Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଓ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

ଖୋର୍ଦ୍ଧା: ଆଜି ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି, ଶୃଙ୍ଖଳା ସହ ସମ୍ପନ୍ନ ହୋଇ ଯାଇଅଛି। ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଙ୍କ ମାଉସୀ ମା ” ମନ୍ଦିରରେ ଆଜି ପ୍ରତ୍ୟୁଷରୁ ନିର୍ଦ୍ଧାରିତ ରୀତି ନୀତି ପାଳନ କରାଯିବା ସହ ପ୍ରବର୍ତନ ସାଂସଦ ପ୍ରସନ୍ନ ପାଟ୍ଟସାଣି ଛେରା ପହଁରା କଲାପରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ମା ” ସୁଭଦ୍ରା ଓ ହଳାୟୁଧ ତଥା ଶ୍ରୀ ଶ୍ରୀ ବଳଭଦ୍ର ରଥାରୂଢ଼ ହୋଇଥିଲେ। ପରେ ଅପରାହ୍ନ ସାଢେ଼ ଚାରି ଘଣ୍ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା।

ଭକ୍ତ ଶ୍ରଦ୍ଧାଳୁ ଉଭୟ ପୁରୁଷ ଓ ମହିଳା ମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ହରିବୋଲ ହୁଳହୁଳି ଦେଇ ରଥ ଟାଣି ନେଇଥିଲେ ରଥ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ଜଗୁଳେଇ ପାଟଣା ବଡ଼ଦାଣ୍ଡରେ ପହଞ୍ଚିଲା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ମା “ସୁଭଦ୍ରା ଓ ହଳାୟୁଧ, ସୁଦର୍ଶନଙ୍କୁ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦ୍ଦେବ ଦର୍ଶନ କରି ସେବାୟତ ମାନଙ୍କ ସହ ମହାପ୍ରଭୁଙ୍କ ରଥଯାତ୍ରା କୁ ଆହୁରି କିଭଳି ସୁନ୍ଦର ଆକର୍ଷଣୀୟ କରାଯିବାସହ ଜଗୁଳେଇ ପାଟଣା ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ମନ୍ଦିର ର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ହେବାସହ ପାରିପାର୍ଶ୍ବିକ ଉନ୍ନତି ହେବ ଆଲୋଚନା କରିଥିଲେ।

ଯାଗୁଳେଇ ପାଟଣା ମନ୍ଦିର ପରିଚାଳନା କମିଟି ଓ ମା”ଜଗେଶ୍ୱରୀ ଯୁବକ ସଂଘ ର ଦିଲ୍ଲୀପ ପ୍ରଧାନ, ଜଗନ୍ନାଥ ପାଲଟା ସିଂହ, କୃପାସିନ୍ଧୁ ପାଲଟା ସିଂହ , ବୈକୁଣ୍ଠ ମହାପାତ୍ର, ଗଣେଶ୍ୱର ପ୍ରଧାନ, ବଂଶୀଧର ପାଲଟା ସିଂହ, କାର୍ତିକେଶ୍ୱର ପ୍ରଧାନ ଓ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ। ଭା.ଜ.ପା.ବରିଷ୍ଠ କର୍ମକର୍ତ୍ତା ବୃନ୍ଦ, ଶ୍ରୀ ଦିଲ୍ଲୀପ କୁମାର ହୋତା, ସୂର୍ଯ୍ୟ ପ୍ରସାଦ ମହାନ୍ତି, ସରପଞ୍ଚ ଅର୍ଜୁନପୁର ଗ୍ରା:ପ ଉପସ୍ଥିତ ଥିବା ବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ.ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।

ସେହିପରି ଗଡଖୋର୍ଦ୍ଧା ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ନିର୍ଦ୍ଧାରିତ ରିତିକାନ୍ତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଅଜିତ୍ କୁମାର ପଟ୍ଟନାୟକ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ବିନୋଦ କୁମାର ପଟ୍ଟନାୟକ ଓ ତାଙ୍କ ସାଥୀ ପହଣ୍ଡି ବିଜେ କରାଇଥିଲେ। ପୂଜକ ଅକ୍ଷୟ ମହାପାତ୍ର ଓ ଅରୂପା ମହାପାତ୍ର, ପରିଚାଳନ କମିଟିର ରମାକାନ୍ତ ପାଟ୍ଟଯୋଶୀ ସମ୍ପାଦକ ଗୋପାଳକୃଷ୍ଣ ଦାସ ପ୍ରମୁଖ ଙ୍କ ସେବା ସହଯୋଗ ଓ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ କିଶୋର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଉଭୟ ସ୍ଥାନରେ ପାନୀୟ ଜଳ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା, ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସେବା ଯୋଗାଇ ଦିଆଯାଇଥିଲା। ଏହି ପାରମ୍ପାରିକ ବାହୁଡ଼ା ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ, ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଛେରା ପହଁରା କାରିବାକୁ ଗଲେନି ରାଜା

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବାରୁ ଲୋକଙ୍କ ଭିଡ ଜମିଥିଲା। ଯାହାଫଳରେ ଆଜି ରଣପୁର ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ମା ଶୁଭଦ୍ରାଙ୍କ ଦେବଦୋଳନ ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଛି।

ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା। ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା। ଅପରାହ୍ଣ ୨.୩୦ ରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା। ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା। ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା। ଏକ ଅପୂର୍ବ ଶୋଭା ମଧ୍ୟରେ ୩ ଠାକୁର ଙ୍କୁ ଝୁଲାଇ ଝୁଲାଇ ପହଣ୍ଡି କରାଯାଇଥିଲା।

ବିଶେଷ କରି ଜଗନ୍ନାଥ ଙ୍କ ପହଣ୍ଡି ବେଶ ଆକର୍ଷଣିିୟ ହୋଇଥିଲା। ରଙ୍ଗ ବେରଙ୍ଗିର ଝରା ଲଗେଇ କାଳିଆ ସାଆନ୍ତ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିର ରୁ ଆସିଥିଲେ। ଏହି ସମୟରେ ବାହାରେ ହଜାର ହଜାର ଲୋକ ରୁଣ୍ଡ ହୋଇ ହରି ବୋଲ ,ହୁଳହୁଳିରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟିୁ ହୋଇଥିଲା। ବିଶେଷ କରି ଜଗନ୍ନାଥଙ୍କ ପହଣ୍ଡି ଆଗରେ ଓଡିଶୀ ନୃତ୍ୟ , ଘଂଟ,ଘଂଟା ଓ ମହୁରି ର ଶଦ୍ଦ ବେଶ ମନ୍ତମୁଗ୍ଧ ତଥା ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ତିନି ଠାକୁର ଅପରାହ୍ନ ୫ ଟାରେ ରଥା ରୂଢ ପରେ ରଥକୁ ଛେରା ପହଁରା କରାଯାଇଥିଲା। କିନ୍ତୁ ରାଜା ଓ ରାଜ-ପୁରୋହିତ ଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ନ ଥିବା ଯୋଗୁଁ ରାଜା ଛେରା ପହଁରା କରିବାକୁ ଆସି ନ ଥିଲେ। ଫଳରେ ବାହୁଡାରେ ରାଜ ପୁରୋହିତ ରଥରେ ଛେରା ପହଁରା କରିଥିଲେ। ଏହାକୁ ନେଇ ଭକ୍ତ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି।

ତିନି ରଥ ର ଛେରାପହଁରା ପରେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା। ସନ୍ଧ୍ୟା ୬.୫୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା। ସୋମବାର ଦିନ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିବେ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି । ଆଜି ଅର୍ଥାତ୍ ରବିବାର ସନ୍ଧ୍ୟାରେ ପଚୁଂଦୋଳ ପଡିଆ ଠାରେ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହେବ। ରବିବାର ଦିନ ଶ୍ରୀଜିଉ ଙ୍କର ଏକାଦଶୀ ନିଥି ସମ୍ପନ୍ନ ହେବ ବୋଲି ପ୍ରଶାସନ ଠାରୁ ଜଣାଯାଇଛି। କିମ୍ବଦନ୍ତୀ ଓ ମାଦଳା ପାଞ୍ଜୀ ଅନୁଯାୟୀ ପୁରୀର ଷୋହଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି। ପୁରୀ ଭଳି ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତି , ବଡ ଦେଉଳ, ବଡ ଦାଣ୍ଡ ଓ ରଥଯାତ୍ରା ଅନୁଷ୍ଠିତ ହୁଏ।

ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ରଣପୁରରେ ଦର୍ଶନ କଲେ ସେହି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିବର୍ଷ ଭିଡ ଜମେ। ଆଜି ବାହୁଡା ଯାତ୍ରାରେ ଓଡିଶାର ବାଚସ୍ପତି ସୁରମା ପାଢୀ, ପୂର୍ବତନ ସାଂସଦ ରବି ନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାଂସଦ ପ୍ରତିନିଧି ପ୍ରୟବ୍ରତ ପ୍ରହରାଜଙ୍କ ସମେତ ବିଭିନ୍ନ ସମାଜସେବୀ, ସାମ୍ବାଦିକ, କାଉନସିଲର ପ୍ରମୂଖ ଯୋଗ ଦେଇ ରଥ ଟାଣି ଥିଲେ। ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ଦ୍ଧାରିତ ସମୟ ପୂର୍ବରୁ ଟଣାଗଲା ରଥ, ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିର ନିକଟବର୍ତ୍ତି

ପୁରୀ: ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା। ପୂର୍ବରୁ ଅପରାହ୍ନ ଚାରିଟାରେ ରଥ ଟଣାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଆଜି ଅପରାହ୍ନ ତିନିଟାରେ ରଥଟଣା ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ତିନି ରଥରେ ଛେରା ପହଁରା ଆରମ୍ଭ କରିଥିଲେ। ତାହା ଶେଷ ହେବା ପରେ ଅପରାହ୍ନ ତିନିଟାରେ ପ୍ରଭୃ ବଳଭଦ୍ରଙ୍କୁ ରଥ ଟଣା ଆରମ୍ଭ ହୋଇଯାଇଥିଲା।

ବର୍ତ୍ତମାନ ପ୍ରଭୃ ବଳଭଦ୍ର ମାଉସୀମା ମନ୍ଦିରରେ ପୋଡ ପିଠାଖାଇ ଆଗକୁ ଯାଇଥିବା ବେଳେ ମା ସୁଭଦ୍ରା ମଧ୍ୟ ସେହିପରି ପିଠାଖାଇ ଆଗକୁ ଯାଇଛନ୍ତି। ଜଗତରନାଥ ଜଗନ୍ନାଥ ରଥ ମଧ୍ୟ ମାଉସୀମା ମନ୍ଦିର ପାଖାପାଖି ହୋଇସାରିଲାଣି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଜି ଶ୍ରୀମନ୍ଦିର ସମ୍ମୁଖରେ ନିର୍ଦ୍ଧାରିତ ସମୟରେ ତିନି ରଥ ପହଞ୍ଚିଯିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆରମ୍ଭ ହେଲା ମହାପ୍ରଭୃଙ୍କ ବାହୁଡା ଯାତ୍ରା, ରଥରେ ବିଜେ କଲେ ପ୍ରଭୃ ବଳଭଦ୍ର ଓ ମା ସୁଭଦ୍ରା, ଆସୁଛନ୍ତି କାଳିଆ

ପୁରୀ: ଆଜି ମହାପ୍ରଭୃ ତାଙ୍କର ରତ୍ନବେଦୀକୁ ବାହୁଡିବେ। ଜନ୍ମବେଦୀରୁ ଯିବେ ରତ୍ନବେଦୀ। ସେଥିପାଇଁ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବାହୁଡା ଯାତ୍ରା ପ୍ରସ୍ତୁତି। ସକାଳୁ ସମସ୍ତ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୃଙ୍କ ବାହୁଡିବା କାର୍ଯ୍ୟ। ପ୍ରଥମେ ବଡ ଭାଇ ବଳଭଦ୍ର ଏବଂ ଏହାପରେ ମା ସୁଭଦ୍ରା ପହଣ୍ଡି ବିଜେ କରି ରଥାଋଢ ହୋଇସାରିଛନ୍ତି। ଏହାପରେ ପ୍ରଭୃ ଜଗନ୍ନାଥ ଟାହିଆ ହଲାଇ ହଲାଇ ରଥ ଆଡକୁ ଅଗ୍ରସର ହେଉଛନ୍ତି।

ତିନିଠାକୁର ରଥ ବିଜେ ହେବା ପରେ ଆରମ୍ଭ ହେବ ଛେରା ପହଁରା ନୀତି। ଏହାପରେ ଚାରମାଳ କଢାଯାଇ ରଥଟଣା କାର୍ଯ୍ୟ କରାଯିବ। ଏହାପରେ ରଥ ଉପରେ ସିହଂଦ୍ବାର ନିକଟରେ ମହାପ୍ରଭୃ ଭକ୍ତଗଣଙ୍କୁ ଦର୍ଶନ ଦେବେ। ଆସନ୍ତାକାଲି ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୫ରେ ବାହୁଡ଼ା ଯାତ୍ରା: ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବେ ମହାପ୍ରଭୁ

ପୁରୀ: ଆସନ୍ତା ୫ ତାରିଖ ଶନିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ବଳଗଣ୍ଡି ନିକଟସ୍ଥ ମାଉସୀମା ମନ୍ଦିର ନିକଟରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବା ପାଇଁ ମହାପ୍ରଭୁ ସେହିଠାରେ କିଛି ସମୟ ଅଟକିଥାନ୍ତି।

ପରମ୍ପରା ଅନୁଯାୟୀ, ସ୍ବତନ୍ତ୍ର ଭାବେ ଏହି ପିଠା ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ। ଅଟା, ଛେନା, ଅଳେଇଚ, ଗୁଜୁରାତି ଆଜି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଓ ସୁବାସିତ ଦ୍ରବ୍ୟରେ ଏହି ପୋଡପିଠା ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରାଯାଇଥାଏ। ମାଉସୀମାଙ୍କ ପୂଜକ ଏହି ପିଠା ପ୍ରସ୍ତୁତ କରିଥାନ୍ତି। ଭଲ ଘିଅରେ ପୋଡ଼ପିଠା ପୋଡ଼ାଯାଇ ପ୍ରସ୍ତୁତ ହୋଇଥାଏ। ବାହୁଡ଼ା ଯାତ୍ରାରେ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ଏହି ପିଠା ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ।

ଶ୍ରୀମନ୍ଦିରରେ ପ୍ରତ୍ୟହ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହ ପିଠାଭୋଗ ଲାଗି ହୋଇଥାଏ। କିନ୍ତୁ ପୋଡ଼ପିଠା ଭୋଗ କେବଳ ବାହୁଡ଼ା ଯାତ୍ରାଦିନ ମାଉସୀମାଙ୍କ ମନ୍ଦିରଠାରେ ଲାଗି ହେବାର ବିଧି ଓ ପରମ୍ପରା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମୀକ୍ଷା ବୈଠକ ପୂର୍ବରୁ ଆଜି ପୁରୀରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବାହୁଡା ଯାତ୍ରା ନେଇ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ବାହୁଡ଼ା ଯାତ୍ରା ସହ ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଆଦି ନୀତି କିଭଳି ଶୃଙ୍ଖଳିତ ଭାବେ ସଂପନ୍ନ ହେବ ସେ ସମ୍ପର୍କରେ ବିଚାର ବିମର୍ଶ ହୋଇଥିଲା।

ସେବାୟତ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା ଉପରେ ଆଇନ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ରଥଯାତ୍ରା ଦିନ ରଥ ଉପରୁ କିଛି ସେବାୟତଙ୍କୁ କାଢି ଦିଆଯିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ତିନି ମାସ ଅନ୍ତରରେ ଶ୍ରୀମନ୍ଦିର ନୀତିକାନ୍ତି ନେଇ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରାଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦେବସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା, ବାହୁଡା ଓ ସୁନାବେଶ କେବେ?: ସ୍ଥିର ହେଲା ନୀତି ନିର୍ଘଣ୍ଟ

ପୁରୀ: ଚଳିତବର୍ଷ ଜୁନ ୨୭ ତାରିଖ ରଥଯାତ୍ରା ଦିନ ସକାଳ ୬ଟାରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବ। ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି ପରେ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବ। ଅପରାହ୍ନ ୪ଟାରେ ରଥଟଣା ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ସେହିପରି ଜୁନ ୧୧ ତାରିଖରେ ପଡୁଥିବା ଦେବସ୍ନାନ ପୂର୍ଣ୍ଣିମାର ନୀତି ଅନୁସାରେ ଭୋର ୫ଟାରୁ ପହଣ୍ଡି କରାଯାଇ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଶ୍ରୀବିଗ୍ରହଙ୍କ ସ୍ନାନନୀତି କରାଯିବ। ଅପରାହ୍ନ ସାଢ଼େ ୪ଟାରେ ହାତୀବେଶ ବା ଗଜାନନ ବେଶ ଅନୁଷ୍ଠିତ ହେବ।

ବାହୁଡା ଦିନ ମଧ୍ୟ ଅପରାହ୍ନ ୪ଟା ସୁଦ୍ଧା ରଥ ଟଣା ଯିବ। ଜୁଲାଇ ୬ ତାରିଖ ମହାପ୍ରଭୁଙ୍କ ରଥ ଉପରେ ସୁନାବେଶ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ବୈଠକରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ କରିବା ପାଇଁ ସେବାୟତମାନେ ମତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା, ବାହୁଡା ଓ ସୁନାବେଶ ପାଇଁ ସ୍ଥିର ହେଲା ନୀତି ନିର୍ଘଣ୍ଟ

ପୁରୀ: ଚଳିତବର୍ଷ ଜୁନ ୨୭ ତାରିଖ ରଥଯାତ୍ରା ଦିନ ସକାଳ ୬ଟାରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବ। ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି ପରେ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବ। ଅପରାହ୍ନ ୪ଟାରେ ରଥଟଣା ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ସେହିପରି ଜୁନ ୧୧ ତାରିଖରେ ପଡୁଥିବା ଦେବସ୍ନାନ ପୂର୍ଣ୍ଣିମାର ନୀତି ଅନୁସାରେ ଭୋର ୫ଟାରୁ ପହଣ୍ଡି କରାଯାଇ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଶ୍ରୀବିଗ୍ରହଙ୍କ ସ୍ନାନନୀତି କରାଯିବ। ଅପରାହ୍ନ ସାଢ଼େ ୪ଟାରେ ହାତୀବେଶ ବା ଗଜାନନ ବେଶ ଅନୁଷ୍ଠିତ ହେବ।

ବାହୁଡା ଦିନ ମଧ୍ୟ ଅପରାହ୍ନ ୪ଟା ସୁଦ୍ଧା ରଥ ଟଣା ଯିବ। ଜୁଲାଇ ୬ ତାରିଖ ମହାପ୍ରଭୁଙ୍କ ରଥ ଉପରେ ସୁନାବେଶ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ବୈଠକରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ କରିବା ପାଇଁ ସେବାୟତମାନେ ମତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ବାହୁଡା ଯାତ୍ରା ନେଇ ଆସିଲା ବଡ ଖବର, ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ

ପୁରୀ: ବାହୁଡା ଯାତ୍ରା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ମହାପ୍ରଭୃଙ୍କ ଆ଼ଡପ ଦର୍ଶନ ବନ୍ଦ ରହିବ। ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅପରାହ୍ନ ପାଞ୍ଚଟାରୁ ଆଡପ ମଣ୍ଡପ ଦର୍ଶନ ବନ୍ଦ କରିଦିଆଯିବ। ସେଥିପାଇଁ ଯେଉଁ ଭକ୍ତମାନେ ରବିବାର ଦିନ ଆଡପ ଦର୍ଶନ କରିବାକୁ ଆସିବେ ସେମାନେ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ସୋମବାର ଦିନ ହେଉଛି ବାହୁଡା ଯାତ୍ରା। ଏହି ବାହୁଡା ଯାତ୍ରା ପାଇଁ ମହାପ୍ରଭୃଙ୍କୁ ପ୍ରସ୍ତୁତି କରାଯିବ। ହେଲେ ଭକ୍ତମାନେ ରହିଲେ ଏହି ପ୍ରସ୍ତୁତି ହୋଇପାରିବ ନାହିଁ। ସେଥିପାଇଁ ତା ପୂର୍ବ ଦିନ ଅର୍ଥାତ ରବିବାର ଅପରାହ୍ନରୁ ଏହି ଦର୍ଶନ ବନ୍ଦ କରିବାକୁ ପଡୁଛି। ସେଥିପାଇଁ ଭକ୍ତମାନଙ୍କୁ ରବିବାର ସଂଧ୍ୟାରେ ନ ଆସିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବା ରୁ ଲୋକ ଙ୍କ ଭିଡ ଜମିଥିଲା। ଯାହାଫଳରେ ଆଜି ରଣପୁର ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମା୍‌ଗମ ହୋଇଥିବା ଦେଖିବାକୁ ମିଳିଛି। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ଶୁଭଦ୍ରା ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି।

ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା। ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା। ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି ନେଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଦିନ ୧ଟା ପରେ ଶ୍ରୀଜିଉ ପହଣ୍ଡି ହୋଇଥିଲା। ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା। ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା। ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା।

ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୪ ଟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ। ୩ ରଥ ର ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା। ଅପରାହ୍ନ ୫.୩୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା।

ପରେ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିଥିଲେ। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ସୁଭଦ୍ରା ଙ୍କ ରଥ ଚଣ୍ଡେଶ୍ୱର ସାହି ଛକ ଠାରେ ଅଟକିଥିଲା। ଗୁରୁବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ।

ଶୁକ୍ରବାର ଜଗନ୍ନାଥଙ୍କ ନନ୍ଦିଘୋଷ ଓ ସୁଭଦ୍ରାଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି।

ସେହିପରି ଗୁରବାର ସଂନ୍ଧ୍ୟାରେ ପଞ୍ଚୁଦୋଳ ପଡିଆ ସ୍ଥିତ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି। ଏଥିରେ ଇରା ମହାନ୍ତି, ପିନାକି ନାୟକ ଓ ଶ୍ରୀ ଚରଣ ମହାନ୍ତି ଆଦି ଓଡିଶାର ପ୍ରତିଷ୍ଠିତ କଳାକାର ମାନେ ଯୋଗ ଦେଇଥିବା ଜଣାଯାଇଛି।

ଆଜି ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ତହସିଲାଦାରଇପସିତ ସାହୁ, ରାଜା ମହାନ୍ତି, ଆଇଆଇସି ନିହାର ରଞନ ମହାନ୍ତି, ଲିଙ୍ଗରାଜ ଜେନା, ରଥ ଯାତ୍ରା ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶାନ୍ତିଶୃଙ୍ଖଳାରେ ସହଯାଗ କରିଥିବା ବେଳେ ଛାତ୍ରୀ ମାନେ ପଣା ବଟଂନ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରଥାଋଢ ହେଲେ ତିନିଠାକୁର, ଚାରିଘଣ୍ଟା ପୂର୍ବରୁ ସରିଗଲା ପହଣ୍ଡି ନୀତି

ପୁରୀ: ନିଜ ଘରକୁ ଯିବା ପାଇଁ ତିନିଠାକୁର ଆକୁଳ। ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଚାରି ଘଣ୍ଟା ପୂର୍ବରୁ ଶେଷ ହୋଇଗଲା ପ୍ରଭୃଙ୍କ ପହଣ୍ଡି ନୀତି। ଆଜି ସକାଳୁ ପ୍ରଭୃଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହି ପହଣ୍ଡି ଦିନ 12ଟା ବେଳକୁ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପ୍ରଭୃଙ୍କ ଲୀଳାରେ କେହି କିଛି କରିପାରିବେ ନାହିଁ।

ବର୍ତ୍ତମାନ ତିନିଠାକୁର ତିନି ରଥରେ ବିଜେ କରିସାରିଛନ୍ତି। ଏହାପରେ ଆରମ୍ଭ ହେବ ଛେରା ପହଁରା ନୀତି। ସେଥିପାଇଁ ଗଜପତି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତିନି ରଥରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା ଦେବାପରେ ଆରମ୍ଭ ହେବ ରଥଟଣା।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆଗୁଆ ଆରମ୍ଭ ହେଲା ବାହୁଡା ପହଣ୍ଡି, ଆଉ କିଛି ସମୟ ପରେ ଛେରା ପହଁରା

ପୁରୀ: ଆରମ୍ଭ ହେଲା ବାହୁଡା ପହଁଣ୍ଡି। ନଅ ଦିନର ଲୀଳା ଶେଷ କରି ତିନିଠାକୁର ଫେରିବେ ଶ୍ରମନ୍ଦିର। ସେଥିପାଇଁ ଆଜି ସେବକମାନେ ପୂର୍ବନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ କରିଛନ୍ତି ପହଁଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ରଥ ବିଜେ କରାଯାଇଥିଲା। ଏହାପରେ ପ୍ରଭୃ ବଡଠାକୁର ହଲି ଦୋହଳି ରଥରେ ପ୍ରବେଶ କରୁଛନ୍ତି।

ତିନିଠାକୁର ରଥରେ ବିଜେ କରିବା ପରେ ଆରମ୍ଭ ହେବ ଛେରା ପହଁରା। ତେବେ ପୂର୍ବ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଛେରା ପହଁରା ମଧ୍ୟ ଆରମ୍ଭ ହୋଇଯିବ। ବାହୁଡା ଦେଖିବା ପାଇଁ ପୁରୀ ବଡ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବାରେ ଲାଗିଛି। ଆଜି ପାଗ ଠିକ ଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତିନିଠାକୁରଙ୍କୁ ଅପେକ୍ଷା କରିଛନ୍ତି ମାଉସୀମା, ବାଟରେ ଖୁଆଇବେ ପୋଡପିଠା

ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ।

ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରକୁ ବାହୁଡିବେ ତିନିଠାକୁର, ଦିନ ୧୨ଟାରେ ପହଣ୍ଡି ବିଜେ

ପୁରୀ: ଆସନ୍ତ।କାଲି ବୁଧବ।ରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ତିନିଠାକୁର। ସେଥିପ।ଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ନଅ ଦିନର ଯାତ୍ରା ଶେଷ କରି ପ୍ରଭୃ ରତ୍ନବେଦୀରେ ଦର୍ଶନ ଦେବେ। ଗୁଣ୍ଡିଚା ମନ୍ଦିରରୁ ତିନି ରଥକୁ ଟାଣିବା ପ।ଇଁ ପୁରୀରେ ଜନସମାଗମ ଆରମ୍ଭ ହୋଇଗଲାଣି।

ମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଆସନ୍ତାକ।ଲି ଦିନ ୧୨ଟାରେ ବେଳେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ବଡଠ।କୁର, ପରେ ମା ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥାଋଢ ହେବେ। ଏହି କାର୍ଯ୍ୟ ୨ଟ। ୩୦ ମଧ୍ୟରେ ସମାପନ କରାଯିବ।

ସେହିପରି ଛେରା ପହଁରା ନୀତି ୨ଟ। ୩୦ରୁ ଆରମ୍ଭ ହୋଇ ୩ ଟ। ୩୦ ମଧ୍ୟରେ ଶେଷ ହେବ। ଅପରାହ୍ନ ୪ଟ। ବେଳକୁ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବାହୁଡ଼ା ଯାତ୍ରାରେ ମୁକ୍ତି ଲାଭ କଲା “ଝୁଲରେ କାଳିଆ ଝୁଲ”

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କୁଡ଼ାନାଳୀ ଗ୍ରାମରେ ପ୍ରତିଷ୍ଠିତ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଏକ ଜଗନ୍ନାଥ ଭଜନ ଲୋକାର୍ପିତ ହୋଇଛି।

“ଝୁଲ ରେ କାଳିଆ ଝୁଲ” ଶୀର୍ଷକ ଏହି ଭଜନ ଟିକୁ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଆନୁଷ୍ଠାନିକ ଭାବେ ଲୋକର୍ପିତ କରି ସୁନ୍ଦର ଭଜନ ଟି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତ କରିଥିବା ରୁ ‘ଆଦ୍ୟାଶା ମ୍ୟୁଜିକ”ଟିମ କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ସରୋଜ କୁମାର ରାଉତ ଓ ପରିଚାଳନା ନିର୍ଦ୍ଦେଶକ ରଶ୍ମିତା ରାଉତ ଉପସ୍ଥିତ ରହି ଆଗାମୀ ଦିନରେ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ନବାଗତ କଳାକାର ମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଏହି ଭଜନ ଟିକୁ ନଟବର ବଲ୍ଲଭ ଦାଶ ରଚନା କରି ଥିବା ବେଳେ କଣ୍ଠଦାନ କରିଛନ୍ତି ପୂଜା ରାଣୀ। ବିନୋଦ କୁମାର ଏହାର ସଂଗୀତ ନିର୍ଦ୍ଦେଶନା ଦେଇ ଥିବା ବେଳେ ଆୟୁଷ ରଞ୍ଜନ ରାଉତ ପ୍ରଯୋଜନା ପରିଚାଳନା ରହିଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଆଜି ରଥରେ ଶ୍ରୀଜିୟୁଙ୍କୁ ଲାଗି ହେବ ଅଧରପଣା, ତିଆରି ହୋଇଛି ଓଠକୁ ଛୁଇଁବା ପରି ହାଣ୍ଡି

ପୁରୀ: ଆଜି ରଥରେ ତିନିଠାକୁରଙ୍କ ନିକଟରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିରେ ଅଧର ବା ଓଠକୁ ଛୁଇଁବା ପରି ହାଣ୍ଡିରେ ପଣା ଭୋଗ କରାଯିବ। ତିନିଠାକୁରଙ୍କ ପାଖରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ଏହି ପଣା ଲାଗି କରାଯିବ। ସେଥିପାଇଁ ସ୍ବତନ୍ତ୍ର ଭାବେ ମୋଟ ୯ଟି ମାଟିହାଣ୍ଡି ତିଆରି କରାଯାଇଛି।

ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ।

ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି।

Categories
RathJatra ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରିଲା ଛେରା ପହଁରା, ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆରମ୍ଭ ହେଲା ରଥଟଣା

ପୁରୀ: ତିନିଠାକୁର ରଥାଋଢ ହେବା ପରେ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ଚାରମାଳ ଫିଟା ଯିବା ପରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆରମ୍ଭ ହୋଇଥିଲା ବଡ ଭାଇ ବଳଭଦ୍ରଙ୍କ ରଥଟଣା। ଏଥର ବାହୁଡା ନିତି ନିର୍ଦ୍ଧାରିତ ସମୟ ପୂର୍ବରୁ କରାଯାଇଛି। ଏପରିକି ରଥଟଣା ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି।  ଫଳରେ ଭକ୍ତଙ୍କ ମଧ୍ୟରେ ବେଶ୍‌ ଆନନ୍ଦର ଲହରୀ ଖେଳିଯାଇଛି।

ଆଜି ଭୋର ୪ଟାରୁ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ। ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ​‌ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ। ପରେ ପରେ ଭଉଣୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଥିବା ବେଳେ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ବାହୁଡିବେ ତିନି ଠାକୁର, ଆରମ୍ଭ ହେଲା ପହଣ୍ଡି ବିଜେ

ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା, ଜନ୍ମବେଦିରୁ ଶ୍ରୀମନ୍ଦିରକୁ ଫେରିବେ ମହାବାହୁ। ସେଥିପାଇଁ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ପହଣ୍ଡି ବିଜେ। ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରିଛନ୍ତି ।

ଆଜି ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।ବର୍ତ୍ତମାନ ବଡ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଏନେଇ  ଶ୍ରୀକ୍ଷେତ୍ର  ଚଳଚଞ୍ଚଳ ହୋଇଉଠିଛି।ରଥଯାତ୍ରା ପରି ବହୁଡା ଯାତ୍ରାରେ ମଧ୍ୟ ବହୁ ଲୋକଙ୍କ ସମାଗମ ହୋଇଛି।

ଲୋକଙ୍କ ଗଳହିକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ୧୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ତିନିଠାକାୁରଙ୍କୁ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଆରମ୍ଭ ହେଲା ରଥ ଟଣା, କିଛି ସମୟ ପରେ ସିଂହଦ୍ବାରରେ ପହଁଞ୍ଚିବ ରଥ

ପୁରୀ, ମନ୍ଦିର ପ୍ରଶାସନ ଜାରି କରିଥିବା ସମୟ ନିର୍ଘଣ୍ଟର ବହୁ ପୂର୍ବରୁ ବାହୁଡା ରଥ ଟଣା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଅଜି ଅପରାହ୍ନ 4 ଟାରେ ରଥଟଣା ହୋଇଥାଆନ୍ତା। ହେଲେ ଏହାର ଯଥେଷ୍ଠ ପୂର୍ବରୁ ଅର୍ଥାତ ଅପରାହ୍ନ ଗୋଟିଏ ବେଳକୁ ରଥଟଣା ଆରମ୍ଭ ହୋଇଯାଇଛି।

ବିଧି ମୁତାବିକ ଆଜି ଗଜପତି ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଚାରମାଳ ଫିଟା ଆରମ୍ଭ ହୋଇଥିଲା। ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ନୀତି ଅନୁସାରେ ଅପରାହ୍ନ 4ଟା ପୂର୍ବରୁ ତିନି ରଥ ଶ୍ରୀମନ୍ଦିରରେ ଲାଗିଯିବାର ସମ୍ଭାବନା ରହିଛି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ତିନିଠାକୁରଙ୍କୁ ଅପେକ୍ଷା କରିଛନ୍ତି ମାଉସୀମା, ବାଟରେ ଖୁଆଇବେ ପୋଡପିଠା

ପୁରୀ, ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ।

ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Categories
RathJatra ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆଉ ଅଳ୍ପ ସମୟ ପରେ ବାହୁଡିବ ତିନି ରଥ, ଚାଲିଛି ଗଜପତିଙ୍କ ଛେରା ପହଁରା ନୀତି

ପୁରୀ, ବର୍ତ୍ତମାନ ବାହୁଡା ଯାତ୍ରା ପାଇଁ ସମସ୍ତ ରୀତିନୀତି ନିର୍ଦ୍ଧିରତ ସମୟ ପୂର୍ବରୁ ଚାଲିଛି। ତିନି ରଥର ତିନିଠାକୁର ବିରାଜମାନ କରିବା ପରେ ଏବେ ଛେରା ପହଁରା ନୀତି ଚାଲିଛି। ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚି ଏହି ବିରଳ ନୀତି ତୁଲାଉଛନ୍ତି। ଏହାପରେ ତିନିରଥରୁ ଚାରମାଳ ଫିଟାଯାଇ ରଥ ଦଉଡି ବନ୍ଧା ଯିବ। ବର୍ତ୍ତମାନ ନୀତିକୁ ଦେଖିଲେ ଆଉ ଘଣ୍ଟାଏ ପରେ ରଥ ଟଣା ଆରମ୍ଭ ହୋଇଯିବ।