Categories
ଆଞ୍ଚଳିକ

ଜନସାଧାରଣଙ୍କୁ ସେବା ଯୋଗାଇଦେବା ସରକାରଙ୍କ ମୂଳ ଆଭିମୁଖ୍ୟ: ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭିସି ଜରିଆରେ ଗଂଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲ୍‌ଦାରଙ୍କୁ ଜଣାଇଥିଲେ ଯେ ରାଜସ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାମାନ ଅବିଳମ୍ବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରି ହିତାଧିକାରୀଙ୍କୁ ସେବା ଯୋଗାଇଦେଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏ ଦିଗରେ ସମସ୍ତ ତହସିଲ୍ କାର୍ଯ୍ୟାଳୟ ତତ୍ପରତା ସହ କାର୍ଯ୍ୟ କରନ୍ତୁ। ଗ୍ରାମକଣ୍ଟକ, ପରମଭୋଗ, ଓଡ଼ିଶା ଜନସେବା କାର୍ଯ୍ୟ ଅଧିକାରୀ, ବସୁନ୍ଧରା ଯୋଜନା ଇତ୍ୟାଦି ସଂପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ସଂସ୍ଥାକୁ ଡ଼କାଯାଇ ଉପଜିଲ୍ଲାପାଳଙ୍କ ସୂତ୍ରରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖଣିଜ ପଦାର୍ଥର ରକ୍ଷଣାବେକ୍ଷଣ ପ୍ରଶାସନ ଦାୟିତ୍ୱ। ଖଣିଜ ଦ୍ରବ୍ୟ ସମ୍ପଦ ଚୋରିକୁ ରୋକିବା ସକାଶେ ନିଲାମ ପ୍ରକ୍ରିୟା ଜାରି ହେବା ଉଚିତ। ଚୋରକୁ ସମର୍ଥନ ନକରି ଚୋରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଗଲେ ଚୋରି ହେବ ନାହିଁ। ଏଣିକି ଯଦି ଚୋରି ହୁଏ ତେବେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ୍‌ଦାରଙ୍କୁ ଦାୟୀ କରାଯିବ। ସଟେଲ୍ ବା ସମାଧାନ ହୋଇନଥିବା ସୈରାତ ଉତ୍ସଗୁଡ଼ିକର ସଂପୂର୍ଣ୍ଣ ତଥ୍ୟ ସହିତ ଫଟୋ ଉଠାଇ ରଖିବା ସହିତ ପ୍ରତି ୧୫ ଦିନ ଅନ୍ତରରେ ତା’ର ତଥ୍ୟ ପ୍ରଦାନ କରିବା ସହିତ ସେଗୁଡ଼ିକ ପରିଦର୍ଶନ କରି ନଜର ରଖନ୍ତୁ।

ଜାତୀୟ ରାଜପଥ, ବ୍ଲକ୍‌ସ୍ତରୀୟ ଉନ୍ନୟନ କାର୍ଯ୍ୟ ସକାଶେ ଆବଶ୍ୟକ ପଡ଼ୁଥିବା ମାଟି, ପଥର, ବାଲି ଇତ୍ୟାଦି ଆଗ୍ରହ ପ୍ରକାଶ କରି ଯୋଗାଇଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସରକାରୀ ଜମିଗୁଡ଼ିକର ଲିଜ୍ ପ୍ରୋସେସ କାର୍ଯ୍ୟ ସଂଚାଳନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ସରକାରୀ ସଂସ୍ଥାର ଉନ୍ନୟନ କାର୍ଯ୍ୟ ଦିଗରେ ଜମି ପ୍ରଦାନ କାର୍ଯ୍ୟ ବିଳମ୍ବ କରନ୍ତୁ ନାହିଁ। ଗ୍ରାମ୍ୟ କଣ୍ଟକ ପରମଭୋଗ କାର୍ଯ୍ୟରେ ରାଜସ୍ୱ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ପ୍ରଦାନ କରନ୍ତୁ। କରୋନା କଟକଣା ମାନି ମେଳା ମାଧ୍ୟମରେ ଜିଲ୍ଲାରେ ୧୦ ହଜାର ପଟା ପ୍ରଦାନ କରାଯିବ।

ଗ୍ରାମ୍ୟ କଣ୍ଟକ ପରମଭୋଗ କାର୍ଯ୍ୟରେ ଯେଉଁ ହିତାଧିକାରୀଙ୍କ ଆବେଦନ ଖାରଜ କରୁଛନ୍ତି ତାହାର କାରଣମାନ ଦର୍ଶାଇବାକୁ ଜଣାଇ ଦିଆଯାଇଛି। ଉତ୍ତରାଧିକାରୀ ପ୍ରମାଣପତ୍ର ଇତ୍ୟାଦି ପ୍ରମାଣପତ୍ର ଗୁଡ଼ିକ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି ଶୀଘ୍ର ପ୍ରଦାନ କରିବା ଦିଗରେ ତତ୍‌ପର ପ୍ରକାଶ କରନ୍ତୁ। ହିତାଧିକାରୀମାନଙ୍କ ଆବେଦନପତ୍ରକୁ ଅପେକ୍ଷା ନକରି ରାଜସ୍ୱ ନିରୀକ୍ଷକ ଗଣ ସ୍ୱୟଂଭାବେ ଅବିଳମ୍ବେ ପ୍ରଦାନ କରନ୍ତୁ। ଗୋଚର ଜମିରେ ନରଗୋରେ ଗୋଶାଳା ପ୍ରସ୍ତୁତ ହେବ। ଏଥିସକାଶେ କାର୍ଯ୍ୟ ପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼େପୁଟି କଲେକ୍ଟର (ରାଜସ୍ୱ) ବିଜୟାନନ୍ଦ ସେଠୀ, ଡ଼େପୁଟି କଲେକ୍ଟର ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଜଗତସିଂହପୁର ବିିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

ହେମାଙ୍ଗ ପ୍ରସାଦ ରାଉଳ
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ଉନ୍ନୟନ କମିଟି ବୈଠକ ନାଉଗାଁ ବ୍ଲକର ଜ୍ୟୋତି ଫେଡେରେସନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ଅଧ୍ୟକ୍ଷତା କରି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଗତ ୮ ମାସ ହେବ ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣରୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତି କରିପାରି ନାହିଁ। କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ କ୍ରୀୟାଶୀଳ ଥିଲା। ନାଉଗାଁ ବ୍ଲକ ହଟ୍‌ସ୍ପଟ୍ ଥିଲା। ବ୍ଲକ ଓ ତହସିଲ ପ୍ରଶାସନ ଦିନରାତି ପରିଶ୍ରମ କରିଛନ୍ତି। କୋଭିଡ୍ ସହିତ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହକାର୍ଯ୍ୟ ମାର୍ଚ୍ଚ-୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜଗତସିଂହପୁର ଓ ନାଉଗାଁ ବି.ଡି.ଓଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ମାନେ ଯେପରି ପ୍ରୋତ୍ସାହନ ରାଶିରୁ ବଚିଂତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବେ। ଆମ ଗାଁ ଆମ ବିକାଶ ଯୋଜନାରେ ଯେଉଁଠି ଜମିଜମା ସମସ୍ୟା ରହିଛି, ସେଗୁଡିକୁ ତହସିଲଦାରଙ୍କ ସହ ସମନ୍ୱୟ ରଖି ଆଗେଇ ନେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଅଧିକାରୀମାନେ ଆତ୍ମା ମାଧ୍ୟମରେ କାର୍ଯ୍ୟ କରନ୍ତୁ। ପାଣି ପଂଚାୟତ କାର୍ଯ୍ୟ ସମାପନ ନ କଲେ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ସେମାନଙ୍କୁ ବ୍ଲାକଲିଷ୍ଟ କରନ୍ତୁ। ଗୋଚିଏ ପଂଚାୟତରେ ଥିବା ସମସ୍ତ ସ୍କୁଲକୁ ବନ୍ଦ ନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଯୋଗଦେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଲେ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନେ ଅନ୍ତ ବିଭାଗୀୟ ସମନ୍ୱୟ ରଖି ବିକାଶ ମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରନ୍ତୁ। ଅସଂପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଆଗାମୀ ୪ମାସ ତଥା ମାର୍ଚ୍ଚ -୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବାସ ଯୋଜନାରେ ଯେଉଁ ହିତାଧିକାରୀ ମାନେ କାର୍ଯ୍ୟ ଆରମ୍ଭ କରିନାହାନ୍ତି, ବି.ଡି.ଓ ଓ ବ୍ଲକସ୍ତରୀୟ ଅଧିକାରୀମାନେ ସରପଂଚଙ୍କ ସଙ୍ଗେ କଥାବାର୍ତ୍ତା କରି କାର୍ଯ୍ୟରମ୍ଭ ସୁନିଶ୍ଚିତ କରାନ୍ତୁ। କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ସଂପଦ, ପାନୀୟ ଜଳ ଯୋଗାଣ, ଶ୍ରମ ନିରୀକ୍ଷକ ଓ ଅନ୍ୟାନ୍ୟ ବ୍ଲକସ୍ତରୀୟ କ୍ଷେତ୍ରୀୟ ଅଧିକାରୀମାନେ ନିୟମିତ ବି.ଡି.ଓ ମାନଙ୍କ ସହିତ ଭେଟି ନୂତନ ଯୋଜନା, ସ୍କିମ୍ ଓ ପ୍ରକଳ୍ପ ସଂପର୍କରେ ଅବଗତ କରାନ୍ତୁ ଏବଂ ଅନୁଧ୍ୟାନ କରନ୍ତୁ, ଯେପରି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।

ଏହି ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ତଥା ମେମ୍ବର କନ୍‌ଭେନର ସଚ୍ଚିଦାନନ୍ଦ ସାହୁ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ  ସବିତା ସାହୁ, ସି.ଡି.ଏମ୍‌.ଓ ସି.ଡି.ଭି.ଓ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ମାଲ୍‌କାନଗିରି ଜିଲ୍ଲାପାଳ : ମନୀଷଙ୍କ ସ୍ଥାନ ନେଲେ ଓ୍ବାଇ ବିଜୟ

ଭୁବନେଶ୍ୱର : ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ୱାଇ ବିଜୟ ହେଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାପାଳ ଥିବା ମନିଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି । ଏହି ପଦବୀରେ ୱାଇ ବିଜୟ ଥିଲେ । ମାଲକାନଗିରି ଜିଲ୍ଲାପାଳ ଥିବା ମନୀଷ ଅଗ୍ରୱାଲଙ୍କ ବିରୋଧରେ ତାଙ୍କ ପିଏଙ୍କ ଆତ୍ମହତ୍ୟା ଘଟଣା ନେଇ ପୁଲିସ ଫୌଜଦାରୀ ମାମଲା ରୁଜୁ କରିଛି । ପୁଲିସ ପକ୍ଷରୁ ମାମଲା ହେଲା ପରେ ସରକାର ତାଙ୍କୁ ବଦଳାଇଛନ୍ତି ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଆନନ୍ଦମଣ୍ଡପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଚଢାଉ: ତିର୍ତ୍ତୋଲରେ ରହିପାରିବେନି ବାହାର ନେତା ଓ କର୍ମୀ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ନିର୍ବାଚନର ପ୍ରଚାର ପ୍ରସାର ସମୟ ସୀମା ଶେଷ ହୋଇ ଯାଇଥିବାରୁ ସମସ୍ତ ରାଜନୈତିକ କର୍ମକର୍ତ୍ତା, ଦଳୀୟ କର୍ମୀ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି କିନ୍ତୁ କେବଳ ପ୍ରଚାର ପ୍ରସାର ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀକୁ ଆସିଥିଲେ ସେମାନଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତିର୍ତ୍ତୋଲ ବଜାର ସ୍ଥିତ ଆନନ୍ଦମଣ୍ଡପ (କଲ୍ୟାଣମଣ୍ଡପ)ରେ ଚଢ଼ାଉ କରିଥିଲେ। ହେଲେ ଚଢାଉ ସମୟରେ ଏଠାରେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତା ନଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଥିସହିତ ଜିଲ୍ଲାପାଳ ଓ ଏସ୍.ପି ତାରପୁର ପୋଲିସ୍ ଚେକ୍ ପୋଷ୍ଟରେ ଇନସପେକ୍ଟେଡ କରିବା ସହିତ ନୁଆପୋଖରୀ ସ୍ଥିତ ମଦଦୋକାନ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା 30 ତାରିଖରୁ ତିନିଦିନ ଧରି ଓଡିଶାରେ ପ୍ରବଳ ବର୍ଷା, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବଳୟଟି ସମୁଦ୍ର ପତନରୁ 3 କିଲୋମିଟର ଉଚ୍ଚର ରହିଛି। ଏହାର ପ୍ରଭାବ ଆସନ୍ତା 30 ତାରିଖୁ ସ୍ଥଳ ଭାଗରେ ଅନୁଭୂତ ହେବ। ଫଳରେ ଓଡିଶାରେ 30 ତାରିଖ ପାଇଁ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି।

ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ଢେଙ୍କାନାଳ। ତେବେ ସେଦିନ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ।

ଏସବୁ ଦୃଷ୍ଟିରେ ରଖି ଆଜି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ବଣ୍ଟନ କଲେ ଜିଲ୍ଲାପାଳ

ରମେଶ ମହାନ୍ତି 

ଜଗତସିଂହପୁର: ମଙ୍ଗଳବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବନ୍ୟା କ୍ଷତିଗ୍ରସ୍ତ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୫ଟି ପଞ୍ଚାୟତର ୧୫ଟି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କୁ ଭେଟିଥିଲେ ।ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡାସାହିରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ ପ୍ରତି ପରିବାରକୁ ୫୦କେଜି ଚାଉଳ ଓ ୫୦୦ଟଙ୍କା ବଣ୍ଟନ କରିଥିଲେ। ଗୋପିଆକୁଦ ଗୋପାଳସାହିରେ ପରିବାର ପିଛା ଚାଉଳ ଓ ଟଙ୍କା ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ ସହିତ ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁ, କୁଜଙ୍ଗ ବିଡିଓ ଅମୀୟ କୁମାର ପଣ୍ଡା ଉପସ୍ଥିତ ଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ସଠିକ୍ ଭାବେ ବଣ୍ଟନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ୬ଟି ପଞ୍ଚାୟତରେ ୨୫ ଗୋଟି ଅସମ୍ପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସାରିବା ସହିତ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଏହିସବୁ ପଞ୍ଚାୟତ ଗୁଡିକୁ ଜିଲ୍ଲାପାଳ ପୁନଶ୍ଚ ଗ୍ରସ୍ତକରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ସୂଚନା ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖୋର୍ଦ୍ଧା ବ୍ଲକରେ ବନ୍ୟା ପରିସ୍ଥିତି ଜଟିଳ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନକରିଛନ୍ତି। ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ବନ୍ୟାପାଣି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ୧୦ଖଣ୍ଡ ଗାଁରେ ବନ୍ୟା ଜଳ ପ୍ରବାହିତ ହେଵାରୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ। ବନ୍ୟାଘେରରେ ଥିବା ଗାଁକୁ ବୁଲି ଲୋକମାନଙ୍କ ସହିତ ଆଲୋଚନା କଲେ ଖୋର୍ଦ୍ଧା ଜିଲ୍ଲାପାଳ।

ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଖୋର୍ଦ୍ଧା ବ୍ଲକର ଓରବରସିଂହ, ଡିହଖଳା, କୃଷ୍ଣପୁର, ଲେଖନପୁର ଓ ନରଣଗଡ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି।ବନ୍ୟା ପାଣି ମାଡିଆସିବାରୁ ଓରବରସିଂହ ଗ୍ରାମପଞ୍ଚାୟତର ୫ଖଣ୍ଡ ଗ୍ରାମ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଉକ୍ତ ରାସ୍ତାରେ ଏବଂ ଗାଁ ଦାଣ୍ଡରେ ତିନି ଚାରି ଫୁଟ ପାଣି ଚାଲିଛି। ବନ୍ୟା ପାଣି ପଶି ଧାନଫସଲ ନଷ୍ଟ କରିଦେଇଛି ଫସଲ କ୍ଷୟ କ୍ଷତି ଆକଳନ କରିବାପାଇଁ ପ୍ରଶାସନ ପକ୍ଷରୁ କେହି ଚାଷୀଙ୍କ ପାଖରେ ପହଞ୍ଚି ନାହାନ୍ତି ଫଳରେ ଚାଷୀଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ଏବଂ ଆଠଦଶଦିନ ହେବ ଲୋକମାନେ ଏବଂ ଗାଈ ଗୋରୁମାନେ ଭୋକ ଉପାସରେ ପଡିଥିବାରୁ ଏ ପର୍ଯ୍ୟନ୍ତ ରିଲିଫ ପହଞ୍ଚି ନଥିବାରୁ ଲୋକଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓରବରସିଂହ ଗ୍ରାମପଞ୍ଚାୟତ ହିରିମୂଳ ଗ୍ରାମକୁ ରିଲିଫ ଡଙ୍ଗାରେ ଯାଇ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନ୍ତାନ୍ତରିତ କରିବା ପାଇଁ ପରାମର୍ଶ ଦେଇ ସେଠାରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ କହିଛନ୍ତି ଏବଂ ପାଣି ଛାଡିଗଲା ପରେ ସେମାନେ ନିଜ ଘରକୁ ଫେରି ଆସିବେ ବୋଲି କହିଛନ୍ତି ଜିଲ୍ଲାପାଳ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଲୋକେ ସତର୍କ ରହିଲେ ହିଁ ନିଜ ଗ୍ରାମ ସଂକ୍ରମଣ ମୁକ୍ତ ରହିବ: ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜିଠାରୁ ଗଂଜାମ ଜିଲ୍ଲାରେ ଜୀବନଜୀବିକା ପାଇଁ କଟକଣାକୁ କୋହଳ କରାଯାଇଛି। ଦୋକାନ ଖୋଲିବା ସମୟ ସୀମା ସକାଳ ୫ ଘଣ୍ଟରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବର୍ତ୍ତମାନ ମଧ୍ୟ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ରହିଛି। ତେଣୁ ସତର୍କତା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ ଅବଲମ୍ବନ କରି ଜୀବନ ଜୀବିକା ଚଳାଇବାକୁ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଆଜି ସକାଳେ ଛତ୍ରପୁରଠାରେ ଭିଡ଼ିଓ କନ୍‌ଫେରେନସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲ୍‌ଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ସ୍ୱାସ୍ଥ୍ୟଧିକାରୀଙ୍କ ସହିତ କୋଭିଡ଼୍ ପରିଚାଳନାଗତ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାରେ ଆକ୍ଟିଭ୍ କେସ ଶୂନ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତା, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଆଡ଼ମିଶନ, ଡ଼ିସ୍‌ଚାର୍ଜ ଓ ମୃତ୍ୟୁଜନୀତ ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା। ଜିଲ୍ଲାରେ ପ୍ରବେଶ ଓ ପ୍ରସ୍ଥାନ ଦିଗରେ କୋହଳ କରାଯାଇଛି। ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀଙ୍କ ଦ୍ୱାରା ହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନାଗୁଡ଼ିକ ଆହୁରି କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଗ୍ରାମସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ। ଗାଁ ଲୋକଙ୍କ ଦ୍ୱାରା ହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖିହେବ। ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନ କରିବେ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ। ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ୍ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଗ୍ରାମାଞ୍ଚଳସ୍ତରୀୟ କମିଟି ଯେପରି ଠିକ୍ ରୂପେ କାର୍ଯ୍ୟ ସଂପାଦନା କରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

ସଂପ୍ରତି ଯେଉଁ କୋହଳ କରାଯାଇଛି ତାହା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଂଚଳ ପାଇଁ ଲାଗୁ ହେବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଘୋଷିତ ଅଂଚଳରେ ଆର୍‌ଆର୍‌ଟି ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଞ୍ଚ ଚାଲି ରହିବ। ହୋମ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କୁ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ। ଆକ୍ଟଭ୍ କେସ ଥିବା ଅଂଚଳରେ ଜିରୋ କରିବା ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଗ୍ରାମରେ ପଜିଟିଭ୍ ସଂଖ୍ୟା ଶୂନ ରହିଛି ସେହି ଗ୍ରାମଗୁଡ଼ିକ ଗ୍ରୀନ୍ ଜୋନ୍ ଘୋଷଣା ହେବ। ହୋମ୍ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କର ଯଦି ମଧୁମେହ ଥାଏ ତେବେ ସେମାନଙ୍କୁ ହୋମ୍ ଆଇସୋଲେସନ୍‌ରେ ନରଖି କୋଭିଡ଼୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ। ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ବାରଣ କରାଯାଇଛି। ପଞ୍ଚସୂତ୍ରୀ ନିୟମ ଆହୁରି କଡ଼ାକଡ଼ି ପାଳନ ହେବ।

ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ରହିଛି। ବିଡ଼ିଓମାନେ ପୂର୍ବାହ୍ନରେ କୋଭିଡ଼୍ ପରିଚାଳନା କାର୍ଯ୍ୟ ଏବଂ ଅପରାହ୍ନରେ ନରେଗା ଓ ବୃକ୍ଷରୋପଣ କାର୍ଯ୍ୟ ସଂପାଦନ କରିବେ। ତହସିଲ୍‌ଦାରମାନେ ପୂର୍ବାହ୍ନରେ କୋଭିଡ଼୍ କାର୍ଯ୍ୟ ଓ ଅପରାହ୍ନରେ ରାଜସ୍ୱ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭିଡ଼ିଓ କନ୍‌ଫେରେନସିଂରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ, ଉପଜିଲ୍ଲାପାଳ ବ୍ରହ୍ମପୁର ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଡ଼ୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ଡ. ଆର୍ ଜଗଦୀଶ ପଟ୍ଟନାୟକ, ଡ଼େପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆହତ ଯୁବକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।

Categories
ଆଜିର ଖବର ଆଞ୍ଚଳିକ

କରୋନା ମୁକାବିଲା ନେଇ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟିକା

ପିଣ୍ଟୁ ବିଷୋୟୀ 

ବେଗୁନିଆପଡା : କରୋନା ମହାମାରୀ ସହିତ ସମଗ୍ର ବିଶ୍ୱ ବର୍ତ୍ତମାନ ଲଢେଇ କରୁଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡ଼ିଆ ମାନେ ଫସି ରହିଛନ୍ତି। ଏଭଳି ସ୍ଥିତିରେ ଓଡିଶା ସରକାର ପ୍ରବାସୀ ଓଡିଆମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ସୁରତରୁ ଓଡିଶା ଫେରୁଛନ୍ତି। ସେମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ଓଡିଆମାନେ କ୍ୱାରେନଟାଇନରେ ରହିବା ବ୍ୟବସ୍ଥା ହୋଇଛି ।

ତେବେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ସୁରତ ଫେରନ୍ତାମାନଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି କ୍ରମରେ ଆଜି କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟରେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିଡିଓ କନଫେରସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ବିଶେଷ କରି କୋରୋନା ମୁକାବିଲା ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ଯତ୍ନ ନେବା ସହ ରହିବା ଓ ଖାଇବାର ଉଚିତ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ବିଧାୟିକା । ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ ବିଧାୟିକା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାବାସୀଙ୍କୁ ସଚେତନତାର ବାର୍ତ୍ତା ଦେଲେ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା ହେଲା ଭାଇରାଲ୍‌

ବବୁଲୁ ସାହୁ

କଳାହାଣ୍ଡି: ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ କରୋନାକୁ ନେଇ ସଚେତନତାର ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ସାମାଜିକ ଦୂରତ୍ବକୁ ମାନିବା ସହିତ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ବିଶେଷକରି ଦୋକାନକୁ ଯିବା ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଗହଳି ନ କରିବା ସହିତ ନିର୍ଦ୍ଦିଷ୍ଟ ଦୂରତାରେ ରହି ଦୋକାନରୁ ଜିନିଷ ଆଣିବା ପାଇଁ କହିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ବ ରକ୍ଷା କରିପାରିଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସର୍ବମୋଟ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟରେ କରୋନା ସଂଖ୍ୟାରେ ବୃଦ୍ଧି ଯୋଗୁଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ମାନ ନେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ରାଜ୍ୟପାଳ। କୋରାପୁଟ, ଗଜପତି, ନୂଆପଡା, ନବରଙ୍ଗପୁର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଛନ୍ତି ରାଜ୍ୟପାଳ। ଅତି ଗୁରୁତର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଗତ 28 ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କରୋନା ସମ୍ପର୍କରେ କଥା ହୋଇଥିଲେ ରାଜ୍ୟପାଳ।

Categories
ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଜିଲ୍ଲା ସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡି.ଇ.ଆଇ.ସି ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ହୃଦରୋଗ ବିଶେଷଜ୍ଞ ଡଃ. ପଙ୍କଜ ଗୁପ୍ତା ଇକୋ ମେସିନ ଜରିଆରେ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରୁ ଏକ ଶହରୁ ଉର୍ଦ୍ଧ୍ଵ ଜନ୍ମରୁ ୧୮ ବର୍ଷ ବୟଷ୍କ ଶିଶୁଙ୍କୁ ପରୀକ୍ଷଣ କରି ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରାଯାଇଥିଲା। ଡଃ. ଗୁପ୍ତାଙ୍କ ସହିତ ନାରାୟଣ ହୃଦୟାଳୟର ତିନି ଜଣ ଟେକ୍ନିସିଆନ, ବି.ଏନ.ଏମ.ଏଚ ଜାମସେଦପୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡିଶା ଶାଖା ତରଫରୁ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା, ଏ.ଡି.ପି.ଏଚ.ଓ, ଡଃ. ପ୍ରମୋଦ କୁମାର ବାରିକ, ଡଃ.ଲାଲମୋହନ ରାଉତ, ଡଃ. ବସନ୍ତ କୁମାର ବାରିକ, ଡଃ. ଗୁଞ୍ଜର ଚରଣ ମହନ୍ତ, ଡଃ. ଅଜୟ କୁମାର ସ୍ଵାଇଁ, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡି.ପି.ଏମ ଚକ୍ରଧର ଜେନା।, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସମେତ ବ୍ଲକସ୍ତରୀୟ ମୋବାଇଲ ହେଲଥ ଟିମ, ପୁରୀ ଜିଲ୍ଲାର ଡାକ୍ତର ଓ ଫାର୍ମାସିଷ୍ଟ ଏବଂ ସ୍ଟାଫ ନର୍ସମାନେ ସହାୟତା କରିଥିଲେ। ହୃଦରୋଗ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରସଂଶା କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଆୟୋଜିତ ଏହି ହୃଦରୋଗ ପରୀକ୍ଷଣ ଶିବିର ଆସିଥିବା  ଶିଶୁମାନଙ୍କୁ ମୋବାଇଲ ହେଲଥ ଟିମ ଦ୍ବାରା ସଠିକ ଚିହ୍ନଟ ହୋଇଥିବାରୁ ଡଃ. ପଙ୍କଜ ଗୁପ୍ତା ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରସଂଶା  କରିଥିଲେ। ଏହି ଶିବିରରେ ରକ୍ତଚାପ ପରୀକ୍ଷା, ହାର୍ଟ ରେଟ ପରୀକ୍ଷା, ବି.ଏସ.ଆଇ ଟେଷ୍ଟ କରାଯାଇଥିଲା।