Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ସୋରଡା ବେଲଗୁଣ୍ଠାର ବହୁ ବିଜେଡି ନେତା ଓ କର୍ମୀ 

ଭୁବନେଶ୍ବର: ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଲକର ୨୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବ ଜନନାୟକ ତଥା ଲୋକସଭାର ବିରୋଧ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି ସୋରଡ଼ା ବିଧାନ ସଭାର ସରପଞ୍ଚ ଗୌଡ଼ଗୋଠ ଗ୍ରାମ ପଞ୍ଚାୟତର ସରୋଜ ମଲ୍ଲିକ, ସମିତିସଭ୍ୟ ଗୌଡ଼ଗୋଠ ଗ୍ରାମପଞ୍ଚାୟତର କାମେଶ୍ଵର ମଲ୍ଲିକ, ପୂର୍ବତନ ନାୟକ ସରପଞ୍ଚ ଗୌଡ଼ଗୋଠ ଗ୍ରାମପଞ୍ଚାୟତର ଶ୍ୟାମ ମଲ୍ଲିକ, ନାୟବ ସରପଞ୍ଚ ଗୌଡ଼ଗୋଠ କାମଦାସ ସବର, ବାଳକୃଷ୍ଣ ମଲ୍ଲିକ ସମିତି ସଭ୍ୟ ବଡ଼ଗୋଛାର ସାଲିମା ଗ୍ରାମ ଖ୍ରୀଷ୍ଟିଆନ କମ୍ୟୁନିଟି ଲିଡର ଗୋଛା ନିରଞ୍ଜନ ନାୟକ, କୁଇ ସମାଜ ଯୁବ ସଭାପତି ଓ ବନମାଳି ମଲ୍ଲିକ।

ସେହିପରି ପୂର୍ବତନ ୱାର୍ଡମେମ୍ବର ଦିଲ୍ଲିପ ରଣଷଣ୍ଢ, ଅନଙ୍ଗବଡ଼ ସେଠ ଚର୍ଜ କାଉନସିଲ ମେମ୍ବର, ସାଲିମା ଗୋଛା, ମେରିକୋଟ ଗ୍ରାମ ପଞ୍ଚାୟତ ଯୁବ ସଭାପତି, ଜିତେନ୍ଦ୍ର କୁମାର, ମେମ୍ବର ଗୌଡ଼ଗୋଠ ଗ୍ରାମ ପଞ୍ଚାୟତ ର ଅରବିନ୍ଦ ମଲ୍ଲିକ ୱାର୍ଡ, ପାଣ ଖୀଷ୍ଟ୍ରିଆ କୁମ୍ୟୁନିଟି ସଭାପତି ତାନିୟଲ ନାୟକ, ସୋରା ସମାଜ, ଯୁବ ସଭାପତି ଗୌଡ଼ଗୋଠ ଗ୍ରାମପଞ୍ଚାୟତର ପୂର୍ଣ ଶବର, ସେହିପରି ବେଲଗୁଣ୍ଠା ର ପୂର୍ବତନ ସାଂସଦ ପ୍ରତିନିଧୂ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ପୂର୍ବତନ ସମିତିସଭ୍ୟ ନାଟେଙ୍ଗା ଗ୍ରାମପଞ୍ଚାୟତର ଦେବେନ୍ଦ୍ର କୁମାର ଗୌଡ଼, ସରପଞ୍ଚ ନାଟେଙ୍ଗା ଗ୍ରାମପଞ୍ଚାୟତର ଶ୍ରୀମତୀ ସୁପ୍ରଭା ଗୌଡ଼, ସମିତି ସଭ୍ୟ ନାଟେଙ୍ଗା ଗ୍ରାମ ପଞ୍ଚାୟତର ରାଜୀବ ଲୋଚନ ନାୟକ, ନାଏବ ସରପଞ୍ଚ ନାଟେଙ୍ଗା ଗ୍ରାମପଞ୍ଚାୟତର ଅକ୍ଷୟ କୁମାର ଗୌଡ଼ ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।

ଆଜିର ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦାସରଥ୍ ଗମାଙ୍ଗୋ, ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସଂଯୋଜ ଦେବକାନ୍ତ ଶର୍ମା, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ପ୍ରଧାନ, ସୋରଡ଼ା ବିଧାୟକ ପ୍ରାର୍ଥୀ ହରେକୃଷ୍ଣ ରଥ, ବିଧାୟକ ପ୍ରାର୍ଥୀ ଖଲ୍ଲିକୋଟ ଚିତ୍ରସେନ ବେହେରା ଓ ଭଞ୍ଜନଗରର କୁଲୁ ଭୂୟାଁ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଏବଂ ସୋରଡ଼ା ବିଧାୟକଙ୍କ ଜମି କେଳେଙ୍କାରି ତଦନ୍ତ ପାଇଁ ଆଦିବାସୀଙ୍କ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସୋରଡ଼ା ତହସିଲ୍ ଅଂଚଳର ଶତାଧିକ ଆଦିବାସୀ ଓ ଦଳିତ ଚାଷୀ ଏକତ୍ରିତ ହୋଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବେଆଇନ ଜମି କାରବାରର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସେମାନେ କହିବା କଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ଗତ କିଛିବର୍ଷ ମଧ୍ୟରେ ନାମୀ ବେନାମୀ ବିପୁଳ ସଂପତ୍ତିର ଅଧିକାରୀ ହୋଇପାରିଛନ୍ତି। ନିଜର ରାଜନେତିକ ପ୍ରଭାବକୁ ବ୍ୟବହାର କରି କଳାଟଙ୍କା ଜରିଆରେ ଏହି ଦୁଇ ବିଧାୟକ ସୋରଡ଼ା ତହସିଲ୍‌ରେ ଶହଶହ ଏକର ଜମିକୁ ହାତେଇବାକୁ ଷଡ଼ଯନ୍ତ୍ର କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ସୋରଡ଼ା ତହସିଲ୍‌ର ପାଲକାଟ ପଞ୍ଚାୟତର ବାଦୁଆପଲ୍ଲୀଠାରେ ବିଧାୟକ ନିଜ ପତ୍ନୀ ଓ ଅନ୍ୟ ସମର୍ଥକଙ୍କ ନାମରେ ସାତୋଟି ବିଶାଳକାୟ ପୋଖରୀ ନିର୍ମାଣ କରି ସେଥିରେ ମାଛଚାଷ କରୁଛନ୍ତି। ୫୦ ଏକରରୁ ଅଧିକ ଜାଗାରେ ନିଜ ପତ୍ନୀଙ୍କ ନାମରେ ସିମେଣ୍ଟ ଇଟା କାରଖାନା ନିର୍ମାଣ କରିଛନ୍ତି। ୫୦ ଏକର ସରକାରୀ ଜଂଗଲି ଜମିକୁ ସ୍ଥାନୀୟ କଳ ଉପରେ ପ୍ରଭାବ ପକାଇ କବ୍‌ଜା କରି ରଖିଛନ୍ତି। ସେଠାରେ ଚାଷ କରୁଥିବା ଆଦିବାସୀ ପରିବାରଙ୍କୁ ଗୁଣ୍ଡା ଏବଂ ପୋଲିସ୍ ଲଗାଇ ଧମକ ଦେଇ ଜବରଦଖଲ କରିଛନ୍ତି।

ଆସିକା ପଢ଼ାଳ ଗ୍ରାମର ଜମିଦାର ଆକୁଳ ଦାଶଙ୍କ ପରିବାରର ୧୦୦ ଏକର ଜମିରେ ପ୍ରାୟ ଶହେ ଜଣ ଆଦିବାସୀ ଓ ଦଳିତ ପରିବାର ଚାଷ କରି ପାରିବାର ନିର୍ବାହ କରୁଥିଲେ। କିନ୍ତୁ ବିଧାୟକ ଶ୍ରୀ ସ୍ୱାଇଁ ଏବଂ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗରେ ସମସ୍ତ ଜମିକୁ ହାତେଇ ନେବା ପାଇଁ ବ୍ୟାପକ ଅର୍ଥ କାରବାର କରି କିଣିଛନ୍ତି। ତେଣୁ ଧାନ ଫସଲ ଅମଳ ପରେ ଜମି ଖାଲି କରିବାକୁ ଧମକ ଚମକ ଦେଉଛନ୍ତି।

କେବଳ ସେତିକି ନୁହେଁ, ସୋରଡ଼ା ସହରରେ ଅନେକ ସରକାରୀ ଜମିକୁ ନିଜ କବ୍‌ଜାରେ ରଖୁôଥବାବେଳେ ଏକ ମୋଟରସାଇକେଲ୍ ସୋ ରୁମ୍ ମଧ୍ୟ କରିଛନ୍ତି। ତାଙ୍କର ଏସବୁ ବେଆଇନ ସଂପତ୍ତିର ଏକ ଲମ୍ବା ତାଲିକା ରହିଛି ଯାହା ପ୍ରଶାସନିକ କଳ ଓ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ହାସଲ କରିଛନ୍ତି। ଏକ ସାଧାରଣ ପରିବାରରୁ ଆସିଥିବା ବିଧାୟକ ଶ୍ରୀ ସ୍ୱାଇଁ ବିଧାୟକ ହେବା ପରେ କିଭଳି ଏତେ ବିପୁଳ ସଂପତ୍ତିର ମାଲିକ ହେଲେ ତାହା ପ୍ରଶ୍ନବାଚୀ ଅଟେ। ଅତଏବ ତାଙ୍କର ଉପରୋକ୍ତ ସମସ୍ତ ଆୟ ବର୍ହିଭୂତ ସଂପତ୍ତି ସେ କିଭଳି ହାସଲ କରିଛନ୍ତି ଏବଂ ସେଥିରେ ତାଙ୍କର ରାଜନୈତିକ ଗୁରୁ ପ୍ରଦୀପ ପାଣିଗ୍ରାହୀଙ୍କ କେତେ ଭାଗ ରହିଛି ତା’ର ତଦନ୍ତ କରିବାକୁ ଆଦିବାସୀ ଦଳିତ ଗ୍ରାମବାସୀ ଦାବି କରିଛନ୍ତି।