Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୪୭୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୭୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୯

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୯୪

ଗଜପତି ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୨୨୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୧୭

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୨୪

ଷ୍ଟେଟ ପୁଲରୁ- ୫୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୪୧୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୫୦ ଏବଂ ବର୍ତ୍ତମାନ ୨୪୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦୃତ ଗତିରେ ବଢୁଛି କରୋନା, ୨୩ ଟି ଜିଲ୍ଲାକୁ ବ୍ୟାପିଲା ସଂକ୍ରମଣ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୫୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨୨

ଭଦ୍ରକ ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୮୮

ଦେବଗଡ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୬

ଯାଜପୁର ଜିଲ୍ଲାରୁ- ୫

ଝାରସୁଗୁଡା ଜିଲ୍ଲାରୁ- ୪

କଳାହାଣ୍ଡି ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୮୩

କୋରାପୁଟ ଜିଲ୍ଲାରୁ- ୧

ମାଲକାନଗିରି ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୨୦

ଷ୍ଟେଟ ପୁଲରୁ- ୪୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୯୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୫୩୨ ଏବଂ ବର୍ତ୍ତମାନ ୨୨୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୧୨ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ବଢୁଛି କରୋନା ସଂକ୍ରମଣ, ବିଶେଷଜ୍ଞମାନେ ଦେଲେ ପରାମର୍ଶ

କୋଲକାତା: କୋଲକାତାରେ କୋଭିଡ ସଂକ୍ରମିତ ପିଲାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ ସହରରେ ୧୨ ବର୍ଷରୁ କମ୍ ବର୍ଗରେ ଆସୁଥିବା ପିଲାମାନଙ୍କୁ ଟୀକାକରଣ କରାଯାଇ ନ ଥିବାରୁ ସେମାନେ କୋଭିଡ-୧୯ ସଂକ୍ରମିତ ହୋଇଥିବାର ଦେଖାଉଛି। ଏଥି ସହିତ ଡାକ୍ତରମାନେ କହିଛନ୍ତି ଯେ, ଏହି ଲକ୍ଷଣ ସମସ୍ତଙ୍କଠାରେ ଭିନ୍ନ। କିନ୍ତୁ ସଂକ୍ରମଣ ଏପର୍ଯ୍ୟନ୍ତ ସାମାନ୍ୟ ରହିଛି। କେବଳ ଅଳ୍ପ କିଛି ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।

କିଛି ପିଲା ଉଚ୍ଚ କାଶ ସହିତ ଜ୍ୱରରେ ପୀଡିତ:

କେତେକ ପିଲାଙ୍କର କାଶ ଏବଂ ଥଣ୍ଡା ସହିତ ଅତ୍ୟଧିକ ଜ୍ୱର ହୋଇଥିବାବେଳେ କେତେକଙ୍କର ଡାଇରିଆ ଏବଂ ନିଶ୍ୱାସ ପ୍ରଶ୍ୱାସ ବେଳେ ସାମାନ୍ୟ ଅସୁବିଧା ହେଉଛି। ଏଥି ସହିତ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ବିଦ୍ୟାଳୟର ଶ୍ରେଣୀ ଗୃହରେ ପୁନଃ ପାଠପଢା ଆରମ୍ଭ ହେବା ଯୋଗୁଁ ସଂକ୍ରମଣ ଶ୍ରୀଘ ବ୍ୟାପିଥାଇପାରେ। ତେବେ ଗତ ସପ୍ତାହରେ ଅନେକ ବିଦ୍ୟାଳୟ ନୋଟିସ ଜାରି କରି ଅଭିଭାବକମାନଙ୍କୁ ଜ୍ୱର କିମ୍ବା କାଶ ଭଳି ଲକ୍ଷଣ ଦେଖାଇଲେ ପିଲାମାନଙ୍କୁ ଡାକ୍ତରଖାନା ନ ପଠାଇବାକୁ କହିଛନ୍ତି।

୧୨ ବର୍ଷରୁ କମ୍ ପିଲାମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ:

ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶିଶୁରୋଗ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଅଧିକାଂଶଙ୍କ ମଧ୍ୟରେ ସାମାନ୍ୟରୁ ମଧ୍ୟମ ସଂକ୍ରମଣ ଅଛି, ଯାହା ଘରେ ରହି ଚିକିତ୍ସିତ ହୋଇପାରିବେ। ଏପର୍ଯ୍ୟନ୍ତ ସଂକ୍ରମଣ ସାମାନ୍ୟ ରହିଛି। କିନ୍ତୁ ଅଳ୍ପ କିଛି ପିଲାଙ୍କ ମଧ୍ୟରେ ଶ୍ୱାସରୋଗ, ଅମ୍ଳଜାନ ଅଭାବ ଦେଖାଯାଉଛି। ଯେହେତୁ ୧୨ ବର୍ଷରୁ କମ୍ ବୟସର ପିଲାମାନେ ଟୀକାକରଣ ହୋଇନାହାଁନ୍ତି, ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ। ଜ୍ୱର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦୁଇ-ତିନି ଦିନରୁ ଅଧିକ ରହିଲେ ସେମାନଙ୍କ ପିଲାମାନଙ୍କୁ କୋଭିଡ ପରୀକ୍ଷା କରିବାକୁ ସେ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ପୁଣି ବଢିଲା କରୋନା ସଂକ୍ରମଣ, ୧୬ ଟି ଜିଲ୍ଲାରେ ୩୩୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୩୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୯୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨

ଭଦ୍ରକ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୭୦

ଜଗତସିଂହପୁର ଜିଲ୍ଲାରୁ- ୬

ଯାଜପୁର ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୧୮୭

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୪

ପୁରୀ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୭

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୩

ଷ୍ଟେଟ ପୁଲରୁ- ୩୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୧୧୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୨୪୩ ଏବଂ ବର୍ତ୍ତମାନ ୧୬୯୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ସଂକ୍ରମଣ, ୧୮ ଟି ଜିଲ୍ଲାରେ ୨୪୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୩୮

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୪

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୩୫

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୯

ଷ୍ଟେଟ ପୁଲରୁ- ୨୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୧୧୪ ଏବଂ ବର୍ତ୍ତମାନ ୧୪୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୭ ହଜାରରୁ ଅଧିକ ଆକ୍ରାନ୍ତ, ୨୯ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ହଜାର ୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସକ୍ରିୟ ମାମଲା ୧ ଲକ୍ଷ ୯ ହଜାର ୫୬୮ ରେ ପହଞ୍ଚିଛି।

ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସଂକ୍ରମିତ ରୋଗୀ ଅଛନ୍ତି:

ଏହି ରାଜ୍ୟଗୁଡିକ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ରହିଛି। କାରଣ ଏଠାରେ ୩ ହଜାର ୯୦୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ୩ ହଜାର ୨୪୯ ଟି କରୋନା ମାମଲା ରୁଜୁ ହୋଇଛି। ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ହଜାର ୩୮୫ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୧ ହଜାର ୭୩୯ ଏବଂ କର୍ଣ୍ଣାଟକର ୧ ହଜାର ୭୩ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ କରୋନା ମାମଲାରେ ଏହି ପାଞ୍ଚଟି ରାଜ୍ୟର ଅଂଶ ୭୨.୨୫ ପ୍ରତିଶତ ଅଟେ। କେବଳ କେରଳରୁ ୨୨.୮୪ ପ୍ରତିଶତ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ, ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ ବଢୁଥିବା କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୭ ହଜାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଗୁରୁବାର ତୁଳନାରେ ଆଜି ସଂକ୍ରମଣ ସଂଖ୍ୟା ୯.୩ ପ୍ରତିଶତ ହ୍ରାସ ଘଟିଛି।

ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭ ହଜାର ୧୮୯ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହେତୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଉପର ମୁହାଁ କରୋନା, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୮

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୧୬

ଢେଙ୍କାନାଳ ଜିଲ୍ଲାରୁ- ୧

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୬୯

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୯

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୧୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୭୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୪୯ ଏବଂ ବର୍ତ୍ତମାନ ୭୨୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମାମଲାରେ ୪୫% ବୃଦ୍ଧି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାରରୁ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୭୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ କରୋନା ସଂକ୍ରମଣ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆହୁରି ୨୧ ଜଣ ପ୍ରାଣ ହରାଇଛନ୍ତି। ତେବେ ଦେଶରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୦ କୁ ବୃଦ୍ଧି ପାଇଛି। ଗତକାଲି ୧୧ ହଜାର ୭୩୯ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲା ୯୪ ହଜାର ୪୨୦ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ରବିବାର ଦିନ, କରୋନାର ସକ୍ରିୟ ମାମଲା ସଂଖ୍ୟା ୯୨ ହଜାର ୫୭୬ ଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୬ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୪୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଭଳି ପରିସ୍ଥିତିରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୧ ହଜାର ୭୭୯ରେ ପହଞ୍ଚିଛି। ଯଦି ଆମେ ଗତ ୨୪ ଘଣ୍ଟାର ଆକଳନକୁ ଦେଖିବା, ସମଗ୍ର ଦେଶରେ କରୋନା ସଂକ୍ରମଣ ହେତୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୪୨୫ ରୋଗୀ କରୋନାକୁ ପରାସ୍ତ କରିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୬୧ ହଜାର ୪୮୧ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ସଂକ୍ରମଣରେ ୪୧% ବୃଦ୍ଧି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୩୩୭ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି। ବଡ କଥା ହେଉଛି ଗତକାଲି ତୁଳନାରେ କରୋନା ର ନୂଆ ମାମଲାରେ ୪୧% ବୃଦ୍ଧି ଘଟିଛି।

ଗତକାଲି ଦେଶରେ ୩ ହଜାର ୭୧୪ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଆଜି ଏହି ସଂଖ୍ୟା ୫ ହଜାରରୁ ଅଧିକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୮ ହଜାର ୮୫୭ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୬ ଲକ୍ଷ୩୬ ହଜାର ୭୧୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ବଢିଲା କରୋନା ମାମଲା, ୨୪ ଘଣ୍ଟା ମଧ୍ୟରେ ୪ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଭାରତରେ କରୋନା ସଂକ୍ରମଣ ମାମଲା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୪ ହଜାର ୨୭୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନା ଯୋଗୁଁ ୧୫ ଜଣ ପ୍ରାଣ ହରାଇଛନ୍ତି। ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୯୨ କୁ ବୃଦ୍ଧି ପାଇଛି। ଏହା ସହିତ କରୋନା ସଂକ୍ରମିତ ୨ ହଜାର ୬୧୯ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି।

– ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା – ୪ ହଜାର ୨୭୦
– ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ- ୨ ହଜାର ୬୧୯
– ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ମୃତ୍ୟୁ – ୧୫
– ମୋଟ କରୋନା ମାମଲା- ୪ କୋଟି ୩୧ ଲକ୍ଷ ୭୬ ହଜାର ୮୧୭
– ସକ୍ରିୟ ମାମଲା- ୨୪ ହଜାର ୫୨
– କରୋନା କାରଣରୁ ମୋଟ ମୃତ୍ୟୁ – ୫ ଲକ୍ଷ ୨୪ ହଜାର ୬୯୨

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୬୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି। ପୁଣିଥରେ ଦେଶରେ ଦୁଇ ହଜାରରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଛି। ଅବଶ୍ୟ, ଏହି ସଂଖ୍ୟା ଏକ ଦିନର ପୂର୍ବ ଅର୍ଥାତ୍ ମେ ୨୧ ତାରିଖ ଠାରୁ ସାମାନ୍ୟ କମ୍ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨ ହଜାର ୨୨୬ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ କରୋନା ଯୋଗୁଁ ୬୫ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରକାଶିତ ତଥ୍ୟରେ, ମୃତ୍ୟୁ ସଂଖ୍ୟାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ଏହାପୂର୍ବରୁ ମେ ୨୧ ତାରିଖରେ ସମୁଦାୟ ୨ ହଜାର ୩୨୩ ଟି କରୋନା ମାମଲା ରୁଜୁ ହୋଇଥିଲା ଏବଂ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ପ୍ରାଣ ହରାଇଥିବା ୬୫ ଜଣ ରୋଗୀଙ୍କ ମଧ୍ୟରୁ କେବଳ ୬୩ ଜଣ କେରଳରେ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରତ୍ୟେକ ରୋଗୀ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ମୃତ୍ୟୁ ବରଣ କରିଛନ୍ତି। ତଥାପି, ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକରେ ସାମାନ୍ୟ ହ୍ରାସ ଘଟିଛି। ଦେଶରେ ସମୁଦାୟ ସକ୍ରିୟ ମାମଲା ବର୍ତ୍ତମାନ ୧୪ ହଜାର ୯୫୫ କୁ ହ୍ରାସ ପାଇଛି। ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଗତ କିଛି ଦିନ ହେବ ପାଖାପାଖି ୨ ହଜାର କରୋନା ମାମଲା କ୍ରମାଗତ ଭାବରେ ରିପୋର୍ଟ କରାଯାଉଥିବାବେଳେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୫୮ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ୨,୮୪୧ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୧୮,୦୯୬ ଟି ସକ୍ରିୟ ମାମଲା ରହିଛି। ଏଥି ସହିତ ଦେଶରେ ୪,୨୫,୭୬,୮୧୫ ଜଣ ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାଗଣାରେ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖେ ଦାବି ରଖନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ଏହାକୁ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯାଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ।

ଆଲୋଚନାକାଳରେ ବୁଷ୍ଟର ଡ଼ୋଜ ଟୀକା ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ରଖିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ପୂର୍ବରୁ ଦିଲ୍ଲୀ, ବିହାର ଓ ହରିୟାଣା ରାଜ୍ୟରେ ତାଙ୍କ ରାଜ୍ୟର ୧୮ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି। ସେ ଦିଗରେ ଓଡ଼ିଶା, ଆମ୍ଭମାନଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି। ତେଣୁ ଦେଶବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ବୈଠକରେ ସମସ୍ତଙ୍କୁ ବୁଷ୍ଟର ଡ଼ୋଜ ମାଗଣାରେ ଦେବା ପାଇଁ ଉପସ୍ଥାପିତ କରିବାକୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ କି, ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବୁଷ୍ଟର ଡ଼ୋଜ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଏପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ। ତାର କାରଣ ହେଉଛି ବୁଷ୍ଟର ଡ଼ୋଜ ପିଛା ଘରୋଇ ହସ୍ପିଟାଲ ଗୁଡ଼ିକରେ ୨୨୫ ଟଙ୍କା ଏବଂ ସେବାକର ବାବଦକୁ ୧୫୦ଟଙ୍କା ମୋଟରେ ୩୭୫ ଟଙ୍କା ଡ଼ୋଜ ପିଛା ଦେବାକୁ ପଡୁଛି। ଗୋଟିଏ ୫ ଜଣିଆ ପରିବାରର ବୁଷ୍ଟର ଡ଼ୋଜ ଖର୍ଚ୍ଚ ହେଉଛି ୧୮୭୫ ଟଙ୍କା । ମାସିକ ୫୧୧୨ ଟଙ୍କା ରୋଜଗାର କରୁଥିବା ଗୋଟିଏ ଚାଷୀ ପରିବାର ୧୮୭୫ ଟଙ୍କା ବୁଷ୍ଟର ଡ଼ୋଜ ପାଇଁ ଖର୍ଚ୍ଚ କରିବା ଅସମ୍ଭବ।

ତେଣୁ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଷ୍ଟର ଡ଼ୋଜ୍ ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ ପାଇଁ ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ଅନୁରୋଧ କରୁଛୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା, ୨ ବର୍ଷ ପରେ ଗୋଟିଏ ଦିନରେ ୩ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିଛି। ଅନେକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଆଜି ଚାଇନାରେ ୩ ହଜାର ୯୯୩ ନୂତନ କୋଭିଡ-୧୯ ମାମଲା ପଞ୍ଜିକୃତ ହୋଇଛି। ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ୩ ହଜାର ୩୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ, ଫେବୃଆରୀ ୨୦୨୦ ପରଠାରୁ ଏହା ହେଉଛି ଦୈନିକ ସଂକ୍ରମଣର ସର୍ବ ବୃହତ ସଂଖ୍ୟା। କରୋନା ବୃଦ୍ଧି ହେତୁ ଅନେକ ସହରରେ ପୁନର୍ବାର କିଛି ପ୍ରତିବନ୍ଧକ ଲଗାଯାଉଛି। ଅନେକ ସହରରେ ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି। ବିଦ୍ୟାଳୟରେ ପିଲାମାନଙ୍କର ଶିକ୍ଷା ମଧ୍ୟ ବ୍ୟାହତ ହୋଇଛି।

ଚାଇନାରେ କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ବର୍ତ୍ତମାନ ସତର୍କତାମୂଳକ ଭାବରେ ସାଂଘାଇରେ ସ୍କୁଲ ବନ୍ଦ କରିଛନ୍ତି। ଏହା ସହିତ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଅନେକ ଉତ୍ତର-ପୂର୍ବ ସହରରେ ଲକ୍ଡାଉନ୍ ଲଗାଯାଇଛି। ଦେଶର ପ୍ରାୟ ୧୯ ଟି ପ୍ରଦେଶରେ ଓମିକ୍ରନ୍ ଏବଂ ଡେଲଟା ପ୍ରକାରର ଏକ ବିସ୍ଫୋରଣ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ତଳ ମୁହାଁ କରୋନା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୧ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୨

ଭଦ୍ରକ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୬

ଦେବଗଡ ଜିଲ୍ଲାରୁ- ୩

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୨୪

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୧୫

ଝାରସୁଗୁଡା ଜିଲ୍ଲାରୁ- ୨୧

କଳାହାଣ୍ଡି ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୨୩

କୋରାପୁଟ ଜିଲ୍ଲାରୁ- ୪

ମୟୂରଭଞ୍ଜ ଜିଲ୍ଲାରୁ- ୮

ନବରଙ୍ଗପୁର ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୨୨

ସୁନ୍ଦରଗଡ ଜିଲ୍ଲାରୁ- ୭

ଷ୍ଟେଟ ପୁଲରୁ- ୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୩୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩୦୪ ଏବଂ ବର୍ତ୍ତମାନ ୨ ହଜାର ୬୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ସଂକ୍ରମଣ ପରେ ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଇସଲାମାବାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ମୁଖପାତ୍ର ରିୟାଜ ଅହମ୍ମଦ ତୁରୀ ନିଶ୍ଚିତ କରିଛନ୍ତି ଯେ, କୋପିଡ -୧୯ ସହ ଜଡିତ ଜଟିଳତା ହେତୁ ପିପିପି ସିନେଟରଙ୍କୁ ଇସଲାମାବାଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପାକିସ୍ତାନର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ମୃତ୍ୟୁ ପରେ ଅନେକ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଚଳିତ ମାସ ଫେବୃଆରୀ ୧ ତାରିଖରେ ପିପିପି ସିନେଟର ସେହର କାମ୍ରାନ କହିଥିଲେ ଯେ, ରେହମାନ ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଛି। ଯେଉଁଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ରେହମାନ ମଲିକ କରାଚି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

୨୬/୧୧ ଆକ୍ରମଣ ସମୟରେ ରେହମାନ ମଲିକ ପାକିସ୍ତାନର ଗୃହମନ୍ତ୍ରୀ ଥିଲେ। ତାଙ୍କ ଶାସନ କାଳରେ ତାଙ୍କୁ ପାକିସ୍ତାନ ସରକାରଙ୍କ ଦ୍ୱାରା ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ସୀତାରା-ଇ-ଶୁଜାତ୍ ମଧ୍ୟ ପ୍ରଦାନ କରାଯାଇଥିଲା। ସେ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ପାକିସ୍ତାନର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Categories
ବିଶେଷ ଖବର

କୋହଳ ହେଲା ପ୍ରଚାର କଟକଣା, ନୂତନ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପ୍ରଚାର ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଉ କିଛି ରିହାତି ଦେଇଛନ୍ତି। ପୂର୍ବରୁ ନିର୍ବାଚନ ପ୍ରଚାର ସକାଳ ୮ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ବର୍ତ୍ତମାନ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯିବ। ପଡିଆର କିମ୍ବା ରାଲି ସ୍ଥାନରେ ସର୍ବାଧିକ କ୍ଷମତାର ୫୦ ପ୍ରତିଶତ ସହିତ ସଭା ଅନୁଷ୍ଠିତ ହୋଇପାରିବ। ପଦ ଯାତ୍ରା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ କେବଳ ସୀମିତ ସଂଖ୍ୟକ ଲୋକଙ୍କ ସହିତ ପଦ ଯାତ୍ରା କରାଯାଇପାରିବ।

କରୋନା ଦିନକୁ ଦିନ ହ୍ରାସ ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏହି ରିହାତି ପ୍ରଦାନ କରିଛନ୍ତି। କାରଣ ଜାନୁୟାରୀ ୨୧ ତାରିଖରେ, ଯେଉଁଠାରେ ପ୍ରାୟ ୩.୫ ଲକ୍ଷ ମାମଲା ରୁଜୁ ହେଉଥିଲା, ଆଜିର ଦିନରେ ଏହି ସଂଖ୍ୟା ୫୦ ହଜାରକୁ ହ୍ରାସ ପାଇଛି।

ଫେବୃଆରୀ ୧୪ ତାରିଖରେ ତିନୋଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଯେଉଁଥିପାଇଁ ଆଜି ସନ୍ଧ୍ୟା ୬ ଟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଫେବୃଆରୀ ୧୪ ତାରିଖରେ ଗୋଆ ଏବଂ ଉତ୍ତରାଖଣ୍ଡର ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ତେଣୁ ସେଠାରେ ଆଉ ନିର୍ବାଚନ ପ୍ରଚାର ହେବ ନାହିଁ। ଏଥିସହିତ ୟୁପିର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ବନ୍ଦ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ନଅଟି ଜିଲ୍ଲା – ସାହାରନପୁର, ବିଜନୋର, ମୁରୁଦାବାଦ, ସମ୍ଭଲ, ରାମପୁର, ଅମରୋହା, ବନ୍ଦାୟୁ, ବରେଲି ଏବଂ ଶାହାଜାହାନପୁରର ୫୫ ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୧୪ ତାରିଖରେ ମତଦାନ ଅନୁଷ୍ଠିତ ହେବ।

Categories
CBSE10TH CBSE12th ICSE10th ICSE12th StateBoard ବିଶେଷ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଓଡିଶାରେ କେବେ ସ୍କୁଲ ଖୋଲିବା ତାହାକୁ ନେଇ ପ୍ରଶ୍ନ ଉଠୁଥିଲା।

ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି।

ସ୍କୁଲ କଲେଜ୍‌ ସହ ହଷ୍ଟେଲ ମଧ୍ୟ ଖୋଲାଯିବ। ଏହା ସହିତ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବ।

ସେହିଭଳି ଫେବୃଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କିନ୍ତୁ ସେଥିପାଇଁ ବାଧ୍ୟତାମୂଳକ ନୁହେଁ। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ପାଠ ପଦ୍ଧବେ। ଛାତ୍ରଛାତ୍ରୀମାନେ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବଜେଟ୍ ଅଧିବେଶନ ପୂର୍ବରୁ ବଢୁଛି କରୋନା ସଂକ୍ରମଣ, ସଂସଦ ଭବନରେ 875 କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ମାତ୍ର 8 ଦିନ ବାକି ଅଛି। କିନ୍ତୁ ଏହାପୂର୍ବରୁ ସଂସଦ ଗୃହର 875 କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସଂଖ୍ୟା ଜାନୁଆରୀ 20 ସୁଦ୍ଧା ଅଟେ। ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 31 ତାରିଖରୁ ଆରମ୍ଭ ହେବ। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ତିନି ଲକ୍ଷ 33 ହଜାର 533 ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ 525 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭ ହାର ବର୍ତ୍ତମାନ 17.78 ପ୍ରତିଶତ ଅଛି। ବଡ କଥା ହେଉଛି ଗତକାଲି ତୁଳନାରେ ଦେଶରେ 4 ହଜାର 171 କମ୍ ମାମଲା ରିପୋର୍ଟ ହୋଇଛି।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା 21 ଲକ୍ଷ 87 ହଜାର 205 କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 4 ଲକ୍ଷ 89 ହଜାର 409 କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ 59 ହଜାର 168 ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ 3 କୋଟି 65 ଲକ୍ଷ 60 ହଜାର 650 ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ସଂସଦ ଗୃହର କର୍ମଚାରୀମାନଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି, ଯାହା ବଜେଟ୍ ଅଧିବେଶନ ପୂର୍ବରୁ ଜାନୁୟାରୀ 31 ତାରିଖ ଅପରାହ୍ନ 3 ଟାରେ ଅନୁଷ୍ଠିତ ହେବ। ସର୍ବଦଳୀୟ ବୈଠକ ପରେ ସେହି ଦିନ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ସକାଳ 11 ଟାରୁ ଆରମ୍ଭ ହେବ, ତା’ପରେ ଅର୍ଥନୈତିକ ସର୍ଭେ ହେବ। ସଂସଦର ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧରେ ଫେବୃଆରୀ 1 ତାରିଖରେ ବଜେଟ୍ 2022-23 ଉପସ୍ଥାପିତ ହେବ। ଯାହା ସାଧାରଣତଃ ପ୍ରତିବର୍ଷ ଜାନୁଆରୀର ଶେଷ ସପ୍ତାହରେ ଆରମ୍ଭ ହୋଇଥାଏ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ 2.0 ସରକାରଙ୍କ ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟତଃ ଏହି ବୈଠକଗୁଡ଼ିକରେ ଯୋଗ ଦିଅନ୍ତି ଏବଂ ସଂସଦକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କୁ ଅନୁରୋଧ କରନ୍ତି। ଗତ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ସହ ପୂର୍ବ ବଜେଟ୍ ବୈଠକ କରିଥିଲେ।

ଏହି ବଜେଟ୍ ଏଭଳି ସମୟରେ ଉପସ୍ଥାପିତ ହେବ, ଯେତେବେଳେ ଦେଶର ଅର୍ଥନୀତି କୋଭିଡ-୧୯ ର କବଳରୁ ଦୂରେଇ ଯାଉଛି। ଏହି ଆର୍ଥିକ ବର୍ଷରେ ଅଭିବୃଦ୍ଧି ଦୁଇ ଅଙ୍କରେ ହେବ ବୋଲି ଆକଳନ କରାଯାଇଛି। ଏହାର ନୂତନ ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷାରେ, ଆରବିଆଇ 2021-22 ମସିହାରେ ଜିଡିପି ଅଭିବୃଦ୍ଧି ହାର 9.5 ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ର 6.8 ପ୍ରତିଶତ ଆର୍ଥିକ ନିଅଣ୍ଟ ମଧ୍ୟ ସରକାର ଆକଳନ କରିଛନ୍ତି।