Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ବରିଷ୍ଠ ବିଜେପି ନେତାଙ୍କ ଦେହାନ୍ତ, ଦଳର ଶୋକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜଣେ ସୁସଂଗଠକ ଭାବେ ପରିଚିତ ସ୍ୱର୍ଗତଃ ପ୍ରଧାନ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀ ମଣ୍ଡଳ ସଭାପତି ଭାବେ ଦାୟୀତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବା ପରେ ଜିଲ୍ଲା ସାଧାରଣ ସଂପାଦକ ଦାୟୀତ୍ୱକୁ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଥିଲେ ।

ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ସ୍ୱର୍ଗତଃ ପ୍ରଧାନ ନିଜ ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ଗୋସୁରକ୍ଷା ପାଇଁ କାର୍ଯ୍ୟରତ ସ୍ୱର୍ଗତଃ ପ୍ରଧାନ ନିଜ ଉଦ୍ୟମରେ ସତ୍ୟବାଦୀ ନିକଟରେ ଏକ ଗୋଶାଳା ପ୍ରତିଷ୍ଠା କରିଛନ୍ତି । ଜନସାଧାରଣଙ୍କ ପାଇଁ ସ୍ୱର୍ଗତଃ ପ୍ରଧାନଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।

ସ୍ୱର୍ଗତଃ ଶ୍ରୀ ପ୍ରଧାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କାର ଏବଂ ସ୍କୁଲ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ଜାତୀୟ ରାଜପଥରେ ଏକ ବସ୍ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍କୁଲ ବସରେ କୌଣସି ଛାତ୍ର ନଥିବା କୁହାଯାଉଛି। ବସଟି ଭୁଲ ଦିଗରୁ ଆସୁଥିଲା। ଏହି ପ୍ରସଙ୍ଗରେ ଟ୍ରାଫିକ ଅଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିନା ଫଳକରେ ଚାଲିଛି ରଣପୁର-ଦର୍ପନାରାୟଣପୁର ରାସ୍ତା କାମ: ପ୍ରତ୍ୟେହ ଦୁର୍ଘଟଣା ଘଟୁଥିବା ଅଭିଯୋଗ

ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ ରଣପୁର -ଦର୍ପନାରାୟଣପୁର ରାସ୍ତା ଏବେ ପ୍ରଶସ୍ତିକରଣ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ କାମ ଚାଲିଛି। ତେବେ ଉକ୍ତ କାମ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମାନୀ ଚରମ ସୀମାରେ ପହଂଚି ଥିବା ଦେଖିବାକୁ ମିଳିଛି। ଏପରିକି ବିନା ଫଳକରେ ଅତି ନିମ୍ମମାନର କାମ ହେଉଥିବା ବେଳେ ଅଧା ପନ୍ତରିଆ କାମ ଯୋଗୁଁ ପ୍ରତ୍ୟେହ ଦୁର୍ଘଟଣା ବଢିବାରେ ଲାଗିଛି। ଫଳରେ ଅଚଂଳବାସୀ ଅତିଷ୍ଠ ହୋଇପଡିଥିବା ଅଭିଯୋଗ ହେଉଛି।

ତେବେ ଗତ ଦେଢ ମାସ ତଳେ ଉକ୍ତ ରାସ୍ତାରେ ସାନଗଡ ଠାରେ ନିର୍ମାଣଧିନ ଏକ ଶଙ୍ଖ ଭିତରେ ପଡି ଜୈନିକ ବାଇକ ଚାଳକ ଅତି ଗୁରୁତର ହୋଇ ପଡିଥିବା ବେଳେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ। ସେହିପରି ଅନୁରୂପ ଭାବେ ଆଜି ଭୋର ୫ ଟାରେ ଏକ ବାଇକ ଆରୋହୀ ଉକ୍ତ ରାସ୍ତା ଦେଇ ନୟାଗଡ ଆଡୁ ରଣପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ହରିପୁର ଗାଁ ମୁଣ୍ଡରେ ଅଧା-ପନ୍ତରିଆ ଶଙ୍ଖ ଭିତରକୁ ଖସି ପଡିଥିଲେ। ସକାଳ ୮ ଟାରେ ଘଟଣା ସ୍ଥଳରେ ରଣପୁର ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ବାଇକ (ନମ୍ବର ଙଜ-୦୪-ଓ-୨୩୮୦) , ହେଲମେଟ ଓ ଚପଲ ଉଦ୍ଧାର କରିଥିଲେ। କିନ୍ତୁ ବାଇକ ଚାଳକଙ୍କର କୌଣସି ପତା ମିଳି ନ ଥିବା ପୁଲିସ ସୂତ୍ରରୁ ଜଣା୍ ଯାଇଛି। ତେବେ ଏହାର ଅନୁସନ୍ଧାନ ଜାରି ରହିଛି ବୋଲି ଏଏସଅ୍ଧବ ବିଶ୍ୱଭୂଷଣ ସିଂ କହିଛନ୍ତି।

ଅପରପକ୍ଷେ ହରିପୁର ଗାଁ ମୁଣ୍ଡରେ ଦୀର୍ଘ ମାସ ଧରି ନିର୍ମାଣଧିନ ଶଙ୍ଖ ଏବେ ଅଧା-ପନ୍ତରିଆ ଭାବେ ପଡି ରହିଥିବାରୁ ଏବଂ କୌଣସି ସଙ୍କେତ ଦିଆ ଯାଇ ନ ଥିବାରୁ ଅଜଣା ଯାନବାହନ ଓ ବାଇକ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଅନୁରୂପ ଭାବେ ଅଢେଇ ମାସ ତଳେ ଅସୁରକୁମାରୀ ନିକଟରେ ନିର୍ମାଣ ହେଉଥିବା ଶଙ୍ଖରେ ଏକ ବାଇକ ଦୁର୍ଘଟଣା ଘଟିଥିଲା।

ସେହିପରି ଅଧା ନିର୍ମାଣ ରାସ୍ତା ଯୋଗୁ ରାସ୍ତାରେ ପ୍ରବଳ ଧୂଳି ଉଡୁଛି, ଯାହା ଫଳରେ ଯାତ୍ରୀମାନେ ଅଣ ନିଶ୍ୱାସ ହେଇ ଯାଉଥିବା ଅଭିଯୋଗ ହେଉଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଦୀଜିବୀ ଓ ଅଚଂଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବ୍ରେକ୍ ଫେଲ ହେତୁ ଢାବାରେ ଧକ୍କା ଦେଲା ଟ୍ରକ୍, ୯ ମୃତ, ୨୦ ରୁ ଅଧିକ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେରେ ଏକ ବଡ଼ ଦୁର୍ଘଟଣାର ଖବର ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ-ଆଗ୍ରା ରାଜପଥରେ ବ୍ରେକ୍ ଫେଲ ହେତୁ ଏକ ଟ୍ରକ୍ ଢାବା ଭିତରକୁ ପସିଯାଇଥିଲା। ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ ମୃତ୍ୟୁ ସଂଖ୍ୟା ବଢିପାରେ।

Categories
ଆଜିର ଖବର ଜାତୀୟ ଖବର

ବାହୁଡା ଯାତ୍ରାରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ: ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର କୁମାରଘାଟରେ ଉଲଟା ରଥଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକଟ କରିଛନ୍ତି। ଶ୍ରୀ ମୋଦୀ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ:

‘‘କୁମାରଘାଟରେ ଘଟିଥିବା ଦୁର୍ଘଟଣା ଦୁଃଖଦାୟକ। ଏହି ଦୁର୍ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡ଼ିତମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’’।

‘‘ତ୍ରିପୁରାରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’’

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ପୁଣି ଏକ ଭୟଙ୍କର ଦୁର୍ଘଟଣା, ଗୋଟିଏ ପରିବାରର ୭ ଜଣ ସହିତ ୧୨ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଆଜି ଦିଗପହଣ୍ଡିରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଯୋଗୁଁ ଗୋଟିଏ ପରିବାରର ୭ଜଣ ସହିତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ପୁରୁଷ, ୪ ମହିଳା ଓ ୨ଜଣ ପିଲା ରହିଛନ୍ତି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ହସପିଟାଲରେ ଚିକିତ୍ସା କରାଯାଉଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣାରୁ ଜଣାପଡିଛି ଯେ ଓଏସଆରଟିସିର ଏକ ବସ କନ୍ୟାଯାତ୍ରୀଙ୍କ ବସ ସହିତ ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଛି। ସରକାରୀ ବସଟି ରାୟଗଡାରୁ ଭୁବନେଶ୍ବର ଆସୁଥିବା ବେଳେ କନ୍ୟାଯାତ୍ରୀ ବସଟି ବ୍ରହ୍ମପୁରରେ ଯାତ୍ରୀଙ୍କୁ ଛାଡି ଖଣ୍ଡଦେଉଳି ଯାଉଥିଲା।

Categories
ଆଞ୍ଚଳିକ

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଘଟୁଛି ଦୁର୍ଘଟଣା: ଗଭୀର ଖାଲରେ ପଡିଲେ ସ୍କୁଟି ଆରୋହୀ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ। ଠିକାଦାର ଚଳାଇଛନ୍ତି ମନମୁଖୀ କାର୍ଯ୍ୟ। ରାସ୍ତା କାମ ଠିକରେ ହେଉ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଠି ପୋଲ ପାଇଁ ଗାତ ଖୋଳା ଯାଉଛି ସେହି ଜାଗାକୁ ସଠିକ ଭାବେ ରେଡ ଫିତା ଦ୍ୱାରା ଚିହ୍ନଟ କରାଯାଉ ନାହିଁ।

ରାସ୍ତା କାର୍ଯ୍ୟ ମଧ୍ୟ ବହୁ ଧୀର ହେଉଥିବା ଅଭିଯୋଗ ହେଉଛି। ଠିକାଦାରଙ୍କ ମନମୁଖୀ ବେପରୁଆ କାର୍ଯ୍ୟ ପାଇଁ ବହୁ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଆଜି ସନ୍ଧ୍ୟାରେ ସାନଗଡ଼ ଠାରେ ନିର୍ମାଣଧୀନ ଥିବା କଲଭର୍ଟ ପାଇଁ ଖୋଳା ହୋଇଥିବା ଏକ ଗଭୀର ଖାଲରେ ଏକ ସ୍କୁଟି ପଡି ଚାଳକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି।

ସ୍କୁଟି ଆରୋହୀ ଜଣଙ୍କ ମାଳିସାହିର ସାଗର ବରାଡ଼ ବୋଲି ଜଣା ପଡିଛି। ସେ ମାଳି ସାହିରୁ ରଣପୁର ହଂସରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବେପରୁଆ ଠିକାଦାରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର

ରବିବାର ଦିନ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ, ହୋଇପାରେ ଦୁର୍ଘଟଣା

ମକର- ଆଜି ଆପଣ କାହାକୁ ହୃଦୟ ଭାଙ୍ଗିବା ଠାରୁ ରକ୍ଷା କରିପାରିବେ । ଆଜି ଏପରି ଏକ ଦିନ, ଯେତେବେଳେ ଆପଣ ଚାହୁଁଥିବା ଜିନିଷଗୁଡ଼ିକ ସେପରି ହେବ ନାହିଁ । ଗାଡି ପ୍ରତି ସାବଧାନ ରୁହନ୍ତୁ, ଦୁର୍ଘଟଣାର ସମ୍ଭାବନା ଅଛି। ଅନ୍ୟ କାହା ସହିତ ଝଗଡା କରନ୍ତୁ ନାହିଁ, ନଚେତ୍ ଆର୍ଥିକ କ୍ଷତି ପ୍ରାୟ ହୋଇପାରେ ।

ସିଂହ: – ନିବେଶ କରିବା ଏକ ଭଲ ଦିନ, କିନ୍ତୁ କେବଳ ଉପଯୁକ୍ତ ପରାମର୍ଶ ସହିତ ବିନିଯୋଗ କରନ୍ତୁ । ସାମାଜିକ କାର୍ଯ୍ୟରେ ପରିବାର ସହିତ ଯୋଗଦେବା ସମସ୍ତଙ୍କ ପାଇଁ ଏହା ଏକ ଭଲ ଅନୁଭୂତି ହେବ । ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ ଏବଂ  ସହଜରେ ଅନ୍ୟ ଲିଙ୍ଗର ଲୋକଙ୍କୁ ତୁମ ଆଡକୁ ଆକର୍ଷିତ କରିବ । ଯଦି ଆପଣ ସପିଂ କରିବାକୁ ଯାଆନ୍ତି, ଅତ୍ୟଧିକ ପକେଟ ଖୋଲିବାକୁ ଏଡ଼ାନ୍ତୁ ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ତହସିଲଦାରଙ୍କ ମହାନତା: ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ନେଲେ ହସ୍ପିଟାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲଦାର ଏକ ମହତ୍ତ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ବାଇକ ଚାଳକଙ୍କୁ ଚିଲିକା ତହସିଲଦାର ଉଦ୍ଧାର କରି ନିଜ ଗାଡି ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ କରଡି ଛକ ଠାରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣାରେ ଉଭୟ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ବରଡି ଗ୍ରାମର ଜଣେ ୫୦ ବର୍ଷୀୟ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ଠିକ ସେହି ସମୟରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଫିଲଡ଼ କାମ ସାରି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଉକ୍ତ ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିସହିତ ଉଭୟ ବାଇକ ଚାଳକଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିଲେ। ତହସିଲଦାରଙ୍କ ଏଭଳି ମହତ କାର୍ଯ୍ୟକୁ ଆହତ ବୃଦ୍ଧା ସାଧୁବାଦ ଜଣାଇବା ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ପରିବାର ପ୍ରତିପୋଷଣ ପାଇଁ ଚିଲିକାରୁ ଓମାନ ଯାଇଥିଲେ ତିନି ଶ୍ରମିକ: ଦୁର୍ଘଟଣାରେ ଚାଲିଗଲା ଜୀବନ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ଶ୍ରମିକ ପରିବାର ପ୍ରତିପୋଷଣ ନିମିତ୍ତ ବାହାର ଦେଶକୁ ଯାଉଥିବା ବେଳେ ସେଠାରେ ବହୁ ସମସ୍ୟାକୁ ନେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିଭଳି ବାଣପୁର ଥାନା ଅଧିନସ୍ଥ ମୁକ୍ତାଦେଇପୁର ଗ୍ରାମର ଵାଲା ମୁଦୁଲି (୫୦ ବର୍ଷ), ବାଲୁଗାଁ ଥାନା ଅଧିନସ୍ଥ ପ୍ରାଣଦେଇପୁର ଗ୍ରାମର ତପନ ବେହେରା (୪୬ବର୍ଷ), ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ରଘୁନାଥପୁର ଗ୍ରାମର ପଠାଣି ବେହେରା ଓମାନ ଦେଶର ଗୁଲଫର ଇଞ୍ଜିନିଅୟରି ଏଲଏଲସି କମ୍ପାନୀରେ କାର୍ଯ୍ୟରତ ଥିଲେ। ଫେବୃୟାରୀ ୧୭ ତାରିଖ ଦିନ ସମୁଦାୟ ୫୩ ଜଣ ଶ୍ରମିକ ବସ ମାଧ୍ୟମରେ ଆକାବା କଣ୍ଟାବରୁ ବୁଷ୍ଟାନ କବିର ରୋଡ଼ ଯାଉଥିଲେ। ଉକ୍ତ ବସଟି ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା ସମୟରେ ରୋଡରୁ ବହୁ ତଳକୁ ବସଟି ଖସି ପଡିଥିଲା।

ଓମାନ ପୋଲିସର ରିପୋର୍ଟ ମୁତାବକ ସେଠାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ତିନିଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଥିଲା। ସେମାନଙ୍କ ମୃତ ଦେହ ଓଡିଶାକୁ ଆଣିବା ପାଇଁ ପରିବାର ଲୋକ ଚିନ୍ତାରେ ପଡିବା ସହ ରୋଜଗା କ୍ଷମ ଲୋକଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି।

ବାଣପୁର ଅଂଚଳର ଚମ୍ପାଦେଇପୁର ଗ୍ରାମର ସମାଜ ସେବୀ ତଥା ଭାରତୀୟ ଜୀବନବୀମା ନିଗମ ପୁରୀ ଶାଖାରେ କାର୍ଯ୍ୟରତ ବାବୁଲି କୁମାର ସାହୁ କମ୍ପାନୀର ମାନବ ସମ୍ବଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଇଭି ସାମଲ କୁମାର, ଭାରତୀୟ ଦୁତାବସର ଅଧିକାରୀ ରେଣୁ ଗୌତମଙ୍କ ସହ ଦୀର୍ଘ ପାଞ୍ଚ ଦିନ ଧରି ଯୋଗାଯୋଗ କରିବା ପରେ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇ ଶେଷରେ ୨୧ ତାରିଖରେ ମସ୍କଟରୁ ଦିଲ୍ଲୀ ଓ ୨୨ ତାରିଖରେ ଦିଲ୍ଲୀରୁ କୋଲକତା ଫ୍ଲାଇଟ ମାଧ୍ୟମରେ ମୃତ ଦେହ ପହଁଚିଥିଲା। ଏବଂ ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ତିନିଜଣଙ୍କ ମୃତ ଦେହ ନିଜ ଗ୍ରାମରେ ପହଂଚିବାର ବ୍ୟବସ୍ଥା ହୋଇଛି।

ଦୀର୍ଘ ଦଶ ବର୍ଷ ଧରି ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ କମ୍ପାନୀ ତରଫରୁ ସମସ୍ତ ପ୍ରକାର ବୀମା ଓ ବକେୟା ପ୍ରାପ୍ୟ ଯଥା ସମ୍ଭବ ପ୍ରଦାନ କରିବେ ବୋଲି ଓମାନ ଦେଶର ଶ୍ରମ ବିଭାଗ ପ୍ରତିଶୃତି ଦେଇଛି। ସେମାନଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଭାଙ୍ଗି ଚୁରମାର, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଏବଂ ଆଇରନ ଡଷ୍ଟ ବୋଝେଇ ଟ୍ରକ ମଧ୍ୟରେ ବେଲପଡା ଛକ ଠାରେ ଧକ୍କା ହୋଇଥିଲା। ଆଇରନ ଡଷ୍ଟ ବୋଝେଇ ଗାଡ଼ି ଟି ରଡ଼ ବୋଝେଇ ଟ୍ରକ କୁ ପଛପଟୁ ଶକ୍ତ ଧକ୍କା ଦେବାରୁ ଡଷ୍ଟ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଗାଡିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡିର କ୍ୟାବିନ କୁ ଗ୍ୟାସ କଟର ମାଧ୍ୟମରେ କାଟି ତନ୍ମଧ୍ୟରୁ ଚାପି ହୋଇ ରହିଥିବା ଗାଡ଼ି ଚାଳକ ଓ ହେଲ୍ପର ଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ କୁ ଭର୍ତ୍ତି କରିଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦ୍ବୟ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଯଦି ଘରର ଏହି ଦୁଇଟି ସ୍ଥାନ ସଫା ନ ରଖନ୍ତି ତେବେ ରାହୁ ହେବେ ସକ୍ରିୟ, ପରିବାର ହେବ ରୋଗାଗ୍ରସ୍ତ

ନୂଆଦିଲ୍ଲୀ: ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ। ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି। ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି ଘରର ଅନେକ ସ୍ଥାନରେ ରହିଥାଏ। କିନ୍ତୁ ଯଦି ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଷ୍କାର ରଖାଯାଏ ନାହିଁ, ତେବେ ରାହୁଙ୍କ ରାଶିର ଅବସ୍ଥା ସଠିକ୍ ହୋଇଥିଲେ ମଧ୍ୟ ରାହୁଙ୍କ କୋପ ଆରମ୍ଭ ହୁଏ।

ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ କ’ଣ ଏବଂ ସେମାନଙ୍କୁ କୌଣସି ପ୍ରକାରେ ସଫା ରଖିପାରେ।

୧- ଶୌଚାଳୟ ହେଉଛି ରାହୁଙ୍କର ମୁଖ୍ୟ ସ୍ଥାନ। ଏହି କାରଣରୁ ପୂର୍ବେ ଘରେ ଶୌଚାଳୟ ରଖାଯାଉ ନ ଥିଲା। ତା’ପରେ, ଯେତେବେଳେ ଘରେ ଶୈୌଚାଳୟ ରଖିବାର ପରମ୍ପରା ଆରମ୍ଭ ହେଲା, ଆମେ ଘର ପଛରେ ଟିକିଏ ଦୂରରେ ଶୌଚାଳୟ ନିର୍ମାଣ କରୁଥିଲୁ, କିନ୍ତୁ ଆଜିକାଲି ଘର ଭିତରେ ନିଜେ ଶୌଚାଳୟ ନିର୍ମାଣ କରାଯାଉଛି। ତେବେ ଏହାକୁ ସଫା ନ ରଖିବା କିମ୍ବା ଶୌଚାଳୟ ଭିତରେ ଭଙ୍ଗା ଜିନିଷ ରଖିବା କ୍ଷତିକାରକ।

୨- ଯଦି ଆପଣଙ୍କର ଶୌଚାଳୟଟି ଉତ୍ତର-ପୂର୍ବରେ ନିର୍ମିତ ହୋଇଛି, ତେବେ ଏହା ଅନେକ କ୍ଷତି ଏବଂ ଅଶାନ୍ତି ସୃଷ୍ଟି କରିଥାଏ। ପ୍ରଥମ ସହାୟତା ଭାବରେ, ବାହାରେ ସିଂହ ଶିକାର କରିବାର ଚିତ୍ର ରଖନ୍ତୁ। ଯଦି ଦକ୍ଷିଣ କିମ୍ବା ପଶ୍ଚିମ ଆଡକୁ ଥାଏ ତେବେ ଶୌଚାଳୟରେ ନିର୍ମାଣ ଉପଯୁକ୍ତ ଅଟେ।

୩- ବାସ୍ତୁ ଶାସ୍ତ୍ର ଅନୁସାରେ ବାଥରୁମରେ ଚନ୍ଦ୍ରଙ୍କ ପ୍ରଭାବ ଏବଂ ଶୌଚାଳୟରେ ରାହୁଙ୍କ ପ୍ରଭାବ ଥାଏ। ଯଦି ଚନ୍ଦ୍ର ଏବଂ ରାହୁ ଗୋଟିଏ ସ୍ଥାନରେ ମିଳିତ ହୁଅନ୍ତି ତେବେ ଏହା ଚନ୍ଦ୍ରଗ୍ରହଣ ଯୋଗ କରିଥାଏ। ଏହା ଚନ୍ଦ୍ରକୁ ଭ୍ରଷ୍ଟ କରିଥାଏ। ଚନ୍ଦ୍ର ଦୂଷିତ ହେବା ମାତ୍ରେ ଅନେକ ପ୍ରକାରର ତ୍ରୁଟି ଘଟିବାକୁ ଲାଗେ, କାରଣ ଚନ୍ଦ୍ର ମନ ଏବଂ ଜଳର କାରଣ ହୋଇଥିବା ବେଳେ ରାହୁ ବିଷକୁ ବିବେଚନା କରାଯାଏ ଯାହା ମସ୍ତିଷ୍କକୁ ନଷ୍ଟ କରିଥାଏ। ଏହି ପଦ୍ଧତି ସହିତ ଜଳ ବିଷାକ୍ତ ହୋଇଯାଏ। ଯାହାର ପ୍ରଭାବ ପ୍ରଥମେ ବ୍ୟକ୍ତିଙ୍କ ମନରେ ଏବଂ ଦ୍ୱିତୀୟରେ ତାଙ୍କ ଶରୀର ଉପରେ ପଡିଥାଏ।

୪- ଶୌଚାଳୟକୁ ସଫା, ଶୁଷ୍କ ଏବଂ ସୁନ୍ଦର ରଖନ୍ତୁ। ଯଦି ଏହାର ସୁଗନ୍ଧିତ ପରିବେଶ ଅଛି ତେବେ ରାହୁଙ୍କୁ ଦାୟୀ କରାଯିବ ନାହିଁ। ଏଥିପାଇଁ ଆପଣ ଶୌଚାଳୟର କିଛି କୋଣରେ ଗନ୍ଧକ କିମ୍ବା ଏକ କପ୍ ଲୁଣକୁ ଏକ ଗ୍ଲାସ୍ ପାତ୍ରରେ ରଖିବା ଉଚିତ୍।

ସିଡି/ପାହାଚ

୧- ରାହୁଙ୍କ ଦ୍ୱିତୀୟ ସ୍ଥାନ ସିଡ଼ିରେ ଅଛି। ଯଦି ପାହାଚ ଭାଙ୍ଗିଯାଏ କିମ୍ବା ମଇଳା ହୁଏ ତେବେ ରାହୁ ସକ୍ରିୟ ରହିବେ। ଯଦି ପାହାଚଗୁଡିକ ସଫା, ପରିଷ୍କାର ଏବଂ ସୁନ୍ଦର ନୁହେଁ ତେବେ ସେଠାରେ ରାହୁ ସକ୍ରିୟ ହୋଇ ଜୀବନରେ ଅଶାନ୍ତି ସୃଷ୍ଟି କରନ୍ତି। ଶତ୍ରୁମାନେ ସକ୍ରିୟ ହୁଅନ୍ତି ଏବଂ ବ୍ୟକ୍ତି ମଧ୍ୟ ଋଣ ଦ୍ୱାରା ଘାଣ୍ଟି ହୋଇଥାନ୍ତି।

୨- ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପାହାଚ ନିର୍ମାଣ କରନ୍ତୁ। ଉତ୍ତର-ପୂର୍ବରେ କେବେବି ସିଡ଼ି ନିର୍ମାଣ କରନ୍ତୁ ନାହିଁ। କିନ୍ତୁ ଯଦି ଏହା ଭୁଲ ଦିଗରେ ତିଆରି ହୋଇଛି, ତେବେ ଅତି କମରେ ଏହାକୁ ସଫା ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଦୁର୍ଘଟଣା ପାଇଁ ଦାୟୀ କେଉଁ ଗ୍ରହ: ଜାଣନ୍ତୁ ଓ କରନ୍ତୁ ମହାଉପାୟ

ନୂଆଦିଲ୍ଲୀ: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ?

– ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।

– ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।

– ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।

– ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ:

– ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

– ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।

– ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ।

– ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ:

– ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ।

– ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ।

– ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ।

ଉପାୟ:

– ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ।

– ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ

– ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ।

– ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ।

– ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ।

– ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ:

– ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ।

– ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି।

– ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ:

– ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।

– ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ

– ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।

– ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଦୁର୍ଘଟଣା ପାଇଁ ଦାୟୀ କେଉଁ ଗ୍ରହ, ଜାଣନ୍ତୁ ଓ କରନ୍ତୁ ମହା ଉପାୟ

ଜ୍ୟୋତିଷ ଶାସ୍ତ୍ର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି। ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ?

– ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ।

– ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ।

– ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ।

– ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ।

ଉପାୟ

– ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

– ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।

– ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ।

– ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ:

– ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ।

– ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ।

– ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ।

ଉପାୟ

– ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ।

  • ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ।
  • ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ।
  • ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ।
  • ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ।
  •  ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ :

  • ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ।
  • ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି।
  • ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ

  • ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।
  • ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ।
  • ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।
  • ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।
Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆପଣ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି କି? ତେବେ ଜାଣନ୍ତୁ କାରଣ ଆଉ ନିରାକରଣ

ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ,। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି।

ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି। ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ?

ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ।

ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ।

ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ।

ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ।

ଉପାୟ

ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।

ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ।

ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ:

ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ।

ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ।

ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ।

ଉପାୟ

ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ।

ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ

ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ।

ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ

ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ।

ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ:

ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ।

ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି।

ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ

ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।

ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ

ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।

ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଯଦି ଘରର ଏହି ଦୁଇଟି ସ୍ଥାନ ସଫା ନ ରଖନ୍ତି ତେବେ ରାହୁ ହେବେ ସକ୍ରିୟ, ପରିବାର ହେବ ରୋଗାଗ୍ରସ୍ତ

ନୂଆଦିଲ୍ଲୀ: ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ। ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି। ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି ଘରର ଅନେକ ସ୍ଥାନରେ ରହିଥାଏ। କିନ୍ତୁ ଯଦି ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଷ୍କାର ରଖାଯାଏ ନାହିଁ, ତେବେ ରାହୁଙ୍କ ରାଶିର ଅବସ୍ଥା ସଠିକ୍ ହୋଇଥିଲେ ମଧ୍ୟ ରାହୁଙ୍କ କୋପ ଆରମ୍ଭ ହୁଏ।

ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ କ’ଣ ଏବଂ ସେମାନଙ୍କୁ କୌଣସି ପ୍ରକାରେ ସଫା ରଖିପାରେ।

୧- ଶୌଚାଳୟ ହେଉଛି ରାହୁଙ୍କର ମୁଖ୍ୟ ସ୍ଥାନ। ଏହି କାରଣରୁ ପୂର୍ବେ ଘରେ ଶୌଚାଳୟ ରଖାଯାଉ ନ ଥିଲା। ତା’ପରେ, ଯେତେବେଳେ ଘରେ ଶୈୌଚାଳୟ ରଖିବାର ପରମ୍ପରା ଆରମ୍ଭ ହେଲା, ଆମେ ଘର ପଛରେ ଟିକିଏ ଦୂରରେ ଶୌଚାଳୟ ନିର୍ମାଣ କରୁଥିଲୁ, କିନ୍ତୁ ଆଜିକାଲି ଘର ଭିତରେ ନିଜେ ଶୌଚାଳୟ ନିର୍ମାଣ କରାଯାଉଛି। ତେବେ ଏହାକୁ ସଫା ନ ରଖିବା କିମ୍ବା ଶୌଚାଳୟ ଭିତରେ ଭଙ୍ଗା ଜିନିଷ ରଖିବା କ୍ଷତିକାରକ।

୨- ଯଦି ଆପଣଙ୍କର ଶୌଚାଳୟଟି ଉତ୍ତର-ପୂର୍ବରେ ନିର୍ମିତ ହୋଇଛି, ତେବେ ଏହା ଅନେକ କ୍ଷତି ଏବଂ ଅଶାନ୍ତି ସୃଷ୍ଟି କରିଥାଏ। ପ୍ରଥମ ସହାୟତା ଭାବରେ, ବାହାରେ ସିଂହ ଶିକାର କରିବାର ଚିତ୍ର ରଖନ୍ତୁ। ଯଦି ଦକ୍ଷିଣ କିମ୍ବା ପଶ୍ଚିମ ଆଡକୁ ଥାଏ ତେବେ ଶୌଚାଳୟରେ ନିର୍ମାଣ ଉପଯୁକ୍ତ ଅଟେ।

୩- ବାସ୍ତୁ ଶାସ୍ତ୍ର ଅନୁସାରେ ବାଥରୁମରେ ଚନ୍ଦ୍ରଙ୍କ ପ୍ରଭାବ ଏବଂ ଶୌଚାଳୟରେ ରାହୁଙ୍କ ପ୍ରଭାବ ଥାଏ। ଯଦି ଚନ୍ଦ୍ର ଏବଂ ରାହୁ ଗୋଟିଏ ସ୍ଥାନରେ ମିଳିତ ହୁଅନ୍ତି ତେବେ ଏହା ଚନ୍ଦ୍ରଗ୍ରହଣ ଯୋଗ କରିଥାଏ। ଏହା ଚନ୍ଦ୍ରକୁ ଭ୍ରଷ୍ଟ କରିଥାଏ। ଚନ୍ଦ୍ର ଦୂଷିତ ହେବା ମାତ୍ରେ ଅନେକ ପ୍ରକାରର ତ୍ରୁଟି ଘଟିବାକୁ ଲାଗେ, କାରଣ ଚନ୍ଦ୍ର ମନ ଏବଂ ଜଳର କାରଣ ହୋଇଥିବା ବେଳେ ରାହୁ ବିଷକୁ ବିବେଚନା କରାଯାଏ ଯାହା ମସ୍ତିଷ୍କକୁ ନଷ୍ଟ କରିଥାଏ। ଏହି ପଦ୍ଧତି ସହିତ ଜଳ ବିଷାକ୍ତ ହୋଇଯାଏ। ଯାହାର ପ୍ରଭାବ ପ୍ରଥମେ ବ୍ୟକ୍ତିଙ୍କ ମନରେ ଏବଂ ଦ୍ୱିତୀୟରେ ତାଙ୍କ ଶରୀର ଉପରେ ପଡିଥାଏ।

୪- ଶୌଚାଳୟକୁ ସଫା, ଶୁଷ୍କ ଏବଂ ସୁନ୍ଦର ରଖନ୍ତୁ। ଯଦି ଏହାର ସୁଗନ୍ଧିତ ପରିବେଶ ଅଛି ତେବେ ରାହୁଙ୍କୁ ଦାୟୀ କରାଯିବ ନାହିଁ। ଏଥିପାଇଁ ଆପଣ ଶୌଚାଳୟର କିଛି କୋଣରେ ଗନ୍ଧକ କିମ୍ବା ଏକ କପ୍ ଲୁଣକୁ ଏକ ଗ୍ଲାସ୍ ପାତ୍ରରେ ରଖିବା ଉଚିତ୍।

ସିଡି/ପାହାଚ

୧- ରାହୁଙ୍କ ଦ୍ୱିତୀୟ ସ୍ଥାନ ସିଡ଼ିରେ ଅଛି। ଯଦି ପାହାଚ ଭାଙ୍ଗିଯାଏ କିମ୍ବା ମଇଳା ହୁଏ ତେବେ ରାହୁ ସକ୍ରିୟ ରହିବେ। ଯଦି ପାହାଚଗୁଡିକ ସଫା, ପରିଷ୍କାର ଏବଂ ସୁନ୍ଦର ନୁହେଁ ତେବେ ସେଠାରେ ରାହୁ ସକ୍ରିୟ ହୋଇ ଜୀବନରେ ଅଶାନ୍ତି ସୃଷ୍ଟି କରନ୍ତି। ଶତ୍ରୁମାନେ ସକ୍ରିୟ ହୁଅନ୍ତି ଏବଂ ବ୍ୟକ୍ତି ମଧ୍ୟ ଋଣ ଦ୍ୱାରା ଘାଣ୍ଟି ହୋଇଥାନ୍ତି।

୨- ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପାହାଚ ନିର୍ମାଣ କରନ୍ତୁ। ଉତ୍ତର-ପୂର୍ବରେ କେବେବି ସିଡ଼ି ନିର୍ମାଣ କରନ୍ତୁ ନାହିଁ। କିନ୍ତୁ ଯଦି ଏହା ଭୁଲ ଦିଗରେ ତିଆରି ହୋଇଛି, ତେବେ ଅତି କମରେ ଏହାକୁ ସଫା ରଖନ୍ତୁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଡକ ନିରାପତ୍ତା, ଜରୁରୀକାଳୀନ ସେବା ପରିଚାଳନାରେ ଜିଆଇଏସ ର ଗୁରୁତ୍ବପୂର୍ଣ୍ଣ ଭୂମିକା

ସନ୍ଦେଶ ନାୟକ, ଆଇଏଏସ

ବିକାଶଶୀଳ ରାଷ୍ଟ୍ରରେ ସଡକ ଦୁର୍ଘଟଣା ଏବଂ ତତ୍‌ଜନିତ ଜରୁରୀ ସୂଚନା ତଥା ସେବାର ଅଭାବ ଲୋକଙ୍କ ଜୀବନହାନିର ପ୍ରମୁଖ କାରଣ। ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିଥାଏ। ତେଣୁ ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସେ ଖବର ପାଇ ଆହତକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା ଯୋଗାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ସଡକ ଦୁର୍ଘଟଣାରେ ଆହତଙ୍କୁ ଯଥା ସମ୍ଭବ ଶୀଘ୍ର ଉଦ୍ଧାର କରି ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାର ପ୍ରସ୍ତୁତି ଓ ବ୍ୟବସ୍ଥା ତଥା ତତ୍‌ସଂକ୍ରାନ୍ତ ଟେକ୍‌ନୋଲୋଜିର ଉପଲବ୍ଧତା ବିଶେଷ ଗୁରୁତ୍ୱ ରଖେ। ଏହା ଦ୍ୱାରା ଆହତମାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇବା ସହିତ ଅନେକଙ୍କୁ ସ୍ଥାୟୀଭାବେ ବିକଳାଙ୍ଗ ହେବାରୁ ରକ୍ଷା କରାଯାଇପାରେ। ତେଣୁ ସଡକ ଦୁର୍ଘଟଣାରେ ଆହତକୁ ତତ୍‌କାଳ ପ୍ରାଥମିକ ଚିକିତ୍ସା ବା ଫାଷ୍ଟଏଡ୍ ସେବା ଦେବା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଏଥିପାଇଁ “ଫାଷ୍ଟ ଏଡ୍‌” ଉପକରଣ ଓ ସାମଗ୍ରୀ ଉପଲବ୍ଧ କରାଇବା ବିଶେଷ ଗୁରୁତ୍ୱ ରଖେ। ଏହାବ୍ୟତୀତ ଜରୁରୀକାଳୀନ ଚିକିତ୍ସା ଯୋଗାଣ ସୁବିଧା ଏ କ୍ଷେତ୍ରରେ ମଧ୍ୟ ଉଲ୍ଲେଖଯୋଗ୍ୟ। ଦୁର୍ଘଟଣାସ୍ଥଳରୁ ଜରୁରୀକାଳୀନ ଚିକିତ୍ସା ଯୋଗାଣ କେନ୍ଦ୍ର ଓ ହସ୍‌ପିଟାଲର ଦୂରତ୍ୱ କେତେ ଏବଂ କେତେ ସମୟ ମଧ୍ୟରେ ଆହତଙ୍କୁ ସେଠାରେ ପହଞ୍ଚାଇ ହେବ ତାହା ଉପରେ ମଧ୍ୟ ଆହତଙ୍କ ଜୀବନ ମୃତ୍ୟୁ ପ୍ରସଙ୍ଗ ନିର୍ଭରଶୀଳ। ବିଳମ୍ବରେ ହସ୍‌ପିଟାଲରେ ପହଞ୍ôଚବା ବେଳକୁ ଅନେକ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଥାଏ କିମ୍ବା ସେମାନେ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଥାନ୍ତି।

ରାଜସ୍ଥାନରେ ସଡକ ଦୁର୍ଘଟଣାରେ ମୃତ୍ୟୁହାର ହ୍ରାସ କରିବାରେ ଭୌଗୋଳିକ ସୂଚନା ସେବା(ଜୋଗ୍ରାଫିକ୍ ଇନ୍‌ଫରମେସନ ସିଷ୍ଟମ ବା ଜିଆଇଏସ୍‌)କିପରି ସହାୟକ ହୋଇଛି ତାହା ଏହି ପରିପ୍ରେକ୍ଷୀରେ ବିଚାର୍ଯ୍ୟ। ରାଜସ୍ଥାନର ପରିବହନ ବିଭାଗର ତଥ୍ୟ ଅନୁସାରେ ୨୦୧୮ରେ ରାଜ୍ୟରେ ୨୧,୭୪୩ ସଡକ ଦୁର୍ଘଟଣାରେ ୧୦, ୪୪୪ ଲୋକଙ୍କର ମୃତ୍ୟୁ ଘଟିଥିଲା। ରାଜସ୍ଥାନରେ ମୋଟ ସଡକ ବ୍ୟବସ୍ଥାରେ ୩.୮ ଶତାଂଶ ଜାତୀୟ ରାଜପଥ।

ତେବେ ଜାତୀୟ ରାଜପଥରେ ହିଁ ଦୁର୍ଘଟଣା ଓ ମୃତ୍ୟୁହାର ତୁଳନାତ୍ମକ ଭାବେ ବହୁ ଅଧିକ। ତଥ୍ୟ ଅନୁସାରେ ରାଜସ୍ଥାନରେ ଘଟୁଥିବା ସଡକ ଦୁର୍ଘଟଣା ମଧ୍ୟରୁ ଜାତୀୟ ରାଜପଥରେ ୩୦.୯ ଶତାଂଶ ଘଟିଥାଏ ଏବଂ ସେଥିରେ ମୃତ ଲୋକଙ୍କ ଅନୁପାତ ୩୭.୫ ପ୍ରତିଶତ। ଆଞ୍ଚଳିକ ବା ପ୍ରାଦେଶିକ ସଡକରେ ଜାତୀୟ ରାଜପଥ ତୁଳନାରେ କମ୍ ଦୁର୍ଘଟଣା ସେଠାରେ ଘଟେ। ୨୦୧୮ରେ ରାଜ୍ୟରେ ଘଟିଥିବା ସଡକ ମୋଟ ଦୁର୍ଘଟଣା  ମଧ୍ୟରୁ  ୨୪ ଶତାଂଶ କେବଳ ବିଭିନ୍ନ ଛକ ଜାଗାରେ ଘଟିଥିଲା। ରାଜ୍ୟର ରାଜଧାନୀ ଜୟପୁରରେ ସଡକ ଦୁର୍ଘଟଣା ହାର ସର୍ବାଧିକ ଏବଂ ଏଥିରେ ମୃତକ ସଂଖ୍ୟା ସେ ବର୍ଷ ଥିଲା ୧୨. ୩୨ ପ୍ରତିଶତ।

ଜିଆଇଏସ୍ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବାରେ ବିଶେଷ ଉପଯୋଗୀ ମାଧ୍ୟମ ସାବ୍ୟସ୍ତ ହୋଇଛି। କାରଣ ନିକଟବର୍ତ୍ତୀ ହସପିଟାଲକୁ ତୁରନ୍ତ ଏହା ଠାବ କରି ଆହତକୁ ସେଠାରେ ଯଥାଶୀଘ୍ର ପଠାଇବା କ୍ଷେତ୍ରରେ ସହାୟକ ହେଉଛି। ସଡକ ସମୂହରେ ବିଭିନ୍ନ ସ୍ଥାନରେ ବ୍ଲାକସ୍ପଟ୍ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଥାଏ। ସେଠାରେ ବାରମ୍ବାର ଦୁର୍ଘଟଣା ଘଟିଥାଏ। ତେଣୁ ଏସବୁ ବ୍ଲାକସ୍ପଟର ଅନତି ଦୂରରେ ଜରୁରୀକଳୀନ ଚିକିତ୍ସା ସୁବିଧା ବ୍ୟବସ୍ଥା ରହିବା ଉଚିତ।

ଏହାଛଡା ଏହି ସ୍ଥାନରୁ ସବୁଠୁ ପାଖରେ କେଉଁଠି ହସ୍‌ପିଟାଲ ଅଛି  ତାହା ଜାଣିବାକୁ ଏବଂ ଅବିଳମ୍ବେ ଆହତଙ୍କୁ ସେଠାକୁ ନେବାରେ ଜିଆଇଏସ୍ ତଥ୍ୟ ମାଧ୍ୟମରେ ସହାୟତା ଯୋଗାଉଛି। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯିବ ଓ ଜରୁରୀକାଳିନୀ ଚିକିତ୍ସା ସେବା ଯୋଗାଇ ଦେଇ ହେବ, ଆହତଙ୍କ ମୃତ୍ୟୁ ଓ ପଙ୍ଗୁ ହାର ସେତେ କମିବ।

ସଡକର ସ୍ଥିତି ଏବଂ ଏଥି ସହିତ ସମ୍ପୃକ୍ତ ବିଭିନ୍ନ କାରଣଗୁଡିକୁ ଭଲଭାବେ ବୁଝିବାରେ ଜିଆଇଏସ୍ ବିଶେଷ ସହାୟକ ହୋଇଥାଏ। ଜିଆଇଏସ୍ ଟୁଲ୍ସରେ ସଡକ ସଂକ୍ରାନ୍ତ ବିଭିନ୍ନ ତଥ୍ୟାବଳୀ ଉପଲବ୍ଧ ହୋଇଥାଏ। କେଉଁଠି ରାସ୍ତା ବିପଦ ସଙ୍କୁଳ, ଦୁର୍ଘଟଣାର ଆଶଙ୍କା   ଅଧିକ ରହିଛି, ସେସବୁ ତଥ୍ୟ ସ୍ପଷ୍ଟଭାବେ ଏହି ବ୍ୟବସ୍ଥାରୁ ମିଳିଥାଏ । ଆହୁରି ମଧ୍ୟ ଦୁର୍ଘଟଣା ଘଟିବା ମାତ୍ରେ ଜିଆଇଏସ୍ ଭିତ୍ତିକ ଆପ୍ ତୁରନ୍ତ ଜରୁରୀକାଳୀନ ଯାନ ସେବାକୁ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର ମାଧ୍ୟମରେ ସତର୍କ ସୂଚନା/ ଏସ୍‌ଓଏସ୍ ପଠାଇଥାଏ । ‘ଅଭୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର’ ଭଳି କେନ୍ଦ୍ରମାନ ଜରୁରୀକାଳୀନ ଉଦ୍ଧାରକାରୀ ଯାନକୁ ସବୁଠୁ ଦ୍ରୁତ ଓ ପ୍ରତିବନ୍ଧକ ହୀନ ମାର୍ଗରେ ଯିବାକୁ ବାଟ ବତାଇଥାଏ ।

ଆହୁରି ମଧ୍ୟ ଜିଆଇଏସ୍‌କୁ ପରିବହନ ବ୍ୟବସ୍ଥା ମଧ୍ୟରେ ରୁଟ୍ ପ୍ଲାନିଂ କ୍ଷେତ୍ରରେ ଏକ ଅତ୍ୟାବଶ୍ୟକ ଉପଯୋଗ(ଆପ୍ଲିକେଶନ) ଭାବେ ବ୍ୟବହାର କରି ହେବ ।ରାସ୍ତାରେ ଥିବା ପ୍ରତିବନ୍ଧକ ଯାନ ଚଳାଚଳରେ ଅନାବଶ୍ୟକ ବିଳମ୍ବ ଓ କ୍ଷତି ଘଟାଇଥାଏ । ଅତଏବ ବ୍ୟବସାୟ ଓ ଗମନାଗମନ ପାଇଁ କେଉଁ ସଡକ/ରାସ୍ତା ସୁବିଧାଜନକ ତଥା ନିରାପଦ ସେ କଥା ଲୋକେ ଜିଆଇଏସ୍ ଆପ୍ଲିକେସନରୁ ଆଗୁଆ ଜାଣି ସେ ରାସ୍ତା ବ୍ୟବହାର କରିବାର ସୁବିଧା ପାଇଥାନ୍ତି। ଏହି ବ୍ୟବସ୍ଥା  ବି ଲୋକଙ୍କୁ ନିରାପଦ ଯାତ୍ରାର ସୁଯୋଗ ଦେବା ସହିତ ସେମାନଙ୍କର ସମୟ ଓ  ଅର୍ଥ ବଂଚାଇବାରେ ସହାୟକ ହୋଇଥାଏ।

ସଡକ ନିରାପତ୍ତା କ୍ଷେତ୍ରରେ ଜିଆଇଏସ୍ ଏକ ଶକ୍ତିଶାଳୀ ନିଷ୍ପତ୍ତିଗ୍ରହଣକାରୀ ଟୁଲର ଭୂମିକା ନିର୍ବାହ କରିବାକୁ ସମର୍ଥ। ଏହା ଦ୍ୱାରା ସଡକ ନିରାପତ୍ତା ଅଧିକ ସୁରକ୍ଷିତ ହୋଇପାରିବ। ଜିଆଇଏସ୍ ଭିତ୍ତିକ ଆପ୍ଲିକେସନରୁ ଲବ୍ଧ ଡାଟା ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ତ୍ୱରିତ ଏବଂ ସଫଳ ନିଷ୍ପତ୍ତି ନେଇ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରାଯାଇପାରିବ। ଆହୁରି ମଧ୍ୟ ସଡକ ପଥରେ ଗମନାଗମନ ବ୍ୟବସ୍ଥାକୁ ସହଜ ଓ ନିରାପଦ କରିବାରେ ଏହାର ଡାଟା ଓ ଇନ୍‌ସାଇଟ୍ ସହାୟକ ହୋଇପାରିବ। ଏହି ତଥ୍ୟକୁ ଆଧାର କରି ସରକାର ସଡକର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ସହଜରେ କରିପାରିବେ। ଏହାଫଳରେ ସଡକ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବ।

ବିଭିନ୍ନ ସରକାରୀ ବିଭାଗରେ ଦୁର୍ଘଟଣାଜନିତ ତଥ୍ୟାବଳୀ ଉପଲବ୍ଧ। ସମ୍ପୃକ୍ତ ବିଭାଗଗୁଡିକ ଏହି ତଥ୍ୟାବଳୀ ବା ଡାଟାକୁ ବୃହତ୍ତର ଜନସ୍ୱାର୍ଥ ପାଇଁ ସେୟାର କରିପାରିବେ। ଏହି ତଥ୍ୟକୁ ମଧ୍ୟ ବ୍ୟାବସାୟିକ କାମରେ ଲଗାଇ ସରକାର ଆୟ କରିବାର ସୁଯୋଗ ପାଇବେ। ଏହାବ୍ୟତୀତ ଏହି ସବୁ ଦୁର୍ଘଟଣାଜନିତ ତଥ୍ୟ ଆଧାରରେ ସରକାର ସଡକଗୁଡିକର ବ୍ଲାକସ୍ପଷ୍ଟ /ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକକୁ ସହଜରେ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା କରିବା ସହିତ ଗମନାଗମନର ସୁବିଧା ପାଇଁ ଗୁଗୁଲ, ହିୟର, ମ୍ୟାପ୍ ମାଏଁ ଇଣ୍ଡିଆ ଭଳି ସେବା ପ୍ରଦାନକାରୀ ସଂସ୍ଥାକୁ ତଥ୍ୟ ଯୋଗାଇପାରିବେ।

ଏସବୁ ତଥ୍ୟ ନିୟମିତଭାବେ ପେଡ୍‌/ଫ୍ରି ଟୁ ୟୁଜ୍ ଏପିଆଇ/ ଘରୋଇ ସେବା ପ୍ରଦାନକାରୀଙ୍କୁ ଯୋଗାଇ ଦେଇ ହେବ। ସମ୍ପୃକ୍ତ ସେବା ପ୍ରଦାନକାରୀ ସଡକ ନିରାପତ୍ତା ପାଇଁ ଏହି ତଥ୍ୟାବଳୀକୁ ଜନହିତରେ ଜାରି କରିପାରିବେ। ଏହି ଡାଟାରେ ନିମ୍ନଲିଖିତ ତଥ୍ୟାବଳୀକୁ ଅନ୍ତର୍ଭୁକ୍ତ କରାଯାଇପାରିବ, ଯାହା ସଡକ ସୁରକ୍ଷା ଏବଂ ଡ୍ରାଇଭର ଆସିଷ୍ଟାଣ୍ଡ ସଲ୍ୟୁସନ୍ସ ଆକାରରେ ଉପଲବ୍ଧ ହୋଇପାରିବ।

ସେଗୁଡିକ ହେଲା-

  • ଦୁର୍ଘଟଣା ପ୍ରବଣ ଅଞ୍ଚଳ/କ୍ଷେତ୍ର, ସଡକ ଓ ଛକର ସୂଚନା ପ୍ରଦାନ
  • ପ୍ରତ୍ୟେକ ସଡକ ପାଇଁ ଗାଡିର ବେଗ ନିର୍ଦ୍ଧାରଣ କରି ତାହାକୁ କାର୍ଯ୍ୟକାରୀ କରିବାକୁ ସୁପାରିସ ।
  • ବିଭିନ୍ନ ଋତୁରେ ସଡକଗୁଡିକର ପ୍ରକାର ଏବଂ ସେଗୁଡିକର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ ।
  • ଟ୍ରାଫିକ ସାଇନ ଓ ସିଗ୍‌ନାଲ ସୂଚନା ପ୍ରଦାନ ଇତ୍ୟାଦି ।

ସଡକ ବିକାଶ ଯୋଜନାରେ ଜିଆଇସିର ତଥ୍ୟକୁ ବ୍ୟବହାର କରି  ଭିତ୍ତିଭୂମି ଓ ଉନ୍ନତୀକରଣ କାର୍ଯ୍ୟ କରାଯାଇପାରିବ। ରାସ୍ତା/ସଡକରେ ବର୍ତ୍ତମାନ ଅବସ୍ଥା ଓ ସମସ୍ୟାବଳୀ ସଂକ୍ରାନ୍ତ ତଥ୍ୟ ଜିଆଇସିରୁ ମିଳିପାରିବ ଏବଂ ତାହାକୁ ବିଚାରକୁ ନେଇ ନୂଆ ଯୋଜନା କରି ହେବ। ଏହା ମଧ୍ୟ ସଡକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହୋଇପାରିବ। ସଡକର ବିକାଶ ଓ ରକ୍ଷଣାବେକ୍ଷଣ କାମରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ  ଅବଦାନ ଯୋଗାଇବ।

ସର୍ବୋପରି ସରକାର ଜିଆଇଏସ୍ ଡାଟାକୁ ବ୍ୟବହାରକରି ସଡକ ଭିତ୍ତିଭୂମି ନିର୍ମାଣର ରଣନୀତି ପ୍ରସ୍ତୁତ କରିପାରିବେ ଏବଂ ଏଥିରେ ସଫଳ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବ। ରାଜ୍ୟ ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚଏ ଆଇ) ଜିଆଇଏସ୍  ଡାଟାକୁ ବ୍ୟବହାର କରି ସଡକ ଯୋଜନା, ନିର୍ମାଣ, ବିକାଶ, ଏହାର ରକ୍ଷଣାବେକ୍ଷଣ କାମ ସହଜରେ କରିପାରିବେ।

ଜିଆଇଏସ୍ ଆପ୍ଲିକେସନ ମାଧ୍ୟମରେ ସଂଗୃହୀତ ଡାଟା ପୂର୍ତ୍ତବିଭାଗ (ପିଡବ୍ଲ୍ୟୁଡି) ପାଇଁ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହି ତଥ୍ୟ ଆଧାରରେ ପିଡବ୍ଲ୍ୟୁଡି ସଡକ ନିର୍ମାଣ ଯୋଜନା, ଏହାର ନିର୍ମାଣ କାମ, ରକ୍ଷଣାବେକ୍ଷଣ ଆଦି ସହଜରେ କରିପାରିବ । ଏହି ତଥ୍ୟକୁ ଜୟପୁର ବିକାଶ ପ୍ରାଧିକରଣ, ଯୋଧପୁର ବିକାଶ ପ୍ରାଧିକରଣ ଭଳି ସଂସ୍ଥା ବ୍ୟବହାର କରି ରାଜ୍ୟ ଓ ଅଞ୍ଚଳର ସଡକ ବିକାଶ କାର୍ଯ୍ୟକୁ ସୁଗମ କରିପାରିବେ।

ଜିଆଇଏସ୍ ଦ୍ୱାରା ସଂଗୃହୀତ ଦୁର୍ଘଟଣାଜନିତ ତଥ୍ୟକୁ ଭିତ୍ତିକରି ସଡକର ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ପ୍ରତିକାର ବ୍ୟବସ୍ଥା କରାଯାଇପାରିବ। ଏହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ। ସବୁ ରାଜ୍ୟ ଏବଂ  କେନ୍ଦ୍ର ସରକାରଙ୍କ ପାଇଁ ଏହି ତଥ୍ୟ ବିଶେଷ ଗୁରୁତ୍ୱ ବହନ କରେ।

(ଲେଖକ ଜଣେ ଆଇଏଏସ୍ ଅଧିକାରୀ ଏବଂ ରାଜସ୍ଥାନ ସରକାରଙ୍କ ଆଇଟି ଆଣ୍ଡ ସିର କମିଶନର ତଥା ଆର୍‌ଆଇଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ।)

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସାବଧାନ !!! ଗ୍ରହର ପ୍ରଭାବରେ ହୋଇପାରେ ଦୁର୍ଘଟଣା, ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ?

  • ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।
  • ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।
  • ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।
  • ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ

  • ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
  • ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ ।
  • ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ ।
  • ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ :

  • ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ ।
  • ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ ।
  • ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ ।

ଉପାୟ

  • ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ ।
  • ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ
  • ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ ।
  • ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ ।
  • ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ ।
  • ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ :

  • ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ ।
  • ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି ।
  • ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ ।

ଉପାୟ

  • ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ ।
  • ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ
  • ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ ।
  • ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ ।
Categories
ଆଜିର ଖବର ରାଜ୍ୟ ଖବର

ବାଙ୍ଗିରିପୋଷି ଘାଟିରେ କାହିଁକି ବାରମ୍ଵାର ଦୁର୍ଘଟଣା ହେଉଛି ? ନିଆଗଲା ପଦକ୍ଷେପ

ଭୁବନେଶ୍ଵର: ଆଜି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମା ମାର୍ଣ୍ଡି, ବିଶ୍ଵବ୍ୟାଙ୍କର ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଉଚ୍ଚପଦାଧିକାରୀ, ମୁଖ୍ୟଯନ୍ତ୍ରୀ, ସିଭିଲ, ଅଧିକ୍ଷଣ ଯନ୍ତ୍ରୀ, ବାରିପଦାଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଥିଲା।

ଏଥିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣାର ନିରାକରଣ ନିମନ୍ତେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥି ସହିତ ବାଙ୍ଗିରିପୋଷି-ଭୂଆଷୁଣୀ, ଭୂଆଷୁଣୀ-ଲମୁଣ୍ଡାକଟା, ବାଲିଡିହ-ଭୂଆଷୁଣୀ ଏବଂ ଶଙ୍ଖଭଙ୍ଗା-ବିଷୋଇ ରାସ୍ତାର ଉନ୍ନତିକରଣ ତଥା ଗମନାଗମନ ପାଇଁ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଗମନାଗମନର ସୁବିଧା ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ବାଲିଡିହ-ଭୂଆଷୁଣୀ ରାସ୍ତା ଉପରେ ଏକ ହାଇଲେଭଲ ବ୍ରିଜ ନିର୍ମାଣ ନିମନ୍ତେ ଏକ ବୈଷୟିକ କମିଟି ଗଠନ କରାଯାଇ ଏଥିରେ ତଥ୍ୟଗତ ସହାୟତା ପାଇଁ ଏନ୍‌ଏଚ୍ ର ଅଧିକାରୀ ତଥା ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

୨୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ୨୫ ମୃତ୍ୟୁ

ନୂଆଦିଲ୍ଲୀ: ଯମୁନା ଘାଟିରେ ଯାତ୍ରୀଙ୍କ ବସ୍ ଖସିଯିବା ପରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏହି ବସ୍ ପ୍ରାୟ ୨୦୦ ମିଟର ଗଭୀର ଏକ ଘାଟିରେ ପଡିଯାଇଛି। ସୂଚନା ପାଇବା ପରେ, ରିଲିଫ୍ କାର୍ଯ୍ୟ ପାଇଁ SDRF କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଡାମଟା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ନୌଗାଓଁ ଦିଗରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା। ତିନୋଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ, ବସ୍‌ରେ ୨୮ ରୁ ୨୯ ଜଣ ଲୋକ ଥିଲେ। ଚାରିରୁ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି, ଯେଉଁମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟ ସଚିବ ସୁଖବୀର ସିଂ ସାନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ: କାର୍ ଧକ୍କାରେ ଆଇନଜୀବିଙ୍କ ସମେତ ୨ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କାର୍ ଧକ୍କାରେ ଆଇନଜୀବିଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ସ୍ଥାନରୁ ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ମିଳିଥିବା ଖବର ଅନୁଯାୟୀ, ନୂଆପଡା ଗ୍ରାମର ରାଧା ମୋହନ ସୁନ୍ଦରାୟ (୫୦) ପେଷାରେ ଜଣେ ଆଇନଜୀବି। ସେ ତାଙ୍କ ସହଯୋଗୀ ଚାନ୍ଦପୁର ଥାନା ବନ୍ଧପଲା ଗ୍ରାମର ଧୀରେନ୍ଦ୍ର କୁମାର ପ୍ରଧାନ (୪୮) ଙ୍କ ସହିତ କାମ ଶେଷ କରି ବାଇକ ଯୋଗେ ରଣପୁର କୋର୍ଟରୁ ଫେରୁଥିଲେ। କିନ୍ତୁ ନୂଆପଡା ଛକରେ ଉଭୟଙ୍କୁ ଗୋଟିଏ କାର ଧକ୍କା ଦେଇଥିଲା। ଫଳରେ ସେଠାରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।