Categories
ଆଜିର ଖବର ଜାତୀୟ ଖବର

ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ମୃତ୍ୟୁ, ୨୫ ରୁ ଉର୍ଦ୍ଧ୍ଵ ଆହାତ

ମୁରାଦାବାଦ: ଉତ୍ତରପ୍ରଦେଶ ମୁରାଦାବାଦରେ ଏକ ବଧ ଧରଣର ଦୁର୍ଘଟଣା ଘଟିଯାଇଛି। ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଜାନୁୟାରୀ ଅନ୍ତିମ ସମୟରେ ମଧ୍ୟ କୁହୁଡି ଏବଂ ଥଣ୍ଡା କମ ହେବାରେ ନାଁ ନେଉନାହିଁ। ଉତ୍ତର ଭାରତରେ ଶୀତଲହରି ଜାରି ରହିଛି। କୁହୁଡି ଯୋଗୁଁ ଭିଜିବିଲିଟି କମ ଥିବାରୁ ଟ୍ରେନ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଠାରେ ତାପମାତ୍ରା ସାମାନ୍ୟ ଠାରୁ କମ ତାପାମାତ୍ରା ରେକର୍ଡ ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରଟରେ ବଡ ଦୁର୍ଘଟଣା, ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ, 13 ମୃତ୍ୟୁ

ସୁରଟ, ଗୁଜୁରାଟର ବ୍ୟବସାୟିକ ସହର ସୁରଟରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସୁରଟ ସହରର କିମଚାର ରାସ୍ତାର ଫୁଟଫାଥରେ ଶୋଇଥିବା ଶ୍ରମିକଙ୍କ ଉପରକୁ ଏକ ଟ୍ରକ ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ 13 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କର ଘର ରାଜସ୍ଥାନର ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗତାକାଲି ରାତିରେ ଫୁଟଫାଥରେ ପ୍ରାୟ 18 ଜଣ ଶ୍ରମିକ ଶୋଇଥିଲେ। ସେହି ରାସ୍ତାରେ ଏକ ଟ୍ରକ ସହିତ ଟ୍ରାକ୍ଟରର ଧକ୍କା ହୋଇଥିଲା। ଫଳରେ ଟ୍ରକ ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରକୁ ମାଡିଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୃଥକ ପୃଥକ ଦୁର୍ଘଟଣାରେ ୧ମୃତ, ୫ ଆହତ: ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଛତ୍ରପୁର ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ଦୁର୍ଘଟଣାମାନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥର ତାମ୍ପରା ନିକଟରେ ଘନ କୁହୁଡ଼ି ଯୋଗୁଁ ଆଜି ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଦ୍ୱାରା ଛତ୍ରପୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା। ପ୍ରଶାସନ ତତ୍ପରତା ଦେଖାଇ ପ୍ରଥମେ ଅଂଚଳର ବିଦ୍ୟୁତ ସରବରାହକୁ ବନ୍ଦ କରିବା ସହ ରାଜପଥର ଦୁଇପାଶ୍ୱର୍ଠାରୁ ଗଂଜାମ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଗାଡ଼ିଚାଳନାକୁ ବନ୍ଦ କରିଦିଆଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସ୍ପ୍ରେ କରିଥିବାବେଳେ ଟ୍ୟାଙ୍କର ନିକଟକୁ ଯିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା। ଘଟଣସ୍ଥଳରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟସ ରଂଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ତହସିଲ୍‌ଦାର ନୀଳମାଧବ ଭୋଇ, ଥାନାଧିକାରୀ ପ୍ରିୟସ ରଜନ ଛୋଟରାୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଗ୍ୟାସ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଆସୁଥିବା ଏକ ପୋଲିସ୍ ଭ୍ୟାନ ମଧ୍ୟ ରାସ୍ତାରେ ଓଲଟି ପଡ଼ିଥିଲା। ଭ୍ୟାନ ମଧ୍ୟରେ ଥିବା ଚାଳକ ସୁଲେଖ ପ୍ରଧାନ, ଗୋପାଳ ସେଠୀ, ଘନଶ୍ୟାମ ରେଡ଼ି, ସଂଜୟ ବାରିକ, ସରଜେଣ୍ଟ ସଂଜୟ ଆହତ ହୋଇଥିଲେ। ସଂଗେ ସଂଗେ ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ ନିଆଯାଇଥିବାବେଳେ ଜଣକର ଅବସ୍ଥା ଗୁରୁତର ରହିଛି।

ଏହାର କିଛି ସମୟ ପରେ ଏହି ଦିଗରେ ଆସୁଥିବା ଏକ ଟ୍ରକ ରାସ୍ତାରେ ସାଇଡ଼୍ କରିବା ବେଳେ ଖାଲ ମଧ୍ୟକୁ ପଶିଯାଇଥିଲା। ଫଳରେ ଗାଡ଼ିର ଡ଼୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅଂଚଳରେ ସକାଳୁ ସକାଳୁ ଘନକୁହୁଡ଼ି ହୋଇଥିବାରୁ ରାସ୍ତା ଦେଖାଯାଉନଥିବାରୁ ଏଭଳି ଦୁର୍ଘଟଣାମାନ ଘଟିଥିବା କୁହାଯାଉଛି। ଆଗାମୀ କିଛିଦିନ ମଧ୍ୟ ଏଭଳି କୁହୁଡ଼ି ଦେଖାଯିବାରୁ ସାବଧାନାରେ ଗାଡ଼ି ଚଳାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଗ୍ୟାସ ଟ୍ୟାଙ୍କର ଓଲଟିବା ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ବର୍ଷ ତଳେ ଛତ୍ରପୁର କଲେଜ ଛକ ନିକଟରେ ମଧ୍ୟ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ଯିବାରୁ ଅଂଚଳର ପ୍ରାୟ ସମସ୍ତ ଘରର ରୋଷେଇ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଆଜିର ଟ୍ୟାଙ୍କର ଓଲଟିବା ପରେ ଅଂଚଳରେ ପୁରୁଣା ଭୟ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଏସପି ଚରଣ ସିଂ ମୀନାଙ୍କ ଗାଡିକୁ ପିଟିଲା ଟ୍ରକ: ଡ୍ରାଇଭର ଅଟକ

ଭଦ୍ରକ: ଭଦ୍ରକ ଏସପି ଚରଣ ସିଂ ମୀନା ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏସପି ଗାଡିରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ। କିନ୍ତୁ ଏହି ସମୟରେ ଏକ ମାଲବାହୀ ଟ୍ରକ ଆସି ଏସ୍‌ପିଙ୍କ ଗାଡିକୁ ପାର୍ଶ୍ବରୁ ଧକ୍କା ଦେଇଥିଲା। ଯାହାଫଳରେ ଏସ୍‌ପିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା। ଏସପିଙ୍କର କାର ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ସୌଭାଗ୍ୟ ବଶତଃ ସେ ସୁରକ୍ଷିତ ଅଛନ୍ତି।

ତେବେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଟ୍ରକର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଟି ପଛରୁ ପିଟିଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ନୂଆଁ ବରଷ ହେଉଛି ଆନନ୍ଦ ଓ ଉଲ୍ଲାସର ବର୍ଷ। ନୂଆଁ ବରଷ ଆସିଲେ ସଭିଙ୍କ ମନରେ ଖୁସି କାହିଁରେ କଣ। ହେଲେ ନୂଆଁ ବର୍ଷର କିଛି ସମୟ ଆଗରୁ ଯେ, ଯୁବକଟି ଚାଲିଯିବ ଆରପାରିକି କେବେ ବି କଳ୍ପନା କରି ନ ଥିଲା। ଏଭଳି ଏକ ଅଭାବନୀୟ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକ ଆଜି ସକାଳୁ ସକାଳୁ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଘଟଣା ଘଟିଛି ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମରେ।

ପ୍ରକାଶ ଯେ, ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମର ଲୁହୁରାପଡା ଠାରେ ସକାଳ ୮.୩୦ ମିନିଟ୍ ସମୟରେ ନାକଟିଦେଉଳ ପଟୁ ରେଢାଖୋଲକୁ କୌଣସି କାମରେ ସ୍କୁଟିରେ(ଓଡି୧୫ପି-୬୨୬୪) କଂଚନପୁର ଗ୍ରାମର ଜୟନ୍ତ ପାତ୍ର ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା (୩୭) ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛ ପଟୁ ପିଟି ଥିଲା। ସ୍କୁଟି ଚାଳକ ଜୟନ୍ତ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସୁରେଶ କୁମାର ବେହେରା ଗୁରୁତର ଆହତ ହୋଇ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ସ୍କୁଟି ଚାଳକ ଜୟନ୍ତ ପାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବଂ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଟ୍ରକଟି ସେମାନଙ୍କୁ ପିଟି ଫେରାର ହେବାରେ ସକ୍ଷମ ହୋଇଛି। ନାକଟିଦେଉଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ସୁରେଶକୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

ଡମ୍ପର୍‌ ଧକ୍କାରେ ଦୁଇ ମୃତ

ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-57ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁ୍ର୍ଘଟଣାସ୍ଥାନରେ ଉତ୍ତେଜନା ଲାଗି ରହିଥିଲା ।  ରାସ୍ତା ଅବରୋଧ ଯୋଗୁ ସଂପୃକ୍ତ ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀଠାରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳକୁ ଓଲଟିଲା କାର୍: ଦୁଇ ଶିଶୁ ସମେତ ଚାରି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳକୁ ଏକ କାର୍‌ ଓଲଟିଛି। ମିଳିଥିବା ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ଭୁବନେଶ୍ୱରରୁ ସୁନାଖଳା ଅଭିମୁଖେ ଏକ ଅଲ୍ଟୋ କାର୍ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍ ଟି ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୨ ଶିଶୁ ସମେତ ୪  ଗୁରୁତର ହୋଇଛନ୍ତି।

ଦୁର୍ଘଟଣାର  ଖବର ପାଇ ଟାଙ୍ଗୀ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ମାନେ ହେଲେ ୯ ବର୍ଷର ଅର୍ପିତା ପ୍ରିୟ ଦର୍ଶନୀ, ୩ ବର୍ଷର ଆଶିଷ ଦାସ, ୩୦ ବର୍ଷର ଅର୍ପିତା ସୁଆର ଓ ୫୫ ଵର୍ଷୀୟ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟ। କାରରେ ଯାତ୍ରା କରୁଥିବା ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଟ୍ରକ୍ ମଧ୍ୟରେ ଧକ୍କା – 11 ମୃତ, 15ରୁ ଉର୍ଦ୍ଧ୍ବ ଗୁରୁତର

ବଡ଼ୋଦରା : ଆଜି ସକାଳେ ଗୁଜୁରାଟର ବଡ଼ୋଦରାସ୍ଥିତ ୱାଗୋଡିଆ କ୍ରସିଂ ରାଜପଥରେ ଦୁଇଟି ଟ୍ରକ୍ ଧକ୍କା ହେବା ଫଳରେ 11ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15ରୁ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଗୁଜୁରାଟ ଭାଦୋଦରାର ୱାଘଡିଆ ହାଇୱେ କ୍ରସିଂରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ସୁରଟରୁ ପାଭଗଡକୁ ବୁଲିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଶିଶୁ, ମହିଳା, ପୁରୁଷ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ

ଦେବଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍‌କୁ ଟ୍ରକ୍‌ ଧକ୍କା ଦେଇଛି। ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍‌ଏଚ୍-53ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦେବଗଡ ଥାନା ଏନ୍‌ଏଚ୍‌-49ର କୁରୁଡ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ।

ଗତକାଲି ରାତି 10ଟାରେ ପଛରୁ ଆସୁଥିବା ଏକ ଟ୍ରକ୍ ( ଏଚ୍‌ଆର୍‌-55 ଏସି-8106) ଧକ୍କା ହେବାରୁ ସମ୍ବଲପୁର ସାଂସଦ ନିତେଶ୍ ଗଙ୍ଗଦେବଙ୍ଗ କାର (OD02U-2323) କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣା : ଦୁଇ ଯୁବକ ମୃତ

ଅନୁଗୋଳ : ଅଜଣା ଗାଡି ଧକ୍କାରେ ଦୁଇ ମୃତ। ରେଙ୍ଗାଳି ରାସ୍ତାରେ ଫୁଲଝରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ କୁଳୁମା ଗ୍ରାମର ସଞ୍ଜୟ ବେହେରା ଓ ହେସମୁଳୁ ଗ୍ରାମର ଲୁଲୁ ଦେହୁରୀ।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ କୁଳୁମା ଗ୍ରାମର ସଞ୍ଜୟ ବେହେରା ଓ ହେସମୁଳୁ ଗ୍ରାମର ଲୁଲୁ ଦେହୁରୀ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ପଛରେ ପିଟି ହେଲା ସ୍କୁଟି: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଯାଜପୁର:  ଯାଜପୁର ଜିଲ୍ଲା ଦେଇ ଯାଇଥିବା 16 ନମ୍ୱର ଜାତୀୟ ରାଜପଥର ରଥିଆ ଛକ ଧର୍ମଶାଳା ରଥିଆ ଛକ ନିକଟର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଭଉଣୀ ସ୍କୁଟି ଯୋଗେ ଟିଉସନ୍‌ ଯାଉଥିବା ସମୟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ସ୍କୁଟି । ଟ୍ରକ୍‌ ପଛରେ ସ୍କୁଟି ପିଟି ହେବା ଫଳରେ ଜଣକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା । ଦୁର୍ଘଟଣା ପରେ ଉଭୟ ମୃତାହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର ଜାତୀୟ ଖବର

ବିବାହ ଭୋଜିରୁ ଫେରୁଥିବାବେଳେ ଓଲଟିଲା ଭ୍ୟାନ୍‌ : 6 ମୃତ

ଅମରାବତୀ:  ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀଠାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ଭୋଜିରୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍। ବିଳମ୍ୱିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ଥାନ୍ତିକୋଣ୍ଡାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବିବାହ ସମାରୋହରେ ସାମିଲ୍‌ ହୋଇ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ ମନ୍ଦିରରୁ ଫେରୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭ୍ୟାନରେ ମୋଟ୍ 30 ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଭ୍ୟାନ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଆହତଙ୍କୁ ରାଜମୁନ୍ଦରୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍ : ଜଣେ ଗୁରୁତର

ସୀତାରାମ ଅଗ୍ରଓ୍ବାଲ

କୁହୁଡି: ୧୬ ନଂ ଜାତୀୟ ରାଜପଥ କୁହୁଡି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍। ଟ୍ରକ୍ ଧକ୍କାରେ ଗୋଟିଏ ଘର ସଂପୁର୍ଣ ଭାଙ୍ଗି ରୁଜି ଯାଇଥିବାବେଳେ  ଗୋଟିଏ ଟାଟା ଏସି ଗାଡି ମଧ୍ୟ୍ୟ  ଭାଙ୍ଗି ରୁଜି ଯାଇଥିବା ଜଣା ପଡିଛି। ଏହି  ଦୁର୍ଘଟଣାରେ ଟ୍ରକ୍ର ହେଲପର ଗୁରୁତର ଆହତ ହୋଇଥିବାବେଳେ  ଏକ ପୋଷା କୁକୁର  ମଧ୍ୟ୍ୟ ମୃତ୍ୟୁବରଣ କରିଛି।

ଗତକାଲି ରାତିରେ  ଆନ୍ଧ୍ରପ୍ରଦେଶରୁ ଟମାଟୋ ବୋଝେଇ କରି ଏକ ଟ୍ରକ କୋଲକତା ଅଭିମୁଖେ ଯାଉଥିଲା। ହଠାତ୍ କୌଣସି କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶି ଯାଇ ଓଲଟି ପଡିଥିଲା। ଏହି ଘଟଣାରେ ଟ୍ରକର ଚାଳକ ସୁରକ୍ଷିତ ଥିବା ବେଳେ ହେଲପର ଜଣକ ଟ୍ରକ୍‌ ଓ ଘର କାନ୍ଥ ମଧ୍ୟ୍ୟରେ ଚାପି ହୋଇ ରହିଥିଲା। ଟାଙ୍ଗୀ   ଓ ବାଲୁଗାଁ  ଅଗ୍ନିଶମ ବାହିନୀ ର ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ  ଟ୍ରକ୍ ର ହେଲପର କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ହେଲପରକୁ ଗୁରୁତର ଅଵସ୍ଥାରେ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରା ଯାଇଛି। ଟ୍ରକ ହେଲପର ନାମ ଏ ରାମ ଓ ତାର ଘର ଆନ୍ଧ୍ର ପ୍ରଦେଶର ବିଜୱାଡା ବୋଲି ଜଣା ପଡିଛି। ଟ୍ରକ୍ ଧକ୍କା ଦେବା ଯୋଗୁଁ   ଜଗନ୍ନାଥ ବିଶ୍ୱାଳଙ୍କର ଗୋଟିଏ ବଖରା ଆଜଵେଷ୍ଟସ ଘର ଓ ଗୋଟିଏ ଟାଟା ଏସି ଗାଡି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଏହା ସହ ଗୋଟିଏ ପୋଷା କୁକୁର ମରି ଯାଇଛି। ତେବେ ଏଥିରେ ଅନ୍ୟ କେହି ଆହତ ହୋଇ ନଥିବା ଖବର ମିଳିଛି। କୁହୁଡି ଫାଣ୍ଡି ପୋଲିସ୍ ଘଟଣାର ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌ : ଦୁଇ ମୃତ

ଅନୁଗୁଳ : ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଟ୍ରଲର୍ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ଟ୍ରଲର୍ ଚାଳକ ଓ ହେଲପର୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜରପଡ଼ା ଥାନାର 55 ନମ୍ବର ଜାତୀୟ ରାଜପଥରେ ଭାଗିରଥିପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନୁଗୁଳ ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରଲର୍ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହା ଫଳରେ ଟ୍ରଲର୍ ଚାଳକ ଓ ହେଲପର୍ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜରପଡ଼ା ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ପରିଚୟ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।

Categories
ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଳିଶ ଫୁଟ୍‌ ତଳକୁ ବସ ଖସି 5 ମୃତ, 35  ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ନନ୍ଦୁରବାରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍‌  ବ୍ରିଜ ଉପରୁ ଚାଳିଶ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ସମେତ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବସ୍‌ଟି ମଲକାପୁରରୁ ସୁରତ ଅଭିମୁଖେ ଯାଉଥିଲା । ବିସାରବାଡ଼ି ନିକଟରେ କୋଦଇବାରି ନିକଟରେ ବସଟି ଭାରସାମ୍ୟ ହରାଇ ଘାଇ ଭିତରେ ଖସି ପଡ଼ିଥିଲା । ବସ୍‌ଟରେ 40ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା ରହିଛି । ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 35 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଜଣ ଗୁରୁତର ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍‌ ତଳେ ଚାପି ହୋଇ ତିନି ମୃତ

ମୟୂରଭଞ୍ଜ : ମୟୂରଭଞ୍ଜର ରରୁଆଁ ନିକଟରେ ଟ୍ରକ୍‌ ତଳେ ଚାପି ହୋଇ ତିନିଜଣ ମୃତ୍ୟୁବରଣ କରିଛନ୍ତି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ସମୟରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ଘଣ୍ଟାର ଉଦ୍ୟମ ପରେ ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲ ।

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଏନ୍‌ଏଚ୍‌ ଫୁଲଗୋନ୍ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ ଟ୍ରକ୍‌ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍‌ ଧକ୍କା ଦେଇଥିଲା । କିଛି ଘଣ୍ଟା ଧରି ଟ୍ରକ୍‌ର ଚକ ତଳେ ତିନିଜଣ ଚାପି ହୋଇ ରହିଯାଇଥିଲେ ।  ଜଣକ ଅଣ୍ଟା ଉପରେ ଟ୍ରକ୍‌ଟି ମାଡିଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଛାତି ଉପରେ ଟ୍ରକ୍‌ ରହିଥିଲା । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଅଟୋ ଓଲଟି ଦୁଇ ମୃତ, ପନ୍ଦର ଆହତ

ଉମରକୋଟ : ଅଟୋ ଓଲଟି ପଡିବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଅଟୋଟି ଓଲଟିପଡିଥିଲା। ଅଟୋ ଓଲଟି ପଡିବାରୁ 2 ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 15ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 3ରୁ 4 ଜଣ ଶିଶୁ ରହିଥିବାର ସୂଚନା ରହିଛି । ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କେନାଲକୁ ପଶିଗଲା କାର୍‌ : ତିନି ମୃତ

ଭୁବନେଶ୍ୱର : କଟକରେ ରାସ୍ତାକଡ କେନାଲ ଭିତରକୁ କାର ପଶିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ 16 ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ କେନାଲକୁ ପଶିଯାଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତାଜା ଖବର: ବରମୁଣ୍ଡା ନିକଟରେ ସଡକ ଦୁର୍ଘଟଣା, ଟ୍ରକ ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚାଲିଛି ଉଦ୍ୟମ

ଭୁବନେଶ୍ବର, ଆଜି ବରମୁଣ୍ଡା ଓଭର ବ୍ରିଜ ଏବଂ ଫାୟାର ଷ୍ଟେସନ ମଝିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣାଟି ଭୟଙ୍କର ଥିଲା। କାରଣ ସେହି ରାସ୍ତା ଉପରେ ଲୁହା ଖୁଣ୍ଟ ବୋଝେଇ ଏକ ଟ୍ରଲର ଛିଡା ହୋଇଥିଲା। ପଛରୁ ଏକ କୋଇଲା ବୋଝେଇ ଟ୍ରକ ଆସି ପିଟିଦେଲା। ଟ୍ରକର ଅବସ୍ଥା ଏପରି ହେଲା ଯେ ତା ଭିତରୁ ଡ୍ରାଇଭର ବାହାରିବା କଷ୍ଟକର ହୋଇପଡିଛି।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଆସି ଟ୍ରାକକୁ କାଟି ତା ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚେଷ୍ଠା କରୁଛନ୍ତି। ତେବେ ଟ୍ରକରେ କେବଳ ଡ୍ରାଇଭର ବ୍ୟତିତ ଆଉ କେହି ନାହାଁନ୍ତି ବୋଲି ଜଣାପଡିଛି।

 

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାସିମ୍‌ ପ୍ଲାଣ୍ଟ ଦୁର୍ଘଟଣାରେ ଆଉ ଜଣେ ମୃତ

ଗଞ୍ଜାମ : ଗଞ୍ଜାମ ଗ୍ରାସିମ୍‌ ପ୍ଲାଣ୍ଟରେ ଷ୍ଟିମ୍‌ ପାଇପ ଫାଟିବା ଘଟଣାରେ ଆଉ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତକ ଜଣକ ଚିକିତ୍ସାଧୀନ ଇଞ୍ଜିନିୟର ବୋଲି ଜଣାପଡିଛି । ଗ୍ରାସିମ୍‌ ପ୍ଲାଣ୍ଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛନ୍ତି । ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ହେଲପର୍‌ଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ଗତ 6 ତାରିଖ ମଙ୍ଗଳବାର ଦିନ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଏକ ଅଘଟଣ ଘଟିଥିଲା । କମ୍ପାନୀର ଷ୍ଟିମ ପାଇପ ବେଲ୍ ଫାଟିଯିବା ଫଳରେ ସେଠାରେ ଜଣେ ଇଂଜିନିୟରସମତେ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଡିଗଲା ହାଇଓ୍ବା : ତିନି ଗୁରୁତର

କେନ୍ଦୁଝର : ଘରେ ଶୋଇଥିବାବେଳେ ହାଇଓ୍ବା ମାଡ଼ି ଯାଇ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି ।

ଭାରସାମ୍ୟ ହରାଇ ହାଇଓ୍ବାଟି ଡର୍ବି ଛକରେ ଥିବା ଗୋପାଳ ମୁଣ୍ଡାଙ୍କ ଘରଭିତରେ ପଶିଯାଇଥିଲା । ଘରେ ଶୋଇଥିବା ତିନି ପିଲାଙ୍କ ଉପରେ ଚଢିଯାଇଥିଲା ହାଇଓ୍ବା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ହାଇଓ୍ବା ଡ୍ରାଇଭର । ପୋଲିସ୍‌ ହାଇଓ୍ବାକୁ ଜବତ କରିବା ସହ ମାଲିକକୁ ଅଟକ ରଖିଛି ।