Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍‌ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ।

ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି। ତାଳଚେର ସାର କାରଖାନା ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ। ଏହାସହ ଓଡିଶାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ବୈଠକରେ କୋଇଲା ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ, ସାର ବିଭାଗ ଏବଂ ଏସବିଆଇ ବ୍ୟାଙ୍କର ବରିଷ୍ଠ ଅଫିସରମାନେ ମଧ୍ୟ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କୋଭିଡ୍-୧୯ ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ – ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର-ଆଇଏମଏମଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ୨୦୨୦ ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଆତ୍ମନିର୍ଭର ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ” ଶୀର୍ଷକ ଏହି ଭର୍ଚୁଆଲ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍-୧୯ ର ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି ଏବଂ ପୂର୍ବାପେକ୍ଷା ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦେଇଛି। ଏହି ଅବସରରେ ସେ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ବାସ୍ତବ ଜୀବନର ଶିଳ୍ପ ଏବଂ ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ ଅଧିକ କାମ କରିବାକୁ ଆହ୍ୱାନ କରିଛନ୍ତି।

ଦେଶର ବୈଜ୍ଞାନିକ ସମୂହମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଦେଶ ଆହ୍ୱାନର ସମ୍ମୁଖୀନ ହୁଏ ସେତେବେଳେ ସେମାନଙ୍କ ଦ୍ୱାରା ଇନୋଭେସନ ହିଁ ଆମକୁ ସେହି ଆହ୍ୱାନରୁ ଉଦ୍ଧାର କରିଥାଏ। ମହାକାଶ ଠାରୁ କୃଷି, ଔଷଧ ଠାରୁ ତୈଳ, ଗ୍ୟାସ ଏବଂ ଇସ୍ପାତ ଯାଏଁ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭର ହେବା ସହ ବିଶ୍ୱର ସାମଗ୍ରିକ କଲ୍ୟାଣ କରିବାରେ ବହୁତ ବଡ଼ ସଫଳତା ହାସଲ କରିଛନ୍ତି। ଆଇଆଇଏସଏଫ-୨୦୨୦ ସଫଳତା ପାଇବା ସହ ଏହା ବିଜ୍ଞାନ ଏବଂ ସମାଜ ସହିତ ଯୋଡ଼ିହୋଇ ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ନୂଆ ନୂଆ ଉଦ୍ୟୋଗୀ ଇନୋଭେସନ ଆଣିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ, ଡିଏସଆଇଆରର ଡିସି, ସିଏସଆଇଆର ଏବଂ ସଚିବ ଡା. ଶେଖର ସିଂ ମାଣ୍ଡେ, ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶତ ସୁଧାସତ୍ୱା ବାସୁ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାରୁ ଆଉ ଜଣେ ମନ୍ତ୍ରୀ ହେବା ସମ୍ଭାବନା, ଚର୍ଚ୍ଚାରେ ଦୁଇ ଜଣ

ଭୁବନେଶ୍ବର, ଆସନ୍ତା ବଜେଟ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ଏହାକୁ ନେଇ ଓଡିଶାର ରାଜନୀତି ପାଣିପାଗ ମଧ୍ୟ ବେଶ ଗରମ ହୋଇଯାଇଛି। ଏହି ଅଦଳବଦଳ ବେଳେ ଓଡିଶାରେ ଆଉ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ଓଡିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଏଥିରେ କେବଳ ଦୁଇ ଜଣଙ୍କ ନାମ ବର୍ତ୍ତମାନ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ। ହେଲେ କେନ୍ଦ୍ର ନେତୃତ୍ବ ଅନୁଭବ କରିସାରିଲେଣି ଯେ, ଉଭୟଙ୍କ ନେତୃତ୍ବରେ ଓଡିଶାରେ ଫେଲ ମାରୁଛି। ବିଶେଷ କରି ବାଲେଶ୍ବର ଉପ ନିର୍ବାଚନରେ ହାରିବା କେନ୍ଦ୍ର ବିଜେପି ନେତୃତ୍ବଙ୍କୁ ବହୁ ବ୍ୟଥିତ କରିଦେଇଛି। କାରଣ ବାଲେଶ୍ବରରେ ସମବେଦନା ଭୋଟ ସହିତ ବିଜେଡିର ଦୃଢ ପ୍ରାର୍ଥୀ ନ ଥିଲେ। ଏହାକୁ ନେଇ ସେଠାରେ ବିଜେପି ଜିତିବା ନିଶ୍ଚିତ ଥିଲେ ମଧ୍ୟ ତାହା ହେଲା ନାହିଁ।

ବାଲେଶ୍ବର ଉପନିର୍ବାଚନକୁ ନେଇ କେନ୍ଦ୍ର ନେତୃତ୍ବ ବେଶ୍ ତନାଘନା ମଧ୍ୟ କରିଛନ୍ତି। ସେମାନେ ଅନୁଭବ କରିସାରେଲେଣି ଯେ, ବର୍ତ୍ତମାନ ବିଜେପିର ଯେଉଁମାନେ ମଙ୍ଗୁଆଳ ସାଜିଛନ୍ତି ସେମାନଙ୍କ ଦ୍ବାରା 2024 ନିର୍ବାଚନ ସମ୍ମୁଖୀନ ହେବା ଉଚିତ ହେବ ନାହିଁ। ଏପରିକି ତା ପୂର୍ବରୁ ପଞ୍ଚାୟତ ଏବଂ ନଗରପାଳ ନିର୍ବାଚନ ମଧ୍ୟ ତାଙ୍କ ହାତରେ ଟେକି ହେବ ନାହିଁ। ସେଥିପାଇଁ ଓଡିଶାରେ ବିଜେପି କୁଆଡେ ଏକ ବିକଳ୍ପ ମଙ୍ଗୁଆଳ ତିଆରି କରିବା ପାଇଁ ମନସ୍ଥ କରିଥିବାର କୁହାଯାଉଛି।

ସେଥିପାଇଁ ଦଳ ବର୍ତ୍ତମାନ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ବାହାର କରି ଆଉ ଜଣେ ନୂଆଙ୍କୁ ନେବେ ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି। ହେଲେ ଆଉ କେତେକଙ୍କ ମତରେ ଏହି ଦୁଇ ଜଣଙ୍କ ସହିତ ଆଉ ଜଣଙ୍କୁ ମନ୍ତ୍ରୀ ଭାବେ ମୋଦୀ ନେବେ ବୋଲି କୁଆଡେ ସୂଚନା ମିଳିଛି। ଅର୍ଥାତ ଓଡିଶାରୁ ତିନିଜଣ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେ। ତେବେ ସେହି  ନୂଆ ବ୍ୟକ୍ତି ଜଣଙ୍କ କିଏ ସେ ସେ ନେଇ ଜୋରଦାର ଆଲୋଚନା ଚାଲିଛି।  ସେହି ମଧ୍ୟରେ ଦୁଇ ଜଣଙ୍କ ନାମ ଆଗକୁ ଆସୁଛି। ଜଣେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଆଉ ଜଣେ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ।

ବର୍ତ୍ତମାନ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକକ ନେତୃତ୍ବରେ ଏକ ଦୃଢ ସଂଗଠନ ତିଆରି କରିବାରେ ଲାଗିଲେଣି। ସେଥିପାଇଁ ଧର୍ମେନ୍ଦ୍ର କ୍ୟାମ୍ପ ଛାଡି ଅନେକ ନେତା ଅପରାଜିତା କ୍ୟାମ୍ପରେ ପ୍ରବେଶ ମଧ୍ୟ କଲେଣି। କାରଣ ଗତ ଖୋର୍ଦ୍ଧା ବିଜେପି ସଭାପତି ନିଯୁକ୍ତି ନେଇ ଯେପରି ଟକ୍କରା ଟକ୍କରି ଚାଲିଲା ତାହା ଓଡିଶା ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଏଥିରେ ଦିଲ୍ଲୀ ଦରବାରରେ ଅପରାଜିତାଙ୍କ କ୍ଷମତା କେତେ ତାହା ପ୍ରମାଣିତ ହେଲା। ତେଣୁ ଦିଲ୍ଲୀ ଲିଙ୍କରେ ଅପରାଜିତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ବହୁ ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ଯେଉଁମାନେ କହୁଛନ୍ତି ସେମାନଙ୍କର ଯୁକ୍ତି ମଧ୍ୟ ଠିକ। ଏମାନଙ୍କର ଯୁକ୍ତି ହେଲା ଯେ, ଦୁଇ ଜଣଙ୍କର କଳିରେ ତୃତୀୟ ଜଣଙ୍କର ଲାଭ ନ୍ୟାୟରେ ଅଶ୍ବନୀ ମନ୍ତ୍ରୀ ହୋଇପାରନ୍ତି। ଅପରାଜିତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନ କରି ଜଣେ ନିରପେକ୍ଷ ଲୋକଙ୍କୁ ସାମିଲ କଲେ ଭବିଷ୍ୟତରେ କାଦୁଅ ଫିଙ୍ଗା ଖେଳ ହେବ ନାହିଁ। ଅନ୍ୟପକ୍ଷରେ ଅଶ୍ବନୀଙ୍କ ରାଷ୍ଟ୍ରୀୟ ବିଜେପିରେ ଯେପରି ଦବଦବା ରହିଛି ତାହା ଆଉ କାହାର ନାହିଁ। ସେଥିପାଇଁ ଅଶ୍ବନୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ଏବଂ ୫ କୋଟି ପିଏନଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ(ଏମଏନଜିଏଲ)ର ୫ଟି ଗ୍ୟାସ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଲ୍ଲେଖନୀୟ ଯେ, ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମଏନଜିଏଲ୍ କମ୍ପାନୀର ସିଏନଜି ନେଟୱାର୍କ ୧୦୦ରେ ପହଁଚିଛି।

ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ଏହି କାର‌୍ୟ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର‌୍ୟ୍ୟର ଶୁଭାରମ୍ଭ କରିବା ସହ ନାସିକ୍ ଠାରେ ବସରେ ସିଏନଜି ଯୋଗାଣ, ପୁଣେ ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟ(ଏମଆରୟୁ) ମାଧ୍ୟମରେ ସିଏନଜି ଯୋଗାଣର କାମ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ। ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ହେବ। ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ଫଳରେ ଉର୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ।

ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡ଼ି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି । ଘରୋଇ, ପରିବହନ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡ଼ି ନେଟୱାର୍କର ଅଧିକ ବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି। ଆମର ଉର୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହ୍ରାସ ପାଉଥିବା ପତିୟାରା ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ରଙ୍କର ନୂଆ ରଣନୀତି, ଏକା ଡାକିଲେ ବିଧାୟକଙ୍କ ବୈଠକ

ଭୁବନେଶ୍ବର, କିଛିଦିନ ତଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଧାୟକ ଦଳର ବୈଠକ ଡାକିଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନେତା ଭାବେ ସେ ବିଧାୟକ ଦଳର ବୈଠକ ଡାକିବାରେ କୌଣସି ଅସୁବିଧା ନାହିଁ। ହେଲେ ଅସୁବିଧା ହେଲା ଯେ, ସେ ଯେଉଁ ସମୟରେ ଏହି ବୈଠକ ଆହ୍ବାନ କଲେ। କାରଣ ବିଧାନସଭା ପୂର୍ବରୁ ସବୁ ଦଳ, ଗୃହ ଭିତରେ କଣ ରଣନୀତି ହେବ ସେ ନେଇ ବୈଠକ କରିଥାନ୍ତି। ସାଧାରଣତଃ ଏହି ବୈଠକ ବିଧାନସଭା ପୂର୍ବରୁ କରାଯାଇଥାଏ। ହେଲେ ବିଧାନସଭା ହେବାର ବହୁ ଦିନ ପରେ ଧର୍ମେନ୍ଦ୍ର ଏପରି ବୈଠକ କରିବାର କଣ ଆବଶ୍ୟକତା ଥିଲା। ତାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ଚର୍ଚ୍ଚା।

ସାଧାରଣରେ ଗୋଟିଏ ଆଲୋଚନା ହେଉଛି ଯେ, ବର୍ତ୍ତମାନ ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିୟାରା କମିବାରେ ଲାଗିଛି। ସେଥିପାଇଁ ସେ ନିଜର ଶକ୍ତିକୁ ବଜାଇ ରଖିବା ପାଇଁ କୁଆଡେ ଏପରି ଅବେଳାରେ ବିଧାୟକ ଦଳର ବୈଠକ ଡାକିଥିଲେ। ସେହିପରି ଏହି ବୈଠକକୁ ନେଇ ଆଉ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ତାହା ହେଲା ଯେ, ଏହି ବିଧାୟକ ଦଳ ବୈଠକରେ ସବୁ ବିଜେପି ବିଧାୟକଙ୍କ ସହିତ ଧର୍ମେନ୍ଦ୍ର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ଥିଲେ। ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇ ନ ଥିଲା। ପ୍ରକୃତରେ ତାଙ୍କୁ ଡକା ଯାଇ ନ ଥିଲା କି ସେ ଆସିପାରି ନ ଥିଲେ ତାହା ଭିନ୍ନ କଥା। ହେଲେ ସେହି ବୈଠକରେ ଅପରାଜିତା ଅନୁପସ୍ଥିତ ଥିଲେ। ଯାହାକୁ ନେଇ ରାଜନୈତିକ ମହଲ ଭିନ୍ନ ରଂଗ ଦେବାରେ ଲାଗିଛି।

ନିକଟରେ ଦଳରେ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ନେଇ ଯେପରି ନାଟକବାଜୀ ହେଲା ତାହା ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କାରଣ ଖୋର୍ଦ୍ଧା ଜିଲ୍ଲାର ସଭାପତି ଥିବା ରଶ୍ମୀରଂଜନ ମହାପାତ୍ରଙ୍କୁ ଦଳ ବିରୋଧୀ କାମ ପାଇଁ ସଭାପତି ପଦରୁ ହାଠାତ ହଟାଇ ଦିଆଯାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତ କରାଗଲା। ରାଜନୈତିକ ମହଲରେ ସମସ୍ତେ ଜାଣନ୍ତି ଯତୀନ ମହାନ୍ତି ଧର୍ମେନ୍ଦ୍ରଙ୍କ ଲୋକ ଏବଂ ରଶ୍ମୀରଂଜନ ହେଉଛନ୍ତି ଅପରାଜିତାଙ୍କ ଲୋକ।

ରଶ୍ମୀରଂଜନଙ୍କୁ ଯେତେବଳେ ସଭାପତି କରିବା ପାଇଁ ପ୍ରସ୍ତାବ ଗଲା ସେତେବେଳେ କୁଆଡେ ଧର୍ମେନ୍ଦ୍ର ବିରୋଧ କରିଥିଲେ। ହେଲେ ତାଙ୍କର ବିରୋଧ ସତ୍ବେ ରଶ୍ମୀଙ୍କୁ ସଭାପତି କରିବା ପାଇଁ ଅପରାଜିତା ଅଡି ବସିଥିଲେ ଆଉ ସଫଳ ମଧ୍ୟ ହେଲେ।ସେହି ରାଗରେ କିଛି ମାସ ପରେ ଧର୍ମେନ୍ଦ୍ର ଗୋଟି ଚାଳନା କରି ତାଙ୍କୁ ସଭାପତି ପଦରୁ ବାହାର କରି ଲୋକହସା ମଧ୍ୟ ହେଲେ। କାରଣ ସେ ଯାହାକୁ ସଭାପତି ଭାବେ ନିଯୁକ୍ତ କଲେ ତାଙ୍କୁ ଆଠଦିନ ପରେ ବାହାର କରାଗଲା। ପୁଣି ରଶ୍ମୀରଂଜନ ମହାପାତ୍ରଙ୍କୁ ସଭାପତି ଭାବେ ପୁନଃସ୍ଥାପିତ କରାଗଲା।

ଏହି ଘଟଣା ବାହାରକୁ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ବିଜେପିରେ ଶକ୍ତିଶାଳୀ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀଙ୍କ ମୁଣ୍ଡ ଖରାପ କରିଦେଇଛି। ଖୋଦ ଧର୍ମେନ୍ଦ୍ରଙ୍କୁ ମଧ୍ୟ ବଡ ଧକ୍କା ଲାଗିଛି। ମୁଖ୍ୟତଃ ତିନୋଟି କାରଣ ନେଇ ଧର୍ମେନ୍ଦ୍ର ବେଶ୍ ବ୍ୟଥିତ ହୋଇଛନ୍ତି। ପ୍ରଥମରେ ତାଙ୍କ ଦ୍ବାରା ନିଯୁକ୍ତ ସଭାପତିଙ୍କୁ ସେ ସୁରକ୍ଷା ଦେଇପାରିଲେ ନାହିଁ। ଦ୍ବିତୀୟରେ ସେ ଯାହାକୁ ବାହାର କରିଥିଲେ ତାଙ୍କୁ ପୁଣି ନିଯୁକ୍ତି ଦିଆଗଲା।

ଅନ୍ତତଃ ପକ୍ଷେ ଆଉ ନୂଆ ଜଣଙ୍କୁ ସଭାପତି କରାଯାଇ ଥିଲେ ହୁଏତ ଧର୍ମେନ୍ଦ୍ରଙ୍କର ପତିୟାରା ଅକ୍ଷୁର୍ଣ୍ଣ ରହିଥାଆନ୍ତା। ତାହା ମଧ୍ୟ ହୋଇପାରିଲା ନାହିଁ। ତୃତୀୟରେ ଏହି ଘଟଣାଟି ଧର୍ମେନ୍ଦ୍ରଙ୍କର ପତିୟାରା ହ୍ରାସ କଲା ବୋଲି  ହାଟରେ ପଡି ଘାଟରେ ଗଡିଲା। ଯାହା ତାଙ୍କୁ ବହୁ ମାତ୍ରାରେ ବ୍ୟତିଥ କରିଦେଇଛି। ଅପରାଜିତ ଦଳରେ ଯୋଗଦେବା ପୂର୍ବରୁ ଏମିତି କେବେ ହୋଇ ନ ଥିଲା।

ଏ ସବୁ ଘଟଣା ଭିତରେ ଧର୍ମେନ୍ଦ୍ର ବର୍ତ୍ତମାନ ନିଜର ପତିୟାରାକୁ ପ୍ରତିଷ୍ଠା କରି ଅପରାଜିତାକୁ କଣଠୋସା କରିବା ପାଇଁ ଏକ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି। ଭିନ୍ନ ପ୍ରସଂଗରେ ବିଜେପି ବିଧାୟକମାନଙ୍କ ବୈଠକ ଡାକି ନିଜର ଭାବମୂର୍ତ୍ତିକୁ ସଜାଡିବାରେ ଲାଗିପଡିଛନ୍ତି। ଏହାପରେ ସେ ବର୍ତ୍ତମାନ ପୁରା ବିଜେପି ନେତାମାନଙ୍କୁ କିପରି ହାତରେ ରଖିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଲେଣି। କାରଣ ଧର୍ମେନ୍ଦ୍ର ଥରେ ଧକ୍କା ଖାଇଛନ୍ତି ମାନେ ସେ ଭିତରେ ଭିତରେ ଘାଇଲା ବାଘ ପରି ହେବାରେ ଲାଗିଛନ୍ତି ।

ଅନ୍ୟପଟେ ଏସବୁ ଘଟଣା ସଂପର୍କରେ ଅବଗତ ହେବାରେ ଲାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଦଳ ଭିତରେ ନିଜ ପତିୟାରା ଜାହିର ପାଇଁ ଆରମ୍ଭ କରିଛନ୍ତି ନୂଆ ରଣନୀତି। ତେବେ ବିଜେପିର ଏପରି ଡ୍ରାମାବାଜିକୁ ନେଇ ଗୋଟିଏ ଗୋଷ୍ଠୀ ବେଶ୍ ଉତଫୁଲିତ ଅଛନ୍ତି। ସେହି ଗୋଷ୍ଠୀଟି ହେଲା , ଆମେ ନା ଧର୍ମେନ୍ଦ୍ର, ଆମେ ନା ଅପରାଜିତା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁରୁଧା ସିଂହାସନ ଲଢେଇରେ ଧର୍ମେନ୍ଦ୍ରଙ୍କ ରାସ୍ତାକୁ ରୋକିଲେ ଅପରାଜିତା, ବିଷମ ପରିସ୍ଥିତିରେ ରାଜ୍ୟ ବିଜେପି

ଭୁବନେଶ୍ୱର: ଏବେ ଏବେ ସରିଛି ଓଡିଶାର ଉପନିର୍ବାଚନ। ବିଜେପି ହାତରୁ ଖସିଯାଇଛି ଗୋଟିଏ ସିଟ। ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ବିଜେଡିର ହେଲା ବାଜିମାତ। ହେଲେ ନିଜ ହାତରୁ ଖସିଯାଇଥିବା ବାଲେଶ୍ଵର ସଦର ଆସନଟିକୁ ନେଇ ବିଜେପି ମାନସ ମନ୍ଥନ କରିବ କଣ, ଘରେ ଲାଗିଛି ବାଦୀପାଲା। ଏହି ପାଲା ପୁଣି ଆଉ କାହା ମଧ୍ୟରେ ନୁହେଁ, ଖୋଦ୍ ବିଜେପି ଶକ୍ତିକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଲାଗିଛି।

ଲୋକ ଭାବୁଥିଲେ ବାଲେଶ୍ଵର ପରାଜୟ ପରେ ରାଜ୍ୟ ବିଜେପି ଆଗାମୀ ଦିନରେ କିଭଳି ନିର୍ବାଚନ ଜିଣିବ, ସେହି ଚିନ୍ତା କରିବ। କଣ ପାଇଁ ବାଲେଶ୍ଵର ସଦର ଆସନ ଖସିଗଲା ତର୍ଜମା ହେବ। କିନ୍ତୁ ଗୋଷ୍ଠୀ କନ୍ଦଳକୁ ନେଇ ବିଜେପି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ଗତି କରୁଛି। ତେବେ ଏହି ଅଡୁଆର କାରଣ କଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଭୁବନଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାଜିତାଙ୍କ ଗୁରୁତ୍ୱ କମାଇବାକୁ ଧର୍ମେନ୍ଦ୍ର ଷଡଯନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ ଖୁରୁଧା ଜିଲ୍ଲା ବିଜେପି କର୍ମକାର୍ତ୍ତାଙ୍କୁ ଅଦଳ ବଦଳ କରାଯିବାକୁ ନେଇ ବିବାଦ ତେଜୁଥିଲା।

ଗତ ବର୍ଷେ ହେଲା ଅପରାଜିତାଙ୍କ ଅନୁଗତ ରଶ୍ମୀରଂଜନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱରେ ଥିଲେ। ହେଲେ ଅଚାନକ ତାଙ୍କ ସ୍ଥାନରେ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା। ରଶ୍ମୀ ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯିବା ଘଟଣାରୁ ହିଁ ଆରମ୍ଭ ହେଲା ବିବାଦ। ତେବେ ଅପରାଜିତାଙ୍କ ଜିଦ୍ ଆଗରେ ଧର୍ମେନ୍ଦ୍ର ହାରି ଯାଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଶକ୍ତ ଝଟକା ଦେଇ ରଶ୍ମୀ ରଞ୍ଜନଙ୍କୁ ପୁଣିଥରେ ବିଜେପି ଖୁରୁଧା ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର କିଛି ନେତା ବି ପଦାରେ ପଡିଯାଇଛନ୍ତି। ତାଙ୍କ ଭିତରେ ଅଛନ୍ତି ଗୋଲକ ମହାପାତ୍ରଙ୍କ ସହିତ ଖୋଦ ରାଜ୍ୟ ସଭାପତି ସମୀର ମହାନ୍ତି।

ତେବେ ପ୍ରଶ୍ନ ଉଠୁଛି ସବୁ ରାଜ୍ୟରେ ବିଜେପି ସଂଗଠନ ସୁଦୃଢ଼ ହେଉଥିଲା ବେଳେ ଓଡ଼ିଶାରେ ବିଜେପି ଆଗକୁ ବଢ଼ିପାରୁନି କାହିଁକି। ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଯେଉଁ ଢଙ୍ଗରେ ପ୍ରଚାର ଆରମ୍ଭ କରିଥିଲା, ଏଥିରେ ରାଜ୍ୟ ବିଜେପି ବେଶ୍ ଉତଫୁଲିତ ଥିଲା। ହେଲେ ବିଜୁ ଜନତା ଦଳର ପରାକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଭାବ ଆଗରେ ଫିକା ପଡିଲା ବିଜେପି।

ସେହିଭଳି ୨୦୧୯ ରେ ମଧ୍ୟ ଓଡ଼ିଶାରେ ବିଜେପି ବିଶେଷ ସଫଳ ହୋଇପାରିଲାନି। ଦୁଇଥର କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ରହିଲେଣି, ହେଲେ ଓଡ଼ିଶାରେ ବିଜେପି ବଢ଼ିପାରୁନି। ଏବେ ଆଉ ଜଣେ ଓଡ଼ିଆ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ରହିଛିନ୍ତି, ସେ ହେଲେ ପ୍ରତାପ ଷଡଙ୍ଗୀ। କିନ୍ତୁ ବିଜେଡିକୁ ଟକ୍କର ଦେବାପରି ସାମର୍ଥ୍ୟ ଏ ପର୍ଯ୍ୟନ୍ତ ବିଜେପି ନିକଟରେ ଥିବା ପରି ଜଣାପଡୁ ନାହିଁ।

ନବୀନଙ୍କ ସୁଶାସନ ଓ ଓଡିଶା ବିକାଶ ଶ୍ରେୟ ନେଲା ଭଳି ରାଜନୈତିକ ଦଳ ରାଜ୍ୟରେ ନାହିଁ। ତେଣୁ ରାଜ୍ୟ ବିଜେପି ଯଦି ଗୋଷ୍ଠୀ କନ୍ଦଳରେ ଲାଗିବ, ତେବେ  ଓଡିଶାରେ ପୁଣି ସେଇ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ଚାଲିଥିବ। ସେଥିପାଇ ବର୍ତ୍ତମାନ ରାଜ୍ୟ ବିଜେପି ଏକ ବିଷମ ପରିସ୍ଥିତି ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି । ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ ସହ ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଥିବା କଥା ଚିଠିରେ ଉଲ୍ଲେଖ ବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦ ଦ୍ୱାରା ସେସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ପ୍ରଭାବ ପଡୁଛି । ଓଡ଼ିଶାରେ ଲୋକଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ: ଧର୍ମେନ୍ଦ୍ର କହିଲେ ନବ ଦାସ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି, ନବ କହିଲେ ପ୍ରମାଣ କରି ଦେଖାଅ

ବାଲେଶ୍ବର, ବର୍ତ୍ତମାନ ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଆରମ୍ଭ ହୋଇଯାଇଛି। ଏପରିକି ପରସ୍ପର ଭିତରେ କାଦୁଅ ଫିଙ୍ଗା ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି। ଆଜି ବାଲେଶ୍ବରେ ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଅଭିଯୋଗ କଲେ। ତାହା ହେଲା ବାଲେଶ୍ବରରେ କୁଆଡେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି। ଟଙ୍କା ବାଣ୍ଟିବା ପାଇଁ ସେ କୁଆଡେ ସୁଯୋଗ ଖୋଜୁଛନ୍ତି।

ଏହାକୁ ନେଇ ବିଜେଡି ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ ନବ ଦାସ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଖରେ ପ୍ରମାଣ ଅଛି ଯଦି ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ କରନ୍ତୁ। ଏହାକୁ ନେଇ ବାଲେଶ୍ବର ନୁହେଁ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ତାତି : ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ବର : ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା 23 ତାରିଖରେ ତିର୍ତ୍ତୋଲ ଓ 24 ତାରିଖରେ ବାଲେଶ୍ବରରେ ପ୍ରଚାର କରିବେ ଧର୍ମେନ୍ଦ୍ର । ଉଭୟ ସ୍ଥାନରେ ରୋଡ୍‌ ଶୋ’ ସହ ବିଭିନ୍ନ ସଭାରେ ଯୋଗଦେବେ ଧର୍ମେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର କରିବେ । ନିର୍ବାଚନ ବେଳେ ଆଭିମୁଖ୍ୟ କଠୋର ରହିବ ବୋଲି କହିଛନ୍ତି ପୃଥ୍ବୀରାଜ । ଆସନ୍ତା ନଭେମ୍ବର 3ରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ପାଇଁ ଭୋଟ ଗ୍ରହଣ କରାଯିବ। 10 ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

Categories
ଫଟୋ ଖବର

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୁଛନ୍ତି ସାକ୍ଷାତ

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ର ଦେବେନ୍ଦ୍ର ଫଡନାବିଶ। ମହାରାଷ୍ଟ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ କରିଛନ୍ତି ଆଲୋଚନା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ଡାକ୍ତରଖାନାରେ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ, ଆଜି ପେଟ୍ରୋଲିୟ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଛନ୍ତି। କଟକ ଏସସିବି ମେଡିକାଲ ଯାଇ ଧର୍ମେନ୍ଦ୍ର ଏହି ପ୍ଲାଜମା ଦାନ କରିଛନ୍ତି। ପୂର୍ବରୁ ନୂଆଦିଲ୍ଲୀରେ ସେ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନ ପରେ ତାଙ୍କର ନମୂନା ନେଗେଟିଭ ଆସିବା ପରେ ସେ ଘରକୁ ଫେରିଥିଲେ। ଭଲ ହେବାର ବହୁଦିନ ପରେ ସେ ପ୍ଲାଜମା ଦାନ କରି ଏକ ମହାନ କାମରେ ନିଜକୁ ନିୟୋଜିତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ଟଙ୍କା ରିହାତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାର ଓଡିଶାର ବିଦ୍ୟୁତ ବଣ୍ଟନ କଂପାନୀକୁ ଏକ ବଡ ରିହାତି ପ୍ରଦାନ କରିଛନ୍ତି। ଏଥିରେ ଏନଏଚପିସିକୁ ୩.୭୮ କୋଟି, ଏନଟିପିସିକୁ ୫୬.୮ କୋଟି ଏବଂ ପିଜିସିଆଇଏଲକୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଏହିପରି ମୋଟ ୮୪ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଛି।

ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ କରିବା ପାଇଁ ଏହି ରିହାତି ଦିଆଯାଇଛି। ଏହାଦ୍ବାରା ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ଅଧିକ ଉପକୃତ ହେବେ। କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ଲକ୍ଷ୍ୟ ରଖି ଏହି ରିହାତି ପ୍ରଦାନ କରାଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଫଟୋ ଖବର

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା। ଦେଶରେ ଗ୍ୟାସ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର। ଦ୍ବିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସିଲ୍‌ଭର ଗାନ୍ଧୀଙ୍କ ପଦଯାତ୍ରା, ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୧.୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ ଅବସରରେ ଓଡିଶାର ସିଲ୍‌ଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି। ଆଜି ଏହି ପଦଯାତ୍ରାରେ ସିଲ୍‌ଭର ଗାନ୍ଧୀଙ୍କ ସହିତ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହିତ ଅହରହ ସଂଗ୍ରାମ କରି ଆସୁଛନ୍ତି ସିଲ୍‌ଭର ଗାନ୍ଧୀ।

ପୂର୍ବରୁ ସେ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ମିଶନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୨୦୦୦ କି.ମି. ପଦଯାତ୍ରା କରି ମହାମହୀମ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ। ବିଶ୍ୱରେ ଦେଖାଦେଇଥିବା ମହାମାରୀ ‘କୋଭିଡ୍‌-୧୯’ ଭଳି ଭୂତାଣୁ ଜନିତ ରୋଗକୁ ଖାତିର ନ କରି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହରର ଗଳିକନ୍ଦି ତଥା ବସ୍ତିବାସିନ୍ଦାଙ୍କୁ ମାକ୍ସ ଏବଂ ସାନିଟାଇଜର କିଣି ବଣ୍ଟନ କରିଥିଲେ।

ଏତଦ୍‌ବ୍ୟତୀତ ସହର-ବଜାରରେ ଫଳ ଦୋକାନ, ପରିବା ଦୋକାନ, ଗ୍ରୋସରୀ ଦୋକାନ ମାନଙ୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀବେଶ ଧାରଣ କରି ଘଣ୍ଟ ବଜାଇ, ସାମାଜିକ ଦୂରତା ରକ୍ଷା କରିବା ଏବଂ ମାକ୍ସ ବ୍ୟବହାର କରିବାକୁ ଅନୁରୋଧ କରିଥାନ୍ତି ସିଲ୍‌ଭର ଗାନ୍ଧୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୧୨ ତାରିଖରୁ ଚାଲିବ ତିନୋଟି ସ୍ପେଶାଲ ଟ୍ରେନ: ଜାଣନ୍ତୁ କେଉଁ ରୁଟରେ ଚାଲିବ ଏହି ଟ୍ରେନ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ଚାଲିବ ତିନୋଟି ସ୍ପେଶାଲ ଟ୍ରେନ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ ରେ ଚାଲିବ ଏହି ତିନୋଟି ସ୍ପେଶାଲ ଟ୍ରେନ। ଲକଡାଉନ ଯୋଗୁଁ କାମ ହରାଇ ଘରେ ବସିଥିବା ଶ୍ରମିକମାନଙ୍କ ପାଇଁ ଚାଲିବ ଏହି ଟ୍ରେନ। ଫଳରେ ନିଜ ନିଜର କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ ଶ୍ରମିକ। ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରମିକ ମାନଙ୍କ ପାଇଁ ସ୍ପେଶାଲ ଟ୍ରେନ ଚାଲିବା ନେଇ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ୫ ତାରିଖ ଦିନ ଶ୍ରମିକମାନେ ବସ ଯୋଗେ ନିଜ ନିଜର କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଅଧା ରାସ୍ତାରେ ଦୁର୍ଘଟଣା ହୋଇଥିଲା। ଛତିଶଗଡର ରାୟପୁରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଓଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିଲେ। ଗଞ୍ଜାମରୁ ସୁରତ ଅଭିମୁଖେ ଯାଉଥିବା ଏହି ବସରେ ପ୍ରାୟ ଷାଠିଏରୁ ଅଧିକ ଯାତ୍ରୀ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ମହାକାଶ ଗବେଷଣାରେ ଓଡ଼ିଶାର ପ୍ରମୁଖ ଭୂମିକା, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମହାକାଶ କ୍ଷେତ୍ରରେ ମୋଦୀ ସରକାରଙ୍କ ସଂସ୍କାର ପ୍ରସଙ୍ଗରେ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ମାର୍ଗରେ ଆଗକୁ ବଢୁଛନ୍ତି । ଭାରତ’ର ମହାକାଶ କ୍ଷେତ୍ରରେ ଉଦାରୀକରଣ ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଦେଶର ବିକାଶରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବଡ଼ ଭୂମିକା ଗ୍ରହଣ କରିବ।

ମନ୍ତ୍ରୀ କହିଛନ୍ତି ନୂଆ ମହାକାଶ ବୋର୍ଡ ଇଣ୍ଡିଆନ ନ୍ୟାସନାଲ ସ୍ପେଶ୍ ପ୍ରମୋଶନ ଆଣ୍ଡ ଅଥୋରାଇଜେସନ(ଆଇଏନ୍-ସ୍ପେଶ)ର ପ୍ରତିଷ୍ଠା ମହାକାଶ ବିଶେଷ ଭାବରେ ମହାକାଶ ପ୍ରଯୁକ୍ତିବିଦ୍ୟାର ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ନବସୃଜନ, ଅଭିବୃଦ୍ଧି ଏବଂ ଭାରତକୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନଏସଆଇଏଲ) ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ ଏବଂ ଆମ ମହାକାଶ ଆସେଟର ସର୍ବୋତ୍ତମ ବ୍ୟବହାରକୁ ସ୍ଥାୟୀ କରିପାରିବ। ଷ୍ଟାଟଅପକୁ ସହଯୋଗ କରାଯିବା ବେସରକାରୀ ଉଦ୍ୟୋଗୀଙ୍କ ପାଇଁ ନୂଆ ସ୍ତର ତିଆରି କରିବ ଏବଂ ଏହା ମହାକାଶ ଆସେଟରେ ସାମାଜିକ-ଅର୍ଥନୈତିକର ବ୍ୟବହାରକୁ ପ୍ରୋତ୍ସାହନ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘକାଳୀନ ଦୂରଦୃଷ୍ଟି ଭାରତକୁ ମହାକାଶ କାର‌୍ୟ୍ୟକ୍ରମରେ ନୂଆ ପର‌୍ୟ୍ୟାୟରେ ପହଞ୍ଚାଇବ ଓ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ୱ ମହାକାଶ ଅର୍ଥନୀତିରେ ପ୍ରମୁଖ ଭୂମିକାରେ ଛିଡା କରାଇବ ବୋଲି ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅରୁଣ ଜେଟିଲଙ୍କ ଶ୍ରାଦ୍ଧ ବାର୍ଷିକରେ ଓଡିଶା ପାଇଁ ଅବଦାନକୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ଜେଟଲୀ ଅନେକଙ୍କ ପାଇଁ ଜଣେ ଭଲ ବନ୍ଧୁ, ପଥପ୍ରଦର୍ଶକ ଏବଂ ଭଲ ଅଭିଭାବକ ଥିଲେ । ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ ।

ସ୍ୱାଧୀନତୋର ଭାରତରେ ତାଙ୍କ ଦ୍ୱାରା ଅଣାଯାଇଥିବା ବଡ ବଡ ସଂସ୍କାର କାରଣରୁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ପ୍ରଧାନ କହିଛନ୍ତି । ସ୍ୱର୍ଗତ ଅରୁଣ ଜେଟଲୀ ଓଡିଶାର ଜଣେ ବନ୍ଧୁ ଥିଲେ । ସେ ଓଡିଆ ଜାତିକୁ ଠିକ୍ ଭାବେ ଜାଣିଥିଲେ । ସର୍ବଦା କୁହନ୍ତି ଓଡିଆ ଜାତି ଏକ ବୁଦ୍ଧିଜୀବୀ ଲୋକଙ୍କର ଜାତି । ଡାକ୍ତର, ଓକିଲ, ପ୍ର୍ରଫେସର, ବିଚାରକ ହେବା ଓଡିଆ ଜାତିର ଗୁଣ ।

ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ତାଙ୍କ ଅନୁରୋଧ କ୍ରମେ ଅରୁଣ ଜେଟଲୀ ଭାରତ ସରକାରଙ୍କ ତରଫରୁ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିଲେ । ନବକଳେବର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ସେ ତତ୍‌କ୍ଷଣାତ୍ ଅନୁମତି ଦେଇଥିଲେ । ଓଡିଆ ଲୋକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅପାର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତିକୁ ଭାରତ ସରକାରଙ୍କ ସ୍ୱୀକୃତି ସହ ବଜେଟ୍ ପ୍ରସ୍ତାବର ଶବ୍ଦ ସଂଯୋଜନା ଅରୁଣ ଜେଟଲୀ କରିଥିଲେ ବୋଲି ସେ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଖାଇ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଥର ବଡମାନଙ୍କ ଯତ୍ନ ନେବାକୁ କଲେ ଅନୁରୋଧ

ଭୁବନେଶ୍ବର, ଆଜି ପବିତ୍ର ନୂଆଖାଇ ଅବସରରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରୀ କରି ବଡମାନଙ୍କ ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନ କରୋନା ମାହାମାରୀ ପରିସ୍ଥିତିରେ ଏଥର ନୂଆଖାଇ ଭିନ୍ନ ପ୍ରକାରର ହୋଇପଡିଛି। ତେବେ ସମସ୍ତଙ୍କୁ ମା ସମଲେଶ୍ବରୀ ସୁଖ ଓ ଶାନ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଏହି ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର ପ୍ରଥମେ ପଶ୍ଚିମ ଓଡିଶାର ସମସ୍ତ ଠାକୁରାଣୀଙ୍କୁ ପ୍ରାର୍ଥନା କରି ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ, ନିଜେ ଟୁଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ବୋଲି ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଲକ୍ଷଣ ଦେଖା ଦେବାରୁ ମୁଁ ନିଜର କଫ ପରୀକ୍ଷା ପାଇଁ ଦେଇଥିଲି ଓ ତାହା ପୋଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଛି ଓ ସୁସ୍ଥ ଅଛି’ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସପ୍ତାହେ ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ପରେ ମୋଦୀ କ୍ୟାବିନେଟର ଆଉ ଜଣେ ବରିଷ୍ଠ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ପ୍ରଧାନ କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ତାଙ୍କର ଆରୋଗ୍ଯ କାମନା କରିଛନ୍ତି।

Categories
ଫଟୋ ଖବର

ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Categories
ଆଜିର ଖବର ରାଜ୍ୟ ଖବର

ଅମିତ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।