Categories
ଆଞ୍ଚଳିକ

ଜୁନାଗଡ଼: ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବସପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଵିଡିଓ ଦୁଲାରାମ ମାରାଣ୍ଡି, ଵିଏସଏସଓ, ତୁଷାର ରଞ୍ଜନ ସାହୁ, ଜିପିଓ ରାଜେନ୍ଦ୍ର ଭୋଇ, ଡବ୍ଲୁଇଓ ସୁଶାନ୍ତ କୁମାର ମାଝୀ, ଜେଇ ଆରଡବ୍ଲୁଏସଏସ ମିନିକେତନ ସା, ଗୁପ୍ତା ନାଏକ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲ୍ଲା ପରିଷଦ ସଭ୍ୟା ଶାମୁକାରାଣୀ କୁମାର,ରାଜସ୍ୱ ନିରୀକ୍ଷକ ଗୋବିନ୍ଦ ପୁରୋହିତ, ଏଲଆଇ ରାମକୃଷ୍ଣ ବେମାଲ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଆସୁଥିବା ହିତାଧିକାରୀ ଆବାସଗୃହ, ରାସନକାର୍ଡ, ଭତ୍ତା, ଜମି ମରାମତି ଭଳି ଅନ୍ୟାନ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରିବାକୁ ନେଇ ପ୍ରତିଶୃତି ଦେଇଥିଲେ।

ଶିବିରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୁକୁନ୍ଦ ଦୋରା, ଗ୍ରାମ ରୋଜଗାର ସେବକ ହରିନାରାୟଣ ମେହେର, ନାଏବ ସରପଞ୍ଚ ସମେତ ପଞ୍ଚାୟତ କର୍ମଚାରୀ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜୁନାଗଡ଼ ବ୍ଲକ ତଳ ଜାରିଂ ଠାରେ ଅମୃତା ମାତୃ ପିତୃ ସେବା ସମ୍ପନ୍ନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ତଳ ଜାରୀଙ୍ଗ ଠାରେ ଏହାର ଆଖ ପାଖ ୯ ଟି ଗାଁ ର ଗରୀବ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ନେଇ ଅମୃତା ମାତୃ ପିତୃ ସେବା ଆଜି ଭବାନୀପାଟଣା ସ୍ଥିତ ବାଳ ଗୋପାଲ ସେବା ନିକେତନ ଓ ମାତା ଅମୃତାନନ୍ଦ ମୟୀ ମଠ ର ଯୁବ ଶାଖା ଆୟୁଧର ମିଳିତ ପ୍ରୟାସରେ ପ୍ରଫେସର ଡଃ ଯଶୋଧାରା ମିଶ୍ର ଙ୍କ ପ୍ରେରଣାରେ ସମ୍ପନ୍ନ ହୋଇଛି। ଆଧ୍ୟାତ୍ମିକତା କ୍ଷେତ୍ରରେ ତଥା ବିଶ୍ଵ ବ୍ୟାପି ମାନବ ସେବା କ୍ଷେତ୍ରରେ ପ୍ରସିଦ୍ଧ ସଦ ଗୁରୁ ମାତା ଅମୃତାନନ୍ଦ ମୟି ଦେବୀଙ୍କ ନାମରେ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକଙ୍କ ପାଇଁ ସମର୍ପିତ ଏହି ସେବାକୁ ଅମୃତା ମାତୃ ସେବା ନାମିତ କରାଯାଇଛି। ପିତା ମାତା ହେଉଛନ୍ତି ଚଳନ୍ତି ଦେବତା ଏବଂ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆକୁଣ୍ଠିତ ସେବା ଯେ ସନ୍ତାନ ସନ୍ତତି ଙ୍କ ପାଇଁ ଦେବ ପୂଜା ଏବଂ ମାନବ ସେବା ହେଉଛି ଭଗବତ ସେବା , ସମାଜକୁ ଦେଇ ଆସୁଥିବା ସଦ୍ ଗୁରୁ ମାତାଙ୍କ ଦିବ୍ୟ ସନ୍ଦେଶ। ତାଙ୍କରି ନାମାନୁସାରେ ଏହି କାର୍ଯ୍ୟକ୍ରମକୁ ଅମୃତା ମାତୃ ସେବା ନାମିତ କରାଯାଇଛି। ଆଜିକାଲିର ଯୁବ ସମାଜ ଦେବ ତୁଲ୍ୟ ପିତା ମାତାଙ୍କୁ ଅବହେଳା ନ କରି ସେମାନଙ୍କୁ ସଭକ୍ତି ସେବା ଯତ୍ନ କରିବାର ସନ୍ଦେଶ ଦେବା ଉଦ୍ଦେଶ୍ୟ ରେ ତଥା ଗରିବ ଶ୍ରେଣୀର ବୃଦ୍ଧ ବୃଦ୍ଧା ମାତା ପିତା ଙ୍କୁ ଅନ୍ତତଃ ଦିନକ ପାଇଁ ଆନନ୍ଦ ପ୍ରଦାନ କରିବା ଲକ୍ଷ୍ୟ ରେ ଏହା ଆୟୋଜିତ ହୋଇଥାଏ।

ଆଜିର ଏହି କାର୍ଯ୍ୟକ୍ରମରେ କିସ୍ କଳାହାଣ୍ଡିର ଉପ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପ୍ରଧାନ, ଡଃ ଯଶୋଧାରା ମିଶ୍ର, ପୂର୍ବତନ ସରପଂଚ ଗୌରୀ ପାତ୍ର, ବିରଞ୍ଚି ଆଚାର୍ଯ୍ୟ, ଅମୂଲ୍ୟ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତଳ ଯାରିଂ ଗ୍ରାମ ଆଖ ପାଖ ର ୯ଟି ଗ୍ରାମ ଯଥା ଲବଣୀ ପୁର, ବନ୍ଧା ଗାଁ, ତଳଯାରିଂ, ଚେରମୂଲ୍, ଖଇର ମାଲ, ନାନ୍ଦୋଲ, ମିକାସୋଲା, ସୁରୁଗୁଡ଼ା, ଗୁଞ୍ଜୁଗୁଡ଼ା ର ୧୯୧ ଜଣ ପୁରୁଷ ଓ ୩୧୩ ଜଣ ମହିଳା ସର୍ବ ମୋଟ ୫୦୪ ଜଣ ବି ପି ଏଲ ଶ୍ରେଣୀର ବୃଦ୍ଧ ବୃଦ୍ଧା ପିତା ମାତା ଙ୍କୁ ଅନ୍ନ ସେବା, ବସ୍ତ୍ର ସେବା, ସ୍ବାସ୍ଥ୍ୟ ସେବା, ସତ୍ ସଙ୍ଗ ଯୋଗାଇ ଦିଆ ଯାଇଥିଲା। ମୋତିଆ ବିନ୍ଦୁ ପରୀକ୍ଷା କରାଯାଇ ୨୪ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇଛି। ଆଗାମୀ ଅକ୍ଟୋବର ୭ତାରିଖ ଦିନ ସେମାନଙ୍କୁ ଭବାନୀ ପାଟଣା ସ୍ଥିତ ଜଗନ୍ନାଥ ନେତ୍ରାଳୟକୁ ଆଣି ନିଃଶୁଳ୍କ ଅସ୍ତ୍ରୋପଚାର କରାଯିବ।

ବାଳ ଗୋପାଲ ସେବା ନିକେତନ ସ୍କାଉଟ ଦଳ, ପୋଲିସ୍ ଉଚ୍ଚ ବିଦ୍ୟାଳୟର ଉଚ୍ଚ ବିଦ୍ୟାଳୟର ଜୁନିଅର ଡିଭିଜନ ଏନସିସି ଦଳ, ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସ୍ବେଚ୍ଛସେବୀ ଭାବେ ସେବା ଯୋଗାଇ ଦେଇଥିଲେ। ଅଜୟ ଗୋପାଲ, ଶିକ୍ଷକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସୁଶିଲ କୁମାର ସାହୁ, ବାଦ୍ୟଯନ୍ତ୍ର ଶିଳ୍ପୀ ସୁଶିଲ ସାହୁ, କୃତ୍ତିବାସ ଦଣ୍ଡସେନା ସଂଗ୍ରାମ ମାଝୀ ପ୍ରଭୃତି ଭଜନ ପରିବେଷଣ କରିଥଲେ ଥିଲେ। ବାଳ ଗୋପାଲ ସେବା ନିକେତନର ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟରାମ ସାହୁ,ଏନସିସି ଅଫିସର ଗଙ୍ଗାଧର ନନ୍ଦଙ୍କୁ ହେମନ୍ତ କୁମାର ମୁଣ୍ଡ କୃତଜ୍ଞତା ଜଣାଇ ଥିଲେ।

Categories
ଆଞ୍ଚଳିକ

ହାବସପୁର ଗ୍ରାମପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଂଚାୟତ ତରଫରୁ ଆଜାଦି କି ଅମୃତ ମହୋତ୍ସବ ଅବସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ନିଜ ନିଜ ପରିବେଶ ର ସ୍ବଚ୍ଛତା ରକ୍ଷା କରିବା ପାଇଁ ଶପଥ ପାଠ କରାଯାଇଥିଲା।

ଏହାପରେ ସ୍ଥାନୀୟ ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ବାରା ଶୋଭାଯାତ୍ରା ସମସ୍ତ ଗ୍ରାମ ପରିକ୍ରମା କରାଯାଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ପରିବେଶ ସୁରକ୍ଷା ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି। ସ୍ଥାନୀୟ ସ୍ବାସ୍ଥ୍ୟ ସେବା ପଦାଧିକାରୀ ସାଧୁରାମ କୈବର୍ତ୍ତ, ଆଶାରାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟରେ ଆଜି ନୂତନ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ବ୍ଲକର ୧୮୪ଜଣ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ତାଙ୍କ ଏକାଉଣ୍ଟରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା।

ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ବିଏସଏସଓ ତୁଷାର ରଞ୍ଜନ ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ,ପିଇଓ ମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଅସହାୟ ପରିବାରକୁ ସହେଯାଗର ହାତ ବଢାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣା ନାମକ ଜଣେ ବ୍ୟକ୍ତିଙ୍କ ଅଦିନରେ ମୃତ୍ୟୁ ହେବାପରେ ତିନି ସନ୍ତାନକୁ ନେଇ ବିଧବା ତପରଣା ଦୁର୍ଦ୍ଦିନରେ ଦିନ କାଟୁଥିଲେ। ତିନି ଛୁଆକୁ ନେଇ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଥିଲା। କରୋନା ଜନିତ କଟକଣା ଯୋଗୁଁ ଦୟନୀୟ ସ୍ଥିତିରେ ପରିବାର ଚଳୁଥିବା ବେଳେ ଖବର ପାଇ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତି ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ସହେଯାଗର ହାତ ବଢାଇଛନ୍ତି।

ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଚିବ ମହେଶ ସାହୁଙ୍କ ନେତୃତ୍ୱରେ ୟୁସୁଫ ପୋପାଟିଆ, ମିଥୁନ ପଣ୍ଡା, ସଂପୂର୍ଣ୍ଣ ନାଏକ, କାଳିଆ ନାଏକ ପ୍ରମୂଖ କଳିଆକୁଣ୍ଡଳ ଯାଇ ଅସହାୟ ତପରଣା ର ପରିବାରକୁ ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦେବାକୁ ଭିଡିଓ କଲ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଜୁନାଗଡ ନିର୍ବାଚନ ମଣ୍ଡଳିର ଜୁନାଗଡ ବ୍ଲକ, ଗୋଲାମୁଣ୍ଡା ବ୍ଲକ ତଥା ଏନଏସି ର ସମଗ୍ର ଅଂଚଳରେ ଏଭଳି ଅସହାୟ ପରିବାର ମାନଙ୍କୁ ସହେଯାଗ କରିବା ପାଇଁ ମାନ୍ୟବର ଜୁନାଗଡ ବିଧାୟକ ତଥା ମନ୍ତୀ ନିଜ ସମର୍ଥକ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ।