Categories
ଆଞ୍ଚଳିକ

ବାଣପୁରରେ ଗଡିଲା ରାଜସ୍ଵ ରଥ: ହିତାଧିକାରୀଙ୍କୁ ବଣ୍ଟାଗଲା ଜମି ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲା ବାଣପୁର ତହସିଲ ପକ୍ଷରୁ ଆଜି ରାଜସ୍ବ ରଥ ଗଡ଼ିଛି। ତହସିଲଦାର ମନ୍ମଥ ବେହେରାଙ୍କ ତତ୍ତ୍ୱାବଧାନରେ ବାଣପୁର ଏନଏସିରୁ ଏହାର ଶୁଭାରମ୍ଭ ହୋଇଛି। ଆଜି ସମୁଦାୟ ୨୦ ଟି ପଟ୍ଟା ହିତାଧିକାରୀଙ୍କୁ ବଣ୍ଟନ ସରିଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା।

ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ ଏବଂ ତହସିଲ କର୍ମଚାରୀ ସୋମନାଥ ବେହେରା, ସିଧସ୍ତି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଶାସମଲ ଓ ବୀରେନ୍ଦ୍ର ପଣ୍ଡା ଆଦି ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।

ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।