Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତ ୨୪ ଘଣ୍ଟାରେ ୨ ହଜାର ୫୩୯ ଆକ୍ରାନ୍ତ ଚିହ୍ନଟ: ସକ୍ରିୟ ମାମଲା ୩୦ ହଜାର

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୨ ହଜାର ୫୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଗତକାଲି ତୁଳନାରେ ୧୧.୭ ପ୍ରତିଶତ କମ୍ ଅଟେ। ଏହା ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୪ କୋଟି ୩୦ ଲକ୍ଷ ୧ ହଜାର ୪୭୭ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ମୋଟ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୫ ଲକ୍ଷ ୧୬ ହଜାର ୧୩୨ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩୦ ହଜାରକୁ ଖସି ଆସିଛି। ବର୍ତ୍ତମାନ ଦେଶରେ ୩୦ ହଜାର ୭୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୪୯୧ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୪ ଲକ୍ଷ ୫୪ ହଜାର ୫୪୬ ଲୋକ ଏହି ମହାମାରୀକୁ ପରାସ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ବୃଦ୍ଧି ପାଉଛି। ଗତକାଲି ରାଜ୍ୟରେ ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୭୦୩ ମାମଲା ରେକର୍ଡ କରାଯାଇଛି। ତେଣୁ ରାଜ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।

ତେବେ ଏଭଳି ସମସ୍ୟା ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏବେ ପୃଥକବାସରେ ରହୁଛନ୍ତି। କିନ୍ତୁ ଗତ ୩ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର କୋଭିଡ ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍ ହୋଇଛନ୍ତି। ସେ ନିଜ ଘରେ ପୃଥକବାସରେ ଅଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଲକ୍ଷଣ କିପରି ରହିଛି ସେନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ଏହି ଜୀବାଣୁ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି, ଏହା ଏକ ଚିନ୍ତାର ବିଷୟ। ଆମକୁ ବହୁତ ସତର୍କ ରହିବାକୁ ପଡିବ।

ଦେଶର ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ଭାରିଆଣ୍ଟ ଓମିକ୍ରନର ୧୮୯୨ ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୭୬୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଓମିକ୍ରନ୍‌ର ସର୍ବାଧିକ ୫୬୮ ମାମଲା ରହିଛି। ଏହା ପରେ ଦିଲ୍ଲୀରେ ୩୮୨, ​​କେରଳରେ ୧୮୫, ରାଜସ୍ଥାନରେ ୧୭୪, ଗୁଜୁରାଟରେ ୧୫୨ ଏବଂ ତାମିଲନାଡୁରେ ୧୨୧ ଟି ମାମଲା ରୁଜୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୋଟିଏ ଦିନରେ ଭାରତରେ କୋଭିଡ-୧୯ ର ୩୭,୩୭୯ ଟି ନୂଆ ଆକ୍ରାନ୍ତ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୩,୪୯,୬୦,୨୬୧ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧, ୭୧,୮୩୦ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଆଉ ୨ ଜଣ ଶିଶୁଙ୍କ ଗଲା ଜୀବନ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଦୈନିକ ୧୦୦ ରୁ ଉର୍ଦ୍ଧ୍ଵ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ଗତକାଲି ବଲାଙ୍ଗୀରି ଜିଲ୍ଲାର ଜଣେ ୩ ମାସର ଶିଶୁ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଆଜି ଆଉ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁବରଣ କରିଥିବା ଉଭୟ ଶିଶୁ କନ୍ୟା ସନ୍ତାନ ବୋଲି ସୂଚନା ରହିଛି।

ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ସେ ହୃଦରୋଗରେ ଆକ୍ରାନ୍ତ ଥିବା ସୂଚନା ରହିଛି। ସେହିଭଳି ଅନ୍ୟ ଶିଶୁ କନ୍ୟା ଜଣକ କଟକ ଜିଲ୍ଲାର ବୋଲି ଖବର ରହିଛି। ସେ ୧୨ ଦିନ ହେଲା ଜନ୍ମଗ୍ରହଣ କରିଥିଲା। ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ ମାଧ୍ୟମରେ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ ହୋଇଯାଇଛି। ୭୬ ବର୍ଷ ବୟସରେ ଅରୁଣଙ୍କ ଦେହାନ୍ତ ହୋଇଯାଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ସେଶ ନିଶ୍ଵାସ ତ୍ୟାଗ କରିଛନ୍ତି। କରୋନାରେ ଆକ୍ରାନ୍ତ ହେଲା ପରେ ସେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ବାଲେଶ୍ବର ଆସନରୁ ବିଧାୟକ ଭାବେ ୫ ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ୧ ଲକ୍ଷ ସହାୟତା: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ବର: ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତପୁ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। କଳାକାର ପାଣ୍ଠିରୁ ତପୁଙ୍କ ଚିକିତ୍ସା ପାଇଁ ଏହି ରାଶି ପ୍ରଦାନ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ଗୁରୁତର ଅବସ୍ଥାରେ ତପୁ ଚିକିତ୍ସିତ ହେଉଛନ୍ତି। ଓଡିଶାର ବହୁ କଣ୍ଠ ଶିଳ୍ପୀ ଏବଂ କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

 ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ।

ହେଲେ ମାତ୍ର ୬୩ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବହୁ ଓଡିଆ ଚଳଚ୍ଚିତ୍ରରେ ଅମରେନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମାତ୍ର ୪୬ ବର୍ଷ ବୟସରେ ସାଂସଦ ରାଜୀବ ସାତୱଙ୍କ ନିଧନ: କରୋନାରେ ଆକ୍ରାନ୍ତ ଥିଲେ

ପୁଣେ: କଂଗ୍ରେସ ସାଂସଦ ରାଜୀବ ସାତୱଙ୍କ ଆଜି ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଯାଇଛି। ଏପ୍ରିଲ ୨୨ ତାରିଖକୁ ରାଜୀବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କରୋନା: ପୃଥକ ବାସରେ ରହିଲେ ସୁନିତା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପତ୍ନୀ ପଜିଟିଭ ଚିହ୍ନଟ ପରେ ନିଜକୁ ଆଇସୋଲେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ତେବେ ସୁନିତା ପୃଥକ ବାସରେ ରହିଥିବା ବେଳେ ଅରବିନ୍ଦ ସଙ୍ଘରୋଧରେ ଅଛନ୍ତି। ଅରବିନ୍ଦ ଗତ ବର୍ଷ ଜୁନ ମାସରେ କରୋନା ଲକ୍ଷଣ ଦେଖାଯାଇଥିଲା। ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲଗାତର ସକ୍ରିୟ ରହି ବୈଠକ ସହିତ ଅନେକ ସ୍ଥାନକୁ ମଧ୍ୟ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୫ ହଜାରକୁ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହିଛନ୍ତି। ପ୍ରାଥମିକ ଲକ୍ଷଣ ଦେଖାଗଲା ପରେ ସେ କୋଭିଡ଼ ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ପୃଥକବାସରେ ରହି ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ଼ ପରୀକ୍ଷା କରିବା ପାଇଁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଜପତି ଜିଲ୍ଲାର ୨ ଟି ଜେଲରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗଜପତି ଜିଲ୍ଲାର ୨ ଟି ଜେଲରୁ ୯ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜିଲ୍ଲାର ପାରଳାଖେମୁଣ୍ଡି ସବଜେଲରୁ ୩ ଅନ୍ତେବାସୀ କରୋନା ପଜିଟିଭ ହୋଇଥିବା ବେଳେ ଆର. ଉଦୟଗିରି ସବଜେଲରୁ ୬ ଅନ୍ତେବାସୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ଜେଲର ଆଇସୋଲେସନ ସେଲରେ ରଖାଯାଇଛି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତରଙ୍କୁ କରୋନା: ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରାଗଲା ପରୀକ୍ଷା

ଭୁବନେଶ୍ବର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଡାକ୍ତର ଦ୍ୱୟଙ୍କ ମଧ୍ୟରୁ  ଜଣେ ଭେଷଜ ବିଭାଗର ହୋଇଥିବା ବେଳେ ଆଉ ଜଣେ ଶଲ୍ଯ ବିଭାଗର ବୋଲି ଜଣା ପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ପରୀକ୍ଷା କରାଯାଇଛି। ବର୍ତ୍ତମାନ ପରୀକ୍ଷା ହୋଇଥିବା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପୁଣିଥରେ ଆରଟିପିସିଆର ପରୀକ୍ଷା କରାଯିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧାରା ସାହୁ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଟୀକା ନେବା ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା ଗତକାଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହୁଛନ୍ତି। ହେଲେ ସେ କରୋନା ଟୀକା ନେବା ପରେ ଆକ୍ରାନ୍ତ ହୋଇଥିବା ଖବର ନିଜେ ସୂଚନା ଦେଇଛନ୍ତି। ନଗମା ଏପ୍ରିଲ ୨ ତାରିଖରେ କରୋନା ଟୀକାର ପ୍ରଥମ ଡୋଜ ନେଇଥିଲେ।

ତେଣୁ ଟୀକା ନେବା ପରେ ମଧ୍ୟ ସତର୍କ ରହିବାକୁ ତାଙ୍କ ପ୍ରଶଂସକମାନଙ୍କୁ ସେ ଅନୁରୋଧ କରିଛନ୍ତି। ନଗମା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଟ୍ରିନା ଏନେଇ ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ କରିଛନ୍ତି।

କଟ୍ରିନା ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି ଯେ, “ମୁଁ କରୋନା ପଜିଟିଭ ହୋଇଛି। ଏହା ଜାଣିବା ପରେ ନିଜକୁ ପୃଥକବାସ କରିଛି। ମୋ ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ସମସ୍ତ ଗାଇଡଲାଇନ ଏବଂ ପ୍ରୋଟୋକଲକୁ ଅନୁସରଣ କରୁଛି। ମୋ ସମ୍ପର୍କରେ ଆସିଥିବା ଲୋକଙ୍କୁ ଅନୁରୋଧ କି, ସେମାନେ କରୋନା ପରୀକ୍ଷା କରିନିଅନ୍ତୁ। ଆପଣମାନଙ୍କର ସ୍ନେହ ଏବଂ ଭଲ ପାଇବା ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଦୟାକରି ନିରାପଦ ରହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।”

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବଂ ତାଙ୍କ ପତ୍ନୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଚଡିଦେବଗୌଡାଙ୍କ ବ୍ୟତୀତ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ସଂକ୍ରମଣ ହୋଇଛନ୍ତି। ଆଜି ଦେବଗୌଡା ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସବୁ ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ସେ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏଚଡି ଦେବଗୌଡାଙ୍କ ବୟସ ଏବେ ୮୭ ବର୍ଷ। ସେ ଜୁନ ୧ ତାରିଖ ୧୯୯୬ ଠାରୁ ଏପ୍ରିଲ ୨୧ ତାରିଖ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାସହିତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ବର୍ତ୍ତମାନ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ସ୍ବାସ୍ଥ୍ୟ

ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ହେଲେ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ସଚିନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସଂକ୍ରମିତ ହେବା ପରେ ତେନ୍ଦୁଲକର ନିଜ ଘରେ କ୍ଵାରେଣ୍ଟିନରେ ରହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଇଣ୍ଡିଆ ଲିଜେଣ୍ଡସ୍ ତରଫରୁ ସଚିନ ୱାର୍ଲ୍ଡ ରୋଡ ସେଫ୍ଟି ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ସଚିନଙ୍କ ନେତୃତ୍ଵରେ ଇଣ୍ଡିଆ ଲିଜେଣ୍ଡସ୍ ଶ୍ରୀଲଙ୍କା ଲିଜେଣ୍ଡସ୍ କୁ ହରାଇ ଚମ୍ପିୟାନ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହି ସଂକ୍ରମଣରେ ଦେଶରେ ବହୁ ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଉପରାଷ୍ଟ୍ରପତି କରୋନା ପରୀକ୍ଷାରେ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ଟ୍ବିଟ ଯୋଗେ ନିଜେ ସୂଚନା ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା। ହେଲେ ଉପରାଷ୍ଟ୍ରପତି ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଲକ୍ଷଣ ନଥିବା ଖବର ମିଳୁଛି। ସେଥିପାଇଁ ଉପରାଷ୍ଟ୍ରପତିଙ୍କୁ ହୋମ କ୍ଵାରେଣ୍ଟିନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା  

ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। ରାଜ୍ୟରେ ବହୁ ନେତା ବିଧାୟକ, ମନ୍ତ୍ରୀ, ସାଂସଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଆଉ ଜଣେ ମନ୍ତ୍ରୀଙ୍କ କୋଭିଡ଼ ପରୀକ୍ଷାରେ ପଜିଟିଭ ଆସିଥିବା ଜଣାପଡିଛି। ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ମନ୍ତ୍ରୀ ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ ନିଜ ନିଜର କୋଭିଡ଼ ପରୀକ୍ଷା କରିବା ସହ କ୍ଵାରେଣ୍ଟିନରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।