Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ଦୀପାଳି ଦାସ। ଦୀପାଳି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ। ଫଳରେ ବିଜେଡି ପୁଣି ଥରେ ସହାନୁଭୂତି ଭୋଟ ହାତେଇବା ପାଇଁ ପଦ୍ମପୁର ପରି ଝାରସୁଗୁଡାରେ ସେହି ରଣନୀତି ଆପଣେଇଛି।

ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ଥିବା ନବ ଦାସଙ୍କୁ ଚଳିଚ ବର୍ଷ ଜାନୁୟାରୀ 29 ତାରିଖରେ ହତ୍ୟା କରାଯାଇଥିଲା। ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାପରେ ଦୀପାଳି ଝାରସୁଗୁଡା ଦାୟିତ୍ବ ନେବେ ବୋଲି ଜଣାପଡିଥିଲା। ଏପରିକି ଗତ କିଛି ମାସ ଧରି ଦୀପାଳି ସେହି ଅଞ୍ଚଳରେ ନିଜର ଲୋକ ସଂପର୍କ ଜାରୀ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯେଉଁ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା, ସେହି ତାରିଖରେ ଉପନିର୍ବାଚନ ଘୋଷଣା

ଭୁବନେଶ୍ବର: ଏହାକୁ ଏକ ସଂଯୋଗ ବୋଲି କୁହାଯାଇ ପାରେ। କାରଣ ଆଜି ଘୋଷଣା ହୋଇଛି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ। ଭାରତ ମୁଖ୍ୟ ନିର୍ବାଚନ କମିଶନର ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ମେ ଦଶ ତାରିଖରେ ହେବ ଝାରସୁୁଗୁଡା ଉପନିର୍ବାଚନ।

ସଂଯୋଗ ବଶତଃ ଏହି ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଖୋଦ ଜଣେ ପୋଲିସ କର୍ମଚାରୀ ହତ୍ୟା କରିବାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ସେଦିନ ଥିଲା ଜାନୁୟାରୀ ୨୯ ତାରିଖ, ଆଉ ଆଜି ହେଉଛି ମାର୍ଚ୍ଚ ୨୯ ତାରିଖ ଯେଉଁଠି ଝାରସୁଗୁଡା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାରେ ଲୋକ ସଂପର୍କ ସ୍ଥାପନକୁ ତୀବ୍ରତର କଲେ ଦୀପାଳି ଦାସ

ଝାରସୁଗୁଡା: ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡାରେ ଲୋକ ସଂପର୍କ ସ୍ଥାପନକୁ ତୀବ୍ରତର କରିବାରେ ଲାଗିଛନ୍ତି। ପିତା ନବ ଦାସଙ୍କ ମୃତ୍ୟୁ ପରେ ସେ ବର୍ତ୍ତମାନ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ସେ କିଛିଦିନ ଧରି ସେହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ବୁଲି ଜନ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ତାଙ୍କର ଗସ୍ତରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସୃଷ୍ଟି ହେଉଛି। ବାପାଙ୍କୁ ହତ୍ୟା କରିବା ପରେ ଲୋକଙ୍କର ସହାନଭୂତି ତାଙ୍କ ଉପରେ ଅଜାଡି ହୋଇପଡିଛି। ନିକଟରେ ରାମନବମୀ ଉପଲକ୍ଷେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ସେଠାରେ ଦୀପାଳି ନିଜ ସମର୍ଥକଙ୍କ ସହିତ ଯୋଗ ଦେଇଥିଲେ।

ସେହିପରି ଝାରସୁଗୁଡା ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨୧ର ବୁରୋମାଲ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ। ଆଗକୁ ଏହି ଜନସଂପର୍କ ଯାତ୍ରା ଆହୁରି ବୃଦ୍ଧି କରାଯିବ ବୋଲି ଦୀପାଳିଙ୍କ ସମର୍ଥକମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୋଳରେ ଇଏସଆଇ ମେଡିକାଲ ଓ ଝାରସୁଗୁଡାରେ ଇଏସଆଇସି କାର୍ଯ୍ୟାଳୟ ଲୋକାର୍ପିତ

ଅନୁଗୋଳ/ଝାରସୁଗୁଡ଼ା: ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା (ଇଏସଆଇ) ଡ଼ାକ୍ତରଖାନା ଏବଂ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରି ମୋଦି ସରକାର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ରଜ ସଂକ୍ରାନ୍ତିର ଉପହାର ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ଏହି ଦୁଇଟି ଜନକଲ୍ୟାଣକାରୀ କାମର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ପ୍ରଧାନ ଇଆସଆଇ ହସ୍ପିଟାଲକୁ ପ୍ରତ୍ୟକ୍ଷ ଭାବେ ଲୋକାର୍ପଣ କରିବା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଝାରସଗୁଡ଼ାରେ ଇଆସଆଇର ଉପଆଂଚଳିକ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୋଳ ଓ ଝାରସୁଗୁଡ଼ା ଅନ୍ୟତମ ଅଂଚଳ। ଏଠାରେ ଜିନ୍ଦଲ, ଟାଟା, ନାଲକୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଲାଂଟ୍ ଅଛି। ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଓ ଅନ୍ସିଲାରୀ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକ ମାନଙ୍କ ଚାହିଦା ବୃଦ୍ଧି ପାଉଛି। ସେହି ଦୃଷ୍ଟିରୁ ବଳରାମପ୍ରସାଦ ଠାରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ଭାରତ ସରକାରଙ୍କ ଇଏସଆଇ ହସ୍ପିଟାଲ ଶ୍ରମିକ ମାନଙ୍କୁ ଚିକିତ୍ସା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅନୁଗୋଳ ଓ ଝାରସୁଗୁଡ଼ା ଭଳି ଅଗ୍ରଣୀ ଶିଳ୍ପାଂଚଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ କଲ୍ୟାଣକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଇଏସଆଇ ଡ଼ାକ୍ତରଖାନା ଫଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସହ ୩ ଲକ୍ଷ ଉପକୃତ ହେବେ। କୋଭିଡ ମହାମାରୀ ସମୟରେ ଏହି ହସ୍ପିଟାଲ ଲୋକଙ୍କ ଜୀବନ ବଂଚ।।ଇବା ସହ ସଞ୍ଜିବନୀର ବି କାମ ଦେଇଥିଲା।

ସେହିପରି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ମୋଦି ସରକାରଙ୍କ ଅନ୍ୟ ଏକ ଭେଟି। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲା ପାଖାପାଖି ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀମାନେ ଲାଭ ପାଇବେ। ସେଥିମଧ୍ୟରୁ ଝାରସୁଗୁଡ଼ାରେ ବୀମାଭୃକ୍ତ ୫୪ ହଜାର ଲୋକ ଉପକୃତ ହୋଇପାରିବେ। ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇସିର ଏହି ଉପଆଂଚଳିକ କାର୍ଯ୍ୟାଳୟ ପାଇଁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖିଥିଲେ।

ଏହାବ୍ୟତିତ ରାଜ୍ୟରେ ଆଗାମୀ ଦିନରେ ୩ଟି ନୂଆ ଇଏସଆଇ ହସ୍ପିଟାଲ ଓ ୧୨ଟି ଇଆସଆଇ ଡ଼ିସପେନସିଆରୀ ହେବ। ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ, ଯାଜପୁର ଜିଲ୍ଲା ଡ଼ୁବୁରି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପରେ ୩୦ ଶଯ୍ୟା ବିଶିଷ୍ଟ ଇଆସଆଇ ହସ୍ପିଟାଲ ନିର୍ମାଣ କରାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରମ ଶକ୍ତି ହେଉଛନ୍ତି ଓଡ଼ିଶା ଓ ଭାରତବର୍ଷର ଅର୍ଥନୀତି ପ୍ରଗତିର ଆଧାରଶୀଳା। ଶ୍ରମିକଙ୍କ ସେବା କଲେ ହିଁ ଦେଶର ଉତ୍ପାଦନ ବଢ଼ିବ। ଦେଶର ଉତ୍ପାଦନ ବଢ଼ିଲେ ଅର୍ଥନୀତି ମଜବୁତ୍ ହେବା ସହ ଗରିବଙ୍କ କଲ୍ୟାଣ ହେବ। ଏହି ମନ୍ତ୍ରରେ ମୋଦି ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଶ୍ରମିକ ମାନଙ୍କ ସର୍ବନିମ୍ନ ପାରିଶ୍ରମିକ ଅଧାରୁ ଅଧିକ ବୃଦ୍ଧି କରାଯାଇଛି। କୋଲ ଇଣ୍ଡିଆ ଦ୍ୱାରା ଶ୍ରମିକ ମାନଙ୍କୁ ବିଶେଷ ପାରିଶ୍ରମିକ ଦିଆଯାଉଛି। ଅପରପକ୍ଷରେ ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର ଭଳି ଖଣି ସମ୍ପନ୍ନ ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର (ଡ଼ିଏମଏଫ)ର ବ୍ୟବସ୍ଥା କରାଯାଇଛି। ଏହି ପାଣ୍ଠି ଅଧୀନରେ ଅନୁଗୋଳ ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ରାଜସ୍ୱ ମିଳୁଛି।

ସରକାର ଲୋକଙ୍କ କଥା ଚିନ୍ତା କଲେ ତାକୁ କଲ୍ୟାଣକାରୀ ସରକାର କୁହାଯାଏ। ଓଡ଼ିଶା ସମେତ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାରେ ଯୋଡ଼ିବା ସହ ଶ୍ରମିକଙ୍କ ଜୀବନକୁ ଦୃଢ଼ୀଭୂତ କରିବା ଦରକାର। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା, ଉଚିତ୍ ପାରିଶ୍ରମିକ ଦେବା ତଥା ଶ୍ରମିକଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଇଆସଆଇ,ସବୁ ସରକାରୀ ଓ ବେସରକାରୀ ଶିଳ୍ପ ସମୂହଙ୍କ ମିଳିତ ସହଯୋଗ ଆବଶ୍ୟକ । ସେମାନଙ୍କ ସ୍ୱାସ୍ଥ୍ୟ ବୀମୀ ଓ ଜୀବନ ବୀମା କରିବା ଆବଶ୍ୟକ।

ଇ-ଶ୍ରମ ପୋର୍ଟାଲରେ ଶ୍ରମିକ ପଞ୍ଜିକରଣ କରାଯିବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ। ଦେଶରେ ୨୭ କୋଟି ଶ୍ରମିକ ଏବଂ ଓଡ଼ିଶାର ୧ କୋଟି ୨୭ ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ପରିବର୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ଦେଶର ଅସଂଗଠିତ ଶ୍ରମିକ ମାନଙ୍କୁ କୁଶଳୀ କରିବାକୁ ମୋଦି ସରକାର ଦାୟିତ୍ୱ ନେଇଛନ୍ତି। ଶ୍ରମ ଶକ୍ତିକୁ ସଶକ୍ତ କରିବା ଦିଗରେ ଆମ ସମସ୍ତଙ୍କର ଭାଗିଦାରୀ ରହିବା ବି ଜରୁର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପରିବାର ବର୍ଗ, ଦିବ୍ୟାଙ୍ଗଙ୍କୁ ପେନସନ ଦରମା ସ୍ୱରପ ଚେକ୍ ପ୍ରଦାନ କରିଥିଲେ। ବିଶେଷ ଭାବରେ କୋଭିଡ୍‌-୧୯ ରିଲିଫ ଅନ୍ତର୍ଗତ କରୋନାରେ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ପରିବାର ବର୍ଗ ତଥା ପିଙ୍କି ଦେହୁରୀ, ଶିବାନୀ ସାହୁ, ପ୍ରତିମା ସାହୁଙ୍କୁ ଆର୍ôଥକ ସହାୟତା, ପେନସନ ଦରମାର ପ୍ରଦାନ କରିଥିଲେ । ଏହାସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ପେନସନ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆଜି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି କରାଯିବ। ସେଥିପାଇଁ ଝାରସୁଗୁଡା ଇଂଜିନିୟରିଂ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ଭୋଟ ଗଣତି ଆଜି ସକାଳ ଆଠଟାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଗଣତି ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରଥମେ ପୋଷ୍ଟାଲ ବାଲଟ ଭୋଟ ଗଣତି କରାଯିବ। ଏହାର ତିରିଶି ମିନିଟ ପରେ ଇଭିଏମ ଗଣତି କରାଯିବ। ଏଥିରେ ପାଞ୍ଚୋଟି ବୁଥର ଭିଭିପାଟ ଗଣତି କରାଯାଇ ମେଳକ କରାଯିବ। ଏହି କାର୍ଯ୍ୟ କରିବା ପାଇଁ କୋଡିଏ ଜଣ ଲେଖାଏଁ ମାକ୍ରୋ ଅବଜରଭର, କାଉଣ୍ଟିଂ ସୁପର ଭାଇଜର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଡଙ୍କୁ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟର ଝାରସୁଗୁଡା ହେଲା ସବୁଠାରୁ ଉତ୍ତପ୍ତ ସହର, ଜାଣନ୍ତୁ ଆପଣଙ୍କ ସହରର ତାପମାତ୍ରା

ଭୁବନେଶ୍ବର: ଆଜି ଓଡିଶାର ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଆଜି ଏହି ସହରର ତାପମାତ୍ରା ଥିଲା 40.2 ଡିଗ୍ରୀ। ସେହିପରି ଟିଟିଲାଗଡ, ବଲାଙ୍ଗୀର, ବୈଦ୍ଧର ମଧ୍ୟ ଦିନ ତାପମାତ୍ର 40 ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବିଭିନ୍ନ ସହରର ତାପମାତ୍ର ହେଲା..ସେହିପରି ଆଜି ଭୁବନେଶ୍ବର ତାପମାତ୍ର ମଧ୍ୟ 37 ଡିଗ୍ରୀ ରହିଥିବା ବେଳେ ତାଳଚେରର ତାପମାତ୍ର ଥିଲା 38 ଡିଗ୍ରୀ।

Categories
ଅପରାଧ ଆଜିର ଖବର

ପରିବହନ ଏଏସଆଇଙ୍କ ଘରେ ଭିଜିଲାନ୍ସ, ମିଳିଲା 3ଟି ଦୁଇମହଲା କୋଠା ସହ ଆହୁରି କେତେ

କଟକ: ଆଜି ଭିଜିଲାନସ ଜଣେ ମୋଟର ଭେଇକଲ ବିଭାଗର ଏଏସଆଇଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ଝାରସୁଗୁଡା ଜିଲ୍ଲାରେ କାଯ୍ୟ କରୁଥିବା ଏଏସଆଇ ହରେକୃଷ୍ଣ ନାୟକ। ତାଙ୍କ ନିକଟରେ ଆୟ ବହିଃଭୂତ ସଂପତ୍ତି ଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଏକ କାଳିନ ଛଅଟି ସ୍ଥାନରେ ଏହି ଚଢାଉ କରାଯାଇଛି।

ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିରେ କଟକ, ପୁରୀ, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଖାନତଲାସ ଚାଲିଛି। ସେଗୁଡିକ ହେଲା

୧) କଟକ ମଙ୍ଗଳାବାଗ ଥାନା ଅଧିନସ୍ଥ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ ଶ୍ରୀ ନାୟକର ଏକ ଦୁଇ ମହଲା କୋଠା

୨) କୃଷ୍ଣପ୍ରସାଦ ଥାନା ଅଧିନରେ ଥିବା ତାଙ୍କ ଜନ୍ମସ୍ଥାନ ମାଲଦୁର ନୂତନ ଭାବରେ ନିର୍ମିତ କୋଠା

୩) ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକଙ୍କ ପରିବହନ କାର୍ଯ୍ୟାଳୟ

୪) ବିଜୁ ନଗର, ୱାର୍ଡ ନଂ -୯, ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକ ନାୟକଙ୍କ ଭଡା ଘର

୫) ଗଂଞ୍ଜାମର ଲାଞ୍ଜିପାଲ୍ଲୀ ଦୀପସାହିରେ ଥିବା ସମ୍ପର୍କୀୟ ଘର

୬. ବ୍ରହ୍ମପୁରର ରାମ ନାଗରରେ ଶ୍ରୀ ନାୟକଙ୍କ ନାମରେ ଥିବା ଗୋଟିଏ ଦ୍ୱି ମହଲା ବିଶିଷ୍ଟ କୋଠା

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇମହଲା ବିଶିଷ୍ଠ ତିନୋଟି ଘର ସହିତ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା, ସାତୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 3 ଏବଂ 4 ତାରିଖରେ ଦୁଇଦିନ ଧରି ଓଡିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ଏଥିସହିତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ମଧ୍ୟ ସତର୍କ ଜାରୀ କରାଯାଇଛି।

ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 3 ଏବଂ 4 ତାରିଖ ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପରୁ , ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 4 ଓ 5 ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୁଖ୍ୟତଃ ପଶ୍ଚିମା ଝଡ ଆଗମନର ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉର୍ମ-ଜଳୀୟବାଷ୍ପର ପ୍ରଭାବରେ, ୩ ରୁ୪ ଫେବୃଆରୀ ୨୦୨୨ ମଧ୍ୟରେ ଓଡିଶାର ଏହିସବୁ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି।

ଏହି ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏହି ପାଣିପାଗ ପ୍ରଭାବରେ ମୁଖ୍ୟତଃ କୃଷି କ୍ଷେତ୍ରରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିବ। ତେବେ ସାରା ଓଡିଶାର ନ ହୋଇ କେତେକ ଜିଲ୍ଲାରେ ଏହା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା।

ଗତି 4ଦିନ ଧରି ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଫଳରେ ସଂଧ୍ୟାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି। କେତେକ ସ୍ଥାନରେ ତୁଷାରପାତ ହେବାର ଜଣାପଡିଛି। ଫୁଲବାଣୀରେ ସବୁଠାରୁ ବେଶୀ ଶୀତ ଅନୁଭୂତ ହୋଇଛି। ତେବେ ଶୁକ୍ରବାର ପରେ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅନୁଗୁଳ ଓ ଝାରସୁଗୁଡାରେ ଦୁଇ ଦିନ ପାଇଁ ବାତିଲ ରହିବ ଏହି ଟ୍ରେନ

ଭୁବନେଶ୍ବର: ଉତ୍ତର କେନ୍ଦ୍ରୀୟ ରେଳପଥର ନୈନି ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଦୁଇ ଦିନ ପାଇଁ ବାତିଲ ରହିବ।

22805 ଭୁବନେଶ୍ୱର-ଆନନ୍ଦ ବିହାର ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରରୁ ଜାନୁୟାରୀ 1 ତାରିଖ  ଏବଂ ଜାନୁୟାରୀ 8 ତାରିଖ, 2022 ଦିନ ବାତିଲ ରହିବ।

22806 ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଆନନ୍ଦ ବିହାରରୁ ଜାନୁୟାରୀ 3 ତାରିଖ ଏବଂ ଜାନୁୟାରୀ 10 ତାରିଖ, 2022 ଦିନ ବାତିଲ ରହିବ।

ସେହିଭଳି ଆନନ୍ଦ ବିହାର (ଦିଲ୍ଲୀ) ରୁ ନନ୍ଦନକାନନ ଏକ୍ସପ୍ରେସ 12 ଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। 12816 ଆନନ୍ଦ ବିହାର-ପୁରୀ ନନ୍ଦନକାନନ ଏକ୍ସପ୍ରେସ ଆନନ୍ଦ ବିହାରରୁ ଡିସେମ୍ବର 30 ତାରିଖ 2021 ରୁ ଜାନୁୟାରୀ 10 ତାରିଖ 2022 ପର୍ଯ୍ୟନ୍ତ ମିରାଜପୁର ଷ୍ଟେସନକୁ ନଯାଇ ପ୍ରୟାଗରାଜ-ପ୍ରୟାଗରାଜ ରାମବାଗ-ଦିନ ଦୟାଲ ଉପାଧ୍ୟାୟ ଷ୍ଟେସନ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେଲା ଉଡ଼ାନ୍ ଉତ୍ସବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ବିମାନ ସେବାର ଲୋକତାନ୍ତ୍ରିକରଣ ହୋଇଛି, ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସୋମବାର ଦିନ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆୟୋଜିତ ଉଡ଼ାନ ଉତ୍ସବ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି।

ସେ କହିଥିଲେ ଯେ, ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଶ୍ରେଷ୍ଠ ଉଦାହରଣ ଏବଂ ଏହା ଉଡ଼ାନ ଯୋଜନାର ସବୁଠୁ ସଫଳ କାହାଣୀ। କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାର୍ଯ୍ୟ କଲେ କିଭଳି ଚମତ୍କାର ହୋଇପାରିବ, ଏହା ତାହାର ଏକ ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ସିନ୍ଧିଆ କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଦେଶର ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଝାରସୁଗୁଡ଼ା ବିମାନ ବନ୍ଦର ଦେଶର କେତୋଟି ହାତଗଣତି ବିମାନବନ୍ଦର ମଧ୍ୟରେ ସାମିଲ ହୋଇପାରିଥିଲା ଯେଉଁଠି ଭିନ୍ନ ସ୍ଥିତି ଦେଖିବାକୁ ମିଳିଥିଲା। ସାରା ଦେଶରେ ମହାମାରୀ କାରଣରୁ ଯାତ୍ରୀ ସଂଖ୍ୟା ୬୨ ପ୍ରତିଶତ ହ୍ରାସ ପାଇଥିଲା, ମାତ୍ର ଏହା ତୁଳନାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ମାତ୍ର ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଏହା ଏହି କ୍ଷେତ୍ର ଏବଂ ଜିଲ୍ଲାରେ ରହିଥିବା ବ୍ୟାପକ ସମ୍ଭାବନାକୁ ପ୍ରଦର୍ଶିତ କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଉଡ଼ାନ୍ ଯୋଜନାର ସଫଳତା ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଥିଲେ ଯେ, ସ୍ୱାଧୀନତା ପରବର୍ତ୍ତୀ ସାତ ଦଶନ୍ଧି ମଧ୍ୟରେ ଦେଶରେ ମାତ୍ର ୭୨ଟି ବିମାନ ବନ୍ଦର ନିର୍ମାଣ ହୋଇପାରିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ଷମ ନେତୃତ୍ୱରେ ୨୦୧୪ ପରଠାରୁ ବର୍ତ୍ତମାନସୁଦ୍ଧା ଦେଶରେ ବିମାନ ବନ୍ଦର ସଂଖ୍ୟା ୧୩୬ରେ ପହଞ୍ଚିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟାକୁ ୨୨୦ରେ ପହଞ୍ଚାଇବା ଲାଗି ଆମେ ଲକ୍ଷ୍ୟ ରଖିଛୁ। ଏଥିରେ ହେଲିପ୍ୟାଡ୍ ଏବଂ ୱାଟର ଏରୋଡ୍ରମ ସାମିଲ ରହିଛି। ଉଡ଼ାନ୍ ଯୋଜନା କାର୍ଯ୍ୟକାରୀ ହେବା ଫଳରେ  ଦେଶରେ ବିମାନ ମାର୍ଗ ଏବଂ ଏୟାରଲାଇନ୍ସ (ବିମାନ ଚଳାଚଳକାରୀ ସଂସ୍ଥା) ଗୁଡ଼ିକର ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ଶ୍ରୀ ସିନ୍ଧିଆ କହିଥିଲେ।

ଝାରସୁଗୁଡ଼ା ଭଳି ସମୃଦ୍ଧଶାଳୀ ଭୂଖଣ୍ଡର ବୈଭବ ଉପରେ ଆଲୋକପାତ କରି ଶ୍ରୀ ସିନ୍ଧିଆ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଶକ୍ତି କେନ୍ଦ୍ର। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜନ୍ମ ଦେଇଥିବା ଏ ମାଟି ପ୍ରାକୃତିକ ଏବଂ ସାଂସ୍କୃତିକ ସମ୍ପଦରେ ପରିପୂର୍ଣ୍ଣ। ତେଣୁ ଏଠାରେ ଉଡ଼ାନ୍ ମହୋତ୍ସବ ଆୟୋଜନ କରାଯିବା ଯଥାର୍ଥ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ବିମାନ ବନ୍ଦର ସମ୍ପ୍ରସାରଣ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀ ଠାରେ ଏକ ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ। ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ମନ୍ତ୍ରୀ ଦେଶର ବିଭିନ୍ନ ଭାଗରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବିମାନବନ୍ଦର ନିର୍ଦ୍ଦେଶକ/ଅଧିକାରୀ ଏବଂ ଉଡ଼ାନ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଇଣ୍ଡିଆନ ସ୍କୁଲ୍ ଅଫ ବିଜନେସ ପକ୍ଷରୁ କରାଯାଇଥିବା ‘ଉଡ଼ାନ ଯୋଜନାର ସାମାଜିକ-ଆର୍ଥିକ ପ୍ରଭାବ ଅଧ୍ୟୟନ ରିପୋର୍ଟ’କୁ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଉନ୍ମୋଚନ କରିଥିଲେ। ତାଙ୍କ ଉପସ୍ଥିତିରେ ଉଡ଼ାନ୍ ଏବଂ ମେକ୍ ମାଇଁ ଟ୍ରିପ୍ ମଧ୍ୟରେ ସହଭାଗୀ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଉଡ଼ାନ୍ ଲୋଗୋ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। କ୍ଷେତ୍ରୀୟ ଯୋଗାଯୋଗ ଯୋଜନା (ଆରସିଏସ) ଅଧୀନରେ ଶିଲଂ ଏବଂ ଦୀମାପୁର ମଧ୍ୟରେ ନୂତନ ଉଡ଼ାନ ବିମାନ ସେବାକୁ କେନ୍ଦ୍ର ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଝାରୀ, ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ରାଜୀବ ବଂଶଲ ଏବଂ ମନ୍ତ୍ରଣାଳୟ ଓ ବିମାନ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୨୦୦୦ ହୀରାକୁଦ ନଦୀ ବନ୍ଧ ବିସ୍ଥାପିତଙ୍କୁ ଯୋଗାଇ ଦିଆଯିବ ଘରଡିହ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାବାସୀଙ୍କ ପାଇଁ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ବାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।

ଏଥିସହିତ  ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି water treatment plant ର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ।

ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।

ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାର୍ବତୀଗିରି ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନ ର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆ ସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ମାର୍ଟ ହେଲ୍‌ଥ କାର୍ଡରେ ଝାରସୁଗୁଡା ଜିଲ୍ଲାର ୧ ଲକ୍ଷ ହିତାଧିକାରୀଙ୍କୁ ସୁବିଧା, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ। ବର୍ତ୍ତମାନ ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ।

ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମହାନ୍‌ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ତାଙ୍କର ଆଦର୍ଶ, ସଂଗ୍ରାମ ଓ ଦେଶପ୍ରେମ ଯୁଗ ଯୁଗ ଧରି ଆମକୁ ପ୍ରେରଣା ଦେଉଥିବ। ସ୍ବାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆ ସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର 40 ବର୍ଷୀୟା ମହିଳା ବୋଲି ଜଣାପଡିଥିବାବେଳେ ସେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ପୂ୍ର୍ବରୁ ଗତ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ 18 ବର୍ଷୀୟା ଯୁବତୀ ଥିବାବେଳେ ସେ କୋଲକତାରୁ ଫେରିଥିଲେ। ସେହିପରି ରାଜ୍ୟର 16ଟି ଜିଲ୍ଲାରେ ଏବେ କରୋନା ବ୍ୟାପି ସାରିଲାଣି।