନ୍ଦନୀୟ କାର୍ଯ୍ୟ ଦଳ ପାଇଁ ଅସମ୍ମାନ ଆଣିଥାଏ ଏବଂ ଏହାକୁ ଦୃଢ ନିନ୍ଦା କରାଯିବା ଉଚିତ।

ଅନ୍ୟ ଏକ ଟୁଇଟ୍‌ରେ ଶର୍ମା ଲେଖିଛନ୍ତି ଯେ, “ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରିବାର କଂଗ୍ରେସର ଏକ ଇତିହାସ ରହିଛି। ମତ ଏବଂ ଧାରଣାର ଭିନ୍ନତା ଗଣତନ୍ତ୍ର ପାଇଁ ଅବିଚ୍ଛେଦ୍ୟ। ଅସହିଷ୍ଣୁତା ଏବଂ ହିଂସା କଂଗ୍ରେସର ମୂଲ୍ୟବୋଧ ଓ ସଂସ୍କୃତି ସହିତ ବିବାଦୀୟ ଅଟେ।” ସେ ଆହୁରି ଲେଖିଛନ୍ତି ଯେ, “ଦାୟୀ ଲୋକମାନଙ୍କୁ ଚିହ୍ନଟ ଏବଂ ଅନୁଶାସିତ କରାଯିବା ଉଚିତ୍। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏହି ଘଟଣାର ଧ୍ୟାନ କେନ୍ଦ୍ରିତ କରିବାକୁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନନ୍ଦ ଶର୍ମା ଅନୁରୋଧ କରିଛନ୍ତି।”

ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ନେତା କପିଲ ସିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ବୁଧବାର ଦିନ ଅନେକ କଂଗ୍ରେସ କର୍ମୀ ସିବଲଙ୍କ ବାସଭବନ ବାହାରେ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ସିବଲଙ୍କ ବିବୃତ୍ତିରେ କର୍ମୀମାନେ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେମାନେ ଏହାକୁ ବିରୋଧ କରିଥିଲେ। ବିରୋଧ କରୁଥିବା ଲୋକମାନେ କପିଲ ସିବଲଙ୍କ ଘରେ ଟମାଟୋ ଫିଙ୍ଗି ତାଙ୍କ କାରକୁ ମଧ୍ୟ ନଷ୍ଟ କରିଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ନିବେଦନ କରିଛନ୍ତି। ଏହାସହିତ ନିର୍ବାଚନ ରାଲି ଉପରେ କଟକଣା ଲଗାଇବା ପାଇଁ ନିର୍ବାଚନ କମିଶନଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଅନୁରୋଧ କରିଛନ୍ତି।

କପିଲ ଟ୍ବିଟ କରି କହିଛନ୍ତି ଯେ, ସୁସ୍ଥ ସଂଖ୍ୟା ଠାରୁ ସଂକ୍ରମଣ ଦ୍ରୁତଗତିରେ ବଢୁଛି। ତେଣୁ ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରନ୍ତୁ ବୋଲି ମୋଦୀଙ୍କୁ ସିବଲ କହଛନ୍ତି।

ତେବେ ଭାରତରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯ କୁ ବୃଦ୍ଧି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ରେ ପହଞ୍ଚିଛି।