Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବଦଳିବ କି ଭୋଗରାଇ ନିର୍ବାଚନ ମଣ୍ଡଳୀର ଚିତ୍ର ? ପୁଅଙ୍କ ସହିତ ପାଣ୍ଡିଆନଙ୍କୁ ଭେଟିଲେ ଅନନ୍ତ ଦାସ

ଭୁବନେଶ୍ବର: ବର୍ତ୍ତମାନ ଯେଉଁ ବିଧାୟକମାନେ ଆଉ ନିର୍ବାଚନ ଲଢିବେ ନାହିଁ ସେମାନେ ବର୍ତ୍ତମାନ ତାଙ୍କ ପୁଅଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି। ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ ତାଙ୍କ ପୁଅଙ୍କୁ ଧରି କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଭୋଗରାଇରେ ବେଶ ଚର୍ଚ୍ଚା ଚାଲିଛି।

ଗତ କିଛି ଦିନ ତଳେ ନବୀନ ନିବାସରେ ବିଧାୟକ ଅନନ୍ତ ଦାସ ତାଙ୍କ ଉଚ୍ଚଶିକ୍ଷତ ପୁଅ ଇଂଜିନିୟର ଅଭିଜିତ ଦାସଙ୍କୁ ସାଥୀରେ ନେଇ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ସେହି ଫଟୋକୁ ନେଇ ଭୋଗରାଇରେ ବର୍ତ୍ତମାନ ଚର୍ଚ୍ଚା। ଏଥର ଅନନ୍ତ ଦାସଙ୍କ ପୁଅ ଟିକେଟ ପାଇବେ ବୋଲି ଆଲୋଚନା ଚାଲିଛି।

ତେବେ ଏହାକୁ ନେଇ ଅନ୍ୟ ଅଶାୟୀ ହତାସ ହୋଇଥିବାର ପରିଲକ୍ଷିତ ହୋଇଛି। ଅନନ୍ତ ଦାସଙ୍କର ବୟସ ହୋଇଯାଇଥିବାରୁ ସେ ଆଉ ଛିଡା ହେବା ପରିସ୍ଥିତିରେ ନାହାଁନ୍ତି। ଫଳରେ ସେହି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏହି ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ଗୌତମ ବୁଦ୍ଧ ଦାସ। ଗୌତମ ବର୍ତ୍ତମାନ ବିଜେଡିର ମିଡିଆ ସେଲରେ ସେ ଅଛନ୍ତି। ସେ ସାମ୍ବାଦିକତା ଛାଡି ବିଜେଡିରେ ଯୋଗ ଦେଇ ଦଳିୟ କାର୍ଯ୍ୟ ବୁଝାବୁଝି କରୁଛନ୍ତି। ତେଣୁ ସେ କୁଆଡେ ଭୋଗରାଇର ବିଧାୟକ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ବୋଲି କୁହାଯାଉଛି।

ସେହିପରି ସମାଜସେବି ବିଭୂତେନ୍ଦୁ ପାତ୍ର, ଏମସରେ ଡାକ୍ତର ଥିବା ସରୋଜ କୁମରା ଦାସମଜୁମଦାର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ନିବେଦିତା ମହାନ୍ତି ପ୍ରମୁଖ ବହୁ ବ୍ୟକ୍ତି ବିଜେଡି ଟିକେଟ ଆଶାୟୀ ରହିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଦଳ ତରଫରୁ ସେପରି କିଛି ସବୁଜ ସଙ୍କେତ କାହାକୁ ହେଲେ ପ୍ରଦାନ କରାଯାଇ ନାହିଁ।

ତେବେ ଏସବୁ ତାଲିକା ଭିତରେ ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି। କାରଣ ସେ ହେଉଛନ୍ତି ବିଦେଶରୁ ପାଠପଢି ଆସିଥିବା ଉଚ୍ଚଶିକ୍ଷିତ ବ୍ୟକ୍ତି। ଏଥିସହିତ ସେ ଗତ କିଛି ମାସ ଧରି ସେ ବାପାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ପରିଚିତ କରାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଭିନ୍ନ ପ୍ରାର୍ଥୀଙ୍କୁ ନେଇ ଭୋଗରାଇ ଚଳଚଞ୍ଚଳ ହୋଇ ଉଠିଛି।