Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଦେଖନ୍ତୁ ମେଗା ସିରିୟଲ ବିଜୟିନୀ: କ୍ଷମତା ପାଇଁ ଦୁର୍ଗା ସ୍ତୁତି ମଧ୍ୟରେ ହେବ କି ମହାଭାରତ?

ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ। ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ କିଛି ଘଟିବାକୁ ଯାଉଛି। ଗୋଟିଏ ଛାତ ତଳେ ଥାଇ ବି ମିନିର ଅସଲ ପରିଚୟ ପାଇନଥିଲେ ଇନ୍ଦ୍ରଜିତ। ଏବେ ମିନି ର ଅସଲ ପରିଚୟ ପାଇଲା ପରେ କଣ କରିବେ ଇନ୍ଦ୍ରଜିତ? କଣ ସେ ନୂଆ କିଛି ଷଡଯନ୍ତ୍ର କରିବେ? କଣ ସେ ଦୁଇ ଭଉଣୀ ଙ୍କୁ ପରସ୍ପର ଠୁ ଅଲଗା କରିଦେବେ? ଆଗକୁ କଣ ହଉଚି ଦେଖିବା ପାଇଁ ଦେଖନ୍ତୁ ବିଜୟିନୀ

ଇନ୍ଦ୍ରଜିତ ଜାଣି ନାହାଁନ୍ତି ମିନି ହେଉଛି ସ୍ତୁତି। ଯେତେବେଳେ ସେ ମିନିକୁ ଛାଡପତ୍ର ନୋଟିସ ଦେଲେ ପ୍ରଥମେ ତ ମିନି ଦସ୍ତଖତ କରିବାକୁ ମନା କଲା। କିନ୍ତୁ ଶେଷରେ ସେ ସ୍ତୁତି ଆଚାର୍ଯ୍ୟ ନାଁରେ ଛାଡପତ୍ର ନୋଟିସରେ ଦସ୍ତଖତ କରିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଇନ୍ଦ୍ରଜିତ। କାରଣ ସ୍ତୁତି ହେଉଛି ସମ୍ଭବର ଅସଲ ପତ୍ନୀ। ଯାହାକୁ ଛାତରୁ ଠେଲି ଢ଼େର ଦିନ ତଳୁ ହତ୍ୟା କରି ସାରିଥିଲେ ଇନ୍ଦ୍ରଜିତ। ଏବେ ସେଇ ସ୍ତୁତିକୁ ନିଜ ଆଖି ସାମ୍ନାରେ ଦେଖି ଇନ୍ଦ୍ରଜିତଙ୍କ ହୋସ ଉଡିଗଲା ଆଉ ସେ ବିଚଳିତ ହୋଇପଡିଲେ।

ତେବେ ମିନି ଯେ ସ୍ତୁତି ଏକଥା ଇନ୍ଦ୍ରଜିତଙ୍କୁ ଛାଡି ପରିବାରର ଅନ୍ୟ ସମସ୍ତେ ଜାଣିଥିବା ସେ କହିଥିଲା। ଏହାପରେ ଆରମ୍ଭ ହୁଏ ଅସଲ ଖେଳ। ଦୁଇ ଭଉଣୀଙ୍କୁ ଅଲଗା କରିଦେବାକୁ ଖୋଲାଖୋଲି ଧମକ ଦିଏ ଇନ୍ଦ୍ରଜିତ। ହେଲେ ମିନି ସାମ୍ନାରେ ଗୋଟିଏ ଚ୍ୟାଲେଞ୍ଜ। ଯେ କୌଣସି ପ୍ରକାରେ ଇନ୍ଦ୍ରଜିତକୁ ହରାଇବାକୁ ପଡିବ। ମିନି ଭଲରେ ଜାଣିଛି ଇନ୍ଦ୍ରଜିତକୁ କେବଳ ରାଜନୀତିରେ ହିଁ ପରାସ୍ତ କରିହେବ। ତେଣୁ ଦୁର୍ଗା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବ। ଏକଥା ଜଣାପଡିବା ପରେ ଇନ୍ଦ୍ରଜିତ ମଧ୍ୟ ଷଡଯନ୍ତ୍ର ଆରମ୍ଭ କରନ୍ତି। କାରଣ ସ୍ତୁତି ଓ ଦୁର୍ଗା ଜଣେ ଆଉ ଜଣଙ୍କର ଦୁର୍ବଳତା। ଯାହା ଇନ୍ଦ୍ରଜିତ ଭଲରେ ଜାଣିଛି। ଯାହାକୁ ନେଇ ଆଗକୁ ବଢ଼ିଛି କାହାଣୀ। ଯଦି ନିର୍ବାଚନରେ ସ୍ତୁତି ପ୍ରାର୍ଥୀ ହେଉଛି ତେବେ କଣ ହେବ? ଇନ୍ଦ୍ରଜିତକୁ ହରାଇବାକୁ ଚିନ୍ତା କରିଥିବା ସ୍ତୁତି ଆଉ ଦୁର୍ଗା ଠାରୁ ଅଲଗା ହୋଇ ଯିବନି ତ? ନିର୍ବାଚନରେ କାହାର ବିଜୟ ହେବ?

ରହସ୍ୟ ଓ ରୋମାଞ୍ଚରେ ଭରା ମେଗା ଧାରାବାହିକ ବିଜୟିନୀରେ ଅନେକ ନୂଆ ନୂଆ ଘଟଣା ଦେଖିବାକୁ ମିଳିବ। ଯାହାର ସୁଟିଂ ଜାରୀ ରହିଛି। ଏଥିରେ ଦୁର୍ଗା ଭୁମିକାରେ ଦିପୀକା ତ୍ରିପାଠୀ, ଇନ୍ଦ୍ରଜିତ ଭୁମିକାରେ ବାଦଲ ମହାନ୍ତି, ସମ୍ଭବ ଭୁମିକାରେ ବିଶ୍ୱ ଭୂଷଣ ପଣ୍ଡା ଓ ଅଭିନବ ଭୁମିକାରେ ସାଗର ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ବିଜୟିନୀ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ହାତକୁ ଦିଆଯାଇଥିବା ଟଙ୍କା ସଙ୍କଟ ସମୟରେ କାମରେ ଆସେ, ନିଶ୍ଚିତ ରଖନ୍ତୁ ଧ୍ୟାନ

ବିଦୁର ନୀତି: ମହାଭାରତର ସବୁଠାରୁ ଲୋକପ୍ରିୟ ଚରିତ୍ରମାନଙ୍କ ମଧ୍ୟରୁ ମହାତ୍ମା ବିଦୁର ଅନ୍ୟତମ। ସେ ଧର୍ମରାଜଙ୍କ ଅବତାର ଭାବରେ ବିବେଚନା କରାଯାଏ। ସେ ଜଣେ ମହାନ ଆଇନଜୀବୀ ରହିଥିଲେ। ସେ ସବୁବେଳେ ନ୍ୟାୟର ପକ୍ଷ ରଖିଥିଲେ। ସେ ମହାରାଜା ଧୃତରାଷ୍ଟ୍ରଙ୍କ ମହାମନ୍ତ୍ରୀ ତଥା ପରାମର୍ଶଦାତା ଥିଲେ। ବିଦୁର ଜୀ ପ୍ରଥମେ ମହାରାଜା ଧୃତରାଷ୍ଟ୍ରଙ୍କୁ କହିଥିଲେ ଯେ, ମହାଭାରତ ଯୁଦ୍ଧ ନିଶ୍ଚିତ ଭାବରେ ସର୍ବନାଶ କରିବ। ତେଣୁ, ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ମହାରାଜାଙ୍କୁ ପରାମର୍ଶ ଦେଇଥିଲେ।

ମହାତ୍ମା ବିଦୁରଙ୍କ ସ୍ୱଚ୍ଛତା ଏବଂ ଦୂରଦୃଷ୍ଟି ହେତୁ ମହାରାଜା ଧୃତରାଷ୍ଟ୍ର ତାଙ୍କୁ ସମୟ ସମୟରେ ପରାମର୍ଶ ମାଗୁଥିଲେ। ତାଙ୍କର ପରାମର୍ଶ ବିଦୁର ନୀତି ରୂପରେ ସଂକଳିତ ହୋଇଛି। ମହାତ୍ମା ବିଦୁର ତାଙ୍କ ନୀତିରେ କହିଛନ୍ତି ଯେ, ନିଶ୍ଚିତ ଭାବରେ ତାଙ୍କ ରୋଜଗାରର ଟଙ୍କା କାହାକୁ ଦେବା ଉଚିତ୍।

ପତ୍ନୀଙ୍କ ହାତରେ ଟଙ୍କା ଦିଆଯିବା ଉଚିତ୍;

ବିଦୁର ନୀତି ଅନୁଯାୟୀ ଥରେ ମହାରାଜା ଧୃତରାଷ୍ଟ୍ର ମହାତ୍ମା ବିଦୁରଙ୍କୁ ପଚାରିଲେ, ହେ ବିଦୁର! କାହା ହାତକୁ ଟଙ୍କା ଦିଆଯିବା ଉଚିତ୍? ବିଳମ୍ବ ନକରି ବିଦୁର ତୁରନ୍ତ ଉତ୍ତର ଦେଲେ ଯେ, ହେ ମହାରାଜ! ଧନ ସର୍ବଦା ମହିଳାଙ୍କ ହାତକୁ ଦିଆଯିବା ଉଚିତ୍। ଏହା ଉପରେ ମହାରାଜା ଧୃତରାଷ୍ଟ୍ର ବିଦୁରଙ୍କୁ ପଚାରିଥିଲେ ଯେ, ତୁମେ ଏହା କାହିଁକି କହୁଛ? ବିଦୁର ଜୀ ଅତ୍ୟନ୍ତ ନମ୍ରତାର ସହିତ କହିଥିଲେ ଯେ, ହେ ରାଜନ! ଯିଏ ନିଜ ରୋଜଗାରର ଟଙ୍କା ଜଣେ ମହିଳାଙ୍କ ହାତରେ ଦେଇଥାଏ, ତା’ର ସମ୍ପତ୍ତିରେ ବୃଦ୍ଧି ଘଟିଥାଏ ଏବଂ ସଙ୍କଟ ସମୟରେ ଏହି ଟଙ୍କା ମଧ୍ୟ କାମରେ ଆସିଥାଏ। ବିଦୁର ନୀତିଙ୍କ ଅନୁଯାୟୀ ମହିଳାମାନେ ଟଙ୍କା ବିଷୟରେ ଅଧିକ ସଜାଗ ଏବଂ ସଚେତନ ଅଟନ୍ତି। ଏଥିପାଇଁ ସବୁବେଳେ ମହିଳାଙ୍କ ହାତରେ ଟଙ୍କା ଦିଆଯିବା ଉଚିତ୍।

ବିଦୁର ନୀତିଙ୍କ ଅନୁଯାୟୀ, ଧନ ସଞ୍ଚୟ ପ୍ରସଙ୍ଗରେ ମହିଳାମାନଙ୍କର ଚିନ୍ତାଧାରା ସର୍ବଦା ସାହାଯ୍ୟ ଏବଂ ଠିକ ସମୟରେ କାମରେ ଆସିଥାଏ। ଯେଉଁ ମହିଳାମାନେ ଟଙ୍କା ଖର୍ଚ୍ଚ କରିବାରେ ଆଗୁଆ। ସେଭଳି ମହିଳାଙ୍କୁ ଟଙ୍କା ଦେବା ବନ୍ଦ କରିବା ଉଚିତ୍। ବିଦୁର ନୀତିଙ୍କ ଅନୁଯାୟୀ ମହିଳାଙ୍କ ସହ ରଖାଯାଇଥିବା ଟଙ୍କା ସବୁବେଳେ ଖରାପ ସମୟରେ ଆସିଥାଏ।

Categories
ଆଜିର ଖବର ଧର୍ମ

ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୁନ୍ତୀ ଏଭଳି ଏକ ବର ମାଗିଥିଲେ: ଯାହାକୁ ପଢିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ

ଉପେନ୍ଦ୍ର ବଳିୟାରସିଂହ

ଜଣେ ଭକ୍ତ ପ୍ରଭୁଙ୍କୁ ଏପରି ଏକ ବରଦାନ ମାଗୁଛି, ଯାହାକୁ ଏପର୍ଯ୍ୟନ୍ତ କେହି ମାଗିନାହାନ୍ତି କି ଭବିଷ୍ୟତରେ ମାଗିବା ସମ୍ଭବ ନୁହେଁ। ପଢନ୍ତୁ ଏମିତି ଭକ୍ତଙ୍କ କଥା, ଯାହାକୁ ପଢିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ।

ମହାଭାରତ ସଂଗ୍ରାମ ପରେ ଯୁଧିଷ୍ଠିର ହସ୍ତିନାପୁରର ରାଜା ହେଲେ। ତାପରେ ଦ୍ଵାରିକାନାଥ ଦ୍ଵାରକା ଯିବା ପାଇଁ ପ୍ରସ୍ତୁତ ହେଲେ। କୁନ୍ତୀ ଏସବୁ ଶୁଣିବା ପରେ ତାଙ୍କର ମାତୃ ହୃଦୟ ତରଳିଗଲା।

ସେ ଚାହୁଁଥିଲେ ଯେ, ସେ ଚବିଶ ଘଣ୍ଟା ପ୍ରଭୁଙ୍କ ମୁଖ ଦର୍ଶନ କରୁଥିବେ। ଯେଉଁ ମାର୍ଗରେ ପ୍ରଭୁ ପ୍ରତ୍ୟାବର୍ତ୍ତନ କରୁଥିଲେ, କୁନ୍ତୀ ସେଠାରେ ପହଞ୍ଚିଲେ ଏବଂ ହାତ ଯୋଡି ରାସ୍ତାରେ ଛିଡା ହୋଇଗଲେ। ଦାରୁକ ସାରଥିକୁ ପ୍ରଭୁ ରଥର ଗତି ବନ୍ଦ କରିବାକୁ ଆଦେଶ ଦେଇ ରଥରୁ ଓହ୍ଲାଇପଡିଲେ। ପ୍ରଭୁଙ୍କୁ କୁନ୍ତୀ ବନ୍ଦନ କଲେ। ବନ୍ଦନା ଦ୍ଵାରା ହିଁ ପ୍ରଭୁ ବନ୍ଧନରେ ପଡନ୍ତି।

ଭଗବାନ କହିଲେ ମା’! ଆପଣ ଏକ’ଣ କରୁଛନ୍ତି? ମୁଁ ଆପଣଙ୍କର ପୁତୁରା! ଆପଣ ପ୍ରଣାମ କରିବା ଆଦୌ ଶୋଭାସ୍ପଦ ନୁହେଁ। କୁନ୍ତୀ କହିଲେ, “ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ପୁତୁରା ଭାବେ ମାନ୍ୟତା ଦେଇଥିଲି। କିନ୍ତୁ ଆଜି ମୋର ହୃଦବୋଧ ହୋଇଛି, ଆପଣ ହେଉଛନ୍ତି ଭଗବାନ। ଆପଣ ସମସ୍ତଙ୍କର ପିତା।”

କୁନ୍ତୀ କହିଲେ, “ ପ୍ରଭୁ! ଆମକୁ ସବୁ ପ୍ରକାର ସୁଖ ପ୍ରଦାନ କରିଛନ୍ତି, ଆମକୁ କେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ଯେତେବେଳେ ବିଧବା ହେଲି, ମୋର ପିଲାମାନେ ବହୁତ ଛୋଟ ଛୋଟ ଥିଲେ। ସେ ସମୟରେ ଆପଣ ହିଁ ଆମକୁ ରକ୍ଷା କରିଛନ୍ତି। ଜୀବ ଉପରେ ଭଗବାନ ଅନେକ ଉପକାର କରନ୍ତି। କିନ୍ତୁ ଜୀବ ସେସବୁ ଭୁଲିଯାଏ।”

ହେଲେ କୁନ୍ତୀ ଭୁଲି ନାହାନ୍ତି, କୁନ୍ତୀ ଭୀମସେନର ବିଷ ଲଡୁ ଆହାର କରିବା ଠାରୁ ଆରମ୍ଭ କରି ଲାକ୍ଷା ଗୃହ ଦାହ ପର୍ଯ୍ୟନ୍ତ ସବୁ କିଛି ମନେ ରଖିଛନ୍ତି। ପ୍ରଭୁଙ୍କ ଉପକାର ଅନନ୍ତ। ଆମେ କେବେ ବି ସୁଝିପାରିବୁ ନାହିଁ। କୁନ୍ତୀ କହୁଛନ୍ତି, “ମୋ ଦ୍ରୌପଦୀର ବସ୍ତ୍ର ହରଣ ବେଳେ ଆପଣ ତାଙ୍କୁ ଉଦ୍ଧାର କଲେ।”

ତେଣୁ ହେ ନାଥ! ଆପଣ ଆମକୁ ଛାଡି ଚାଲିଯାଅନ୍ତୁ  ନାହିଁ। ଆପଣ ଦ୍ଵାରକା ଚାଲିଯାଉଛନ୍ତି, କିନ୍ତୁ ଗଲାବେଳେ ମୋତେ ଗୋଟିଏ ବରଦାନ ଦିଅନ୍ତୁ। ଏହି ମୋର ଇଚ୍ଛା। ବରଦାନ ଦେଇ ପଛେ ଚାଲିଯାଅନ୍ତୁ, ଏଥିରେ ମୋର କୌଣସି ଆପତ୍ତି ରହିବ ନହିଁ।

କୁନ୍ତୀ ଏମିତି ବରଦାନ ମାଗିଲେ, କେହି କେବେ ଦୁନିଆରେ ଆଜି ପର୍ଯ୍ୟନ୍ତ ମାଗିପାରିନାହାନ୍ତି କି ମାଗିପାରିବେ ନାହିଁ।

“ବିପଦ ସନ୍ତୁନଃ ଶଶ୍ଵତତ୍ତ୍ର ତତ୍ର ଜଗଦ୍ ଗୁରୋ।

ଭାବତୋ ଦର୍ଶନଂ ଯତସ୍ୟାଦ ନ ପୁନର୍ଭବ ଦର୍ଶନମ୍।।

ହେ ଜଗଦଗୁରୁ! ଆମ ଜୀବନରେ ପ୍ରତିକ୍ଷଣ ବିପଦ ଆସୁଥାଉ, କାରଣ ବିପଦାବସ୍ଥାରେ ହିଁ ନିଶ୍ଚିତ ରୂପରେ ଆପଣଙ୍କର ଦର୍ଶନ ହୁଏ। ଆପଣଙ୍କର ଦର୍ଶନ ହେଲେ ଆଉ ଏ ସଂସାରର ଦର୍ଶନ କରିବାକୁ ପଡିବ ନାହିଁ। ଅର୍ଥାତ ମୁକ୍ତି ମିଳିଯିବ। କୁନ୍ତୀ ମାଗୁଛନ୍ତି ବହୁତ ବଡ ବିପତ୍ତି ଆସୁଥାଉ, ଏହି ବରଦାନ ଦିଅନ୍ତୁ।

ଶ୍ରୀକୃଷ୍ଣ କହିଲେ, “ଆପଣ କ’ଣ ପାଗଳୀ ହୋଇଗଲେ, ଏ କି ବର ଆପଣ ମାଗୁଛନ୍ତି? ଆପଣଙ୍କର ସୁଖର ସମୟ ଆସିଯାଇଛି। ଆପଣଙ୍କର ଦୁଃଖୀ ହେବାର ଇଚ୍ଛା ଅଛି?”

କୁନ୍ତୀ କହିଲେ, “ଦୁଃଖରେ ହିଁ ନାରାୟଣଙ୍କ ସ୍ମରଣ ହୁଏ, ଏ ତ ସବୁଠାରୁ ବଡ ସୁଖ, ଏହା ଦୁଃଖ କେମିତି?”

Categories
ଆଜିର ଖବର ଧର୍ମ ସଂସ୍କୃତି

ମହାଭାରତ ଯୁଦ୍ଧ ବେଳେ ସେହି ଟିକି ଚଢେଇ ଆଉ ତା’ ବସାରେ ସୁରକ୍ଷିତ ଥିବା ପୁରା ପରିବାର କଥା

ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ। ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ।

ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି କାନ୍ଦି ଅତ୍ୟନ୍ତ ହତାଶ, ନିରାଶ ହୋଇ ଶ୍ରୀକୃଷ୍ଣଙ୍କ ରଥ ଉପରେ ବସିଗଲା। ମାୟାଧର ତାକୁ ବକ୍ରଦୃଷ୍ଟିରେ ଅନାଇ ଦେଲେ।

ବିଚରା ନିରୁପାୟ ପକ୍ଷୀଟି ଅଶୃତ ନୟନରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲା। ବିକଳରେ ଗୁହାରି କଲା, “ହେ ମହାଭାଗ, ବଟ ବୃକ୍ଷରେ ଥିବା ମୋ ଶ୍ରମରେ ତିଆରି ନୀଡ଼ଟି ଭାଙ୍ଗି ଯାଇଛି। ମୋର ଛୋଟ ଛୋଟ ପିଲାମାନେ ଅସହାୟ ହୋଇ ଭୂମି ଉପରେ ପଡିଛନ୍ତି। ଏବେ ତୁରନ୍ତ ନୀଡ଼ଟିଏ କରିବାକୁ ମୁଁ ଅକ୍ଷମ। କାଲି ଯୁଦ୍ଧ ଆରମ୍ଭ ହେଲେ ମୋ ପିଲାମାନେ ଅଶ୍ଵ ,ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ଏବେ କଣ କରିବି ପ୍ରଭୁ।”

ମାୟାଧର ପକ୍ଷୀଟିକୁ ସାନ୍ତ୍ୱନା ଆଳରେ କହିଲେ “ କାଳ ତା ବାଟରେ ଯିବ। ବିଧାତା ସମସ୍ତଙ୍କ ପାଇଁ ବିଧାନ ନିଶ୍ଚୟ କରିଛି। ତାହା ତ ଫଳିବ। ତାକୁ କେହି ଅଟକାଇ ପାରିବେ ନାହିଁ। ତାକୁ ମୁଁ ବା କିପରି ଅଟକାଇବି?

ଏହା ଶୁଣି ମା ଚଢେଇଟିର ଆଖିରୁ ଲୋତକର ଧାର ବୋହି ଚାଲିଲା। ନମ୍ର ଓ ବିନୟ ଭାବରେ ପାର୍ଥନା କଲା “ପ୍ରଭୁ ମୁଁ କାଳ, ବିଧାନ, ବିଧାତା କିମ୍ବା ଭାଗ୍ୟର କଥା ଜାଣି ନାହିଁ। ତେବେ ଏତିକି ନିଶ୍ଚୟ ଜାଣେ, ଆପଣ ହିଁ କାଳ ଚକ୍ରକୁ ନିୟନ୍ତ୍ରଣ କରନ୍ତି। ଆପଣ ହି ଭାଗ୍ୟର ନିଆନ୍ତା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଚାହିଁଲେ ମୋ ପିଲାମାନଙ୍କୁ ରକ୍ଷା କରି ପାରିବେ। ମୁଁ ନିଶ୍ଚିତ ହୋଇ ମୋର ପିଲାମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ଓ ଆପଣଙ୍କ ଶରଣ ପଶୁଛି। ମୋ ଜୀବନ ପଛେ ଯାଉ ମୋ ପିଲାମାନଙ୍କୁ ରକ୍ଷାକର। ଏହି ଦାଇତ୍ୱ ଆପଣଙ୍କୁ ଦେଲି।

ମୃଦୁ ହାସ୍ୟରେ ଶ୍ରୀକୃଷ୍ଣ, ଭରତିଆ ଚଢେଇକୁ କହିଲେ “ ତୁମକୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ମୋ କଥାରେ ଯଦି ରାଜି ତେବେ ମୁଁ କିଛି ସାହାଯ୍ୟ କରିବି। ଯେତେ କଷ୍ଟ ହେଲେ ବି ମୁଁ ସବୁ କରିବାକୁ ରାଜି ଅଛି ପ୍ରଭୁ, ଚଢେଇ କହିଲା। ଏହାପରେ ଶ୍ରୀକୃଷ୍ଣ ଚଢ଼େଇଟିକୁ କହିଲେ। ପିଲା ମାନଙ୍କୁ ଛାଡି ଆଜି କେବଳ ଗୋଟିଏ କାମ କର। ୨୦ ରୁ ୨୧ ଦିନ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ସଞ୍ଚୟ କରି ରଖ। ବାକି କଥା ମୋ ହାତ ରେ ଛାଡି ଦିଅ।

ରଥ ନେଇ ଶ୍ରୀକୃଷ୍ଣ ଶିବିରକୁ ଚାଲିଗଲେ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ ପାଇଁ। ପରଦିନ ଯୁଦ୍ଧ ଆରମ୍ଭ ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ର ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ, ରଥାରୋହୀ, ଅଶ୍ଵାରୋହୀ, ପଦାତିକ ବାହୀନି ସହ ସୁସଜ୍ଜିତ ରଥ ଗୁଡିକରେ କୁରୁ ଓ ପାଣ୍ଡବ ପକ୍ଷର ଅନେକ ସେନା ଓ ସେନାପତି ମାନେ ଅବତୀର୍ଣ।

ଉଭୟ ପକ୍ଷରୁ ରଣଭେରୀ, ତୁରୀ ଓ ଶଙ୍ଖ ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଠିକ୍ ଏହି ସମୟରେ ସାରଥି ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନ ଙ୍କୁ କହିଲେ “ପାର୍ଥ, ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ। ଅର୍ଜୁନ ହତ ଚକିତ ହୋଇଗଲେ, ଇୟେ କଣ ଶୁଣୁଛନ୍ତି! ଶ୍ରୀକୃଷ୍ଣ ଯେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ କିମ୍ବା ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେବେ ନାହିଁ ବୋଲି ସର୍ତ ରଖିଥିଲେ! ନିରୁତ୍ତର ହୋଇ ଅର୍ଜ୍ଜୁନ ଧନୁ ଓ ଶରକୁ ବଢେଇ ଦେଲେ।

ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ଏକ ବିଶାଳ ଗଜ ଆଡକୁ ଶର ନିକ୍ଷେପ କଲେ। ଶରଟି ଯାଇ ଗଜ ର ମସ୍ତକରେ ନ ବାଜି ତାର ବେକରେ ଝୁଲୁ ଥିବା ବିଶାଳକାୟ ଧାତବ ନିର୍ମିତ ଘଣ୍ଟିରେ ବାଜିଲା ଓ ତାହା ଛିଣ୍ଡି ଭୂମିରେ ପଡ଼ିଲା। ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ। ପଚାରିଲେ “ ସଖା ଆପଣ ଏ କଣ କଲେ ? ମତେ କହିଥିଲେ ମୁଁ ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି। ଆପଣତ ଲକ୍ଷ୍ୟଚ୍ୟୁତ ହେଲେ?

ଶ୍ରୀକୃଷ୍ଣ ମୃଦୁ ହାସ୍ୟରେ ଅର୍ଜୁନ ଙ୍କୁ କହିଲେ “ପାର୍ଥ, ମୁଁ ନା ଯୁଦ୍ଧ କରୁଥିଲି ନା ଗଜକୁ ମାରିବାକୁ ଚେଷ୍ଟା କରୁଥିଲି? ଯୁଦ୍ଧ ତ ତୁମେ କରିବ। ଏବେ ମୁଁ କଣ କଲି ତାହା ତୁମେ ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ତୁମେ ଯୁଦ୍ଧରେ ମନୋନିବେଶ କର।

୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା। କୌରବମାନେ ପରାସ୍ତ ହେଲେ। ଯୁଧ୍ୟ ଶେଷ ହୋଇଗଲେ। ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା। ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ। ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ, ରଥ, ହସ୍ତୀ, ଗଜ ମାନଙ୍କ ଚିତ୍କାର ରେ ପ୍ରକମ୍ପିତ ହଉଥିଲା ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। କୁରୁକ୍ଷେତ୍ରର ଭୂମି ରକ୍ତ ରଞ୍ଜିତ ଖାଲି ଶବ, ଭଗ୍ନ ରଥ, ବର୍ଜିତ ଅସ୍ତ୍ର ଶସ୍ତ୍ର ଦୃଶ୍ୟମାନ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ବାଟରେ କଢେଇ ନେଲେ, ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟିଟି ହସ୍ତୀର ବେକରୁ ଛିଡି ପଡିଥିଲା। ତାକୁ ଉଠେଇବାକୁ କହିଲେ ଅର୍ଜୁନଙ୍କୁ। ଅର୍ଜୁନ ତାହା ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ଝାଡ଼ି ଫୁଡ଼ ଫାଡ ହୋଇ ଉଡି ଆସିଲେ। ୧୮ ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟି ଭିତରେ! ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ। ସେମାନେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶକୁ ଉଡି ଗଲେ ନୂତନ ଜୀବିକା ଓ ବାସ ସ୍ଥାନ ସନ୍ଧାନରେ।

ସାଂପ୍ରତିକ କରୋନା ଭଳି ମହା ଵିପତ୍ତି ସମୟରେ ଏହି ଶିକ୍ଷା ନେବା। ଏକ ମହାଯୁଦ୍ଧର ଅବତୀର୍ଣ ସାରା ପୃଥିବୀର ମାନବ ଜାତି। ଆମେ କାହିଁକି ଭାବିବା ନାହିଁ ଯେ ଘର ରୂପକ ଘଣ୍ଟି ଭିତରେ ସୁରକ୍ଷିତ ରହି ଆମେ ନିଜେ, ନିଜ ପରିବାର , ନିଜ ଗ୍ରାମ ଓ ଦେଶର ତଥା ସମସ୍ତ ମାନବ ଜାତିକୁ ସୁରକ୍ଷିତ ରଖିପାରିବା। ଏହି ଯୁଦ୍ଧ ନିଶ୍ଚିତ ସମାପ୍ତ ହେବ ଧର୍ମର ବିଜୟ ହେବ।

Categories
ଧର୍ମ ବିଶେଷ ଖବର

ଶରଶଯ୍ୟା ବେଳେ ଭୀଷ୍ମ ପିତାମହ କହିଥିବା ଅନେକ ଉପଦେଶରୁ ଜାଣିବା ସେହି ୧୦ଟି କଥା

ଭୁବନେଶ୍ବର: ଯୁଦ୍ଧ ପୂର୍ବରୁ ଏବଂ ପରେ ଭୀଷ୍ମ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଏପରି ଅନେକ ଜିନିଷ ଥିଲା ଯାହାକୁ ସେ କେବଳ ଧୃତରାଷ୍ଟ୍ର, , ଦୁର୍ଯ୍ୟୋଧନ, , କୃଷ୍ଣ, , ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କୁ କହିଥିଲେ। ଶରଶଯ୍ୟାରେ ପଡ଼ି ଭୀଷ୍ମ ଅନେକ ନୀତିବାଣୀ ଦେଇଛନ୍ତି। ଯାହା ସାଧାରଣ ମଣିଷ ଜୀବନରେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ସେ ସବୁ ମଧ୍ୟରୁ ଆସନ୍ତୁ ଜାଣିବା ମାତ୍ର ଦଶଟି କଥା।

  1. ଅନ୍ୟମାନେ ଭଲ ପାଉଥିବା ଶବ୍ଦ କୁହନ୍ତୁ। ଅନ୍ୟମାନଙ୍କୁ ଖରାପ କଥା କହିବା, ଅନ୍ୟମାନଙ୍କୁ ସମାଲୋଚନା କରିବା, ଖରାପ ଶବ୍ଦ କହିବା, ଏସବୁ ତ୍ୟାଗ କରିବା ଉଚିତ। ଅନ୍ୟମାନଙ୍କୁ ଅପମାନ କରିବା ନିଜର ଅହଂକାର ଭାବକୁ ପ୍ରକଟ କରିଥାଏ।
  2. ବଳିଦାନ ବିନା କିଛି ହାସଲ ହୁଏ ନାହିଁ। ତ୍ୟାଗ ବିନା ଚରମ ଆଦର୍ଶର କୌଣସି ବାସ୍ତବତା ନାହିଁ । ତ୍ୟାଗ ବିନା ମଣିଷ ଭୟରୁ ମୁକ୍ତ ହୋଇପାରିବ ନାହିଁ । ତ୍ୟାଗ ସାହାଯ୍ୟରେ ମଣିଷ ସମସ୍ତ ପ୍ରକାର ସୁଖ ପାଇଥାଏ ।
  3. ଦୁଇ ପ୍ରକାରର ମଣିଷକୁ ସୁଖ ଆସେ । ଯେଉଁମାନେ ଅଧିକ ମୂର୍ଖ, ଯେଉଁମାନେ ଅନ୍ୟମାନଙ୍କ ପାଇଁ ବୁଦ୍ଧିର ଆଲୋକରେ ମହତ୍ତ୍ୱ ଦେଖିଛନ୍ତି । ଯେଉଁମାନେ ମଝିରେ ବୁଲୁଛନ୍ତି ସେମାନେ ଅସନ୍ତୁଷ୍ଟ ରହିଛନ୍ତି ।
  1. ଯେଉଁ ବ୍ୟକ୍ତିଙ୍କର ଭବିଷ୍ୟତ ଉପରେ ଅଧିକାର ଅଛି (ନିଜର ପଥ ନିର୍ଣ୍ଣୟ କରେ, ଅନ୍ୟମାନଙ୍କର କୁକୁର ହୁଏ ନାହିଁ) ଯିଏ ସମୟ ଅନୁଯାୟୀ ଚିନ୍ତା କରି କାର୍ଯ୍ୟ କରିପାରିବ,, ସେ ପୁରୁଷ ସୁଖ ପ୍ରାପ୍ତ କରେ । ଅଳସୁଆ ମନୁଷ୍ୟକୁ ନଷ୍ଟ କରିଦିଏ ।
  2. ପ୍ରାଚୀନ କାଳରୁ, ଯେତେବେଳେ ବି କେହି ଜଣେ ମହିଳାଙ୍କୁ ଅପମାନିତ କରନ୍ତି, ସେ ନିଶ୍ଚିତ ଭାବରେ ନଷ୍ଟ ହୋଇଯାଇଛନ୍ତି । ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଜଣେ ମହିଳାଙ୍କର ପ୍ରଥମ ସୁଖ ​​ହେଉଛି ତାଙ୍କ ସମ୍ମାନ। ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁଠାରେ ମହିଳା ଖୁସି ଅଛନ୍ତି । ଯେଉଁ ଘରେ ଜଣେ ମହିଳାଙ୍କୁ ସମ୍ମାନ ଦିଆଯାଇନଥାଏ ଏବଂ ତାଙ୍କୁ ଅନେକ ପ୍ରକାରର ଦୁଃଖ ଦିଆଯାଏ ସେଠାରୁ ଲକ୍ଷ୍ମୀଙ୍କ ସହ ଅନ୍ୟ ଦେବତାମାନେ ସେହି ଘରୁ ଚାଲିଯାଆନ୍ତି ।
  3. ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଯେତେବେଳେ ନଦୀର ସ୍ରୋତ ସମୁଦ୍ରରେ ପହଞ୍ଚେ,, ସେତେବେଳେ ସେ ସବୁଠୁ ବଡ ଗଛକୁ ସାଙ୍ଗରେ ନେଇଯାଏ । ଥରେ ସମୁଦ୍ର ନଦୀକୁ ପଚାରିଲା ଯେ ତୁମର ଜଳ ପ୍ରବାହ ଏତେ ବେଗ ଏବଂ ଶକ୍ତିଶାଳୀ ଯେ ସବୁଠୁ ବଡ ଗଛ ମଧ୍ୟ ଧୋଇଯାଏ। କିନ୍ତୁ ଛୋଟ ଘାସ, କୋମଳ ବୃକ୍ଷଲତା ଏବଂ କୋମଳ ଉଦ୍ଭିଦ ଆଣିବାରେ ଆପଣ ସକ୍ଷମ ନୁହଁନ୍ତି। ନଦୀ କହିଲା ଯେ ଯେତେବେଳେ ମୋ ଜଳର ପ୍ରବାହ ଆସେ ସେତେବେଳେ ବଡ ବୃକ୍ଷଗୁଡ଼ିକ ସ୍ୱୟଂଚାଳିତ ଭାବରେ ବଙ୍କା ହୋଇଯାଏ। କିନ୍ତୁ ଯେଉଁ ବୃକ୍ଷଗୁଡ଼ିକର ଚେର ଭିତରକୁ ଥାଏ ସେମାନଙ୍କୁ ମୋର ସ୍ରୋତ ଆଣିପାରେ ନାହିଁ ।
  4. ମହାଭାରତ ଯୁଦ୍ଧ ପୂର୍ବରୁ ଯେତେବେଳେ ଶ୍ରୀକୃଷ୍ଣ ଚୁକ୍ତି ପାଇଁ ହସ୍ତିନାପୁର ଆସିଥିଲେ ସେତେବେଳେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ବୁଦ୍ଧି ବୁଝାଇ କହିଥିଲେ ଯେ ଶ୍ରୀକୃଷ୍ଣ ଯେଉଁଠାରେ ଅଛନ୍ତି, ସେଠାରେ ଧର୍ମ ଅଛି। ଆଉ ସେହି ଦଳ ନିଶ୍ଚିତ ଜିତିବା।
  5. ଶ୍ରୀକୃଷ୍ଣଙ୍କ ପରି ଭୀଷ୍ମ ପିତାମହ ମଧ୍ୟ କହିଥିଲେ ଯେ ପରିବର୍ତ୍ତନ ହେଉଛି ଏହି ଜଗତର ପରିବର୍ତ୍ତନଶୀଳ ନିୟମ ଏବଂ ଏହାକୁ ସମସ୍ତେ ଗ୍ରହଣ କରିବାକୁ ପଡିବ କାରଣ କେହି ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ।
  6. ଭୀଷ୍ମ ପିତାମହ କହିଥିଲେ ଯେ ଜଣେ ଶାସକ ତାଙ୍କ ପୁଅ ଏବଂ ତାଙ୍କ ନାଗରିକମାନଙ୍କ ମଧ୍ୟରେ କୈ ଣସି ପ୍ରକାର ଭେଦଭାବ କରିବା ଉଚିତ୍ ନୁହେଁ। ଏହା ଶାସନରେ ସ୍ଥିରତା ଏବଂ ସମୃଦ୍ଧତା ପ୍ରଦାନ କରେ ।
  1. ଭୀଷ୍ମ ପିତାମହ କହିଥିଲେ ଯେ ଶକ୍ତି ସୁଖ ଉପଭୋଗ କରିବା ପାଇଁ ନୁହେଁ ବରଂ କଠିନ ପରିଶ୍ରମ କରି ସମାଜର କଲ୍ୟାଣ ପାଇଁ ଅଟେ।
Categories
ଆଜିର ଖବର ରାଜ୍ୟ ଖବର

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ପାଳିତ

ଭୁବନେଶ୍ୱର : ଭାରତୀୟ ସାହିତ୍ୟରେ ରାମାୟଣ, ମହାଭାରତ ପରେ ପରେ ଭାଗବତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରଦାନ କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ସନ୍ଧ୍ୟାରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଭାଗବତରେ ଜୀବନ ଓ ମୃତୁ୍ୟ ମଧ୍ୟରେ ରହିଥିବା ଆଧ୍ୟାତ୍ମିକ ଭାବ ଅନ୍ତର୍ନିହିତ ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ବକ୍ତବ୍ୟ ରଖି ଅତିବଡ଼ୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଓଡ଼ିଆ ସଂସ୍କୃତି ସହିତ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଦର୍ଶନକୁ ଯୋଡ଼ିବାରେ ଅତିବଡ଼ୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀମଦ୍‌ ଭାଗବତ ଓଡ଼ିଆ ଜାତିକୁ ଏକତି୍ରତ କରିବାର ମାଧ୍ୟମ ହୋଇପାରିଛି ବୋଲି ପ୍ରକାଶ କରିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଅତିବଡ଼ୀଙ୍କୁ ଓଡ଼ିଶାରେ ଭକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ତଥା ପଞ୍ଚସଖା ଗୋଷ୍ଠୀର ଅଗ୍ରଗଣ୍ୟ ମନୀଷୀ ଭାବରେ ଅଭିହିତ କରିଥିଲେ ।

Categories
ଧର୍ମ ବିଶେଷ ଖବର

ସେଦିନ ମହାଭାରତର ଟିକି ଚଢେଇର ସୁରକ୍ଷା, ଆଉ ବର୍ତ୍ତମାନର କରୋନା ନେଇ ଅସୁରକ୍ଷିତ ସମାଜ

ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ । ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ।

ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି କାନ୍ଦି ଅତ୍ୟନ୍ତ ହତାଶ, ନିରାଶ ହୋଇ ଶ୍ରୀକୃଷ୍ଣଙ୍କ ରଥ ଉପରେ ବସିଗଲା। ମାୟାଧର ତାକୁ ବକ୍ରଦୃଷ୍ଟିରେ ଅନାଇ ଦେଲେ।

ବିଚରା ନିରୁପାୟ ପକ୍ଷୀଟି ଅଶୃତ ନୟନରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲା। ବିକଳରେ ଗୁହାରି କଲା, “ହେ ମହାଭାଗ, ବଟ ବୃକ୍ଷରେ ଥିବା ମୋ ଶ୍ରମରେ ତିଆରି ନୀଡ଼ଟି ଭାଙ୍ଗି ଯାଇଛି। ମୋର ଛୋଟ ଛୋଟ ପିଲାମାନେ ଅସହାୟ ହୋଇ ଭୂମି ଉପରେ ପଡିଛନ୍ତି। ଏବେ ତୁରନ୍ତ ନୀଡ଼ଟିଏ କରିବାକୁ ମୁଁ ଅକ୍ଷମ। କାଲି ଯୁଦ୍ଧ ଆରମ୍ଭ ହେଲେ ମୋ ପିଲାମାନେ ଅଶ୍ଵ ,ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ଏବେ କଣ କରିବି ପ୍ରଭୁ।”

ମାୟାଧର ପକ୍ଷୀଟିକୁ ସାନ୍ତ୍ୱନା ଆଳରେ କହିଲେ “ କାଳ ତା ବାଟରେ ଯିବ। ବିଧାତା ସମସ୍ତଙ୍କ ପାଇଁ ବିଧାନ ନିଶ୍ଚୟ କରିଛି। ତାହା ତ ଫଳିବ। ତାକୁ କେହି ଅଟକାଇ ପାରିବେ ନାହିଁ। ତାକୁ ମୁଁ ବା କିପରି ଅଟକାଇବି ?

ଏହା ଶୁଣି ମା ଚଢେଇଟିର ଆଖିରୁ ଲୋତକର ଧାର ବୋହି ଚାଲିଲା। ନମ୍ର ଓ ବିନୟ ଭାବରେ ପାର୍ଥନା କଲା “ପ୍ରଭୁ ମୁଁ କାଳ , ବିଧାନ , ବିଧାତା କିମ୍ବା ଭାଗ୍ୟର କଥା ଜାଣି ନାହିଁ। ତେବେ ଏତିକି ନିଶ୍ଚୟ ଜାଣେ, ଆପଣ ହିଁ କାଳ ଚକ୍ରକୁ ନିୟନ୍ତ୍ରଣ କରନ୍ତି। ଆପଣ ହି ଭାଗ୍ୟର ନିଆନ୍ତା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଚାହିଁଲେ ମୋ ପିଲାମାନଙ୍କୁ ରକ୍ଷା କରି ପାରିବେ। ମୁଁ ନିଶ୍ଚିତ ହୋଇ ମୋର ପିଲାମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ଓ ଆପଣଙ୍କ ଶରଣ ପଶୁଛି । ମୋ ଜୀବନ ପଛେ ଯାଉ ମୋ ପିଲାମାନଙ୍କୁ ରକ୍ଷାକର। ଏହି ଦାଇତ୍ୱ ଆପଣଙ୍କୁ ଦେଲି।

ମୃଦୁ ହାସ୍ୟରେ ଶ୍ରୀକୃଷ୍ଣ , ଭରତିଆ ଚଢେଇକୁ କହିଲେ “ ତୁମକୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ମୋ କଥାରେ ଯଦି ରାଜି ତେବେ ମୁଁ କିଛି ସାହାଯ୍ୟ କରିବି। ଯେତେ କଷ୍ଟ ହେଲେ ବି ମୁଁ ସବୁ କରିବାକୁ ରାଜି ଅଛି ପ୍ରଭୁ, ଚଢେଇ କହିଲା। ଏହାପରେ ଶ୍ରୀକୃଷ୍ଣ ଚଢ଼େଇଟିକୁ କହିଲେ । ପିଲା ମାନଙ୍କୁ ଛାଡି ଆଜି କେବଳ ଗୋଟିଏ କାମ କର। ୨୦ ରୁ ୨୧ ଦିନ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ସଞ୍ଚୟ କରି ରଖ । ବାକି କଥା ମୋ ହାତ ରେ ଛାଡି ଦିଅ।

ରଥ ନେଇ ଶ୍ରୀକୃଷ୍ଣ ଶିବିରକୁ ଚାଲିଗଲେ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ ପାଇଁ । ପରଦିନ ଯୁଦ୍ଧ ଆରମ୍ଭ ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ର ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ , ରଥାରୋହୀ, ଅଶ୍ଵାରୋହୀ , ପଦାତିକ ବାହୀନି ସହ ସୁସଜ୍ଜିତ ରଥ ଗୁଡିକରେ କୁରୁ ଓ ପାଣ୍ଡବ ପକ୍ଷର ଅନେକ ସେନା ଓ ସେନାପତି ମାନେ ଅବତୀର୍ଣ ।

ଉଭୟ ପକ୍ଷରୁ ରଣଭେରୀ, ତୁରୀ ଓ ଶଙ୍ଖ ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଠିକ୍ ଏହି ସମୟରେ ସାରଥି ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନ ଙ୍କୁ କହିଲେ “ ପାର୍ଥ , ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ। ଅର୍ଜୁନ ହତ ଚକିତ ହୋଇଗଲେ, ଇୟେ କଣ ଶୁଣୁଛନ୍ତି ! ଶ୍ରୀକୃଷ୍ଣ ଯେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ କିମ୍ବା ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେବେ ନାହିଁ ବୋଲି ସର୍ତ ରଖିଥିଲେ ! ନିରୁତ୍ତର ହୋଇ ଅର୍ଜ୍ଜୁନ ଧନୁ ଓ ଶରକୁ ବଢେଇ ଦେଲେ।

ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ଏକ ବିଶାଳ ଗଜ ଆଡକୁ ଶର ନିକ୍ଷେପ କଲେ । ଶରଟି ଯାଇ ଗଜ ର ମସ୍ତକରେ ନ ବାଜି ତାର ବେକରେ ଝୁଲୁ ଥିବା ବିଶାଳକାୟ ଧାତବ ନିର୍ମିତ ଘଣ୍ଟିରେ ବାଜିଲା ଓ ତାହା ଛିଣ୍ଡି ଭୂମିରେ ପଡ଼ିଲା । ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ। ପଚାରିଲେ “ ସଖା ଆପଣ ଏ କଣ କଲେ ? ମତେ କହିଥିଲେ ମୁଁ ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି । ଆପଣତ ଲକ୍ଷ୍ୟଚ୍ୟୁତ ହେଲେ ?

ଶ୍ରୀକୃଷ୍ଣ ମୃଦୁ ହାସ୍ୟରେ ଅର୍ଜୁନ ଙ୍କୁ କହିଲେ “ ପାର୍ଥ, ମୁଁ ନା ଯୁଦ୍ଧ କରୁଥିଲି ନା ଗଜକୁ ମାରିବାକୁ ଚେଷ୍ଟା କରୁଥିଲି ? ଯୁଦ୍ଧ ତ ତୁମେ କରିବ । ଏବେ ମୁଁ କଣ କଲି ତାହା ତୁମେ ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ତୁମେ ଯୁଦ୍ଧରେ ମନୋନିବେଶ କର।

୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା । କୌରବମାନେ ପରାସ୍ତ ହେଲେ। ଯୁଧ୍ୟ ଶେଷ ହୋଇଗଲେ। ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା । ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ । ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ , ରଥ , ହସ୍ତୀ , ଗଜ ମାନଙ୍କ ଚିତ୍କାର ରେ ପ୍ରକମ୍ପିତ ହଉଥିଲା ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। କୁରୁକ୍ଷେତ୍ରର ଭୂମି ରକ୍ତ ରଞ୍ଜିତ ଖାଲି ଶବ , ଭଗ୍ନ ରଥ, ବର୍ଜିତ ଅସ୍ତ୍ର ଶସ୍ତ୍ର ଦୃଶ୍ୟମାନ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ବାଟରେ କଢେଇ ନେଲେ, ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟିଟି ହସ୍ତୀର ବେକରୁ ଛିଡି ପଡିଥିଲା । ତାକୁ ଉଠେଇବାକୁ କହିଲେ ଅର୍ଜୁନଙ୍କୁ । ଅର୍ଜୁନ ତାହା ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ଝାଡ଼ି ଫୁଡ଼ ଫାଡ ହୋଇ ଉଡି ଆସିଲେ । ୧୮ ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟି ଭିତରେ ! ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ ।ସେମାନେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶକୁ ଉଡି ଗଲେ ନୂତନ ଜୀବିକା ଓ ବାସ ସ୍ଥାନ ସନ୍ଧାନରେ।

ସାଂପ୍ରତିକ କରୋନା ଭଳି ମହା ଵିପତ୍ତି ସମୟରେ ଏହି ଶିକ୍ଷା ନେବା । ଏକ ମହାଯୁଦ୍ଧର ଅବତୀର୍ଣ ସାରା ପୃଥିବୀର ମାନବ ଜାତି। ଆମେ କାହିଁକି ଭାବିବା ନାହିଁ ଯେ ଘର ରୂପକ ଘଣ୍ଟି ଭିତରେ ସୁରକ୍ଷିତ ରହି ଆମେ ନିଜେ, ନିଜ ପରିବାର , ନିଜ ଗ୍ରାମ ଓ ଦେଶର ତଥା ସମସ୍ତ ମାନବ ଜାତିକୁ ସୁରକ୍ଷିତ ରଖିପାରିବା। ଏହି ଯୁଦ୍ଧ ନିଶ୍ଚିତ ସମାପ୍ତ ହେବ ଧର୍ମର ବିଜୟ ହେବ।