Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ‘ଶିଶୁଙ୍କ ପାଇଁ ଦିନଟିଏ’ ଜିଲ୍ଲା ସ୍ତରୀୟ ବୈଠକ

ଖୋର୍ଦ୍ଧା: ଶିଶୁଙ୍କ ପାଇଁ ଦିନଟିଏ ଜିଲ୍ଲା ସ୍ତରୀୟ ବୈଠକ ତଥା ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ, ବେଟୀ ବଚାଓ ବେଟୀ ପଢାଓ ଏବଂ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି ବୈଠକରେ ଗତ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ରାଜ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ୧୨ ଜଣ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ।

ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ଶିକ୍ଷା ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହିତ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା,ଶିଶୁ ଶ୍ରମିକ ଉଚ୍ଛେଦ, ଗ୍ରାମ୍ୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି କୁ କ୍ରିୟାଶୀଳ କରିବା, ଅଧାରୁ ବିଦ୍ୟାଳୟରୁ ପିଲାମାନେ ପାଠ ଛାଡୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ସହିତ ଭୃଣ ହତ୍ୟା ରୋକିବା ଦିଗରେ ପଦକ୍ଷେପ ନେବା ତ‌ଥା ଶିଶୁ ମାନେ କିପରି ରକ୍ତ ହୀନତାରୁ ମୁକ୍ତି ପାଇବେ, ସେ ଦିଗରେ ପଦକ୍ଷେପ ନେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବାସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷା ରଞ୍ଜିତା ପଣ୍ଡା, ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ସଭ୍ୟା ସୁମିତାରାଣି ଘୋସ, ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ରଘୁନାଥ ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ, ଅତିରିକ୍ତ ଶ୍ରମ ଅଧିକାରିଣୀ ପ୍ରଜ୍ଞା ପରମିତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ସଦର ଏସଡିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ନାୟକ, ଆକ୍ସନ ଏଡ ର ଜିଲ୍ଲା ପରାମର୍ଶଦାତ୍ରୀ ସ୍ବାତୀ ତନ୍ମୟା ମିଶ୍ର ତଥା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମସ୍ତ ସିଡିପିଓ ମାନେ ଉପସ୍ଥିତ ରହି ଜିଲ୍ଲାରେ ଶିଶୁ ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଥିଲେ।

ଏହି ବୈଠକ ପରିଚାଳନରେ ସହଯୋଗ କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରଞ୍ଜନ କୁମାର ଗୋଛାୟତ, ରୀତାଞ୍ଜଳି ମହାନ୍ତି ଓ ମନସ୍ବିନୀ ମହାପାତ୍ର ପ୍ରମୁଖ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜାଗୁଳାଇ ପାଟଣା ଶ୍ରୀଜଗନ୍ନାଥ ମନ୍ଦିର ଠାରେ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଜାନୁଆରୀ ମାସ ୧୭ ତାରିଖରେ ପୁରୀ ଜିଲ୍ଲାରେ ‌ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ପୁର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରମୁଖ ଜଗନ୍ନାଥ ମନ୍ଦିର ଓ ବିଖ୍ୟାତ ଅନ୍ୟ ମନ୍ଦିର ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ପୁରୀର ସହଯୋଗରେ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ଠାରେ ମହାଆଡମ୍ବରରେ ଅଭ୍ୟର୍ଥନା ପୁର୍ବକ ସଂକୀର୍ତ୍ତନ ଢୋଲ ବଜାଇ ଅତିଥି ମାନଙ୍କୁ ମନ୍ଦିରକୁ ପାଛୋଟି ନିଆଯାଇଥିଲା।

ମନ୍ଦିର ପ୍ରଶାସନର ମୁଖ୍ୟ ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ /ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ/ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ/ସାମ୍ବାଦିକ/ବହୁ ସମ୍ମାନୀୟ ବ୍ୟକ୍ତି/ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ପୁର୍ବ ନିର୍ଦ୍ଧାରିତ ସମୟ ଜାନୁଆରୀ ୧୭ ତାରିଖ ଦିନକୁ ୨ ଜଣ ସେବାୟତଙ୍କ ନାମ ପଞ୍ଜିକୃତ କରି଼ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

ଶେଷରେ ସରକାର ଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ବ୍ଲକ କୁ ପ୍ରସ୍ଥାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଖୋର୍ଦ୍ଧା: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।

ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି।

ଉକ୍ତ ପ୍ରଦର୍ଶନୀ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଜିଲ୍ଲାର ବହୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ ପଞ୍ଚାନନ ସାମଲ/ପୁର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଗଜେନ୍ଦ୍ର ସାହୁ/ଚିତ୍ର ଶିଳ୍ପୀ -ଲଲାଟ  କିଶୋର ପ୍ରଧାନ/ଚିତ୍ର ଶିଳ୍ପୀ ଜ୍ଞାନ ରଞ୍ଜନ ଦାଶ/ଚିତ୍ର ଶିଳ୍ପୀ, ବିରଞ୍ଚି ନାରାୟଣ ଚହଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

ସମଗ୍ର ଶିକ୍ଷା ଖୋର୍ଦ୍ଧାର ଅଭିନବ ପ୍ରୟାସ, ହଜିଯାଉଥିବା ଚକୁଳିଆ ପଣ୍ଡା ଲୋକଗୀତ ମାଧ୍ୟମରେ ସଚେତନତା 

ଖୋର୍ଦ୍ଧା: ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଖୋର୍ଦ୍ଧା ମହୋତ୍ସବ ହାବେଳୀ ପଡ଼ିଆଠାରେ ବିଭିନ୍ନ ଶିକ୍ଷଣୀୟ ବାର୍ତ୍ତା ନେଇ ଏକ ଷ୍ଟଲ ଖୋଲାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତଙ୍କ ପୌରହିତ୍ୟରେ ପ୍ରଗତି ପଥେ ସମଗ୍ର ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାର ଏକ ଅଭିନବ ପ୍ରୟାସ କରାଯାଇଛି।

ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆନନ୍ଦମୟ ଶିକ୍ଷା ଉପଲବ୍ଧ, ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ, ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ପତିକାରାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ, ବାକ୍ -ଶ୍ରବଣ ତାଲିମ ଓ ଭୌତିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଅଗ୍ରଗତିର ସମୀକ୍ଷା ତଥା କାର୍ଯ୍ୟକ୍ରମର ତଦାରଖ ଓ ପରିଚାଳନା, ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ଶିକ୍ଷଣ ମାଧ୍ଯମରେ ମୁଖ୍ୟ ସ୍ରୋତକୁ ଆଣିବାର ବ୍ୟବସ୍ଥା, ପ୍ରଥମରୁ ଅଷ୍ଟମ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ ଓ ପୋଷାକ ବିତରଣ ।

ପୋଷଣ ଉଦ୍ୟାନ ଅଭିଯାନ କାର୍ଯ୍ୟକ୍ରମ, ବର୍ଣାଳୀ କାର୍ଯ୍ୟକ୍ରମ, ଓଡ଼ିଶା କ୍ୟାରିୟର୍ ପୋର୍ଟାଲ ଗଠନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ମା ସହ ଶିଶୁ -ମା ସହ ଶିକ୍ଷା ନୂତନ ଅଭିନବ ପ୍ରୟାସ ସମ୍ପୃକ୍ତି କାର୍ଯ୍ୟକ୍ରମ, ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରିତ କାର୍ଯ୍ୟକ୍ରମ ଓ ଆକାଂକ୍ଷା କାର୍ଯ୍ୟକ୍ରମ ଇତ୍ୟାଦି ବହୁ ପ୍ରଶିକାର୍ଯ୍ୟକ୍ରମଗୁଡ଼ିକୁ ଶିକ୍ଷା ପ୍ରଶାସନ ହାତକୁ ନେଇ ଶିକ୍ଷାର ପଥକୁ ଆଲୋକିତ କରିବା ପାଇଁ ପ୍ରୟାସ ଜାରି ରଖୁଛି।

ହଜିଯାଇଥିବା ଚକୁଳିଆ ପଣ୍ଡା ଲୋକଗୀତ ମାଧ୍ୟମରେ ବାଲ୍ୟ ବିବାହ କିପରି ରୋକା ଯାଇପାରିବ ସେ ବିଷୟରେ ଗୀତ ମାଧ୍ୟମରେ ସଚେତନ କରାଯିବା ସହିତ ବିଦ୍ୟାଳୟକୁ ଯିବା ପାଇଁ ମହୋତ୍ସବରେ ଥିବା କୁନି କୁନି ପିଲାମାନେ, ଅଭିଭାବକ, ବୁଦ୍ଧିଜୀବୀ ସମସ୍ତଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ସମସ୍ତଙ୍କୁ ଅବଗତ କରିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ଵର୍ଣ୍ଣଲତା ସାମନ୍ତରାୟ, ସନ୍ଧ୍ୟାବତୀ ଲେଙ୍କା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୁଧିଷ୍ଠିର ସାହୁ, ବିକାଶ କୁମାର ମୁଦୁଲି, ରବୀନ୍ଦ୍ର ପ୍ରଧାନ, ଅମୀୟ କୁମାର ପରିଡ଼ା, ରେବତୀ ପଣ୍ଡା, ଧ୍ରୁବଚରଣ ରଣା, ଭାଗ୍ୟଶ୍ରୀ ମହାପାତ୍ର, ଅମୀୟ କୁମାର ଜେନା, ରବି ନାରାୟଣ ପଣ୍ଡା, ପୂର୍ଣଲକ୍ଷ୍ମୀ ମହାରଣା, ରବି ନାରାୟଣ ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ଧରିତ୍ରୀ ନନ୍ଦୀ, ଜ୍ୟୋତିମୟୀ ନାୟକ, ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଖୋର୍ଦ୍ଧାରେ ସ୍କାଉଟସ୍ ଏବଂ ଗାଇଡସ୍‌ର ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଉଦ୍‌ଘାଟିତ

ଖୋର୍ଦ୍ଧା: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡିସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଉଦ୍‌ଘାଟିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ୨୪୮୦ ଜଣ ସ୍କାଉଟ, ଗାଇଡ୍ ଏହି ଜାମ୍ବୋରେଟ୍‌ରେ ଯୋଗଦାନ କରିଛନ୍ତି ।

ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଉଦ୍‌ଘାଟକ ଭାବେ ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଅତନୁ ସବ୍ୟସାଚୀ ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶାନ୍ତର ପ୍ରତୀକ ବିଭିନ୍ନ ପ୍ରକାର ବେଲୁନ୍ ଆକାଶକୁ ଛାଡି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ଯକ୍ଷା ତଥା ଉପସଭାପତି, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଡଃ. ମିନତୀ ବେହେରା ପ୍ରମୁଖ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇ ଜାମ୍ବୋରେଟ୍‌ର ଉଦ୍ଦେଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ନାୟକ ରାଜ୍ୟ ସଂଗଠନର ଏଭଳି ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନରେ ସନ୍ତୋଷପ୍ରକଟ କରିବା ସହିତ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି ଅଭିହିତ କରିଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଜାମ୍ବୋରେଟ୍ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ ଉଦ୍ରେକ କରିବା ପାଇଁ ପ୍ରେରଣାଦାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ ।

ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଂଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବାରୁ ସାଧୁବାଦ ଜଣାଇଥିଲେ ।ଅପରାହ୍ନ ୫.୩୦ ମିନିଟ୍ ସାଂଧ୍ୟ ଅଧୂବେଶନରେ ମୁଖ୍ୟ ଅତିଥି ଭାବେ ଉପସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ଯୋଗଦେଇ ଅନୁରୂପ ଭାବେ ରାଜ୍ୟସ୍ତରୀୟ ଜାମ୍ବୋରେଟ୍‌ର ସଫଳତା କାମନା କରି ସ୍କାଉଟ ଓ ଗାଇଡ୍‌ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ରାଜ୍ୟ ସଂଗଠନ କମିଶନର ତଥା ଆଡମିନିଷ୍ଟ୍ରେଟିଭ୍ ଅଫିସର ଅନାମିକା ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଶିବିର ଯୁଗ୍ମ ସଂପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଅୟୋଜିତ ହେଲା ପେନସନ ଅଦାଲତ, ଦଶଜଣଙ୍କୁ ଦିଆଗଲା ଅନୁମୋଦନ ପତ୍ର

ଖୋର୍ଦ୍ଧା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଖୋର୍ଦ୍ଧା ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତା ରେ ଏକ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସତ୍ୟ ନାରାୟଣ ସାହୁ,-OSD ସ୍ଵତନ୍ତ୍ର ଶାସନ ସଚିବ,G.A &PG Department, ଭୁବନେଶ୍ୱର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକ ପରିଚାଳନା କରିଥିଲେ।

ବୈଠକରେ ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଙ୍କୁ ତାଗିଦ୍ କରି କହିଲେ ଅବସର ନେବାକୁ ଥିବା କର୍ମଚାରୀ ଙ୍କ ବହୁ ପୂର୍ବରୁ ଚୁଡ଼ାନ୍ତ ପେନସନ ପେପର ଦାଖଲ କରାଗଲେ ସେମାନଙ୍କ ପେନସନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମଞ୍ଜୁର କରାଯାଇ ପାରିବ। ଆହୁରି ମଧ୍ୟ ଅବସର ପୁର୍ବରୁ କର୍ମଚାରୀ ମାନଙ୍କ ଚାକିରି ନିୟମିତ କରାଯିବାକୁ ନିର୍ଦ୍ଦେଶ ଦେଲେ।

ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର 10ଜଣ କର୍ମଚାରୀମାନଙ୍କ ପେନସନ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଏହି ବୈଠକରେ ସମସ୍ତ ତହସିଲଦାର/ଵି.ଡି.ଓ/ଵି.ଇ.ଓ/ଜିଲ୍ଲା ସ୍ତରୀୟ ଅଧିକାରୀ ସି.ଡି.ଏମ.ଓ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ “ନୂଆ ଓ” କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଦିବା ୧୧.୦୦ ଘଟୀକାରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତା ରେ “ନୂଆ ଓ “ କାର୍ଯ୍ୟକ୍ରମର ଏକ ବୈଠକ ଓସ୍ୱାନ କକ୍ଷ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ବେହେରା। ଜାନୁଆରୀ ୧୦ ତାରିଖରେ ଓଡ଼ିଶା ସରକାର କ୍ରିଡା ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ୟୁଥ ଫେଷ୍ଟିଭାଲ ହେବାକୁ ପ୍ରସ୍ତାବ ରଖିଥିଲେ। “ନୂଆ -ଓ” କାର୍ଯକ୍ରମ ସମସ୍ତ ୧୦୮ କଲେଜ ରେ ସାଂସ୍କୃତିକ/କ୍ରିଡା /ସୋସିଆଲ କ୍ଷେତ୍ରରେ ବିଭିନ୍ନ ଇଭେଣ୍ଟ ରେ ଛାତ୍ରୀ/ ଛାତ୍ର ମାନେ ଭାଗ ନେଇ ସର୍ବୋଚ୍ଚ ସ୍ଥାନରେ ଥିବା କୃତ୍ତି ପ୍ରତିଯୋଗୀ ଙ୍କ ମଧ୍ଯରେ ବ୍ଲକ/ ମୁନିସିପାଲିଟି /ବି. ଏମ. ସି ସ୍ତରରେ ବିଭିନ ଇଭେଣ୍ଟରେ ପ୍ରତିଯୋଗୀତା କରାଯାଇ ୩୧.୧୨ ୨୦୨୩ ରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବାକୁ ଜିଲ୍ଲାପାଳ DCO,DSO ADEO ଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିଯୋଗିତାରେ ପ୍ରଫେସନାଲ ଜଜ ଙ୍କୁ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକୁ ସୂଚାରୁ ରୂପେ କରେଇବାକୁ ସମସ୍ତଙ୍କୁ ଅନୁରାଧ କରିଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରି ଡ଼ ବାଦଲ କୁମାର ମହାନ୍ତି, ସି. ଡି.ଏମ.ଓ ଡ଼. ଆର୍ତ୍ତବନ୍ଧୁ ନାୟକ, ଏ. ଆର. ଟି.ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡି. ଏସ. ଡବ୍ଲୁ. ଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ବିଡିଓ ଆଭାଷୀ ରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ଛୋଟ ଧରଣର ଅଦଳବଦଳ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ଛୋଟ ଅଦଳବଦଳ ହୋଇଛି। ନିରାକାରପୁର ଆଇଆଇସି ସୁଚିତ୍ରା ଜେନାଙ୍କ ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି ଭାବେ ବଦଳି ହୋଇଥିବା ବେଳେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନିରାକାରପୁର ଥାନା ଇନଚାର୍ଜ ଭାବେ ବଦଳି ହୋଇଛି।

ସେହିପରି ଭାବେ ଟାଙ୍ଗୀ ଥାନା ଏସଆଇ ସୁଜାତା ପଲାଇ ଏବଂ ନିରାକାରପୁର ଥାନା ଏସଆଇ ଦିପାଲିଶା ନାୟକଙ୍କ ପୂର୍ବ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ପୂର୍ବପରି ନିଜ ନିଜ ଥାନାରେ ଅବସ୍ଥାପିତ କରାଯାଇଛି। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଅବକାରୀ ବିଭାଗକୁ ସଫଳତା, ୧୫ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ଆଜି ଜଟଣୀ ଓ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଟଣୀ ସୀତାରାମ ଛକ ଏବଂ ଟାଉନ ଥାନା ଗୁରୁଜଙ୍ଗ ଅଞ୍ଚଳରୁ ସମୁଦାୟ ୧୪୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୭୦ ହଜାର ଟଙ୍କା ହେବ।

ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ରାଜାବଜାର ଅଞ୍ଚଳର ସଲିମ ଖାନ ଏବଂ ଟାଉନ ଥାନା ଗୁରୁଜଙ୍ଗ ଅଞ୍ଚଳର ବେଣୁଧର ସିଂହ ଓ ସର୍ବେଶ୍ୱର ବେହେରା। ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୩ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଏସଆଈ ରୋହିତ ଦଣ୍ଡସେନା ଏବଂ ଜଟଣୀ ଓ ସଦର ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ୬୧ ତମ ଗୃହରକ୍ଷୀ ଦିବସ ପାଳିତ

ଖୋର୍ଦ୍ଧା: ଆଜି ୬୧ ତମ ଗୃହରକ୍ଷୀ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରିଜର୍ଭ ପୋଲିସ ଗ୍ରାଉଣ୍ଡ ତରତୁଆଠାରେ ଉକ୍ତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧା ଗ୍ରାମୀଣ ପୋଲିସ ବିଭାଗରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଦ୍ଵାରା ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଆଇପିଏସ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, ସଦର ଏସଡ଼ିପିଓ ଦିଲ୍ଲୀପ ଦାସ, ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାରୋହ ଅବସରରେ, “ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ, ହୋମ ଗାର୍ଡ କମାଣ୍ଡାଣ୍ଟ ଜେନେରାଲ, ଭାରତ ଏବଂ ହୋମ ଗାର୍ଡ ମହାନିର୍ଦ୍ଦେଶକ ଓଡ଼ିଶା” ଙ୍କ ପ୍ରଦତ୍ତ ବାର୍ତ୍ତା ମୁଖ୍ୟ ଅତିଥି ପଠନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ରାଉନସୁଗାର କାରବାର ଅଭିଯୋଗରେ ଚାରି ଅପରାଧି ଗିରଫ, ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ବ୍ରାଉନସୁଗାର କାରବାର ଅଭିଯୋଗରେ ଚାରି ଅପରାଧିଙ୍କୁ ଗିରଫ କରିଛି। ବରୁଣେଇ ମନ୍ଦିର ନିକଟ ଜଙ୍ଗଲରୁ ଉକ୍ତ ଅପରାଧୀମାନେ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତ ମାନେ ହେଲେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଗ୍ରାମର ଚନ୍ଦନ ନାୟକ ଓରଫ ବଳୁଆ (୨୮), ମୁକୁନ୍ଦପ୍ରସାଦ ଗ୍ରାମର ଫାରୁକ ଖାନ (୨୬), ପୁରୀ ଷ୍ଟେସନ ରୋଡର ଏମ. ରମେଶ ରେଡ୍ଡୀ (୨୩) ଏବଂ ଜଙ୍କିଆ ଥାନା କମାଗୁରୁ ଅଞ୍ଚଳର ମନୋରଞ୍ଜନ ପ୍ରଧାନ (୩୨)। ଅଭିଯୁକ୍ତ ମାନେ ବରୁଣେଇ ମନ୍ଦିର ନିକଟ ଜଙ୍ଗଲରେ ବ୍ରାଉନସୁଗାର ଡିଲ କରୁଥିବା ବେଳେ ମାଡି ବସିଥିଲା ପୋଲିସ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡ଼ିପିଓ ଦିଲ୍ଲୀପ ଦାସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଜଙ୍ଗଲର ଫାଇଦା ନେଇ ସମ୍ପୃକ୍ତ ସ୍ଥାନରୁ ଆଉ ପାଞ୍ଚ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ, ୫ ଦିନ ବ୍ୟାପୀ ଚାଲିବ ମେଳା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ହେବାଳୀ ପଡିଆ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୬୦ ଟି ଷ୍ଟଲରେ ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ପ୍ରଦର୍ଶନ ହେବା ସହିତ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ମେଳାରେ ଉଦଘାଟନ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ମତ୍ସ୍ୟ ଓ ପ୍ରାଣୀଧନ ସମ୍ବଳ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦାନ କରି ସଭା ମଣ୍ଡିତ କରିଥିଲେ।

ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡା ମେଳାର ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। କୃଷି ମନ୍ତ୍ରୀ କୃଷି ଯାନ୍ତ୍ରିକ ମେଳା ସବୁ ଜିଲ୍ଲାରେ ହେବା ଦ୍ଵାରା କିଭଳି କୃଷି କ୍ଷେତ୍ରରେ ଉତ୍ପାଦନ ବଢିପାରିଛି ଏବଂ ଓଡିଶା ଧାନ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ଧାନ ରପ୍ତାନୀ ପାଇଁ ଯୋଗ୍ୟ ହୋଇପାରିଛି ତାହାର ବିବରଣୀ ପ୍ରଦାନ କରିଥିଲେ।

ଏହି ମେଳା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆୟୋଜନ କରାଯାଇଛି। ମେଳାରେ ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାର ୨ ଟି ଲେଖାଏଁ ବ୍ଲକର ୫୦ ଜଣ ଚାଷୀମାନଙ୍କ ପାଇଁ କୃଷି ପାଠଶାଳାରେ ଚାଷୀମାନେ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରପାତି ବିଷୟରେ ବିସ୍ତୃତ ଭାବେ ଜ୍ଞାନ ଆହାରଣ କରିଛନ୍ତି।

ସନ୍ଧ୍ୟାରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ଏହାର ମୁଖ୍ୟ ଆକର୍ଷଣ ସାଜିପାରିଛି। ଏହି ମେଳାରେ ବହୁଳ  ଭାବରେ ଯୋଗଦାନ କରି ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଜ୍ଞାନ ଆହରଣ ପାଇଁ ଜିଲ୍ଲାର ଚାଷୀଭାଇମାନଙ୍କୁ ଅନୁରୋଧ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ- ୨୦୨୪, ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଧୂ ଚାଲୁ ରହିଅଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ, ତାହେଲେ ଏହି ସମୟ ମଧ୍ୟରେ ସେଥୁରେ ସଂଶୋଧନ କରାଯାଇ ପାରିବ। ଏଥି ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲାରେ ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟର ମାନଙ୍କୁ ସଚେତନ କରାଯାଉଅଛି।

ଇତି ମଧ୍ୟରେ ତିନିଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଅଛି ଓ ଆସନ୍ତା ତା ୨୫/୧୧/୨୦୨୩ ରିଖ (ଶନିବାର) ହେଉଛି ଶେଷ ସ୍ବତନ୍ତ୍ର ଅଭିଯାନ ଦିବସ। ଉକ୍ତ ଦିନ ଖୋର୍ଦ୍ଧା ଜିଲ୍ଲାର ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ବି. ଏଲ. ଓ. ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ସହ ସେମାନଙ୍କର ଭୋଟର ତାଲିକାରେ ଥୁବା ତ୍ରୁଟି ସଂଶୋଧନ କରାଇବେ ଏବଂ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ସବୁ ପ୍ରକାରର ସହଯୋଗ କରିବେ। ବର୍ତ୍ତମାନ ସୁଧା ଖୋର୍ଦ୍ଧା ଜିଲ୍ଲାରେ ୪୭୨୮୯ ନୂତନ ଭୋଟର ତାଲିକାଭୁକ୍ତ ହେବାପାଇଁ ଆବେଦନ କରି ଅଛନ୍ତି ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ୨୨୫୦୭ ଜଣ ଭୋଟର ଆବେଦନ କରି ଅଛନ୍ତି। ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପୂର୍ବରୁ ଅର୍ଥାତ ଅଗଷ୍ଟ ସେପ୍ଟେମ୍ବର ମାସରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ବାରା ଘରକୁ ଘର ବୁଲି ସର୍ବେକ୍ଷଣ କରଯାଇଥିଲା। ସେତେବେଳେ ପ୍ରାୟ ୩୪୧୮୦ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ପଞ୍ଜୀକୃତ କରିଯାଇଥିଲା ଏବଂ ୨୬୮୩୫ ଭୋଟରଙ୍କର ଭୋଟର ତାଲିକାରେ ଥୁବା ତ୍ରୁଟି ସଂଶୋଧନ କରଯାଇଥିଲା। ସେହି ଭୋଟର ମାନଙ୍କୁ ଖୁବ ଶୀଘ୍ର ଭୋଟର ଫଟୋ ପରିଚୟ ପତ୍ର ଯୋଗାଇ ଦିଆଯିବ।

ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବି. ଏଲ. ଓ. ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ କାର୍ଯ୍ୟକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଶଂସା କରିବା ସହ ଆସନ୍ତା ୨୫ ତାରିଖ (ଶନିବାର) ହେବାକୁ ଥିବା ଶେଷ ସ୍ଵତନ୍ତ ଅଭିଯାନ ଦିବସରେ ପ୍ରତି ବୁଥରେ ଅଂଶ ଗ୍ରହଣ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ର ଶୁଭାରମ୍ଭ, ଆସନ୍ତାକାଲି ହରିଦ୍ଵାର ରିଶିକେସ ପାଇଁ ଯାତ୍ରା

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁକୁଲ୍ୟରେ ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ଯାତ୍ରୀ ଆସନ୍ତାକାଲି ହରିଦ୍ଵାର ରିଶିକେସ ସ୍ଵତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିବେ। ଏବଂ ୨୮ ତାରିଖରେ ଫେରିବେ।

ଏଥିରେ ଖୋର୍ଦ୍ଧା ଜିଲ୍ଲା ରୁ ୨୧୧ ବରିଷ୍ଠ ନାଗରିକ ଓ ୭ ଜଣ ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି। ସମ୍ମାନୀୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ଗୁମାନସିଂ ଓ ପର୍ଯ୍ୟଟନ ବିଭାଗର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ସମସ୍ତ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦଘାଟନ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏଥିରେ ୭୦୦ ରୁ ଉର୍ଦ୍ଧ୍ଵ ଚାଷୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିଲେ। ଏହି ମେଳାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା।

ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତାଙ୍କ ସଂଭାଷଣରେ ମୁଖ୍ୟତଃ ଚାଷୀଭାଇ ଓ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ମେଳାରେ ଉପସ୍ଥିତ ଚାଷୀଗଣ ବୈଜ୍ଞାନିକ ଏବଂ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ସହିତ ଭେଟି ସେମାନଙ୍କଠାରୁ ବିଶେଷ ଜ୍ଞାନକୌଶଳ ସମ୍ପର୍କରେ ଆଦାନପ୍ରଦାନ କରିଥିଲେ।  ଜୀବନ୍ତପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଷ୍ଟଲରେ ବିଶେଷ ଆୟୋଜନଦ୍ୱାରା ଚାଷୀଗଣ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁବିଧା ପ୍ରାପ୍ତ ହେଲେ।

ବିଶେଷ କରି ବାୟୋଫ୍ଲକ ଏବଂ ଇ ସି ବ୍ରଏଲର ଫାର୍ମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଭିନ୍ନ ସଂସ୍ଥା ଯେପରିକି ସିଫା, ମିଶନ ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ଅନ୍ୟାନ୍ୟ କମ୍ପାନୀ ଗୁଡିକ ମେଳାରେ ଷ୍ଟଲ ଆୟୋଜନ କରିଥିଲେ। ଏହି ଷ୍ଟଲ ଗୁଡିକରେ ଅତ୍ୟାଧୁନିକ ଜ୍ଞାନ ଏବଂ ବ୍ୟବହାରିକ କୌଶଳ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଅଗ୍ରଣୀ ଚାଷୀ ମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ସେମାନଙ୍କର ପରିଶ୍ରମ ଓ ଆଗ୍ରହକୁ ସମାନ ଦେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ମେଳାରେ ଆମୂଳଚୂଳ ଭାବେ ସଂଶ୍ଲିଷ୍ଟ ରହି ବିଭିନ୍ନ ଷ୍ଟଲଗୁଡିକ ବୁଲି ଦେଖିବା ସହିତ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ମେଳାରେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବୀଦତ୍ତ ମାଝୀ ଉକ୍ତ ସଭାରେ ସ୍ୱାଗତ ଭାଷଣ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ମେଳା ଯେ ନିକଟ ଭବିଷ୍ୟତରେ ଖୋର୍ଦ୍ଧା ଜିଲ୍ଲାରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀ ମାନଙ୍କର ଆୟ ଦ୍ବିଗୁଣିତ କରିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ। ସର୍ବଶେଷରେ ଉପ ମତ୍ସ୍ୟ ନିର୍ଦ୍ଦେଶକ, ପୁରୀ ମଣ୍ଡଳ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗଦୀଶ ଚନ୍ଦ୍ର ପଣ୍ଡା ମଂଚାସୀନ ଅତିଥି ଏବଂ ଉପସ୍ଥିତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବେଗୁନିଆ ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଵେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୯୯ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୮୭ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ୩୦୦୦ ଟଙ୍କା ଲେଖାଏଁ ୨ ଜଣଙ୍କୁ ଏବଂ ୫୦୦୦ ଟଙ୍କା ୧ ଜଣଙ୍କୁ ମୋଟ ୩ ଜଣଙ୍କୁ ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି / ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ସି ଡ଼ି ଏମ୍ ଓ, ଡଃ ଆର୍ତ୍ତଵନ୍ଧୁ ନାୟକ/ବିଡିଓ, ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଉପରେ ରାଜନୈତିକ ଦଳ ସହ ଜିଲ୍ଲାପାଳଙ୍କ ବୈଠକ

ଖୋର୍ଦ୍ଧା: ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଖୋର୍ଦ୍ଧାଙ୍କ ଅଧକ୍ଷତାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ତା ୦୩/୧୧/୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।

ଏହି ବୈଠକରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ସ୍ଥିରୀକୃତ ତା ୫/୧୧/୨୦୨୩, ୧୧/୧୧/୨୦୨୩, ୧୯/୧୧/୨୦୨୩ ଏବଂ ୨୫/୧୧/୨୦୨୩ ରିଖ ଦିନ ଗୁଡିକରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ନିର୍ଭୁଲ ସଂଶୋଧନ ଓ ଆସନ୍ତା ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ସଚେତନତା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକର ସହଯୋଗ ଜାରି ରଖିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ ଓ ଉପସ୍ଥିତ ପ୍ରତିନିଧି ମାନେ ସହମତି ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଖୋର୍ଦ୍ଧା: ଆଜି ସକାଳ ୮.୦୦ ଟା ରେ ଖୋର୍ଦ୍ଧା ବି.ଜେ.ଵି. ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ସବୁଜ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ରାଲିରେ ଏନ୍.ସି.ସି/ସ୍କାଉଟ ଛାତ୍ର ଛାତ୍ରୀ,‌ବିଭାଗୀୟ ଅଧିକାରୀ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି , ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମକ ଡ୍ରିଲ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା କରାଯିବାର କୌଶଳ ପ୍ରଦର୍ଶନ କରାଯାଇଥିଲା।

ଏହି ଉପଲକ୍ଷେ ଏକ ବୈଠକ ସକାଳ ୧୦.୩୦ ମିନିଟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ଏବଂ ଅନ୍ୟାନ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି,ଭୁବନେଶ୍ୱର ଉପ-ଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ,ଅନୁରାଧା ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁରାଧା ମହାନ୍ତି,ଭୁବନେଶ୍ୱର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ ସ୍ଵାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକ ପରିଚାଳନା କରିଥିଲେ।

ବକ୍ତବ୍ୟରେ ଖୋର୍ଦ୍ଧା ବିଧାୟକ ଅତିତର ମହାବାତ୍ୟା ର ସ୍ମୃତି ଚାରଣ କରିଥିବାବେଳେ ପ୍ରଶାସନ ଏବଂ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ବିପର୍ଯ୍ୟୟ ର ମୁକାବିଲା କରାଯାଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ସରକାରଙ୍କର ଜିରୋ କାଜୁଆଲିଟି କେବଳ ମିଳିତ ଉଦ୍ୟମରେ ସମ୍ଭବପର ବୋଲି କହିବାସହ ସମସ୍ତଙ୍କ ସହଯୋଗ, ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ପଦକ୍ଷେପ ପ୍ରତି ସଜାଗ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ଉକ୍ତ ବୈଠକରେ ସିଡ଼ିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ, ଡ଼ିଇଓ ବିଶ୍ବନାଥ ତରାଇ , ସ୍ଵେଚ୍ଛାସେବୀ ଅନୁଷ୍ଠାନ,ସାମ୍ବାଦିକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ହୋଇ ଥିବା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ବୈଠକ ସାଙ୍ଗ‌ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଷ୍ଟେଟ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ ହଲ ପରିସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋନ ମେଳାକୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ।

ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ୫୭୦ ଗୋଟି ଏସଏଚଜି କୁ ସମୁଦାୟ ୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କସ୍ତୁରୀବାଳା ଜେନା, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ମ୍ୟାନେଜର ନରେନ୍ଦ୍ର କୁମାର ଜେନା, ଖୋର୍ଦ୍ଧା ଏଲଡ଼ିଏମ ଅମର ଚନ୍ଦ୍ର ଅଗ୍ରୱାଲ, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ଚିଫ ମ୍ୟାନେଜର ରଶ୍ମିରଞ୍ଜନ ମିଶ୍ର, ଖୋର୍ଦ୍ଧା ଶାଖା ଡେପୁଟି ମ୍ୟାନେଜର ଡ଼ି. ବିଜୟଲକ୍ଷ୍ମୀ, ଏସବିଆଇ ବାଲୁଗାଁ, ଛଣଗିରି, କମାଗୁରୁ, ଜଟଣୀ ଓ ଖୋର୍ଦ୍ଧା ଶାଖା ମ୍ୟାନେଜର, ମିଶନ ଶକ୍ତି ଅଧିକାରୀ, ବ୍ୟାଙ୍କ ମିତ୍ର ଏବଂ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଡ ଧରଣର ଅବକାରୀ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମହୁଲି ମଦ ଜବତ କରି ନଷ୍ଟ କରିଛି।

ଚଢ଼ାଉରେ ସମୁଦାୟ 17100 କେଜି ମହୁଲ ପୋଚ ଏବଂ 1280 ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯାଇଛି l ତେବେ ଜଙ୍ଗଲର ସୁଯୋଗ ନେଇ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଅନୁରୂପ ଭାବେ କୁମାରାଙ୍ଗ ଅଞ୍ଚଳର ଗଣେଶ ବାରିକଙ୍କ ନିକଟରୁ 30 ଲିଟର ଏବଂ ଆୟତପୁର ଅଞ୍ଚଳର ପତିତ ବେହେରାଙ୍କ ନିକଟରୁ 40 ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ମୋବାଇଲ ଏସଆଇ ରୋହିତ ଦଣ୍ଡସେନା, ବାଲୁଗାଁ ଅବକାରୀ ଅଧିକାରୀ ତପନ ସ୍ୱାଇଁ, ବାଣପୁର ପୋଲିସ ଏଏସଆଇ ପୂର୍ଣ୍ଣଚନ୍ଦ୍ର ରେଡି ଏବଂ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ ମନୋନୀତ ସଖି ଓ ସହେଲି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଳିକା ଶିକ୍ଷାର ଗୁରୁତ୍ବ ତଥା ଅଧା ପାଠ ନ ଛାଡିବା ପାଇଁ ପିଲା ମାନେ କଣ କରିବେ ଏହି ବିଷୟକୁ ନେଇ ପିଲା ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୩ ଜଣ କୃତୀ ପ୍ରତିଯୋଗୀଙ୍କୁ ବଛା ହୋଇଥିଲା।

ଅଂଶ ଗ୍ରହଣ କରିଥିବା ସମସ୍ତ ପିଲା ମାନଙ୍କୁ ମାନପତ୍ର ଦ୍ବାରା ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତା ର ବିଚାରକ ଭାବରେ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁରଥ ବିଶ୍ବାଳ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମମତା, ବାଣୀଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇ ପିଲା ମାନଙ୍କୁ ପାଠ ପଢାର ମହତ୍ତ୍ବ ବିଷୟରେ ବୁଝାଇଥିଲେ।

ଝିଅ ଜନ୍ମ ଭଗବାନଙ୍କ ଏକ ଆଶୀର୍ବାଦ ବୋଲି କହିଥିଲେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ନିରୂପମା ପାଣି। ସେ ପିଲାମାନଙ୍କୁ ସୁଷମ ଖାଦ୍ୟ ଖାଇବା, ଶିକ୍ଷା ତଥା ବାପା ମା ଆଉ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ପାଇଁ ଉପଦେଶ ଦେଇଥିଲେ। କିଶୋର କିଶୋରୀ ପିଲା ମାନେ କିପରି ରକ୍ତହୀନତା କୁ ଦୂରେଇ ଏକ ସୁସ୍ଥ ଜୀବନ ଶୈଳୀ ଆପଣେଇବେ ଏବଂ ଏକ ନିରାପଦ ଭବିଷ୍ୟତ ଗଠନ କରିପାରିବେ ବୋଲି ଅତିଥିମାନେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ସୁରକ୍ଷା ଅଧିକାରୀ ମୌଜ ମଣି ନାୟକ, ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ସୁଜାତା ତ୍ରିପାଠୀ, ମିନାକ୍ଷୀ ପଟ୍ଟନାୟକ ଆଦି ଯୋଗ ଦେଇଥିଲେ। ଶୁଭସ୍ମୀତା ବେହେରା, କଳ୍ପନା ପରିଡା, ଲକି ସନ୍ତୋଷ, ଜାନକୀ, ସଂଗୀତା ଆଦି ପରିଚାଳନାରେ ସହଯୋଗ କରିଥିଲେ।

ସ୍ୱାତୀ ତନ୍ମୟା ମିଶ୍ର, ଜିଲ୍ଲା ସଂଯୋଜିକା ଏକ୍ସନଏଡ ସଭା କୁ ପରିଚାଳନା କରିଥିଲେ ଏବଂ ଅଭିଲିପ୍ସା ବେହେରା,ପୋଷଣ ସଂଯୋଜିକା ସଭାରେ ଶପଥ ପାଠ କରେଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।