Categories
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା 2023

ଭୁବନେଶ୍ବର: ଆଜି ନୂଆଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିୟମରେ ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ‘‘ପରୀକ୍ଷା ପେ ଚର୍ଚ୍ଚା 2023’’ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ – ପରୀକ୍ଷା ପେ ଚର୍ଚ୍ଚାର ପରିକଳ୍ପନା କରିଛନ୍ତି ଯେଉଁଥିରେ ସାରା ଦେଶରୁ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ବିଦେଶରୁ ମଧ୍ୟ ତାଙ୍କ ସହିତ ପରୀକ୍ଷା ଏବଂ ସ୍କୁଲ୍ ପରେ ଜୀବନ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥାନ୍ତି। ଏହି କାର୍ଯ୍ୟକ୍ରମ ଜୀବନକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ଚାପ ଉପରେ ନିୟନ୍ତ୍ରଣ ରଖିବାରେ ସହାୟତା କରିଥାଏ। ଏହି କାର୍ଯ୍ୟକ୍ରମ ଗତ ପାଞ୍ଚ ବର୍ଷ ଧରି ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ବାରା ସଫଳତାପୂର୍ବକ ଆୟୋଜିତ କରାଯାଇଛି।

ପରୀକ୍ଷା ପେ ଚର୍ଚ୍ଚାରେ ରାଜ୍ୟ ବୋର୍ଡ଼, ସିବିଏସଇ, କେଭିଏସ, ଏନଭିଏସ୍ ଏବଂ ଅନ୍ୟ ବୋର୍ଡ଼ରୁ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ଉତ୍ସାହ ସହକାରେ ଭାଗ ନେଇଛନ୍ତି । ବର୍ଷ 2022 ତୁଳନାରେ ଚଳିତ ବର୍ଷ ପଞ୍ଜୀକରଣ ଦୁଇଗୁଣା ଅଧିକ ହୋଇଛି। ପରୀକ୍ଷା ପେ ଚର୍ଚ୍ଚା- 2023 ପାଇଁ ପ୍ରାୟ 38.80 ଲକ୍ଷ ଅଂଶଗ୍ରହଣକାରୀ (ଛାତ୍ର 31.24 ଲକ୍ଷ, ଶିକ୍ଷକ – 5.60 ଲକ୍ଷ, ମାତା ପିତା 1.95 ଲକ୍ଷ) ପଞ୍ଜୀକରଣ କରିଛନ୍ତି, ଯେତେବେଳେ କି ପରୀକ୍ଷା ପେ ଚର୍ଚ୍ଚା – 2022 ରେ ପ୍ରାୟ 15.7 ଲକ୍ଷ ଅଂଶଗ୍ରହଣକାରୀମାନେ ପଞ୍ଜୀକରଣ କରିଛନ୍ତି। 150 ରୁ ଅଧିକ ଦେଶର ଛାତ୍ର, 51 ଦେଶର ଶିକ୍ଷକ ଏବଂ 50 ଦେଶର ପିତାମାତା ମାନେ ମଧ୍ୟ ପରୀକ୍ଷା ପେ ଚର୍ଚ୍ଚା -2023 ପାଇଁ ପଞ୍ଜୀକରଣ କରାଇଛନ୍ତି।

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ସମୟକୁ ସମୟରେ ନିର୍ଦ୍ଧାରିତ କୋଭିଡ୍‌-19 ପ୍ରୋଟୋକଲ୍ ର ପାଳନ କରି ବର୍ଷ 2022 ପରି ଏହି କାର୍ଯ୍ୟକ୍ରମକୁ ଟାଉନହଲ୍ ଟାଇପ୍ ଫର୍ମାଟରେ ପ୍ରସ୍ତାବିତ କରାଯାଇଛି। ଅଂଶଗ୍ରହଣକାରୀ (ଶ୍ରେଣୀ 9 ରୁ 12 ର ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ) ଙ୍କ ଚୟନ କରିବା ପାଇ 25 ନଭେମ୍ବର ଏବଂ 30 ଡିସେମ୍ବର, 2022 ମଧ୍ୟରେ ନିମ୍ନଲିଖିତ ବିଭିନ୍ନ ବିଷୟ ଉପରେ https://innovateindia.mygov.in/ppc-2023/ ରେ ଏକ ଅନଲାଇନ୍ ସୃଜନଶୀଳ ଲେଖନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା।

  1. ଛାତ୍ରମାନଙ୍କ ପାଇଁ ଥିମ୍
  2. ଆମର ସ୍ବାଧୀନତାର ହିରୋମାନଙ୍କୁ ଜାଣନ୍ତୁ
  3. ଆମର ସଂସ୍କୃତି ଆମର ଗର୍ବ
  4. ମୋର ପ୍ରିୟ ପୁସ୍ତକ
  5. ଆଗାମୀ ପୀଢ଼ି ପାଇଁ ପରିବେଶ ସୁରକ୍ଷା
  6. ଉତ୍ତମ ସ୍ବାସ୍ଥ୍ୟ କାହିଁକି ଆବଶ୍ୟକ?
  7. ମୋର ଷ୍ଟାର୍ଟଅପର ସ୍ବପ୍ନ
  8. ସୀମା ବିନା ଶିକ୍ଷା
  9. ବିଦ୍ୟାଳୟରେ ଶିଖିବା ପାଇଁ ଖେଳନା ଓ ଖେଳ
  10. ଶିକ୍ଷକଙ୍କ ପାଇଁ ଥିମ୍
  11. ଆମର ଐତିହ୍ୟ
  12. ଶିଖିବା ପାଇଁ ସମର୍ଥ ବାତାବରଣ
  13. ଦକ୍ଷତା ପାଇଁ ଶିକ୍ଷା
  14. ପାଠ୍ୟକ୍ରମର କମ୍ ଭାର ଏବଂ ପରୀକ୍ଷାର କୌଣସି ଭୟ ନାହିଁ
  15. ଭବିଷ୍ୟତରେ ଶିକ୍ଷାର ଆହ୍ବାନ

III. ମାତାପିତାଙ୍କ ପାଇଁ ଥିମ୍

  1. ମୋର ସନ୍ତାନ, ମୋର ଶିକ୍ଷକ
  2. ପୌଢ଼ ଶିକ୍ଷା – ସଭିଙ୍କୁ ସାକ୍ଷର କରିବା
  3. ଶିଖିବା ଏବଂ ଏକ ସହିତ ଆଗକୁ ବଢ଼ିବା

ମାଇଁ ଗଭ୍‌ ରେ ରଚନାତ୍ମକ ଲେଖନ ପ୍ରତିଯୋଗୀତା ମାଧ୍ୟମରେ ବଛା ଯାଇଥିବା ପ୍ରା 2050 ଅଂଶଗ୍ରହଣକାରୀଙ୍କୁ ଏକ ବିଶେଷ ପରୀକ୍ଷାରେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀରେ ପରୀକ୍ଷା ଯୋଦ୍ଧାମାନଙ୍କର ପୁସ୍ତକ ଏବଂ ଏକ ପ୍ରମାଣପତ୍ର ସାମିଲ୍ ରହିଛି। ଏନସିଇଆରଟି ଦ୍ବାରା ବଛା ଯିବାକୁ ଥିବା ଅଂଶଗ୍ରହଣକାରୀଙ୍କ କିଛି ପ୍ରଶ୍ନ ପରୀକ୍ଷା ପେ ଚର୍ଚ୍ଚା – 2023 ରେ ସାମିଲ୍ ହୋଇପାରେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ପାକିସ୍ତାନର ବଦଳିଲା ସ୍ଵର: ଭାରତ ସହ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କଲେ ଶେହବାଜ ସରିଫ

ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏଭଳି ହେଇଛି ଯେ, ସେଠାରେ ଥିବା ଲୋକମାନେ ଖାଇବାକୁ ଅଟା ପାଉନାହାଁନ୍ତି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ଯେଉଁଥିରେ ପଡୋଶୀ ଦେଶର ସ୍ୱର ବଦଳୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ଏହାର ଶିକ୍ଷା ଲାଭ କରିଛି ଏବଂ ବର୍ତ୍ତମାନ ଶାନ୍ତିରେ ବଞ୍ଚିବାକୁ ଚାହୁଁଛି।

ଏକ ପାକିସ୍ତାନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଶାହାବାଜ ସରିଫ କହିଛନ୍ତି ଯେ, ମୁଁ ଭାରତୀୟ ନେତୃତ୍ୱ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରୁଛି ଯେ, ଆଲୋଚନା ଟେବୁଲରେ ବସି ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା।

ଭାରତ ସହ ସମ୍ପର୍କ ସୁଦୃଢ କରିବାକୁ ଓକିଲାତି କରି ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ପଡୋଶୀ। ଶାନ୍ତିରେ ବଞ୍ଚିବା ଆମର ଦାୟିତ୍ଵ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ,“ ଆମେ ଭାରତ ସହିତ ତିନୋଟି ଯୁଦ୍ଧ କରିଛୁ ଏବଂ ପ୍ରତ୍ୟେକ ଥର ଏହା ଲୋକଙ୍କ ପାଇଁ ଅଧିକ ଦାରିଦ୍ର୍ୟତା ଏବଂ ବେକାରୀ ଆଣିଛି। ଆମେ ଆମର ଶିକ୍ଷା ପାଇଛୁ ଏବଂ ଆମେ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ।

ଶାହାବାଜ ସରିଫ କହିଛନ୍ତି ଯେ, ଆମେ ଆମର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ବାର୍ତ୍ତା ହେଉଛି ଆସନ୍ତୁ ବସି ଆଲୋଚନା କରିବା। ଆମର ସମ୍ବଳ ବୋମା ଏବଂ ବନ୍ଧୁକ ତିଆରି କରି ଖର୍ଚ୍ଚ କରିବାକୁ ଚାହୁଁନାହିଁ।

ପରମାଣୁ ଶକ୍ତି ବୋଲି ଦର୍ଶାଇ ସରିଫ କହିଛନ୍ତି ଯେ, ଯୁଦ୍ଧ କାହା ପାଇଁ ଭଲ ନୁହେଁ। ଆମେ ଆଣବିକ ଶକ୍ତି, ସଶସ୍ତ୍ର ରାଷ୍ଟ୍ର। ଭଗବାନ କରନ୍ତୁ ସମସ୍ତେ ଯୁଦ୍ଧରୁ ନିବୃତ୍ତ ରୁହନ୍ତୁ, ନଚେତ ଯାହା ଘଟିବ, ତାହାକୁ ବର୍ଣ୍ଣନା କରିବା ପାଇଁ କେହି ଜୀବିତ ନଥିବେ। ମୁଁ ରାଷ୍ଟ୍ରପତି ମହମ୍ମଦ ବିନ ଜାୟଦଙ୍କୁ ଅନୁରୋଧ କରିଛି କି ସେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ।”

ପାକିସ୍ତାନ ତିନିଥର ଭାରତ ସହ ସିଧାସଳଖ ଯୁଦ୍ଧ କରିଛି ଏବଂ ତିନିଥର ହାରିଛି। ୧୯୬୫ ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ପ୍ରଥମ ଯୁଦ୍ଧ ହୋଇଥିଲା। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଥିଲେ ଏବଂ ଜେନେରାଲ ୟାହ୍ଵା ଖାନଙ୍କ ନେତୃତ୍ୱରେ ପାକିସ୍ତାନରେ ସାମରିକ ଶାସନ ଥିଲା। ଭାରତୀୟ ସେନା ପାକିସ୍ତାନ ଉପରେ ହଇଚଇ ସୃଷ୍ଟି କରିଥିଲା। ଏହି ଯୁଦ୍ଧ ତାସକେଣ୍ଟ ଚୁକ୍ତି ପରେ ସମାପ୍ତ ହୋଇଥିଲା।

୧୯୭୧ ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଦ୍ୱିତୀୟ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ପାକିସ୍ତାନକୁ ଏପରି ଲଜ୍ଜାଜନକ ପରାଜୟ ମିଳିଥିଲା ​​ଯେଉଁଥିରୁ ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇପାରି ନାହିଁ। ୭୧ ଯୁଦ୍ଧରେ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରି ବାଂଲାଦେଶ ଗଠନ କରାଯାଇଥିଲା। ଏହି ଯୁଦ୍ଧରେ ଆମେରିକା ଭଳି ଏକ ମହାଶକ୍ତିର ଚାପକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ଏହି ଯୁଦ୍ଧରେ ପାକିସ୍ତାନର ୯୦ ହଜାର ସୈନିକ ଆତ୍ମସମର୍ପଣ କରିଥିଲେ। ଏହି ଭାରତୀୟ ସାମରିକ ରଣନୀତିକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଥିଲା।

୧୯୯୯ ରେ କାର୍ଗିଲରେ ପାକିସ୍ତାନ ଦ୍ଵାରା ତୃତୀୟ ଯୁଦ୍ଧ ହୋଇଥିଲା। ଏହି ସମୟରେ ପାକିସ୍ତାନୀ ସୈନିକମାନେ ଶୀତ ଋତୁରେ ଗୁପ୍ତ ଭାବରେ ଆସି ଶିଖରରେ ବସିଥିଲେ। ପରେ, ଭାରତ ପୁଣି ଥରେ ଏକ ବଡ଼ ଅଭିଯାନ ଚଳାଇ ସମସ୍ତ ଆଉଟପୋଷ୍ଟକୁ କାବୁ କରି ପାକିସ୍ତାନକୁ ଦର୍ପଣ ଦେଖାଇଲା। ପ୍ରଥମେ ଏହି ଯୁଦ୍ଧରେ ପାକିସ୍ତାନ ଏହାର ସୈନିକଙ୍କ ଉପସ୍ଥିତିକୁ ଅସ୍ୱୀକାର କରିଥିଲା, କିନ୍ତୁ ପରେ ଏହା ତତ୍କାଳୀନ ଜେନେରାଲ ପରଭେଜ ମୁଶରଫଙ୍କ ନେତୃତ୍ଵରେ କରାଯାଇଥିଲା ବୋଲି ସ୍ୱୀକାର କରିଥିଲା। ମୁଶରଫ ଆଶା କରିଥିଲେ ଯେ ,ପାକିସ୍ତାନୀ ସେନା ଏହି ଅଞ୍ଚଳକୁ ଭାରତରୁ ଛଡ଼ାଇ ନେବ, କିନ୍ତୁ ଭାରତର ସାହସୀ ସୈନିକମାନେ ତାଙ୍କର ଯୋଜନାଗୁଡ଼ିକୁ ନଷ୍ଟ କରିଦେଲେ।

Categories
ବିଶେଷ ଖବର

ଅଷ୍ଟମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସିକନ୍ଦରାବାଦ ଏବଂ ବିଶାଖାପାଟନମ୍ ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ। ଏହା ସହ ଦେଶରେ ବନ୍ଦେ ଭାରତ ଟ୍ରେନର ସଂଖ୍ୟା ୮ କୁ ବୃଦ୍ଧି ପାଇଛି।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ତେଲେଙ୍ଗାନା-ଆନ୍ଧ୍ର ମଧ୍ୟରେ ଐତିହ୍ୟକୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରିବ। ଏହା ମଧ୍ୟ ଆମର ଆସ୍ଥାକୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରେ। ଆସ୍ଥା ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସ୍ଥାନଗୁଡ଼ିକ ଟ୍ରେନର ମାର୍ଗରେ ପଡ଼େ, ତେଣୁ ଭାରତ ମଧ୍ୟ ଧାର୍ମିକ ଭାବରେ ଶକ୍ତିଶାଳୀ ହେବ।

ସେ କହିଛନ୍ତି ଯେ ଆଜି ମଧ୍ୟ ସେନା ଦିବସ। ପ୍ରତ୍ୟେକ ଭାରତୀୟ ସେନା ପାଇଁ ଗର୍ବିତ। ଦେଶର ସୁରକ୍ଷା ତଥା ଏହାର ସୀମା, ଏହାର ବୀରତା ଭାରତୀୟ ସେନାର ଅବଦାନ ଅତୁଳନୀୟ। ସ୍ୱପ୍ନ ଏବଂ ଆକାଂକ୍ଷା ପାଇଁ ଭାରତ ସର୍ବଦା ଆଗରେ ଥାଏ। ଏହା ସହିତ ଆଜି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଏହି ଉତ୍ସବର ପରିବେଶରେ ଏକ ଅଦ୍ଭୁତ ଉପହାର ଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଟ୍ରେନ୍ ହେଉଛି ନୂଆ ଭାରତର ସଂକଳ୍ପର ପ୍ରତୀକ। ସିକନ୍ଦରାବାଦ ଏବଂ ବିଶାଖାପାଟନମ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ପର୍ଯ୍ୟଟନକୁ ବୃଦ୍ଧି କରିବ। ଆଜି ଭାରତୀୟ ରେଳପଥରେ ଯାତ୍ରା ପୂର୍ବ ଅପେକ୍ଷା ଅଧିକ ଆନନ୍ଦଦାୟକ ହେଉଛି। ଗତ ୭ ରୁ ୮ବର୍ଷ ମଧ୍ୟରେ ବିଜେପି ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟଗୁଡ଼ିକ ରେଳବାଇକୁ ସଂପୂର୍ଣ୍ଣ ରୂପେ ସଜୀବ କରୁଛି।

ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଏବଂ ତେଲେଙ୍ଗାନା ରାଜ୍ୟପାଳ ଟି ସୌନ୍ଦର୍ଯ୍ଯରାଜନ ଉପସ୍ଥିତ ଥିଲେ। ରେଳବାଇ କହିଛି ଯେ, ଏଥିରେ ୧୪ ଟି ଏସି ଚେୟାର କାର ଏବଂ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କୋଚ ସହିତ ୧,୧୨୮ ଯାତ୍ରୀଙ୍କ ବସିବା କ୍ଷମତା ରହିଛି।

ରେଳ ସୂତ୍ର ଅନୁଯାୟୀ ବିଶାଖାପାଟନମ୍-ସିକନ୍ଦରାବାଦ ଏକ୍ସପ୍ରେସ (୨୦୮୩୩) ସକାଳ ୫.୪୫ ରେ ବିଶାଖାପାଟନମ୍ ଛାଡି ଅପରାହ୍ନ ୨.୧୫ ରେ ସିକନ୍ଦରାବାଦରେ ପହଞ୍ଚିବ। ଯେତେବେଳେ କି, ସିକନ୍ଦରାବାଦ-ବିଶାଖାପାଟନମ୍ ଟ୍ରେନ୍ (୨୦୮୩୪) ଅପରାହ୍ନ ୩ ଟାରେ ସିକନ୍ଦରାବାଦ ଛାଡି ରାତି ୧୧.୩୦ ରେ ବିଶାଖାପାଟନମ୍ ରେ ପହଞ୍ଚିବ।

ପିଏମ ମୋଦୀ ଏହି ଟ୍ରେନ ବିଷୟରେ କହିଥିଲେ ଯେ, ଦେଶର ଇଞ୍ଜିନିୟର, ଡିଜାଇନର୍, ଟେକ୍ନିସିଆନ ଏହାକୁ ପ୍ରସ୍ତୁତ କରିଛନ୍ତି। ଏହି ଟ୍ରେନରେ ଶବ୍ଦର ପରିମାଣ ବିମାନ ତୁଳନାରେ ୧୦୦ ଗୁଣ କମ୍, ଏହା ଇଞ୍ଜିନିୟରମାନଙ୍କ ପାଇଁ ଗର୍ବର ବିଷୟ। ରେଳବାଇ ଏବଂ ଦେଶର ବିକାଶ ରାଜନୀତିଠାରୁ ଉର୍ଦ୍ଧ୍ଵରେ ରହିଛି। ଯେଉଁଠାରେ କେନ୍ଦ୍ରର ଆବଶ୍ୟକ ପଡିବ, ସେଠାକୁ କେନ୍ଦ୍ର ପାଣ୍ଠି ଯୋଗାଇବ।

Categories
ଆଜିର ଖବର ଜାତୀୟ ଖବର

‘ନୂଆ ଭାରତର ନୂଆ ପିତା’ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ

ପାଟନା: ଅମୃତା ଫଡନାଭିସଙ୍କ ‘ନୂଆ ଭାରତର ନୂଆ ପିତା’ ମନ୍ତବ୍ୟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ଯେ ‘ନୂଆ ଭାରତ’ର ‘ନୂଆ ପିତା ‘ଦେଶ ପାଇଁ କ’ଣ କରିଛନ୍ତି? ଡିସେମ୍ବର ୨୧ ତାରିଖରେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନୂତନ ଭାରତର ପିତା’ ବୋଲି କହିଥିଲେ। ସେହି ସମାନ ମନ୍ତବ୍ୟରେ ନିତୀଶ କୁମାର କହିଛନ୍ତି ଯେ, ତାଙ୍କର ସ୍ୱାଧୀନତା ସଂଗ୍ରାମ ସହିତ କୌଣସି ସମ୍ପର୍କ ନାହିଁ। ସ୍ୱାଧୀନତା ସଂଗ୍ରାମରେ ଆରଏସଏସ ଯୋଗଦାନ ଦେଇନଥିଲା।

ନୀତୀଶ କୁମାର କହିଛନ୍ତି ଯେ, ଭାରତରେ ଜଣେ ନୂଆ ପିତାଙ୍କ ବିଷୟରେ ଆଲୋଚନା ହେଉଛି, କିନ୍ତୁ ସେ କଣ କରିଛନ୍ତି। ଏଥି ସହିତ ସେ ଅଭିଯୋଗ କରିଛନ୍ତି ଯେ, ଆଜିକାଲି ଦେଶରେ ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଆଧୁନିକ ଭାରତରେ ସବୁଆଡେ ଚର୍ଚ୍ଚା ହେଉଛି, କିନ୍ତୁ ବର୍ତ୍ତମାନ ମୁଁ ପଚାରିବାକୁ ଚାହେଁ ସେମାନେ କଣ କରିଛନ୍ତି। ଦେଶକୁ ଆଗକୁ ନେବା ପାଇଁ ସେ କିଛି କରିଛନ୍ତି କି? ସେମାନେ ନୂତନ ଟେକ୍ନୋଲୋଜିର ଅପବ୍ୟବହାର କରୁଛନ୍ତି। ଆରଏସଏସ ଉପରେ ଆକ୍ରମଣ କରି ବିହାରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ଭାରତର ସ୍ୱାଧୀନତା ଆନ୍ଦୋଳନରେ କିଛି କରିନାହିଁ। କିନ୍ତୁ ଆଜିକାଲି କିଛି ଲୋକ ନିଜକୁ ପ୍ରକୃତ ଦେଶପ୍ରେମୀ ବୋଲି କହୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

“୨୦୨୩ ଗୌରବମୟ ହେଉ”: ଦେଶକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, “୨୦୨୩ ଗୌରବମୟ ହେଉ! ଏହା ଆଶା, ଖୁସି ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ। ସମସ୍ତଙ୍କୁ ସୁନ୍ଦର ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହେଉ।”

ସକାଳ ୭.୫୧ ରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପରେ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ୩ ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି। ୨୩ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ୫୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରାହୁଲ ଗାନ୍ଧୀଙ୍କୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ରାଜ୍ୟ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ଛତିଶଗଡ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ମୁଁ ସମୟ ମାଗିଥିଲି। ଗତକାଲି ତାଙ୍କ ମା ହିରାବେନଙ୍କ ମୃତ୍ୟୁ ପରେ ମୁଁ ବୈଠକକୁ ଅନ୍ୟ ଦିନ କିମ୍ବା ପରେ ସ୍ଥଗିତ ରଖିବାକୁ ଅନୁରୋଧ କଲି, କିନ୍ତୁ ମୋତେ କୁହାଗଲା ଯେ କାର୍ଯ୍ୟକ୍ରମଟି କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ଏହା ପରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ କରାଗଲା। ସମସ୍ତ କାର୍ଯ୍ୟକ୍ରମ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ କରାଯାଇଥିଲା ଏବଂ ଆଜି ମୋତେ ପ୍ରଥମ ଥର ସମୟ ଦିଆଗଲା।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବା କଂଗ୍ରେସ ନେତା କମଲ ନାଥଙ୍କ ବିବୃତ୍ତିକୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଲୋକଙ୍କ ସାମ୍ନାରେ ସତ୍ୟ ସାମ୍ନାକୁ ଆସିଛି। ରାହୁଲ ବିରୋଧୀ ଦଳର ମୁଖ ହେବେ କି ନାହିଁ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ସେ ଏହା କହିପାରିବେ ନାହିଁ, କିନ୍ତୁ କଂଗ୍ରେସ କର୍ମୀ ଭାବରେ ମୁଁ ନିଶ୍ଚିତ ଭାବେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଋଷଭ ପନ୍ତ କାର ଦୁର୍ଘଟଣା: ଟ୍ୱିଟ କରି ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କ କାର ଉତ୍ତରାଖଣ୍ଡର ରୁଡକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ପନ୍ତ ଆହତ ହୋଇଥିଲେ। ଏହି ଖବର ଆସିବା ପରଠାରୁ ଘଟଣା ସହ ଜଡିତ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଉଥିବାବେଳେ ବରିଷ୍ଠ ନେତା, କ୍ରିକେଟର ତଥା ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ସେ ଟୁଇଟ୍ କରି ଶୀଘ୍ର ସୁସ୍ଥ ହେବା ଲାଗି କାମନା କରିଛନ୍ତି। ବର୍ତ୍ତମାନ ରିଷଭ ପନ୍ତ ସୁସ୍ଥ ଥିବା ଜଣାପଡ଼ିଛି।

ଉଲ୍ଲେଖ ଯୋଗ୍ୟ ଯେ, ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାକୁ ସେ ନିଜେ ଡ୍ରାଇଭ କରୁଥିଲେ। ଦୁର୍ଘଟଣା ସମୟରେ ପନ୍ତ କାରରେ ଏକୁଟିଆ ଥିଲେ। ଏହି ଦୁର୍ଘଟଣା ପରେ ମର୍ସିଡିଜ୍ ରେ ନିଆଁ ଲାଗିଯାଇଥିଲା ​​ଏବଂ ସେ ସାହାସର ସହ କାର କାଚ ଭାଙ୍ଗି ବାହାରକୁ ଆସିଥିଲେ। ପ୍ରଥମେ ତାଙ୍କୁ ରୁଡକିକୁ ନିଆଯାଇଥିଲା, ପରେ ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲକୁ ପଠାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ମା’ ହୀରେବେନଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ, ଅହମ୍ମଦାବାଦ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ଯାଉଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ହେତୁ ବୁଧବାର ସକାଳେ ହୀରେବେନଙ୍କୁ ‘ୟୁଏନ ମେହେତ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ମୋଦୀ ଆଜି ସକାଳ ୩.୩୦ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ ଙ୍କ ସହିତ ଥିବା ସମ୍ପର୍କ ବିଷୟରେ ଅନେକ ସମୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଅପରାହ୍ନରେ ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚି ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିଥିଲେ। ସେ ଏକ ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ରହିଥିଲେ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ମା ହୀରେବେନଙ୍କୁ ଭେଟିବାକୁ ଯାଇଥିଲେ। କର୍ଣ୍ଣାଟକର ମଇଶୁରରେ ଏକ କାର ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଆହତ ହେବାର ଗୋଟିଏ ଦିନ ପରେ ହୀରବେନ ମୋଦୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ଆସିଥିଲା।

ହୀରାବେନ ଗାନ୍ଧିନଗର ସହର ନିକଟ ରାୟସନ ଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ପଙ୍କଜ ମୋଦୀଙ୍କ ସହ ରହୁଥିଲେ, ସେ ହେରା ବା ନାମରେ ଜଣାଶୁଣା। ଯେତେବେଳେ ବି ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରୁଥିଲେ, ରାୟସନ ଯାଇ ତାଙ୍କ ମାଙ୍କୁ ଭେଟୁଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇ ଜି-୨୦ ର ସଫଳ ଅଧ୍ୟକ୍ଷତା କାମନା ପାଇଁ କରିଛି। ଏହି ପ୍ଲାଟଫର୍ମରେ ମୁଁ ଶାନ୍ତି ଫର୍ମୁଲା ଘୋଷଣା କରିଥିଲି ଏବଂ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବାରେ ଭାରତର ଅଂଶଗ୍ରହଣ ଉପରେ ମୁଁ ଭରସା କରୁଛି। ମାନବିକ ସହାୟତା ଏବଂ ସମର୍ଥନ ପାଇଁ ମୁଁ ମିଳିତ ଜାତିସଂଘକୁ ମଧ୍ୟ ଧନ୍ୟବାଦ ଜଣାଉଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଗୁଗୁଲର ସିଇଓ ସୁନ୍ଦର ପିଚାଇ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ବୈଠକ ପରେ ପିଚାଇ ଟ୍ୱିଟ୍ କରି କହିଛନ୍ତି ଯେ, ଆପଣଙ୍କ (ପିଏମ ମୋଦୀଙ୍କ) ନେତୃତ୍ୱରେ ବୈଷୟିକ ପରିବର୍ତ୍ତନର ଦ୍ରୁତ ଗତି ଦେଖିବା ପ୍ରେରଣାଦାୟକ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମର ମଜବୁତ ସହଭାଗୀତାକୁ ଆହୁରି ଆଗକୁ ବଢାଇବେ। ଏବଂ ଭାରତର ଜି-୨୦ ରେ ଖୋଲା, ସଂଯୁକ୍ତ ଇଣ୍ଟରନେଟର କଥାବାର୍ତ୍ତାକୁ ସମର୍ଥନ କରନ୍ତୁ।

ସୁନ୍ଦର ପିଚାଇ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ପ୍ରଗତିର ଗତିକୁ ତ୍ୱରାନ୍ୱିତ କରିଛି, ଯାହାକୁ ଆମେ ସାରା ଦେଶରେ ଦେଖୁଛୁ। ଗୁଗୁଲ୍ ସିଇଓ ଆହୁରି କହିଛନ୍ତି ଯେ, ସେ ଆଗ୍ରହୀ ଯେ ୨୦୨୩ ରେ ଜି-୨୦ ର ଅଧ୍ୟକ୍ଷତା ନେଇ ଭାରତ ନିଜର ଅଭିଜ୍ଞତା ବିଶ୍ୱ ସହିତ ଅଂଶୀଦାର କରିବ।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନ ଯୁଦ୍ଧ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟକୁ ଅନୁସରଣ କରିବ ଆମେରିକା

ୱାଶିଂଟନ୍: ୟୁକ୍ରେନ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ଆମେରିକା ଶୁକ୍ରବାର ଦିନ ପୁଣି ଥରେ ସ୍ୱାଗତ କରି ସମସ୍ତ ପ୍ରକାର ହିଂସାକୁ ବନ୍ଦ କରିବାକୁ ଏବଂ କୂଟନୀତିର ପଥ ଅନୁସରଣ କରିବାକୁ କହିଛି। ଆମେରିକାର ବୈଦେଶିକ ବିଭାଗର ପ୍ରଧାନ ଉପମୁଖପାତ୍ର ବେଦାନ୍ତ କହିଛନ୍ତି ଯେ, “ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ଗ୍ରହଣ କରିବୁ। ଏବଂ ଯେତେବେଳେ ଏହି ଘଟଣା ଘଟିବ, ଆମେ ସେହି ମନ୍ତବ୍ୟଗୁଡିକୁ ସ୍ୱାଗତ କରିବୁ। ଋଷ ସହ ଜଡିତ ହେବା ପାଇଁ ଅନ୍ୟ ଦେଶମାନେ ନିଜେ ନିଷ୍ପତ୍ତି ନେବେ।” ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ସହଯୋଗୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ଜାରି ରଖିବୁ।

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଋଷ-ୟୁକ୍ରେନ ବିବାଦ ଉପରେ ଭାରତର ଆଭିମୁଖ୍ୟ ଏବଂ ଯୁଦ୍ଧ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ଵାନର ପ୍ରଶ୍ନର ଉତ୍ତରରେ ପଟେଲ ଏହି ମନ୍ତବ୍ୟ ଦେଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ସମରକନ୍ଦରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧ ନୁହେଁ। ଖାଦ୍ୟ, ଇନ୍ଧନ ସୁରକ୍ଷା ଏବଂ ସାର ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଋଷ-ୟୁକ୍ରେନ ଯୁଦ୍ଧକୁ ରୋକିବାରେ ଭାରତର ଭୂମିକା ବିଷୟରେ ପଚରାଯିବାରୁ ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର କହିଛନ୍ତି ଯେ, ଶାନ୍ତି ସହ ଜଡିତ ହେବାକୁ ତଥା ଏହି ଯୁଦ୍ଧକୁ ସମାପ୍ତ କରିବାକୁ ଆଗ୍ରହୀ ଥିବା ଯେକୌଣସି ଦେଶ ୟୁକ୍ରେନ ସହଭାଗୀମାନଙ୍କ ସହ ଘନିଷ୍ଠ ସହଭାଗିତାରେ ଏହା କରିବା ଉଚିତ। ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନିକ୍ ବାର୍ତ୍ତାଳାପ କରିବାର କିଛି ଘଣ୍ଟା ପରେ ସ୍ୱରାଷ୍ଟ୍ର ବିଭାଗର ଏହି ମନ୍ତବ୍ୟ ଆସିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏସଆରସି ଶିଖର ସମ୍ମିଳନୀରେ ସମରକନ୍ଦରେ ସେମାନଙ୍କର ବୈଠକ ପରେ ଶକ୍ତି ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ତଥା ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ସମୀକ୍ଷା କରିଛନ୍ତି। ୟୁକ୍ରେନରେ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା ଏବଂ କୂଟନୀତି ବିଷୟରେ କହିଛନ୍ତି।

ପିଏମଓ କହିଛି ଯେ, “ଜି-୨୦ରେ ବର୍ତ୍ତମାନର ଅଧ୍ୟକ୍ଷତା ବିଷୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଥିଲେ ଏବଂ ଏହାର ପ୍ରମୁଖ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଉଭୟ ନେତା ପରସ୍ପର ସହ ନିୟମିତ ଯୋଗାଯୋଗ କରିବାକୁ ରାଜି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିଲାୱଲ ଭୁଟ୍ଟୋଙ୍କ ବିବୃତ୍ତିକୁ ନେଇ ଅସନ୍ତୋଷ, ସାରା ଦେଶରେ ବିକ୍ଷୋଭ କରିବ ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ‘ଅପମାନଜନକ’ ମନ୍ତବ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଶୁକ୍ରବାର ଦିନ ବିଜେପି ଏକ ବିବୃତ୍ତିରେ କହିଛି ଯେ, “ଦେଶର ସମସ୍ତ ରାଜ୍ୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିଜେପି କର୍ମୀମାନେ ପାକିସ୍ତାନ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ଏବଂ ତାଙ୍କର ଲଜ୍ଜାଜନକ ବିବୃତ୍ତିକୁ ଦୃଢ କରିବେ।”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ଅପମାନଜନକ ବୋଲି ବିଜେପି କହିଛି। ପାକିସ୍ତାନର ହ୍ରାସ ପାଉଥିବା ଅର୍ଥନୀତି, ପାକିସ୍ତାନରେ ବିଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ମନ୍ତବ୍ୟ ଦିଆଯାଇଛି ବୋଲି ବିଜେପି କହିଛି।

ଏହାପୂର୍ବରୁ ଶୁକ୍ରବାର ଦିନ ବିଜେପି କର୍ମୀମାନେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ବିରୋଧରେ ଦିଲ୍ଲୀର ପାକିସ୍ତାନୀ ହାଇ କମିଶନ ବାହାରେ ବିରୋଧ କରିଥିଲେ। ଏହି ପ୍ରତିବାଦରେ ବିଜେପି ଅଭିଯୋଗ କରିଛି ଯେ, ଏହି ବିବୃତ୍ତିର ଉଦ୍ଦେଶ୍ୟ ହେଉଛି ବିଶ୍ୱକୁ ବିଭ୍ରାନ୍ତ କରିବା, ପାକିସ୍ତାନର ଅବନତି ଘଟୁଥିବା ଅର୍ଥନୀତି, ପାକିସ୍ତାନରେ ବିଶୃଙ୍ଖଳା, ପାକିସ୍ତାନ ଏବଂ ସେନା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି, ବୈଶିକ ସମ୍ପର୍କର ଅବନତି।

ବିଜେପି କହିଛି ଯେ, “ଗୋଟିଏ ପଟେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି, ଯାହାର ନେତୃତ୍ୱରେବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତ ଏକ ଅବିସ୍ମରଣୀୟ ଛାପ ଛାଡିଛି। ଅନ୍ୟ ପଟେ ପାକିସ୍ତାନ ଅଛି, ଯାହା ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ଉପହାସ ଏବଂ ଅପମାନର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା ମିଳୁଥିବା ବେଳେ ପାକିସ୍ତାନକୁ ଛୋଟ ଦେଶ ଠାରୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। “

Categories
ବିଶେଷ ଖବର

ବିଶ୍ୱକୁ ନିଜର ସାମର୍ଥ୍ୟ ଦେଖାଇବା ପାଇଁ ଜି-୨୦ର ଅଧ୍ୟକ୍ଷତା ଏକ ଭଲ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ଜି-୨୦ର ଅଧ୍ୟକ୍ଷତା ସମଗ୍ର ଦେଶ ପାଇଁ, ବିଶ୍ୱକୁ ନିଜର ଶକ୍ତି ଦେଖାଇବା ପାଇଁ ଏହା ଏକ ଅନନ୍ୟ ସୁଯୋଗ। ସୋମବାର ଏଠାରେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥନୀତି ପାଇଁ ଭାରତର ଜି-୨୦ ଅଧ୍ୟକ୍ଷତା ବଡ଼ ସୁଯୋଗ ଆଣିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜି-୨୦ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ର ଅଧ୍ୟକ୍ଷତା ଦେଶର ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ରତା ଆଣିବା ସହ ପାରମ୍ପାରିକ ବଡ ମହାନଗର ବ୍ୟତୀତ ଭାରତର କିଛି ଅଂଶକୁ ପ୍ରଦର୍ଶିତ କରିବାରେ ସୁଯୋଗ ମିଳିବ। ଜି-୨୦ ର ଅଧ୍ୟକ୍ଷତା ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଭାରତ ପ୍ରତି ବୈଶିକ ଜିଜ୍ଞାସା ଏବଂ ଆକର୍ଷଣ ରହିଛି, ଯାହା ଏହି ଉତ୍ସବର ମହତ୍ତ୍ଵକୁ ଆହୁରି ବଢାଇଥାଏ।

ଏହି ସର୍ବାଦଳୀୟ ବୈଠକରେ ଆମ୍ ଆଦମୀ ପାର୍ଟି (ଏଏପି) ର ଅରବିନ୍ଦ କେଜ୍ରିୱାଲ, YSR କଂଗ୍ରେସର ଜଗନମୋହନ ରେଡ୍ଡୀ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ସୀତାରାମ ୟେଚୁରୀ, ଡିଏମକେର ଏମ.କେ ଷ୍ଟାଲିନ, ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଭାରତର ଜି-୨୦ ପ୍ରାଥମିକତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଏସ ଜୟଶଙ୍କର, ପୀୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ ଏବଂ ଭୁପେନ୍ଦ୍ର ଯାଦବ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭୋଟ୍ ପୂର୍ବରୁ ମା’ ଙ୍କ ପାଖରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଏକାଠି ବସି ପିଇଲେ ଚା’

ନୂଆଦିଲ୍ଲୀ: ଆସନ୍ତାକାଲି ଗୁଜୁରାଟରେ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ରବିବାର ସନ୍ଧ୍ୟାରେ ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ତାଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଗାନ୍ଧିନଗରରେ ଥିବା ତାଙ୍କ ମା’ ହିରାବେନଙ୍କ ଘରକୁ ଯାଇଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ସହ ଚା’ ପିଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଏଠାରେ ସେ ତାଙ୍କ ମାଆଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ଚା ପିଇଥିବାର ନଜର ଆସିଥିଲେ। ତାଙ୍କ ମା’ଙ୍କ ଘରେ ପହଞ୍ଚିବା ପରେ ସେ ପ୍ରଥମେ ତାଙ୍କ ମାଆଙ୍କୁ ପ୍ରଣାମ କରିଥିଲେ, ତତକ୍ଷଣାତ୍ ତାଙ୍କ ମାଆ ହିରାବେନ୍ ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଘରେ ବସି ଏକ କପ୍ ଚା’ ପିଇଥିଲେ ଏବଂ ଏହା ପରେ ସେ ତାଙ୍କର ପରବର୍ତ୍ତୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଚାଲିଗଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ସେ ନିଜ ସମ୍ପର୍କୀୟଙ୍କ ସହ ସାକ୍ଷାତ କରିବା ପରେ ଗୁଜୁରାଟ ବିଜେପି ମୁଖ୍ୟାଳୟକୁ ଯାଇ ସେଠାରେ ବିଜେପି ନେତାମାନଙ୍କୁ ଭେଟିଥିଲେ। ଆଜି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଗଷ୍ଟରେ ତାଙ୍କ ମାଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ।

Categories
ବିଶେଷ ଖବର

ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ ଅବସରରେ ସ୍ତମ୍ଭ ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ୍‌ (ସ୍ତମ୍ଭ) ଜରିଆରେ ନିଜର ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି:

‘‘ଭାରତ ଆଜି ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି, ବିଶେଷ ଅବସରରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ ଜରିଆରେ ନିଜର ଅନ୍ତର୍ଦୃଷ୍ଟି ବ୍ୟକ୍ତ କରିଛନ୍ତି।

‘‘ସାମଗ୍ରିକ ଭାବେ ମାନବଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ଭାରତକୁ ଜି୨୦ ଅଧ୍ୟକ୍ଷତା ମିଳିଛି।’’

‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ।’’

‘‘ଆଜି ସାରା ବିଶ୍ବ ଯେଉଁସବୁ ବଡ଼ ସମସ୍ୟାର ସମ୍ମୁଖିନ ହେଉଛି, କେବଳ ମିଳିତ ଭାବେ କାର୍ଯ୍ୟ କରି ସେସବୁ ସମସ୍ୟାର ସମାଧାନ କରାଯାଇପାରିବ।

‘‘ଭାରତ ବିଶ୍ବର ଏକ ସୂକ୍ଷ୍ମ ଜାଗତିକ ପ୍ରତିକୃତି।’’

‘‘ଭାରତରେ ସାମୂହିକ ନିର୍ଣ୍ଣୟ ନେବାର ସର୍ବପ୍ରାଚୀନ ପରମ୍ପରା ରହିଛି। ଗଣତନ୍ତ୍ରର ମୌଳିକ ଡିଏନଏରେ ଭାରତର ଅମୂଲ୍ୟ ଯୋଗଦାନ ରହିଛି।’’

‘‘ନାଗରିକଙ୍କ କଲ୍ୟାଣ ପାଇଁ ପ୍ରଯୁକ୍ତିର ଉପଯୋଗ କରିବା।’’

‘‘ଆମ ପୃଥିବୀର ସମସ୍ୟା ସମାଧାନ କରିବା, ଆମର ଗୋଟିଏ ପରିବାର ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା କରିବା ଏବଂ ଆମର ଏକ ଭବିଷ୍ୟତ ପାଇଁ ଆଶା ଜାଗ୍ରତ କରିବା ପ୍ରତି ଆମେ ପ୍ରାଥମିକତା ଦେବୁ।’’

‘‘ଭାରତର ଜି୨୦ ଅଧ୍ୟକ୍ଷତା ସମାବେଶୀ, ମହତ୍ବାକାଂକ୍ଷୀ, କାର୍ଯ୍ୟ ଉନ୍ମୁଖୀ ଏବଂ ନିର୍ଣ୍ଣାୟକ ହେବ।’’

‘‘ଆସନ୍ତୁ ସମସ୍ତେ ମିଶି ଭାରତର ଜି୨୦ ଅଧ୍ୟକ୍ଷତାକୁ ସମାଧାନ, ସଦ୍ଭାବ ଓ ଆଶାର ଏକ ଅଧ୍ୟକ୍ଷତାରେ ପରିଣତ କରିବା।’’

ପ୍ରଧାନମନ୍ତ୍ରୀ ମଧ୍ୟ @narendramodi ରୁ କେତେକ ବିବରଣୀ ଶେୟାର କରିଛନ୍ତି ଏବଂ ଜି୨୦ ରାଷ୍ଟ୍ରର ନେତାମାନଙ୍କ ସହିତ ସମ୍ପର୍କ ଯୋଡ଼ିବା ଲାଗି ଚେଷ୍ଟା କରିଛନ୍ତି।

ସେ ଟୁଇଟ୍‌ କରିଛନ୍ତି

‘‘ଆଜି, ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରୁଛି, ଆଗାମୀ ବର୍ଷଗୁଡ଼ିକରେ ବିଶ୍ବ କଲ୍ୟାଣ ପାଇଁ ଆମେ କିଭଳି ଏକ ସମାବେଶୀ, ମହତ୍ବାକାଂକ୍ଷୀ, କାର୍ଯ୍ୟ ଉନ୍ମୁଖୀ ଏବଂ ନିର୍ଣ୍ଣାୟକ ଏଜେଣ୍ଡା ନେଇ କାମ କରିବାକୁ ଚାହୁଁଛୁ ସେ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଛି।

#G20India

@JoeBiden @planalto

ମୁଁ ଦୃଢ଼ ଭାବେ ବିଶ୍ବାସ କରିଥାଏ ଯେ ସାମଗ୍ରିକ ଭାବେ ମାନବତାର କଲ୍ୟାଣ ପାଇଁ ଚିରାଚରିତ ମାନସିକତାକୁ ବଦଳାଇ ଆଗକୁ ବଢ଼ିବା ଲାଗି ବର୍ତ୍ତମାନ ହିଁ ଉପଯୁକ୍ତ ସମୟ। #G20India

@MohamedBinZayed @AlsisiOfficial @RishiSunak @vonderleyen

ଏକତା ସପକ୍ଷରେ ଯୁକ୍ତି ବାଢ଼ୁଥିବା ଏବଂ ବୈଶ୍ବିକ ସମସ୍ୟାର ସମାଧାନ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବାର୍ତ୍ତା ଦେଉଥିବା ଆମର ପ୍ରାଚୀନ ପରମ୍ପରାରେ ଅନୁପ୍ରାଣିତ ହେବା ଲାଗି ଏହା ହିଁ ସଠିକ ସମୟ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ…

ମହାମହିମଗଣ,

ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି।

ମହାମହିମଗଣ,

ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ ମୁହୂର୍ତ୍ତରେ ଗ୍ରହଣ କରୁଛି ଯେତେବେଳେ ସାରା ବିଶ୍ବ ଭୂ-ରାଜନୈତିକ ଉତ୍ତେଜନା, ଆର୍ଥିକ ମାନ୍ଦାବସ୍ଥା, ଖାଦ୍ୟଶସ୍ୟ ଏବଂ ଇନ୍ଧନର ବର୍ଦ୍ଧିତ ଦର ଏବଂ ମହାମାରୀର ଦୀର୍ଘକାଳୀନ ଦୁଷ୍ପ୍ରଭାବ ସହ ଏକ ସମୟରେ ସଂଘର୍ଷ କରୁଛି। ଏଭଳି ଏକ ସମୟରେ ବିଶ୍ବ ଜି-୨୦ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁଛି। ଆଜି ମୁଁ ଏହି ଆଶ୍ବାସନା ଦେବାକୁ ଚାହୁଁଛି ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମାବେଶୀ, ଆକାଂକ୍ଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟାନୁଷ୍ଠାନ ଆଧାରିତ ହେବ।

ମହାମହିମଗଣ,

ଆସନ୍ତା ବର୍ଷ ଆମେ ଏହି ପ୍ରୟାସ କରିବୁ ଯେ ଜି-୨୦ ନୂଆ ବିଚାରର ପରିକଳ୍ପନା ଲାଗି, ଆହୁରି ଅଧିକ ସାମୁହିକ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ଲାଗି, ଏକ ଗ୍ଲୋବାଲ ପ୍ରାଇମ ମୁଭର ଭାବେ କାମ କରିବ। ପ୍ରାକୃତିକ ସମ୍ବଳ ଉପରେ ମାଲିକାନା ମନୋଭାବ ଆଜି ସଂଘର୍ଷକୁ ଜନ୍ମ ଦେଉଛି। ଏହା ହିଁ ପରିବେଶ ଦୁର୍ଦ୍ଦଶାର ମୁଖ୍ୟ କାରଣ ପାଲଟିଛି। ପୃଥିବୀର ସୁରକ୍ଷିତ ଭବିଷ୍ୟତ ଲାଗି, ଟ୍ରଷ୍ଟିଶିପ ବା ସଂରକ୍ଷକ ଭାବନା ରହିବା ଏକମାତ୍ର ସମାଧାନ ଅଟେ। ଏଥିରେ ଲାଇଫ୍‌ ବା ‘ଲାଇଫଷ୍ଟାଇଟ୍‌ ଫର ଏନଭାୟରନମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀ) ଅଭିଯାନ ଏକ ବଡ଼ ଯୋଗଦାନ ଦେଇପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବା।

ମହାମହିମଗଣ,

ଆଜିର ଆବଶ୍ୟକତା ହେଉଛି ବିକାଶର ଲାଭ ସର୍ବ-ସ୍ପର୍ଶୀ ଏବଂ ସର୍ବ-ସମାବେଶୀ ହେଉ। ଆମକୁ କରୁଣା ଏବଂ ଏକାତ୍ମତା ଭାବନା ନେଇ ପ୍ରତ୍ୟେକ ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଇବାକୁ ହେବ। ବିଶ୍ବର ବିକାଶ ମହିଳାଙ୍କ ଭାଗିଦାରୀ ବିନା ଅସମ୍ଭବ । ଆମକୁ ନିଜ ଜି-୨୦ ଏଜେଣ୍ଟରେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଉପରେ ପ୍ରାଥମିକତା ବଜାୟ ରଖିବାକୁ ହେବ। ଶାନ୍ତି ଓ ସୁରକ୍ଷା ବିନା ଆମର ଆଗାମୀ ପିଢ଼ି ଆର୍ଥିକ ବିକାଶ କିମ୍ବା ପ୍ରଯୁକ୍ତି ନବୋନ୍ମେଷର ଲାଭ ଗ୍ରହଣ କରିପାରିବ ନାହିଁ। ଜି-୨୦କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସପକ୍ଷରେ ଏକ ଦୃଢ଼ ବାର୍ତ୍ତା ଦେବାକୁ ହେବ। ଏ ସବୁ ପ୍ରାଥମିକତା, ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ – ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’’-ରେ ସମ୍ପୂର୍ଣ୍ଣ ଭାବେ ସମାହିତ ହୋଇ ରହିଛି।

ମହାମହିମଗଣ,

ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆମେ ଆମ ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ, ଜି-୨୦ର ବୈଠକମାନ ଆୟୋଜନ କରିବୁ। ଆମର ଅତିଥିମାନଙ୍କୁ ଭାରତର ଅଦ୍ଭୂତ ବିବିଧତା, ସମାବେଶୀ ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧିର ସମ୍ପୂର୍ଣ୍ଣ ଅନୁଭବ ମିଳିପାରିବ। ଆମେ କାମନା କରୁଛୁ ଯେ ଆପଣମାନେ ସମସ୍ତେ ‘ମଦର ଅଫ୍‌ ଡେମୋକ୍ରେସୀ’ (ଗଣତନ୍ତ୍ରର ଜନ୍ମଦାତ୍ରୀ) ଭାରତରେ ଏହି ଅଦ୍ବିତୀୟ ଉତ୍ସବରେ ସହଭାଗୀ ହେବେ। ଆମେ ସମସ୍ତେ ମିଶି ଜି-୨୦ ସମୂହକୁ ବିଶ୍ବ ପରିବର୍ତ୍ତନର ଏକ ବାହକରେ ପରିଣତ କରିପାରିବା।

ଅନେକ ଅନେକ ଧନ୍ୟବାଦ।

Categories
ବିଶେଷ ଖବର

କାରଗିଲ୍ ଠାରେ ସଶସ୍ତ୍ର ସେନା ବାହିନୀ ସହିତ ଦୀପାବଳି ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାହସୀ ଯବାନ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , କାରଗିଲ୍‌ର  ମାଟି ପ୍ରତି ସମ୍ମାନ ତାଙ୍କୁ ସର୍ବଦା ସଶସ୍ତ୍ର ବାହିନୀର ସାହସୀ ପୁଅ ଓ ଝିଅ ମାନଙ୍କ ପ୍ରତି ଆକର୍ଷିତ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ଷ ବର୍ଷ ଧରି ଆପଣ ମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ଯବାନ ମାନଙ୍କର ଉପସ୍ଥିତିରେ ଦୀପାବଳିର ମଧୁରତା ବୃଦ୍ଧି ପାଇଥାଏ ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଦୀପାବଳିର ଆଲୋକ ସେମାନଙ୍କର ଉତ୍ସାହକୁ ଅଧିକରୁ ଅଧିକୁ କରିଥାଏ । ଗୋଟିଏ ପକ୍ଷରେ, ମାତୃଭୂମି ପ୍ରତି ଭଲ ପାଇବା ରହିଥିବା ବେଳେ, ଅନ୍ୟ ପକ୍ଷରେ ସାହସୀ ଯବାନ ମାନେ ଏଠାରେ ଅଛନ୍ତି । ମୁଁ ଅନ୍ୟ କୌଣସି ସ୍ଥାନରେ ଏପରି ଦୀପାବଳି ଆଶା କରି ନଥାଏ ” । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଆମର ପରମ୍ପରା ତଥା ସଂସ୍କୃତିର ଏକ ଅଂଶ ହୋଇଥିବା ସାହସ ଏବଂ ସାହସିକତାର ଊତ୍ସବ ଭାରତ ଆନନ୍ଦ ସହକାରେ ପାଳନ କରେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି କାରଗିଲ୍‌ର ବିଜୟ ଭୂମିରୁ, “ ମୁଁ ଭାରତ ତଥା ସାରା ବିଶ୍ୱର ସମସ୍ତଙ୍କୁ ଦୀପାବଳି ଉତ୍ସବ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।”

ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ, ପାକିସ୍ତାନ ବିରୋଧରେ ଏପରି କୌଣସି ଯୁଦ୍ଧ ହୋଇ ନାହିଁ ଯେତେବେଳେ କାରଗିଲ୍ ବିଜୟୀ ହେବା ପରେ ତ୍ରିରଙ୍ଗା ପତାକାକୁ ସେଠାରେ ଉଡାଇ ନାହିଁ । ଆଜିର ଦୁନିଆରେ ଭାରତର ଇଚ୍ଛା ବିଷୟରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ କରି କହିଥିଲେ ଯେ, ଆଲୋକର ପର୍ବ ବର୍ତ୍ତମାନ ସମୟର ଭୂ – ରାଜନୈତିକ ଦୃଶ୍ୟପଟ୍ଟରେ ଶାନ୍ତି ଏବଂ ସମୃଦ୍ଧତାର ପଥକୁ ଆଲୋକିତ କରିବ । ଦୀପାବଳି ପର୍ବର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ଏହା ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ ।” ଦୀପାବଳି ପର୍ବକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ କାରଗିଲ୍ ଠିକ୍ ସେହିପରି କରିଥିଲା ଏବଂ ସେହି ବିଜୟର ଉତ୍ସବକୁ ଆଜି ମଧ୍ୟ ସ୍ମରଣ କରା ଯାଇଥାଏ ।”

ପ୍ରଧାନମନ୍ତ୍ରୀ ମନେ ପକାଇ ଥିଲେ ଯେ, ସେ କାରଗିଲ୍ ଯୁଦ୍ଧର ସାକ୍ଷୀ ଥିଲେ ଏବଂ ସେ ଏହି ଯୁଦ୍ଧକୁ ଅତି ନିକଟରୁ ଦେଖିଥିଲେ । ଯେତେବେଳେ ସେ ଯୁଦ୍ଧ ସମୟରେ ଶତ୍ରୁ ମାନଙ୍କୁ ଉପଯୁକ୍ତ ଯବାକ ଦେଉଥିବା ଯବାନ ମାନଙ୍କ ସହିତ ସମୟ ବିତାଇବାକୁ ଏଠାକୁ ଆସିଥିଲେ ସେତେବେଳ ସମୟର ପ୍ରଧାନମନ୍ତ୍ରୀଙ୍କର ୨୩ ବର୍ଷ ପୁରୁଣା ଫଟୋଗ୍ରାଫ ଗୁଡିକରର ସଂରକ୍ଷଣ କରି ରଖିବା ତଥା ତାହାକୁ ପ୍ରଦର୍ଶନ କରିଥିବା ଯୋଗୁଁ ସେ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ ଯେ, “ଜଣେ ସାଧାରଣ ନାଗରିକ ଭାବରେ ମୋର କର୍ତ୍ତବ୍ୟ ପଥ ମୋତେ ଯୁଦ୍ଧ କ୍ଷେତ୍ରକୁ ନେଇ ଯାଇଥିଲା ।” ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସେ ଦେଶବାସୀ ମାନଙ୍କ ଦ୍ୱାରା ଏକତ୍ରିତ କରା ଯାଇଥିବା ସାମଗ୍ରୀ ଏଠାକୁ ନେଇ ଆସିଥିଲେ ଏବଂ ଏହା ତାଙ୍କ ପାଇଁ ପୂଜାର ମୁହୂର୍ତ୍ତ ଥିଲା ବୋଲି ସେ କହିଥିଲେ । ସେହି ସମୟର ବାତାବରଣ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଏହା ଆହ୍ୱାନ ଥିଲା ଯେ, ସେ ନିଜର ମନ, ଶରୀର ଏବଂ ଆତ୍ମାକୁ ଏହି ଉଦ୍ଦେଶ୍ୟ ନିମନ୍ତେ ସମର୍ପିତ କରନ୍ତୁ, ଏବଂ ବିଜୟର ଆନନ୍ଦ ଆମ ଚାରିପାଖରେ ପ୍ରାଣ ଭରି ଦେଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯେଉଁ ଭାରତକୁ ସମ୍ମାନ ଦେଉଛୁ ତାହା କେବଳ ଏକ ଭୌଗୋଳିକ ଅଂଚଳ ନୁହେଁ ବରଂ ଜୀବନ୍ତ ଆତ୍ମା, ନିରନ୍ତର ଚେତନା, ଅମର ଅସ୍ତିତ୍ୱ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, “ଯେତେବେଳେ ଆମେ ଭାରତ ବିଷୟରେ କିଛି କହିଥାଉ, ଭାରତର ସଂସ୍କୃତିର ଅନନ୍ତ ଚିତ୍ର ଆମ ସାମ୍ନାକୁ ଆସେ, ଐତିହ୍ୟର ଚକ୍ର ନିଜକୁ ନିର୍ମାଣ କରିଥାଏ ଏବଂ ଭାରତର ଶକ୍ତିର ମଡେଲ ବୃଦ୍ଧି ପାଇବାରେ ଲାଗିଥାଏ ।” ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ହେଉଛି ଏପରି ଏକ ଅସ୍ତ୍ରଶସ୍ତ୍ର ଗୁଡିକର ପ୍ରବାହ ଯାହା ଗୋଟିଏ ପଟେ ଆକାଶ – ଉଚ୍ଚ ହିମାଳୟରୁ ଆରମ୍ଭ ହୋଇ ଭାରତ ମହାସାଗରକୁ ଘେରି ରହିଥାଏ । ପ୍ରଧାନମନ୍ତ୍ରୀ ମନେ ପକାଇ ଥିଲେ ଯେ ଅତୀତର ଅନେକ ସମୃଦ୍ଧ ସଭ୍ୟତା ଗୁଡିକ ବାଲି ଶଯ୍ୟାରେ ପରିଣତ ହୋଇଥିଲା କିନ୍ତୁ ଭାରତର ସାଂସ୍କୃତିକ ସ୍ରୋତର ଅସ୍ତିତ୍ୱ ନିରବଚ୍ଛିନ୍ନ ରହିଛି । ସେ ସ୍ପଷ୍ଟ କରିଥିଲେ ଯେ , ଯେତେବେଳେ ଦେଶର ସାହସୀ ପୁଅ ଓ ଝିଅ ମାନେ ସେମାନଙ୍କର ଶକ୍ତି ଏବଂ ସମ୍ବଳ ଗୁଡିକ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଦେଖାନ୍ତି ସେତେବେଳେ ଏକ ଦେଶ ଅମର ହୋଇ ଯାଇଥାଏ ।

କାରଗିଲ୍‌ର ଯୁଦ୍ଧ କ୍ଷେତ୍ର ଭାରତୀୟ ସେନା ମାନଙ୍କର ସାହସର ଏକ ଜୀବନ୍ତ ପ୍ରମାଣ ଅଟେ । ଶ୍ରୀ ମୋଦୀ କହିଥିଲେ ଯେ, “ଦ୍ରାସ୍‌, ବାଟାଲିକ୍ ଏବଂ ଟାଇଗର ହିଲ୍ ହେଉଛି ଏହି କଥାର ପ୍ରମାଣ ଯେ ପର୍ବତ ଉପରେ ବସିଥିବା ଶତ୍ରୁ ମାନେ ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ବୀରତ୍ୱ ଆଗରେ ବହୁତ କ୍ଷୁଦ୍ର ହୋଇ ଯାଇଥିଲେ । ସେ କହିଥିଲେ ଯେ ଯେଉଁମାନେ ଭାରତର ସୀମା ପରିଚାଳନା କରୁଛନ୍ତି ସେମାନେ ହେଉଛନ୍ତି ଭାରତର ନିରାପତ୍ତାର ସ୍ଥାୟୀ ସ୍ତମ୍ଭ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେତେବେଳେ ଏକ ଦେଶ ସୁରକ୍ଷିତ ହୋଇଥାଏ, ଯେତେବେଳେ ଏହାର ସୀମା ସୁରକ୍ଷିତ ହୋଇଥାଏ, ଏହାର ଅର୍ଥନୀତି ଦୃଢ଼ ହୋଇଥାଏ ଏବଂ ସମାଜ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଥାଏ ।

ଯେତେବେଳେ ଆମେ ଦେଶର ଶକ୍ତି ବିଷୟରେ ଖବର ଶୁଣିଥାଉ, ସେତେବେଳେ ସମଗ୍ର ଦେଶର ମନୋବଳ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଦେଶବାସୀ ମାନଙ୍କ ମଧ୍ୟରେ ଏକତାର ଭାବନା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ ଏବଂ ବିଦ୍ୟୁତ୍ ସେବା ପ୍ରଦାନ ଓ ଜଳ ଯୋଗାଣ ସହିତ ପକ୍କା ଗୃହ ଗୁଡିକର ଠିକ୍ ସମୟରେ ବିତରଣର ଉଦାହରଣ ଦେଇଥିଲେ ଏବଂ ଦେଶର ପ୍ରତ୍ୟେକ ଯବାନ  ଏଥି ପାଇଁ ଗର୍ବ ଅନୁଭବ କରିଥାନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ ବହୁ ଦୂରରେ ରହିଥିବା ଯବାନ ମାନଙ୍କ ଘରେ ଯେତେବେଳେ ଏହି ସେବା ପହଂଚେ, ସେତେବେଳେ ଏହା ସେମାନଙ୍କୁ ସନ୍ତୁଷ୍ଟି ପ୍ରଦାନ କରିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ଜୱାନ ସଂଯୋଗୀକରଣ ସମ୍ପର୍କରେ ଜାଣିଥାନ୍ତି , ସେତେବେଳେ ସେମାନଙ୍କୁ ଘରକୁ ଫୋନ୍ କରିବା ସହଜ ହୋଇଥାଏ ଏବଂ ଛୁଟି ସମୟରେ ଘରକୁ ଯିବା  ମଧ୍ୟ ସହଜ ହୋଇଥାଏ । ସେ ମଧ୍ୟ ୭- ୮ ବର୍ଷ ପୂର୍ବେ ଭାରତ ବିଶ୍ୱରେ ଦଶମ ବୃହତ୍ତମ ଅର୍ଥନୀତି ଥିବାବେଳେ ଏବେ ଏହା ୫ମ  ବୃହତ୍ତମ ଅର୍ଥନୀତି ହୋଇ ପାରିଥିବାରୁ  ଭାରତର ସମ୍ପ୍ରତି ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ୮୦,୦୦୦ ରୁ ଅଧିକ ଷ୍ଟାର୍ଟ – ଅପ୍ ବିଷୟରେ ମଧ୍ୟ କହିଥିଲେ ଯାହା ସୃଜନଶୀଳତାର ରାସ୍ତାକୁ ଚାଲୁ ରଖିଛି । ସେ ଆହୁରି ମଧ୍ୟ ମନେ ପକାଇ ଦେଇଥିଲେ ଯେ, ଦୁଇ ଦିନ ପୂର୍ବେ ବ୍ରଡବ୍ୟାଣ୍ଡ ଇଂଟରନେଟ୍ ସେବାକୁ ବିସ୍ତାର କରିବା ପାଇଁ ଇସ୍ରୋ ଏକକାଳୀନ ୩୬ ଉପଗ୍ରହ ଉତକ୍ଷେପଣ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା । ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରି କହିଥିଲେ ଯେଉଁଠାରେ ଟ୍ରାଇ କଲର (ତିରଙ୍ଗା) ଭାରତୀୟଙ୍କ ପାଇଁ ପ୍ରତିରକ୍ଷାର ଢାଲ ଭାବରେ କାର୍ଯ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ , ଏହା ହେଉଛି ଉଭୟ ଭାରତର ବାହ୍ୟ ତଥା ଆଭ୍ୟନ୍ତରୀଣ ଶତ୍ରୁ ମାନଙ୍କ ବିରୁଦ୍ଧରେ ସଫଳତାର ସହ ଲଢ଼େଇର ଫଳାଫଳ । ଦେଶ ଭିତରେ ଶତ୍ରୁ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଥିବାବେଳେ ଆପଣମାନେ  ସୀମାରେ ସୁରକ୍ଷା ଢାଲ ଭାବରେ ଦଣ୍ଡାୟମାନ ହୋଇଛନ୍ତି ।  “ଆତଙ୍କବାଦ, ନକ୍ସଲବାଦ ଏବଂ ଉଗ୍ରବାଦ ଭଳି ସମସ୍ୟା ଗୁଡିକର ମୂଳୋତ୍ପାଟନ ପାଇଁ ଦେଶ ସଫଳ ଉଦ୍ୟମ କରିଛି ବୋଲି ଶ୍ରୀ ମୋଦୀ ଦର୍ଶାଇ ଥିଲେ । ଏକଦା ଦେଶର ଏକ ବଡ଼ ଅଂଶକୁ ଆଚ୍ଛାଦିତ କରି ରଖିଥିବା ନକ୍ସଲବାଦ ଉପରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇଥିଲେ ଯେ ଏହାର ପରିସର କ୍ରମାଗତ ଭାବେ ହ୍ରାସ ପାଉଛି । ଦୁର୍ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ, ଭାରତ ଏକ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ୁଛି । ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସେ ଆଇନ୍ କବଳରୁ ରକ୍ଷା ପାଇ ପାରିବେ ନାହିଁ ।” ସେ ଆହୁରି ମଧ୍ୟ କହିଥିଲେ ଯେ , କୁଶାସନ ଆମ ବିକାଶ ପଥରେ ବାଧା ସୃଷ୍ଟି କରି ଦେଶର ସାମର୍ଥ୍ୟକୁ ସୀମିତ କରି ଦେଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ ମନ୍ତ୍ର ସହିତ ଆମେ ସେହି ସମସ୍ତ ପୁରୁଣା ଦୁର୍ବଳତା ଗୁଡିକୁ ଖୁବୁ ଶୀଘ୍ର ଦୂର କରୁଛୁ ।”

ଆଧୁନିକ ଯୁଦ୍ଧରେ ଟେକ୍ନୋଲୋଜି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , ଭବିଷ୍ୟତରେ ଯେଉଁ  ଯୁଦ୍ଧ ହେବ ତାହାର  ସ୍ୱରୂପ ବଦଳିବାକୁ ଯାଉଛି ଏବଂ ଏହି ନୂତନ ଯୁଗରେ ଆମେ ଦେଶ ସୈନ୍ୟ ଶକ୍ତି ମାନଙ୍କୁ ଜାତୀୟ ସୁରକ୍ଷାର ଆବଶ୍ୟକତା ଅନୁସାରେ ନୂତନ ଆହ୍ୱାନ, ନୂତନ ପଦ୍ଧତି ଏବଂ ପରିବର୍ତ୍ତିତ ପରିବେଶ ଅନୁଯାୟୀ ଦେଶର ସାମରିକ ଶକ୍ତିକୁ ପ୍ରସ୍ତୁତ କରୁଛୁ । ସେନାରେ ପ୍ରମୁଖ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇ କହିଥିଲେ, ଯେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆ ଯାଉଛି ଯାହା ଦ୍ୱାରା ପ୍ରତ୍ୟେକ ଆହ୍ୱାନ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମର ସୈନ୍ୟ ବାହିନୀର ଯେପରି ଉତ୍ତମ ସମନ୍ୱୟ ରହି ପାରିବ । “ଏଥିପାଇଁ ସିଡିଏସ୍ ପରି ଅନୁଷ୍ଠାନ ସୃଷ୍ଟି କରା ଯାଇଛି । ସୀମାରେ ଆଧୁନିକ ଭିତ୍ତିଭୂମି ସଂରଚନାର ଏକ ନେଟୱାର୍କ ସୃଷ୍ଟି କରା ଯାଉଛି, ଯାହା ଦ୍ୱାରା ଆମର ଯବାନମାନେ ନିଜ କର୍ତ୍ତବ୍ୟ ପାଳନ କରିବାରେ ଅଧିକ ସହଜ ଅନୁଭବ କରିବେ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶରେ ଅନେକ ସୈନିକ ସ୍କୁଲ ଖୋଲା ଯାଉଛି ।

ଆତ୍ମ ନିର୍ଭର ଭାରତ ପ୍ରସଙ୍ଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଦେଶର ସୁରକ୍ଷା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭାରତୀୟ ସୈନ୍ୟ ବାହିନୀରେ ଆଧୁନିକ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରକୁ ସାମିଲ୍ କରାଯିବା । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରତିରକ୍ଷା ବିଭାଗର ତିନୋଟି ବିଭାଗ ବିଦେଶୀ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ଏବଂ ବ୍ୟବସ୍ଥା ଉପରେ ଆମର ନିର୍ଭରଶୀଳତାକୁ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଆତ୍ମନିର୍ଭରଶୀଳ ହେବାକୁ ସଙ୍କଳ୍ପ ନେଇଛନ୍ତି । ସେ କହିଥିଲେ ଯେ, “ମୁଁ ଆମର ତିନି ସୈନ୍ୟ ବାହିନୀକୁ ପ୍ରଶଂସା କରୁଛି, ଯେଉଁମାନେ ନିଷ୍ପତ୍ତି ନେଇଛନ୍ତି ଯେ ୪୦୦ ରୁ ଅଧିକ ପ୍ରତିରକ୍ଷା ଉପକରଣ ଆଉ ବିଦେଶରୁ କିଣାଯିବ ନାହିଁ ଏବଂ ବର୍ତ୍ତମାନ ଏହା ଭାରତରେ ତିଆରି ହେବ” ।  ସ୍ୱଦେଶୀ ଅସ୍ତ୍ର ବ୍ୟବହାର କରିବାର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଭାରତର ଯବାନମାନେ ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶତ୍ରୁ ମାନଙ୍କ ସହିତ ଲଢ଼ିବେ, ସେତେବେଳେ ସେମାନଙ୍କର ବିଶ୍ୱାସ ଶିଖରରେ ରହିବ ଏବଂ ଶତ୍ରୁ ମାନଙ୍କୁ ଦମନ କରି ଏହା ଏକ ଆଶ୍ଚର୍ଯ୍ୟଜନକ ଉପାଦାନର ଉପଲବ୍ଧି ପ୍ରଦାନ କରିବ । ଶତ୍ରୁ ମାନଙ୍କର ମନୋବଳ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ – ହାଲୁକା ଯୁଦ୍ଧ ହେଲିକପ୍ଟର , ତେଜସ୍ ଫାଇଟର୍ ଜେଟ୍ସ ଏବଂ ବିପୁଳ ବିମାନ ପରିବହନକାରୀ ବିକ୍ରାନ୍ତର ଉଦାହରଣ ଦେଇଥିଲେ ଏବଂ ଆରିହନ୍ତ, ପୃଥ୍ୱୀ, ଆକାଶ, ତ୍ରିଶୂଳ , ପିନାକ ଏବଂ ଅର୍ଜୁନ ଭଳି ଭାରତର କ୍ଷେପଣାସ୍ତ୍ର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ଭାରତ ଏହାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହିତ ପ୍ରତିରକ୍ଷା ଉପକରଣ ଗୁଡିକର ରପ୍ତାନିକାରୀ ଦେଶ ହୋଇ ପାରିଛି ଏବଂ ଡ୍ରୋନ୍ ଭଳି ଆଧୁନିକ ତଥା ପ୍ରଭାବଶାଳୀ ପ୍ରଯୁକ୍ତି ବିଦ୍ୟା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ।

“ଆମେ ସେହି ପରମ୍ପରା ଗୁଡିକୁ ଅନୁସରଣ କରୁଛୁ ଯେଉଁଠାରେ ଯୁଦ୍ଧକୁ ଶେଷ ବିକଳ୍ପ ଭାବରେ ବିବେଚନା କରାଯାଏ ” ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଭାରତ ସର୍ବଦା ବିଶ୍ୱ ଶାନ୍ତି ସପକ୍ଷରେ ରହି ଆସିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଆମେ ସବୁବେଳେ ଯୁଦ୍ଧକୁ ବିରୋଧ କରିଥାଉ, କିନ୍ତୁ ଶକ୍ତି ବିନା ଶାନ୍ତି ସମ୍ଭବ ନୁହେଁ ।” ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ସୈନ୍ୟ ବାହିନୀର ସାମର୍ଥ୍ୟ ଏବଂ ରଣନୀତି ଅଛି ଏବଂ ଯଦି କେହି ଆମକୁ ଆଖି ଉଠାଇ ଦେଖନ୍ତି, ତେବେ ଆମର ସୈନ୍ୟ ବାହିନୀ ଏହା ମଧ୍ୟ ଜାଣନ୍ତି ଯେ କିପରି ନିଜ ଭାଷାରେ ଶତ୍ରୁକୁ ଉପଯୁକ୍ତ ଉତ୍ତର ଦେବେ । ଦାସତ୍ୱ ମାନସିକତାକୁ ଶେଷ କରିବା ପାଇଁ ନିଆ ଯାଇଥିବା ପ୍ରୟାସ ଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ଉଦ୍‌ଘାଟିତ କର୍ତ୍ତବ୍ୟ ପଥର ଉଦାହରଣ ଦେଇଥିଲେ ଏବଂ ଏହା କହିଥିଲେ ଯେ ଏହା ନୂଆ ଭାରତର ନୂତନ ବିଶ୍ୱାସକୁ ପ୍ରୋତ୍ସାହିତ କରୁଛି । ସେ କହିଥିଲେ ଯେ, “ଜାତୀୟ ଯୁଦ୍ଧ ସ୍ମାରକୀ ହେଉ କିମ୍ବା ଜାତୀୟ ପୁଲିସ ସ୍ମାରକୀ ହେଉ, ଏହା ନୂଆ ଭାରତ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଥାଏ । ପ୍ରଧାନମନ୍ତ୍ରୀ ନୂତନ ଭାରତୀୟ ନୌସେନାର ପତାକାକୁ ମଧ୍ୟ ମନେ ପକାଇ କହିଥିଲେ ଯେ,  “ବର୍ତ୍ତମାନ ଶିବାଜୀଙ୍କ ସାହସିକତାର ପ୍ରେରଣା ନୌସେନାର ପତାକାରେ ଯୋଡି ହୋଇ ଯାଇଛି ।”

ପ୍ରଧାନମନ୍ତ୍ରୀ ସୂଚିତ କରିଥିଲେ ଯେ, ଆଜି ସମଗ୍ର ବିଶ୍ୱର ଆଖି ଭାରତ ଏବଂ ଏହାର ଅଭିବୃଦ୍ଧି ସମ୍ଭାବନା ଉପରେ ରହିଛି । ଶ୍ରୀ ମୋଦୀ କହିଥିଲେ ଯେ ଆଜାଦିର ଅମୃତ କାଳର ସମୟ ଭାରତର ଏହି ଶକ୍ତିର ପ୍ରକୃତ ସାକ୍ଷୀ ହେବାକୁ ଯାଉଛନ୍ତି । ଏଥିରେ ଆପଣ ମାନଙ୍କର ଭୂମିକା ବହୁତ ଅଧିକ,  କାରଣ ଆପଣ ମାନେ ସମସ୍ତେ  ଭାରତର ଗର୍ବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଭାରତୀୟ ସଶସ୍ତ୍ର ସେନା ବାହିନୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ କବିତା ପାଠ କରି ନିଜର ବକ୍ତବ୍ୟ ଶେଷ କରିଥିଲେ ।

*****

SSP

 

 

 

 

Categories
ବିଶେଷ ଖବର

ଦେଶବ୍ୟାପୀ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରକିୟା ଆରମ୍ଭ: ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ – ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି। ଏହି ସମାରୋହରେ ଆଜି ୭୫,୦୦୦ ନୂତନ ଭାବେ ନିଯୁକ୍ତ ବ୍ୟକ୍ତି ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରା ଯାଇଥିଲା।

ନିଯୁକ୍ତି ପାଇଥିବା ଲୋକ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧନତେରାସ୍ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, “ଆଜି ହେଉଛି ସେହି ଦିନ, ଯାହା ରୋଜଗାର ମେଳା ରୂପରେ ଗତ ୮ ବର୍ଷ ଧରି ଦେଶରେ ରୋଜଗାର ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଚାଲିଥିବା ଅଭିଯାନ ଗୁଡିକରେ ଏକ ନୂତନ ଅଧ୍ୟାୟ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ ସ୍ୱାଧୀନତାର ୭୫ ବର୍ଷକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଅଧୀନରେ ୭୫,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସେ ରୋଜଗାର ମେଳାର ଆବଶ୍ୟକତାକୁ ବୁଝାଇ କହିଥିଲେ , “ଆମେ ସ୍ଥିର କରିଲୁ ଯେ ଗୋଟିଏ ଥର ନିଯୁକ୍ତି ପତ୍ର ପ୍ରଦାନ କରିବାର ଏକ ପରମ୍ପରା ଆରମ୍ଭ ହେବା ଉଚିତ,  ଯାହା ଦ୍ୱାରା ବିଭାଗ ଗୁଡିକରେ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ସମାପ୍ତ କରିବାର ସାମୂହିକ ସ୍ୱଭାବ ବିକାଶିତ ହେବ”। ଆଗାମୀ ଦିନରେ ମଧ୍ୟ , ପ୍ରାର୍ଥୀମାନେ ସମୟ ସମୟରେ ସରକାରଙ୍କ ଠାରୁ ସେମାନଙ୍କର ନିଯୁକ୍ତି ପତ୍ର ପାଇବେ । ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ଶାସିତ ଅଂଚଳ ସମେତ ଅନେକ ଏନ୍‌ଡିଏ ଶାସିତ ରାଜ୍ୟ ତଥା ବିଜେପି ଶାସିତ ରାଜ୍ୟ  ସମାନ ଧରଣର ମେଳା ଆୟୋଜନ କରିବେ ବୋଲି ମୁଁ ବହୁତ ଖୁସି ଅଛି।

ସେମାନଙ୍କର ସାମିଲ୍ ହେବା ସମୟର ମହତ୍ୱକୁ ସ୍ୱାଗତ କରିବା ଏବଂ ଉଲ୍ଲେଖିତ କରିବା ସହିତ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତ ବ୍ୟକ୍ତି ମାନଙ୍କୁ କହିଥିଲେ ଯେ, ଅମୃତ କାଳ ଅବଧିରେ ଏକ ବିକଶିତ ଭାରତର ନିର୍ମାଣ ପାଇଁ ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ରାସ୍ତାରେ ଅଗ୍ରସର ହେଉଛେ। ଭାରତକୁ ଆତ୍ମନିର୍ଭରଶୀଳ ପଥରେ ଆଗେଇ ନେବାରେ ଉଦ୍ଭାବକ ମାନଙ୍କର, ଉଦ୍ୟୋଗୀ, ଶିଳ୍ପପତି ମାନଙ୍କର, କୃଷକ ମାନଙ୍କର ଏବଂ ଉତ୍ପାଦନ ତଥା ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସବ୍‌କା ପ୍ରୟାସ (ସମସ୍ତଙ୍କର ଚେଷ୍ଟା)ର ମହତ୍ୱ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଯାତ୍ରାରେ ସମସ୍ତଙ୍କ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁବିଧା ସମସ୍ତଙ୍କ ନିକଟରେ ପହଂଚିବା ପରେ ସବ୍‌କା ପ୍ରୟାସର ଏହି ଅନୁଭବ ସମ୍ଭବ ହୋଇ ପାରିଥାଏ।

ସେ କହିଥିଲେ ଯେ, ଗତ କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ପଦବୀ ପାଇଁ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଏବଂ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ଗତ ୭- ୮ ବର୍ଷ ମଧ୍ୟରେ ସରକାରୀ ବ୍ୟବସ୍ଥା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନର ସୂଚକ ଅଟେ। ସେ କହିଥିଲେ,  “ଆଜି କାର୍ଯ୍ୟ ସଂସ୍କୃତି ବଦଳିବାରେ ଲାଗିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, “ ଆମର କର୍ମଯୋଗୀ ମାନଙ୍କର ଉଦ୍ୟମ ଯୋଗୁଁ ସରକାରୀ ବିଭାଗ ଗୁଡିକର ଦକ୍ଷତା ବୃଦ୍ଧି ପାଇଛି। ସେ ମନେ ପକାଇ ଥିଲେ ଯେ, ପୂର୍ବରୁ ସରକାରୀ ଚାକିରି ପାଇଁ ଆବେଦନ କରିବା କିଭଳି ଏକ କଷ୍ଟଦାୟକ ପ୍ରକ୍ରିୟା ଥିଲା ଏବଂ ଚୟନ କ୍ଷେତ୍ରରେ ବ୍ୟାପକ ପକ୍ଷପାତିତା ଏବଂ ଦୁର୍ନୀତି ବିସ୍ତାର ଲାଭ କରିଥିଲା। ସେ କହିଥିଲେ ଯେ, ତାଙ୍କ ସରକାରର ପ୍ରାରମ୍ଭିକ ବର୍ଷ ଗୁଡିକରେ ସ୍ୱ – ପ୍ରମାଣପତ୍ର ଏବଂ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ସି’ ଏବଂ ଗ୍ରୁପ୍ ଡି’ ପଦ ଗୁଡିକ ପାଇଁ ସାକ୍ଷାତକାରକୁ ଉଚ୍ଛେଦ କରିବା ଭଳି ପଦକ୍ଷେପ  ଯୁବକ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସାହାଯ୍ୟ କରିଛି।

ଆଜି, ଭାରତ ବିଶ୍ୱର ପଂଚମ ବୃହତ୍ତମ ଅର୍ଥନୀତି ହୋଇ ପାରିଛି। ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରା ଯାଇଥିବା ସଂସ୍କାର ଗୁଡିକ ଯୋଗୁଁ ଏହି ସଫଳତା ହାସଲ କରା ଯାଇଛି। ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ , ଗତ ୭ – ୮ ବର୍ଷ ମଧ୍ୟରେ ଆମେ ଅର୍ଥନୀତି କ୍ଷେତ୍ରରେ ଦଶମରୁ ପଂଚମ ସ୍ଥାନକୁ ଉଠିଛେ। ଦେଶ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଆହ୍ୱାନର ବ୍ୟାପକତାକୁ ସ୍ୱୀକାର କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ନକାରାତ୍ମକ ପ୍ରଭାବକୁ ଭାରତ ବହୁ ପରିମାଣରେ ନିୟନ୍ତ୍ରିତ କରିବାରେ ସଫଳ ହୋଇ ପାରିବ। ସେ କହିଥିଲେ ଯେ,  “ଏହା ଏହି କାରଣରୁ ସମ୍ଭବ ହୋଇ ପାରିଛି, କାରଣ ଗତ  ୮ ବର୍ଷ ମଧ୍ୟରେ ଆମେ ଦେଶର ଅର୍ଥ ବ୍ୟବସ୍ଥାର ସେହି ଦୁର୍ବଳତା, ଯାହା ପ୍ରତିବନ୍ଧକ ସୃଷ୍ଟି କରିଛି, ସେଗୁଡିକରୁ ମୁକ୍ତି ପାଇଛୁ।

କୃଷି, ବେସରକାରୀ କ୍ଷେତ୍ର ଏବଂ ଏମ୍‌ଏସ୍‌ଏମ୍‌ଇ ପରି ଅଧିକ ନିଯୁକ୍ତି ସୁଯୋଗ ରହିଥିବା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ  ଭାରତର ଯୁବକ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। “ଆଜି ଆମେ ଯୁବକ ମାନଙ୍କର ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ, ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ଯୁବକ ମାନଙ୍କୁ ତାଲିମ୍ ଦେବା ପାଇଁ ଏକ ବିଶାଳ ଅଭିଯାନ ଚାଲିଛି ବୋଲି ସେ କହିଥିଲେ। ସ୍କିଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ୧.୨୫ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରା ଯାଇଛି। ସାରା ଦେଶରେ କୌଶଳ ବିକାଶ କେନ୍ଦ୍ର ଏବଂ ଶହ ଶହ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଖୋଲା ଯାଇଛି ବୋଲି ସେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଡ୍ରୋନ୍ ନୀତିରେ ଉଦାରୀକରଣ ହେବା ସହିତ, ସ୍ପେସ୍ ପଲିସି ଖୋଲିବା ଏବଂ ମୁଦ୍ରା ଯୋଜନା ଅଧୀନରେ ୨୦ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ଭଳି ପଦକ୍ଷେପ ଏହି ପ୍ରକ୍ରିୟା ଗୁଡିକୁ ଆହୁରି ଆଗକୁ ନେଇଛି। ସେ କହିଥିଲେ ଯେ, “ଏତେ ବଡ ଆକାରରେ ଆତ୍ମ ନିଯୁକ୍ତି କାର୍ଯ୍ୟକ୍ରମ ପୂର୍ବରୁ ଦେଶରେ କେବେ ବି କାର୍ଯ୍ୟକାରୀ ହୋଇ ନଥିଲା।”

ସେ ତାଙ୍କ ବକ୍ତବ୍ୟକୁ ଜାରି ରଖି କହିଥିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟତୀତ ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ ଗ୍ରାମ ଗୁଡିକରେ ରୋଜଗାର ସୃଷ୍ଟିର ପ୍ରମୁଖ ଉଦାହରଣ। ଦେଶରେ ପ୍ରଥମ ଥର ପାଇଁ, ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ ଗୁଡିକର ସମୁଦାୟ ମୂଲ୍ୟ ୪ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ ଗୁଡିକରେ ପ୍ରାୟ ୪କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେ କହିଥିଲେ ଯେ, “ଏଥିରେ ଆମର ବହୁ ସଂଖ୍ୟକ ଭଉଣୀ ମାନଙ୍କର ଏକ ବଡ଼ ଅବଦାନ ରହିଛି”।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ,  ଷ୍ଟାଟ – ଅପ୍ ଇଣ୍ଡିଆ ଅଭିଯାନ ସମଗ୍ର ବିଶ୍ୱରେ ଦେଶର ଯୁବପିଢ଼ିଙ୍କ ସାମର୍ଥ୍ୟ ପ୍ରତିଷ୍ଠା କରିଛି। ସେହିଭଳି, ମହାମାରୀ ସମୟରେ ପ୍ରାୟ ୧.୫ କୋଟି ଚାକିରିକୁ ସୁରକ୍ଷା ଦେଇ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ଏକ ବଡ଼ ଉପାୟରେ ସମର୍ଥନ କରା ଯାଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ, ଏମ୍‌ଜିଏନ୍‌ଆର୍‌ଇଜିଏ ଦେଶରେ ୭ କୋଟି ଲୋକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ।

ଏକ ବିଂଶ ଶତାବ୍ଦୀରେ ଦେଶ ପାଇଁ ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ ହେଉଛି ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର  ଭାରତ’। ଆଜି ଦେଶ ବହୁ କ୍ଷେତ୍ରରେ ଆଗକୁ ବଢ଼ୁଥିବା ଆମଦାନୀକାରୀ ହେବା ସହିତ ଏକ ବୃହତ ରପ୍ତାନିକାରୀ ହେବାକୁ ଯାଉଛି। ଏପରି ଅନେକ କ୍ଷେତ୍ର ଅଛି ଯେଉଁଥିରେ ଭାରତ ଆଜି ଏକ ବିଶ୍ୱ ସ୍ତରୀୟ କେନ୍ଦ୍ର ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେ କହିଥିଲେ ଯେ , ଦେଶର ରେକର୍ଡ ଭାଙ୍ଗୁଥିବା ରପ୍ତାନୀ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧିକୁ ସୂଚିତ କରୁଛି।

ସେ କହିଥିଲେ ଯେ, “ଉତ୍ପାଦନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସରକାର ବ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି, ଏବଂ  ଉଭୟ କ୍ଷେତ୍ରରେ ନିଯୁକ୍ତିର ଅନେକ ସମ୍ଭାବନା ରହିଛି।’ ସମଗ୍ର ବିଶ୍ୱର ଅନେକ କମ୍ପାନୀ ଭାରତ ଆସିବା, ସେମାନଙ୍କ କାରଖାନା ସ୍ଥାପନ କରିବା ଏବଂ ସାରା ବିଶ୍ୱର ଚାହିଦା ପୂରଣ କରିବା ପାଇଁ ପ୍ରକ୍ରିୟା ଗୁଡିକୁ ମଧ୍ୟ ସରଳୀକୃତ କରା ଯାଉଛି। ଉତ୍ପାଦନ ଭିତ୍ତିରେ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାର ମଧ୍ୟ ପିଏଲ୍‌ଆଇ  ଯୋଜନା ଆରମ୍ଭ କରିଛନ୍ତି। ଅଧିକ ଉତ୍ପାଦନ ,  ଅଧିକ ପ୍ରୋତ୍ସାହନ, ତାହା ହେଉଛି ଭାରତର ନୀତି। ଏହାର ଫଳାଫଳ ଆଜି ଅନେକ କ୍ଷେତ୍ରରେ ଦେଖା ଯାଉଛି। ବିଗତ ବର୍ଷ ଗୁଡିକରେ ଆସିଥିବା ଇପିଏଫ୍‌ଓ ତଥ୍ୟ ମଧ୍ୟ ଏହା ଦର୍ଶାଏ ଯେ ରୋଜଗାର ସମ୍ବନ୍ଧରେ ସରକାରଙ୍କ ନୀତି ଅନେକ କ୍ଷେତ୍ରରେ  ପରିସ୍ଥିତିରେ ଉନ୍ନତି ଆଣିଛି। ସେ ଦର୍ଶାଇଥିଲେ ଯେ ଦୁଇ ଦିନ ପୂର୍ବେ ଆସିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସରେ ପ୍ରାୟ ୧୭ ଲକ୍ଷ ଲୋକ ଇପିଏଫ୍‌ଓରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେମାନେ ଦେଶର ଆନୁଷ୍ଠାନିକ ଅର୍ଥନୀତିର ଏକ ଅଂଶ ହୋଇ ପାରିଛନ୍ତି। ସେ ସୂଚନା ଦେଇଥିଲେ ଯେ ପ୍ରାୟ ୮ ଲକ୍ଷ ଲୋକ ୧୮ ରୁ ୨୫ ବର୍ଷ ବୟସ ବର୍ଗ ମଧ୍ୟରେ ଅଛନ୍ତି।

ଭିତ୍ତିଭୂମି ସୃଷ୍ଟି ମାଧ୍ୟମରେ ରୋଜଗାରର ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ଗତ ଆଠ ବର୍ଷ ମଧ୍ୟରେ ସାରା ଦେଶରେ ହଜାର ହଜାର କିଲୋମିଟର ଦୀର୍ଘ ଜାତୀୟ ରାଜପଥ ନିର୍ମାଣ କରା ଯାଇଛି ଏବଂ ରେଳ ଲାଇନ୍‌ର ପରିମାଣ ଦ୍ୱିଗୁଣିତ ହୋଇଛି, ଗେଜ୍ ରୂପାନ୍ତର ଏବଂ ବିଦ୍ୟୁତିକରଣ ଉପରେ କ୍ରମାଗତ ଭାବରେ କାର୍ଯ୍ୟ ଚାଲିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶରେ ନୂତନ ବିମାନ ବନ୍ଦର ନିର୍ମାଣ କରା ଯାଉଛି, ରେଳ ଷ୍ଟେସନ ଗୁଡିକୁ ଆଧୁନିକୀକରଣ କରା ଯାଉଛି ଏବଂ ନୂତନ ଜଳପଥ ନିର୍ମାଣ କରା ଯାଉଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନି କୋଟିରୁ ଅଧିକ ଗୃହ ମଧ୍ୟ ନିର୍ମାଣ କରା ଯାଇଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ କେନ୍ଦ୍ର ସରକାର ଏକା ସାଙ୍ଗରେ ଏକାଧିକ କାର୍ଯ୍ୟ କରୁଛନ୍ତି। ଭିତ୍ତିଭୂମି ବାବଦରେ ଭାରତ ସରକାର ଏକ ଶହ ଲକ୍ଷ କୋଟି ଟଙ୍କାରୁ ଅଧିକ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆଂଚଳିକ ସ୍ତରରେ ଯୁବକ ମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିକାଶମୂଳକ କାର୍ଯ୍ୟ ଏକ ବୃହତ ସ୍ତରରେ ଚାଲିଛି। ପ୍ରଧାନମନ୍ତ୍ରୀ ବିଶ୍ୱାସ , ଆଧ୍ୟାତ୍ମିକତା ଏବଂ ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ଉଦାହରଣ ଦେଇଥିଲେ, ଯାହା ଦେଶରେ ଏବେ ବିକଶିତ ହେଉଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଧୁନିକ ଭିତ୍ତିଭୂମି ପାଇଁ କରା ଯାଉଥିବା ଏହି ବିକାଶମୂଳକ କାର୍ଯ୍ୟ ଗୁଡ଼ିକ ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରୁଛି ଏବଂ ଦୁର୍ଗମ ଅଂଚଳରେ ଯୁବକ ମାନଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , “ଆମେ ଭାରତର ଯୁବକ ମାନଙ୍କୁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି ବିବେଚନା କରୁଛୁ”। ଆଜାଦିର ଅମୃତ କାଳ ସମୟରେ ଏକ ବିକଶିତ ଭାରତ ନିର୍ମାଣ  କରିବା କ୍ଷେତ୍ରରେ ସେମାନେ ହେଉଛନ୍ତି ପ୍ରେରଣା ଶକ୍ତି। ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ କାର୍ଯ୍ୟାଳୟ ଦ୍ୱାର ଦେଇ ଗଲାବେଳେ ସେମାନଙ୍କର  ‘କର୍ତ୍ତବ୍ୟ ପଥ’ କୁ ସବୁବେଳେ ମନେ ରଖିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଥିଲେ ଯେ  “ଆପଣ ଦେଶର ନାଗରିକ ମାନଙ୍କର ସେବା ପାଇଁ ନିଯୁକ୍ତ ହେଉଛନ୍ତି। ଏକ ବିଂଶ ଶତାବ୍ଦୀରେ ଭାରତରେ ସରକାରୀ ଚାକିରି କେବଳ ସୁବିଧା ପାଇବା ପାଇଁ ନୁହେଁ, ବରଂ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ରହୁଥିବା ଲୋକ ମାନଙ୍କର ସେବା କରିବା ପାଇଁ ଏକ ପ୍ରତିବଦ୍ଧତା ଏବଂ ସୁବର୍ଣ୍ଣ ସୁଯୋଗ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ପୃଷ୍ଠଭୂମି

ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ତଥା ନାଗରିକ ମାନଙ୍କର କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ କରିଥିବା ନିରନ୍ତର ପ୍ରତିବଦ୍ଧତା ପୂରଣ ଦିଗରେ ଆଜିର ଏହି କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ , ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡରେ ଅନୁମୋଦିତ ପଦବୀ ଗୁଡିକ ନିମନ୍ତେ ପୂର୍ବରୁ ଖାଲି ରହିଥିବା ପଦବୀ ପୂରଣ ଦିଗରେ କାର୍ଯ୍ୟ କରୁଛନ୍ତି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତ ବ୍ୟକ୍ତି ମାନେ ଭାରତ ସରକାରଙ୍କର ୩୮ ଟି ମନ୍ତ୍ରଣାଳୟ/ବିଭାଗରେ ଯୋଗ ଦେବେ। ନିଯୁକ୍ତ ବ୍ୟକ୍ତିମାନେ ସରକାରୀ ସେବାରେ ବିଭିନ୍ନ ସ୍ତର, ଯଥା ଗ୍ରୁପ୍ – ଏ, ଗ୍ରୁପ୍ – ବି (ଗେଜେଟେଡ୍‌), ଗ୍ରୁପ୍ – ବି (ଅଣ-ଗେଜେଟେଡ୍‌) ଏବଂ ଗ୍ରୁପ୍ – ସି ଇତ୍ୟାଦିରେ ଯୋଗ ଦେବେ। ଯେଉଁ ପଦବୀ ଗୁଡିକରେ ନିଯୁକ୍ତି ଦିଆ ଯାଉଛି ସେଥିରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ କର୍ମଚାରୀ, ସବ୍ ଇନ୍ସପେକ୍ଟର, କନଷ୍ଟେବଲ୍‌, ଏଲ୍‌ଡିସି, ଷ୍ଟେନୋ, ପିଏ,  ଇନ୍‌କମ୍ ଟ୍ୟାକ୍ସ ଇନ୍ସପେକ୍ଟର, ଏବଂ ଏମ୍‌ଟିଏସ୍ ଇତ୍ୟାଦି ଅନ୍ତର୍ଭୁକ୍ତ।

ଏହି ନିଯୁକ୍ତି ଗୁଡିକ ମିଶନ ମୋଡରେ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକ ଦ୍ୱାରା କରା ଯାଉଛି କିମ୍ବା ୟୁପିଏସ୍‌ସି, ଏସ୍‌ଏସ୍‌ସି ଏବଂ ରେଳ ନିଯୁକ୍ତି ବୋର୍ଡ ଭଳି ନିଯୁକ୍ତି ଏଜେନ୍ସି ମାଧ୍ୟମରେ କରା ଯାଉଛି। ଶୀଘ୍ର ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟାକୁ ସରଳୀକୃତ କରା ଯାଇଛି ଏବଂ ପ୍ରଯୁକ୍ତି ଦୃଷ୍ଟିକୋଣରୁ ସକ୍ଷମ କରା ଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଦେଶର ୭୫ ହଜାର ଯୁବକଙ୍କୁ ‘ଦିୱାଲୀ ଉପହାର’ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିୱାଲୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ ହଜାର ଯୁବକଙ୍କୁ ଚାକିରିର ଉପହାର ଦେବେ। ଅକ୍ଟୋବର ୨୨ ତାରିଖରେ, ଭିଡିଓ କନଫରେନ୍ସ ଜରିଆରେ ପିଏମ ମୋଦୀ ଦେଶର ଯୁବକମାନଙ୍କ ସହିତ ସଂଯୋଗ କରିବେ ଏବଂ ୭୫ ହଜାର ଯୁବକଙ୍କୁ ଚାକିରି ନିଯୁକ୍ତି ପତ୍ର ଦିଆଯିବ। ଏହି କାର୍ଯ୍ୟଗୁଡିକ ବିଭିନ୍ନ ମନ୍ତ୍ରଣାଳୟରେ ଦିଆଯିବ, ଯାହା ହେଉଛି ପ୍ରତିରକ୍ଷା, ରେଳବାଇ, ପୋଷ୍ଟ, ଗୃହ ମନ୍ତ୍ରଣାଳୟ, ସିଏସ୍ଏଫ୍, ଶ୍ରମ ଏବଂ ନିଯୁକ୍ତି, ସିବିଆଇ, କଷ୍ଟମ୍ସ, ବ୍ୟାଙ୍କ, CAF ଇତ୍ୟାଦି। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଏକ ଲକ୍ଷ ଚାକିରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରର କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ। ଏହା ସହିତ ସାଂସଦମାନେ ସେମାନଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଓଡ଼ିଶାରୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜୁରାଟର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ, ଚଣ୍ଡିଗଡ଼ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ରର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଯୋଗଦେବେ। ରାଜସ୍ଥାନରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତରପ୍ରଦେଶର ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ, ଝାଡଖଣ୍ଡର ଅର୍ଜୁନ ମୁଣ୍ଡା, ବିହାରର ଗିରିରାଜ ସିଂ ଯୋଗଦେବେ।

ଏହା ବ୍ୟତୀତ, ଅକ୍ଟୋବର ୨୨ ତାରିଖରେ, ଧନତେରାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୪.୫୦ ଲକ୍ଷ ହିତାଧିକାରୀଙ୍କ ଘର ପ୍ରବେଶରେ ଅଂଶଗ୍ରହଣ କରିବେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଥିଲେ।

Categories
ବିଶେଷ ଖବର

ମମତାଙ୍କୁ ବିଜେପିର ପାଲଟା ଆକ୍ରମଣ: ଶାହାରୁଖ ଖାନଙ୍କୁ ହଟାଇ ଗାଙ୍ଗୁଲିଙ୍କୁ କରାଯାଉ ବଙ୍ଗଳାର ଆମ୍ବାସାଡର

କଲିକତା: ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏବେ ପଶ୍ଚିମବଙ୍ଗରେ ରାଜନୀତି ଆରମ୍ଭ ହୋଇଛି। ଆଇସିସି ନିର୍ବାଚନରେ ​​ସୌରଭ ଗାଙ୍ଗୁଲିଙ୍କୁ ଅନୁମତି ଦେବାକୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ମମତାଙ୍କ ଏହି ଦାବି ଉପରେ ବିଜେପି ପାଲଟା ଆକ୍ରମଣ କରିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଆଧିକାରୀ ମମତା ବାନାର୍ଜୀଙ୍କୁ କ୍ରୀଡ଼ାରେ ରାଜନୀତି ନକରିବାକୁ କହିଛନ୍ତି।

ସୌରଭ ଗାଙ୍ଗୁଲିଙ୍କ କ୍ଷେତ୍ରରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ବର୍ତ୍ତମାନ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ନାମ ମଧ୍ୟ ପ୍ରବେଶ କରିଛନ୍ତି। ଆଜି ସେ କହିଛନ୍ତି ଯେ, “ମମତା ବାନାର୍ଜୀ ଶାହରୁଖ ଖାନଙ୍କୁ ହଟାଇବା ଏବଂ ସୋରଭ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଭାବେ ପରିଣତ କରିବା ଉଚିତ୍। ଯଦି ମମତା ବାନାର୍ଜୀ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢାଇଇବାକୁ ଚାହାଁନ୍ତି, ତେବେ ସେ ସୋରଭ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଭାବେ ପରିଣତ କରିବା ଉଚିତ୍। କ୍ରୀଡ଼ାରେ ରାଜନୀତି କରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଜିନିଷଠାରୁ ଦୂରେଇ ରୁହନ୍ତି। ”

ମମତା ବାନାର୍ଜୀ କ’ଣ କହିଥିଲେ?:

ମମତା ବାନାର୍ଜୀ କହିଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଉ। ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଜଣେ ଲୋକପ୍ରିୟ ବ୍ୟକ୍ତି, ତେଣୁ ତାଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ମମତା କହିଥିଲେ ଯେ, ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ରାଜନ ରାଜନୈତିକ ନିଷ୍ପତ୍ତି ନ ନିଅନ୍ତୁ, ବରଂ କ୍ରିକେଟ୍ ପାଇଁ ନିଷ୍ପତ୍ତି ନିଅନ୍ତୁ।

ବଙ୍ଗାଳ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ସୌରଭ ଗାଙ୍ଗୁଲିଙ୍କୁ ସଭାପତି ପଦରୁ ଭୁଲ ଭାବେ ହଟାଇ ଦିଆଯାଇଛି। ସେଥିପାଇଁ ମୁଁ ବହୁତ ଦୁଃଖିତ। ସୌରଭ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଏବଂ ସେ ଭାରତୀୟ ଦଳର ଅଧିନାୟକ ଥିଲେ। ସେ ଦେଶକୁ ବହୁତ କିଛି ଦେଇଛନ୍ତି। ସେ କେବଳ ବଙ୍ଗଳାର ଗର୍ବ ନୁହେଁ ବରଂ ଭାରତର ଗର୍ବ। ତାଙ୍କୁ ଏହିପରି ଭାବେ ବାହାର କରିଦେବା ଠିକ୍ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟର ଆପ ମୁଖ୍ୟଙ୍କୁ ନୋଟିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟର ସଭାପତି ଗୋପାଳ ଇଟାଲୀୟାଙ୍କୁ ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ଏକ ନୋଟିସ ଜାରି କରିଛି। ଅକ୍ଟୋବର ୧୩ ତାରିଖରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଇଟାଲୀୟାଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସଂପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଦ୍କିନ ବିଜେପି ନେତା ତଜିନ୍ଦର ବଗଗା ଟ୍ୱିଟରରେ ଏହି କ୍ଲିପ ସେୟାର କରିବା ପରେ ଆୟୋଗ ଏହି ଭିଡିଓକୁ ସଜ୍ଞାନଊ ନେଇଛନ୍ତି। ଆୟୋଗ ବିଜ୍ଞପ୍ତିରେ କହିଛନ୍ତି ଯେ, ଇଟାଲୀୟା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।