Categories
ଅପରାଧ ଆଜିର ଖବର ରାଜ୍ୟ ଖବର

BREAKING: ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ସେବକ ମୃତ, ଘଟଣା ସ୍ଥଳରେ ଏସପି

ପୁରୀ: ଆଜି ସଂଧ୍ୟାରେ ପୁରୀର ଏମାର ମଠ ନିକଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଜଣେ ଦୁର୍ବତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଛି। ଏହି ଗୁଳି କାଣ୍ଡରେ ତଳଚ୍ଛୁ ସାହିର ଶିବରାମ ପାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଶ୍ରୀଲୋକନାଥ ମନ୍ଦିରର ସେବକ।

ତେବେ ଏ ନେଇ ପୋଲିସ ଜଣଙ୍କୁ ଅଟକ ରଖିଛି। ତାହାର ନାମ ଚନ୍ଦନ ବାରିକ ବୋଲି ଜଣାପଡିଛି। ତାପାଖରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବାର ଜଣାପଡିଛି। ଘଟଣା ସ୍ଥଳରେ ପୁରୀ ଏସପି ପହଁଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।ଅଟକ ଥିବା ଯୁବକଙ୍କୁ ପୋଲିସ ପଚରାଉଚୁରା ଜାରୀ ରଖିଛି। ଏ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏହି ଗୁଳିକାଣ୍ଡ ହୋଇଥିବା ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଭକ୍ତଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବ ଶ୍ରଦ୍ଧାଳୁ

ପୁରୀ: ଆଜି ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ସ୍ନାନ ଯାତ୍ରା ପାଇଁ କଟକଣା ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ। ପୂର୍ବଭଳି ଭକ୍ତମାନେ ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ।

ସେହିପରି ହାତୀ ବେଶ ପରେ ସ୍ନାନ ବେଦୀ ଉପରକୁ ଯାଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଶ୍ରୀବିଗ୍ରହମନଙ୍କୁ ଶ୍ରଦ୍ଧାଳୁମାନେ ସ୍ପର୍ଶ କରି ପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରେଢ଼ାଖୋଲରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ରଥ ନିର୍ମାଣ ପାଇଁ ପ୍ରଥମ ଥର ପଠାଗଲା ୬୧ ଖଣ୍ତ ଧଉରା କାଠ

କନ୍ଦର୍ପ ବେହେରା
ରେଢ଼ାଖୋଲ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ରେଢ଼ାଖୋଲ ଜଙ୍ଗଲରୁ ପ୍ରଥମଥର ପାଇଁ ଧଉରା କାଠ ଏକ ଟ୍ରକ୍ ରେ ଆଜି ପଠାଯାଇଛି।

ରେଢ଼ାଖୋଲ ବନଖଣ୍ଡ ବୁର୍ଡା ପଂଚାୟତର ଜଙ୍ଗଲରୁ ୬୧ ଖଣ୍ଡ ୧୨ ଫୁଟିଆ ଧଉରା କାଠ ପଠାଯାଇଛି। ବନବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସମେତ ରେଢ଼ାଖୋଲର ବୁଦ୍ଧିଜୀବି, ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାଠ ସବୁକୁ ପୂଜାର୍ଚ୍ଚନା କରି ଟ୍ରକ୍ ରେ ଲୋଡ଼୍ କରି ହୁଳହୁଳି, ହରିବୋଲ ଦେଇ ପଠାଯାଇଥିଲା।

ଏହି ବିଶ୍ବପ୍ରସିଦ୍ଧ ରଥ ଯାତ୍ରାର ରଥ ନିର୍ମାଣ ପାଇଁ ପ୍ରଥମ ଥର ପାଇଁ ରେଢ଼ାଖୋଲ ଜଙ୍ଗଲରୁ ୬୧ ଖଣ୍ଡ ଧଉରା କାଠ ପୁରୀକୁ ପଠାଯିବା ପ୍ରଥମ ଘଟଣା।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଏଏସଆଇ ଟିମ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କଲେ ଅନୁଧ୍ୟାନ

ପୁରୀ: ପୁରୀରେ ଏଏସଆଇ ଟିମ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ୩ ଜଣିଆ ଏଏସଆଇ ଟିମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏହି ଉଚ୍ଚସ୍ତରୀୟ ଟିମ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କର୍ତ୍ତୁପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଆଲୋଚନା କରିଛନ୍ତି।

ତେବେ ଏଏସଆଇଙ୍କୁ ଏସଂକ୍ରାନ୍ତରେ ଗଣମାଧ୍ୟମ ଦ୍ଵାରା ପ୍ରଶ୍ନ କରାଯିବାରୁ ସେ ଉତ୍ତର ରଖିବାକୁ ମନା କରିଦେଇଛନ୍ତି। ଏହି ମାମଲା ଓଡିଶା ଉଚ୍ଚନ୍ୟାୟଳୟରେ ଥିବାରୁ ଏଏସଆଇ କର୍ତ୍ତୁପକ୍ଷ କୌଣସି ଉତ୍ତର ରଖିବାକୁ ମନାକରିଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ମେଡିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହସପିଟାଲକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ଭୁବନେଶ୍ବରରୁ ପୁରୀରେ ପହଞ୍ଚିଥିଲେ। ସେଠାରେ ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ବାଲିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହି ମେଡିକାଲ କଲେଜରେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି। ଏହି ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହୋଇଛି। ଏଥିରେ ହଷ୍ଟେଲ, ପ୍ରଶାସନିକ ଭବନ, କ୍ୟାଣ୍ଟିନ ସହ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଛି । ଏଥିରେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି ।

ମେଡିକାଲର ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି।  ଚଳିତ ୨୦୨୧-୨୦୨୨ ଶିକ୍ଷା ବର୍ଷ ପାଇଁ ଏମବିବିଏସ ପାଠ୍ୟକ୍ରମ ପାଇଁ ନାମ ଲେଖା ସରିଛି। ୧୦୦ଟି ଆସନ ପାଇଁ ଏହି ନାମ ଲେଖା କରାଯାଇଛି। ଏଥିରେ  ୩୦ ଜଣ ଛାତ୍ରୀ ଏବଂ ୭୦ ଜଣ ଛାତ୍ର ନାମ ଲେଖାଇଛନ୍ତି।

ଏହି କଲେଜ ଉଦଘାଟନ ସହିତ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ମଧ୍ୟ ଭିଡିଓ କନଫ୍ରେସିଂ ଜରୀଆରେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କ ସହ ଭର୍ଚ୍ଚୁଆଲରେ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ଭାଷଣରେ ପୁରୀବାସୀଙ୍କ ପାଇଁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଗଲା ବୋଲି କହିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିୟମ ମଧ୍ୟ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣା: ଗିରଫ ହେଲେ ଆଉ ୪ ଅଭିଯୁକ୍ତ

ପୁରୀ: ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି। ଆଜି ଆଉ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଟୁଟୁ ମହାପାତ୍ର, ହରି ପଣ୍ଡା ଓ କୁନମୁନ ସୁଆରଙ୍କୁ ପୋଲିସ ଗିରଫ କରିଛି। ଟୁଟୁ ମହାପାତ୍ରଙ୍କ ବିରୋଧରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଏହାସହିତ ଏହି ୩ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରୀ ପୋଲିସ ଗିରଫ କରିଛି।

ତେବେ ଗତକାଲି ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ଥିଲେ।

Categories
ଆଜିର ଖବର ବ୍ୟବସାୟ

ନିମାପଡା ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ 

ପୁରୀ: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ପୁରୀ ଜିଲ୍ଲାର ନିମାପଡା ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ନିମାପଡାର ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ନିମାପଡା ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇବାକୁ ଆଶା ରଖିପାରିବେ।

ଏହି ୭୦୦୦ ବର୍ଗଫୁଟର ଷ୍ଟୋର ହେଉଛି ନିମାପଡା ସହରର ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି ସହିତ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ନିମାପଡାରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର: ମହାପ୍ରଭୁଙ୍କ ଦର୍ଶନ ଲାଗି ଉଠିବ କଟକଣା

ପୁରୀ: ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କୁ ମନ ଭରି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ସୁଯୋଗ ମିଳିଛି। ଏତେ ଦିନ ପରେ ଶ୍ରୀମନ୍ଦିରରେ ଜଗା ଦର୍ଶନ ସ୍ଵାଭାବିକ ହେବ।

ଆସନ୍ତା ୨୧ ତାରିଖରୁ ଶ୍ରଦ୍ଧାଳୁମାନେ ମନ ଭରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଆସନ୍ତା ୨୧ ତାରିଖରୁ ସମସ୍ତ କରୋନା କଟକଣା ଉଠିଯିବ। କିନ୍ତୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଯେଉଁ ଟୀକା ପ୍ରମାଣପତ୍ର ଆବଶ୍ୟକ ହେଉଥିଲା, ସେଥିରୁ ଏବେ ଶ୍ରଦ୍ଧାଳୁମାନଙ୍କୁ କୋହଳ କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଖୁସି ଖବର: ଏଣିକି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ଖୋଲିବ ଶ୍ରୀମନ୍ଦିର

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। କରୋନା କଟକଣା ହ୍ରାସ ପାଉଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି। ଆସନ୍ତା ମାସ ପହିଲାରୁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆଜି ଅପରାହ୍ନ ୪ ଟା ୩୦ ରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ଜଗା ଦର୍ଶନ କରିପାରିବେ।

ତେବେ ପୂର୍ବପରି ପଶ୍ଚିମ ଦ୍ଵାରା ଦେଇ ପୁରୀ ସହରବାସୀ କାଳିଆ ଦର୍ଶନ କରିବାକୁ ଅନୁମତି ମିଳୁଥିବା ବେଳେ ବାହାର ଲୋକଙ୍କ ପାଇଁ ପୂର୍ବ ଦ୍ଵାର ଖୋଲା ରହିବ। ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏଭଳି ନିଷ୍ପତ୍ତି ଶୁଣିବା ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସ୍ଵର୍ଗ ଦ୍ଵାରରୁ ହଟିଲା କଟକଣା: ଏଣିକି ଜିଲ୍ଲା ବାହାର ଲୋକଙ୍କୁ ମିଳିବ ଅନୁମତି

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ହେବାରେ ଲାଗଛି। ଏହା ସହ ପୁରୀ ଜିଲ୍ଲାରେ ମଧ୍ୟ କରୋନା ଗ୍ରାଫ ତଳ ମୁହାଁ ହେବାରେ ଲାଗିଛି। ତେଣୁ ଏହାକୁ ଦେଖି ଜିଲ୍ଲା ପ୍ରଶାସନ ଏକ ବଡ ପଦକ୍ଷେପ ନେଇଛି। ପୁରୀ ସ୍ଵର୍ଗ ଦ୍ଵାରରେ ଥିବା କଟକଣାକୁ ଜିଲ୍ଲା ପ୍ରଶାସନ ଉଠାଇଦେଇଛି।

ଏହି ପ୍ରରିପ୍ରେକ୍ଷୀରେ ଏଣିକି ପୁରୀ ସ୍ଵର୍ଗ ଦ୍ଵାରରେ ଜିଲ୍ଲା ବାହାର ମୃତଦେହକୁ ଦାହ କରିବା ପାଇଁ ଅନୁମତି ମିଳିଛି। କରୋନା ସଂକ୍ରମଣ ବଢୁଥିବା ବେଳେ ଜିଲ୍ଲା ପ୍ରଶାସନ ଏହି କଟକଣା ଜାରି କରିଥିଲା। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗା ଦର୍ଶନ ପାଇଁ ବଢିଲା ସମୟ ସୀମା, ଶ୍ରୀମନ୍ଦିର ପ୍ରଶାସନ ଜାରୀ କଲେ ନୂଆ ଏସଓପି

ପୁରୀ: ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହେଲା ନୂଆ ଏସଓପି। ନୂଆ ଏସଓପି ଅନୁଯାୟୀ ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଣିକି ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀୟୁଙ୍କ ଦର୍ଶନ ହେବ। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦର୍ଶନ ସମୟ ବଢାଇ ଦିଆଯାଇଛି।

ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପୂର୍ବରୁ ଯେଉଁ କୋଭିଡ କଟକଣା ଥିଲା ତାହା ଜାରୀ ରହିବ। ହେଲେ ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ନ୍ୟୁ ତିନସୁକିଆ (ଆସାମ) ମଧ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ଟ୍ରେନ୍ ସେବା

ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଉପଲବ୍ଧ କରାଇବା ପାଇଁ ଆସାମ ର ନ୍ୟୁ ତିନସୁକିଆ ଏବଂ ପୁରୀ ମଧ୍ୟରେ ଡିସେମ୍ବର ୧୨ ତାରିଖ ୨୦୨୧ ଠାରୁ ଜାନୁୟାରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଅଛି।

୦୫୯୭୦ ନ୍ୟୁ ତିନସୁକିଆ-ପୁରୀ ସ୍ଵତନ୍ତ୍ର ଟ୍ରେନ ନ୍ୟୁ ତିନସୁକିଆରୁ ଡିସେମ୍ବର ୧୨ ତାରିଖ ୨୦୨୧ ରୁ ଜାନୁୟାରୀ ୩୦ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ରାତ୍ରି ୧୦ ଘ.୩୦ ମି.ରେ ଛାଡି ମଙ୍ଗଳବାର ଦିନମାନଙ୍କରେ ପୂର୍ବାହ୍ନ ୧୧ ଘଣ୍ଟାରେ ପୁରୀରେ ପହଞ୍ଚିବ।  ଫେରିବା ମାର୍ଗରେ ୦୫୯୬୯ ପୁରୀ-ନ୍ୟୁ ତିନସୁକିଆ ସ୍ପେଶାଲ୍ ପୁରୀ ଠାରୁ ଡିସେମ୍ବର ୧୫ ତାରିଖ ୨୦୨୧ରୁ ଫେବୃଆରୀ ୨ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୫ ଘଣ୍ଟାରେ ଛାଡି ଗୁରୁବାର ଦିନ ଅପରାହ୍ନ ୦୪ ଘ.୪୫ ମି.ରେ ନ୍ୟୁ ତିନସୁକିଆରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ଏକାରଟି ସ୍ଲିପର କ୍ଲାସ, ଚାରିଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ନ୍ୟୁ ତିନସୁକିଆ ମଧ୍ୟରେ ଡିବ୍ରୁଗଡ, ରଙ୍ଗିୟା, ନ୍ୟୁ ଜଲପାଇଗୁଡ଼ି, ମାଲଦା ଟାଉନ୍, ରାମପୁରହାଟ, ବର୍ଦ୍ଧମାନ, ଡାଙ୍କୁଣି, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ବର୍ଷାରେ ଭିଜାଇ ପୁରୀ ଅତିକ୍ରମ କଲା ଜୱାଦ, ସୋମବାରରୁ ପାଗ ଶୁଖିଲା ହେବା ସମ୍ଭାବନା

ଭୁବନେଶ୍ବର: ଦୁର୍ବଳ ହୋଇ ଅବପାତର ରୂପ ନେବା ପରେ ପୁରୀ ଅତିକ୍ରମ କରିଛି ଜଓ୍ବାଦ୍ । ବର୍ତ୍ତମାନ ଏହା ପଶ୍ଚିମବଂଗ ଏବଂ ବାଙ୍ଗଲାଦେଶ ଆଡକୁ ମୁହାଁଇଚି। ପାଣିପାଗ ସୂଚନା ଅନୁସାରେ ଆଜି ମଧ୍ୟରାତ୍ରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ ଜୱାଦ। ତେବେ ଏହାର ପ୍ରଭାବରେ  ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ।

ସେଥିପାଇଁ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଜୱାଦ ପ୍ରଭାବରେ ଶନିବାର ରାତିରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆଜି ସକାଳୁ ଓଡିଶାର ପାଗ ପୁରା ମେଘୁଆ ରହି ପ୍ରବଳ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି, ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିମି ବର୍ଷା ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅବପାତର ପ୍ରଭାବ କମି ନଥିବାରୁ ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇ ଥିବା ଭୁବନେଶ୍ବର ପାଣିପାଗ ତରଫରୁ କୁହାଯାଇଛି। ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ । ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ। ହେଲେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Categories
ଆଞ୍ଚଳିକ

ଓଡିଶାର ସାମାଜସେବୀମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କଲା ଭାରତୀୟ ଆଜାଦ ମଞ୍ଚ ପୁରୀ

ପୁରୀ: ଭାରତୀୟ ଆଜାଦ ମଞ୍ଚ ପୁରୀ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଓଡିଶାର ସାମାଜସେବୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। ଶନିବାର ଦିନ ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ସ୍ଥିତ ମହାବୀର କଲ୍ୟାଣ ମଣ୍ଡପ ଠାରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି।

ଉକ୍ତ ସମାରୋହରେ ଅତିଥି ଭାବରେ ଭାରତୀୟ ଆଜାଦ ମଞ୍ଚ ଓଡିଶାର ରାଜ୍ୟ ସଭାପତି ଡ. ଅମ୍ବୁଜା ସାହୁ, ବ୍ରହ୍ମପୁରରୁ ଡ. ମଧୁସୂଦନ ସାହୁ ଓ ଡ. ସନ୍ତୋଷ କୁମାର ସାହୁ, ସାମାଜସେବୀ ପ୍ରଦ୍ୟୁମ୍ନ ପରିଡା ପୁରୀ, ଶିବଶକ୍ତି ସୋସିଆଲ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍ ର ସଭାପତି ବିଶ୍ଵନାଥ ପ୍ରତାପ ଜେନା, ଭାରତୀୟ ଆଜାଦ ମଞ୍ଚ ଓଡିଶାର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ବେହେରା, ଭାରତୀୟ ଆଜାଦ ମଞ୍ଚ ପୁରୀର ସଭାପତି ଚନ୍ଦ୍ରକାନ୍ତି ମହାନ୍ତି ଉପସ୍ଥିତ ଥିଲେ।

ଉକ୍ତ ସଭାର ସଭାପତିତ୍ଵ କରିଥିଲେ ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ, ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ଶିକ୍ଷୟିତ୍ରୀ ସୁଜତା ନାୟକ। ମଞ୍ଚାସୀନ ଅତିଥିବୃନ୍ଦ ବିଭିନ୍ନ ସ୍ଥାନରୁ ଆସିଥିବା ସାମାଜସେବୀ ମାନଙ୍କୁ ଅଜସ୍ର ପ୍ରଶଂସା କରିବା ସହିତ ସମ୍ମାନ ପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ  ଭଦ୍ରକର କୁନି ସାମାଜସେବୀ ମାମାଲି ପଣ୍ଡା, ପଶୁ ପ୍ରେମୀ ପ୍ରଦୀପ ଦାସ, ଓଡିଶା ବ୍ଳଡ଼ ଡୋନୋର ସଭାପତି ସାଗର ସ୍ୱାଇଁ, ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ, ଶିକ୍ଷୟିତ୍ରୀ ସୁଜତା ନାୟକ, ଜ୍ଞାନ ରଞ୍ଜନ ଦାସ, ରଶ୍ମିରେଖା ଶୁଭାସିନୀ, ଯୁବଶକ୍ତି ସେବା ସଂଗଠନ, କେନ୍ଦୁଝରର ସାଇକୃଷ୍ଣା ସହାୟତା ଫାଉଣ୍ଡେସନ, କେନ୍ଦୁଝରର ସାହାଯ୍ୟ ସେବା ଟ୍ରଷ୍ଟ , ହେଲଫ୍ ହ୍ୟାଣ୍ଡ ସୋସାଇଟ୍, ୟାରିଆନ ଫାଉଣ୍ଡେସନ ଏ ସୋସିଆଲ ୱେଲଫେଆର ଟ୍ରଷ୍ଟ, ସମ୍ଭବ ଟ୍ରଷ୍ଟ କଟକ, ଦୁଃଖ ମୁହଁରେ ସୁଖ କଟକ, ବିପଦ ବନ୍ଧୁ ସେବା ସଂଗଠନ ଭଦ୍ରକ, ସାମାଜିକ ସହାୟତା ଗୋଷ୍ଠୀ, ଓମ୍ ସାଇ ସେବା ସମିତି କେନ୍ଦୁଝର, ଉତ୍ସର୍ଗ, ମହାବାହୁ ଗ୍ରୁପ୍ ଓଡିଶା, କେନ୍ଦୁଝରର ଶିବଶକ୍ତି ସୋସିଆଲ ଡେଭେଲପମେଣ୍ଟ ଅର୍ଗାନାଇଜେସନ, ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ, ଉର୍ଜାବାନ ଓଡିଶା, ଓଡିଶା ଆସୋସିଏସନ ଅଫ୍ ସେଫ୍ ସୋସାଇଟି, ଉତ୍କଳମଣି ନିସ୍ୱାର୍ଥ ସେବା ସଂଗଠନ, ଶ୍ରୀ ଅଲାରନାଥ ସେବାସଂଘ, ବାଘାଯତୀନ ସ୍ୱେଚ୍ଛାସେବୀ ସଂଗଠନ, ଉମିଦ, କଟକର ଶ୍ରୀ ଜଗନ୍ନାଥ ସାମାଜ ସେବା, ପୁରୀ କଣାସର ସାମାଜ ସେବୀ ମହାବୀର ସେନା, କେନ୍ଦ୍ରାପଡ଼ାର ପଞ୍ଚାୟତ ବିକାଶ ମଞ୍ଚ ସମୁହ ସମ୍ମାନିତ ହୋଇଥଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଶଙ୍କରଚାର୍ଯ୍ୟଙ୍କ ଭିନ୍ନ ବୟାନ, ଆଗାମୀ ସାଢ଼େ ତିନି ବର୍ଷରେ ଭାରତ ହେବ ଏକ ହିନ୍ଦୁରାଷ୍ଟ୍ର

ପୁରୀ : ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଏବଂ ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବା ପାଇଁ ମାଆ ସରସ୍ୱତୀଙ୍କ କୃପାରୁ ମୋ ମୁଁହରୁ ଶାଢ଼େ ୩ ବର୍ଷର ଲକ୍ଷ୍ୟ ବାହାରିଛି । ଆଜି ପର୍ଯ୍ୟନ୍ତ କୌଣସି ଅଭିଯାନ ବିଫଳ ହୋଇ ନାହିଁ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚିତ ଭାବରେ ଆଗାମୀ ଶାଢ଼େ ୩ ବର୍ଷ ମଧ୍ୟରେ ଭାରତ ହିନ୍ଦୁରାଷ୍ଟ୍ର ହେବ । ଏହିପରି ଏକ ଭିନ୍ନ ବୟାନ ଦେଇଛନ୍ତି ପୁରୀ ଶଙ୍କରଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ।

ପୁରୀରେ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଆଦିତ୍ୟବାହିନୀ ଓ ଆନନ୍ଦ ବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକରେ ଏହି କଥା କହିଛନ୍ତି ଶଙ୍କରଚାର୍ଯ୍ୟ। ଏହି ଅବସରରେ ସେ କହିଛନ୍ତି ଯେ,  ଗ୍ରାମେ ଗ୍ରାମେ ଆଦିତ୍ୟବାହିନୀର ସ୍ଥାପନାକୁ ବହୁତ ତୀବ୍ର କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ ।

ସେ କହିଥିଲେ ଯ, ହିନ୍ଦୁ ଶୋଇଛନ୍ତି, ଜାଣିପାରୁ ନାହାଁନ୍ତି ସେମାନଙ୍କ ମୁଣ୍ଡ ଉପରେ କାଳ ବୁଲୁଛି । ତେଣୁ ହିନ୍ଦୁ ଜାଗରୁକ ହେବା ଅତ୍ୟନ୍ତ ଆବଶ୍ୟକ । ବମ୍ବେ ତାଜ ହୋଟେଲରେ ଆତଙ୍କି ଆକ୍ରମଣ ଉଦାହରଣ ଦେଇ କହିଥିଲେ, ଆକ୍ରମଣକାରୀ ସମୁଦ୍ର ମାର୍ଗ ଦେଇ ଆସି ଆକ୍ରମଣ କରିଥିଲେ। ସେହିପରି ସାମୁଦ୍ରିକ ସୀମା ଲଂଘନ କରି ଆତଙ୍କବାଦୀମାନେ ପୁରୀରେ ପ୍ରବେଶ କରି କୌଣସି ଅରାଜକତା ଯୋଜନାକୁ କେହି ଅଣଦେଖା କରିପାରିବେ ନାହିଁ ।

୨୮ ବର୍ଷ ତଳୁ ପୁରୀ ଶ୍ରୀମନ୍ଦିରକୁ ଆତଙ୍କବାଦୀମାନେ ନଷ୍ଟ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିଆସୁଅଛନ୍ତି । ଏ କଥା ମୁଁ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ କହିଛି । ତେଣୁ ଏ ପରିପ୍ରେକ୍ଷୀରେ ଗ୍ରାମେ ଗ୍ରାମେ ଘରେ ଘରେ ଆଦିତ୍ୟବାହିନୀର କାର୍ଯ୍ୟକର୍ତା ସୃଷ୍ଟି ହେବାର ସୌଭାଗ୍ୟ ପ୍ରାପ୍ତ ହେଉ ବୋଲି ଆଶୀର୍ବାଦ ପ୍ରଦାନ କରିଥିଲେ । ଏପରି ବୟାନକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ , ଜାଣନ୍ତୁ ସେମାନେ କେଉଁ ଜିଲ୍ଲାର କିଏ ସେ

ଭୁବନେଶ୍ବର : ରାଜ୍ୟରେ ଆଜି ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ଓଡିଶାରେ ମୃତ୍ୟୁ ସଂଖ୍ୟା ୮୦୬୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଯେଉଁ ସାତ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଅନୁଗୁଳର ୨ ଜଣ, କଟକର ୨ ଜଣ, ଖୋର୍ଦ୍ଧାର ୨ ଜଣ, ପୁରୀର ଜଣେ।

ଅନୁଗୁଳ ଜିଲ୍ଲାର ଯେଉଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟର ଜଣେ ହେଉଛନ୍ତି ୭୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ଅନ୍ୟ ଜଣେ ହେଉଛନ୍ତି ୬୦ ବର୍ଷ ବୟସ୍କ ପୁରୁଷ।  ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଏବଂ ଭୁବନେଶ୍ୱରର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।

କଟକ ଜିଲ୍ଲାର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୮୫ ବର୍ଷ ବୟସ୍କା ମହିଳା ଏବଂ ଅନ୍ୟ ଜଣେ ୪୭ ବର୍ଷ ବୟସ୍କା ମହିଳା। ଏହି ମହିଳା ଜଣଙ୍କ ପୂର୍ବରୁ ଡାଇବେଟିସ ରୋଗରେ ପୀଡିତ ଥିଲେ। ସେହିପରି ପୁରୀ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ।

ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

ବହୁ ପ୍ରତୀକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ସେବାୟତ ପରିବାର କରୁଛନ୍ତି ଦର୍ଶନ

ପୁରୀ, ବହୁ ପ୍ରତୀକ୍ଷା ପରେ ଶେଷରେ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ତେବେ ଆଜି କେବଳ ସେବାୟତ ପରିବାରଙ୍କୁ ଏହି ଦର୍ଶନ ସୁବିଧା ମିଳିଛି। ଏହି ଦର୍ଶନ ଦୁଇଦନ ଧରି ଚାଲିବ। ଏହାପରେ ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି।

ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ।

 ଆସନ୍ତା ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା: କାଲିଠୁ ସେବାୟତଙ୍କ ପରିବାରଙ୍କୁ ଅନୁମତି

ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ମାର୍ଗଦର୍ଶିକା ଜାରି କରିଛି। ଆସନ୍ତାକାଲିଠୁ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା ୧୬ ତାରିଖରୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି।

ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୁସି ଖବର: ଏଣିକି ଏହି ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ: ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର ମିଳିଛି। ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତା ୧୬ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି।

ସେଥିପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୮ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଆରମ୍ଭ ହେଲା ରଥ ଟଣା, କିଛି ସମୟ ପରେ ସିଂହଦ୍ବାରରେ ପହଁଞ୍ଚିବ ରଥ

ପୁରୀ, ମନ୍ଦିର ପ୍ରଶାସନ ଜାରି କରିଥିବା ସମୟ ନିର୍ଘଣ୍ଟର ବହୁ ପୂର୍ବରୁ ବାହୁଡା ରଥ ଟଣା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଅଜି ଅପରାହ୍ନ 4 ଟାରେ ରଥଟଣା ହୋଇଥାଆନ୍ତା। ହେଲେ ଏହାର ଯଥେଷ୍ଠ ପୂର୍ବରୁ ଅର୍ଥାତ ଅପରାହ୍ନ ଗୋଟିଏ ବେଳକୁ ରଥଟଣା ଆରମ୍ଭ ହୋଇଯାଇଛି।

ବିଧି ମୁତାବିକ ଆଜି ଗଜପତି ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଚାରମାଳ ଫିଟା ଆରମ୍ଭ ହୋଇଥିଲା। ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ନୀତି ଅନୁସାରେ ଅପରାହ୍ନ 4ଟା ପୂର୍ବରୁ ତିନି ରଥ ଶ୍ରୀମନ୍ଦିରରେ ଲାଗିଯିବାର ସମ୍ଭାବନା ରହିଛି।