Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ବିଜେଡି ବିଜେପି ମେଣ୍ଟକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦେଲେ ବଡ ବୟାନ

ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶା ରାଜନୀତିରେ ବିଜେଡି ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମେଣ୍ଟ ହେବ କି ନାହିଁ ସେ ନେଇ କେହି କିଛି କହିପାରୁ ନାହଁନ୍ତି। ଏହି ଚର୍ଚ୍ଚା ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଆସିଛି ବଡ ବୟାନ। ସେ ଇଣ୍ଡିଆ ଟୁ ଡେ କନକ୍ଲେଭରେ ଓଡିଶା ମେଣ୍ଟ ନେଇ କରିଛନ୍ତି ଖୁଲାସା।

ସେ କହିଛନ୍ତି ଯେ, ଓଡିଶାରେ ମେଣ୍ଟ ନେଇ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୌଣସି ନିଷ୍ପତି ନେଇ ନାହାଁନ୍ତି। ଓଡିଶାରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭାରେ ବହୁତ ଭଲ କରିବ। ତେବେ ଓଡିଶାରେ କିପରି ଦଳ ଆଗକୁ ଯିବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ।

ଏହାଦ୍ବାରା ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସତ। ଏ ନେଇ ଆଲୋଚନା ସରିଛି। କେବଳ ପ୍ରଧାନମନ୍ତ୍ରୀ ଏବଂ ନଡ୍ଡା ନିଷ୍ପତି ନେବେ ବୋଲି ଅମିତ ଶାହାଙ୍କ ବକ୍ତବ୍ୟରୁ ଜଣାପଡିଛି।