Categories
ଆଞ୍ଚଳିକ

ଅହିଂସା ରଥକୁ ବାଲିପାଟଣାରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ପ୍ରସ୍ତୁତି  ବୈଠକ

ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ଅହିଂସାର ବାର୍ତ୍ତା ନେଇ ପରିଭ୍ରମଣ କରୁଥିବା ‘ଅହିଂସା  ରଥ’କୁ ଆସନ୍ତା ୩୦ ତାରିଖରେ ବାଲିପାଟଣାରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଏକ ପ୍ରସ୍ତୁତି  ବୈଠକ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଦିକନ୍ଦ ବେହେରା , ତହସିଲଦାର ଶ୍ରୀ  ମୃତ୍ୟଞ୍ଜୟ ତ୍ରିପାଠୀ, ଅତିରିକ୍ତ ବିଡିଓ , ସ୍ଥାନୀୟ ମେଡ଼ିକାଲ ଅଫିସର , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଅଗ୍ନିଶମ ସେବା ବିଭାଗ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର କର୍ମଚାରୀ, ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ବାଲିପାଟଣା କଲେଜର ଅଧକ୍ଷ ପ୍ରମୁଖ  ଉପସ୍ଥିତ ଥିଲେ।

ସଭା କାର୍ଯ୍ୟକୁ ସଂଗ୍ରାମ କେଶରୀ ଦାସ ପରିଚାଳନା କରିଥିଲେ। ଅହିଂସା ରଥକୁ ବାଲିପାଟଣାବଜାରରୁ ସ୍ୱାଗତ କରି ବ୍ଲକ ପର୍ଯ୍ୟନ୍ତ ଅଣାଯିବ। ସେଥିପାଇଁ ସ୍ଥାନୀୟ ଥାନାଧିକାରୀ ଶୃଙ୍ଖଳା ବଜାୟ ରଖିବା,  ବିଦ୍ୟୁତ ବିଭାଗ ସଜାଗ ରହିବା, ଡାକ୍ତରୀ ଦଳ ଏବଂ ଅଗ୍ନିଶମ ବିଭାଗ ସଜାଗ ରହିବା ପାଇଁ  ବୈଠକରେ ନିର୍ଦ୍ଦେଶ  ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଲିପାଟଣାରେ ହର ଘର ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ‘ହର ଘର ତିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପଦଯାତ୍ରାରେ ଉତ୍ସାହର ସହ ସାମିଲ ହୋଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା ସବୁ ଦେଶବାସୀଙ୍କ ପାଇଁ ଏକ ଶୁଭ ଅବସର। ଦେଶର ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସାଂସଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ସଂଗ୍ରାମର ଅନାଲୋଚିତ ନାୟକଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କ ଗାଡି ଉପରକୁ ଅଣ୍ଡାମାଡ, ଥାନାରେ ବିଜେପି କର୍ମିଙ୍କ ଅଭିଯୋଗ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଛି। ଆଜି ସାଂସଦ ବାଲିପାଟଣା ଗସ୍ତରେ ଥିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଅଣ୍ଡାମାଡ କରାଯାଇଛି। ଏହି ଅଣ୍ଡାମାଡ କଂଗ୍ରେସ କର୍ମି କରିଛନ୍ତି ବୋଲି ସ୍ଥାନୀୟ ବିଜେପି ତରଫରୁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରାଯାଉ ବୋଲି ସ୍ଥାନୀୟ ବିଜେପି କର୍ମି ଅଭିଯୋଗ କରିଛନ୍ତି।

ଦେଶରେ ବର୍ତ୍ତମାନ ଦରଦାମ ବୃଦ୍ଧି ପାଇଥିବା ବେଳେ କଂଗ୍ରେସ ତରଫରୁ ଏପରି ପ୍ରତିବାଦ କରାଯାଇଛି ବୋଲି ଜଣାପଡିଛି। ନିକଟରେ ରାଜ୍ୟ ମନ୍ତ୍ରୀମାନଙ୍କୁ ବିଜେପି ତରଫରୁ ଅଣ୍ଡାମାଡ ଚାଲିଥିବା ବେଳେ ଏପଟେ ବିଜେପି ନେତାଙ୍କ ଉପରକୁ ଅଣ୍ଡାମାଡ ଚର୍ଚ୍ଚାର ବିଷୟ ହୋଇଛି।