Categories
ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ କ୍ରିକେଟରେ ପୃଥକ ପୃଥକ ଅଧିନାୟକ ଓ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିପାରେ ବିସିସିଆଇ

ନୂଆଦିଲ୍ଲୀ: ଚୟନ କମିଟି ହଟାଇବା ପରେ ବିସିସିଆଇ ଆଉ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଟି -୨୦ ଦଳରେ ଜଣେ ନୂତନ ଅଧିନାୟକ ଆଣିବା ସହିତ ଦଳ ପାଇଁ ଅଲଗା ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବାର ଆଲୋଚନା ହେଉଛି। ସମ୍ପ୍ରତି ରାହୁଲ ଦ୍ରାବିଡ଼ ଭାରତୀୟ ଦଳକୁ ତିନୋଟି ଫର୍ମାଟରେ ପ୍ରଶିକ୍ଷଣ ଦେଉଛନ୍ତି, କିନ୍ତୁ ଖୁବ୍ ଶୀଘ୍ର ଏହା ଦେଖିବାକୁ ମିଳିବ ଯେ, ଦ୍ରାବିଡଙ୍କ କାର୍ଯ୍ୟ କେବଳ ଟେଷ୍ଟ ଏବଂ ଦିନିକିଆରେ ସୀମିତ ରହିବ। କ୍ରମାଗତ ଦୁଇଟି ଟି-୨୦ ବିଶ୍ୱକପରେ ନିରାଶ ହେବା ପରେ ବର୍ତ୍ତମାନ ବୋର୍ଡ ଏହି ଫର୍ମାଟକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ଚଳାଇବାକୁ ଚିନ୍ତା କରୁଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, “ଆମେ ଲଗାତାର ହାରିବା ସହ୍ୟ କରିପାରିବୁ ନାହିଁ ଏବଂ ବର୍ତ୍ତମାନ ଆମେ କୌଣସି ସୁଯୋଗ ନେବାକୁ ଚାହୁଁନାହୁଁ। ଆମେ ରୋହିତ ଶର୍ମାଙ୍କ ସହ ଆଲୋଚନା କରୁଛୁ ଏବଂ ସେ ଟି-୨୦ ଫର୍ମାଟରେ ନୂତନ ଅଧିନାୟକ ନିଯୁକ୍ତ କରିବା ପାଇଁ ସଂକେତ ଦେଉଛନ୍ତି। ଆମେ ରାହୁଲଙ୍କ ସହ ମଧ୍ୟ ତାହା କରିବୁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେ ଜଣେ ବଡ କିମ୍ବଦନ୍ତୀ, କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ ଉପରେ ବହୁତ ଭାର ରହିଛି ଏବଂ ଆମେ ଏହାକୁ ହ୍ରାସ କରିବାକୁ ଚାହୁଁଛୁ। ଆମେ ଶୀଘ୍ର ତାଙ୍କୁ ଭେଟିବୁ।

ଧୋନିଙ୍କୁ ଭାରତୀୟ ଟି-୨୦ ଦଳରେ ଆଣିବାକୁ ପ୍ରସ୍ତୁତି ଚାଲିଛି। ଭାରତୀୟ ପ୍ରିମିୟର ଲିଗର ଆଗାମୀ ସିଜିନ ଖେଳିବା ପରେ ଧୋନି କ୍ରିକେଟରୁ ଅବସର ନେବେ ବୋଲି ବିଶ୍ୱାସ କରାଯାଉଛି ଏବଂ ବିସିସିଆଇ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ଧୋନି ଏହି ଖେଳକୁ ବହୁତ ଭଲ ଭାବରେ ବୁଝନ୍ତି ଏବଂ ସେ ଏଥିପାଇଁ ଖେଳାଳିମାନଙ୍କୁ ଭଲ ଭାବରେ ପ୍ରସ୍ତୁତ କରିପାରିବେ। ଧୋନିଙ୍କୁ ଦଳର ନିର୍ଦ୍ଦେଶକ କରିବା ପାଇଁ ପ୍ରସ୍ତୁତି ଚାଲିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଚ୍‌) ଭାବେ ନିଯୁକ୍ତି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍‌) ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ।

ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍‌ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ କ୍ୟାରିୟର ରହିଥିଲା ଓ ଜଣେ ୱିକେଟ ରକ୍ଷକ ଭାବେ ଟେଷ୍ଟରେ ସର୍ବାଧିକ ଆଉଟ୍ କରାଇବାର ରେକର୍ଡ ତାଙ୍କ ନାମରେ ରହିଛି। ଖେଳାଳି ଭାବେ ଅବସର ଗହଣ କରିବା ପରେ ଦକ୍ଷିଣ ଆଫ୍ରିକାର ଏକ ଶୀର୍ଷ ସ୍ତରର କ୍ରିକେଟ୍ ଫ୍ରାଂଚାଇଜି ଟାଇଟାନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କ ଅଧୀନରେ ଟାଇଟାନ୍ସ ପାଂଚଟି ଘରୋଇ ଟାଇଟଲ ବିଜୟୀ ହୋଇଛି। ୨୦୧୯ରେ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା ଯେଉଁଠାରେ ତାଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା ଦଳ ୧୧ ଟେଷ୍ଟ, ୧୨ ଏକଦିବସୀୟ ଓ ୨୩ଟି ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି।

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, ‘ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍‌ସକୁ ସ୍ୱାଗତ କରିବା ଆମ ପାଇଁ ଖୁସିର ବିଷୟ। ପଡ଼ିଆ ଭିତରେ ଓ ବାହାରେ ଜଣେ କୋଚ୍ ଭାବରେ ପ୍ରମାଣିତ ଦକ୍ଷତା ବଳରେ ନିଜ ଟିମ୍‌କୁ ଏକାଧିକ ବିଜୟ ଦିଗରେ ମାର୍ଗଦର୍ଶନ କରିଥିବା ମାର୍କ ଏମ୍‌ଆଇରେ ଉଲ୍ଲେଖନୀୟ ଯୋଗଦାନ କରିବେ ଓ ଏହାର ପରମ୍ପରାକୁ ଆଗକୁ ବଢ଼ାଇବେ।’’

ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ୍ ଶ୍ରୀଯୁକ୍ତ ମାର୍କ ବାଉଚର କହିଛନ୍ତି ଯେ, ‘ଏମ୍‌ଆଇର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବା ସମ୍ମାନର ବିଷୟ। ଏକ ଫ୍ରାଂଚାଇଜି ଭାବେ ସେମାନଙ୍କ ଇତିହାସ ଓ ସଫଳତା ସେମାନଙ୍କୁ ସ୍ପଷ୍ଟ ଭାବେ କ୍ରୀଡ଼ା ଦୁନିଆରେ ଅନ୍ୟତମ ସଫଳ ସ୍ପୋର୍ଟସ୍ ଫ୍ରାଂଚାଇଜିରେ ପରିଣତ କରିଛି । ଶ୍ରେଷ୍ଠ ନେତୃତ୍ୱ ଓ ଖେଳାଳିଙ୍କ ସହ ଏହା ହେଉଛି ଏକ ଦୃଢ଼ ୟୁନିଟ୍। ଏହି ଚମତ୍କାର ୟୁନିଟ୍‌ରେ ଯୋଗଦାନ କରି ସମୃଦ୍ଧ କରିବାକୁ କରିବାକୁ ମୁଁ ଚାହିରହିଛି।’’

Categories
ଆଜିର ଖବର ଖେଳ ଜାତୀୟ ଖବର

ରାହୁଲ ଦ୍ରାବିଡ କରୋନା ପଜିଟିଭ, ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ଗ୍ରହଣ କରିପାରନ୍ତି ଲକ୍ଷ୍ମଣ

ନୂଆଦିଲ୍ଲୀ: ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡ ୟୁଏଇ ଯିବା ପୂର୍ବରୁ କୋଭିଡ ପରୀକ୍ଷା କରିଥିଲେ। ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଏସିଆ କପ୍‌ର ଉଦଘାଟନୀ ମ୍ୟାଚରେ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିବ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ରାହୁଲ ଦ୍ରାବିଡ ନିଜେ ଏସିଆ କପରୁ ବାହାରିପାରନ୍ତି। ତେବେ ରାହୁଲ ଦ୍ରାବିଡଙ୍କ ବିଷୟରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଅପଡେଟ୍ ଜାରି କରାଯାଇ ନାହିଁ। ଏହାପୂର୍ବରୁ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ଜିମ୍ବାୱେ ଗସ୍ତରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ପଠାଯାଇଥିଲା।

ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଅଟନ୍ତି। କେବଳ ଏତିକି ନୁହେଁ, ଲକ୍ଷ୍ମଣ ଗତ ତିନି ମାସ ମଧ୍ୟରେ ଟିମ୍ ଇଣ୍ଡିଆ ସହିତ ଜଡିତ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି -୨୦ ସିରିଜର ଶେଷ ମ୍ୟାଚରେ ଲକ୍ଷ୍ମଣ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଥିଲେ।

ଏହା ପରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆୟର୍ଲାଣ୍ଡ ଗସ୍ତରେ ପଠାଯାଇଥିଲା। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଲକ୍ଷ୍ମଣ ମଧ୍ୟ ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକାରେ ଥିଲେ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୩-୦ରେ ପରାସ୍ତ କରିଥିବାବେଳେ ଲକ୍ଷ୍ମଣ ମୁଖ୍ୟ ପ୍ରଶିକ୍ଷକ ଥିଲେ।

ପ୍ରକାଶ ଥାଉ କି ଟିମ୍ ଇଣ୍ଡିଆ ଆଜି ଏସିଆ କପ୍ ପାଇଁ ୟୁଏଇ ଗସ୍ତ କରିବାକୁ ଯାଉଛି। ତେବେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆ ସହିତ ୟୁଏଇ ଯିବେ ନାହିଁ। ଜିମ୍ବାୱେରୁ ୟୁଏଇ ଆସୁଥିବା ଖେଳାଳିଙ୍କ ସହ ଭିଭିଏସ୍ ଲକ୍ଷ୍ମଣ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ଯୋଗ ଦେଇ ପାରନ୍ତି।

ଏସିଆ କପରେ ଟିମ୍ ଇଣ୍ଡିଆର ଅଭିଯାନ ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବ। ଦଳକୁ ପ୍ରଥମ ମ୍ୟାଚରେ ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ଦଳ ସହ ଲଢେଇ କରିବାକୁ ପଡିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପାଇଁ ଚ୍ୟାଲେଞ୍ଜ ସହଜ ହେବ ନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରିଦ୍ଧିମାନ ସାହାଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ ଦ୍ରାବିଡ, ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ରିଦ୍ଧିମାନ ସାହାଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ଭବିଷ୍ୟତ ବିଷୟରେ ବାର୍ତ୍ତାଳାପକୁ ସାହା ପ୍ରକାଶ କରିବାକୁ ନେଇ ଦ୍ରାବିଡ କୌଣସି ଆଘାତ ପାଇନାହାଁନ୍ତି। ଦ୍ରାବିଡ଼ ବିଶ୍ୱାସ କରନ୍ତି ଯେ, ଅନୁଭବୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସ୍ପଷ୍ଟତା ପାଇବାକୁ ଯୋଗ୍ୟ। ନିକଟରେ ସାହା ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇ ନଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ, ଗତ ମାସରେ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଦ୍ରାବିଡ ତାଙ୍କୁ ପାରସ୍ପରିକ ଆଲୋଚନାରେ ଅବସର ନେବାକୁ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ।

ଦ୍ରାବିଡ କହିଛନ୍ତି ଯେ, ସାହାଙ୍କ ସହ କଥା ହେବା ପଛରେ ଉଦ୍ଦେଶ୍ୟ ହେଉଛି ଯେ ଦଳରେ ତାଙ୍କର ସ୍ଥିତି ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ଅଛି ଏବଂ ସେ ଏଥିରେ ଦୁଃଖିତ ନୁହଁନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଭାରତର ୩-୦ ବିଜୟ ପରେ ଦ୍ରାବିଡ କହିଛନ୍ତି ଯେ, ମୁଁ ପ୍ରକୃତରେ କୌଣସି ଆଘାତ ପାଇ ନାହିଁ। ସାହା ଏବଂ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ପାଇଁ ମୋର ବହୁତ ସମ୍ମାନ ରହିଛି। ମୋର ବାର୍ତ୍ତାଳାପ ଏହି ପ୍ରସଙ୍ଗରେ ଥିଲା। ମୁଁ ଭାବୁଛି ସେ ସତ୍ୟ ଏବଂ ସ୍ପଷ୍ଟତାର ଯୋଗ୍ୟ ଅଟନ୍ତି।

ସାହା ଭାରତ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସିରିଜ୍ ବିପକ୍ଷ ଆଗାମୀ ସିରିଜ୍ ପାଇଁ ୩୭ ବର୍ଷୀୟ ୱିକେଟ୍ କିପରଙ୍କୁ ଦଳରେ ଚୟନ କରାଯାଇ ନାହିଁ। ସେ ରଣଜୀ ଟ୍ରଫିରେ ମଧ୍ୟ ଖେଳୁ ନାହାଁନ୍ତି। ଦ୍ରାବିଡ କହିଛନ୍ତି ଯେ, ଖେଳାଳିମାନେ ଏହାକୁ ପସନ୍ଦ କରନ୍ତୁ କିମ୍ବା ନକରନ୍ତୁ, ତଥାପି ସେ ଏଭଳି ସ୍ପଷ୍ଟତା ଜାରି ରଖିବେ। ସେ କହିଛନ୍ତି ଯେ, “ଖେଳାଳିଙ୍କ ସହ ମୁଁ ନିୟମିତ ଏଭଳି ଆଲୋଚନା କରେ। ମୁଁ ଆଶା କରେ ନାହିଁ ଯେ, ଖେଳାଳିଙ୍କ ବିଷୟରେ ମୁଁ ଯାହା କହୁଛି ସେମାନେ ସର୍ବଦା ସହମତ ହେବେ।

ଦ୍ରାବିଡ କହିଛନ୍ତି ଯେ, ଖେଳୁଥିବା ଏକାଦଶ ଚୟନ କରିବା ପୂର୍ବରୁ ସେ ଖେଳାଳିଙ୍କ ସହ କଥାବାର୍ତ୍ତା କରିବାର ରଣନୀତି ଆପଣେଇଛନ୍ତି। ଖେଳୁଥିବା ଏକାଦଶ ଚୟନ ପୂର୍ବରୁ ମୁଁ ସର୍ବଦା ଏହିପରି ଆଲୋଚନାରେ ବିଶ୍ଵାସ କରେ ଏବଂ ଜଣେ ଖେଳାଳି କାହିଁକି ଖେଳୁନାହାଁନ୍ତି ସେ ବିଷୟରେ ମୁଁ ଜାଣିବା ପାଇଁ ପ୍ରସ୍ତୁତ। ଜଣେ ଖେଳାଳୀ ନିରାଶ ହେବା ଏବଂ ଆଘାତ ପାଇବା ସ୍ୱାଭାବିକ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପାଇଁ ନିକଟତର ହେଲେ ରାହୁଲ ଦ୍ରାବିଡ, ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାହୁଲ ଦ୍ରାବିଡ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। କାରଣ ଏହା ଆବେଦନ କରିବା ଲାଗି ସମୟ ସୀମାର ଶେଷ ଦିନ ଥିଲା। ବୋଲିଂ କୋଚ୍ ପାରାସ୍ ମମ୍ବ୍ରେ ଏବଂ ଫିଲ୍ଡିଂ କୋଚ୍ ଅଭୟ ଶର୍ମା ଏନସିଏରେ ଆବେଦନ କରିସାରିଛନ୍ତି। ତାଙ୍କର ଆବେଦନ କେବଳ ଏକ ଔପଚାରିକତା ଥିଲା।

ଦ୍ରାବିଡ ନିକଟରେ ଦୁବାଇରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ। ସୂଚନାନୁସାରେ, ଦୁବାଇରେ ଆଇପିଏଲ୍ ଫାଇନାଲ୍ ରାତିରେ ବିସିସିଆଇ ସଚିବ ଜୟ ଶାହା ଏବଂ ସଭାପତି ସୌରଭ ଗାଙ୍ଗୁଲି ରାହୁଲ ଦ୍ରାବିଡଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ବିସିସିଆଇ ବୋର୍ଡ ରାହୁଲ ଦ୍ରାବିଡଙ୍କଠାରୁ ଜାଣିବାକୁ ଚେଷ୍ଟା କରିଥିଲା, ସେ କଣ ଚାହୁଁଛନ୍ତି ଏବଂ ବୋର୍ଡ ତାଙ୍କୁ କଣ ଦେଇପାରେ।

କିଛି ସମୟ ପୂର୍ବରୁ ରାହୁଲ ଦ୍ରାବିଡ କୋଚ ହେବାକୁ ମନା କରିଦେଇଥିଲେ। କିନ୍ତୁ ବିସିସିଆଇର ଅନେକ ଉଦ୍ୟମ ପରେ ସେ ଏଥିରେ ରାଜି ହୋଇଥିଲେ। ରାହୁଲ ଦ୍ରାବିଡ ୨୦୨୩ ପର୍ଯ୍ୟନ୍ତ ଏକ ଚୁକ୍ତି କରିପାରିବେ। ଦ୍ରାବିଡ ବର୍ତ୍ତମାନ ଭାରତୀୟ ଜୁନିୟର ଦଳର ପ୍ରଶିକ୍ଷକ ଏବଂ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ମୁଖ୍ୟ ଅଟନ୍ତି।

ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଶାସ୍ତ୍ରୀ ତାଙ୍କ ଚୁକ୍ତି ବଢାଇବାକୁ ଚାହୁଁନାହାଁନ୍ତି। ରବି ଶାସ୍ତ୍ରୀଙ୍କୁ ୫୯ ବର୍ଷ ବୟସ ହୋଇଛି। ସେ ଗତ ସାତ ବର୍ଷ ଧରି ଟିମ୍ ଇଣ୍ଡିଆ ସହିତ ଜଡିତ ଅଛନ୍ତି। ୨୦୧୪ ମସିହାରେ ରବି ଶାସ୍ତ୍ରୀ ନିର୍ଦ୍ଦେଶକ ଭାବରେ ଟିମ୍ ଇଣ୍ଡିଆ ସହିତ ଜଡିତ ହୋଇଥିଲେ। ୨୦୧୬ ମସିହାରେ କିନ୍ତୁ ରବି ଶାସ୍ତ୍ରୀଙ୍କୁ ଅନିଲ କୁମ୍ବଲେ କୋଚ୍ ହେବା ପରେ ଏକ ବର୍ଷ ପାଇଁ ଟିମ୍ ଇଣ୍ଡିଆଠାରୁ ଦୂରରେ ରହିବାକୁ ପଡ଼ିଲା। ବିରାଟ କୋହଲିଙ୍କ ପ୍ରଥମ ପସନ୍ଦ ହୋଇ ରବି ଶାସ୍ତ୍ରୀ ୨୦୧୭ ମସିହାରେ କୋଚ୍ ଭାବରେ ଟିମ୍ ଇଣ୍ଡିଆକୁ ଫେରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିରାଟ କୋହିଲି ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବେ ରବି ଶାସ୍ତ୍ରୀ!

ନୂଆଦିଲ୍ଲୀ: ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଏକ ନୂତନ କୋଚ୍ ନିଯୁକ୍ତି ହୋଇପାରନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଟି -୨୦ ବିଶ୍ୱକପ ପରେ ସେ ଆଉ ଟିମ୍ ଇଣ୍ଡିଆର କୋଚ୍ ହେବେ ନାହିଁ। ରବି ଶାସ୍ତ୍ରୀ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି, ତେଣୁ ସେ ଜଣେ ପ୍ରଶିକ୍ଷକ ଭାବରେ ଯାହା ହାସଲ କରିବାକୁ ଚାହୁଁଥିଲେ ତାହା ହାସଲ କରିବାରେ ସଫଳ ହୋଇଛନ୍ତି।

ତେବେ ଏହା ପୂର୍ବରୁ ଅଧିନାୟକ ବିରାଟ କୋହିଲି ମଧ୍ୟ ପଦ ଛାଡିବା ନେଇ ସଙ୍କେତ ଦେଇଛନ୍ତି। ଟି-୨୦ ବିଶ୍ଵକପ ପରେ ବିରାଟ ଦଳର ଅଧିନାୟକ ପଦ ଛାଡିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। କିନ୍ତୁ ସେ ଦିନିକିଆ ଏବଂ ଟେଷ୍ଟ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି।