Categories
ଆଜିର ଖବର ଧର୍ମ

ରଥ ନିର୍ମାଣ: ତିନି ରଥର ପ୍ରଥମ ଭୁଇଁ ପଡି ଦ୍ୱିତୀୟ ଭୁଇଁର ଛକାଠ’ ଉଠିଥିଲା, ଜାଣନ୍ତୁ ଏହା କଣ

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି।

ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଦେବସ୍ନାନ ପୂର୍ଣ୍ଣିମା: ପୁରୀରେ ଲାଗିବ 144 ଧାରା, ଏଥର ମଧ୍ୟ ପୁରୀ ଗଜପତି କରିବେନି ଛେରା ପହଁରା

ପୁରୀ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ। ଏଥର ମଧ୍ୟ କରୋନା ପାଇଁ ଭକ୍ତମାନେ ପୁରୀରେ ଏକାଠି ହୋଇପାରିବେ ନାହିଁ। ସେଥିପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଏହି୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ।

ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ । କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ବୋଲି ଗଜପତିଙ୍କ କାର୍ଯ୍ୟାଳୟରୁ ଅବଗତ କରାଯାଇଛି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ତାଙ୍କ ମୁଦିରସ୍ତ ଛେରା ପହଁରା କରିବେ। ଗତ ବର୍ଷ ମଧ୍ୟ ସେହି ମୁଦିରସ୍ତ କରିଥିଲେ।

ଚଳିତ ବର୍ଷ ବିଳମ୍ବିତ ରାତ୍ରୀରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ ବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦, ନୂଆଲୁଗା ଲାଗି- ୧୦ଟା, ଛେରାପହଁରା- ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ।

ହାତୀ ବେଶ ପରେ ସାହାଣ ମେଲା ବା ସାଧାରଣ ଦର୍ଶନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ସାହଣମେଲା ବନ୍ଦ କରାଯାଇଛି। ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତି କରିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସଂଧ୍ୟାରେ ଶ୍ରୀମନ୍ଦିରରେ ହେବ ରାଜେନ୍ଦ୍ରାଭିଷେକ ନୀତି, ଜାଣନ୍ତୁ ଏହା କଣ, କିପରି ପାଳିତ ହୋଇଥାଏ

ପୁରୀ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସନ୍ଧ୍ୟାଧୂପ ସରିବା ପରେ, ଶ୍ରୀ ମଦନମୋହନ ଆଜ୍ଞାମାଳ ପାଇ, ଭୋଗ ବାଟ ଗଣେଶଙ୍କ ପାଖରେ ପଡିଥିବା ଖଟୁଲି ଉପରେ ବିଜେ କରିଥାନ୍ତି। ଭିତର ଶୋଧ ହେବା ପରେ, ଜୟବିଜୟ ଦ୍ଵାର ବନ୍ଦ ହୋଇ ଜଗମୋହନ ଅନ୍ଧକାର କରାଯାଇଥାଏ ଏବଂ ପ୍ରଭୁଙ୍କୁ ଆଲଟ ଲାଗି ହୋଇଥାଏ।

ଏହା ପରେ ଜଣେ ସେବକ ଆସି ଶ୍ରୀ ମଦନମୋହନଙ୍କଠାରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇଥାନ୍ତି। ଏହା ପରେ, ମହାପ୍ରଭୁ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ବଟମୂଳ ସ୍ଥିତ ରଥରେ ବିଜେ କରିଥାନ୍ତି। ଏହା ପରେ ଘଣ୍ଟ ଓ କାହାଳୀ ବାଜି ମହାପ୍ରଭୁ ରଥରେ ବେଢା ପରିକ୍ରମା କରି ସାରି ବଟମୂଳଠାରେ ବିଜେ କରିଥାନ୍ତି ।

କୁତ କୌତୁକ ଋଷି ଭେଶରେ ଜଣେ ସେବକ ପାଳିଆ ସେବକଙ୍କଠାରୁ ଶୁକ୍ଳ ଫୁଲ ନେଇ ଆଞ୍ଜୁଳି କରି ରାସ୍ତା ଯାକ ଥରକୁ ଥର ଦଣ୍ଡ ପ୍ରଣାମ କରି ଦକ୍ଷିଣୀ ଘରକୁ ନେଇଥାନ୍ତି। ଏଠାରେ ଖଟ ଉପରେ ବିଜେ କରିବା ପରେ ପ୍ରଭୁଙ୍କ ପଞ୍ଚାମୃତ ମହାସ୍ନାନ ହୋଇ, ଫୁଲ ଚନ୍ଦନ ଲାଗି ବେଶ କରାଯାଇଥାଏ ଏବଂ ଶୀତଳ ଭୋଗ ମଣୋହି ହୋଇ, ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ବଢ଼ିଥାଏ ।

ଏହି ନୀତି କାନ୍ତି ପରେ ପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି। ଅଭିଷେକ ସମୟରେ ଛତା ଟେକା ହୋଇ ଘଣ୍ଟ କାହାଳୀ ମହୁରୀ ବାଜୁ ଥାଏ ଏବଂ ଅଭିଷେକ ସରିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ।

Categories
ଫଟୋ ଖବର

ପୁରୀରେ ଚନ୍ଦନଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରଣୀରେ ଚାଲିଛି ପ୍ରଭୃଙ୍କ ବିଭିନ୍ନ ନିତିକାନ୍ତି

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଫଟୋ ଖବର

ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ, ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଫଟୋ ଖବର

ଶନିବାର ଦିନ ଶ୍ରୀମନ୍ଦିରରେ ପାଳିତ ହୋଇଛି ବନବାସ ଓ କନ୍ଦର୍ପ ଅଧିବାସ ନୀତି

ପୁରୀ, ଆଜି ଶ୍ରୀମନ୍ଦିରରେ ପବିତ୍ର ବନବାସ ଓ କନ୍ଦର୍ପ ଅଧିବାସ ନୀତି ଅନୁଷ୍ଠିତ ହେଉଅଛି । ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ ଏବଂ ସୀତାଦେବୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି। ସେଠାରେ ମାର୍କଣ୍ଡେଶ୍ଵର ସାହି ଲୋକେ ବନବାସ ପ୍ରସ୍ତାବ (ଲୀଳା) କରିଥାନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ବେଳେ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି ପାଇଁ ଏକ ଶକ୍ତ ଧକ୍କା

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ସମ୍ମାନ ହାନୀ ସହ ଓଡିଶାକୁ ନିନ୍ଦିତ କରି ଭୋଟ ରାଜନୀତିର ଭିନ୍ନ ପନ୍ଥାକୁ ଧରିଲେଣି ପଦ୍ମ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଲେଖାଶ୍ରୀ କହିଲେ ଶ୍ରୀମନ୍ଦିର ପୁରୀରେ ବୋଲି ସମ୍ବିତ ପାତ୍ର ସାଂସଦ ପ୍ରାର୍ଥୀ ହେବା ପରେ ଲୋକ ଜାଣିଲେ। ଆଗରୁ କୁଆଡେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର କୋଲକାତାରେ ବୋଲି ଲୋକଙ୍କ ଧାରଣା ଥିଲା। ଏପରି ଋଚିହୀନ ତଥ୍ୟ ଦେଇ ଲେଖାଶ୍ରୀ କାହାକୁ ବଡ଼ ଦେଖାଇବାକୁ ଚେଷ୍ଟା କରିଛନ୍ତି ଜଣାପଡୁ ନାହିଁ।

ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ନା ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ମହାନ ବୋଲି ମନେ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଜାତି ଓ ତାର ଆରାଧ୍ୟ ଦେବତାଙ୍କୁ ନ୍ୟୁନ କରି ଭୋଟ ପାଇଁ ମାଟିର ମର୍ଯ୍ୟାଦା ହାନୀ କରିବା ନିହାତି ନିନ୍ଦନୀୟ। କାରଣ, କାହିଁ କେଉଁ କାଳରୁ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ବିଶ୍ୱବାସୀ ଜାଣିଛନ୍ତି। ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀଜଗନାଥଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଓ ଶ୍ରଦ୍ଧା ରହିଛି। ହେଲେ ରାଜନୈତିକ ଅଭିସନ୍ଧି ରଖି ପୁରୀକୁ ନିନ୍ଦିତ କରିବାକୁ ରାଜନୀତି କୁହାଯାଇପାରିବ ନାହିଁ।

ଆଗକୁ ପିପିଲି ଉପନିର୍ବାଚନ। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟବରଣ କରିଥିବା ସମ୍ବିତ ପାତ୍ର ଏବେ ପୁରୀରେ ଡେରା ପକାଉଛନ୍ତି। ସେଦିନ ସେ ଲେଖାଶ୍ରୀଙ୍କ ମନ୍ତବ୍ୟରୁ କଣ ବୁଝିଲେ କେଜାଣି, ସେ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ ନ କରି ଚୁପ ବସି ଏପରି ପ୍ରଶଂସାର ମଜା ନେଲେ। ରାଜନୀତିରେ ଆରୋପ ପ୍ରତ୍ୟାରୋପ ଅଛି, ଏହାର ଅର୍ଥ ନୁହେଁ ଯେ, ଗୋଟିଏ ଜାତିର ସ୍ୱାଭିମାନକୁ ତଳେ ପକାଇ ଭୋଟ ହାତେଇବା।

ଓଡ଼ିଶାରେ ସଦ୍ୟ ସମାପ୍ତ ହୋଇଥିବା ଦୁଇଟି ଆସନର ଉପନିର୍ବାଚନ ଫଳାଫଳ କେବଳ ବିଜେଡି ସପକ୍ଷରେ ଥିଲା। ସାଧାରଣ ନିର୍ବାଚନରେ ଏହି ଦୁଇ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବିଜେଡି ହାତରେ ଥିଲାବେଳେ ଉପନିର୍ବାଚନ ଆଉ ଗୋଟିଏ ଆସନ ବିଜେଡିକୁ ଦେଲା। କାରଣ ବାଲେଶ୍ୱର ସଦର ଆସନଟି ବିଜେପିର ଥିଲା ବେଳେ ତିର୍ତ୍ତୋଲ ଥିଲା ବିଜେଡି ହାତରେ। କିନ୍ତୁ ଉପନିର୍ବାଚନ ଜନମତ ଦୁଇଟି ଆସନ ବିଜେଡିକୁ ଦେଇଦେଲା।

ଏବେ ପିପିଲି ଉପନିର୍ବାଚନ ପାଳି, ଏହା ପୁଣି ଦିବଙ୍ଗତ ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼। ଯେଉଁଠି କେବଳ ଶଙ୍ଖ ଧ୍ୱନୀ, ସେଠାରେ ଉପନିର୍ବାଚନରେ ପଦ୍ମ ଫୁଟାଇବା ଆଦୌ ସହଜ ନୁହେଁ। ସକଳ କସରତ ସତ୍ତ୍ୱେ ବିଜେଡିର ଭୋଟ ଗଣିତ ବିଜେପି ପାଖରେ ନାହିଁ, ଏହା ବାରମ୍ବାର ପ୍ରମାଣ ହୋଇ ସାରିଛି। ତେଣୁ ରାଜ୍ୟର ଲୋକପ୍ରିୟ, ଭରସାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଗୌଣ କରି ପିପିଲିରେ ବିଜେପି ଜିତିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ବର୍ତ୍ତମାନ ପିପିଲି ଉପନିର୍ବାଚନ ପାଇଁ ଲେଖାଶ୍ରୀ ଦଳ ପାଇଁ ଗୋଟିଏ ପେଞ୍ଚ ଛାଡିଦେଲେ। ବିରୋଧୀ ଏହାକୁ ନେଇ ରାଜନୀତି କରିବା ପାଇଁ ଏକ ଭଲ ସୁଯୋଗ ଆଣିଲେ ଲେଖାଶ୍ରୀ। ଏହି ନିଶ୍ଚିତ ଯେ ଲେଖାଶ୍ରୀଙ୍କ ଏହି ମନ୍ତ୍ରବ୍ୟ ପାଇଁ ଦଳ ନିଶ୍ଚିତ ହରଡଘଣାରେ ପଡିବ। ଏଥର ନୁହେଁ, ଅନେକ ଥର ଲେଖାଶ୍ରୀଙ୍କ ବିବାଦୀୟ ବୟାନ ବିଜେପି ପାଇଁ ଭାରୀ ପଡିଛି। ତ୍ରୁଣମୂଳରେ କର୍ମୀମାନେ ଯେପରି ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି, ଏଥିରେ ଲେଖାଶ୍ରୀଙ୍କ ପରି ଚରିତ୍ର ଦଳକୁ ସେତିକି ପଛକୁ ଟାଣୁଛନ୍ତି। ଏପରି କ୍ଷେତ୍ରରେ ବିଜେପି କେତେ ଫାଇଦା ହାସଲ କରୁଛି କି ନାହିଁ ତାହାର ସମୀକ୍ଷା କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିବ କି ସିଂହଁଦ୍ବାର , ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ

ପୁରୀ, ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ସେଥିରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ଏବଂ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ। ଚଳିତ ମାସ 27 ତାରିଖରେ ପ୍ରଭୃଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ହେଲେ କୋଭିଡ କଟକଣା ପାଇଁ ଏଥର ଭକ୍ତମାନେ ଏହି ବିରଳ ବେଶ ଦେଖିପାରିବେ ନାହିଁ। ଯଦି ସରକାର ମନ୍ଦିର ଖୋଲିବା ନେଇ ଅନୁମତି ପ୍ରଦାନ କରନ୍ତି ତେବେ ତାହା ସମ୍ଭବ ହେବ। ସେଥିପାଇଁ ଆଜିର ପରିଚାଳନା ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇପାରେ।

ବର୍ତ୍ତମାନ ମହାରାଷ୍ଟ୍ର, ନୂଆଦିଲ୍ଲୀ ପରି ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିସାରିଲାଣି। ସେହିପରି ଓଡିଶାରେ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି। ଏପରିକି ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି। ସେଥିପାଇଁ ଆଜି ପରିଚାଳନା ବୈଠକରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାନ୍ତି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମହାସ୍ନାନ ପରେ ଜ୍ବରରେ ପଡିଲେ ଶ୍ରୀଜୀଉ

ପୁରୀ : ଗତକାଲି ଶ୍ରୀମନ୍ଦିରରେ ଶେଷ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ଶ୍ରୀଜିଉ ମହାସ୍ନାନ କରି ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି। ଏହା ପରେ ମହାପ୍ରଭୁ ଚିକିତ୍ସା ପାଇଁ ଅଣସର ଘରକୁ ଯାଇଛନ୍ତି । ଅଣସର ଘରେ 15ଦିନ ଧରି ଅସୁସ୍ଥ ଭଗବାନଙ୍କ ଗୁପ୍ତ ସେବା କରିବେ ସେବାୟତ ।

ଜ୍ୟେଷ୍ଠପୂର୍ଣ୍ଣମାରେ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟସ୍ନାନ କରିବାପରେ ପ୍ରବଳ ଜ୍ୱରରେ ମହାପ୍ରଭୁ ଅଣସର ଘରେ ବିରାଜ କରନ୍ତି । ତେବେ ଏହି ଅଣସର ପିଣ୍ଡିରେ ଠାକୁରଙ୍କର ବିଶେଷ ନୀତି କରାଯାଇଥାଏ । ସ୍ନାନ ପୂର୍ଣ୍ଣମା ରାତିରେ ପହଣ୍ଡି ସରିବା ପରେ ପୂର୍ବରୁ ପଥରରେ ନିର୍ମାଣ କରାଯାଇଥିବା ସିଂହାସନ ଉପରେ ଚତୁର୍ଦ୍ଧାମୁରତିଙ୍କୁ ସେଠାରେ ବିଜେ କରାଯାଇଥାଏ । ଏହାର ଦୁଇ ଦିନ ପରେ ଆରମ୍ଭ ହୋଇଥାଏ ଗୁପ୍ତ ନୀତି । ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ମନ୍ଦିର ପ୍ରବେଶ କଟକଣା ଯୋଗୁଁ ସିଂହଦ୍ୱାର ବାହାରୁ ଭକ୍ତଙ୍କ ଦର୍ଶନ ଦେଉଥିବା ପତିତପାବନଙ୍କ ସ୍ଥାନରେ ପୂଜିତ ହେବେ ନାରାୟଣଙ୍କ ପଟି ଦିଅଁ।

ଅପରପକ୍ଷରେ ମହାପ୍ରଭୁ ଅଣସର ଘରେ ରହିବା ବେଳେ ଜଗନ୍ନାଥ ଅଲାରନାଥ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେଣୁ ଅଲାରନାଥ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥାଏ । କିନ୍ତୁ ଚଳିତ କରୋନାକୁ ଆଖି ଆଗରେ ରଖି ମନ୍ଦିରରେ 144 ଧାରା ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ଚଳିତ ଥର ପ୍ରଥମ ଥର ପାଇଁ ବିନାଭକ୍ତରେ ସ୍ନାନ ଯାତ୍ରା ବିଧି ସମାପନ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ : ଦେଶରେ କରୋନା ଭାଇରସ୍‌ ଯୋଗୁଁ ଜାରି ହୋଇଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ରେ ବଳି ପଡିଛି ଆମର ପର୍ବ ପର୍ବାଣୀ। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପର୍ବ ପର୍ବାଣୀ ମଧ୍ୟ ଏହି ଲକ୍‌ ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି । ତେବେ ବିଧି ରକ୍ଷା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ। ସେହିପରି ଚନ୍ଦନ ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ପ୍ରସ୍ତୁତ ହେବ ମାଣ୍ଡୁଅ ଭୋଗ। ଚନ୍ଦନ ଯାତ୍ରା ପାଇଁ 2ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ ।

ସେହିପରି ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। କାଲିର ଦିନରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେହିପରି ଲକ୍‌ ଡାଉନ୍‌କୁ ନେଇ ଏଥିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏହି ସମସ୍ତ ନୀତି ମନ୍ଦିର ପରିସର ମେଘନାଦ ପାଚେରୀ ମଧ୍ୟରେ କରାଯିବ। 3ଟି ଧଉରା କାଠରେ ଶ୍ରୀମନ୍ଦିର ଭିତରେ ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେବାୟତ, ପୁରୋହିତଙ୍କ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର

ରଥଯାତ୍ରା ଅବସର ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକା ରଥ

ସମୀକ୍ଷା ବ୍ୟୁରୋ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ। ସାରା ଦୁନିଆରେ ଏହାକୁ ନେଇ ବେଶ୍‌ ଆଶ୍ଚର୍ଯ୍ୟ ଓ ଆଗ୍ରହ ମଧ୍ୟ। ରଥଯାତ୍ରାର ପବିତ୍ର ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି। ରଥାଯାତ୍ରା ପାଇଁ ମାନସ ବାଲିରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହି ବାଲୁକାକଳା ସାହାଯ୍ୟରେ ମାନସ ବିଶ୍ବ ଶାନ୍ତିରା ବାର୍ତ୍ତା ପ୍ରେରଣ କରିଛନ୍ତି। ଏଥିରେ ସେ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛାର ବାର୍ତ୍ତା ମଧ୍ୟ ଇଂରାଜୀରେ ଲେଖିଛନ୍ତି। ଯେଉଁ ଲୋକ ଭିଡ଼ ଭିତରେ ରଥ ଉପରେ ଭଗବାନଙ୍କୁ ଦେଖିପାରିବେ ନାହିଁ, ସେମାନେ ପୁରୀର ସ୍ବର୍ଣ୍ଣିମ ବାଲୁକାରେ ନିର୍ମିତ ଭଗବାନଙ୍କୁ ଦେଖି ଆତ୍ମସନ୍ତୋଷ ଲାଭ କରିପାରିବେ। ୧୫ ଫୁଟ ଚଉଡ଼ାର ଏହି ବାଲୁକା କୃତିକୁ କରିବା ପାଇଁ ମାନସଙ୍କୁ ପାଖାପାଖି ୮ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀ ବେଳାଭୂମିରେ ଯାତ୍ରୀଙ୍କ ଭିଡ ଥିବାରୁ ଏହି ବାଲୁକା କଳା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।