Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଆଉ ଏକ ପରୀ!: ନୟାଗଡରେ ୬ ବର୍ଷର ଶିଶୁ କନ୍ୟାକୁ  ଦୁଷ୍କର୍ମ ପରେ ହତ୍ୟା

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀର ଘଟଣା ମନରୁ ଲିଭିନି, କିନ୍ତୁ ଆଉ ଏକ ହୃଦୟ ବିଦାରକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗ୍ରାମର ୨୨ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପୋଲିସ ଆଗରେ ଦୋଷ ସ୍ଵୀକାର କରିଛି। ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖ ଠାରୁ ୬ ବର୍ଷର ଶିଶୁ କନ୍ୟା ଜଣଙ୍କ ହଠାତ ନିଖୋଜ ହୋଇଯାଇଥିଲା। ଏହା ପରେ ପରିବାର ପକ୍ଷରୁ ଶିଶୁ କନ୍ୟାକୁ ବହୁତ ଖୋଜା ଖୋଜି କରିବା ସହ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ନିଖୋଜ ଶିଶୁ କନ୍ୟାର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସରପଞ୍ଚ ସୌମ୍ୟରଞ୍ଜନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ନୟାଗଡ ପରୀ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ଥିଲେ

ନୟାଗଡ: ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟ ଉପ-ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଲାଗି ଦାବି ପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତରେ ୧୫ ଜଣ ୱାର୍ଡଙ୍କ ମଧ୍ୟରୁ ୧୩ ଜଣ ୱାର୍ଡ ଦସ୍ତଖତ କରିଥିବା ସୂଚନା ମିଳିଛି। ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବ। ଏନେଇ ଉପ-ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପରି ମୃତ୍ୟୁ ଘଟଣାରେ ସୌମ୍ୟରଞ୍ଜନ ଚର୍ଚ୍ଚାକୁ ଆସିଥିଲେ। ସୌମ୍ୟରଞ୍ଜନଙ୍କୁ ପରୀ ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁ ଧମକ ଦେଇଥିବା ଏକ ଅଡ଼ିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଭାରତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ କରିଛି। ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବା ପାଇଁ ସମନ ଦିଆଯାଇଛି। ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର।

Categories
ବିଶେଷ ଖବର ରାଜ୍ୟ ଖବର

ପରୀ ମୃତ୍ୟୁ ନେଇ ଅଡୁଆରେ ମନ୍ତ୍ରୀ ଅରୁଣ ସାହୁ, ଗୃହରେ ବିବୃତି ରଖିବେ ଗୃହମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି ଘଟଣା ପଦାକୁ ଆସିଛି। ବିଧାନସଭା ଆଗରେ ଏପରି ଘଟଣା ଘଟିବା ପରେ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହାଙ୍ଗାମା କରିଥିଲେ। ଫଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହା ଉପରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଜାରି କରିଛନ୍ତି। ସେହି ଅନୁସାରେ ବୁଧୁବାର ଦିନ ଗୃହରେ ବିବୃତି ରଖିବେ ଦିବ୍ୟଶଙ୍କର।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁରେ ଘଟିଛି ଏହି ଘଟଣା।  ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ବାପାମା । ୧୦ଦିନ ପର୍ଯ୍ୟନ୍ତ ଝିଅର କୌଣସି ଖୋଜଖବର ମିଲିଲା ନାହିଁ। ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପରୀର ଶରୀରରୁ କିଡନୀ ଏବଂ ଆଖି କାଢି ନିଆଯାଇଥିବାର ମଧ୍ୟ ସେମାନେ କହିଛନ୍ତି। ପୁଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ।

ପରୀର ବାପାମାଙ୍କ ଅଭିଯୋଗ ଯେ  ପରୀକୁ କେଉଁମାନେ ମାରିଛନ୍ତି ପୋଲିସ ଜାଣିଛି। ସେ ଲୋକ ହେଉଛି ମନ୍ତ୍ରୀ ଅରୁଣ ସାହୁଙ୍କର ଜଣେ କୁଜି ନେତା। ସେଥିପାଇଁ ପୋଲିସ ତାଙ୍କୁ ଗିରଫ କରୁ ନାହିଁ ବୋଲି ପରୀର ବାପାମା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପରୀର ପରିବାରଙ୍କୁ ପୋଲିସ କୁଆଡେ ଧମକଚମକ ଦେଉଛି ବୋଲି ସେମାନେ ମଧ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ମୃତ ପରୀର ବାପାମା କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡର କାରଣ ରାଜନୈତିକ କି ଅନ୍ୟକଣ ତାହା ଜଣାପଡି ନାହିଁ।

ଏହି ଘଟଣାକୁ ନେଇ ବିଧାସଭାରେ ବିରୋଧ ଦେଖାଦେଇଥିବା ବେଳେ ବାହାରେ ମଧ୍ୟ ଏହାକୁ ନେଇ ବେଶ୍ ସରଗରମ ସୃଷ୍ଟି ହୋଇଛି। ଉଭୟ କଂଗ୍ରେସ ଓ ବିଜେପି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 875କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । କଟକ ଓ ବାଲେଶ୍ବରରୁ 2 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ  ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 875ରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 84 ବର୍ଷ ହୋଇଥିବାବେଳେ ଅନ୍ୟ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ  75, 41, 46, 82, 67 ବର୍ଷ ।

ବାଲେଶ୍ବର ଜିଲ୍ଲାରୁ ଦୁଇ ମହିଳାଙ୍କର ମୃତ୍ୟୁହୋଇଥିବାବେଳେ ବୟସ ଯଥାକ୍ରମେ 60 ଓ 80ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ 47 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 32 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 67 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

କଟକରୁ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 64 ଓ 57 ବର୍ଷ ବୋଲି ସୂଚନା ରହିଛି ।  ନୟାଗଡରୁ 62 ବର୍ଷୀୟ ପୁରୁଷ, 76 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 52 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ 9ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେଉଁଝରରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ନବରଙ୍ଗପୁର, ନୟାଗଡ, ମୟୂରଭଞ୍ଜ, କନ୍ଧମାଳ, ବାଲେଶ୍ବର, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ବର ଜିଲ୍ଲାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 30 ବର୍ଷୀୟା ଯୁବତୀ, କନ୍ଧମାଳରରୁ 54 ବର୍ଷୀୟ ପୁରୁଷ, କେଉଁଝରରୁ 38 ବର୍ଷୀୟ ପୁରୁଷ ଓ 59 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ 90 ବର୍ଷୀୟ ଆକ୍ରାନ୍ତ ରହିଥିବାବେଳେ ମୟୂରଭଞ୍ଜରୁ 74 ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 29 ବର୍ଷୀୟ ଯୁବକ, ନୟାଗଡରୁ 51 ବର୍ଷୀୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସର୍ବାଧିକ 3 ହଜାର 371 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର :  ଆଜି  30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 371 ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 547ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 357, ଗଞ୍ଜାମରୁ 196, ଯାଜପୁରରୁ 173, ନୟାଗଡରୁ 171, ସୁନ୍ଦରଗଡରୁ 154, ରାୟଗଡାରୁ146, ପୁରୀରୁ 144, ମାଲକାନଗିରିରୁ 134, ଭଦ୍ରକରୁ 114, ସମ୍ବଲପୁରୁର 107, ବାଲେଶ୍ବର ଓ ବରଗଡରୁ 98 ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 95, ଝାରସୁଗୁଡାରୁ 93, ମୟୂରଭଞ୍ଜରୁ 92,  କୋରାପୁଟରୁ 91, କେନ୍ଦ୍ରାପଡା ଓ ବଲାଙ୍ଗିରରୁ 76ଜଣ ଲେଖାଏଁ ରହିଛନ୍ତି ।  କେଉଁଝରରୁ 74, ଢେଙ୍କାନାଳରୁ 67, ନବରଙ୍ଗପୁରରୁ 65,ଅନୁଗୁଳରୁ 63,ଗଜପତି ଓ କନ୍ଧମାଳରୁର41 ଜଣ ଲେଖାଏଁ ରହିଛନ୍ତି । କଳାହାଣ୍ଡିରୁ 28, ନୂଆପଡାରୁ 15 ଓ ଦେବଗଡରୁ 8, ବୌଦ୍ଧରୁ 4, ସୋନପୁରରୁ 3 ଜଣ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 14 ଜଣଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 14 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଛଅ ଜଣ ମୃତ୍ୟୁବରଣ କରିଥିବାବେଳେ  ଖୋର୍ଦ୍ଧା, ନୟାଗଡାରୁ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 70 ରହିଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 85, 65, 50,55 ଓ 50 ବର୍ଷୀୟ ବ୍ୟକ୍ତି ।

ସେହିପରି ଖୋର୍ଦ୍ଧାରୁ ଆଜି ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 84 ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 81 ଓ 69 ବର୍ଷ । ନୟାଗଡର ତିନି ମୃତକଙ୍କ ବୟସ ଯଥାକ୍ରମେ 78, 30 ଓ 34 ବର୍ଷ ବୋଲି ସୂଚନା ରହିଛି ।

ସୁନ୍ଦରଗଡରୁ ମୃତ୍ୟୁବରଣ କରିଥବା ଆକ୍ରାନ୍ତଙ୍କ ବୟସ 72ବର୍ଷ ହୋଇଥିବାବେଳେ ରାୟଗଡାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 46 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 137କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧାରେ ଏହା 38କୁ ବୃଦ୍ଧି ହୋଇଥିବାବେଳେ ରାୟଗଡାରେ 11ଓ ସୁନ୍ଦରଗଡରେ 18କୁ ବୃଦ୍ଧି ହୋଇଛି । ନୟାଗଡରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଲାଣି ।

କେଉଁଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ଅନ୍ୟାନ୍ୟ ମୃତ
ଗଞ୍ଜାମ 13088 10573 2370 137 8
ଖୋର୍ଦ୍ଧା 6663 3230 3386 38 9
କଟକ 3202 2083 1104 11 4
ସୁନ୍ଦରଗଡ 2362 1427 913 18 4
ଗଜପତି 2020 1485 518 16 1
ଯାଜପୁର 1634 1308 322 3 1
ରାୟଗଡା 1506 927 568 11 0
ବାଲେଶ୍ବର 1434 1014 410 5 5
ପୁରୀ 1299 734 558 4 3
କୋରାପୁଟ 1271 795 474 2 0
ସମ୍ବଲପୁର 1169 506 661 2 0
କେଉଁଝର 1043 799 238 4 2
ନୟାଗଡ 1041 620 411 8 2
ଭଦ୍ରକ 984 642 334 4 4
ମାଲ୍‌କାନଗିରି 926 485 436 2 3
ମୟୂରଭଞ୍ଜ 918 621 293 1 3
କନ୍ଧମାଳ 916 529 382 5 0
ଜଗତସିଂହପୁର 892 715 175 2 0
ବଲାଙ୍ଗିର 696 425 271 0 0
କେନ୍ଦ୍ରାପଡା 668 498 166 3 1
ଢେଙ୍କାନାଳ 667 351 315 1 0
ବରଗଡ 644 407 234 3 0
କଳାହାଣ୍ଡି 518 232 284 2 0
ଅନୁଗୁଳ 439 310 127 2 0
ଝାରସୁଗୁଡା 400 317 82 1 0
ନବରଙ୍ଗପୁର 383 282 99 1 1
ବୌଦ୍ଧ 210 137 73 0 0
ନୂଆପଡା 187 131 56 0 0
ସୋନପୁର 174 108 66 0 0
ଦେବଗଡ 101 94 7 0 0
Categories
ଆଜିର ଖବର ଆଞ୍ଚଳିକ

ନୟାଗଡ଼ କାଳିଆମ୍ବ ଗାଁରେ ଦୁଃଖୀ ଜାନିର ଅନାହାର ମୃତ୍ୟୁ ! ପ୍ରାଶାସନିକ ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲା ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ

ଭୁବନେଶ୍ବର, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଓ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଯେତେବେଳେ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି, ସେସମୟରେ ନୟାଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କିତ ଖବରକୁ ନେଇ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଂଚାୟତର କାଳିଆମ୍ବ ଗାଁରେ ଏକାକୀ ରହୁଥିଲେ 46 ବର୍ଷୀୟ ଆଦିଆସୀ ମହିଳା ଦୁଃଖୀ ଜାନି। ହେଲେ ତିନି ଦିନ ପେଟକୁ ଦାନା ମୁଠିଏ ନ ପାଇ ଅନାହାରରେ ରହିବା ପରେ ଗତ ଜୁନ୍ 24 ତାରିଖ ଦିନ ଆଖି ବୁଜି ଦେଇଥିଲେ ଦୁଃଖୀ ଜାନି।

ଏହି ଖବର କିଛି ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ ହେବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ତରଫରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏ ନେଇ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଜୁଲାଇ 3ରେ ସମ୍ପୃକ୍ତ ଅଞ୍ଚଳକୁ ଯାଇଥିଲେ। ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର ସମୀତ ପଣ୍ଡା, ଓଡ଼ିଶା ଶ୍ରମଜୀବୀ ମଞ୍ଚର ସାମାଜିକ କର୍ମୀ ଲକ୍ଷ୍ମୀଧର ସିଂହ ଏବଂ ଇଣ୍ଡିଜେନସ ପିପୁଲସ ଫୋରମର ଅର୍ଥନୀତିଜ୍ଞ ଡଃ ମନୋଜ ଦାଶ ଏବଂ ସାମ୍ବାଦିକ ରାଜେଶ ମହାପାତ୍ରଙ୍କୁ ନେଇ ଏକ ଚାରି ଜଣିଆ ଦଳ ପ୍ରକାଶିତ ଖବରର ସତ୍ୟତା ନେଇ ଯାଞ୍ଚ କରିଥିଲେ।

ଏହି ଦଳ ଦୁଃଖୀ ଜାନି ରହୁଥିବା କାଳିଆମ୍ବ ଗାଁକୁ ଯାଇ ମୃତକଙ୍କ କିଛି ଦୂର ସମ୍ପର୍କୀୟ, ସାହି ପଡୋଶୀ, ଆଶା ଓ ଅଙ୍ଗନବାଡି କର୍ମୀ, ଜାକେଡା ପଞ୍ଚାୟତର ସରପଞ୍ଚ, ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନୂଆଗାଁ ବିଡିଓଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବା ସହ ଏହାକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ମୁତାବକ ନିୟମିତ କ୍ଷୁଧା ଓ ଅନାହାରରେ ରହୁଥିବାରୁ ଦୁଃଖୀ ଜାନିର ମୃତ୍ୟୁ ଘଟିଛି। ମରିବାର ତିନିଦିନ ସେ କିଛି ବି ଆହାର ପାଇନଥିଲା। ସରକାରୀ ନିୟମ ପ୍ରଣୟନର ତୃଟି ହେଉ ବା ସ୍ଥାନୀୟ ପ୍ରଶାସନର ଅବହେଳା ହେଉ ଗରିବ କଲ୍ୟାଣ ଓ ଖାଦ୍ୟ ସୁରକ୍ଷା ଦିଗରେ ଏକାଧିକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଏଥିରୁ ଦୁଃଖି ଜାନି ପାଖରେ କିଞ୍ଚିତ ବି ପହଞ୍ଚି ପାରିନଥିଲା।

ସେ ଅସହାୟ ଅବସ୍ଥାରେ ଏକୁଟିଆ ରହୁଥିଲେ ସୁଦ୍ଧା ତା ପାଖରେ କୌଣସି ସରକାରୀ ଯୋଜନାର କାର୍ଡ ନଥିଲା। କାହିଁକି ଯେ ତାର ଅନ୍ନପୂର୍ଣ୍ଣା କାର୍ଡ ରଦ୍ଦ ହୋଇଥିଲା ତାହା ବି ଜଣାପଡୁନାହିଁ। ଫଳରେ ସାଧାରଣ ବଣ୍ଟନ ଯୋଜନାରୁ ବି ବଞ୍ଚିତ ଥିଲା। ସ୍ଥାନୀୟ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ ସେ ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ପେନସନରୁ ବି ବଞ୍ଚିତ ହୋଇଥିଲା। ଦୁଃଖୀ ରେସନ ନମ୍ବର ପାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ଓ ଡାଲି କାହିଁକି ଯେ ପାଉନଥିଲା ତାହା ବି ସନ୍ଦେହ ଘେରରେ ରହିଛି। ଏପ୍ରିଲରୁ ଜୁନ ମାସ ପାଇଁ ସେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 10 କେଜି ଚାଉଳ ପାଇଥିଲା।

ଏହି ଘଟଣାରେ ବିନା ପୋଷ୍ଟ ମର୍ଟମରେ ମହିଳାଙ୍କ ଶେଷକୃତ୍ୟ କରାଯାଇ ଓଡ଼ିଶା ରିଲିଫ କୋଡର ନିର୍ଦିଷ୍ଟ ନିୟମାବଳିର ଉଲ୍ଲଂଘନ କରାଯାଇଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ଜାଣିବାକୁ ପାଇଛି। ସରକାର ମଧ୍ୟ ଏ ଘଟଣାକୁ ଅତି ହାଲୁକା ଭାବେ ନେବା ଏବଂ କାହିଁକି ଓ କାହାପାଇଁ ମହିଳା ଜଣଙ୍କ ହିତାଧିକାରୀ ଭାବେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଲେ ତାହାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବାକୁ ଏହି ଦଳ ସୁପାରିସ କରିଛି। ଏବେ କରୋନା ମହାମାରୀ ସଂକଟ ସମୟରେ ଦୁଃଖୀ ଭଳି ଥିବା ଅନେକ ଅସହାୟଙ୍କୁ ଚିହ୍ନଟ କରିବାକୁ ପ୍ରଶାସନ ଏକ ସ୍ବତନ୍ତ୍ର ଅଭିଯାନ କରିବା ଉଚିତ। ଫଳରେ ରାଜ୍ୟରେ ଦୁଃଖୀ ଜାନି ଘଟଣାରେ ଯେପରି ପୁନରାବୃତ୍ତି ନଘଟେ ସେ ଦିଗରେ ପ୍ରସ୍ତୁତ ରହିବାକୁ ପ୍ରତିନିଧି ଦଳ ରିପୋର୍ଟରେ ପ୍ରସ୍ତାବ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଏହି ଅଞ୍ଚଳରେ ଦୋକାନ ଖୋଲିବା ସମୟ ବଦଳିଲା : ସକାଳ ଛଅରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଦୋକାନ

ନୟାଗଡ : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ମାନ ନିଆଯାଉଛି । ଗଞ୍ଜାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କୁ ଆଗାମୀ 10 ଦିନଯାଏଁ ବାରଣ କରାଯାଇଥିବାବେଳେ ନୟାଗଡ ଜିଲ୍ଲାପାଳ ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି ।

ନୟାଗଡରେ ଲକ୍‌ଡାଉନ୍‌ ବେଳେ ଦୋକାନ ଖୋଲିବା ସମୟ ବଦଳିଛି। ଜିଲ୍ଲାରେ ଏଣିକି ସକାଳ 6ଟାରୁ ଦିନ 1ଟା ଯାଏଁ ଖୋଲା ରହିବ ଦୋକାନ। ଦିନ 1ଟା ପରେ କେବଳ ପେଟ୍ରୋଲ ପମ୍ପ, ମେଡିସିନ୍‌ ଦୋକାନ ଖୋଲା ରହିବ । ନୂଆ ନିୟମ ନେଇ ସୂଚନା ଦେଇଛନ୍ତି ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ । ସୂଚନାଯୋଗ୍ୟ, ନୟାଗଡରେ ଏବେ ମୋଟ୍‌ ପଜିଟିଭ୍‌ ସଂଖ୍ୟା 132ରେ ପହଞ୍ଚିଥିବାବେଳେ ଏବେ111ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 21 ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡରେ ନର୍ସଙ୍କୁ କରୋନା

ନୟାଗଡ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ୍‌ ନର୍ସଙ୍କୁ କରୋନା ସଂକ୍ରମିତ ହୋଇଥିବର ଖବର ମିଳିଛି ।  ଷ୍ଟାଫ୍‌ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର କରୋନା ପଜିଟିଭ୍‌ ବାହାରିଛି । ସଂପୃକ୍ତ ଷ୍ଟାଫ୍‌ ନର୍ସଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ରହିଛି। ସେହିପରି ମେଡ଼ିକାଲର ସବୁ ଓ୍ବାର୍ଡକୁ ଭଲ ଭାବେ ସାନିଟାଇଜ୍‌ କରାଯାଇଛି ।

ପୂର୍ବରୁ କେନ୍ଦ୍ରାପଡାର ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ସଫେଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ରହିଥିଲା । ସେହିପରି ବାଲେଶ୍ବରରେ ମଧ୍ୟ ଜଣେ ସରପଞ୍ଚ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ  30 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସୁସ୍ଥ ହୋଇଥିବା 30 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20 ଜଣ  ରହିଥିବାବେଳେ କେନ୍ଦ୍ରାପଡାରୁ ପାଞ୍ଚଜଣ, ନୟାଗଡରୁ ଜଣେ  ଏବଂ ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।  ସୂଚନାଯୋଗ୍ୟ ଗଞ୍ଜାମରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଥିବାବେଳେ ଗତ 24 ଘଣ୍ଟାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିବାସ୍ଥଳେ ଆଜି 20 ଜଣ ସୁସ୍ଥ ହୋଇ ଜିଲ୍ଲା ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 303କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978 ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।