Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ବାତିଲ ହେଲା ଦ୍ଵାଦଶ ପରୀକ୍ଷା: ଜାଣନ୍ତୁ କେମିତି ହେବ ମୂଲ୍ୟାୟନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦ୍ଵାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଯୋଗୀ ଆଦିତ୍ୟନାଥ ସରକାର ଏଭଳି ନିଷ୍ପତ୍ତି ନେଇଛି। ଫଳରେ ୨୬ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଆଶ୍ଵସ୍ତି ମିଳିଛି। ଏହାପୂର୍ବରୁ ସିବିଏସଇ ଏବଂ ଆଇସିଏସଇ ପରିକ୍ଷାକୁ ବାତିଲ କରାଯାଇଥିଲା।

ତେବେ ଛାତ୍ରଛାତ୍ରୀମାନଙ୍କ ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ଦ୍ଵାଦଶ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ବୋଲି ସରକାର ସୂଚନା ଦେଇଛି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ୍: ଏହି ଗ୍ରାମରେ ଲାଗିଲା କଟକଣା, ଆସନ୍ତାକାଲି ବାଲୁଗାଁରେ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂକ୍ରମଣର ଅଧା। ଚିହ୍ନଟ ହୋଇଥିବା ୨୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୧ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୪ ଜଣ, ଚିଲିକା ବ୍ଲକରୁ ୧୬ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୮ ଜଣ, ଚିଲିକା ବ୍ଲକରେ ୧୩୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ବାଣପୁର ବ୍ଲକ ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣତ ଗ୍ରାମର ନାରାୟଣ ପ୍ରଧାନଙ୍କ ଘରଠାରୁ ରାଜକିଶୋର ପ୍ରଧାନଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ (୧୨୧ଘର) ଆଜି ସନ୍ଧ୍ୟା ୭ ଘଟିକାରୁ ଆସନ୍ତା ଜୁନ ୧୦ ତାରିଖ ରାତି ୯ ଘଟିକା ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ କେବଳ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଲୁଗାଁ ଉଚ୍ଚ ବିଦ୍ୟାଳୟ ରେ ୧୦୦ ଜଣ, ନଇରୀ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୦ ଜଣ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ଵାଦଶ ପରୀକ୍ଷାକୁ ନେଇ କେନ୍ଦ୍ର ମାଗିଥିଲା ପରାମର୍ଶ: ବାତିଲ କରିବା ପାଇଁ ଏହି ରାଜ୍ୟଗୁଡିକ ରଖିଲେ ମତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା।

ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି।

ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡିଗଡ, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଅରୁଣାଞ୍ଚଳ ପ୍ରଦେଶ ଏବଂ ସିକ୍କିମ ଭଳି ରାଜ୍ୟଗୁଡିକ ପରୀକ୍ଷାର ସମୟ ସୀମାକୁ ହ୍ରାସ କରାଇ ଆୟୋଜନ କରିବା ପାଇଁ କହିଛନ୍ତି। ସେହିଭଳି ଦ୍ଵାଦଶ ପରୀକ୍ଷାକୁ ବ୍ୟକ୍ତିଗତ ଭାବେ ଆୟୋଜନ କରିବାକୁ ପଞ୍ଜାବ ସରକାର କହିଛି।

ସେପଟେ କର୍ଣ୍ଣାଟକ ଏବଂ ପୁଡୁଚେରୀ ସରକାର ପରୀକ୍ଷା ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡି ଦେଇଛନ୍ତି। କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହା ସେମାନେ ମାନିବେ ବୋଲି କହିଛନ୍ତି।

କିନ୍ତୁ କେବଳ ଦୁଇଟି ରାଜ୍ୟ ସିବିଏସଇ ପରୀକ୍ଷା କରିବା ପକ୍ଷରେ ନଥିବା ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରିବା ପକ୍ଷରେ ମାହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ମତ ରଖିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରାସ୍ତା ପ୍ରସ୍ତୁତ କରିବାକୁ ଏହି ଦୁଇ ସରକାର କେନ୍ଦ୍ର ନିକଟରେ କହିଛନ୍ତି।

ତେବେ ସର୍ବାଧିକ ରାଜ୍ୟ ସରକାର ପରୀକ୍ଷା ଆୟୋଜନ ପକ୍ଷରେ ଅଛନ୍ତି ଏବଂ ସେମାନେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପରୀକ୍ଷା ସମୟକୁ କମ କରି ଆୟୋଜନ କରିବା ପାଇଁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନା ସମୟରେ ଜନମଙ୍ଗଳାକାରୀ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଚିନ୍ତା ପ୍ରକଟ କରିଛନ୍ତି। ଏହି ମହାମାରୀ ସମୟରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ଘରୋଇ ହସ୍ପିଟାଲରେ ହେଉଥିବା କରୋନା ରୋଗୀଙ୍କଚିକିତ୍ସା ଖର୍ଚ୍ଚ ପ୍ରସ୍ତୁତ କରିବା, ଦର ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା, ବିଦ୍ୟୁତ ବିଲ ଦର ବଢାଇବା ଉପରେ ରୋକ୍ ଲଗାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ପ୍ରିୟଙ୍କା ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, କରୋନାର ଦ୍ଵିତୀୟ ଲହରୀରେ ପାଇଁ ଯୋଗୀ ସରକାର କୌଣସି ପ୍ରସ୍ତୁତ ନଥିଲେ। ଯେଉଁମାନେ ସଚ୍ଚା ଉପାୟରେ ପରିଶ୍ରମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ, ଏଭଳି ମାହାମାରୀ ସମୟରେ ସେମାନଙ୍କର ସ୍ଥିତିକୁ ଦେଖି କିଛି ଜନମଙ୍ଗଳକାରୀ ପଦକ୍ଷେପ ଉଠାଇବା ଉଚିତ୍। ଯେଉଁଥିରେ ସେମାନଙ୍କୁ କିଛି ଉପଶମ ମିଳିବ।

ସେହିଭଳି କରୋନାରୁ ସୁସ୍ଥ ହେବା ପାଇଁ ଲୋକେ କରଜ କରୁଛନ୍ତି। ତେଣୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଲୋକଙ୍କୁ ସୁହାଇଲା ଭଳି ଏକ ମୂଲ୍ୟ ନିର୍ଦ୍ଧାରଣ କରାଯାଉ। ଯାହାଙ୍କ ଠାରୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ନିଆଯାଉଛି, ସେମାନଙ୍କୁ ସରକାର ପକ୍ଷରୁ ଉଚିତ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ପ୍ରିୟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ଅପିଲ୍: ଅନ୍ୟ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହେଉ ଟୀକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭିତରେ ଟୀକାର ବଡ ସମସ୍ୟା ଦେଖାଦେଇଛି। ଟୀକାର ଅଭାବକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠି ମାଧ୍ୟମରେ ଅନ୍ୟ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଅରବିନ୍ଦଙ୍କ ପରେ ଆଜି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ଟୀକାର ଅଭାବକୁ ନେଇ ସମାନ କଥା କହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଗଡକରୀ କହିଥିଲେ ଯେ, ଦେଶରେ ଟୀକାର ଆବଶ୍ୟକତାକୁ ଦେଖି ଆଉ ଅଧିକ ୧୦ ଟି କମ୍ପାନୀକୁ ଟୀକା ଉତ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେବା ଉଚିତ।

ତେବେ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ହେଲେ ଯେଉଁ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତ ପାଇଁ ଫର୍ମୁଲା ମିଳିବ, ସେମାନେ ମୁଖ୍ୟ ଉତ୍ପାଦକକୁ ୧୦ ପ୍ରତିଶତ ରୟାଲଟି ଦେବା ଲାଗି ନିୟମ ରଖିବା ଆବଶ୍ୟକ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଦୁଇଟି କମ୍ପାନୀ ଦେଶରେ ଟୀକା ଉତ୍ପାଦନ କରୁଛନ୍ତି। ଭାରତ ବାୟୋଟେକ ଦ୍ଵାରା କୋଭାକ୍ସିନ ଟୀକା ପ୍ରସ୍ତୁତ କରାଯାଉଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଦ୍ଵାରା କୋଭିଶିଲ୍ଡ ଟୀକା ପ୍ରସ୍ତୁତ ହେଉଛି। ଏହାସହ ସ୍ପୁଟିନିକ-ଭି ଟୀକାକୁ ଏବେ ବ୍ୟବହାର ପାଇଁ କେନ୍ଦ୍ର ସରକାର ରୁଷରୁ ଆମଦାନୀ କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଂକ୍ରମଣକୁ ରୋକିବା ଲାଗି ପୂର୍ବତଟ ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା

ଭୁବନେଶ୍ୱର: କମ୍ ଯାତ୍ରୀ ଓ କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି। ମେ’ ୩୧ ଯାଏଁ ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା। ଭୁବନେଶ୍ୱର-କେନ୍ଦୁଝରଗଡ଼, ଭୁବନେଶ୍ୱର-ଭଦ୍ରକ ଟ୍ରେନ ଉଭୟ ପଟୁ ବାତିଲ ହୋଇଛି। ସେହିପରି କଟକ-ଭଦ୍ରକ, କଟକ-ପାରାଦୀପ ସ୍ପେଶାଲ ଟ୍ରେନ୍‌ ଉଭୟ ପଟୁ ବାତିଲ ହୋଇଛି। ୨୨, ୨୩, ୨୬, ୨୯ ଓ ୩୦ ତାରିଖରେ ୩ ଯୋଡ଼ା ମେମୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ପୁରୀ-ଅନୁଗୋଳ, ପୁରୀ-କଟକ, ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍‌ କରିଛି ପୂର୍ବତଟ ରେଳ ବିଭାଗ।

ପୂର୍ବରୁ ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଥିଲେ ପୂର୍ବତଟ ରେଲୱେ। ମେ’ ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଥିଲା। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍‌, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଥିଲା। ସେହିପରି ଗତ ୭ଠୁ ୩୦ ଯାଏଁ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ ବାତିଲ୍‌ କରାଯାଇଥିଲା। ଗତ ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍‌, ୮ରୁ ୨୯ ଯାଏଁ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌ ଓ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାତିଲ୍ କରାଯାଇଛି

Categories
ଆଜିର ଖବର ଜାତୀୟ ଖବର

ଗଙ୍ଗା ନଦୀରେ ଭାସୁଛି ମୃତ ଦେହ: ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଗାଁ ମୁହାଁ ହୋଇଛି। ଏହାଦ୍ବାରା ବର୍ତ୍ତମାନ ଗାଁର ପରିସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି।

ତେବେ ଉତ୍ତରପ୍ରଦେଶ ଏବଂ ବିହାରରେ ମୃତ ଦେହ ସ୍ମଶାନ ବଦଳରେ ନଦୀରେ ଭାସୁଥିବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ସଂକ୍ରମଣ ଅଧିକ ବ୍ୟାପିବା ନେଇ ସମ୍ଭାବନା ଦେଖାଯାଇଛି। ଏଭଳି କିଛି ମୃତ ଦେହ ଗଙ୍ଗା ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱାତ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସେଖାୱାତ କହିଛନ୍ତି ଯେ, ଗଙ୍ଗା ନଦୀରେ ଏଭଳି ଶବ ଭାସିବା ଦୁର୍ଭାଗ୍ୟଜନକ। ଏହା ଉପରେ ତୁରନ୍ତ ବିଚାର କରି କିଛି ପଦକ୍ଷେପ ନେବା ଆବଶ୍ୟକ। ମା’ ଗଙ୍ଗାର ନିର୍ମଳତା ଉପରେ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ରହିଛି। ତେବେ ଏହି ଘଟଣା ଉପରେ ତୁରନ୍ତ ସଜ୍ଞାନ ନେବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାଇଦ୍ରାବାଦରୁ ବସରେ ଫେରୁଥିବା ପ୍ରବାସୀଙ୍କ ସୀମାନ୍ତରେ ହେଲା ମୃତ୍ୟୁ

ବ୍ରହ୍ମପୁର: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣାକୁ କଡାକଡି କରୁଛନ୍ତି। ପ୍ରଭାବିତ ରାଜ୍ୟଗୁଡିକରେ ଲକଡାଉନ ଏବଂ ସଟଡାଉନ ଭଳି କଟକଣା ଆରମ୍ଭ ହୋଇଯାଇଛି। ଫଳରେ ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ଯୁବକମାନେ ପୁଣିଥରେ ଘର ମୁହାଁ ହୋଇଛନ୍ତି।

ଗତବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ଲୋକେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଦେଇଛନ୍ତି। କିଏ ଚାଲି ଚାଲି ଫେରୁଛନ୍ତି ତ କିଏ ସାଇକେଲ ଏବଂ କିଏ ବସ ଯୋଗେ ଘରକୁ ଫେରୁଛନ୍ତି। ହେଲେ ଏହି ସମୟରେ ଘରେ ପହଞ୍ଚିବା ପୂର୍ବରୁ କେତେକ ପ୍ରବାସୀଙ୍କ ଜୀବନ ଚାଲିଯାଉଥିବା ଭଳି ହୃଦୟ ବିଦାରକ ଘଟଣା ଦେଇଖିବାକୁ ମିଳୁଛି।

ତେବେ ଆଜି ହାଇଦ୍ରାବାଦରୁ ବସ ଯୋଗେ ଫେରୁଥିବା ଓଡିଆ ପ୍ରବାସୀଙ୍କ ସୀମାନ୍ତରେ ମୃତ୍ୟୁ ହୋଇଛି। ଆନ୍ଧ୍ର ସୀମାନ୍ତ ମୋଟୁରେ ଏହି ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରବାସୀଙ୍କ ଘର ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଯୋଗାଣ ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ହେଲା ଜାତୀୟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ୪ ଲକ୍ଷ ଉପରେ ରହିଛି। ଅନେକ ରାଜ୍ୟରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଏବଂ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ତେଣୁ ଦେଶରେ ଅମ୍ଳଜାନ ବଣ୍ଟନ ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ଆଜି ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏଥିରେ ୧୨ ଜଣ ସଦସ୍ୟ ରହିବେ। ବୈଜ୍ଞାନିକ, ଯୁକ୍ତିସଙ୍ଗତ ଏବଂ ନ୍ୟାୟସଙ୍ଗତ ଆଧାରରେ ଜାତୀୟ ଟାସ୍କ ଫୋର୍ସ ରାଜ୍ୟଗୁଡିକୁ ଅମ୍ଳଜାନ ଯୋଗାଣ ପାଇଁ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆଖି ବୁଜିଲେ ଆଉ ଜଣେ ବିଜେପି ବିଧାୟକ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଜଣେ ବିଧାୟକଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ବିଜେପି ବିଧାୟକଙ୍କ କରୋନାରେ ନିଧନ ହୋଇଛି। ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ବାହାଦୁର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପ୍ରାଣହାନୀ ଘଟିଛି।

ଏହା ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର, ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ, ବରେଲୀର ନବବଗଞ୍ଜ ବିଧାୟକ କେଶର ସିଂହଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମୁମ୍ବାଇ ଏବଂ ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁ ସ୍ଥିତି ଚିନ୍ତାଜନକ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶର ୧୨ ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଚିନ୍ତାଜନକ ଅଛି। ଏହି ରାଜ୍ୟଗୁଡିକରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜୁରାଟରେ କରୋନା ମାମଲାରେ ହ୍ରାସ ପାଇଛି, ଯାହା ଏକ ଭଲ ସଂକେତ ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅତିରିକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ମୁମ୍ବାଇ ଏବଂ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁର ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୩୪ ଲକ୍ଷ ୮୭ ହଜାର ୨୨୯ ସକ୍ରିୟ ମାମଲା ରହିଥିବା ବେଳେ ୨ ଲକ୍ଷ ୨୬ ହଜାର ୧୮୮ ଜଣ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଂକ୍ରମଣକୁ ଦେଖି ନିର୍ବାଚନ କମିଶନ ନେଲେ ବଡ ନିଷ୍ପତ୍ତି: ସ୍ଥଗିତ ରଖିଲେ ପିପିଲି ଉପନିର୍ବାଚନ

ଭୁବନେଶ୍ଵର: ପୁଣିଥରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣକୁ ଦେଖି ନିର୍ବାଚନ କମିଶନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୬ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ବୋଲି ଘୋଷଣା ହୋଇଥିଲା। ଏହି ଉପନିର୍ବାଚନ ଘୁଞ୍ଚିବା ଲାଗି ପୂର୍ବରୁ ହାଇକୋର୍ଟରେ ମଧ୍ୟ ଏକ ଜନ ସ୍ଵାର୍ଥ ମାମଲା ଦାୟର କରାଯାଇଥିଲା।

ତେବେ ପିପିଲି ଭଳି ପଶ୍ଚିମବଙ୍ଗର ଦୁଇଟ ଆସନ ପାଇଁ ଥିବା ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ହେଲେ ଏହା କେଉଁ ତାରିଖରେ ହେବ ତାହା ଏବେ ସ୍ପଷ୍ଟ ସୂଚନା ମିଳିନି।

Categories
ଆଜିର ଖବର ରାଜ୍ୟ ଖବର

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ସ୍ଥାନୀୟ ସରପଞ୍ଚ ନଜର ରଖନ୍ତୁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ତେବେ ଏହି ସମୟରେ ବାହାର ରାଜ୍ୟରୁ ଲୋକେ ଓଡିଶାକୁ ଫେରୁଥିବାରୁ ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କୁ ହୋମ କ୍ଵାରେଣ୍ଟିନରେ ରଖିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହା ସହ ଯେଉଁମାନଙ୍କର ହୋମ କ୍ଵାରେଣ୍ଟିନର ବ୍ୟବସ୍ଥା ନାହିଁ, ସେମାନଙ୍କୁ ସରକାରୀ କ୍ଵାରେଣ୍ଟିନରେ ରଖିବା ପାଇଁ ସେ ସରପଞ୍ଚମାନଙ୍କୁ କହିଛନ୍ତି। ସେମାନଙ୍କୁ ୧୪ ଦିନିଆ କ୍ଵାରେଣ୍ଟିନରେ ରହିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିୟମ ନମାନିଲେ ହେବ ଲକଡାଉନ କିମ୍ବା ସଟଡାଉନ!: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଲେ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି।

ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ: ସ୍ଵଦେଶ ଫେରିବାକୁ ଅଷ୍ଟ୍ରେଲିଆ ଖେଳାଳି ଚିନ୍ତିତ, ଚାର୍ଟର ପ୍ଳେନ ପାଇଁ କରିଲେ ଦାବି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢୁଥିବାରୁ ଆଇପିଏଲର ଅନେକ ଖେଳାଳି ଚିନ୍ତିତ ଅଛନ୍ତି। କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଛାଡି ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି କ୍ରିସ ଲୀନ୍ ଚିନ୍ତା ପ୍ରକଟ କରିଛନ୍ତି। ସେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି ଯେ, ଆଇପିଏଲ ଖେଳ ସରିବା ପରେ ଖେଳାଳିମାନେ ସ୍ଵଦେଶ ଫେରିବା ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଲୀନ୍ କହିଛନ୍ତି ଯେ, କ୍ରିକେଟ ଅଷ୍ଟ୍ରେଲିଆ ପ୍ରତ୍ୟେକ ଆଇପିଏଲରେ ଖେଳାଳିଙ୍କ ଠାରୁ ୧୦ ପ୍ରତିଶତ ଭାଗ ନେଉଛି। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ କଣ ଚଳିତ ବର୍ଷ ଖେଳାଳିଙ୍କ ପାଇଁ ଚାର୍ଟର ପ୍ଳେନ ପାଇଁ ଖର୍ଚ୍ଚ କରି ପାରିବ ନାହିଁ? ଆମ ଠାରୁ ଲୋକେ ଭଲ ସ୍ଥିତିରେ ଅଛନ୍ତି। ଆମେ ଏବେ କଠିନ ସମୟ ଦେଇ ଗତି କରୁଛୁ। ଆଇପିଏଲ ଶେଷ ହେବା ମାତ୍ରେ ଘରକୁ ଶୀଘ୍ର ଫେରିବା ଆମେ ଉଚିତ ମାନେ କରୁଛୁ। ତେଣୁ ସରକାରଙ୍କୁ ଅନୁରୋଧ, ଆମ ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବେ।

ତେବେ ବର୍ତ୍ତମାନ ଆଇପିଏଲ ଭଲ ବାତାବରଣରେ ଖେଳାଯାଉଛି ଏବଂ ଆମେ ଏଥିରେ ସନ୍ତୁଷ୍ଟ ଅଛୁ। ମୁଁ ଏବେ ଆଇପିଏଲରୁ ହଟିବା ପାଇଁ କୌଣସି ଯୋଜନା ନାହିଁ। ଯଦିବା ଏହି ସମୟରେ ଭାରତର ସ୍ଥିତି ଭଲ ନାହିଁ, ତଥାପି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଆମେ ଲୋକଙ୍କ ପାଇଁ କିଛି କ୍ଷଣ ପାଇଁ ଖୁସି ଆଣିପାରୁଛୁ।

ସ୍ଵଦେଶ ଫେରିବାକୁ ନେଇ ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ମଧ୍ୟରେ ସସ୍ପେନ୍ସ ଜାରି ରହିଛି। ଏହା ଭିତରେ ଦେଶରେ ପ୍ରବେଶ ନିଷେଦ୍ଧ ଆଶଙ୍କା କରି ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏଣ୍ଡ୍ର୍ଯୁ ଟାଏ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ସେହିଭଳି ବ୍ୟକ୍ତିଗତ କାରଣରୁ ଆଡମ ଜାମ୍ପା ଏବଂ କେନ ରିଚାର୍ଡସନ ଆଇପିଏଲରୁ ହଟିଯାଇଛନ୍ତି। କିନ୍ତୁ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ନର ଏବଂ ପେଟ କୁମିନ୍ସ ଏବେ ବି ଖେଳ ଜାରି ରଖିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଲଢେଇରେ ଭାରତକୁ ସହଯୋଗ କରିବ ଆମେରିକା: ଜୋ ବାଇଡେନଙ୍କୁ ମୋଦୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଏବେ ଭାରତ ଅଧିକ ପ୍ରଭାବିତ ହେଉଛି। ଏହା ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ  ଆଲୋଚନା ହୋଇଛି। ଫୋନ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କରୋନା ସଂକ୍ରମଣ ସହ ଲଢିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।  ଭାରତର କୋଭିସିଲ୍ଡ ଟୀକା ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ପାଇଁ ଆମେରିକା ରାଜି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଗ୍ରାହକଙ୍କ ପାଇଁ ବ୍ୟାଙ୍କ ସମୟରେ ହେଲା ପରିବର୍ତ୍ତନ: ଜାଣନ୍ତୁ କେତେ ଘଣ୍ଟା ଚାଲିବ କାର୍ଯ୍ୟ

ଭୁବନେଶ୍ବର: ରାଜ୍ୟରେ ବ୍ୟାଙ୍କ ସମୟରେ ପରିବର୍ତ୍ତନ ହୋଇଛି। କରୋନା ସଂକ୍ରମଣକୁ ଦେଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିଛି ରାଜ୍ୟ ଅର୍ଥ ବିଭାଗ। ଏଣିକି ରାଜ୍ୟରେ ଗ୍ରାହକଙ୍କ ପାଇଁ ସକାଳ ୧୦ ଟା ରୁ ଅପରାହ୍ନ ୨ ଟା ଯାଏଁ ବ୍ୟାଙ୍କ ଚାଲିବ। ୨ ଟା ରୁ ୪ ଟା ଯାଏଁ ବ୍ୟାଙ୍କର ଅଫିସିଆଲ କାର୍ଯ୍ୟ ଚାଲିବ।

ଏହି ନୂଆ ସମୟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗୁରହିବ। ରାଜ୍ୟ ଅର୍ଥ ବିଭାଗ ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୋଟେସନ ଆଧାରାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ ଚାଲିବ ବୋଲି ଅର୍ଥ ବିଭାଗ କହିଛି। ଏହାସହିତ ସବୁ ଜିଲ୍ଲାର ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟଡାଉନ ସମୟରେ ଚୋରାରେ ବିଦେଶୀ ମଦ କାରବାର: ଗାଡି ଜବତ, ଜଣଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ୍

ଚାନ୍ଦପୁର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଜାରି ରହିଛି। ଏହି ସମୟରେ ଲୋକେ ଘରେ ରହୁଥିବା ବେଳେ ମଦ ମାଫିଆ ମାନେ ଏହାର ସୁଯୋଗ ନେଉଛନ୍ତି। ଏଥିରେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳ ମଧ୍ୟ ବାଦ ପଡିନି।

ଏହି ଅଞ୍ଚଳରେ ବେଆଇନ ଚୋରା ମଦ କାରବାର ହେଉଥିବା ଖବର ପାଇ ଚାନ୍ଦପୁର ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ପୋଲିସ ବିଦେଶ ମଦ ସହ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଛି। ଏହା ସହ ମଦ ଚୋରା କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମୟୁର ଝାଲିଆ ପଂଚାୟତ ହରିହରପୁର ଗ୍ରାମ ଜଙ୍ଗଲରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଚାନ୍ଦପୁର ପୋଲିସ ଆଜି ଚଢାଉ କରିଛି। ଚଢାଉ ବେଳେ ୪୩ ଲିଟର ବିଦେଶୀ ମଦ ସହ ବୋଲେରୋ ପିକ୍ ଅପ୍ ଭ୍ୟାନ ପୋଲିସ ଜବତ କରିଛି। ଏହା ସହ ଚୋରା ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବିଜୟ କେଶରୀ ପ୍ରଧାନ ବୋଲି ଜଣା ପଡିଛି। ତେବେ ଅଭିଯୁକ୍ତଙ୍କ ନାମରେ କେସ ନଂ ୬୪/୨୧ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅମ୍ଳଜାନ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିବା ସହିତ ଦିଲ୍ଲୀରେ ଏବେ ଅମ୍ଳଜାନର ଘୋର ଅଭାବ ଦେଖାଯାଉଛି। ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯେଉଁ ରାଜ୍ୟରେ ବଳକା ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା ଏବେ ପର୍ଯ୍ୟାପ୍ତ ହେଉନି। ତେଣୁ ଯାହା ପାଖରେ ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ନିବେଦନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏବେ ଦେଶରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ରାଜସ୍ଥାନର ଏକ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ଅମ୍ଳଜାନ ଅଭାବରୁ ଆଜି ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟରେ ଓଡିଶା ଏବେ ଦିଲ୍ଲୀ ସମେତ ୮ ଟି ରାଜ୍ୟକୁ ଅମ୍ଳଜାନ ଯୋଗାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜଳପଥରେ ଓଡିଶା ପ୍ରବେଶ ଉପରେ ଲାଗିଲା ରୋକ୍

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଅନେକ ରାଜ୍ୟରେ ଏବେ ଲକଡାଉନ କଟକଣା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ କଟକଣା ଆହୁରି ବଢିବା ନେଇ ଅନୁମାନ କରାଯାଉଛି।

ସେଥିପାଇଁ ପ୍ରବାସୀମାନେ ଓଡିଶା ଆସିବା ପାଇଁ ଜଳପଥ ବ୍ୟବହାର କରିପାରନ୍ତି। ବର୍ତ୍ତମାନ ଜଳପଥରେ ଓଡିଶା ପ୍ରବେଶ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଦେଇଛନ୍ତି। କୌଣସି ବୋଟ କିମ୍ବା ଦଙ୍ଗାକୁ ଓଡ଼ିଶା ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ମେରାଇନ ଥାନା ଅଞ୍ଚଳରେ ସାଗର ରକ୍ଷକ ନାମକ ଟିମ୍ ଗଠିତ ହୋଇଛି।

ମେରାଇନ ଅଞ୍ଚଳରେ ରାତିରେ ପାଟ୍ରୋଲିଂ କରାଯିବ। ସ୍ଥାନୀୟ ଅଞ୍ଚଳର ଯୁବମାନଙ୍କୁ ନେଇ ସାଗର ରକ୍ଷକ ଟିମ୍ ଗଠିତ ହେବ। ତେବେ ଜଳପଥରେ ଆସିଲେ ମେରାଇନ ଥାନାକୁ ଜଣାଇବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ପ୍ରମୁଖ ହାଟଗୁଡିକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଲା ବିଏମସି

ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମସି ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ବରରେ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ୟୁନି-୧ ହାଟକୁ ୟୁନିଟ-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରାଯିବ। ବ୍ରହ୍ମେଶ୍ଵର ହାଟକୁ ବ୍ରହ୍ମେଶ୍ଵର ମେଳଣ ପଡିଆକୁ ସ୍ଥାନାନ୍ତରିତ କରାଯିବ। ଲିଙ୍ଗରାଜ ହାଟକୁ ବିଏମସି ମାରକେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯିବ।

ତେବେ ସୋମବାର ଠାରୁ ଏହି ସବୁ ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜିଠୁ ୟୁନିଟ-୪ ହାଟକୁ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠାଯାଇଛି।