Categories
ଜାତୀୟ ଖବର ବିଶେଷ ଖବର

ଭାରତ ପାଳନ କଲା 73 ତମ ଗଣତନ୍ତ୍ର ଦିବସ, ବିଶେଷ ଅତିଥୀ ହେଲେ ସ୍ବାସ୍ଥ୍ୟ କର୍ମି, ଅଟୋ ଡ୍ରାଇଭର

ନୂଆଦିଲ୍ଲୀ: ଦେଶ ଆଜି 73 ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଉପଲକ୍ଷେ ରାଜଧାନୀ ଦିଲ୍ଲୀର ରାଜପଥରେ ଜାତୀୟ ସ୍ତରର ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଭାବରେ ଦେଶ ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଥିବାରୁ ଏହି ବର୍ଷ ଗଣତନ୍ତ୍ର ଦିବସ ଉତ୍ସବର ବିଶେଷ ମହତ୍ତ୍ବ ରହିଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେଇଥିଲେ।

ଏହି ଅବସରରେ ରାଜପଥରେ ପରେଡ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ସମାଜର ଯେଉଁମାନେ ସାଧାରଣତଃ ପ୍ୟାରେଡ୍ ଦେଖନ୍ତି ନାହିଁ ସେହିମାନଙ୍କୁ ଏଥର ସୁଯୋଗ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ଅଟୋ ରିକ୍ସା ଡ୍ରାଇଭର, ଶ୍ରମିକ, ପରିମଳ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରେଡ ଦେଖିବା ପାଇଁ ବିଶେଷ ନିମନ୍ତ୍ରଣ କରାଯାଇଛି। ଆଜାଦୀର ଅମୃତ ମହୋତ୍ସବର ଅଂଶ ଭାବରେ ଚଳିତ ବର୍ଷ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ଚିତ୍ରିତ ହୋଇଥିଲା।

ଏହି ବର୍ଷ ପ୍ୟାରେଡ୍ ସକାଳ 10 ଟା ପରିବର୍ତ୍ତେ 10.30 ରେ ଆରମ୍ଭ ହୋଇଥିଲା। ପ୍ୟାରେଡ ରାଇସିନା ହିଲ୍ସରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆ ଗେଟ୍ ଦେଇ ଜାତୀୟ ଷ୍ଟାଡିୟମକୁ ଯିବାବେଳେ ରାଜ୍ୟ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ତୋରଣ ଲାଲକିଲ୍ଲାକୁ ଯାଇଥିଲା। 1950 ମସିହାରୁ ଆଜି ପର୍ଯ୍ୟନ୍ତ ସୈନିକମାନେ ପିନ୍ଧିଥିବା ବିଭିନ୍ନ ପୋଷାକରେ ପ୍ୟାରେଡରେ ସେନା କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା।

ପ୍ୟାରେଡରେ ମୋଟ 16 ଟି ସ୍କ୍ୱାର୍ଡ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ସେନା ପକ୍ଷରୁ ଛଅ ଜଣ, ନୌସେନା ଏବଂ ବାୟୁସେନା ମଧ୍ୟରୁ ପ୍ରତ୍ୟେକ, ଚାରିଜଣ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଗୋଟିଏ ଦିଲ୍ଲୀ ପୋଲିସ, ଦୁଇଜଣ ଏନସିସି ଏବଂ ଗୋଟିଏ ଏନଏସଏସ ଟ୍ରୁପ ଅନ୍ତର୍ଭୁକ୍ତ।

ରାଜ୍ୟ ତଥା ୟୁନିଅନ ଅଞ୍ଚଳରୁ 12 ଟି ଟେବୁଲ୍ୟୁ ଏବଂ ମନ୍ତ୍ରଣାଳୟ ଏବଂ ବିଭାଗର ନଅଟି ଟେବଲ୍ୟୁ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରେ ମହାରାଷ୍ଟ୍ରର ଜୈବ ବିବିଧତା, ଗୋଆର ଐତିହ୍ୟ, କର୍ଣ୍ଣାଟକର ପାରମ୍ପାରିକ ହସ୍ତତନ୍ତ, କାଶୀ ବିଶ୍ୱନାଥ ଧାମ, ଗୁଜୁରାଟର ଆଦିବାସୀ ବିପ୍ଳବୀ, ଜଳ ଜୀବନ ମିଶନ, ଉଦୟ, ଶ୍ରୀ ଅରୋବିନ୍ଦୋଙ୍କ 150 ବର୍ଷ, ନେତାଜୀ ସୁଭାଷ ବୋଷଙ୍କର 125 ବର୍ଷ, ଜାତୀୟ ଶିକ୍ଷା ନୀତି ଅନ୍ତର୍ଭୁକ୍ତ।

ବନ୍ଦେ ମାତରମ୍ ନୃତ୍ୟ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ 480 କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଉଚ୍ଚ ପ୍ରଶିକ୍ଷିତ ଫ୍ଲାଇପ୍ୟାଷ୍ଟରେ ବାୟୁସେନାର 75 ବିମାନ ଏବଂ ହେଲିକପ୍ଟର ସାମିଲ ହୋଇଥିଲା। ରାଫାଲେ, ସୁଖୋଇ, ଜାଗୱାର, ମି -17, ସାରଙ୍ଗ, ଆପାଚେ, ଡାକୋଟା ଭଳି ବିମାନ ଏବଂ ହେଲିକପ୍ଟରଗୁଡ଼ିକ ତ୍ରିଶୂଲ, ତିରଙ୍ଗା, ବିଜୟ, ଏକ୍ଲାଭିଆ, ରାହତ ଏବଂ ଅମୃତ ପରି ବିଭିନ୍ନ ସଂରଚନା ପ୍ରଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଜାତୀୟ ସଂଗୀତ ଏବଂ ତ୍ରିକୋଣୀୟ ବେଲୁନ୍ ଉଡ଼ିବା ସହିତ ସମାପ୍ତ ହୋଇଥିଲା। ରାଜପଥ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚେହେରା ଚିହ୍ନଟ ପ୍ରଣାଳୀ ସହିତ 300 ସିସିଟିଭି କ୍ୟାମେରା ଲଗାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରାଜ୍ୟପାଳ କଲେ ପତାକା ଉତ୍ତୋଳନ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି 73 ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବରର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା କଟକଣା ଯୋଗୁଁ ଏଥର ପରେଡ ଉତ୍ସବକୁ କାଣ୍ଟଛାଟ କରାଯାଇଛି। ଏଥର ପରେଡରେ ମୋଟ 10ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏଥିରେ ସିଆରପିଏଫ, ଏସଓଜି, ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ ବାରଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୭୩ ତମ ଗଣତନ୍ତ୍ର ଦିବସ: ଭୁବନେଶ୍ଵରରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ବର: ଦେଶ ଆଜି ୭୩ ତମ ଗଣତନ୍ତ୍ର ଦିବସ ପାଳନ କରୁଛି, ଏହି ଅବସରରେ ଯେଉଁମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଦେଶର ରାଜନୈତିକ ଦଳର ମୁଖ୍ୟମାନେ ନିଜ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇଛନ୍ତି।

ଗଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଓଡିଶା ରାଜ୍ୟପାଳ ଗଣେଶ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଜଣାଇଛନ୍ତି। ମହାରାଷ୍ଟ୍ରର ନାଗପୁରର ଆରଏସଏସ ମୁଖ୍ୟାଳୟରେ ମହାନଗର ସଂଗଠକ ରାଜେଶ ଲୋୟା ଜାତୀୟ ପତାକା ଉତ୍ତୋଳନ କରିଥିଲେ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ତିରୁବନନ୍ତପୁରମରେ ଜାତୀୟ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ଅଭିବାଦନ ଜଣାଇଛନ୍ତି। ଏଥି ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଆଜି ପାଟନାରେ ଥିବା ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ନାଗରିକ ଓ ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ଉତ୍ସାହ ସହିତ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ହିମବୀର ଯବାନମାନେ -୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୧୫ ହଜାର ଫୁଟ ଉଚ୍ଚତାରେ ଲଦାଖରେ ଭାରତର ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଅନ୍ୟ ପଟେ, ଉତ୍ତରାଖଣ୍ଡର କୁମାଓଁ ଅଞ୍ଚଳରେ, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଯବାନମାନେ ୧୨ ହଜାର ଫୁଟ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ ଏବଂ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

Categories
ବିଶେଷ ଖବର

୭୩ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ୭୩ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଦେଇଥିବା ବାର୍ତ୍ତା ବିଷୟରେ ଉଲ୍ଲେଖ କରାଯାଇଛି।

ତେସ୍ତରୀ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶ ବିଦେଶରେ ରହୁଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି ଦିବସ ଆମ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ଆମର ଭାରତୀୟତାର ପ୍ରତୀକ ହୋଇଥିବାରୁ ଏହାକୁ ପାଳନ କରିବାର ଆବଶ୍ୟକତା ଅପରିହାର‌୍ୟ୍ୟ। ୧୯୫୦ର ଏହି ଦିବସରେ ଆମ ରାଷ୍ଟ୍ରୀୟତାର ପବିତ୍ର ସାରାଂଶ ଏକ ଆନୁଷ୍ଠାନିକ ରୂପ ନେଇଥିଲା। ସେହିଦିନ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ପ୍ରତିଷ୍ଠିତ ହୋଇ, “ଆମେ ଭାରତବାସୀ” ଏହାର ସମ୍ବିଧାନକୁ ପ୍ରବର୍ତ୍ତନ କରିଥିଲୁ। ଆମ ଗଣତନ୍ତ୍ରର ବିବିଧତା ଓ ସ୍ପନ୍ଦନ ସାରା ବିଶ୍ୱ ଦ୍ୱାରା ସ୍ୱୀକୃତ। ଏକ ରାଷ୍ଟ୍ର ହିସାବରେ ଏକତାର ଚେତନାରେ ଆମେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଉତ୍ସବ ପାଳନ କରି ଆସୁଛୁ। ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷର ଗଣତନ୍ତ୍ର ଦିବସ ଉତ୍ସବ ପ୍ରଭାବିତ ହୋଇଥିଲେ ମଧ୍ୟ ଏହାର ଉତ୍ସାହ ପୂର୍ବଭଳି ରହିଛି।

୨) ଏହି ଅବସରରେ ଆସନ୍ତୁ ଆମର ସେହି ମହାନ୍ ମୁକ୍ତି ସଂଗ୍ରାମୀମାନଙ୍କୁ ସ୍ମରଣ କରିବା। ସେମାନେ ସ୍ୱରାଜ ପ୍ରତିଷ୍ଠା ଲକ୍ଷ୍ୟରେ ଅତୁଳନୀୟ ସାହସ ପ୍ରଦର୍ଶନ କରି ଲୋକଙ୍କ ମନରେ ସଂଗ୍ରାମର ବହ୍ନି ସୃଷ୍ଟି କରିଥିଲେ। ଦୁଇଦିନ ତଳେ ଜାନୁୟାରୀ ୨୩ତାରିଖରେ, ଆମେ ସମସ୍ତେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିଛୁ। ସେ ଥିଲେ ‘ଜୟହିନ୍ଦ’ ସମ୍ବୋଧନର ସ୍ରଷ୍ଟା ଏବଂ ଏହାକୁ ସେ ବିଧିବଦ୍ଧଭାବେ କାର‌୍ୟ୍ୟରେ ରୂପାୟିତ କରିଥିଲେ। ସ୍ୱାଧୀନତା ପାଇଁ ତାଙ୍କ ଅନ୍ୱେଷଣ ଓ ଭାରତକୁ ଗର୍ବିତ କରିବାର ଅଭିଳାଷ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରେ।

୩) ଆମ ସମ୍ବିଧାନ ପ୍ରଣୟନ ସଭା ଯେଉଁ ନଥି ପ୍ରସ୍ତୁତ କରିଛି ତାହାର ପ୍ରସ୍ତୁତିରେ ସେହି ସମୟର ଶ୍ରେଷ୍ଠତମ ମସ୍ତିଷ୍କମାନ ନିୟୋଜିତ ହୋଇଥିଲା। ସେଥିପାଇଁ ଆମେ ବିଶେଷ ଭାଗ୍ୟବାନ। ସେମାନେ ଆମ ମୁକ୍ତି ସଂଗ୍ରାମର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଦୀର୍ଘ ବର୍ଷ ପରେ ଭାରତର ଆତ୍ମାର ପୁନଃ ଜାଗରଣ ହୋଇଥିଲା ଏବଂ ସେହି ଅନନ୍ୟ ପୁରୁଷ ଓ ମହିଳାମାନେ ଏକ ନୂଆ ପ୍ରଭାତର ଅଗ୍ରଦୂତ ଥିଲେ। ସେମାନେ ସମ୍ବିଧାନର ପ୍ରତ୍ୟେକ ଧାରା ଉପଧାରାକୁ ତନ୍ନତନ୍ନ କରି ଆଲୋଚନା କରିବା ସହିତ ସବୁ ବାକ୍ୟାଂଶ, ଶବ୍ଦକୁ ଜନସାଧାରଣଙ୍କ ପକ୍ଷରୁ ପରଖି ଦେଖିଥିଲେ। ସମ୍ବିଧାନର ଚିଠା ପ୍ରସ୍ତାବ ଉପରେ ପ୍ରାୟ ଦୀର୍ଘ ୩ବର୍ଷ କଳା ବିଚାର ଆଲୋଚନା ଓ ମନ୍ଥନ କରାଯାଇଥିଲା। ଅବଶେଷରେ ଡକ୍ଟର ବାବାସାହେବ ଆମ୍ବେଦକର ସମ୍ବିଧାନ ଲେଖନ କମିଟିର ଅଧ୍ୟକ୍ଷଭାବେ ଏହାର ଚୂଡାନ୍ତ ଚିଠା ପ୍ରସ୍ତୁତ କରିଥିଲେ। ତାହାହିଁ ଶେଷରେ ସମ୍ବିଧାନର ମୂଳ ନଥି ପାଲଟିଥିଲା।

୪) ସମ୍ବିଧାନରେ ରାଷ୍ଟ୍ରର କାର‌୍ୟ୍ୟ ସମ୍ପର୍କରେ ଯେଉଁ ସବିଶେଷ ଉଲ୍ଲେଖ ରହିଛିି ତାହା ବେଶ୍ ଦୀର୍ଘ। ସମ୍ବିଧାନର ମୁଖ୍ୟବନ୍ଧରେ ରାଷ୍ଟ୍ର ଶାସନର ନିର୍ଦ୍ଦେଶାବଳୀ ସଂକ୍ଷେପରେ ଉଲ୍ଲେଖ କରାଯାଇଛି। ସେଥିରେ ଗଣତନ୍ତ୍ର, ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ନୀତି ଗୁରୁତ୍ୱ ପାଇଛି। ଏହି ସବୁ ନୀତିକୁ ଆଧାର କରି ଆମ ସାଧାରଣତନ୍ତ୍ର ଦଣ୍ଡାୟମାନ ହୋଇଛି। ଏହିସବୁ ମୂଲ୍ୟବୋଧର ଆମେ ସାମୂହିକ ଉତ୍ତରାଧିକାରୀ।

୫) ନାଗରିକଙ୍କ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଆଧାରରେ ଏସବୁ ମୂଲ୍ୟବୋଧ ଆମ ସମ୍ବିଧାନରେ ଅଗ୍ରାଧିକାର ପାଇଛି। ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଉଭୟପାର୍ଶ୍ଵ। ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତ୍ତବ୍ୟର ପରିପାଳନ ମାଧ୍ୟମରେ ମୌଳିକ ଅଧିକାର ଉପଯୋଗ କରିବାର ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇଥାଏ। ରାଷ୍ଟ୍ରୀୟ ସେବା ପାଇଁ ପ୍ରଦତ୍ତ ଆହ୍ୱାନରେ ଅନୁପ୍ରାଣିତ ହୋଇ କୋଟି କୋଟି ଦେଶବାସୀ ଜାତୀୟ ମୌଳିକ କର୍ତବ୍ୟ ସମ୍ପାଦନ ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିଛନ୍ତି। ସେମାନଙ୍କ ଉଦ୍ୟମରେ କୋଭିଡ ଟିକାକରଣ ଅଭିଯାନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି। ଏହିସବୁ ଅଭିଯାନର ସଫଳତାର ଶ୍ରେୟ ଅନେକାଂଶରେ ଆମ ଦାୟିତ୍ୱସମ୍ପନ୍ନ ନାଗରିକଙ୍କର। ମୁଁ ନିଶ୍ଚିତ ଯେ ଆମ ଜନତା ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ସବୁ ଅଭିଯାନକୁ ଆଗକୁ ନିରନ୍ତର ସୁଦୃଢ ଓ ବ୍ୟାପକ କରିବେ ଏବଂ ଏଥିରେ ସମାନ ଉତ୍ସର୍ଗୀକୃତ ମନୋଭାବ ନେଇ ସକ୍ରିୟତାର ସହ ସାମିଲ ହେବେ।

୬) ୧୯୪୯ ନଭେମ୍ବର ୨୬ତାରିଖରେ ଭାରତର ସମ୍ବିଧାନ ଗୃହୀତ ଓ ବୈଧିକୃତ ହୋଇଥିଲା। ସେହି ଦିବସଟିକୁ ଏବେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ତେବେ ଏହାର ପ୍ରବର୍ତ୍ତନ ଦୁଇମାସ ପରେ ହୋଇଥିଲା। ଏହା କରିବା ପଛରେ ଉଦ୍ଦେଶ୍ୟ ଥିଲା ୧୯୩୦ର ସେହି ଦିନର ସଂକଳ୍ପକୁ ମନେ ରଖିବା। ୧୯୩୦ରୁ ୧୯୪୭ଯାଏ ପ୍ରତିବର୍ଷ ଜାନୁୟାରୀ ୨୬କୁ ପୂର୍ଣ୍ଣ ସ୍ୱରାଜ ଦିବସଭାବେ ପାଳନ କରାଯାଉଥିଲା। ସେହି ଦିନଟିକୁ ବାଛି ସମ୍ବିଧାନକୁ ପ୍ରବର୍ତ୍ତନ କରିବାର ନିଷ୍ପତ୍ତି ହୋଇଥିଲା।

୭) ପୂର୍ଣ୍ଣ ସ୍ୱରାଜ କିପରି ପାଳନ କରାଯିବା ଉଚିତ ସେ ବିଷୟରେ ମହାତ୍ମା ଗାନ୍ଧୀ ୧୯୩୦ରେ ଲେଖିଥିଲେ। ତାଙ୍କ ଲେଖାକୁ ମୁଁ ଉଦ୍ଧାର କରୁଛି। ସେ ଲେଖିଥିଲେ, “ ମନେରଖ, ଆମେ ଯେହେତୁ ଆମର ଲକ୍ଷ୍ୟ ଅହିଂସା ଓ ସତ୍ୟ ମାର୍ଗରେ ହାସଲ କରିବାକୁ ଆଗ୍ରହୀ ଥିଲୁ , ସେଥିପାଇଁ ଆମକୁ ଆତ୍ମଶୁଦ୍ଧି ମାଧ୍ୟମରେ କାର‌୍ୟ୍ୟ କରିବାକୁ ପଡିବ। ଅତଏବ ଆମେ ଏହି ଦିବସଟିକୁ ସେଭଳି କିଛି ଗଠନମୂଳକ କାମରେ ଆମ କ୍ଷମତା ମୁତାବକ ବିନିଯୋଗ କରିବା ଆବଶ୍ୟକ।”

୮) କହିବା ଅନାବଶ୍ୟକ ଯେ ଗାନ୍ଧିଜୀଙ୍କ ପରାମର୍ଶ ଶାଶ୍ୱତ। ଆଜି ମଧ୍ୟ ସେ ଆମକୁ ସେହିଭଳି ଗଣତନ୍ତ୍ର ଦିବସ ପାଳନ କରିବାକୁ କହିଥାନ୍ତେ। ଅନ୍ତର୍ଦୃଷ୍ଟି ଓ ଆତ୍ମସମୀକ୍ଷା ମାଧ୍ୟମରେ ଉତ୍ତମ ମଣିଷ ହୋଇ ତା’ପରେ ବାହାରକୁ ଦେଖିବାକୁ, ଅନ୍ୟ ସହିତ ହାତ ମିଳାଇବାକୁ ଏବଂ ଉତ୍ତମ ଭାରତ, ଉତ୍ତମ ପୃଥିବୀ ନିର୍ମାଣରେ ଅବଦାନ ରଖିବାକୁ ସେ ଆମକୁ କହିଥିଲେ।

ପ୍ରିୟ ଦେଶବାସୀ

୯) ଏବେ ସମଗ୍ର ବିଶ୍ୱ ଯେପରି ସହାୟତା ଲୋଡୁଛି ଆଗରୁ ସେମିତି କେବେ ହୋଇ ନ ଥିଲା। ଦୁଇବର୍ଷରୁ ଅଧିକ ସମୟ ଧରି ସମଗ୍ର ମାନବଜାତି କରୋନା ଭୂତାଣୁ ସହିତ ଲଢେଇ କରୁଛି। ଏଥିରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ବିଶ୍ୱ ଅର୍ଥନୀତି ଉପରେ ଏହାର ଗୁରୁତର କୁପ୍ରଭାବ ପଡିଛି। ସାରା ପୃଥିବୀ ଅଭୂତପୂର୍ବ ଦୁଃଖ ଓ ଦୁର୍ଦ୍ଦଶା ଭୋଗୁଛି। ତୁହାକୁ ତୁହା ନୂଆ ପ୍ରଜାତିର କରୋନା ଭୂତାଣୁ ନୂଆ ନୂଆ ସଙ୍କଟ ସୃଷ୍ଟି କରୁଛି। ଏହା ସମଗ୍ର ମାନବଜାତି ପାଇଁ ଏକ ଅସାଧାରଣ ଆହ୍ୱାନ।

୧୦) ଭାରତରେ ମହାମାରୀ ପରିଚାଳନା ବିଶେଷ ଜଟିଳ ହେବା ପ୍ରାୟ ନିଶ୍ଚିତ ଥିଲା। ଆମର ବିପୁଳ ଜନସଂଖ୍ୟା ଓ ଉଚ୍ଚ ବିକାଶଶୀଳ ଅର୍ଥନୀତି ଦୃଷ୍ଟିରୁ ଏହି ଅଦୃଶ୍ୟ ଶତ୍ରୁର ମୁକାବିଲା ପାଇଁ ଆମ ପାଖରେ ଆବଶ୍ୟକ ସମ୍ବଳ ଓ ଭିତ୍ତିଭୂମିର ଅଭାବ ରହିଥିଲା। ମାତ୍ର ଏଭଳି ଏକ ଜଟିଳ ସମୟରେ ହିଁ ଆମ ରାଷ୍ଟ୍ରର ସହନଶୀଳତା ଓ ସାମର୍ଥ୍ୟ ଉକୁଟି ଉଠିଲା। କରୋନା ଭୂତାଣୁ ବିରୋଧରେ ଆମେ ଅତୁଳନୀୟ ସଂକଳ୍ପ ପ୍ରଦର୍ଶନ କରି ଏହାର ମୁକାବିଲା କରିଛୁ ବୋଲି ମୁଁ ଗର୍ବର ସହ କହୁଛି। ପ୍ରଥମବର୍ଷରେ ହିଁ ଆମେ ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବଢାଇବା ସହିତ ଦ୍ୱିତୀୟ ବର୍ଷରେ ନିଜ ଦେଶରେ ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲୁ। ଏହା ସହିତ ବିଶ୍ୱ ଇତିହାସର ସର୍ବବୃହତ୍ ଟିକାଦାନ ଅଭିଯାନ ଆରମ୍ଭ କରିଥିଲୁ। ଆମ ଦେଶରେ ଏବେ କରୋନା ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି। ମହାମାରୀ ସମୟରେ ଆମେ ବିଭିନ୍ନ ଦେଶକୁ ଟିକା, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାରେ ସକ୍ଷମ ହୋଇଛୁ। ଭାରତର ଏହି କାର‌୍ୟ୍ୟକୁ ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ପ୍ରଶଂସା କରିଛନ୍ତି।

୧୧) କରୋନା ଭୂତାଣୁ ନୂଆ ନୂଆ ରୂପରେ ଆସୁଥିବାରୁ ଆମକୁ ବିପତିର ସମ୍ମୁଖୀନ ହେବାକୁ ଅବଶ୍ୟ ପଡିଛି। ଅଗଣିତ ପରିବାର ଏଇ ବିପତ୍ତିକାଳରେ ଅତ୍ୟନ୍ତ କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆମର ଏହି ସାମୁହିକ ଆଘାତ ଓ କ୍ଷତିକୁ ବର୍ଣ୍ଣନା କରିବାକୁ ଭାଷା ନାହିଁ। ସବୁଠୁ ବଡ ଆଶ୍ୱାସନାହେଲା ଏହି ସାମୁହିକ ବିପର‌୍ୟ୍ୟୟ ମଧ୍ୟରେ ଅନେକ ଜୀବନ ରକ୍ଷା କରାଯାଇପାରିଛି। ଏବେ ମଧ୍ୟ ମହାମାରୀ ବ୍ୟାପି ରହିଥିବାରୁ ଆମକୁ ସତର୍କ କରିବାକୁ ପଡିବ ଏବଂ ଏଥିରେ କୌଣସି ଢିଲା ଦେବାର ଅକକାଶ ନାହିଁ। ଆମେ ଏଯାଏ ଯେଉଁସବୁ ସତର୍କତା ଅବଲମ୍ବନ କରିଆସିଛୁ ତାହାକୁ ବଜାୟ ରଖିବାକୁ ପଡିବ। ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରକ୍ଷା କୋଭିଡ ନୀତି ନିୟମପାଳନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଆମ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ମହାମାରୀ ସମୟରେ ଆମକୁ ଯେଉଁସବୁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଉଛନ୍ତି ତାହାକୁ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କ ଏକ ଜାତୀୟ କିର୍ତ୍ତବ୍ୟ। ଏହି ସଂକଟର ଅବସାନ ହେବାଯାଏ ଆମକୁ ଏହି କର୍ତ୍ତବ୍ୟ ପାଳନ କରିବାକୁ ହେବ।

୧୨) ଏକ ସଙ୍କଟ ସମୟରେ ଆମେ ସବୁ ଭାରତୀୟ ଗୋଟିଏ ପରିବାର ଭଳି ପରସ୍ପର ସହିତ ଯେପରି ଯୋଡି ହୋଇପାରିଛୁ ତାହା ମଧ୍ୟ ପ୍ରଶଂସାଯୋଗ୍ୟ। ସାମାଜିକ ଦୂରତା ରକ୍ଷାର ସମୟ ଆମକୁ ପରସ୍ପର ମଧ୍ୟରେ ଅଧିକ ନିକଟତର ଓ ନିବିଡ କରିଛି। ପରସ୍ପର ଉପରେ ନିର୍ଭର କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ଅନୁଭବ କରିଛୁ। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ମହାମାରୀ ଆହ୍ୱାନର ମୁକାବିଲା କରିବାରେ ଯଥାର୍ଥ ଅବଦାନ ରଖିଛନ୍ତି। ସେମାନେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନ କରି ଦୀର୍ଘ ସମୟ ଯାଏ ରୋଗୀସେବା କରିଛନ୍ତି। ଅନ୍ୟମାନେ ମଧ୍ୟ ଦେଶକୁ ଗତିଶୀଳ ଅବସ୍ଥାରେ ରଖିବାକୁ ସମର୍ଥ ହୋଇଛନ୍ତି। ଯୋଗାଣ ଶୃଙ୍ଖଳ ଓ ସେବାକୁ ପାରୁ ପର‌୍ୟ୍ୟନ୍ତ ଅବ୍ୟାହତ ରଖିବାରେ ସମ୍ପୃକ୍ତ କର୍ମଚାରୀ ସଫଳତା ଲାଭ କରିଛନ୍ତି। ଦେଶର ନେତୃମଣ୍ଡଳୀ, ନୀତି ନିର୍ମାତା, ପ୍ରଶାସକ ଓ ଅନ୍ୟମାନେ କେନ୍ଦ୍ରୀୟ ତଥା ପ୍ରାଦେଶିକସ୍ତରରେ ଏଥିରେ ସମୟୋଚିତ ସହଯୋଗ ରଖିଛନ୍ତି।

୧୩) ଏସବୁ ହସ୍ତକ୍ଷେପ ଓ ସହଯୋଗ ଯୋଗୁଁ ଗତବର୍ଷ ମନ୍ଥର ହୋଇଥିବା ଦେଶର ଅର୍ଥନୀତି ପୁନର୍ବାର ଗତିଶୀଳ ହୋଇଛି। ସକଳ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୀତି ଚଳିତ ଆଥିକ ବର୍ଷରେ ଏକ ଆକର୍ଷଣୀୟ ହାରରେ ବୃଦ୍ଧି ପାଇବାକୁ ଯାଉଥିବା ଆମ ସାମୁହିକ ଚେତନା ଓ ଭାରତୀୟ ମିଳିତ ପ୍ରୟାସର ଏକ ବଳିଷ୍ଠ ପ୍ରମାଣ। ପୂର୍ବବର୍ଷ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାକୁ ଏହା ପ୍ରମାଣିତ କରୁଛି। ଦେଶର ଅର୍ଥନୀତିର ସବୁ କ୍ଷେତ୍ରରେ ସଂସ୍କାର ଆଣିବାକୁ ସରକାର ଅଦମ୍ୟ ପ୍ରୟାସ ଜାରି ରଖିଛନ୍ତିି। ଯେଉଁଠି ଆବଶ୍ୟକ ପଡୁଛି ସେଠାରେ ସରକାର ସହଯୋଗର ହାତ ବଢାଉଛନ୍ତି। କୃଷି ଓ ମାନୁଫ୍ୟାକଚରିଙ୍ଗ କ୍ଷେତ୍ରରେ ଉନ୍ନତି ଯୋଗୁଁ ଦେଶର ଅର୍ଥନୀତିରେ ଏହି ଆକର୍ଷଣୀୟ ପ୍ରଦର୍ଶନ ସମ୍ଭବ ହୋଇଛି। ଆମର ଚାଷୀ, ବିଶେଷକରି ଯୁବ କୃଷିଜୀବୀମାନେ ନିଜର ସ୍ୱଳ୍ପ ଜମିରେ ଆଗ୍ରହର ସହ ପ୍ରାକୃତିକ ଚାଷବାସ ଅଧିକରୁ ଅଧିକ କରୁଥିବା ଜାଣି ମୁଁ ଆନନ୍ଦିତ।

୧୪) ଲୋକଙ୍କୁ ରୋଜଗାର ଯୋଗାଣ ଓ ଅର୍ଥନୀତିକୁ ଗତିଶୀଳ କରିବାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଆମର ନବସୃଜନକାରୀ ଯୁବ ଉଦ୍ୟୋଗୀ ଷ୍ଟାର୍ଟଅପ ପରିବେଶର ଉପଯୋଗ କରି ସଫଳତାର ନୂଆ ବେଞ୍ଚମାର୍କ ସୃଷ୍ଟି କରିଛନ୍ତି। ଦେଶର ବିରାଟ ଓ ସୁଦୃଢ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ତାହାର ଏକ ବଳିଷ୍ଠ ଉଦାହରଣ। ଏହା ମାଧ୍ୟମରେ ପ୍ରତିମାସରେ ନିୟୁତ ନିୟୁତ ଡିଜିଟାଲ କାରବାର ହେଉଛି।

୧୫) ବଡ ଜନସଂଖ୍ୟାର ଲାଭ ଉଠାଇବା ପାଇଁ ସରକାର ନୂଆ ଜାତୀୟ ଶିକ୍ଷା ନୀତିରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି। ସେଥିରେ ପାରମ୍ପରିକ ମୂଲ୍ୟବୋଧ ଓ ଆଧୁନିକ କୌଶଳର ଯଥାର୍ଥ ସମ୍ମିଶ୍ରଣ ଘଟିଛି। ଆନନ୍ଦର କଥା ଯେ ଭାରତ ବିଶ୍ୱର ୫୦ ଅଗ୍ରଣୀ ଅର୍ଥନୀତି ମଧ୍ୟରେ ସ୍ଥାନିତ ହୋଇଛି। ଆହୁରି ସନ୍ତୋଷଜନକ ବିଷୟ ହେଲା ଆମେ ସାମଗ୍ରୀକ ସମାବେଶୀ ନୀତି କାର‌୍ୟ୍ୟକାରୀ କରୁଥିବାବେଳେ ମେଧା ଓ ପ୍ରତିଭାକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ।
ଦେବୀ ଓ ସଜ୍ଜନ

୧୬) ଗତବର୍ଷ ଆମ କ୍ରୀଡାବିତ୍ମାନେ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଦର୍ଶନ ଜରିଆରେ ଆମ ପାଇଁ ଗୌରବ ଓ ଆନନ୍ଦଆଣିଛନ୍ତି। ଏହି ଯୁବ ଚାମ୍ପିୟନମାନଙ୍କ ଆତ୍ମବିଶ୍ୱାସ କୋଟି କୋଟି ଲୋକଙ୍କୁ ଆଜି ଅନୁପ୍ରାଣିତ କରୁଛି।

୧୭) ବିଭିନ୍ନ କ୍ଷେତ୍ରରେ ଆମର ଲୋକମାନଙ୍କ ନିଜର ଅଙ୍ଗୀକାର ଓ ଶ୍ରମ ଦ୍ୱାରା ସମାଜ ଓ ଦେଶକୁ କିପରି ସୁଦୃଢ କରିଛନ୍ତି ତାହାର ଉଦାହରଣମାନ ମୁଁ ଗତ କେଇମାସ ମଧ୍ୟରେ ଲକ୍ଷ୍ୟ କରିଛି। ସେଥିମଧ୍ୟରୁ ମୁଁ ମାତ୍ର ଦୁଇଟି ଉଦାହରଣ ଦେବି। ଭାରତୀୟ ନୌବାହିନୀର ଏକ ଉତ୍ସର୍ଗୀକୃତ ଦଳ ଏବଂ କୋଚିନ ସିପିୟାର୍ଡ ଲିମିଟେଡ ଇତିମଧ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନଏସ୍ ବିକ୍ରାନ୍ତର ନିର୍ମାଣ କାର‌୍ୟ୍ୟ ଶେଷ କରିଛନ୍ତି। ତାହା ଖୁବ୍ ଶୀଘ୍ର ନୌସେନାରେ ସାମିଲ ହେବ। ଏହି ଆଧୁନିକ ସାମରିକ ଦକ୍ଷତା ଯୋଗୁଁ ଭାରତ ଏବେ ବିଶ୍ୱର ପ୍ରମୁଖ ନୌଶକ୍ତି ମଧ୍ୟରେ ସ୍ଥାନିତ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଆକର୍ଷଣୀୟ ସଫଳତା। ଏହା ବ୍ୟତୀତ ମୋର ଆଉ ଏକ ସ୍ୱତନ୍ତ୍ର ଅନୁଭୂତି ରହିଛି ଯାହା ବେଶ୍ ମାର୍ମିକ। ଏହି ଅନୁଭୂତି ମୁଁ ହରିୟାଣାର ଭିୱାନୀ ଜିଲ୍ଲାର ଏକ ଛୋଟ ଗାଁ ‘ସୁଇ’ରୁ ଆସିଛି। ‘ସ୍ୱପ୍ରେରିତ ଗ୍ରାମ ଯୋଜନା’ରେ ଏହି ଗ୍ରାମର ଲୋକମାନେ ନିଜ ଗାଁର ସ୍ଥିତି ବଦଳାଇବାରେ ସମର୍ଥ ହୋଇଛନ୍ତି। ଏହା ପଛରେ ରହିଛି ସେମାନଙ୍କର ସମ୍ବେଦନଶୀଳତା ଓ ଅଭିନିବେଶ। ଏଥିରେ ଗ୍ରାମପ୍ରତି ଥିବା ଆକର୍ଷଣ ଓ ମମତ୍ୱବୋଧର ନିରୋଳା ଭାବ ଦେଖିବାକୁ ମିଳେ। ସବୁ ଗାଁରେ ଏଭଳି ପରିବର୍ତ୍ତନ ଆସିବା ଉଚିତ। ସେହି ଗାଁର କୃତଜ୍ଞ ଲୋକଙ୍କ ହୃଦୟରେ ଜନ୍ମମାଟି ପ୍ରତି ଜୀବନବ୍ୟାପୀ ପ୍ରେମ ଓ ସମ୍ମାନର ଝଲକ ଦେଖିବାକୁ ମିଳେ। ଏହି ଉଦାହରଣ ମୋ ବିଶ୍ୱାସକୁ ଆହୁରି ଦୃଢତର କଲା ଯେ ନୂଆ ଭାରତ ଆତ୍ମପ୍ରକାଶ କରୁଛି – ଏକ ସଶକ୍ତ ଭାରତ, ସମ୍ବେଦନଶୀଳ ଭାରତର ଆତ୍ମପ୍ରକାଶ ହେଉଛି। ମୁଁ ନିଶ୍ଚିତ ଯେ ଏହି ଉଦାହରଣରୁ ପ୍ରେରଣା ନେଇ ଅନ୍ୟ ସମ୍ବଳବାନ୍ ଲୋକ ନିଜ ନିଜର ଗ୍ରାମ ଓ ସହରର ବିକାଶ ପାଇଁ ଅବଦାନ ରଖିବେ।

୧୮) ଏହି ପ୍ରସଙ୍ଗରେ ମୁଁ ମୋର ଏକ ବ୍ୟକ୍ତିଗତ ଅନୁଭୂତି ଆପଣଙ୍କ ସହ ବାଂଟିବାକୁ ଚାହୁଁଛି। ଗତବର୍ଷ ଜୁନ ମାସରେ ମୋର ନିଜ ଜନ୍ମମାଟି ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ପରୌଖଁକୁ ଯିବାର ସୁଯୋଗ ମିଳିଥିଲା। ସେଠାରେ ପହଞ୍ଚିବା ପରେ ସ୍ୱାଭାବିକଭାବେ ଏହି ପବିତ୍ର ମାଟିକୁ ସମ୍ମାନ ଜଣାଇବାର ଭାବନା ମୋ ଭିତରେ ଉଦ୍ରେକ ହେଲା। ମୁଁ ମୋ ଗାଁ ମାଟିରୁ ଟିପେ ଆଣି ମୁଣ୍ଡରେ ଲଗାଇଲି।
ମୋର ବିଶ୍ୱାସ ଯେ ଗାଁର ଆଶୀର୍ବାଦ ଯୋଗୁଁ ମୁଁ ରାଷ୍ଟ୍ରପତିଭବନରେ ପହଞ୍ଚିବାକୁ ସମର୍ଥ ହେଲି। ପୃଥିବୀର ଯେଉଁଠି ଥାଏ ନା କାହିଁକି ମୋ ଗାଁ ମୋ ଦେଶ ସର୍ବଦା ମୋର ହୃଦୟରେ ଥାଏ। ନିଜର ପ୍ରତିଭା ଓ କଠୋର ଶ୍ରମ ଦ୍ୱାରା ହିଁ ଜୀବନର ସଫଳ ହୋଇଥିବା ଭାରତୀୟମାନଙ୍କୁ ମୋ ଅନୁରୋଧ, ସେମାନେ ସର୍ବଦା ନିଜର ଜଡପିଣ୍ଡ, ନିଜର ଗାଁ, ସହର ଓ ନଗରକୁ ମନେ ରଖନ୍ତୁ। ଆହୁରିମଧ୍ୟ ଆପଣମାନେ ଯେକୌଣସି ବାଟରେ ଯଥାସମ୍ଭବ ନିଜର ଜନ୍ମସ୍ଥାନ ଓ ଦେଶର ସେବା କରିବାକୁ ଚେଷ୍ଟା କରନ୍ତୁ। ଯଦି ଦେଶର ସବୁ ସଫଳ ଲୋକ ନିଜର ଜନ୍ମ ମାଟିର ଉନ୍ନତି ପାଇଁ ନିଷ୍ଠାର ସହ କାର‌୍ୟ୍ୟ କରିବେ ତେବେ ସମଗ୍ର ଦେଶ ଏଭଳି ସ୍ଥାନୀୟ ବିକାଶର ଲାଭ ପାଇପାରିବ।

୧୯) ଆଜି ଆମର ସୈନିକ ଓ ସୁରକ୍ଷା କର୍ମଚାରୀମାନେ ଜାତୀୟ ଗର୍ବର ଉତରାଧିକାର ବହନ କରୁଛନ୍ତି। ହିମାଳୟର ଅସହ୍ୟ ଥଣ୍ଡା ଓ ମରୁଭୂମିର ନାହିଁ ନ ଥିବା ତାତି ମଧ୍ୟରେ ସେମାନେ ନିଜ ପରିବାରଠାରୁ ବହୁ ଦୂରରେ ରହି ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ସଶନ୍ତ୍ର ବାହିନୀର ନିରନ୍ତର ସତର୍କତା ଯୋଗୁଁ ଆମ ସୀମାରେଖା ସୁରକ୍ଷିତ ରହିଛି ଏବଂ ପୁଲିସ କର୍ମଚାରୀମାନେ ଦେଶର ଆଭ୍ୟନ୍ତରୀଣ ନିରାପତାକୁ ବଜାୟ ରଖିଥିବାରୁ ଦେଶବାସୀ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛନ୍ତି। ଯେତେବେଳେ ଜଣେ ବୀର ଯବାନ ସହିଦ ହୁଅନ୍ତି ସେତେବେଳେ ସମଗ୍ର ଦେଶ ଦୁଃଖ ଅନୁଭବ କରେ। ଗତମାସରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ଆମେ ଦେଶର ଜଣେ ଅତି ସାହସୀ କମାଣ୍ଡର ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନେକ ବୀର ସୈନିକଙ୍କୁ ହରାଇଥିଲୁ। ଏହି ବିୟୋଗାନ୍ତକ ଘଟଣାରେ ସମଗ୍ର ଦେଶ ଗଭୀର ଭାବେ ଦୁଃଖାଭିଭୂତ ହୋଇଥିଲା।

୨୦) ଦେଶପ୍ରେମ ନାଗରିକଙ୍କ ମଧ୍ୟରେ ଦାୟିତ୍ୱବୋଧକୁ ସୁଦୃୃଢ କରେ। ଆପଣ ଜଣେ ଡାକ୍ତର ହୁଅନ୍ତୁ ଅବା ଆଇନଜୀବୀ କିମ୍ବା ଦୋକାନୀ ବା ଅଫିସ କର୍ମଚାରୀ, ସଫେଇ କର୍ମଚାରୀ ବା ଜଣେ ଶ୍ରମିକ ସେଥିରେ କିଛି ଯାଏ ଆସେ ନାହିଁ। ନିଜର କର୍ତ୍ତବ୍ୟ ଉପଯୁକ୍ତଭାବେ ଦକ୍ଷତାର ସହ ନିର୍ବାହ କରିବା ଦ୍ୱାରା ଆପଣ ଦେଶକୁ ପ୍ରଥମ ଓ ସର୍ବୋତମ ଅବଦାନ ଯୋଗାଉଛନ୍ତି।

୨୧) ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ କମାଣ୍ଡର ହିସାବରେ ମୁଁ ଆନନ୍ଦର ସହ ଉଲ୍ଲେଖ କରୁଛିି ଯେ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ମହିଳା ସଶକ୍ତିକରଣ ପାଇଁ ଏ ବର୍ଷଟି ଏକ ଐତିହାସିକ ବର୍ଷ ପାଲଟିଛି। ଆମ ଝିଅମାନେ ସବୁ ପ୍ରତିବନ୍ଧକକୁ ହଟାଇ ସଫଳତାର ଉଚ୍ଚସ୍ତରକୁ ଛୁଇଁଛନ୍ତି। ପ୍ରତିରକ୍ଷା ବାହିନୀର ନୂଆ ନୂଆ କ୍ଷେତ୍ରରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ବା ପରମାନେଣ୍ଟ କମିଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆହୁରି ମଧ୍ୟ ଆମ ସେନାର ପ୍ରତିଭା ଯୋଗାଣ ବ୍ୟବସ୍ଥା ଏହା ଦ୍ୱାରା ବଢିବ। ସୈନିକ ସ୍କୁଲ ଓ ସମ୍ମାନଜନକ ଜାତୀୟ ପ୍ରତିରକ୍ଷା ଏକାଡେମୀରୁ ଝିଅମାନେ ଶିକ୍ଷା ଲାଭ କରି ଆସି ପ୍ରତିରକ୍ଷା ବାହିନୀରେ ଏଣିକି ସାମିଲ ହେବେ। ଏହାଫଳରେ ଆମ ସଶସ୍ତ୍ରବାହୀନୀରେ ଥିବା ଲିଙ୍ଗଗତ ଭାରସାମ୍ୟ ଅଧିକ ଭଲ ହେବ।

୨୨) ଭବିଷ୍ୟତ ଆହ୍ୱାନର ମୁକାବିଲା କରିବାକୁ ଭାରତ ଏବେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି ଏବଂ ସେ ନେଇ ମୁଁ ଆଶ୍ୱସ୍ତ। ଏକବିଂଶ ଶତାବ୍ଦୀ ଜଳବାୟୁ ପରିବର୍ତ୍ତନର ଯୁଗ ହେବାକୁ ଯାଉଛି।

ଏ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ତାହାର ନେତୃତ୍ୱ ଭୂମିକା ଗ୍ରହଣ କରି ନୂଆ ମାର୍ଗ ଦେଖାଉଛି । ନିଜର ସୁଦୃଢ ଓ ମହତାକାଂକ୍ଷୀ ଅକ୍ଷୟ ଊର୍ଜା କାର‌୍ୟ୍ୟକ୍ରମ ମାଧ୍ୟମରେ ଭାରତ ଏ କ୍ଷେତ୍ରରେ ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି। ବ୍ୟକ୍ତିଗତ ସ୍ତରରେ ଆମେ ପ୍ରତ୍ୟେକ ଗାନ୍ଧିଜୀଙ୍କ ପରାମର୍ଶକୁ ମନେ ପକାଇ ଆମ ଚତୁଃପାଶ୍ୱର୍ର ଦୁନିଆକୁ ବଦଳାଇ ପାରିବା ଓ ଏହାର ସ୍ଥିତିରେ ଉନ୍ନତି ଆଣିପାରିବା। ଭାରତ ସର୍ବଦା ସମଗ୍ର ବିଶ୍ୱକୁ ଗୋଟିଏ କୁଟୁମ୍ବ ଭାବେ ବିଚାର କରିଆସିଛି। ମୁଁ ନିଶ୍ଚିତ ଯେ ଏହି ବିଶ୍ୱ ଭ୍ରାତୃଭାବର ଚେତନାରେ ଅନୁପ୍ରାଣିତ ହୋଇ ଆମ ଦେଶ ଓ ସମଗ୍ର ବିଶ୍ୱ ସମୁଦାୟ ଏକ ଅଧିକ କ୍ଷମତାଭିତ୍ତିକ ଓ ସମୃଦ୍ଧ ଭବିଷ୍ୟତ ଆଡକୁ ଅଗ୍ରସର ହେବ।

୨୩) ଚଳିତବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଏଥିପାଇଁ ଆମେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛୁ। ଆନନ୍ଦର କଥା ଯେ ଆମ ଲୋକେ, ବିଶେଷକରି ଯୁବବର୍ଗ ଏହି ମହୋତ୍ସବ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେତ୍ତଉତ୍ସାହର ସହିତ ବହୁସଂଖ୍ୟାରେ ଯୋଗ ଦେଉଛନ୍ତି। ଉତରପିଢି ପାଇଁ ଏହା କେବଳ ଏକ ମହାର୍ଘ୍ୟ ସୁଯୋଗ ନୁହେଁ, ଏହା ମଧ୍ୟ ଅତୀତ ସହିତ ପୁନଃ ସଂଯୋଜିତ ହେବାକୁ ଆମ ନିମନ୍ତେ ଅବକାଶ ଆଣିଛି। ଆମର ଚମତ୍କାର ଗୌରବ ମୟ କାହାଣୀରେ ଆମ ମୁକ୍ତି ସଂଗ୍ରାମ ଏକ ପ୍ରେରଣାଦାୟୀ ଅଧ୍ୟାୟ। ସ୍ୱାଧୀନତାର ଏହି ୭୫ବର୍ଷ ମଧ୍ୟରେ ଯେଉଁ ମୂଲ୍ୟବୋଧ ଗୌରାବାତ୍ମକ ଜାତୀୟ ଆନ୍ଦୋଳନକୁ ଜୀବନ୍ତ କଲା ଆସନ୍ତୁ ତାହାକୁ ପୁନଃ ଆବିଷ୍କାର କରିବା। ଆମ ସ୍ୱାଧୀନତା ପାଇଁ ଅନେକ ନରନାରୀ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ଆମ ମୁକ୍ତିସଂଗ୍ରାମୀମାନେ ଅଚିନ୍ତନୀୟ, ଦୁଃଖ, ଯନ୍ତ୍ରଣା ଓ ନିର‌୍ୟାତନା ଭୋଗ କରି ଆମ ପାଇଁ ଅସୀମ ତ୍ୟାଗ କରିଥିଲେ। ସେହି ତ୍ୟାଗର ପ୍ରତିଦାନରେ ସେମାନେ ଆମ ପାଇଁ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଉତ୍ସବ ଉପଭୋଗ କରିବାର ସୁଯୋଗ ସୃଷ୍ଟି କରିପାରିଛନ୍ତି । ଆସନ୍ତୁ ଗଣତନ୍ତ୍ର ଦିବସ ପାଳନ ଅବସରରେ ସେମାନଙ୍କ ଅବିନାଶୀ ତ୍ୟାଗକୁ ପରମ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରିବା ।

୨୪) ଭାରତ ଏକ ପ୍ରାଚୀନ ସଭ୍ୟତା ; କିନ୍ତୁ ଏକ ଯୁବ ରାଷ୍ଟ୍ର। ଆମ ପାଇଁ ରାଷ୍ଟ୍ରନିର୍ମାଣ ଏକ ନିରନ୍ତର ପ୍ରୟାସ। ଏକ ପରିବାର ଭଳି, ଦେଶରେ ମଧ୍ୟ ପରବର୍ତ୍ତୀ ପିଢିର ସୁଖସମୃଦ୍ଧି ପାଇଁ ଗୋଟିଏ ପିଢିକୁ କଠୋର ପରିଶ୍ରମ କରିବାକୁ ପଡିଥାଏ। ଆମେ ଯେତେବେଳେ ସ୍ୱାଧୀନତା ଲାଭ କଲୁ ସେତେବେଳକୁ ଉପନିବେଶବାଦୀ ଶାସନର ଶୋଷଣ ଯୋଗୁ ଆମେ ଉତ୍କଟ ଦାରିଦ୍ର‌୍ୟ ମଧ୍ୟରେ ରହିଥିଲୁ। ଏବେ କିନ୍ତୁ ବିଗତ ୭୫ବର୍ଷ ମଧ୍ୟରେ ଆମେ ବେଶ ପ୍ରଭାବଶାଳୀ ପ୍ରଗତି ହାସଲ କରିପାରିଛୁ। ଉତର ପିଢି ପାଇଁ ଅନେକ ନୂଆ ସୁଯୋଗ ସୁବିଧା ଅପେକ୍ଷା କରିଛି। ଆମର ଯୁବ ସମାଜ ଏହାର ସୁଯୋଗ ନେଇ ସଫଳତାର ନୂଆମାନଙ୍କ ସ୍ଥାପନ କରିସାରିଲେଣି। ଏହି ଶକ୍ତି, ବିଶ୍ୱାସ, ଉଦ୍ୟମିତାର ସହିତ ଆମ ଦେଶ ପ୍ରଗତି ପଥରେ ଆଗେଇ ଚାଲିବ ଓ ବୈଶ୍ୱିକସ୍ତରରେ ନିଜର ସାମର୍ଥ୍ୟ ଅନୁରୂପ ଯଥାର୍ଥ ସ୍ଥାନ ସୁନିଶ୍ଚିତ କରି ପାରିବ ବୋଲି ମୋର ଦୃଢ ବିଶ୍ୱାସ।

୨୫) ପୁନର୍ବାର ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଉଛି।
ଧନ୍ୟବାଦ
ଜୟହିନ୍ଦ୍

Categories
ଫଟୋ ଖବର

କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପତାକା ଉତ୍ତୋଳନ କରୁଛନ୍ତି

କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ, ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଲି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବାଲୁକା ଅଭିନନ୍ଦନ ଜଣାଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି 72 ତମ ଗଣତନ୍ତ୍ର ଦିବସ। ଏହ ଦିବସ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଶୋଭା ପାଉଛି ଏକ ଆକର୍ଷଣୀୟ ବାଲୁକା କଳା। ଯାହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ରଂଗୀନ ବାଲିରେ ସେ ଏହି ସ୍ଥାପତ୍ୟ କରିଛନ୍ତି। ଏଥିରେ ସେ 72 ତମକୁ ଜାତୀୟ ପତାକା ମଧ୍ୟରେ ସ୍ଥାପିତ କରିଛନ୍ତି। ସେହିପରି  ନିମ୍ନ ଭାଗରେ ବାପି ରିପବ୍ଲିକ ଡେ ବୋଲି ସେ ଉଲ୍ଲେଖ କରିଛନ୍ତି।