Categories
ଆଜିର ଖବର ଜାତୀୟ ଖବର

ଅନୁତାପ କରି ନିଜ କେଶ କାଟି ନଣ୍ଡା ହେଲେ ବିଜେପି ବିଧାୟକ, ଦଳ ଛାଡିବାକୁ ଦେଲେ ସଂକେତ

କୋଲକୋତା: ତ୍ରିପୁରାର ସୁରମା ନିର୍ବାଚନମଣ୍ଡଳୀର ବିଧାୟକ ଆଶିଷ ଦାସ ମଙ୍ଗଳବାର ଦିନ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଭୁଲ୍ ପାଇଁ ଅନୁତାପ କରି ଚୁଟି କାଟିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ନିକଟସ୍ଥ ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ବିଜେପି ବିଧାୟକଜଣଙ୍କ ଯଜ୍ଞ କରିଛନ୍ତି। ଏଥିସହ ସେ ଦଳ ଛାଡିବାକୁ ଘୋଷଣା କରିଛନ୍ତି।

ସେ ତ୍ରିପୁରାର ଶାସକ ବିଜେପିକୁ ରାଜ୍ୟରେ “ରାଜନୈତିକ ଅରାଜକତା”କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କାର୍ଯ୍ୟ’ଶୈଳୀ ତଥା ପ୍ରଦର୍ଶନକୁ ନେଇ ଲୋକମାନେ ଅସନ୍ତୁଷ୍ଟ, ତେଣୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଶିଷ ଦାସ ଗତ ଦୁଇ ବର୍ଷ ଧରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଏହା ପୂର୍ବରୁ ମମତା ବାନାର୍ଜୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ସବୁଠାରୁ ଯୋଗ୍ୟା। ତ୍ରିପୁରା ନିର୍ବାଚନକୁ ଦୃଷ୍ଟିରେ ରଖି ଦାସ ଖୁବ ଶୀଘ୍ର ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି। ୨୦୨୩ ମସିହା ପ୍ରାରମ୍ଭରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଟିଏମସିରେ ଯୋଗ ଦେଲେ ବିଜେପି ବିଧାୟକ ସୁମନ ରୟ: ପ୍ରକାଶ କଲେ ଦଳ ଛାଡିବାର କାରଣ

କଲିକତା: ପଶ୍ଚିମବଙ୍ଗର କାଳିଆଗଞ୍ଜ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ସୁମନ ରୟ ବିଜେପିକୁ ବିଦାୟ ଦେଇ ଟିଏମସିରେ ଯୋଗ ଦେଇଛନ୍ତି। କୋଲକାତାରେ ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥା ଚାଟାର୍ଜୀଙ୍କ ଉପସ୍ଥିତିରେ ସୁମନ ରୟ ଦଳରେ ଯୋଗ ଦେଇଥିଲେ।

ଟିଏମସିରେ ଯୋଗଦେବା ପରେ ସୁମନ ରୟ ରୟ କହିଛନ୍ତି, “କିଛି ପରିସ୍ଥିତି ଯୋଗୁଁ ମୋତେ କାଳିଆଗଞ୍ଜରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା। କିନ୍ତୁ ମୋର ପ୍ରାଣ ଓ ହୃଦୟ ଟିଏମସିର ଅଟେ। ମୁଁ ପୁଣି ଦଳରେ ଯୋଗ ଦେଇଛି ଯାହା ଦ୍ଵାରା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ୟମକୁ ସମର୍ଥନ କରିପାରିବିଛି। ମୁଁ କ୍ଷମା ମାଗୁଛି, ଯେଉଁ ସମୟରେ ଦଳରେ ଅନୁପସ୍ଥିତ ଥିଲି।”

Categories
ଆଜିର ଖବର ଜାତୀୟ ଖବର

ନିଜ ସରକାର ବିରୋଧରେ ଧାରଣରେ ବସିଲେ ମଧ୍ୟପ୍ରଦେଶ ବିଜେପି ବିଧାୟକ ପ୍ରଦୀପ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରିୱାରେ ଆଜି ବିଜେପି ବିଧାୟକ ନିଜ ସରକାର ବିରୋଧରେ ଧାରଣାରେ ବସିଛନ୍ତି। ଫଳରେ ସରକାର ଏବଂ ଦଳକୁ ଏକ ପ୍ରକାର ଚିନ୍ତାରେ ପକାଇଦେଇଛି। ମଧ୍ୟପ୍ରଦେଶର ମଉଗଞ୍ଜ ବିଧାୟକ ପ୍ରଦୀପ ପଟେଲ ନିଜ ସରକାର ବିରୋଧରେ ଧାରଣାରେ ବସିଛନ୍ତି।

ପ୍ରଦୀପଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ସମସ୍ୟାକୁ ନେଇ ସେ ସରକାରକୁ ବିରୋଧ କରିଛନ୍ତି। ଏନେଇ ରିୱାର ବିଦ୍ୟୁତ ବିଭାଗ ଏସଡିପିଓଙ୍କ କାର୍ଯ୍ଯାଳୟରେ ସେ ଧାରଣାରେ ବସିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆଖି ବୁଜିଲେ ଆଉ ଜଣେ ବିଜେପି ବିଧାୟକ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଜଣେ ବିଧାୟକଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ବିଜେପି ବିଧାୟକଙ୍କ କରୋନାରେ ନିଧନ ହୋଇଛି। ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ବାହାଦୁର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପ୍ରାଣହାନୀ ଘଟିଛି।

ଏହା ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର, ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ, ବରେଲୀର ନବବଗଞ୍ଜ ବିଧାୟକ କେଶର ସିଂହଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭା, ବିଜେପି ବିଧାୟକ, ବିଶୃଙ୍ଖଳା ଏବଂ ବାଟବଣା ଉପଦେଶ

ଭୁବନେଶ୍ବର, ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭା। ହେବା ମଧ୍ୟ ସ୍ବାଭାବିକ, କାରଣ ବିଧାନସଭାରେ ଯେପରି ବିଧାୟକମାନଙ୍କର ଆଚରଣ ଥିଲା ତାହା ଗୃହକୁ ବନ୍ଦ କରିବା ପାଇଁ ବାଧ୍ୟ କଲା। ବିଶେଷ କରି ବିଜେପି ବିଧାୟକମାନେ ଚଳିତ ବଜେଟ ଅଧିବେସନରେ ଯାହା କଲେ ତାହା ସାଧାରଣରେ ଆଲୋଚନା ହେବାରେ ଲାଗିଛି। ବିରୋଧୀ ଦଳର ଗୃହ ମଧ୍ୟରେ ବିରୋଧ କରିବାର ଅଧିକାର ରହିଛି। ହେଲେ ତାହା ସୀମା ଭିତରେ ରହିବା ଆବଶ୍ୟକ। ବିଧାୟକମାନେ ଏହା ଜାଣି ରଖିବା ଉଚିତ ଯେ, ସୀମା ବାହାରକୁ ଗଲେ ଲୋକେ କେବେ ଭଲ କହିବେ ନାହିଁ। ବରଂ ନିନ୍ଦା ଶୁଣିବେ ଯାହା ବିଜେପି ବିଧାୟକଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି।

ବଜେଟ ଅଧିବେସନରେ ବିଭିନ୍ନ ଘଟଣାକୁ ନେଇ ବିଜେପି ବିଧାୟକମାନେ ଚର୍ଚ୍ଚାରେ ରହି ଆସିଛନ୍ତି। ଯାହାକୁ ସାଧାରଣରେ କେହି ପସନ୍ଦ କରୁ ନାହାଁନ୍ତି। ପ୍ରଥମ ଘଟଣା ଥିଲା ଗୃହ ମଧ୍ୟରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କର ସାଇନିଟାଇଜର ପିଇ ଆତ୍ମହତ୍ୟା କରିବାର ଉଦ୍ୟମ। ଏହାକୁ ନେଇ ବିଧାନସଭା ପଡିଲା ଉଠିଲା। ଏପରି ଏକ ଘଟଣାରେ ବିଜେପି ବିଧାୟକମାନେ କ୍ଷମା ମାଗିବା ଦୂରେ ଥାଉ ଆତ୍ମହତ୍ୟା କରିବା ଏକ ନିନ୍ଦନୀୟ ଘଟଣା ବୋଲି ମଧ୍ୟ ପାଟି ଖୋଲି କହି ନ ଥିଲେ। ବଂର ତା ଉପରେ ଅଯଥା ଯୁକ୍ତି କରିବାକୁ ଲାଗିଲେ।

ଅନ୍ୟ ଏକ ଘଟଣାକୁ ଯଦି ଅବତରଣା କରାଯାଏ ତେବେ ବିଜେପି ବିଧାୟକମାନେ କିପରି ରାସ୍ତା ହୁଡି ଅଣରାସ୍ତାରେ ଯାଉଛନ୍ତି ତାହା ପ୍ରମାଣିତ ହୋଇଛି। ତାହା ହେଲା ବିଧାନସଭା ଠିକ୍ ଭାବେ ପରିଚାଳନା କରିବା ପାଇଁ ନବୀନ ନିବାସକୁ ବିଜେପି ବିଧାୟକମାନେ ରାଲି କରିଯିବା ଏବଂ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା। ସେମାନେ ଭଲଭାବେ ଜାଣି ରଖିବା ଉଚିତ ଗୃହ ପରିଚାଳନା ବାଚସ୍ପତି କରନ୍ତି ଗୃହର ନେତା ନୁହେଁ। ଏ ସବୁ ଜାଣିବା ପରେ ସେମାନେ ନବୀନ ନିବାସ ଯାଇ ସେଠାରୁ ଯେପରି ମୁହଁ ନାଲି କରି ଫେରିଲେ ତାହା ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ। ନବୀନ ନିବାସ ଯିବା ଭୁଲ ଥିଲା ବୋଲି ଖୋଦ ବିରୋଧୀ ଦଳର ନେତା ଗୃହରେ ସ୍ବୀକାର କଲେ।

ବର୍ତ୍ତମାନର ବଡ ଚର୍ଚ୍ଚା ଚାଲିଥିବା ଘଟଣାକୁ ଆସିବା। ଗୃହରେ ବାଚସ୍ପତି ଠିକରେ କାମ କରୁ ନାହାଁନ୍ତି ବୋଲି ତାଙ୍କ ଉପରକୁ ହେଡ ଫୋନ, ପେନ୍ ଏପରିକି ଚପଲ ଫିଙ୍ଗିବା ଘଟଣା ଘଟିଯାଇଛି। ଏହାର ଭିଡିଓ ରେକର୍ଡିଂକୁ ତଦାରଖ କରି ବାଚସ୍ଫତି କାର୍ଯ୍ୟାନୁଷ୍ଠାନ କଲେ। ଏହାକୁ ବିରୋଧ କରି ବିଜେପି ବିଧାୟକମାନଙ୍କର ପୁଣି ନାଟକବାଜି ଆରମ୍ଭ। ରାତି ତମାମ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ। ଚପଲ ଫିଙ୍ଗା ଘଟଣାକୁ ବିଜେପି ବିଧାୟକମାନେ ଖୋଲାଖୋଲି କହିଲେ ଯେ ଏଥିରେ ଅନୁତାପ କରିବାର କିଛି ନାହିଁ। ଏପରି କାର୍ଯ୍ୟ ଓ ବିବୃତି ଦଳ ପାଇଁ କେତେ ଉପାୟେଦ ହେଉଛି ଏହି ନିର୍ବାଚିତ ପ୍ରତିନିଧୀମାନେ ଅନୁଧ୍ୟାନ କରିବା ଆବଶ୍ୟକ।

ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଦଳ ତରଫରୁ ବହୁ ନାଟକ କରାଗଲା, ସେଥିରେ ସେମାନେ ବିଫଳ ହେଲେ। ସେତେବେଳୁ ସେମାନେ ଶିକ୍ଷା କରିବା ଆବଶ୍ୟକ ଯେ ଶାନ୍ତି ପ୍ରିୟ ଓଡିଶାରେ ଅଶାନ୍ତି ରାଜନୀତିକୁ ଲୋକେ ପସନ୍ଦ କରନ୍ତି ନାହିଁ। ଏହା ସତ୍ବେ ଗୋଟିଏ ପରେ ଗୋଟିଏ ନିନ୍ଦନୀୟ କାର୍ଯ୍ୟ କରିବା ଉଦ୍ଦେଶ୍ୟ ହେଉଛି ଯେ,ଦଳର ମଙ୍ଗୁଆଳ ଏବଂ ଉପଦେଷ୍ଠାମାନେ ବାଟବଣା ହୋଇଯାଇଛନ୍ତି। ସେହି ବାଟବଣା ଉପଦେଶ ଅନୁସାରେ ଚାଲି ବିଚରା ବିଜେପି ବିଧାୟକମାନେ ଅପମାନିତ ହେବାରେ ଲାଗିଛନ୍ତି।

Categories
ଆଜିର ଖବର

ବିଜେପି ବିଧାୟକମାନେ ବିଧାନସଭା ପରିସରରେ ରାତିସାରା ଧାରଣାରେ ବସିଲେ

ଭୁବନେଶ୍ବର, ତିନିଜଣ ବିଧାୟକଙ୍କୁ ନିଲମ୍ବନ ପ୍ରତିବାଦରେ ରାତି ସାରା ବିଜେପି ବିଧାୟକମାନେ ଧାରଣରେ ବସି ରହିଛନ୍ତି। ଏପରିକି ମହିଳା ବିଧାୟକ ମଧ୍ୟ ତାଙ୍କ ସାଥୀରେ ଧାରଣରେ ଯୋଗ ଦେଇଛନ୍ତି। ମୁଖ୍ୟତଃ ବାଚସ୍ପତିଙ୍କ ମନମୁଖୀ ଭାବେ ଗୃହ ପରିଚାଳନା କରୁଛନ୍ତି ବୋଲି ମୁଖ୍ୟ ବିରୋଧୀ ବିଜେପି ଦଳ ଅଭିଯୋଗ କରିଛି।

ଶନିବାର ଦିନ ଗୃହରେ ଏହାର ପ୍ରତିବାଦରେ ବିଜେପି ବିଧାୟକ ବାଚସ୍ପତିଙ୍କ ଟେବୁଲ ଉପରକୁ ଚପଲ ଫିଙ୍ଗିଥିଲେ। ଏପରି ବିଶୃଙ୍ଖଳ ଆଚରଣ ନେଇ ବାଚସ୍ପତି ଅପରାହ୍ନରେ ତିନିଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି। ଫଳରେ ଏହାର ପ୍ରତିବାଦରେ ସମସ୍ତ ବିଜେପି ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୃତ୍ତି ତଳେ ଧାରଣରେ ବସି ରହିଛନ୍ତି। ରାତି ତମାମ ସେମାନେ ଏହି ଧାରଣାରେ ବସି ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ ଫିଙ୍ଗା ଘଟଣା: ନିଲମ୍ବିତ ହେଲେ ୩ ବିଜେପି ବିଧାୟକ

ଭୁବନେଶ୍ବର: ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ ଫିଙ୍ଗା ଘଟଣାରେ ୩ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧିଦଳର ମୁଖ୍ୟ ସଚେତକ ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଚଳିତ ଅଧିବେଶନରୁ ଏହି ତିନି ବିଧାୟକଙ୍କୁ ନିଲମ୍ବନ କରାଯାଇଛି।

ଭିଡ଼ିଓ ଫୁଟେଜ ଦେଖିବା ପରେ ବାଚସ୍ପତି ଏହି ତିନିଜଣ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ଏହି ନିଲମ୍ବନକୁ ବିରୋଧ କରି ବିଜେପି ବିଧାୟକମାନେ ଗନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ବିଜେପି ବିଧାୟକମାନେ ଖୁସି ତ !

ଭୁବନେଶ୍ବର, ବିଧାନସଭା ଚାଲିପାରୁ ନାହିଁ, ଚାଷୀଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ଏ ନେଇ ଗୃହ ଦୀର୍ଘ ଦିନ ଧରି ଅଚଳ। ତେବେ ଏହାର ସମାଧାନ କରିବ କିଏ ?  ବାଚସ୍ବତି ନା ମୁଖ୍ୟମନ୍ତ୍ରୀ। ଏହିପରି ଏକ ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେଉଛି। କାରଣ ବିଜେପି ବିଧାୟକମାନେ ଏହି ସମସ୍ୟାର ସମାଧାନ ପାଇଁ ବାଚସ୍ପତିଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଧିକ ଭରସା ରଖିଲେ।

ଆମର ବିଧାନସଭାର ନିୟମ ଅନୁସାରେ ଗୃହର ସର୍ବକର୍ତ୍ତା ହେଉଛନ୍ତି ବାଚସ୍ପତି। ତାଙ୍କ ପାଖରେ ଗୃହ ପରିଚାଳନା ପାଇଁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି। ଗୃହ ଭିତରେ ବିଧାୟକଙ୍କର ଯେ କୌଣସି ସମସ୍ୟାର ସମାଧାନ ବାଚସ୍ପତି କରିବେ। ଗୃହ ନ ଚାଲିଲେ ସେଥିପାଇଁ ବାଚସ୍ପତି ଦାୟୀ ରହିବେ। ଏଥିରେ ଅନ୍ୟ କେହି ନୁହଁନ୍ତି। ଯଦି ବିଧାୟକଙ୍କ ସମସ୍ୟା ସମାଧାନ ନ ହେଲା ତେବେ ସେମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ ହେଉ କିମ୍ବା ଗୃହ ଭିତରେ ଧାରଣ ହେଉ, ତାହା କରିବାର ଅଧିକାର ରହିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପାଖରେ ନେହୁରା ହେବା, କଣ ବାଚସ୍ପତି ପଦମର୍ଯ୍ୟଦାରେ ଆଞ୍ଚ ଆସିବ ନାହିଁ କି ?

ପ୍ରଥମ କଥା ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାଇନଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ନିଶ୍ଚିତ ଭାବେ ନିନ୍ଦନୀୟ ଘଟଣା। ବିଧାନସଭାରେ ନୁହେଁ ଯେ କୌଣସି ସ୍ଥାନରେ ଆତ୍ମହତ୍ୟା କରିବା ନିଶ୍ଚିତ ଭାବେ ଏକ ଘୃଣ୍ୟ ପଦକ୍ଷେପ। ଅନ୍ୟପକ୍ଷରେ କରୋନା ସମୟରେ ସମସ୍ତଙ୍କ ଘରେ ମହଜୁଦ ଥିବା ସାନିଟାଇଜର ପିଇ କି ବାର୍ତ୍ତା ଦେଉଛି ବିଜେପି ? ଏହି ଘଟଣା ପରେ ବିଜେପି ଏହାକୁ ନେଇ ଦୁଃଖ ପ୍ରକାଶ କରିବା ଦୂରର କଥା ଓଲଟା ବିଭିନ୍ନ ପ୍ରସଂଗ ଉତ୍ଥାପନ କରି ଘଟଣାକୁ ଲୁଚାଇବାରେ ଲାଗିଛି। ବିଜେପିର ଏପରି ହାବଭାବ ସୁବାସ ପାଣିଗ୍ରାହୀଙ୍କର ଆତ୍ମହତ୍ୟା ପଛରେ ଦଳର ହାତ ଅଛି ବୋଲି ସାଧାରଣରେ ପ୍ରମାଣିତ ହୋଇଯାଉଛି।

ଦ୍ବୀତିୟ କଥାଟି ହେଲା ଗୃହର ସମସ୍ୟା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ନ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପାଖରେ ଗୁହାରି କରିବା ଠିକ କି ?  ସେଥିପାଇଁ କୁହାଯିବ ଯେ, ବିଜେପି ଗୋଟିଏ ଭୁଲକୁ ଲୁଚାଇବା ପାଇଁ ଆଉ ଏକ ଭୁଲ କରି ବସିଲା। ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଗୃହର ପଦମର୍ଯ୍ୟଦାକୁ ଖୁର୍ଣ୍ଣ କରୁଥିବା ବେଳେ ଗୃହର ସମସ୍ୟା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ନ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ବାଚସ୍ପତି ପଦମର୍ଯ୍ୟଦାକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି।

ଆଉ ଏକ ବଡ ମଜଦାର ଘଟଣା ହେଲା ନବୀନ ନିବାସରେ ବିଜେପି ବିଧାୟକଙ୍କୁ ଫୁଲଚନ୍ଦନ ଦେଇ ଭିତରକୁ ମହିଳାମାନେ ପାଛୋଟି ନେଲେ। ଯାହା ବିଧାୟକମାନେ କେବେ ବି ଆଶା କରି ନ ଥିଲେ। ସେମାନେ ନବୀନ ନିବାସ ଘେରାଉ କରି ନିଜେ ମାଇଲେଜ ନେବେ ବୋଲି ଭାବିଥିଲେ। ହେଲେ ସେଠାରେ ସେମାନଙ୍କୁ ଯେପରି ଭବ୍ୟ ଅଭର୍ଥନା କରାଗଲା ସାଧାରଣରେ ସମସ୍ତେ ନବୀନଙ୍କ ଏହି ପଦକ୍ଷେପକୁ ପ୍ରସଂଶା କରୁଛନ୍ତି। ପ୍ରଶ୍ନ ଉଠୁଛି ବିଜେପି ବିଧାୟକମାନେ ନବୀନ ନିବାସର ଅଭ୍ୟର୍ଥନା ନେଇ ଖୁସି ତ !

Categories
ଆଜିର ଖବର ରାଜ୍ୟ ଖବର

ଧାନମଣ୍ଡି ସମସ୍ୟା: ବିଧାନସଭାରେ ସାନିଟାଇଜର ପିଇବା ପାଇଁ ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ସକାଳୁ ଅଶିବେଶନ ଆରମ୍ଭ ହେବା ପରେ ଧାନମଣ୍ଡି ସମସ୍ୟା ଉପରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲା। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ପରେ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଏହି ସମସ୍ୟା ଉପରେ ମନ୍ତ୍ରୀଙ୍କ ସନ୍ତୋଷଜନକ ଉତ୍ତର ନମିଳିବାରୁ ବରଗଡ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ସାଥି ସଦସ୍ୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାଙ୍କଠାରୁ ସାନିଟାଇଜର ଛଡାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଏବଂ ପୂର୍ବରୁ ମଧ୍ୟ ବିଧାୟକ ସୁବାସ ଧାନମଣ୍ଡି ସମସ୍ୟାର ସମାଧାନ ନହଲେ ଆତ୍ମହତ୍ୟା କରିବି ବୋଲି ଗୃହରେ ଧମକ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚାଷୀ ଆନ୍ଦୋଳରେ ଚିକେନ ବିରିୟାନୀ ଖାଇ ବାର୍ଡ ଫ୍ଲୁ ସଂକ୍ରମଣ କରିବା ଷଡଯନ୍ତ୍ର: ବିଜେପି ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାବର ଏକ ବିବାଦିତ ବୟାନ ଦେଇଛନ୍ତି। ଆନ୍ଦୋଳନରେ ଚିକେନ ବିରିୟାନୀ ଖୁଆଇ ବାର୍ଡ ଫ୍ଲୁ ସଂକ୍ରମଣ ବଢାଇବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଦିଲାବର କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ଆନ୍ଦୋଳନକୁ ରୋକିବାକୁ ଚେଷ୍ଟା କରନ୍ତୁ, ଯଦ୍ୱାରା ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକା ଯାଇପାରିବ।

ବିଜେପି ବିଧାୟକ ଦିଲାବରଙ୍କ ବୟାନ ଅନୁଯାୟୀ, ଆନ୍ଦୋଳନରେ ବସିଥିବା ଲୋକ ପ୍ରତ୍ୟେକ ଦିନ ଚିକେନ ବିରିୟାନୀ ଖାଉଛନ୍ତି। ଫଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ଆଶଙ୍କା ବଢୁଛି। ଏପରି କିଛି ଲୋକଙ୍କୁ ଦେଶ ଚିନ୍ତା ନାହିଁ। ସେଠାରେ କୃଷକ ଆନ୍ଦୋଳନ କରାନଯାଇ ପିକିନିକ କରାଯାଉଛି।

ଏହା ସହିତ କୃଷକ ଆନ୍ଦୋଳନରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରିଛନ୍ତି ବିଜେପି ବିଧାୟକ ଦିଲାବର। ସେମାନଙ୍କ ମଧ୍ୟରେ ଚୋର, ଲୁଟେରା, ଆତଙ୍କବାଦୀ, ଏବଂ ଚାଷୀ ବିରୋଧୀ ଲୋକ ସାମିଲ ହୋଇ ଥାଇପାରନ୍ତି। ଏଭଳି ଲୋକଗୁଡିକ ଦେଶର କ୍ଷତି ଚାହାନ୍ତି। ତେଣୁ ସରକାର ଏହା ଉପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନକୁ ହଟାଇବା ଉଚିତ। ବିଧାୟକ ଦିଲାବରଙ୍କ ଏହି ବିବାଦିତ ବୟାନରେ ରାଜନୀତି ଗରମ ହୋଇଯାଇଛି। ଏହାକୁ ନେଇ ବହୁ ଆଲୋଚନା ଏବଂ ସମାଲୋଚନା ହେଉଛି। ସେ କେବଳ ରାଜସ୍ଥାନର ବିଧାୟକ ନୁହନ୍ତି, ଦିଲାବର ରାଜସ୍ଥାନ ବିଜେପିର ମହାମନ୍ତ୍ରୀ ମଧ୍ୟ ଅଛନ୍ତି।