Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶିଶୁ ମହୋତ୍ସବ ସୁରଭି-୨୦୨୨: ଆକର୍ଷଣ ସାଜିଲା ‘ମିଟ୍‌ ଦି ପର୍ସନାଲିଟି’ ‘ଛାୟା ବିଧାନସଭା’

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ର ଆଜି ଥିଲା ଦ୍ୱିତୀୟ ଦିବସ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘ମିଟ୍‌ ଦ ପର୍ସନାଲିଟି’ ଓ ‘ଛାୟା ବିଧାନସଭା’ କାର୍ଯ୍ୟକ୍ରମ ଦ୍ୱିତୀୟ ଦିବସର ମୁଖ୍ୟ ଆକର୍ଷଣ ସାଜିଥିଲା।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିକଟରୁ ଦେଖିବାର ଓ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିବାର ସୁଯୋଗ ଦେଇଥିଲା ଏହି ନିଆରା କାର୍ଯ୍ୟକ୍ରମ । ଟେଲିଭିଜନ୍‌ର ବଡ଼ ପରଦାରେ ଦେଖିଥିବା ସଫଳ ବ୍ୟକ୍ତିତ୍ୱମାନଙ୍କର ଜୀବନ କାହାଣୀ ଶୁଣିବା ସହ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ ପିଲାମାନେ।

ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା, ଅଭିନେତା, ଉଦ୍ୟୋଗୀ, ଚିତ୍ରଶିଳ୍ପୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କୁ ଏକାଠି କରିଥିଲା ‘ସୁରଭି-୨୦୨୨’ । ପିଲାମାନଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆୟୋଜିତ ‘ମିଟ୍‌ ଦ ପର୍ସନାଲିଟି’ କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ, ପ୍ରଶାସନିକ ଅଧିକାରୀ ରୀନା ପ୍ରଧାନ, ଏମସ୍‌, ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଅଶୋକ ମହାପାତ୍ର, ‘ମେଡ୍‌ଟେଲ୍‌’ର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗୀ ଶ୍ରୀ ଡ. ଲଳିତ ମାଣିକ୍‌ ଏବଂ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ।

କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଦୃଢ଼ ମନୋବଳ ନେଇ ଆଗକୁ ବଢ଼ିଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟ ହାସଲ କରିହୁଏ । ବର୍ତ୍ତମାନ ପିଲାମାନଙ୍କ ନିକଟରେ ଅନେକ ସୁବିଧାସୁଯୋଗ ଉପଲବ୍ଧ ଅଛି । ତାହାର ସଦୁପଯୋଗ କରି ନିଜର ସ୍ୱପ୍ନ ପୂରଣ ଓ ଲକ୍ଷ୍ୟ ହାସଲ କରିବାକୁ ଉପସ୍ଥିତ ବକ୍ତାମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଆୟେଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସୁରଭି ଦ୍ୱିତୀୟ ଦିବସରେ ଦିନତମାମ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ କର୍ମଶାଳା ଆୟୋଜନ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର କୁମାର ତି୍ରପାଠୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌., ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଅନୁପମ ସାହାଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ପିଲାମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ‘ଛାୟା ବିଧାନସଭା’ର ଏକ ପ୍ରକୃଷ୍ଟ ମଞ୍ଚ ହୋଇଥିଲା। ମଧ୍ୟାହ୍ନରେ ‘ଛାୟା ବିଧାନସଭା’ର ଆକଳନ କରି ସୁରଭି ପରିସରରେ ସତେ ଯେମିତି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ମହାପାତ୍ର, ‘ମୋ ସ୍କୁଲ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Categories
ଆଜିର ଖବର

ଶିଶୁ ଦିବସରେ ଚଳଚ୍ଚିତ୍ର “ଦମନ” ଦେଖିଲେ KIIS ଶିକ୍ଷା ନିକେତନ ଛାତ୍ରଛାତ୍ରୀ

ଭୁବନେଶ୍ବର: କଟକର ବୃନ୍ଦାବନ ହଲ୍ ରେ ଶିଶୁ ଦିବସ ଅଵସରରେ ଦମନ୍‌ ଟିମ୍ ସହ ଫିଲ୍ମ “ଦମନ” ଦେଖିଲେ KIIS ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ। ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ ଆଉ ଦକ୍ଷିଣୀ ନାୟକ ଷ୍ଟାଇଲର ଧୂଳି ଉଡ଼ା ଫାଇଟ ବି ନାହିଁ। ଫିଲ୍ମର ଚରିତ୍ର ମାତ୍ର ଦୁଇ ଜଣ, ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ। ସାଙ୍ଗରେ ଜଣେ ସେବିକା…। ତଥାପି ସବୁ ଦିନ ହାଉସଫୁଲ କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ “ଦମନ” କୁ ବିପୁଳ ସମର୍ଥନ ମିଳିଛି।

ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ଇତିହାସ। ଆଉ ଏହି ଖୁସିରେ ସାମିଲ ହୋଇଛି କିସ୍ ଶିକ୍ଷା ନିକେତନ। ଆଜି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସହ ହଲରେ କିସ୍ ଶିକ୍ଷାନିକେତନର ଚେୟାରମ୍ୟାନ ପ୍ରତାପ ଶଙ୍କର ମିଶ୍ର, ଭାଇସ ଚେୟାରମ୍ୟାନ୍ ଗୀତାଞ୍ଜଳୀ ମିଶ୍ର, ପରମର୍ଶଦାତା ମନୋରଞ୍ଜନ ବେହୁରା, ନିର୍ଦ୍ଦେଶକ ସରୋଜ ଦାସ, ସିଦ୍ଧାର୍ଥ ଶଙ୍କର ସାହୁ, ଅଭିଜିତ୍ ଦାସ , ଟ୍ରଷ୍ଟି ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

“ଆସ ଓଡିଆ ସିନେମା ବଞ୍ଚାଅ ଅଭିଯାନ” ଆଜି ସଫଳ ହୋଇଛି। ସବୁବର୍ଗର ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ। ସେଥିପାଇଁ “ଦମନ” କୁ ପ୍ରଥମେ ୧୦ଟି ହଲ୍ ପରେ ୪୩ ଟି ହଲ୍ ରେ ଗୋଟିଏ ଗୋଟିଏ ସୋ ଆଉ ଏବେ ୫୩ଟି ହଲ୍ ହାଉସଫୁଲ୍ ଚାଲିଛି। ଓଡିଶା ବାହାରେ କୋଲକାତା, ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦରେ ଦୁଇ ଦୁଇଟି ସୋ ହାଉସଫୁଲ୍।
ଅଭିନେତା ବାବୁସାନ ଓ ଦିପନ୍ବୀତ ବ୍ୟତୀତ ଅନ୍ୟ ସମସ୍ତ କଳାକାର ଏଥିରେ ନବାଗତ।  ଫୁଲ ଦମରେ ଆଗେଇ ଚାଲିଛି “ଦମନ”। ଆଇଏମଡିବି ରେଟିଙ୍ଗରେ ବି ୯.୭ ପାଇ ସର୍ବଭାରତୀୟସ୍ତରରେ ନୂଆ କୀର୍ତ୍ତିମାନ ରଚିଛି। କେଜିଏଫ, ଆରଆରଆର ଭଳି ସୁପରହିଟ ସିନେମାକୁ ପଛରେ ପକାଇଛି “ଦମନ”।

Categories
ଆଞ୍ଚଳିକ

ପୂର୍ବତଟ ରେଳପଥ ପରିଚାଳିତ ଫୁଲୱାରୀ ସ୍କୁଲରେ ଶିଶୁ ଦିବସ ପାଳନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପରିଚାଳିତ ଫୁଲୱାରୀ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋରୋର ସଭାପତି ରାଧା ସୁନକର ସଂଗଠନର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ବଣ୍ଟନ କରିଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଶିଶୁ ଦିବସରେ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେଜମିନ୍ ପର୍‌”

ଭୁବନେଶ୍ୱର : ‘ଉଡ୍ର’ ଚାରିଟେବୁଲ୍‌ଟ୍ରଷ୍ଟ ପକ୍ଷରୁ “ତାରେଜମିନ୍ ପର୍‌” ଏକ ନିଆରା କାର୍ଯ୍ୟକ୍ରମ ଝାରପଡାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍‌ ଜୋନ୍‌ଠାରେ ଆୟୋଜନ କରାଯାଇଥିଲା । ‘ଉଡ୍ର’ ଚାରିଟେବୁଲ୍‌ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍‌ ଯୋଗେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ସେଠାରେ ଥିବାଗେମ୍‌ଜୋନ୍‌ରେ ପିଲାମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଖେଳ ସାମଗ୍ରୀର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ସେଠାରେ ଥିବା ପିଜ୍ଜା ହଟ୍ ଓ ଡୋମିନେଟ୍‌ରେ ପିଲାମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇଥିଲେ । ଏହି ଅବସରରେ ‘ଉଡ୍ର’ ଚାରିଟେବୁଲଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ “ଖୁସି ବାଂଟିଲେ ଖୁସି ବଢେ” ।

‘ଉଡ୍ର’ ଚାରିଟେବୁଲ୍‌ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟ ସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଆଶ୍ରମର ପିଲାମାନେ ଏହି କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ପିଲାମାନେ ‘ଉଡ୍ର’ ଚାରିଟେବୁଲଟ୍ରଷ୍ଟର କର୍ମକର୍ତାମାନଙ୍କୁ ଧନ୍ୟବାଦ ଦେବା ସହିତ ‘ଉଡ୍ର’ ଅନୁଷ୍ଠାନର ଶୁଭମନାସୀ ଥିଲେ ।

ଶେଷରେ ପିଲାମାନଙ୍କୁ ସେହି ବସ୍‌ ଯୋଗେ ସେମାନଙ୍କ ଆଶ୍ରମରେ ଛଡା ଯାଇଥିଲା । ଏହି କାର୍ଯ୍ୟକ୍ରମରେ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ. ଆଇ.ପି.ଏସ୍‌.ସୌମେନ୍ଦ୍ର ପ୍ରିୟଦର୍ଶୀ, ଉତ୍କଳ ଗ୍ୟାଲେରିଆର ଡାଇରେକ୍ଟର ପୁର୍ଣ୍ଣିମା ବୈଦ୍ୟ, ମଧୁରମୟୀ ଆଶ୍ରମର ସୁପରିଟେଣ୍ଡେଂଟ୍ ନିରୋଜା ଲକ୍ଷ୍ମୀ ମହାପାତ୍ର, ସିନେ ଅଭିନେତ୍ରୀ ପୁନମ ମିଶ୍ର, ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡଃ. ସୂର୍ଯ୍ୟ ପ୍ରକାଶ ଏସ୍‌. ଚୌଧୁରୀ, ଆଦିତ୍ୟ ଚୌଧୁରୀ, ବୈଷ୍ଣବ ଭୋଳ, ପୱନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ, ସତ୍ୟସୁମନ, ଅମୂଲ୍ୟ ସ୍ୱାଇଁ, ସି.ଏ. ସମିର ପରିଜା ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଭୁବନେଶ୍ବରର ସ୍ବାମୀଜୀ ପବ୍ଲିକ ସ୍କୁଲରେ ପାଳିତ ହେଲା ଶିଶୁ ଦିବସ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଲକ୍ଷ୍ମୀସାଗର କଟକ ରୋଡସ୍ଥିତ ସ୍ବାମୀଜୀ ପବ୍ଲିକ ସ୍କୁଲରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବ୍ୟବସାୟୀ ସୁବଳ ବେହେରା, ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା, ସମାଜସେବୀ ଉମେଶ ଖଣ୍ଡେଲୱାଲା ଏବଂ ପ୍ରଦୀପ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଏଥିରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

ସେହିପରି ଶିକ୍ଷକଶିକ୍ଷୟତ୍ରୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ସଂଧ୍ୟାରାଣୀ ପାଇକରାୟ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ। ଶେଷରେ ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜବାହାରଲାଲ ନେହୁରଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ସୋନିଆ, ଖଡଗେ

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କୁ ଜନ୍ମ ତିଥୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ସୋନିଆ ଗାନ୍ଧୀ। ଆଜି ସକାଳୁ ସେ ନେହୁରଙ୍କ ସମାଧୀପିଠକୁ ଯାଇ ସେଠାରେ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ଏଥିସହିତ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନେହୁରଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେ ସୋନିଆଙ୍କ ସହିତ ନେହୁରଙ୍କ ସମାଧୀପିଠକୁ ଯାଇ ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ନେହୁରଙ୍କ ଜନ୍ମତିଥୀରେ ସାରା ଭାରତରେ ଶିଶୁ ଦିବସ ପାଳିତ ହୁଏ।

Categories
ଆଜିର ଖବର

ନଭେମ୍ବର ୧୪ ରେ ଶିଶୁ ଦିବସ, ହେଲେ ପ୍ରଥମେ ଭିନ୍ନ ଏକ ଦିନରେ ଏହା ହେଉଥିଲା ପାଳନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମ ବାର୍ଷିକୀ। ଦେଶର ସ୍ବାଧୀନତା ପରେ, ୧୫ ଅଗଷ୍ଟ ୧୯୪୭ ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ ୧୯୬୪ ପୂର୍ବରୁ ଅର୍ଥାତ ନେହେରୁଙ୍କ ମୃତ୍ୟୁ ପୂର୍ବରୁ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନ ଅର୍ଥାତ୍ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।

ନେହେରୁ ୧୫ ବର୍ଷ ବୟସରେ ଇଂଲଣ୍ଡ ଯାଇଥିଲେ ଏବଂ ହାରୋରେ ଦୁଇ ବର୍ଷ ରହିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, ଯେଉଁଠାରୁ ସେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୨ ମସିହାରେ ଭାରତ ଫେରିବା ପରେ ସେ ସିଧା ରାଜନୀତିରେ ଯୋଗ ଦେଇଥିଲେ। ୧୯୧୨ ମସିହାରେ ସେ ପ୍ରତିନିଧୀ ଭାବରେ ବାଙ୍କିପୁର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୧୯ ମସିହାରେ ହୋମ ରୁଲ ଲିଗ ଅଫ ଆହ୍ଲାବାଦର ସଚିବ ହୋଇଥିଲେ। ୧୯୧୬ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ, ଯାହାଙ୍କଠାରୁ ସେ ବହୁତ ଅନୁପ୍ରାଣିତ ମଧ୍ୟ ହୋଇଥିଲେ।

ପଣ୍ଡିତ ନେହେରୁ ୧୪ ନଭେମ୍ବର ୧୮୮୯ ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ନେହେରୁ ପିଲାମାନଙ୍କୁ ଅଧିକ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେଥିପାଇଁ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୪୭ ମସିହାରେ ଦେଶର ସ୍ବାଧୀନତା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ପରଲୋକ ହୋଇଥିଲା।

ଅନେକ ଦେଶରେ ଜୁନ୍ ୧ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ କିଛି ଦେଶ ନଭେମ୍ବର ୨୦ ରେ ଶିଶୁ ଦିବସ ମଧ୍ୟ ପାଳନ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶିଶୁ ଦିବସ: ନେହୁରଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ। ଦେଶ ଏହାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ଲେଖିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀର ଶାନ୍ତି ବନରେ ପହଞ୍ଚି ତାଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ନଭେମ୍ବର 14 ତାରିଖ ଶିଶୁ ଦିବସ, ହେଲେ ଏହା ଭିନ୍ନ ଏକ ଦିନରେ ହେଉଥିଲା ପାଳନ, କେବେ ?

ନୂଆଦିଲ୍ଲୀ: ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମ ବାର୍ଷିକୀ। ଦେଶର ସ୍ବାଧୀନତା ପରେ, 15 ଅଗଷ୍ଟ 1947 ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ 1964 ପୂର୍ବରୁ ଅର୍ଥାତ ନେହେରୁଙ୍କ ମୃତ୍ୟୁ ପୂର୍ବରୁ 20 ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନ ଅର୍ଥାତ୍ 14 ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।

ନେହେରୁ 15 ବର୍ଷ ବୟସରେ ଇଂଲଣ୍ଡ ଯାଇଥିଲେ ଏବଂ ହାରୋରେ ଦୁଇ ବର୍ଷ ରହିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, ଯେଉଁଠାରୁ ସେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। 1912 ମସିହାରେ ଭାରତ ଫେରିବା ପରେ ସେ ସିଧା ରାଜନୀତିରେ ଯୋଗ ଦେଇଥିଲେ। 1912 ମସିହାରେ ସେ ପ୍ରତିନିଧୀ ଭାବରେ ବାଙ୍କିପୁର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ 1919 ମସିହାରେ ହୋମ ରୁଲ ଲିଗ ଅଫ ଆହ୍ଲାବାଦର ସଚିବ ହୋଇଥିଲେ। 1916 ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ, ଯାହାଙ୍କଠାରୁ ସେ ବହୁତ ଅନୁପ୍ରାଣିତ ମଧ୍ୟ ହୋଇଥିଲେ।

ପଣ୍ଡିତ ନେହେରୁ 14 ନଭେମ୍ବର 1889 ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ନେହେରୁ ପିଲାମାନଙ୍କୁ ଅଧିକ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେଥିପାଇଁ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। 1947 ମସିହାରେ ଦେଶର ସ୍ବାଧୀନତା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। 1964 ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ପରଲୋକ ହୋଇଥିଲା।

ଅନେକ ଦେଶରେ ଜୁନ୍ 1 କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ କିଛି ଦେଶ ନଭେମ୍ବର 20 ରେ ଶିଶୁ ଦିବସ ମଧ୍ୟ ପାଳନ କରୁଛନ୍ତି।